INDvsNZ Test - The Sakala

ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ, ଗୋଟିଏ ଇନିଂସରେ ଅକ୍ତିଆର କଲେ ସମସ୍ତ ୧୦ଟି ଯାକ ୱିକେଟ୍
ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଇତିହାସ ରଚିଛନ୍ତି ସ୍ପିନର ଏଜାଜ ପଟେଲ। ଭାରତର ପ୍ରଥମ ଇନିଂସର ସମସ୍ତ ୧୦ଟି ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଜିମ୍ ଲେକର ଏବଂ ଭାରତର ଲିଜେଣ୍ଡ ସ୍ପିନର ଅନିଲ କୁମ୍ବଲେ ଏହି ରେକର୍ଡ ହାସଲ କରିଥିଲେ ।

ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି।

ଏଜାଜ ପଟେଲଙ୍କ ପାଇଁ ମୁମ୍ବାଇ ଟେଷ୍ଟ ଅତ୍ୟନ୍ତ ସ୍ମରଣୀୟ ରହିଛି। କାହିଁକି ନା ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ଆଉ ଏବେ ତାଙ୍କ ଜନ୍ମସ୍ଥାନରେ ଏମିତି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା କୌଣସି ନ୍ୟୁଜିଲାଣ୍ଡ ସ୍ପିନର କରିନଥିଲେ । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ ଏଜାଜ ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଯାଇଥିଲେ । ସେଠାକାର ନାଗରିକତ୍ୱ ପରେ ଏଜାଜ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ସେବେଠାରୁ ଏଜାଜ ମଧ୍ୟ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଏଜାଜ ପଟେଲ ୧୦ ଓ୍ୱିକେଟ ହାସଲ କରି ଯେତେବେଳେ ପ୍ୟାଭିଲିୟନ ଫେରିଥିଲେ ସେ ସମୟରେ ଭାରତୀୟ ଖେଳାଳି ମଧ୍ୟ ଏଜାଜଙ୍କୁ ଅଭିବାଦନ ଦେଇଥିଲେ ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୩ ରନ୍‌ରେ ଭାରତ ଆଗୁଆ
କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା ।

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।