Aparajita Sarangi - The Sakala

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ
ରାଜ୍ୟ କ୍ୟାବିନେଟ୍ ଦ୍ୱାରା ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ବା ସ୍ଥଗିତ ରଖିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ସହ ହୋଇଥିବା ଏହି ବୃହତ ପ୍ରକଳ୍ପର ଚୁକ୍ତିକୁ ବାତିଲ୍ କରିଥିବା ବେଳେ, ଏହାର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହ ସେ ତାଙ୍କର ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୮ ତାରିଖରେ ଲେଖାଯାଇଥିବା ଏକ ବିସ୍ତୃତ ଚିଠିରେ ସେ ଦର୍ଶାଇଛନ୍ତି ଯେ, ଏଭଳି ଏକ ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ହଠାତ୍ ବନ୍ଦ କରିଦେବା ରାଜଧାନୀର ଦୀର୍ଘମିଆଦୀ ସହରାଞ୍ଚଳ ଯୋଜନା ଏବଂ ଜନସାଧାରଣଙ୍କ ଚାହିଦା ସହ ଆଦୌ ମେଳ ଖାଉନାହିଁ।

'ଲାଭ ପାଇଁ ନୁହେଁ, ଜନକଲ୍ୟାଣ ପାଇଁ ପ୍ରକଳ୍ପ'

ସାମାଜିକ ଗଣମାଧ୍ୟମ 'ଏକ୍ସ' (X)ରେ ନିଜର ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି, "କିଛି ପ୍ରକଳ୍ପ ଲାଭ ଆଶାରେ ନୁହେଁ, ବରଂ ବୃହତ୍ତର ଜନକଲ୍ୟାଣ ପାଇଁ କରାଯାଇଥାଏ।" ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୬,୨୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଟ୍ରାଫିକ୍ ସମସ୍ୟାର ସମାଧାନ ହେବ ମେଟ୍ରୋ

ଭୁବନେଶ୍ୱରରେ ଦ୍ରୁତ ନଗରୀକରଣ ଯୋଗୁଁ ବଢୁଥିବା ଟ୍ରାଫିକ୍ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସହର ଏବେ ଏକ ଜଟିଳ ସ୍ଥିତିରେ ପହଞ୍ଚିଲାଣି। ଏକ ଉଚ୍ଚ-କ୍ଷମତାସମ୍ପନ୍ନ, ଆଧୁନିକ ତଥା ଶସ୍ତା ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ମେଟ୍ରୋ ରେଳ ହିଁ ଏକମାତ୍ର ଦୀର୍ଘମିଆଦୀ ବିକଳ୍ପ। ଏହା କେବଳ ଭୁବନେଶ୍ୱର ନୁହେଁ, ବରଂ ଲାଗି ରହିଥିବା କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ପରିବହନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ଏହାଦ୍ୱାରା ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଦିବ୍ୟାଙ୍ଗମାନେ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ସାଂସଦ ଅପରାଜିତା ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ: କାର୍ତ୍ତିକ ପାଣ୍ଡିଆନ
ବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇଥାନ୍ତା। ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।

କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ। କିନ୍ତୁ ସେ ଅମାନିଆ ହେଲେ। ବୋଧହୁଏ ଦେଶରେ ସେ ଏକମାତ୍ର ଜନପ୍ରତିନିଧି, ଯିଏ କୋଭିଡ ନିୟମ ଭଙ୍ଗିବାରୁ ତାଙ୍କ ଉପରେ ଫାଇନ ଲାଗୁ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ସେହିପରି ବୀର ପାଇକଙ୍କ ରକ୍ତ ଓ ତ୍ୟାଗକୁ ସମ୍ମାନ ଦେବାକୁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରି ଥର ଚିଠି ଲେଖିଛନ୍ତି। କିନ୍ତୁ ସାଂସଦ ମହୋଦୟା ଥରେ ହେଲେ କେନ୍ଦ୍ରରେ ଦାବି କରିନାହାଁନ୍ତି କି ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। ସାଂସଦ ଅପରାଜିତା କିନ୍ତୁ ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କଲେ କାର୍ତ୍ତିକ ପାଣ୍ଡିଆନ।

ଅପରାଜିତାଙ୍କ କେଳେଙ୍କାରୀର ଫର୍ଦ୍ଦ ଖୋଲିଲା ଅଭିଭାବକ ସଂଘ, ଗଣଶିକ୍ଷା ସଚିବ ଥିବାବେଳେ ଘରୋଇ ସ୍କୁଲକୁ ଅବାଞ୍ଛିତ ଅନୁକମ୍ପା
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅତୀତର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି ରାଜ୍ୟ ଅଭିଭାବକ ମହାସଂଘ। ଶ୍ରୀମତୀ ଷଡ଼ଙ୍ଗୀ ୨୦୧୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ନେଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ କେବଳ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି, ପକ୍ଷାନ୍ତରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ପ୍ରତି ଅବାଞ୍ଛିତ ଅନୁକମ୍ପା ପୋଷଣ କରିଥିବା ମହାସଂଘ ଅଭିଯୋଗ କରିଛି। ଅପରାଜିତାଙ୍କ ଏହି ଐତିହାସିକ ଭୁଲ ଯୋଗୁଁ ଶିକ୍ଷା ଅଧିକାର ଆଇନ ୨୦୦୯ରେ ଅନୁସୂଚୀତ ଜାତି, ଜନଜାତି ଓ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ସେମାନଙ୍କ ପାଇଁ ସଂରକ୍ଷିତ ୨୫% ସ୍ଥାନରୁ ବଞ୍ଚିତ ହୋଇଛନ୍ତି ଏବଂ ଅନ୍ୟପକ୍ଷରେ ଘରୋଇ ସ୍କୁଲଗୁଡ଼ିକ ଏହି ସ୍ଥାନରେ ସ୍ୱଚ୍ଛଳ ବର୍ଗର ପିଲାମାନଙ୍କ ନାମ ଲେଖାଇ ୨୫୦ରୁ ୩୦୦ କୋଟି ଟଙ୍କା ଉପାର୍ଜନ କରିଛନ୍ତି ବୋଲି ଅଭିଭାବକ ମହାସଂଘ ଅଭିଯୋଗ କରିଛି।

ରାଜ୍ୟ ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଅପରାଜିତା ଷଡ଼ଙ୍ଗୀ ୨୦୧୧ ମସିହାରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲକୁ ଅନୁକମ୍ପା ଦେଖାଇଛନ୍ତି। ଶିକ୍ଷା ଅଧିକାର ଆଇନରେ ଘରୋଇ ସ୍କୁଲରେ ୨୫% ଆର୍ଥିକ ଦୁର୍ବଳ, ଅନୁସୂଚୀତ ଜାତି ଓ ଜନଜାତି ପିଲାଙ୍କ ନାମ ଲେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଶ୍ରୀମତୀ ଷଡ଼ଙ୍ଗୀ ଘରୋଇ ସ୍କୁଲଗୁଡ଼ିକ ପାଇଁ ଏହି ନିୟମକୁ କୋହଳ କରିବାରୁ ୨୫% ଦୁର୍ବଳ ଶ୍ରେଣୀର ପିଲା ତ ନାମ ଲେଖାଇ ପାରିଲେ ନାର୍ହି, ଅନ୍ୟପକ୍ଷରେ ସେହିସ୍ଥାନରେ ଅନ୍ୟ ସାଧାରଣ ବର୍ଗର ପିଲାଙ୍କୁ ନାମ ଲେଖା ସୁଯୋଗ ପାଇ ଘରୋଇ ସ୍କୁଲଗୁଡ଼ିକ ବ୍ୟାପକ ଭାବରେ ଲାଭାନ୍ୱିତ ହେଲେ। ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ରୂପେ ଦାୟୀ।

୨୦୧୧ ସେପ୍ଟେମ୍ବର ୮ ତାରିଖରେ ଗୋଟିଏ ନାମୀ ବେସରକାରୀ ସ୍କୁଲର ଅଧ୍ୟକ୍ଷ ତତ୍‌‌କାଳୀନ ଗଣଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ। ସଂରକ୍ଷିତ ୨୫% ସିଟରେ ବିନା ମୂଲ୍ୟରେ ପାଠ ପଢ଼ିବା ପାଇଁ ପିଲା ମିଳୁ ନାହାନ୍ତି, ତେଣୁ ବହୁତ କ୍ଷତି ହେଉଛି। ତେଣୁ ୨୫% ସିଟ୍‌‌ ସଂରକ୍ଷଣ ହଟାଇ ଉକ୍ତ ସ୍ଥାନରେ ସାଧାରଣ ବର୍ଗ ପିଲାଙ୍କ ନାମ ଲେଖା ନିମନ୍ତେ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଆଇନତଃ ଏହା ଗ୍ରହଣୀୟ ହୋଇ ନ ଥିବାରୁ ବିଭାଗର ଅଧିକାରୀମାନେ ଏହାକୁ ଗ୍ରହଣ କରି ନ ଥିଲେ। ଗରିବ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ୨୫% ଆସନ ସାଧାରଣ ବର୍ଗର ପିଲାଙ୍କୁ ଦିଆଯାଇ ପାରିବ ନାହିଁ। ତେଣୁ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୈଫିୟତ ତଲବ କରିବାକୁ ବିଭାଗୀୟ ଅଧିକାରୀମାନେ ସଚିବଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ତତ୍‌‌କାଳୀନ ସଚିବ ଅପରାଜିତା ଷଡ଼ଙ୍ଗୀ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଜଣେ ପରାମର୍ଶଦାତା ନିଯୁକ୍ତ କରି ତାଙ୍କ ମାଧ୍ୟମରେ ଘରୋଇ ସ୍କୁଲରେ ୨୫% ସଂରକ୍ଷିତ ଆସନରେ ସାଧାରଣ ବର୍ଗର ପିଲାଙ୍କ ନାମଲେଖା ନିମନ୍ତେ ଅନୁମତି ଦେଇଥିବା ଅଭିଭାବକ ସଂଘ ଅଭିଯୋଗ କରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ତତ୍‌‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏଥିନିମନ୍ତେ ମନ୍ତ୍ରୀ ବା ସରକାରଙ୍କ ଅନୁମତି ନ ନେଇ ଏପରି ନିଷ୍ପତ୍ତି ନେଇଥିଲେ। ଫଳରେ ସମ୍ପୃକ୍ତ ଘରୋଇ ବିଦ୍ୟାଳୟ ଗତ ୧୦ ବର୍ଷରେ ମ୍ୟାନେଜମେଣ୍ଟ କୋଟା ନାମରେ ଏହି ସିଟ୍‌‌ରେ ସାଧାରଣ ବର୍ଗର ପିଲାଙ୍କ ନାମ ଲେଖାଇ ୬୫ କୋଟି ଟଙ୍କା ରୋଜଗାର କରିଛି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ଐତିହାସିକ ଭୁଲ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କିଛି ନିର୍ଦ୍ଦିଷ୍ଟ ବିଦ୍ୟାଳୟ ପ୍ରାୟ ୨୫୦ କୋଟି ଟଙ୍କାର ରୋଜଗାର କରିଛି। ଅପରାଜିତା ଷଡ଼ଙ୍ଗୀଙ୍କ ଏହି ନିର୍ଦ୍ଦେଶ ଗରିବ, ନିରୀହ, ଦୁଃଖୀ, ଆଦିବାସୀ, ଦଳିତ ପିଲାମାନଙ୍କ ଗୁଣାତ୍ମକ ପାଠପଢ଼ାରେ ଡ଼ୋରି ବାନ୍ଧି ଦେଇଛି। ଆକଳନ ଅନୁସାରେ ପ୍ରତି ବର୍ଷ ପ୍ରାୟ ୬୦ ହଜାର ଗରିବ ପିଲା ଘରୋଇ ବିଦ୍ୟାଳୟରେ ବିନା ଦେୟରେ ପାଠ ପଢ଼଼ାରୁ ବଞ୍ଚିତ ହୋଇଛନ୍ତି ଓ ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଉତ୍ତରଦାୟୀ। ଏହିପରି ଏକ ଐତିହାସିକ ଭୁଲ କରିଥିବାରୁ ସେ କ୍ଷମାପ୍ରାର୍ଥର୍ନା କରିବା ଆବଶ୍ୟକ। ଅନୁରୂପ ଭାବରେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଭାବକ ମହାସଂଘ ପକ୍ଷରୁ ଶ୍ରୀ ଭଟ୍ଟ ଦାବି କରିଛନ୍ତି।

ମିଛ ରିପୋର୍ଟ କାର୍ଡ ଦେଇ ବାହାବାହା ସାଉଁଟୁଛନ୍ତି ଅହଂକାରୀ ସାଂସଦ, ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟରେ ୫ ଫର୍ଦ୍ଦ ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟ କାର୍ଡ଼ ମିଛ। ସେ ମିଛ ରିପୋର୍ଟ ଦେଇ ବାହାବାହା ସାଉଁଟୁଛନ୍ତି। ଅହଂକାରୀ ସାଂସଦ ଦଳୀୟ ସଙ୍ଗଠନକୁ ଦୁର୍ବଳ କରୁଛନ୍ତି। ସାଂସଦ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଦାନ କରୁଛନ୍ତି। ଏହାକୁ ବିରୋଧ କଲେ ଜିଲ୍ଲା ସଭାପତିଙ୍କୁ ହାତ ବାରିସୀ କରି ଦଳରୁ ବହିଷ୍କାର କରିବାକୁ ଧମକ ଦେଉଛନ୍ତି। ଅପରାଜିତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କରି ଦଳର କର୍ମୀ ଓ ନେତା। ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ବହୁ କର୍ମୀ ଓ ନେତା ଦଳର ଶୀର୍ଷ ନେତୃତ୍ୱ ନିକଟରେ ଏହି ମର୍ମରେ ୫ ଫର୍ଦ୍ଦିଆ ଅଭିଯୋଗ ଦାଖଲ କରିଛନ୍ତି।

ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଏହି ଅଭିଯୋଗପତ୍ର ପ୍ରଦାନ କରାଯାଇଥିବାବେଳେ ଏହାର ନକଲ ଦଳର ରାଷ୍ଟ୍ରୀୟ ସଭାପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ପଠାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ ନିଜକୁ ସଚ୍ଚୋଟ ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାଂସଦ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ତିଳେମାତ୍ର ସତ୍ୟତା ନାହିଁ। କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀ ନିର୍ବାଚନ ମଣ୍ଡଳୀ ଗସ୍ତ କରି ତଦନ୍ତ କଲେ ରିପୋର୍ଟ କାର୍ଡର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ସାଂସଦ ଅନୁଦାନ ଅର୍ଥକୁ ନିଜସ୍ୱ ସ୍ୱାର୍ଥ ପୂରଣ ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ବ୍ୟବହାର କରୁଛନ୍ତି। ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁଦାନ ପ୍ରଦାନ କରାଯାଉଛି। ସାଂସଦ ୟୁଥ୍‍ ଫର ଆକ୍ସନ, ଅଜିତା ଏବଂ ସମର୍ଥ ପରି ନିଜସ୍ୱ ସଂଗଠନ ମାଧ୍ୟମରେ ଦଳୀୟ ସଂଗଠନକୁ ଦୁର୍ବଳ କରିବା ପାଇଁ ସେ ଷଡ଼ଯନ୍ତ୍ର ଚଳାଇଛନ୍ତି ଏବଂ ଏହାକୁ ବିରୋଧ କରୁଥିବା ବିଜେପିର ସଚ୍ଚୋଟ ନେତା ଏବଂ କର୍ମୀଙ୍କୁ ଦଳର ଜିଲ୍ଲା ସଭାପତିଙ୍କ ଜରିଆରେ ବହିଷ୍କାର ଧମକ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନରେ ମୁଁ ନୁହେଁ ଆମେ ସ୍ଲୋଗାନ ଦେଉଥିବା ଅପରାଜିତା ଏବେ ସମ୍ପୂର୍ଣ୍ଣ ଅହଙ୍କାରୀ ହୋଇପଡ଼ିଛନ୍ତି। ନିର୍ବାଚନରେ ତାଙ୍କ ବିଜୟ ଦଳ ପାଇଁ ନୁହେଁ ବରଂ ନିଜ ପ୍ରଶାସନିକ ଅଭିଜ୍ଞତା ପାଇଁ ସମ୍ଭବ ହେଲା ବୋଲି କହି ବୁଲୁଛନ୍ତି। ନିଜର ସମାନ୍ତରାଳ ସଂଗଠନ କରି ଦଳର ଯୁବ, ମହିଳା ଏବଂ କୃଷକ ମୋର୍ଚ୍ଚା ସଂଗଠନକୁ ଦୁର୍ବଳ କରି ଚାଲିଛନ୍ତି। ଏଥିରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି ବୋଲି ବେଗୁନିଆ ଓ ବୋଲଗଡ଼ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବେଗୁନିଆ-ବୋଲଗଡ଼ରେ ବିନା ସାଂସଦଙ୍କ ଅନୁପସ୍ଥିତିରେ ଦଳ ୬୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୩ଟି ଜିଲ୍ଲା ପରିଷଦ ଜୋନ୍‍ ହାତେଇଥିଲା। ମାତ୍ର ସାଂସଦଙ୍କ ଅହଙ୍କାର, ନିଜ ପସନ୍ଦର ପ୍ରାର୍ଥୀ ଚୟନ, ସର୍ବୋପରି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ୩୦ ହଜାରରୁ କମ୍‍ ଭୋଟ ମିଳିଲା। ଏପରିକି ଦଳ ସବୁ ଜୋନ୍‍ରେ ପରାଜିତ ହୋଇଥିବା ବେଳେ ତିନି ନମ୍ବରକୁ ଖସି ଆସିଥିଲା। ଅପରାଜିତାଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାଜପା ସଂଗଠନ ସହ ଜଡ଼ିତ ନଥିବା ନିଜ ପସନ୍ଦର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି।

ଅନ୍ୟପକ୍ଷରେ କୌଣସି କାରଣ ନଥାଇ ମଣ୍ଡଳ ସଭାପତିମାନଙ୍କୁ କାରଡ଼ଣ ଦର୍ଶାଅ ନୋଟିସ୍‍ ଜାରି କରି ଦଳୀୟ ମଣ୍ଡଳ ସବାପତିମାନଙ୍କୁ ବହିଷ୍କାର କରୁଛନ୍ତି। ଯାହାଫଳରେ ନିର୍ବାଚନମଣ୍ଡଳୀରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେଣୁ ସାଂସଦଙ୍କ ବିରୋଧରେ ଦଳର ଶୀର୍ଷ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏଥିରେ ଅନୁରୋଧ କରାଯାଇଛି।

ଏହି ଅଭିଯୋଗପତ୍ରରେ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ସଞ୍ଜୟ କୁମାର ବେହେରା, ଦୌଲତ ଅଲ୍ଲୀ, ଅଶୋକ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ୍‍ କେ ହାଇଦର ଅଲ୍ଲୀ, ମନୋଜ ମହାପାତ୍ରଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ କୁମାର, ସୁବାସ ଚନ୍ଦ୍ର ମିଶ୍ର, ଧ୍ରୁବ ଚରଣ ବାହିନୀପତି ଏବଂ ବୋଲଗଡ଼, ବେଗୁନିଆର ବହୁ ପଦାଧିକାରୀ ସ୍ୱାକ୍ଷର କରିଛନ୍ତି। ଏହି ଅଭିଯୋଗପତ୍ରର ନକଲ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲଙ୍କୁ ମଧ୍ୟ ସେମାନେ ପଠାଇଥିବା ପ୍ରକାଶ କରିଛନ୍ତି।

ସାଂସଦଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ : ତେଜୁଛି ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ ନାରା
ଖୋର୍ଦ୍ଧା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢ଼଼ୁଛି ଅଡ଼ୁଆ। ରାଜ୍ୟ ସଙ୍ଗଠନରେ କୋଣଠେସା ହେବା ପରେ ଏବେ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ। ଏପରିକି ବେଗୁନିଆ ଅଞ୍ଚଳରେ ମଣ୍ଡଳ ସଭାପତିମାନେ ସାଂସଦଙ୍କୁ ନିଜ ଅଞ୍ଚଳରେ ପ୍ରବେଶ ଉପରେ ଲଗାଇଛନ୍ତି ଅଙ୍କୁଶ। ପଞ୍ଚାୟତ ଓ ପୌର ନିର୍ବାଚନରେ ଅପରାଜିତାଙ୍କ ଯୋଗୁଁ ଦଳ ପରାଭବ ଭୋଗିଥିବା ଅଭିଯୋଗ କରୁଥିବାବେଳେ ଏବେ ସଙ୍ଗଠନକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଦଳର ବହୁ ମଣ୍ଡଳ ସଭାପତି।

ଅପରାଜିତାଙ୍କ ପ୍ରତି ଦଳରେ କୁହୁଳୁଥିବା ଅସନ୍ତୋଷ ରବିବାର ବେଗୁନିଆରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ବୈଠକରେ ଦେଖିବାକୁ ମିଳିଛି। ଦଳର ମଣ୍ଡଳ ସଭାପତିମାନେ ‘ଅପରାଜିତା ହଟାଓ, ବେଗୁନିଆ ବଞ୍ଚାଅ’ ,  ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ସ୍ଲୋଗାନ ଦେଇ ତାଙ୍କୁ ଅଞ୍ଚଳରେ ପୂରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି। ମଣ୍ଡଳ ସଭାପତିମାନଙ୍କ ଏହି ବୈଠକରେ ଆଲୋଚନାର ବିଷୟ ଅପରାଜିତାଙ୍କଠାରୁ ଆରମ୍ଭ ହୋଇ ତାଙ୍କ ପ୍ରସଙ୍ଗରେ ଶେଷ ହୋଇଛି। ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ଜଣକ ପରେ ଜଣେ କେବଳ ଅପରାଜିତାଙ୍କ ବିରୋଧରେ ବିଶୋଦ୍‍ଗାର କରିଛନ୍ତି। ଏହି ଘଟଣା ଏବେ ବେଗୁନିଆ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଠୁ ସହର ଏବେ ସବୁଠି ଅପରାଜିତାଙ୍କ ବିରୋଧରେ ସ୍ୱର ପ୍ରତିଧ୍ୱନିତ ହୋଇଛି। ପୁଣିଥରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେଲେ ଅପରାଜିତାଙ୍କୁ ହଟାଇବାକୁ ପଡ଼ିବ ବୋଲି କେତେକ କର୍ମୀ ଖୋଲାଖୋଲି ପ୍ରକାଶ କରିଛନ୍ତି।

କେବଳ ଏତିକି ନୁହେଁ ସାଂସଦ ଅପରାଜିତାଙ୍କ ମନମୁଖୀ ଓ ଦଳ ବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା। ଦଳ ଭିତରେ ଏକ ନର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ଅନ୍ୟମାନଙ୍କୁ ଉପେକ୍ଷା କରାଯାଉଥିବାନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ମଣ୍ଡଳ ସଭାପତି ଅଭିଯୋଗ କରିଛନ୍ତି। ଅପରାଜିତାଙ୍କ ଏହିଭଳି ଭାବଧାରା ଜାରୀ ରହିଲେ ଆଗାମୀ ନିର୍ବାଚନରେ ବିଜେପି ମୂଳପୋଛ ହୋଇଯିବ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ରବିବାର ବେଗୁନିଆ କାର୍ଯ୍ୟାଳୟ ଠାରେ ୫ଟି ମଣ୍ଡଳର ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ହିଁ ଅପରାଜିତାଙ୍କ କାର୍ଯ୍ୟଶୈଳୀ, କର୍ମୀଙ୍କୁ ଅଣଦେଖା ନେଇ କାର୍ଯ୍ୟକର୍ତା ସ୍ୱର ଉତ୍ତୋଳନ କରିଥିଲେ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।

ଅପରାଜିତାଙ୍କ ଦୁର୍ବଳ ନେତୃତ୍ୱ ଯୋଗୁ ଦଳ ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲା। ଅପରାଜିତାଙ୍କ ସାଂଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତି, ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ରେ ଦଳ ସେଭଳି କୌଣସି ଆଖିଦୃଶିଆ ଫଳାଫଳ କରିପାରିଲା ନାହିଁ ବୋଲି ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଏପରିକି ଅପରାଜିତାଙ୍କର କାର୍ଯ୍ୟକୁ ବିରୋଧ କରି ଅନେକ କର୍ମୀ ଏବେ ଦଳଛାଡି ଅନ୍ୟଆଡେ ମୁଁହାଇଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା।

ଏ ସମ୍ପର୍କରେ ଆବଶ୍ୟକ ପଡ଼ିଲେ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ଶାନ୍ତି ଶେଖର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ୫ଟି ମଣ୍ଡଳର ସଭାପତି ଭଗବାନ ପଣ୍ଡା, ଯଜ୍ଞେଶ୍ବର ସୁନ୍ଦରାୟ, ସଞ୍ଜୟ ବେହେରା, ଅଶୋକ ରାଉତ, ଶେଖ ଦୈଲତ ଅଲ୍ଲୀ, ମାନସ ମହାପାତ୍ରଙ୍କ ସମେତ ବରିଷ୍ଠ ନେତା ସୁବାସ ଚନ୍ଦ୍ର ମିଶ୍ର, ଧୃବଚରଣ ବାହିନୀପତି, ସଞ୍ଜୟ ମହାପାତ୍ର, ଏସ୍‍.କେ. ହାଇଦର ଅଲ୍ଲୀ ଓ ସଞ୍ଜୟ ପ୍ରସାଦ ଛୁଆଳସିଂହ ଉପସ୍ଥିତ ଥିଲେ। ବିଗତ ଦିନରେ ବେଗୁନିଆରେ ହୋଇଥିବା କର୍ମୀ ସମ୍ମିଳନୀରେ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ଅଣଦେଖା କରାଯାଇଥିବା ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ଅପରାଜିତା। ଏପରିକି ଅପରାଜିତା ଏବଂ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କଥା କଟାକଟି ହୋଇଥିଲେ। ଉକ୍ତ ସମୟରେ ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହି ଘଟଣା ପରେ ଅପରାଜିତାଙ୍କ ଘନିଷ୍ଠ କୁହାଯାଉଥିବା ଜିଲ୍ଲା ବିଜେପି ସଭାପତି କିଛି ମଣ୍ଡଳ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି। ତେବେ କାହା ବିରୋଧରେ ପଦକ୍ଷେପ ନିଆଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।

ସୂଚନା ଅନୁସାରେ, ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।