loot in bbsr - The Sakala

ମହିଳାଙ୍କ ମହାନାଟକ , ଝାମ୍ପିନେଲେ ୧୦ ଲକ୍ଷ !
ଭୁବନେଶ୍ୱର : ମୋ ଠାରୁ ୨ଜଣ ଦୁର୍ବୃତ୍ତ ଭ୍ୟାନିଟି ଝାମ୍ପିନେଲେ। ସେଥିରେ ୧୦ଲକ୍ଷ ଟଙ୍କା ଥିଲା। ମଙ୍ଗଳବାର ସକାଳୁ ନୂଆପଲ୍ଲୀ ଥାନା ଜୟଦେବବିହାର ଛକରେ ମହିଳାଙ୍କ ଠାରୁ ଲୁଟ୍‍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସକାଳୁ ବଡ଼ଧରଣ ଲୁଟ୍‍ ହୋଇଥିବାରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଯାଇଥିଲେ। ଦିନବେଳା ଏତେ ଟଙ୍କା ଲୁଟ୍‍ ହୋଇଥିବାରୁ କମିସନରେଟ ପୁଲିସର ଚିନ୍ତା ବଢ଼଼ିଯାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ତେବେ ପୁଲିସର ପ୍ରଶ୍ନରେ ମହିଳାଜଣଙ୍କ ବାଉଳା ହୋଇଯାଇଥିଲେ। କେତେ ଟଙ୍କା ଥିଲା, ବଣ୍ଡଲ୍‍ କେତେ ଥିଲା ଓ କେଉଁଠି ଲୁଟିନେଲେ ଓ କ’ଣ ପାଇଁ ଏଠାରେ ଓହ୍ଲାଇ ଥିଲ ବୋଲି ପୁଲିସ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା। ସେମିତି କିଛି ସଠିକ୍‍ ଉତ୍ତର ଦେଇପାରି ନ ଥିଲେ ମହିଳା। ଏମିତିକ ତାଙ୍କ କଥାରେ ତାଳମେଳ ନ ଥିଲା।

ତେବେ ପୁଲିସର ସନ୍ଦେହ ହେବାରୁ ପୁଣି ଥାନାକୁୂ ନେଇ ପଚରାଉଚରା କରିଥିଲେ। କିନ୍ତୁ ପୁଲିସକୁ ଆଉ କିଛି ନ କହି ଥାନାରେ ଅଭିଯୋଗ ମଧ୍ୟ କରି ନ ଥିଲେ। ଏଭଳି ଭାବେ ସକାଳୁ ସନ୍ଧ୍ୟା ଯାଏଁ ପୁଲିସ ଆଗରେ ମହାନାଟକ କରିଥିଲେ। ତଥାପି ପୁଲିସ ସିସିଟିଭି ଓ ସହରରେ ଆଲର୍ଟ କରିଥିଲା। ଶେଷରେ ମହିଳାଙ୍କ ନାଟକ ଧରାପଡ଼ିଯାଇଥିଲା। ପୁଲିସ ସୂଚନା ଅନୁଯାୟୀ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି ଗୀତାଞ୍ଜଳୀ ପଣ୍ଡା ସେ ଆଜି ଜୟଦେବବିହାର ରାସ୍ତାରେ ଅଟୋରୁ ଓହ୍ଲାଇ ଚାଲିଚାଲି ଯାଉଥିବା ବେଳେ ତାଙ୍କ ଠାରୁ ଏକ ବାଇକରେ ୩ଜଣ ଲୁଟେରା ଭ୍ୟାନିଟି ଝାମ୍ପିନେଇଥିବା ନେଇ କହିଥିଲେ। ମାତ୍ର ନୂଆପଲ୍ଲୀ ଥାନା ପୁଲିସ ପ୍ରାଥମିକ ତଦନ୍ତରୁ ସେମିତି କିଛି ଟଙ୍କା ଲୁଟ୍‍ ହୋଇନଥିବା ଜଣାପଡ଼ିଥିଲା। ସେପଟେ ଉକ୍ତ ସଂସ୍ଥାରୁ ଟଙ୍କା ଚଳୁ କରିବା ଲାଗି ମହିଳା ଜଣକ ଏଭଳି ନାଟକ କରୁଥିବା ପୁଲିସ ସନ୍ଦେହ କରୁଛି। ଲୁଟେରା ଟଙ୍କା ଲୁଟ୍‍ କରିଥିବା ଅଭିଯୋଗ କରି ଖସିଯିବାକୁ ମହିଳା ବସିଥିବା ପୁଲିସ କହିଛି।

ଲଭ୍-ସେକ୍ସ-ଲୁଟ୍: ସିନ୍ଦୂର ଦେବ କହି ଲୁଟି ନେଲା ସୁନା ଅଳଙ୍କାର
ଭୁବନେଶ୍ୱର: ରାଜଧାନୀରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଘରେ କଳାକନା ବୁଲେଇ ଛୁ ମାରିଲା ରଙ୍ଗିଲା ଯୁବକ। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମାରେ। ସ୍ୱାମୀର ଅଭିନୟ କରି ସାତ ଜନମର ସାଥୀ ହେଲା। ମୌକା ଦେଖି କଳା କନା ବୁଲାଇଲା। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଲା ସର୍ବହରା ମହିଳା। ଅଭିଯୋଗ ଆଣିଛନ୍ତି ଖଣ୍ଡଗିରି ଥାନା ଡୁମାଡୁମା ଅଞ୍ଚଳର ଜଣେ ମହିଳା। ଠକେଇର ଶିକାର ହେବା ପରେ ମୋବାଇଲରେ ଥିବା ଫଟୋକୁ ଧରି କାନ୍ଦି କାନ୍ଦି ଏଭଳି ଠକ ଠାରୁ ଦୂରେଇ ରହିବାକୁ ନିବେଦନ କରୁଛନ୍ତି।

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଚାକିରୀ ଖୋଜୁଥିଲେ। ଏହି ସମୟରେ ସଞ୍ଜୟ ମଲ୍ଲିକ ଓରଫ ରାଜା ବିଶ୍ୱାଳ ନାମକ ଜଣେ ଯୁବକ ତାଙ୍କୁ ଚାକିରି ଦେବାକୁ କହି ସମ୍ପର୍କ ଆରମ୍ଭ କରିଥିଲେ। ପରେ ସମ୍ପର୍କ ଭଲ ପାଇବା ଆଡ଼କୁ ଯିବା ସହ ବିବାହ ଆଡ଼କୁ କଥା ବଢିଥିଲା। ସୁନ୍ଦରଗଡ଼ରେ କୋଠା ବାଡ଼ି ଅଛି, ତୁମକୁ ବିବାହ କରିବି। ଏପରିକି ଉଭୟ ୬ ମାସ ଏକାଠି ରହିଥିଲେ। ଏକ ବ୍ୟାଙ୍କରେ ଗାଡ଼ି ଲଗାଇ ମାସକୁ ୩୫ ହଜାର ଟଙ୍କା ମିଳିବାର ଲୋଭ ଦେଖାଇଥିଲେ। ଏନେଇ ୮ ଲକ୍ଷ ଟଙ୍କା ଦରକାର ବୋଲି ମହିଳାଙ୍କୁ କହିଥିଲେ। ପରେ ସୁଯୋଗ ଦେଖି ରାଜା ମହିଳାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇ ଛୁ ମାରିଥିଲେ। ଏ ନେଇ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

କେବଳ ରଘୁନାଥ ନଗରର ଜଣେ ମହିଳା ନହେଁ। ଏକାଧିକ ମହିଳାକୁ ଏଭଳି ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ପରିବାର ସହ ମିଶି ସେ ସ୍ୱାମୀର ଅଭିନୟ କରି ଟଙ୍କା ଲୁଟିଛି। ସେପଟେ ଖଣ୍ଡଗିରି ଥାନାରେଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ରଙ୍ଗିଲା ଯୁବକ ଜଣଙ୍କର ପ୍ରକୃତ ନାମ ରାଜା ନୁହେଁ ସଞ୍ଜୟ ମଲିକ । ଠକ ରାଜାକୁ ଧରିଲା ପରେ ପୁରା ପରିବାରରଅସଲ ଚେହେରା ପଦାକୁ ଆସିବ।

ମାଲିକାଣୀ ଘରୁ ସୁନା ଚୋରି କରି ଗିରଫ ହେଲେ ଚାକରାଣୀ
ଭୁବନେଶ୍ବର: ଘର ସଫା କରିବା ବାହାନାରେ ହାତ ସଫେଇ କରୁଥିଲା ଘରକାମରେ ନିୟୋଜିତ ଚାକରାଣୀ। ମାଲିକାଣି ଘରେ ଥିବା ଅବସ୍ଥାରେ ସୁନାଗହଣା ଚୋରି କରୁଥିବା। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ । ଘରୁ ବିଭିନ୍ନ ପର୍ଯ୍ୟାୟରେ ସୁନା ଚେନଠୁ ଆରମ୍ଭ କରି ସୁନା ହାର, ସୁନାର କଡା ସମେତ ଗୋଲଡ଼ କଏନ ଓ ଲକେଟ ଚୋରି କରି ବ୍ୟାଙ୍କରୁ ଆଣିଥିଲା ଗୋଲଡ଼ ଲୋନ। ଏମିତି ଢ଼ଙ୍ଗରେ ମାଲିକ ଘରୁ କଳାକନା ବୁଲାଇ ଥିବା ସହାୟିକାକୁ ଗିରଫ କରିଛି  ଖଣ୍ଡଗିରି  ପୁଲିସ।

ଗିରଫ ହୋଇଥିବା ଚାକରାଣୀ ଜଣକ ହେଲେ ଇନ୍ଦୁ ରାଓ ତାଙ୍କ ଘର ଡୁମୁଡୁମା ରଘୁନାଥ ନଗରରେ । ଏହାସହ ତାକୁ ଏହି ଚୋରିରେ ସହଯୋଗ କରୁଥିବା ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀକୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଛି ପୁଲିସ। ତେବେ ସୁଚନା ମୂତାବକ, ଗତ ୧୯ ତାରିଖରେ ଏନେଇ ଖଣ୍ଡଗିରି ଥାନାରେ ଡୁମୁଡୁମାର ସଫ୍ଟଓ୍ବେୟାର ଇଂଞ୍ଜିନିୟର ନିବେଦିତା ଅଭିଯୋଗ କରିଥିଲେ।