aradi - The Sakala

ବାବା ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି
ଭଦ୍ରକ: ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁକଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।

ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା: ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର
ଆରଡି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି।  ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇଛନ୍ତି।  ଛୁରାମାଡ କରିଥିବା ସେବାୟତ ଜଣକ ଥାନାରେ ଅଟକ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ  ଏତଲା ହୋଇଥିଲା।

ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ଭଦ୍ରକ: ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବାବାଙ୍କ ଦର୍ଶନ କରିବା ସହ ଆଖଣ୍ଡଳମଣି ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କାର୍ଯ୍ଯ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ। ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପୀଠରେ ପହଞ୍ଚି ଉନ୍ନତିକରଣ କାର୍ଯ୍ଯ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ମନ୍ଦିର ଶିବଗଙ୍ଗା ପୁଷ୍କରିଣୀ ନିକଟରେ ପ୍ରସ୍ତୁତ ସ୍କେଚମ୍ୟାପ ଦେଖିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ମନ୍ଦିର ସମ୍ପ୍ରସାରଣ କାର୍ଯ୍ଯ ନିମନ୍ତେ ଆଖପାଖରେ ଉଚ୍ଛେଦ କାର୍ଯ୍ଯ ହେବାକୁ ଥିବାବ ବେଳେ ପ୍ରଭାବିତ ଲୋକ ଦୋକାନୀଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଦୀର୍ଘବର୍ଷ ଧରି ମନ୍ଦିର ସମ୍ପ୍ରସାରଣ ଓ ଉନ୍ନତି ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତି ସରିଥିଲେ ବି କାର୍ଯ୍ଯକାରି ହୋଇପାରିନି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାରୁ ମାଷ୍ଟର ପ୍ଲାନ ବାସ୍ତବ ରୂପ ନେବ ବୋଲି ସେବାୟତ କହିଛନ୍ତି।

ନୂଆବର୍ଷ ପାଇଁ ଜାରି ହେଲା ଏସଓପି: ବାବା ଆଖଣ୍ଡଳମଣିଙ୍କ ପୀଠରେ ୩ଦିନ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ
ଆରଡ଼ି: ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଖଣ୍ଡଳମଣିଙ୍କ ମନ୍ଦିରରେ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ । ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସନ୍ଧ୍ଯା ୮ଟା ଯାଏଁ ଭକ୍ତଙ୍କ ଦର୍ଶନକୁ ବାରଣ କରିଛି ପ୍ରଶାସନ । ତା’ସହ କୋଭିଡ କଟକଣା ମଧ୍ୟରେ ଦୈନଦିନ ନୀତିକାନ୍ତି  ସମ୍ପନ୍ନ ହେବ । ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏପରିକି ମନ୍ଦିର ଓ ପୀଠରେ ଯେପରି ଗହଳି ନ ହେବ ସେଥିପାଇଁ କଟକଣାକୁ କଡାକଡି କରାଯାଇଛି ।

ଅନ୍ୟପକ୍ଷରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ଓ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବନି ବିଶେଷ ଭିଡ଼ । ହୋଟେଲମାନଙ୍କରେ ହେବନି ଥାର୍ଟି ଫାର୍ଷ୍ଟ ସେଲିବ୍ରେସନ । ସେହିପରି ଡିସେମ୍ବର ୩୧ ଓ ଜାନୁଆରୀ ୨୦୨୨ ବର୍ଷ ଆରମ୍ଭର ପ୍ରଥମ ଦିନରେ ମହାପ୍ରଭୁ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ଯଟକ ଓ ଭକ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର‌ ଏଭଳି ପଦକ୍ଷେପକୁ ହୋଟେଲିୟର୍ସ, ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି ।

କୋଭିଡ କଟକଣାକୁ ମାନି ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ
ଭଦ୍ରକ/ଆରଡି : ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ମଙ୍ଗଳବାର ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ମନ୍ଦିର ଦ୍ବାରଫିଟା ସରିବା ପରେ ମଙ୍ଗଳ ଆଳତୀ, ମଙ୍ଗୁଳାକାର୍ଯ୍ଯ, ଘର୍ଷଣଲାଗି କରାଯାଇଥିଲା, ପରେ ବରପିତା ଓ କନ୍ଯାପିତାଙ୍କ ଘରେ ହର ଗୌରୀଙ୍କୁ ବୈଦିକ ରୀତିନୀତି ଓ ଲୋକାଚାରରେ ମଙ୍ଗୁଳାକାର୍ଯ ସମ୍ପନ୍ନ ହେବା ପରେ ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣୀ କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ଘଣ୍ଟା, କର୍ତ୍ତନ, ଛତ୍ର, ଆଲଟ, ଚାମର, ଛତ୍ରୀ ଦ୍ବାରା ବରଘର ଅଭିମୁଖେ ନେଇଥିଲେ। ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ଯ୍ଯ ବ୍ରାହ୍ମଣଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି ଭଣ୍ଡାରୀ ସେବିକାରୀଙ୍କ ପକ୍ଷରୁ ସମ୍ପନ ହେବା ପରେ ଏକ ବଣାଢ୍ଯ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଇଥିଲେ ସେବାୟତମାନେ। ସେଠାରେ ବ୍ରାହ୍ମଣ, ଜ୍ଯୋତିଷ୍ଯଙ୍କ ଦ୍ବାରା ବିବାହ କାର୍ଯ୍ଯ ସମ୍ପନ୍ନ ହୋଇଥିଲା। ମଧ୍ଯରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେବଦମ୍ପତି। ଗୋଟିଏଦିନ ବରପିତାଙ୍କ ଘରେ ଦେବଦମ୍ପତି ରହିବା ପରେ ବୁଧବାର ମନ୍ଦିରକୁ ପର୍ତ୍ତାବତନ କରିବେ।

ଏଥିପାଇଁ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ମ୍ଯାଜିଷ୍ଟ୍ରେଟଙ୍କ ସହ ଧୁଷୁରୀ ଥାନା ଅଧିକାରୀ, ଆରଡି ପୋଲିସ ଓ ୪ସେକ୍ସନ ଫୋର୍ସ ମୃତୟନ ରହିଥିଲେ।

ବାବା ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ ପାଇଁ ଉଠିଲା ଲଗ୍ନଥାଳି, ଜୁନ ୧୫ରେ ବିବାହ ଉତ୍ସବ
ଆରଡି : ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ୟ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି।

ଆଜି ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି। ଏଥିପାଇଁ ଆଜି ଦିନତମାମ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ୟାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ୟାଘର ଅଭିମୁଖେ ବାହାରିଥିଲା। କନ୍ୟାଘର ପକ୍ଷରୁ ମନ୍ଦିର କାର୍ୟ୍ୟାଳୟ ପରିସରରେ ସୁସଜ୍ଜିତ ବେଦିରେ ବ୍ରାହ୍ମଣମାନଙ୍କ ଦ୍ବାରା ଲୋକାଚାରରେ ଲଗ୍ନକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା। ଜ୍ୟୋତିଷ୍ୟଙ୍କ ଦ୍ବାରା ତାଳପତ୍ର ଓ ଲେଖନୀ ଦ୍ବାରା ଲଗ୍ନ ଚିଟାଉ ଲେଖାଯିବା ପରେ ଉଭୟ ବରକର୍ତ୍ତା ଓ କନ୍ୟାକର୍ତ୍ତାଙ୍କ ଉପସ୍ଥିତିରେ ପଠନ କରାଯାଇଥିଲା , ପରେ କନ୍ୟାପିତା ଚନ୍ଦ୍ରମଣି ପାଢୀ ଲଗ୍ନଥାଳକୁ ବରପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ।

ଏପରିକି ବିଧିବିଧାନ ଅନୁଯାୟୀ କନ୍ୟାପିତା ବରପକ୍ଷଙ୍କୁ ଯୌତୁକ ମୁତାବକ ୧୦୦୧ଟଙ୍କା ସହ ୪ହଳ ନାଗନାଗୁଣୀ, ୨ହଳ ଷଣ୍ଢ ଦେବା ପାଇଁ ସର୍ବସମତି କ୍ରମେ କହିଥିଲେ। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଛନ୍ତି। ତାହାସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ, ମ୍ୟାନେଜରଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଜିଲାପାଳ ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ୟ୍ୟର ସମୀକ୍ଷା କରିଥିଲେ।

ଜାଗରଯାତ୍ରା ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ୧୦ରୁ ୧୪୪ ଧାରା
ଆରଡ଼ି: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ଚଳିତ ବର୍ଷ ବିନା ଭକ୍ତରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଜାଗରଯାତ୍ରା ପାଇଁ ପୀଠରେ ୧୪୪ ଧାରା ଜାରି ହେବ ।

ସୂଚନା ଅନୁଯାୟୀ, ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥିବା ବେଳେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା ଜାରି ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।