MP Aparajita Sarangi - The Sakala
ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା, ରାଜ୍ୟ ବିକାଶ ଦେଖି ଇର୍ଷାପରାୟଣ ହେଉଛନ୍ତି ସାଂସଦ ମ୍ୟାଡ଼ାମ
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । ଅପରାଜିତାଙ୍କୁ କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମନ୍ଦିର ପ୍ରକଳ୍ପକୁ ରୋକିଥିଲେ, ମାଗିନାହାନ୍ତି କ୍ଷମା । ନିଜ ଦଳ ନେତାଙ୍କ ବେଆଇନ୍ କାମ ବେଳେ ମୁହଁ ବନ୍ଦ । ରାଜ୍ୟ ବିକାଶ ଦେଖି ଅପରାଜିତା ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛି ବିଜେଡି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।
ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସାଂସଦ ହେବାର ୪ ବର୍ଷ ହୋଇଯାଇଥିଲେ ମଧ୍ୟ ଭୁବନେଶ୍ବରବାସୀ ତଥା ଓଡ଼ିଶାବାସୀଙ୍କ ପାଇଁ କ’ଣ କରିଛନ୍ତି ଅପରାଜିତା ଷଡଙ୍ଗୀ । ରାଜ୍ୟର ବିକାଶରେ ଖୁସି ନାହାନ୍ତି ବିରୋଧୀ, ବିଭିନ୍ନ ପ୍ରସଙ୍ଗରେ ଭଙ୍ଗୁଆଳି ସାଜିଛି ବିଜେପି । ଯାହାକୁ ନେଇ ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛି ବିଜେଡି । ଇସ୍କନ ସର୍ଭିସ ରୋଡ୍ ଜାତୀୟ ରାଜପଥରେ ବର୍ଷା ଦିନେ ପାଣି ଜମୁଛି । ଯାହାଫଳରେ ରୋଗୀ, ଛାତ୍ରଛାତ୍ରୀ ତଥା ଜନସାଧାରଣ ନାନାଦି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ଚାରି ବର୍ଷ ଧରି ଏଠାରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ପାରୁନି । ଜଳବନ୍ଦୀ ସ୍ଥିତି କେବେ ସୁଧୁରିବ? ସେ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ସାଂସଦ ? ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥ ଦେଇ ଦୁଇ ଘଣ୍ଟା ଲାଗୁଛି । କାରଣ ରୋଡ୍ ମରାମତି ଚାଲିଥିବାରୁ ଗାଡି ଠିକ୍ ଭାବେ ଯାଇପାରୁନି । ଏହି ଲାଇଫଲାଇନ ରାସ୍ତା କାମ କେବେ ସୁଦ୍ଧା ସରିବ ଉତ୍ତର ରଖନ୍ତୁ ମ୍ୟାଡାମ ସାଂସଦ ।
ତିନି ଚାରି ବର୍ଷ ତଳେ କ୍ୟାପିଟାଲ ରିଜିଅନର ମାଷ୍ଟର ପ୍ଲାନ ହୋଇଥିଲା, ବାସ୍ତବିକ ରୂପ କେବେ ନେବ ? ଟେଲିକମ୍ ଏବେ ଜରୁରୀ ସେବାରେ ପରିଣତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଅନେକ ବ୍ଲକରେ ଡାଟା ସ୍ପିଡ୍ ବା ଟେଲି ଡେନସିଟି ପାଇ ପାରିଲେନି । ଏ ବାବଦରେ ସେ କେନ୍ଦ୍ରକୁ ଜଣାଇଛନ୍ତି କି ? ବ୍ୟଙ୍କିଂ ସେବା ଅଧିକ ରହିଲେ ଜନସାଧାରଣ ଅଧିକରୁ ଅଧିକ ସୁବିଧା ପାଇବେ । ବ୍ୟାଙ୍କଂ ନେଟଓ୍ୱାର୍କ ବଢ଼ାଇବା ପାଇଁ ଭୁବନେଶ୍ୱର ସାଂସଦ ଏ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । କେବଳ ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ସେ ନିଜ ଅନୁଗତଙ୍କ ସହ ସୁପ୍ରିମକୋର୍ଟରେ PIL ଫାଇଲ କରିଥିଲେ, ଯାହା ଖାରଜ ହେଲା । ସେହିପରି ଏକାମ୍ର ପ୍ରକଳ୍ପ ଅଟକାଇବାକୁ ଚେଷ୍ଟା କରିଥିଲେ. ହେଲେ ଆଜି ଯାଏ ସେ କ୍ଷମା ପ୍ରାର୍ଥନା କରି ନାହାନ୍ତି । ଓଡ଼ିଆଙ୍କ ମନରେ ଦୁଃଖ ଦେଇ କାହିଁକି କ୍ଷମା ମାଗି ନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି । ଆତ୍ମପ୍ରଚାରରେ, ପ୍ରତି ବର୍ଷ ରଙ୍ଗୀନ ରିପୋର୍ଟ କାର୍ଡ ଦେଲେ, ଲୋକଙ୍କ ପେଟ ପୂରିବନି । ଦିଲ୍ଲୀ ଦରବାରରେ ଲୋକଙ୍କ ସ୍ବର ପହଞ୍ଚାଇଥିଲେ ଲୋକଙ୍କ ସମସ୍ୟା ଦୂର ହୁଅନ୍ତା ବୋଲି ବିଜେଡି କହିଛି ।
ମହଙ୍ଗା ପଡିଲା ଦଳୀୟ କର୍ମୀଙ୍କୁ କ୍ରମାଗତଭାବେ ଅବହେଳା କରିବା, ଖୋର୍ଦ୍ଧାରେ ସାଂସଦ ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଜୋରଦାର ବିରୋଧ
ଖୋର୍ଦ୍ଧା: ପୁଣିଥରେ ବିଜେପି କର୍ମୀଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଓଳସିଂ ଗ୍ରାମକୁ ଯାଇଥିବାବେଳେ ଦଳୀୟ କର୍ମୀମାନେ ରାସ୍ତାରେ ପଥର ଥୋଇ ତାଙ୍କର ରାସ୍ତା ଅବରୋଧ କରିଛନ୍ତି । ‘ଗୋ ବ୍ୟାକ୍ ବିହାରୀ ଅପରାଜିତା’ ନାରା ଦେଇ ଚାରି ବର୍ଷ ହେଲା କୁଆଡେ ଯାଇଥିଲ ବୋଲି କହିବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ । ଦଳୀୟ କର୍ମୀଙ୍କ ପ୍ରବଳ ବିରୋଧ ଓ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଶେଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସେଠାରୁ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି । ସାଂସଦଙ୍କ ସାଥୀରେ ଥିବା ବିଜେପି ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର ମଧ୍ୟ ସେଠାରୁ ଫେରିଯାଇଥିଲେ ।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଓଳସିଂ ଗ୍ରାମରେ ଅପରାଜିତା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସହ ଏକ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ । ମାତ୍ର ଅପରାଜିତା ପହଞ୍ଚିବା ବେଳକୁ ବଡପୋଖରୀଆ ମଣ୍ଡଳ ସଭାପତି ବିପିନ ପାଲଟାସିଂ, ୯ନଂ ଜୋନ ବିଜେପି ଜିଲା ପରିଷଦ ପ୍ରାର୍ଥୀ ଆଶିଷ ଅରିଶଲଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ତାଙ୍କୁ ବିରୋଧ କରିଥିଲେ । ରାସ୍ତା ଉପରେ ପଥର ପକାଇ ତାଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇ ନ ଥିଲେ । ଫଳରେ ଅପରାଜିତା ବାଧ୍ୟ ହୋଇ ଗାଡିରୁ ଓହ୍ଳାଇ ଚାଲିଚାଲି ଯାଇ ଜଣକ ବାରଣ୍ଡାରେ ବସିଥିଲେ । ମାତ୍ର ସେଠାରେ ମଧ୍ୟ କର୍ମୀମାନେ ତାଙ୍କୁ ବେଢ଼ି ଯାଇ ଚାରି ବର୍ଷ ପରେ କୁଆଡ଼େ ଆସିଲେ ବୋଲି ପ୍ରଶ୍ନ କରିଥିଲେ । ନିଜସ୍ୱ ସଙ୍ଗଠନ ଗଢ଼ିବାକୁ ଯାଇ ଦଳରେ ଫାଟ ସୃଷ୍ଟି କରିବା, ଦଳୀୟ କର୍ମୀଙ୍କୁ କ୍ରମାଗତ ଭାବରେ ଅବହେଳା କରିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏପରିକି ତୁରନ୍ତ ଗାଁ ଛାଡ଼ି ଚାଲି ନ ଗଲେ ପରିସ୍ଥିତି ଖରାପ ହେବ ବୋଲି କିଛି କର୍ମୀ ସାଂସଦଙ୍କୁ ଚେତାବନୀ ଦେଇଥିଲେ ।
ଏହି ସମୟରେ କିଛି କର୍ମୀ ‘ବିହାରୀ ଅପରାଜିତା ଗୋ ବ୍ୟାକ୍’ ଓ ‘ଖୋର୍ଦ୍ଧା ବିଜେପି ହତ୍ୟାକାରୀ ଅପରାଜିତା ଗୋ ବ୍ୟାକ୍’ ଆଦି ସ୍ଲୋଗାନ ଦେଇଥିଲେ । କାହିଁକି ସେମାନଙ୍କୁ ଦଳୀୟ ବୈଠକୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଭୋଟରେ ଏହାର ଜବାବ ମିଳିବ ବୋଲି କର୍ମୀମାନେ ରୋକଠୋକ୍ କହିଥିଲେ । ଏପରିକି ଚାରି ବର୍ଷ ପରେ କାହିଁକି କର୍ମୀଙ୍କ କଥା ମନେ ପଡ଼ିଲା ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏପରି ଏକ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଅପରାଜିତା କେବେ କଳ୍ପନା କରି ନ ଥିଲେ, ଶେଷରେ ଅନନ୍ୟୋପାୟ ହୋଇ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କ ସହ ସେଠାରୁ ପଳାୟନ କରିଥିଲେ ।
କେବଳ ଓଳସିଂ ନୁହେଁ, ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ମଧ୍ୟ ଅପରାଜିତାଙ୍କୁ ବିରୋଧ କରାଯାଇଥିଲା । ଏପରିକି ମଣ୍ଡଳ ସଭାପତିମାନେ ଏକାଠି ହୋଇ ଅପରାଜିତାଙ୍କ ବେଗୁନିଆ ପ୍ରବେଶକୁ ବିରୋଧ କରିଥିଲେ । ଅପରାଜିତାଙ୍କ ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଭାପତିଙ୍କୁ ମଣ୍ଡଳ ମୁଖ୍ୟମାନେ ଚିଠି ଲେଖିଥିଲେ । ସାଂସଦ ଅପରାଜିତା ଦଳ ଓ ସଙ୍ଗଠନ ବୃଦ୍ଧି କରିବା ପରିବର୍ତ୍ତେ ଦଳକୁ ଖଣ୍ଡଖଣ୍ଡ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ ।
ମିଛ ରିପୋର୍ଟ କାର୍ଡ ଦେଇ ବାହାବାହା ସାଉଁଟୁଛନ୍ତି ଅହଂକାରୀ ସାଂସଦ, ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟରେ ୫ ଫର୍ଦ୍ଦ ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟ କାର୍ଡ଼ ମିଛ। ସେ ମିଛ ରିପୋର୍ଟ ଦେଇ ବାହାବାହା ସାଉଁଟୁଛନ୍ତି। ଅହଂକାରୀ ସାଂସଦ ଦଳୀୟ ସଙ୍ଗଠନକୁ ଦୁର୍ବଳ କରୁଛନ୍ତି। ସାଂସଦ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଦାନ କରୁଛନ୍ତି। ଏହାକୁ ବିରୋଧ କଲେ ଜିଲ୍ଲା ସଭାପତିଙ୍କୁ ହାତ ବାରିସୀ କରି ଦଳରୁ ବହିଷ୍କାର କରିବାକୁ ଧମକ ଦେଉଛନ୍ତି। ଅପରାଜିତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କରି ଦଳର କର୍ମୀ ଓ ନେତା। ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ବହୁ କର୍ମୀ ଓ ନେତା ଦଳର ଶୀର୍ଷ ନେତୃତ୍ୱ ନିକଟରେ ଏହି ମର୍ମରେ ୫ ଫର୍ଦ୍ଦିଆ ଅଭିଯୋଗ ଦାଖଲ କରିଛନ୍ତି।
ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଏହି ଅଭିଯୋଗପତ୍ର ପ୍ରଦାନ କରାଯାଇଥିବାବେଳେ ଏହାର ନକଲ ଦଳର ରାଷ୍ଟ୍ରୀୟ ସଭାପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ପଠାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ ନିଜକୁ ସଚ୍ଚୋଟ ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାଂସଦ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ତିଳେମାତ୍ର ସତ୍ୟତା ନାହିଁ। କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀ ନିର୍ବାଚନ ମଣ୍ଡଳୀ ଗସ୍ତ କରି ତଦନ୍ତ କଲେ ରିପୋର୍ଟ କାର୍ଡର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ସାଂସଦ ଅନୁଦାନ ଅର୍ଥକୁ ନିଜସ୍ୱ ସ୍ୱାର୍ଥ ପୂରଣ ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ବ୍ୟବହାର କରୁଛନ୍ତି। ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁଦାନ ପ୍ରଦାନ କରାଯାଉଛି। ସାଂସଦ ୟୁଥ୍‍ ଫର ଆକ୍ସନ, ଅଜିତା ଏବଂ ସମର୍ଥ ପରି ନିଜସ୍ୱ ସଂଗଠନ ମାଧ୍ୟମରେ ଦଳୀୟ ସଂଗଠନକୁ ଦୁର୍ବଳ କରିବା ପାଇଁ ସେ ଷଡ଼ଯନ୍ତ୍ର ଚଳାଇଛନ୍ତି ଏବଂ ଏହାକୁ ବିରୋଧ କରୁଥିବା ବିଜେପିର ସଚ୍ଚୋଟ ନେତା ଏବଂ କର୍ମୀଙ୍କୁ ଦଳର ଜିଲ୍ଲା ସଭାପତିଙ୍କ ଜରିଆରେ ବହିଷ୍କାର ଧମକ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନରେ ମୁଁ ନୁହେଁ ଆମେ ସ୍ଲୋଗାନ ଦେଉଥିବା ଅପରାଜିତା ଏବେ ସମ୍ପୂର୍ଣ୍ଣ ଅହଙ୍କାରୀ ହୋଇପଡ଼ିଛନ୍ତି। ନିର୍ବାଚନରେ ତାଙ୍କ ବିଜୟ ଦଳ ପାଇଁ ନୁହେଁ ବରଂ ନିଜ ପ୍ରଶାସନିକ ଅଭିଜ୍ଞତା ପାଇଁ ସମ୍ଭବ ହେଲା ବୋଲି କହି ବୁଲୁଛନ୍ତି। ନିଜର ସମାନ୍ତରାଳ ସଂଗଠନ କରି ଦଳର ଯୁବ, ମହିଳା ଏବଂ କୃଷକ ମୋର୍ଚ୍ଚା ସଂଗଠନକୁ ଦୁର୍ବଳ କରି ଚାଲିଛନ୍ତି। ଏଥିରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି ବୋଲି ବେଗୁନିଆ ଓ ବୋଲଗଡ଼ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।
ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବେଗୁନିଆ-ବୋଲଗଡ଼ରେ ବିନା ସାଂସଦଙ୍କ ଅନୁପସ୍ଥିତିରେ ଦଳ ୬୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୩ଟି ଜିଲ୍ଲା ପରିଷଦ ଜୋନ୍‍ ହାତେଇଥିଲା। ମାତ୍ର ସାଂସଦଙ୍କ ଅହଙ୍କାର, ନିଜ ପସନ୍ଦର ପ୍ରାର୍ଥୀ ଚୟନ, ସର୍ବୋପରି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ୩୦ ହଜାରରୁ କମ୍‍ ଭୋଟ ମିଳିଲା। ଏପରିକି ଦଳ ସବୁ ଜୋନ୍‍ରେ ପରାଜିତ ହୋଇଥିବା ବେଳେ ତିନି ନମ୍ବରକୁ ଖସି ଆସିଥିଲା। ଅପରାଜିତାଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାଜପା ସଂଗଠନ ସହ ଜଡ଼ିତ ନଥିବା ନିଜ ପସନ୍ଦର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି।
ଅନ୍ୟପକ୍ଷରେ କୌଣସି କାରଣ ନଥାଇ ମଣ୍ଡଳ ସଭାପତିମାନଙ୍କୁ କାରଡ଼ଣ ଦର୍ଶାଅ ନୋଟିସ୍‍ ଜାରି କରି ଦଳୀୟ ମଣ୍ଡଳ ସବାପତିମାନଙ୍କୁ ବହିଷ୍କାର କରୁଛନ୍ତି। ଯାହାଫଳରେ ନିର୍ବାଚନମଣ୍ଡଳୀରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେଣୁ ସାଂସଦଙ୍କ ବିରୋଧରେ ଦଳର ଶୀର୍ଷ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏଥିରେ ଅନୁରୋଧ କରାଯାଇଛି।
ଏହି ଅଭିଯୋଗପତ୍ରରେ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ସଞ୍ଜୟ କୁମାର ବେହେରା, ଦୌଲତ ଅଲ୍ଲୀ, ଅଶୋକ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ୍‍ କେ ହାଇଦର ଅଲ୍ଲୀ, ମନୋଜ ମହାପାତ୍ରଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ କୁମାର, ସୁବାସ ଚନ୍ଦ୍ର ମିଶ୍ର, ଧ୍ରୁବ ଚରଣ ବାହିନୀପତି ଏବଂ ବୋଲଗଡ଼, ବେଗୁନିଆର ବହୁ ପଦାଧିକାରୀ ସ୍ୱାକ୍ଷର କରିଛନ୍ତି। ଏହି ଅଭିଯୋଗପତ୍ରର ନକଲ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲଙ୍କୁ ମଧ୍ୟ ସେମାନେ ପଠାଇଥିବା ପ୍ରକାଶ କରିଛନ୍ତି।
ସାଂସଦଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ : ତେଜୁଛି ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ ନାରା
ଖୋର୍ଦ୍ଧା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢ଼଼ୁଛି ଅଡ଼ୁଆ। ରାଜ୍ୟ ସଙ୍ଗଠନରେ କୋଣଠେସା ହେବା ପରେ ଏବେ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ। ଏପରିକି ବେଗୁନିଆ ଅଞ୍ଚଳରେ ମଣ୍ଡଳ ସଭାପତିମାନେ ସାଂସଦଙ୍କୁ ନିଜ ଅଞ୍ଚଳରେ ପ୍ରବେଶ ଉପରେ ଲଗାଇଛନ୍ତି ଅଙ୍କୁଶ। ପଞ୍ଚାୟତ ଓ ପୌର ନିର୍ବାଚନରେ ଅପରାଜିତାଙ୍କ ଯୋଗୁଁ ଦଳ ପରାଭବ ଭୋଗିଥିବା ଅଭିଯୋଗ କରୁଥିବାବେଳେ ଏବେ ସଙ୍ଗଠନକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଦଳର ବହୁ ମଣ୍ଡଳ ସଭାପତି।
ଅପରାଜିତାଙ୍କ ପ୍ରତି ଦଳରେ କୁହୁଳୁଥିବା ଅସନ୍ତୋଷ ରବିବାର ବେଗୁନିଆରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ବୈଠକରେ ଦେଖିବାକୁ ମିଳିଛି। ଦଳର ମଣ୍ଡଳ ସଭାପତିମାନେ ‘ଅପରାଜିତା ହଟାଓ, ବେଗୁନିଆ ବଞ୍ଚାଅ’ ,  ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ସ୍ଲୋଗାନ ଦେଇ ତାଙ୍କୁ ଅଞ୍ଚଳରେ ପୂରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି। ମଣ୍ଡଳ ସଭାପତିମାନଙ୍କ ଏହି ବୈଠକରେ ଆଲୋଚନାର ବିଷୟ ଅପରାଜିତାଙ୍କଠାରୁ ଆରମ୍ଭ ହୋଇ ତାଙ୍କ ପ୍ରସଙ୍ଗରେ ଶେଷ ହୋଇଛି। ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ଜଣକ ପରେ ଜଣେ କେବଳ ଅପରାଜିତାଙ୍କ ବିରୋଧରେ ବିଶୋଦ୍‍ଗାର କରିଛନ୍ତି। ଏହି ଘଟଣା ଏବେ ବେଗୁନିଆ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଠୁ ସହର ଏବେ ସବୁଠି ଅପରାଜିତାଙ୍କ ବିରୋଧରେ ସ୍ୱର ପ୍ରତିଧ୍ୱନିତ ହୋଇଛି। ପୁଣିଥରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେଲେ ଅପରାଜିତାଙ୍କୁ ହଟାଇବାକୁ ପଡ଼ିବ ବୋଲି କେତେକ କର୍ମୀ ଖୋଲାଖୋଲି ପ୍ରକାଶ କରିଛନ୍ତି।
କେବଳ ଏତିକି ନୁହେଁ ସାଂସଦ ଅପରାଜିତାଙ୍କ ମନମୁଖୀ ଓ ଦଳ ବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା। ଦଳ ଭିତରେ ଏକ ନର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ଅନ୍ୟମାନଙ୍କୁ ଉପେକ୍ଷା କରାଯାଉଥିବାନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ମଣ୍ଡଳ ସଭାପତି ଅଭିଯୋଗ କରିଛନ୍ତି। ଅପରାଜିତାଙ୍କ ଏହିଭଳି ଭାବଧାରା ଜାରୀ ରହିଲେ ଆଗାମୀ ନିର୍ବାଚନରେ ବିଜେପି ମୂଳପୋଛ ହୋଇଯିବ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ରବିବାର ବେଗୁନିଆ କାର୍ଯ୍ୟାଳୟ ଠାରେ ୫ଟି ମଣ୍ଡଳର ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ହିଁ ଅପରାଜିତାଙ୍କ କାର୍ଯ୍ୟଶୈଳୀ, କର୍ମୀଙ୍କୁ ଅଣଦେଖା ନେଇ କାର୍ଯ୍ୟକର୍ତା ସ୍ୱର ଉତ୍ତୋଳନ କରିଥିଲେ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।
ଅପରାଜିତାଙ୍କ ଦୁର୍ବଳ ନେତୃତ୍ୱ ଯୋଗୁ ଦଳ ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲା। ଅପରାଜିତାଙ୍କ ସାଂଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତି, ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ରେ ଦଳ ସେଭଳି କୌଣସି ଆଖିଦୃଶିଆ ଫଳାଫଳ କରିପାରିଲା ନାହିଁ ବୋଲି ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଏପରିକି ଅପରାଜିତାଙ୍କର କାର୍ଯ୍ୟକୁ ବିରୋଧ କରି ଅନେକ କର୍ମୀ ଏବେ ଦଳଛାଡି ଅନ୍ୟଆଡେ ମୁଁହାଇଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା।
ଏ ସମ୍ପର୍କରେ ଆବଶ୍ୟକ ପଡ଼ିଲେ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ଶାନ୍ତି ଶେଖର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ୫ଟି ମଣ୍ଡଳର ସଭାପତି ଭଗବାନ ପଣ୍ଡା, ଯଜ୍ଞେଶ୍ବର ସୁନ୍ଦରାୟ, ସଞ୍ଜୟ ବେହେରା, ଅଶୋକ ରାଉତ, ଶେଖ ଦୈଲତ ଅଲ୍ଲୀ, ମାନସ ମହାପାତ୍ରଙ୍କ ସମେତ ବରିଷ୍ଠ ନେତା ସୁବାସ ଚନ୍ଦ୍ର ମିଶ୍ର, ଧୃବଚରଣ ବାହିନୀପତି, ସଞ୍ଜୟ ମହାପାତ୍ର, ଏସ୍‍.କେ. ହାଇଦର ଅଲ୍ଲୀ ଓ ସଞ୍ଜୟ ପ୍ରସାଦ ଛୁଆଳସିଂହ ଉପସ୍ଥିତ ଥିଲେ। ବିଗତ ଦିନରେ ବେଗୁନିଆରେ ହୋଇଥିବା କର୍ମୀ ସମ୍ମିଳନୀରେ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ଅଣଦେଖା କରାଯାଇଥିବା ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ଅପରାଜିତା। ଏପରିକି ଅପରାଜିତା ଏବଂ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କଥା କଟାକଟି ହୋଇଥିଲେ। ଉକ୍ତ ସମୟରେ ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହି ଘଟଣା ପରେ ଅପରାଜିତାଙ୍କ ଘନିଷ୍ଠ କୁହାଯାଉଥିବା ଜିଲ୍ଲା ବିଜେପି ସଭାପତି କିଛି ମଣ୍ଡଳ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି। ତେବେ କାହା ବିରୋଧରେ ପଦକ୍ଷେପ ନିଆଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ସବୁଠି ନିନ୍ଦା
ଭୁବନେଶ୍ୱର: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି। ସାଂସଦଙ୍କ ଏହି ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ସେବାୟତ ଓ ପୁରୀର ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ହେବା ଉଚିତ୍‌ ବୋଲି ସେମାନେ ଦାବି କରିଛନ୍ତି। ରାଜନୀତି କରିବାକୁ ଅନେକ କ୍ଷେତ୍ର ରହିଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ନେଇ ରାଜନୀତି କରାନଯାଉ। ସାଂସଦ ଆଜି ଯେଉଁ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେବାୟତ ଓ ବୁଦ୍ଧିଜୀବୀ କହିଛନ୍ତି ।
ସାଂସଦ ଅପରାଜିତାଙ୍କ ଏହି କାର୍ଯ୍ଯକଳାପକୁ ନେଇ ବର୍ଷିଲେ ପୁରୀ ସାଂସଦ ପିନାକୀ ମିଶ୍ର । ନିଜ ଦଳରେ ପତିଆରା ଜାହିର ପାଇଁ ଅପରାଜିତା ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ରାଜନୀତି କରୁଛନ୍ତି । ତାଙ୍କ ଦଳ ଯେତେବେଳେ ଏହି ପଦଯାତ୍ରାକୁ ସମର୍ଥନ କରୁନି, ସେତେବେଳେ ଅପରାଜିତା ଆଇନ ଉଲ୍ଲଂଘନ କରି ପଦଯାତ୍ରା କରିବାର ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଏଏସଆଇ ଓ ଏନଏମଏର ଅନୁମତି ନାହିଁ ବୋଲି ଅପରାଜିତା ବାରମ୍ବାର ଅଭିଯୋଗ କରୁଥିବା ବେଳେ ସେ ଆଇନ ବୁଝିପାରୁନାହାନ୍ତି ବୋଲି କହିଛନ୍ତି ପିନାକୀ ।
ସେହିପରି ସାଂସଦଙ୍କ ଏହି କାର୍ୟ୍ୟକୁ ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ପୋଲିସ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଟକଣା ଲଗାଇ ପାରିବ । ଯଦି ସେ ଏତେ ଲୋକଙ୍କୁ ନେଇ ଯାଇଛନ୍ତି, ତେବେ ସେଠାରେ ପ୍ରଶାସନ କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୫ଶହ ବର୍ଷ ପାଇଁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱରେ ଏହା ଆଦୃତ ହେଉଛି। ତେବେ ଆଶ୍ଚର୍ୟ୍ୟ କଥା କିଛି ଲୋକ ରାଜନୀତି କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା। ସେ ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ ଭାବେ ଜଣାଶୁଣା । ପୁରୀରେ ବି ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଜଗନ୍ନାଥଙ୍କ ଦ୍ବାହି ଦେଇ ନିଜ ରାଜନୈତିକ ଇଚ୍ଛା ପୂରଣ ପାଇଁ ଏଭଳି ହୀନ ଉଦ୍ୟମ କରୁଛନ୍ତି । ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।
ସେପଟେ ସାଂସଦଙ୍କ ଏହି କାର୍ଯ୍ଯକଳାପକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ଓ ଶୀତଳ ତରଙ୍ଗ ବେଉରିଆ। ଅପରାଜିତା କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପୂର୍ବତନ ପ୍ରଶାସିକା । ଆଇନ କାନୁନ ବିଷୟରେ ତାଙ୍କୁ ଭଲ ଭାବେ ଜଣା। ତାଙ୍କ ପୂର୍ବ ଘୋଷିତ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଆଇନ ଉଲ୍ଲଂଘନ ହୋଇଥିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବା କଥା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ଏହା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଧିଷ୍ଟ। ଜଣେ ସାଂସଦ ସର୍ବନିମ୍ନ ସୌଜନ୍ୟ ଦେଖାଇବା ସହ ଆଇନକୁ ସମ୍ମାନ ଦେବା କଥା। ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ଚେଲା ଚାମୁଣ୍ଡା ଧରି ଯାଇ ନ ଥାନ୍ତେ ବୋଲି କହିଛନ୍ତି ଶୀତଳ ତରଙ୍ଗ ବେଉରିଆ ।
ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ, ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ-ପିନାକୀ ମିଶ୍ର
ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଂଘନ ହେଉନାହିଁ । ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି-ଏନଏମଏର ଅନୁମତି ରହିଛି । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ କୌଣସି କ୍ଷେତ୍ରରେ ଆଇନର ଉଲ୍ଲଂଘନ ହୁଏ ନାହିଁ । ଏ ବିଶ୍ବାସ ଓଡିଶାବାସୀଙ୍କର ରହିଛି । ସେଥିପାଇଁ କ୍ରମାଗତ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତି ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ କେଉଁଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନି । କେବଳ ୪ ଟି ଟଏଲେଟ ନିର୍ମାଣ ଚାଲିଛି । ଦୁଇଟି ମହିଳାଙ୍କ ପାଇଁ ଓ ଦୁଇଟି ପୁରୁଷଙ୍କ ପାଇଁ ଟଏଲେଟ ନିର୍ମାଣ ହେଉଛି । ଭକ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି ।
ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ । ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇନଥିବା ଏବଂ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।
ସୂଚନା ଅନୁସାରେ, ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।