Cryptocurrency - The Sakala

ଫେସବୁକ୍ ପ୍ରେମରୁ ୫୮ ଲକ୍ଷ ଟଙ୍କାର ଚୂନ: ଅହମ୍ମଦାବାଦରେ ବରିଷ୍ଠ ଓକିଲଙ୍କୁ କ୍ରିପ୍ଟୋକରେନ୍ସି ଠକେଇ
ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା କେତେ ବିପଜ୍ଜନକ ହୋଇପାରେ, ତାର ଏକ ଚାଞ୍ଚଲ୍ୟକର ଉଦାହରଣ ଗୁଜରାଟର ଅହମ୍ମଦାବାଦରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ବରିଷ୍ଠ ଆଇନଜୀବୀ ଫେସବୁକ୍ ପ୍ରେମ ଜାଲରେ ଫସି ନିଜର ଜୀବନ ସାରାର ପୁଞ୍ଜି ହରାଇଛନ୍ତି। ବିବାହର ପ୍ରତିଶ୍ରୁତି ଏବଂ କ୍ରିପ୍ଟୋକରେନ୍ସିରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଜଣେ ମହିଳା ତାଙ୍କଠାରୁ ପ୍ରାୟ ୫୭.୯ ଲକ୍ଷ (ପ୍ରାୟ ୫୮ ଲକ୍ଷ) ଟଙ୍କା ଠକି ନେଇଛନ୍ତି। ଏନେଇ ପୀଡ଼ିତ ଜଣକ ଅହମ୍ମଦାବାଦ ସାଇବର କ୍ରାଇମ୍ ସେଲ୍‌ରେ ଅଭିଯୋଗ କରିଛନ୍ତି।

ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ସମ୍ପର୍କ

ସୂଚନା ଅନୁଯାୟୀ, ଅହମ୍ମଦାବାଦର ଶିଲାଜ୍ ଅଞ୍ଚଳରେ ରହୁଥିବା ଆଇନଜୀବୀ ଗିରିଧାରୀଲାଲ ଯୁଗଳକିଶୋର ଶର୍ମା ଗତ ୨୦୨୫ ନଭେମ୍ବର ମାସରେ ଫେସବୁକ୍ ମାଧ୍ୟମରେ 'ଲକ୍ଷ୍ମୀଦେବୀ ରେଡ୍ଡୀ' ନାମକ ଏକ ପ୍ରୋଫାଇଲ୍ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ଫେସବୁକ୍ ମେସେଜ୍ ଏବଂ ପରେ ହ୍ୱାଟ୍ସଆପ୍ ଚାଟ୍ ଓ ଭିଡିଓ କଲ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା। ଅଭିଯୁକ୍ତ ମହିଳା ନିଜକୁ ଜଣେ ଧନୀ ଫାଇନାନ୍ସ ପ୍ରଫେସନାଲ୍ ଭାବେ ପରିଚୟ ଦେବା ସହ ଆଇନଜୀବୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏପରିକି ବିବାହ ପରେ ଇଟାଲୀର ମିଲାନ୍ ସହରରେ ସବୁଦିନ ପାଇଁ ରହିବାକୁ ସେ ସ୍ୱପ୍ନ ଦେଖାଇଥିଲେ। ଫଳରେ ବୃଦ୍ଧ ଆଇନଜୀବୀ ଜଣକ ତାଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଯାଇଥିଲେ।

ନକଲି ଆପ୍‌ରେ କ୍ରିପ୍ଟୋ ନିବେଶ ଫାଶ

ବିଶ୍ୱାସ ଜିତିବା ପରେ ମହିଳା ଜଣକ କ୍ରିପ୍ଟୋକରେନ୍ସି ଟ୍ରେଡିଂରେ ଅଧିକ ଲାଭ ମିଳିବାର ପ୍ରଲୋଭନ ଦେଖାଇଥିଲେ। ସେ ପୀଡ଼ିତଙ୍କୁ ଆମେରିକାର ଏକ ନକଲି ଟ୍ରେଡିଂ ପ୍ଲାଟଫର୍ମ "CBOE US" ନାମକ ଏକ ଆପ୍‌ ଡାଉନଲୋଡ୍ କରିବାକୁ ଲିଙ୍କ୍ ପଠାଇଥିଲେ ଏବଂ ୟୁଏସଡିଟି (USDT) ରେ ଟ୍ରେଡିଂ କରିବାକୁ କହିଥିଲେ। ମହିଳାଙ୍କ କଥାରେ ପଡ଼ି ଆଇନଜୀବୀ ଜଣକ ପ୍ରଥମେ ୫୦,୦୦୦ ଟଙ୍କା ନିବେଶ କରିଥିଲେ।

ଠକଙ୍କ 'ହୁକ୍' ଟାକ୍ଟିକ୍ସ

ଠକମାନେ ନିଜର ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ଆରମ୍ଭରୁ ପୀଡ଼ିତଙ୍କୁ କିଛି ଲାଭାଂଶ ପ୍ରଦାନ କରିଥିଲେ। ପ୍ରଥମ ନିବେଶରୁ ତାଙ୍କୁ ୫,୦୦୦ ଟଙ୍କାର ଲାଭ ମିଳିଥିଲା ଏବଂ ସେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨.୧ ଲକ୍ଷ ଟଙ୍କା ଉଠାଣ କରିପାରିଥିଲେ। ଏହାଦ୍ୱାରା ଆପ୍ ଏବଂ ମହିଳାଙ୍କ ଉପରେ ଆଇନଜୀବୀଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଯାଇଥିଲା।

୫୮ ଲକ୍ଷର ଚୂନ ଓ ପୋଲିସରେ ଅଭିଯୋଗ

ଆପ୍‌ରେ ନିଜ ଆକାଉଣ୍ଟରେ ୧.୯ ଲକ୍ଷ ୟୁଏସଡିଟି (USDT) ର ନକଲି ଲାଭ ଦେଖି ଉତ୍ସାହିତ ହୋଇ ପୀଡ଼ିତ ଜଣକ ଜାନୁଆରୀ ୮ ରୁ ୨୯ ତାରିଖ ମଧ୍ୟରେ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୬୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ସେହି ଟଙ୍କା ଉଠାଇବାକୁ ଚେଷ୍ଟା କଲେ, ତାଙ୍କୁ ଟିକସ (ଟ୍ୟାକ୍ସ) ନାମରେ ଆହୁରି ଅଧିକ ଦେୟ ମାଗିଥିଲେ ତଥା ଯୋଗାଯୋଗ ବନ୍ଦ କରିଦେଇଥିଲେ। ମୋଟ ୬୦ ଲକ୍ଷରୁ କେବଳ ୨.୧ ଲକ୍ଷ ଫେରି ପାଇଥିବାରୁ ସେ ପ୍ରକୃତରେ ପ୍ରାୟ ୫୭.୯ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ନ୍ୟାସନାଲ୍ ସାଇବର କ୍ରାଇମ୍ ହେଲ୍ପଲାଇନ୍ (୧୯୩୦) ରେ କଲ୍ କରିବା ସହିତ ସାଇବର ଥାନାରେ ଏଫଆଇଆର୍ (FIR) ରୁଜୁ କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଖୋଳତାଡ଼ ଜାରି ରଖିଛି।

ଛୋଟ ସହରରେ ବଢ଼ୁଛି କ୍ରିପ୍ଟୋ କ୍ରେଜ୍‌; ଆନ୍ଧ୍ରରେ ୫୯% ନିବେଶକ ମହିଳା...
ନୂଆଦିଲ୍ଲୀ: ୨୦୨୫ରେ ଭାରତରେ କ୍ରିପ୍ଟୋ କରେନ୍ସି କାରବାର କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳିଛି। କ୍ରିପ୍ଟୋ ନିବେଶର ସର୍ବାଧିକ ଅଂଶ ଏବେ କେବଳ ପ୍ରମୁଖ ମହାନଗର ଅଞ୍ଚଳ ନୁହେଁ, ଛୋଟ ଛୋଟ ସହରଗୁଡିକରୁ ମଧ୍ୟ ଆସୁଛି। ପ୍ରାରମ୍ଭରେ ମେଟ୍ରୋ ସହରଗୁଡ଼ିକର ଲୋକେ କ୍ରିପ୍ଟୋ କରେନ୍ସିକୁ ଆପଣାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ଆଉ ବଡ଼ ସହର ନୁହେଁ, ଦେଶର ଟିୟର-୩ ଏବଂ ଟିୟର-୪ ସହରଗୁଡ଼ିକରେ ବର୍ତ୍ତମାନ କ୍ରିପ୍ଟୋ କ୍ରେଜ୍‌ ଦେଖିବାକୁ ମିଳିଛି। ଏହି ପ୍ରକାରର ସହରଗୁଡିକରେ ଲୋକେ ଏବେ କ୍ରିପ୍ଟୋ କରେନ୍ସିରେ ନିବେଶ କରୁଛନ୍ତି। ଭାରତୀୟ କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ କଏନ୍‌ସ୍ୱିଚ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। କୌତୂହଳର ବିଷୟ ହେଉଛି ଯେ, ଭାରତର ରାଜ୍ୟଗୁଡିକ ମଧ୍ୟରେ କ୍ରିପ୍ଟୋ କରେନ୍ସି ନିବେଶରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି।

‘ଭାରତର କ୍ରିପ୍ଟୋ ପୋର୍ଟଫୋଲିଓ : ଭାରତ କିପରି ନିବେଶ କରେ’ ଶୀର୍ଷକ ଏକ କଏନସ୍ୱିଚ୍ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ଟିୟର-୩ ଏବଂ ଟିୟର-୪ ସହରଗୁଡ଼ିକ କ୍ରିପ୍ଟୋ କରେନ୍ସି ନିବେଶରେ ସର୍ବାଧିକ ଯୋଗଦାନ ଦେଇଛନ୍ତି, ଯାହା ମୋଟ କ୍ରିପ୍ଟୋ କାରବାରର ୪୩.୪%। ଏଥିରେ ଟିୟର-୨ ସହରଗୁଡ଼ିର ଯୋଗଦାନ ୩୨.୨% ରହିଛି। ଏହା ସୂଚାଇ ଦିଏ ଯେ ଛୋଟ ସହର ଏବଂ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ଲୋକେ ଡିଜିଟାଲ୍ ଟଙ୍କା (କ୍ରିପ୍ଟୋ) ବୁଝିବା ଏବଂ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ଯଦିବା ରିପୋର୍ଟରେ କୁହାଯାଇଛି ଯେ, କ୍ରିପ୍ଟୋ କରେନ୍ସି ନିବେଶରେ ଟିୟର-୧ ସହରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି, କିନ୍ତୁ କ୍ରିପ୍ଟୋକୁ ଆପଣାଇବା ଏବେ ସାରା ଦେଶରେ ବିସ୍ତାରିତ ହୋଇଛି।

ରାଜ୍ୟଗୁଡ଼ିକ ମଧ୍ୟରେ, ଉତ୍ତର ପ୍ରଦେଶ ଆଗରେ ରହି ଦେଶର ମୋଟ କ୍ରିପ୍ଟୋ ନିବେଶର ୧୩%କୁ ପ୍ରତିନିଧିତ୍ବ କରୁଛି।  ଉତ୍ତର ପ୍ରଦେଶର ଲୋକମାନେ ବିଭିନ୍ନ କ୍ରିପ୍ଟୋରେ ନିବେଶ କରୁଛନ୍ତି, କିନ୍ତୁ ଏଠାରେ ବିଟ୍‌ କଏନ୍ ସବୁଠାରୁ ଲୋକପ୍ରିୟ। ଏଥିରେ ମହାରାଷ୍ଟ୍ର ୧୨.୧% ନିବେଶ ସହ ଦ୍ବିତୀୟ ସ୍ଥାନରେ ରହିଛି।  ଏଠାକାର ଲୋକମାନେ ସୁରକ୍ଷିତ, ବଡ଼ କ୍ରିପ୍ଟୋରେ ନିବେଶ କରୁଛନ୍ତି। ବିଟ୍‌ କଏନ୍ ଏବଂ ଏକ୍ସଆର୍‌ପି ମହାରାଷ୍ଟ୍ରରେ ସର୍ବାଧିକ କିଣାଯାଉଥିବା କ୍ରିପ୍ଟୋ ମୁଦ୍ରା। ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟ ୭.୯% ଯୋଗଦାନ ସହ ତୃତୀୟ ସ୍ଥାନରେ ରହିଛି।  ବେଙ୍ଗାଲୁରୁ ଭଳି ଟେକ୍ ସିଟି ଯୋଗୁଁ ଏଠାକାର ଲୋକମାନେ ଡିଜିଟାଲ୍ ଜିନିଷଗୁଡ଼ିକୁ ବୁଝିସାରିଛନ୍ତି। ବିଟକଏନ୍ ଏବଂ ଏକ୍ସଆର୍‌ପି ମଧ୍ୟ ଏଠାରେ ଶ୍ରେଷ୍ଠ ପସନ୍ଦ ଥିଲା। ହେଲେ ୭.୪% ନିବେଶ ଦିଲ୍ଲୀ-ଏନସିଆରରୁ ଆସିଥିଲା। ଏଠାକାର ନିବେଶକମାନେ ଚିନ୍ତାଶୀଳ ଭାବରେ ନିବେଶ କରିଥିଲେ, ସବୁଠାରୁ ଅଧିକ ବିଟ୍‌ କଏନ୍‌ରେ କରିଥିଲେ।

ଅନ୍ୟ ରାଜ୍ୟମଧ୍ୟରେ ହରିୟାଣା (୬%), ରାଜସ୍ଥାନ (୫.୯%), ପଶ୍ଚିମବଙ୍ଗ (୫.୩%), ଆନ୍ଧ୍ରପ୍ରଦେଶ (୫%), ତାମିଲନାଡୁ (୪.୯%) ଏବଂ ବିହାର (୪.୩%) କ୍ରିପ୍ଟୋରେ ନିବେଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତରେ କ୍ରିପ୍ଟୋ ଆଉ କେବଳ କିଛି ପ୍ରମୁଖ ସହର ମଧ୍ୟରେ ସୀମିତ ନୁହେଁ। ଛୋଟ ସହର ଏବଂ ସହରଗୁଡ଼ିକ ଏବେ କ୍ରିପ୍ଟୋର ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହାର ଅର୍ଥ ହେଉଛି ୨୦୨୫ ସୁଦ୍ଧା, କ୍ରିପ୍ଟୋ ସାରା ଦେଶରେ ବ୍ୟାପିଯିବ।

ଆୟକର ବିଭାଗର ମାର୍ଗଦର୍ଶିକା ଜାରି: କ୍ରିପ୍ଟୋ କାରବାର ଉପରେ ଲାଗିବ ୧% ଟିଡିଏସ୍‌
ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ କାରବାର ଉପରେ ମଧ୍ୟ ଦେବାକୁ ପଡିବ। ଏହାଦ୍ବାରା ସରକାର କ୍ରିପ୍ଟୋକରେନ୍ସିରେ କାରବାର କରୁଥିବା ଲୋକଙ୍କର ପ୍ରକୃତ ସ୍ଥାନ ସନ୍ଧାନ କରିପାରିବେ। ଯେଉଁ ନିବେଶକମାନେ ଲାଭ ପାଇଁ କ୍ରିପ୍ଟୋକରେନ୍ସି ବିକ୍ରି କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଏହି ନିୟମାନୁଯାୟୀ ଟିକସ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯିବା ପରଠାରୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ ପାଇଁ ଉତ୍ସାହ କମିଯାଇଛି। କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାର ବ୍ୟବସ୍ଥା ଜୁଲାଇ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

କ୍ରିପ୍ଟୋ ନିବେଶକଙ୍କୁ ଝଟକା : ଏକ ସପ୍ତାହରେ ବୁଡିଲା ୨୨ ଲକ୍ଷ କୋଟି
ନୂଆଦିଲ୍ଲୀ : କ୍ରିପ୍ଟୋ ବଜାରରେ ଝଡ। ଏକ ସପ୍ତାହରେ ନିବେଶକଙ୍କର ବୁଡିଲା ୨୨ ଲକ୍ଷ କୋଟି ଟଙ୍କା। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ୧୯୦୦୦ ଡଲାର ତଳକୁ ଖସିଛି। ୨୦୨୦ ଡିସେମ୍ୱର ପରେ ବିଟକଏନ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏପରିକି ବିଶ୍ବର ଟପ୍ ୧୦ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ଦ୍ୱିତୀୟ ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ଇଥେରିୟମ  ମଧ୍ୟ ୧୦୦୦ ଡଲାର ତଳେ ପହଞ୍ଚିଛି।

ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି ମୂଲ୍ୟ ଏତେ ଦ୍ରୁତ ଭାବରେ ହ୍ରାସ ପାଇଛି ଯେ ଏହାର ମୂଲ୍ୟ ସର୍ବକାଳୀନ ରେକର୍ଡ ଭାବେ ଅଧାରୁ କମ୍ ହୋଇଯାଇଛି। ଏହା ବ୍ୟତୀତ ଇଥେରିୟମ୍, ବିନାନ୍ସ, ଆଭାଲାଞ୍ଚ, ପୋଲକାଡୋଟ ସହିତ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସିର ମୂଲ୍ୟ ହ୍ରାସ ପାଇଛି। ସ୍ଥିତି ଏପରି ହୋଇଛି ଯେ ଗୋଟିଏ ସପ୍ତାହରରେ କ୍ରିପ୍ଟୋକରେନ୍ସିର ମୋଟ ବଜାର ପୁଞ୍ଜି ଏକ ଲକ୍ଷ କୋଟି ଡଲାର ତଳେ ପହଞ୍ଚିଛି । ଜାନୁଆରୀ ୧୦ରେ କ୍ରିପ୍ଟୋ ବଜାର ଭେଲ୍ୟୁ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଶନିବାର ୮୮ ହଜାର କୋଟି ଡଲାରରେ ପହଞ୍ଚିଛି। ଏବେ ବିଟକଏନର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୧୯,୦୪୦ ଡଲାର ରହିଛି । କଏନମାର୍କେଟ କ୍ୟାପର ପରିସଂଖ୍ୟାନ ଅନୁସାରେ, ଆଜି ଏହାର ମୂଲ୍ୟ ୧୮,୯୦୫ ଡଲାର ଯାଏଁ ତଳକୁ ଖସିଥିଲା। ଇଥୋରିୟମର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୯୯୨ ଡଲାରରେ ପହଞ୍ଚିଛି।

ବିଟକଏନ୍‌ରେ ରେକର୍ଡ ହ୍ରାସ

ଗତ ୨୪ ଘଣ୍ଟା ମଧ୍ୟରେ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟକଏନ୍ ନଅ ପ୍ରତିଶତ ହ୍ରାସ ପାଇଛି ଏବଂ ଏବେ ଏହାର ମୂଲ୍ୟ ୧,୫୩,୫୮୪ ଟଙ୍କା ହ୍ରାସ ହୋଇ ୧୬,୦୯,୧୮୮ ଟଙ୍କା ରହିଛି । ଏହି ମୂଲ୍ୟରେ, ବିଟକଏନ୍ ର ବଜାର ପୁଞ୍ଜି  ମଧ୍ୟ ୩୧.୪ ଟ୍ରିଲିୟନ ଡଲାରକୁ ଖସି ଆସିଛି।  ଏହା ବ୍ୟତୀତ, ବିଟକଏନ୍ ପରେ ଦ୍ୱିତୀୟ ପସନ୍ଦିତ କ୍ରିପ୍ଟୋକରେନ୍ସିର ଇଥେରିୟମ ମୂଲ୍ୟ ମଧ୍ୟ ୯.୨୩ ପ୍ରତିଶତ ହ୍ରାସ ପାଇଛି ଏବଂ ଏହା ୮,୪୯୯ ଟଙ୍କା ହ୍ରାସ ପାଇ ୮୩,୬୧୮ ଟଙ୍କା ହୋଇଛି। ଏହା ସହିତ ଏହାର ମାର୍କେଟ କ୍ୟାପ୍ ମଧ୍ୟ ୧୦.୫ ଟ୍ରିଲିୟନ୍ କୁ ଖସି ଆସିଛି । ସୂଚନାଯୋଗ୍ୟ ଯେ ବିଗତ ଦିନରୁ କ୍ରମାଗତ ହ୍ରାସ ମଧ୍ୟରେ କ୍ରମାଗତ ଲାଭରେ କାରବାର କରୁଥିବା ଟେଥର ମୁଦ୍ରା ବର୍ତ୍ତମାନ ହ୍ରାସ ପାଇଛି ଏବଂ ଏହା ୮୩.୪୩ ଟଙ୍କାକୁ ହ୍ରାସ ପାଇଛି।

ଗୋଟିଏ ସପ୍ତାହରେ ୨୨ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା

କ୍ରିପ୍ଟୋ ବଜାରରେ ଏହି ବିରାଟ ପତନ ନିବେଶକମାନଙ୍କ ନିଦ ହରାଇଦେଇଛି।  ଅଧିକାଂଶ କ୍ରିପ୍ଟୋକ୍ୟୁରେନ୍ସିର ମୂଲ୍ୟ ଏହି ସପ୍ତାହରେ ହ୍ରାସ ପାଇଛି । କେବଳ ଗତ ସାତ ଦିନ ମଧ୍ୟରେ ଯେଉଁମାନେ କ୍ରିପ୍ଟୋକରେନ୍ସି ବଜାରରେ ବିନିଯୋଗ କରୁଛନ୍ତି ସେମାନେ ୨୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏହି ସପ୍ତାହ କେବଳ କ୍ରିପ୍ଟୋ ବଜାର ପାଇଁ ନୁହେଁ ବରଂ ଷ୍ଟକ୍ ମାର୍କେଟ ଏବଂ ଆମେରିକାରୁ ଭାରତୀୟ ବଜାର ପର୍ଯ୍ୟନ୍ତ ନିବେଶକମାନେ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଟକଏନ ଏବଂ ଇଥୋରିୟମ ନିଜର ସର୍ବୋଚ୍ଚ ସ୍ତରରୁ ଏତେ ତଳକୁ ଖସିସାରିଛି ଯେ ନିକଟ ଭବିଷ୍ୟତରେ ଏଥିରେ ସୁଧାର ହେବାର ସମ୍ଭାବନା କମ ରହିଛି।

ସଂସଦୀୟ କମିଟିକୁ ଆର୍‌ବିଆଇର ସୂଚନା : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ପ୍ରତି ବିପଦ
ମୁମ୍ବଇ : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ହୋଇପାରେ। ଏହାଭାରତର ସାର୍ବଭୌମ ହିତ ବିରୁଦ୍ଧରେ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସଂସଦୀୟ କମିଟିକୁ କହିଛି। ସୂଚନାଯୋଗ୍ୟ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୂର୍ବତନ ଅର୍ଥମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଏ ସମ୍ପର୍କରେ ନିଜର ମତ ଉପସ୍ଥାପନ କରି ଏହା କହିଛନ୍ତି। କ୍ରିପ୍ଟୋକରେନ୍ସି ବିଷୟରେ ସେ ତାଙ୍କ ଆଶଙ୍କାକୁ କମିଟି ସମ୍ମୁଖରେ ରଖିଥିଲେ। ଏହା ମଧ୍ୟ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଆରବିଆଇ ଅଧିକାରୀ କହିଛନ୍ତି ଯେ ଏହା କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସ୍ଥିର କରିବା ଏବଂ ଦେଶର ମୁଦ୍ରା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା କ୍ଷମତାକୁ ଗୁରୁତର ଭାବେ କ୍ଷୁର୍ଣ୍ଣ କରିବ। କ୍ରିପ୍ଟୋକରେନ୍ସିଗୁଡ଼ିକର ବିନିମୟର ମାଧ୍ୟମ ହେବାର ସାମର୍ଥ୍ୟ ରହିଛି।

ଘରୋଇ କ୍ଷେତ୍ରରେ ତଥା ସୀମା ପାର ଆର୍ଥିକ କାରବାରରେ ଟଙ୍କାର ସ୍ଥାନ ନେଇପାରେ। କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ମୁଦ୍ରା ବ୍ୟବସ୍ଥାର ଏକ ଅଂଶ ଦଖଲ କରିପାରେ ଏବଂ ସିଷ୍ଟମରେ ଟଙ୍କା ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇର କ୍ଷମତାକୁ ମଧ୍ୟ କ୍ଷୁର୍ଣ୍ଣ କରିପାରେ। ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଏହି ଚେତାବନୀ ଦେଇଛନ୍ତି ଯେ କ୍ରିପ୍ଟୋକରେନ୍ସିଗୁଡିକୁ ଆତଙ୍କବାଦୀ ଆର୍ଥିକ ସହାୟତା, ମନି ଲଣ୍ଡରିଂ ଏବଂ ଡ୍ରଗ୍ କାରବାରରେ ମଧ୍ୟ ବ୍ୟବହାର କରାଯାଇପାରେ। ଏହା ଦେଶର ଆର୍ଥିକ ବ୍ୟବସ୍ଥାର ସ୍ଥିରତା ପାଇଁ ଏକ ବଡ଼ ବିପଦ ହୋଇପାରେ। ସେ ସଂସଦୀୟ କମିଟିକୁ କହିଛନ୍ତି ଯେ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସି ଡଲାର ଆଧାରିତ ଏବଂ ବିଦେଶୀ ଘରୋଇ ଅନୁଷ୍ଠାନ ଦ୍ବାରା ଜାରି କରାଯାଇଛି। ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ଏହା ଆମ ଅର୍ଥନୀତିର କିଛି ଅଂଶର ଡଲାରାଇଜେସନ୍ ହୋଇପାରେ ବଶେଲି ଆର୍‌ବିଆଇ ଆଶଙ୍କାବ୍ୟକ୍ତ କରିଛି।

୨୪ ଘଣ୍ଟାରେ ୭୧,୮୪୩ ଟଙ୍କା ଖସିଲା ବିଟ୍‌ କଏନ୍‌
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରମୁଖ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ମୂଲ୍ୟରେ ଏକ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ଏହି ସମୟରେ ବିଟ୍‌ କଏନ୍‌ ମୂଲ୍ୟରେ ୭୧,୮୪୩ ଟଙ୍କା ହ୍ରାସ ଘଟିଛି। ରବିବାର ଅପରାହ୍ନ ୩ଟାରେ ୧.୭୭ ପ୍ରତିଶତ (୨୪ ଘଣ୍ଟା ମଧ୍ୟରେ) ୩୯.୮୦ ଲକ୍ଷ ଟଙ୍କାରେ କାରବାର ହୋଇଥିଲା। ଏହି ସମୟ ମଧ୍ୟରେ ଏହାର ମୂଲ୍ୟ ୭୧,୮୪୩ ଟଙ୍କା ହ୍ରାସ ପାଇଛି। ସେହିଭଳି କ୍ରିପ୍ଟୋ କରେନ୍ସି ଏଥେରିୟମ୍‌ ମୂଲ୍ୟରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଇଥେରିୟମ୍‌ ମୂଲ୍ୟରେ ୦.୨୮ ପ୍ରତିଶତ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି କ୍ରିପ୍ଟୋ କରେନ୍ସି ମୂଲ୍ୟରେ ୮୯୯ ଟଙ୍କା ହ୍ରାସ ପାଇ ୩.୨୨ ଲକ୍ଷ ଟଙ୍କା ହୋଇଛି।

ଅନ୍ୟାନ୍ୟ କ୍ରିପ୍ଟୋକ୍ୟୁରେନ୍ସିଗୁଡିକ ବିଷୟରେ ଆଲୋଚନା କଲେ, ଟେଥର୍ ଏବଂ କାର୍ଡାନୋ ମୁଦ୍ରା ଆଜି ଏକ ଅପ୍‌ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି। ଟେଥର୍ ଆଜି ସାମାନ୍ୟ ୦.୧୬% ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ୦.୨୦ ରୁ ୭୯.୮୮ ଟଙ୍କାକୁ ବୃଦ୍ଧି ପାଇଛି। ଭାରତରେ କ୍ରିପ୍ଟୋକ୍ୟୁରେନ୍ସିଗୁଡିକ ସମ୍ପୂର୍ଣ୍ଣ ନିଷେଧ କରାଯିବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ଏହାର କେନ୍ଦ୍ରୀୟ ବୋର୍ଡକୁ କହିଛି। ଶୁକ୍ରବାର ଆରବିଆଇ ବୈଠକରେ ଏହା କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ, ଆରବିଆଇର ଆଭ୍ୟନ୍ତରୀଣ ସଦସ୍ୟମାନେ ବ୍ୟକ୍ତିଗତ କ୍ରିପ୍ଟୋକରେନ୍ସି ସପକ୍ଷରେ ନାହାଁନ୍ତି ଏବଂ ଏହାକୁ କଡାକଡି ଭାବେ ନିଷିଦ୍ଧ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି।

ଶୀତ ଅଧିବେଶନରେ ଆସିପାରେ କ୍ରିପ୍ଟୋକରେନ୍ସି ବିଲ୍‌, ନିଷେଧ ହୋଇପାରେ ସବୁ ଘରୋଇ କ୍ରିପ୍ଟୋକରେନ୍ସି
ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଏହି ବିଲ୍‌ର ନାମ ‘କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧’। ଦେଶର ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ। ଏଭଳି ପରିସ୍ଥିତିରେ ଯଦି ସଂସଦରେ ଏହି ବିଲ୍‌ ମଞ୍ଜୁରି ଲାଭ କରେ ତେବେ ବିଟ୍‌ କଏନ୍ ପରି କ୍ରିପ୍ଟୋକରେନ୍ସିରେ ବିନିଯୋଗ କରୁଥିବା ନିବେଶକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବ। ଅପରପକ୍ଷେ ‘କ୍ରିପ୍ଟୋକରେନ୍ସି ଏବଂ ରେଗୁଲେସନ୍ ଅଫ୍ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧’ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହେବାକୁ ଥିବା ସରକାରୀ ଡିଜିଟାଲ୍ ମୁଦ୍ରା ସୃଷ୍ଟି ପାଇଁ ଏକ ଢ଼ାଞ୍ଚା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

କ୍ରିପ୍ଟୋକରେନ୍ସି ପ୍ରସଙ୍ଗରେ ନିକଟରେ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପିନେତା ଜୟନ୍ତ ସିହ୍ନାଙ୍କ ନେତୃତ୍ବରେ ଗଠିତ ଏହି ସଂସଦୀୟ କମିଟି ବିଭିନ୍ନ ହିତାଧ୍ୟାକାରୀଙ୍କ ସହ କ୍ରିପ୍ଟୋ ଫାଇନାନ୍ସ ଏବଂ କ୍ରିପ୍ଟୋକରେନ୍ସିର ଗୁଣ ବିଷୟରେ ଆଲୋଚନା କରିଥିଲେ। ସେହି ଆଲୋଚନାରେ କ୍ରିପ୍ଟୋ ଏକ୍ସଚେଞ୍ଜ, ବ୍ଲକ୍ ଚେନ୍ ଏବଂ କ୍ରିପ୍ଟୋ ଆସେଟସ୍ କାଉନସିଲ୍  (ବିଏସିସି) ର ପ୍ରତିନିଧୂମାନେ, ଶିଳ୍ପ ସଂସ୍ଥା ତଥା ଏକାଡେମୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଅନେକ ସଦସ୍ୟ ଏହାକୁ ଖୋଲାଖୋଲି ନିଷେଧ କରିବା ପରିବର୍ତ୍ତେ କ୍ରିପ୍ଟୋକରେନ୍ସି ବଜାରକୁ ନିୟନ୍ତ୍ରଣ କରିବା ସପକ୍ଷରେ ଥିଲେ। କମିଟି ବୈଠକର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ କ୍ରିପ୍ଟୋକରେନ୍ସି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ।