ovid variant omicron - The Sakala

ବୈଜ୍ଞାନିକଙ୍କ ଆକଳନକୁ ନେଇ ବଢିଲା ଚିନ୍ତା, ସବୁଠାରୁ ଭୟଙ୍କର ହୋଇପାରେ ‘ଓମିକ୍ରନ୍‌’ ଭ୍ୟାରିଆଣ୍ଟ
ନୂଆଦିଲ୍ଲୀ: ଏବେ ଦକ୍ଷିଣ ଆଫ୍ରିକା ସମେତ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟକୁ ନେଇ ବଢୁଥିବା ସଂକ୍ରମଣ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଏହି ନୂଆ ଭ୍ୟାରିଆଣ୍ଟର ନାମ ‘ଓମିକ୍ରନ୍‌’ ରଖାଯାଇଥିବା ବେଳେ ଏହା ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି କରୁଥିବା କୁହାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା ସବୁଠୁ ସାଂଘାତିକ କୁହାଯାଉଥିବା ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ ଏହା ଆହୁରି ବିପଜ୍ଜନକ। ଡେଲଟା ଭ୍ୟାରିଆଣ୍ଟ ଦ୍ବାରା ୩ ମାସରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରନ୍ ଦ୍ବାରା ମାତ୍ର ୧୫ ଦିନରେ ସଂକ୍ରମଣ ତୀବ୍ର ହେଉଥିବା କୁହାଯାଇଛି। ଏହାକୁ ନେଇ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଜାରି କରିଛନ୍ତି।

ଲଣ୍ଡନ ସ୍ଥିତ ୟୁସିଏଲ୍‌ ଜେନେଟିକ୍ସ ଇନଷ୍ଟିଚ୍ୟୁଟ୍‌ର ଜଣେ ବିଜ୍ଞାନୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଭ୍ୟାରିଆଣ୍ଟ ପ୍ରକୃତରେ କେଉଁଠୁ ଆସିଲା ତାହା ଖୋଜି ପାଇବା ଖୁବ ମୁସ୍କିଲ। ତେବେ କୌଣସି ଏଚଆଇଭି ରୋଗୀଙ୍କ ଠାରେ କରୋନା ଭୂତାଣୁର ରୂପ ପରିବର୍ତ୍ତିିତ ହୋଇ ଏଭଳି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହୋଇଥାଇପାରେ ବୋଲି ଆକଳନ କରାଯାଇଛି। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଏହି ପ୍ରଜାତିର ଭୂତାଣୁ ଚିହ୍ନଟ ହେବା ପରେ ଏବେ ୟୁରୋପ ଏବଂ ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରରେ ଏହାର ସଂକ୍ରମଣ ବଢି ଚାଲିଛି। ଆମେରିକାରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ ମଧ୍ୟ ଏହା ପ୍ରବେଶ କରିସାରିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଡେଲ୍‌ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ୍ ପ୍ରାୟ ୩୦ ଗୁଣ ଅଧିକ ପ୍ରଭାବୀ ହୋଇଥିବାରୁ ଅଧିକ ଚିନ୍ତାଜନକ ହୋଇପଡ଼ିଛି। ଆଲ୍‌ଫା, ବିଟା ଏବଂ ଡେଲ୍‌ଟା କିମ୍ବା ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରମ ଅଧିକ ବିପଦପୂର୍ଣ୍ଣ ଭାବେ ଶରୀରରେ ଗ୍ରାସ କରୁଛି। ଏପରିକି ଜଣେ ଦୁଇଟି ଡୋଜ୍‌ ଟିକା ନେଇଥିବା କିମ୍ବା ସର୍ବାଧିକ ପ୍ରତିରୋଧକ ଶକ୍ତି ରହିଥିବା ଶରୀରକୁ ମଧ୍ୟ ଏହା ଅକ୍ଳେଷରେ ସଂକ୍ରମିତ କରୁଛି ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ଡେଲଟା ଭ୍ୟାରିଆଣ୍ଟ ଦ୍ବାରା ସର୍ବାଧିକ ୯୯.୯ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ବେଳେ ଓମିକ୍ରନ ଭ୍ୟାରିଆଣ୍ଟ ସମସ୍ତ ରେକର୍ଡ ଅତିକ୍ରମ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ସମସ୍ତ ରାଷ୍ଟ୍ର ସତର୍କ ରହିବାକୁ ‘ହୁ’ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଭାରତରେ ବଢ଼ିଲା ‘ଓମିକ୍ରନ୍‌’ ଆତଙ୍କ

ଦୁଇ ଦକ୍ଷିଣ ଆଫ୍ରିକୀୟ କରୋନା ପଜିଟିଭ୍ ଚିହ୍ନଟ

ଭାରତରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ବଢିଯାଇଛି। ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ଓମିକ୍ରନ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବାକୁ ସେମାନଙ୍କ ‘ଜିନୋମ ସିକ୍ବେନ୍ସିଂ’ ପରୀକ୍ଷା କରାଯାଇଛି। ପ୍ରାରମ୍ଭିକ ପରୀକ୍ଷଣରେ ସଂକ୍ରମଣର କାରଣ ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଥିଲେ ହେଁ ଅଧିକ ତଥ୍ୟ ପାଇଁ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଶନିବାର ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ବିମାନଯାତ୍ରୀଙ୍କ ପରୀକ୍ଷା ବେଳେ ଦୁଇଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପୁଣେ ପଠାଯାଇଛି। ଏହି ଦୁଇଜଣଙ୍କୁ ଏବେ କ୍ବାରେଣ୍ଟାଇନରେ ରଖାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ବିଦେଶୀ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି।