Police Service - The Sakala

ଦେଶର ପୁଲିସ ସେବା ସର୍ଭେ ରିପୋର୍ଟ: ସବୁଠୁ ଖରାପ ସ୍ଥିତିରେ ବିହାର ଏବଂ ଉତ୍ତରପ୍ରଦେଶ
ନୂଆଦିଲ୍ଲୀ: ଦେଶରେ ପୁଲିସ ସେବାକୁ ନେଇ ବିହାର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର ସ୍ଥିତି ସବୁଠୁ ଖରାପ ରହିଛି। ଏକ୍ଷେତ୍ରରେ ଦକ୍ଷିଣ ରାଜ୍ୟଗୁଡିକର ପ୍ରଦର୍ଶନ ଭଲ ରହିଛି ବୋଲି ଇଣ୍ଡିଆନ ପୁଲିସ ଫାଉଣ୍ଡେସନ ନାମକ ଏକ ସ୍ବାଧୀନ ‘ଥିଙ୍କ-ଟ୍ୟାଙ୍କ’ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପୁଲିସ ସେବାକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ପୁଲିସ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ଏସବୁକୁ ନେଇ ‘ଆଇପିଏଫ ସ୍ମାର୍ଟ ପୁଲିସ ଇଣ୍ଡେକ୍ସ-୨୦୨୧’ ସୂଚକାଙ୍କ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ସୂଚକାଙ୍କରେ ଦେଶର ଦକ୍ଷିଣ ରାଜ୍ୟସମୂହ ଏବଂ ଉତ୍ତରପୂର୍ବ ରାଜ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ସ୍ଥିତି ଦେଶର ଅନ୍ୟ ଭାଗ ତୁଳନାରେ ଭଲ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଅନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ , ସିକିମ ଏବଂ ଆସାମ ଆଦି ରାଜ୍ୟ ଏହି ସୂଚକାଙ୍କର ସବୁଠୁ ଉପରେ ରହିଥିବା ବେଳେ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଞ୍ଜାବ ଆଦି ରାଜ୍ୟର ସ୍ଥାନ ଏହି ସୂଚକାଙ୍କରେ ସବୁଠୁ ନିମ୍ନରେ ରହିଛି।

ତେବେ ପୁଲିସ ସେବାକୁ ନେଇ ଜାତୀୟସ୍ତରରେ ହାରାହାରି ସନ୍ତୁଷ୍ଟି ହାର ୬୯ ପ୍ରତିଶତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ସାରା ଦେଶରେ ଉନ୍ନତ ପୁଲିସ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ସ୍ମାର୍ଟ ପୁଲିସିଂ ଇନିସିଏଟିଭ୍’ ବ୍ୟବସ୍ଥାର ସ୍ଥିତି କିଭଳି ରହିଛି ବୋଲି ଅନୁଧ୍ୟାନ କରିବା ଲକ୍ଷ୍ୟରେ ଏହି ସର୍ଭେ କରାଯାଇଥିବା ବେଳେ ଦେଶର ମାତ୍ର ୬୯ ପ୍ରତିଶତ ଲୋକ ପୁଲିସ ସେବାକୁ ନେଇ ସନ୍ତୋଷ ପ୍ରକାଶ କରିବା ଚିନ୍ତାଜନକ ବିଷୟ ବୋଲି କୁହାଯାଇଛି।

ପୁଲିସ ସେବାର ପ୍ରମୁଖ ୧୦ଟି ଦିଗକୁ ନେଇ ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଇଥିଲା ବେଳେ ବିହାର ରାଜ୍ୟର ପ୍ରଦର୍ଶନ ୧୦ ରୁ ମାତ୍ର ୫.୭୪ ରହିଛି। ରାଜ୍ୟର ଜନସଂଖ୍ୟାର ଅଧାରୁ କିଛି ଅଧିକ ଲୋକଙ୍କ ପୁଲିସ ସେବା ଉପରେ ଭରସା ରହିଛି। ସେହିପରି ପୁଲିସର ଅଖଣ୍ଡତା ଏବଂ ଦୁର୍ନୀତି ମୁକ୍ତ ସେବାକୁ ନେଇ ମଧ୍ୟ ଏଠାକାର ସ୍ଥିତି ଖରାପ ରହିଛି। ସେହିପରି ଉତ୍ତରପ୍ରଦେଶର ସ୍ଥିତି କ୍ଷେତ୍ରରେ ୫.୮୧ ରହିଥିବା ବେଳେ ଅନ୍ଧ୍ରପ୍ରଦେଶର ସ୍ଥାନ ୮.୧୧, ତେଲେଙ୍ଗାନା ୮.୧୦, ଆସାମ ୭.୮୯, କେରଳ ୭.୫୩, ସିକିମ ୭.୧୮, ମିଜୋରାମ ୭.୧୪, ଗୁଜରାଟ ୭.୦୪, ଓଡ଼ିଶା ୬.୯୪, ହିମାଚଳ ପ୍ରଦେଶ ୬.୯୧, ପୁଡୁଚେରୀ ୬.୯୧, ଦିଲ୍ଲୀ ୬.୮୫, ତାମିଲନାଡୁ ୬.୭୩, ଉତ୍ତରାଖଣ୍ଡ ୬.୬୯, ପଶ୍ଚିମବଙ୍ଗ ୬.୬୬, ମେଘାଳୟ ୬.୬୦, ହରିୟାଣା ୬.୩୯, ତ୍ରିପୁରା ୬.୩୩, ଜମ୍ମୁ କାଶ୍ମୀର ୬.୨୬, ମହାରାଷ୍ଟ୍ର ୬.୨୫, ରାଜସ୍ଥାନ ୬.୧୭, ମଧ୍ୟପ୍ରଦେଶ ୬.୧୫, ନାଗାଲାଣ୍ଡ ୬.୧୧, ପଞ୍ଜାବ ୬.୦୭ ଏବଂ ଝାଡ଼ଖଣ୍ଡର ସ୍ଥିତି ୬.୦୭ ରହିଛି। ଏକ୍ଷେତ୍ରରେ ଓଡ଼ିଶାର ହାରାହାରି ସ୍ଥିତିକୁ ଉନ୍ନତ ସେବା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ୮ରେ ରହିଥିବା ବେଳେ ପୁଲିସ ଉତ୍ତରଦାୟିତ୍ବକୁ ନେଇ ରାଜ୍ୟର ସ୍ଥାନ ୫ରେ ରହିଛି।