training - The Sakala

ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ କେନ୍ଦୁଝର ଜିଲ୍ଲାରେ ପ୍ରାକ୍‍ ତାଲିମ ଶିବିର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ଶିକ୍ଷିତ ବେକାର ଜନଜାତି ଯୁବକମାନଙ୍କ ପାଇଁ ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ତା ୬.୧୨.୨୦୨୧ ରିଖ ରୁ ତା ୪.୦୧.୨୦୨୨ ରିଖ ପର୍ଯ୍ଯନ୍ତ ଏକ ପ୍ରାକ୍‍ ତାଲିମ ଶିବିର ଆୟୋଜନ କରିବା ପାଇଁ ସ୍ଥିରିକୃତ ହୋଇଛି। ଏଥିନିମନ୍ତେ ତା ୦୧.୧୨.୨୦୨୧ ରିଖ ରୁ ତା ୦୩.୧୨.୨୦୨୧ ରିଖ ପର୍ଯ୍ଯନ୍ତ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା ନିୟୋଜନ କାର୍ଯ୍ଯାଳୟ, କେନ୍ଦୁଝର ପରିସରରେ ସ୍କ୍ରିନିଂ କ୍ୟାମ୍ପ ଆୟୋଜିତ ହେବ। ଏହି କ୍ୟାମ୍ପରେ ପ୍ରାର୍ଥୀଙ୍କର ଶାରୀରିକ ଫିଟ୍‍ନେସ୍‍ ଓ ପ୍ରାକ୍‍ ମେଡିକାଲ ଟେଷ୍ଟ କରାଯାଇ ପ୍ରାକ୍‍ ତାଲିମ ଶିବିର ପାଇଁ ପ୍ରାର୍ଥୀ ଚୟନ କରାଯିବ।

କେନ୍ଦୁଝର ଜିଲ୍ଲାରେ ଓମ୍ବାଡିସି ବ୍ଲକ ଯଥା – ଯୋଡ଼ା, ହରିଚନ୍ଦନପୁର, ଝୁମ୍ପୁରା, ହାଟଡିହି ଏବଂ ବାଂଶପାଳ ବ୍ଲକର ପ୍ରାର୍ଥୀମାନଙ୍କୁ ଏହି ଚୟନ ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ ସୂଚନା ଦେଇଛନ୍ତି। ସ୍କ୍ରିନଂ କ୍ୟାମ୍ପକୁ ଆସିବା ବେଳେ ପ୍ରାର୍ଥୀ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ମାର୍କସିଟ୍‍, ତହସିଲଦାରଙ୍କ ଦ୍ୱାରା ପ୍ରଦତ ଆବାସିିିକ ପ୍ରମାଣପତ୍ର ସହିତ ପ୍ରାର୍ଥୀଙ୍କ ଜାତିଗତ ପ୍ରମାଣପତ୍ର ନିହାତି ଆଣିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ ସେନା ବାହିନୀରେ ସୋଲ୍‍ଜର୍‍ ଜେନେରାଲ ଡ୍ୟୁଟି, ସୋଲ୍‍ଜର୍‍ ଟେକ୍‍ନିକାଲ, ସୋଲ୍‍ଜର୍‍ ଟେକ୍‍ନିକାଲ( ଆଭିଆସନ/ଆମ୍ୟୁନିସନ୍‍ ଏକ୍‍ଜାମିନର୍‍), ସୋଲ୍‍ଜର୍‍ ଟେକ୍‍ନିକାଲ-ନର୍ସିଂ ଆସିଷ୍ଟାଂଟ/ ନର୍ସିଂ ଆସିଷ୍ଟାଂଟ ଭେଟେରିନାରୀ, ସୋଲ୍‍ଜର୍‍ କ୍ଲର୍କ/ଷ୍ଟୋର୍‍ କିପର ଟେକ୍‍ନିକାଲ, ସୋଲ୍‍ଜର୍‍ ଟ୍ରେଡ୍‍ସମ୍ୟାନ୍‍(ଅଲ୍‍ ଆର୍ମସ୍‍) ୧୦ମ ପାସ୍‍, ସୋଲ୍‍ଜର୍‍ ଟ୍ରେଡ୍‍ସମ୍ୟାନ୍‍ (ଅଲ୍‍ ଆର୍ମସ୍‍) ୮ମ ପାସ୍‍ ବର୍ଗରେ ନିଯୁକ୍ତି ପାଇଁ ତାଲିମ୍‍ ଦିଆଯିବ।

ପ୍ରାର୍ଥୀ ତା୧/୧୦/୧୯୯୯ ରୁ ତା୧/୪/୨୦୦୪ ମଧ୍ୟରେ ଜନ୍ମଗ୍ରହଣ କରିଥିବା ( ୧୭ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ) ଆବଶ୍ୟକ। ବିଭିନ୍ନ ବର୍ଗ ପାଇଁ ପ୍ରାର୍ଥୀଙ୍କର ଉଚ୍ଚତା ୧୬୨ ସେ.ମି.ରୁ ୧୬୯ ସେ.ମି., ଓଜନ ୪୮କି.ଗ୍ରାରୁ ୫୦ କି.ଗ୍ରା, ଛାତି ୭୬ସେ.ମି.ରୁ ୭୭ସେ.ମି.(୫ସେ.ମି. ସମ୍ପ୍ରସାରଣ) ଓ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍‍ରୁ +୨ ହୋଇଥିବା ଆବଶ୍ୟକ ବୋଲି ଜିଲା ନିୟୋଜନ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆର୍ମି ରିକ୍ର୍ୟୁଟିଂ ଅଫିସ୍‍ ସମ୍ବଲପୁର ଜଣାଇଛନ୍ତି ଯେ, ଆସନ୍ତା ମାର୍ଚ୍ଚ ପ୍ରଥମ / ଦ୍ୱିତୀୟ ସପ୍ତାହରେ କେନ୍ଦୁଝର,ସମ୍ବଲପୁର,ସୁନ୍ଦରଗଡ଼଼,ବରଗଡ଼଼,ଅନୁଗୁଳ,ଦେବଗଡ଼଼,ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ଢେଙ୍କାନାଳ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଆର୍ମି ରିକ୍ର୍ୟୁଟ୍‍ମେଣ୍ଟ ର‍୍ୟାଲି ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ଇଚ୍ଛୁକ ପ୍ରାର୍ଥୀମାନେ ଯଥା ସମୟରେ ଇଣ୍ଡିଆନ୍‍ ଆର୍ମି ୱେବ୍‍ସାଇଟ୍‍ www.joinindianarmy.nic.in ରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ।

ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ। ଆର୍ମି ରିକ୍ର୍ୟୁଟ୍‍ମେଣ୍ଟ ର‍୍ୟାଲି ଅନୁଷ୍ଠିତ ହେବାର ୧୫ଦିନ ପୂର୍ବରୁ ଇ-ମେଲ୍‍ ଯୋଗେ ପଞ୍ଜିକୃତ ପ୍ରାର୍ଥୀମାନଙ୍କୁ ଆଡ୍‍ମିଟ୍‍ କାର୍ଡ ଜରିଆରେ ର‍୍ୟାଲିର ସ୍ଥାନ ଜଣାଇ ଦିଆଯିବ ବୋଲି ଆର୍ମି ରିକ୍ର୍ୟୁଟିଂ ଅଫିସ୍‍ ସମ୍ବଲପୁର ପକ୍ଷରୁ ସୂଚନା ଦିଆଯାଇଛି।