OdishaForHockey - The Sakala

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ଚାମ୍ପିୟନ, ହକି ଟିମକୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର : ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ। ଚାଇନାକୁ ୧-୦ ଗୋଲରେ ହରାଇ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ରାଜଗିର ୨୦୨୪ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଏହି ଟ୍ରଫି ଜିତିଥିଲା ଭାରତ। ଏଥିପାଇଁ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  ‘ଜାରି ରହୁ ବିଜୟ ଯାତ୍ରା’ ବୋଲି କହିଛନ୍ତି ନବୀନ । ୩ୟ ଥର ପାଇଁ ଭାରତୀୟ ଦଳ ଏସିଆନ୍ ଚାମ୍ପିୟନ୍ସ ଟଫ୍ରି ଜିତିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି । ଆହୁରି ମଧ୍ୟ ସେ ଦଳର ଉତ୍କର୍ଷତା ଜାରି ରହୁ ଏବଂ ଦେଶ ପାଇଁ ଏଭଳି ଆହୁରି ପୁରସ୍କାର ଆଣନ୍ତୁ ବୋଲି ସେ କହିଛନ୍ତି।

Congratulate Indian Women’s Hockey Team on lifting Bihar Women’s Asian Champions Trophy Rajgir 2024 title with 1-0 victory over China. Immensely happy that Indian Women Team has won the Asian Champions Trophy for the record third time. May the team continue to excel and bring… pic.twitter.com/V1WKYgnPiM

— Naveen Patnaik (@Naveen_Odisha) November 20, 2024

ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର
ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା। ସେଠାରେ ଫଟୋସୁଟ୍‌ କରାଯାଇଥିଲା। ପରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। କାଂସ୍ୟ ପଦକ ଜିତିବାର ଗୋଟିଏ ଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ଓ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଏଥିସହ ଭାରତୀୟ ଦଳର ସଦସ୍ୟ ତଥା ଓଡ଼ିଆ ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଥିଲେ। ଭାରତୀୟ ଟିମରେ ସେ ଷ୍ଟ୍ରାଇକର ଭାବରେ ସାମିଲ ହୋଇଥିଲେ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମର ଅଂଶ ଥିଲେ ଅମିତ।

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା । ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି। ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା ।