Govt Hospital Sonepur - The Sakala

ଜିଲ୍ଲା ଡାକ୍ତରଖାନାରୁ ପିଲାଚୋରି ଘଟଣାରେ ଭିନ୍ନ ମୋଡ : ଶିଶୁର ବାପା ଏବଂ ଆଈମା ଗିରଫ
ସୋନପୁର :  ଶନିବାର ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ପରିସରରୁ ହୋଇଥିବା ପିଲା ଚୋରି ଘଟଣାରେ ଏବେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଚୋରି ନୁହେଁ ବରଂ ଶିଶୁକନ୍ୟାର ବାପା ଗଜେନ୍ଦ୍ର ତାଣ୍ଡିଆ ଏବଂ ଗଜେନ୍ଦ୍ରଙ୍କ ଶାଶୁ କାନ୍ତି ଜାଲଙ୍କ ଜାଣିଶୁଣି ଶିଶୁକୁ ଟେକି ଦେଇଥିବା ସ୍ପଷ୍ଟ ହୋଇଛି ପୁଲିସ୍‌ । ଉଭୟଙ୍କୁ ସୋନପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ୩୬୩ ଆଇପିସି , ୮୧ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍‌ । ସିସିଟିଭି ଫୁଟେଜ୍‌ରୁ ଶାଶୁ ଏବଂ ଜ୍ୱାଇଁଙ୍କ କାର୍ଯ୍ୟକଳାପ ସ୍ପଷ୍ଟ ଜଣା ପଡିବା ପରେ ଉଭୟଙ୍କୁ ଗିରଫ କରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି ।

ସୋନପୁର ଥାନା ଆଇଆଇସି ପଷ୍ପେନ୍ଦୁ ସାଗରଙ୍କ କହିବାନୁସାରେ ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଜଣା ପଡୁଛି ଯେ ଗଜେନ୍ଦ୍ରଙ୍କ ଶାଶୁ ଜାଣିଶୁଣି ଉକ୍ତ ମହିଳାଙ୍କୁ ଶିଶୁକୁ ଟେକି ଦେଇଛନ୍ତି । ଶିଶୁକୁ ଦେଇ ସାରିବା ପରେ ଏପଟ ସେପଟ ଅନାଇ ହାତ ହଲାଇ ମହିଳାକୁ ବାହାରକୁ ଯିବା ପାଇଁ ଇସାରା ଦେଉଛନ୍ତି । ମହିଳା ଶିଶୁକୁ ନେଇ ଡାକ୍ତରଖାନା ବାହାରକୁ ଗଲା ପରେ ମଧ୍ୟ ସେ ପାଟିକରି କାହାକୁ ଡାକି ନାହାନ୍ତି । ଘଟଣାର ପୂର୍ବଦିନ ମଧ୍ୟ ସେହି ମହିଳା ଆସି ଗଜେନ୍ଦ୍ରଙ୍କ ଶାଶୁଙ୍କ ସହ ମିଳାମିଶା କରିଛି । ଅନ୍ୟ ପକ୍ଷରେ ଜଣେ ନାଲି ସାର୍ଟ ପିନ୍ଧିଥିବା ଯୁବକ ପୂର୍ବଦିନ ନିଜ ପକେଟରୁ ଟଙ୍କା ଭଳି କିଛି ଜିନିଷ କାଢି ଗଜେନ୍ଦ୍ରଙ୍କୁ ଦେଇଥିବା ମଧ୍ୟ ସ୍ପଷ୍ଟ ଜଣା ପଡିଛି । ଶାଶୁ, ଜ୍ୱାଇଁ ମିଶି ଶିଶୁକୁ ବିକ୍ରି କରି ଦେଇଥିବା ସନ୍ଦେହ କରାଯାଉଛି । ଉଭୟେ ବାରମ୍ବାର ମତ ବଦଳାଉଛନ୍ତି ବୋଲି କହିଛନ୍ତି ଆଇଆଇସି । ତେବେ ଅଭିଯୁକ୍ତ ମହିଳାକୁ ଏଯାଏଁ ଠାବ କରି ପାରିନି ସୋନପୁର ପୁଲିସ୍‌ । କଣ ପାଇଁ ଶିଶୁକନ୍ୟକୁ ଡାକ୍ତରଖାନାରୁ ନେଇକି ଗଲା । ସେ କାହା ହାତରେ ଟେକି ଦେଲା ନା ନିଜେ ଘରେ ରଖିବା ପାଇଁ ନେଇଥିଲା । ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ ।

ପୁଲିସ୍‌ର ସୂଚନା ଅନୁସାରେ ଘଟଣାରେ ସେହି ମହିଳା ଏବଂ ଜଣେ ଯୁବକ ସଂପୃକ୍ତ ଅଛନ୍ତି । ଉଭୟଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ । ଉକ୍ତ ମହିଳାକୁ ଧରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ଥାନରେ ପୁଲିସ୍‌ ଟିମ୍‌ ଚଢାଉ କରିଥିବାର ସେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କୋର୍ଟଙ୍କ ଅନୁମତି ଆଣି ସୋନପୁର-ବିନିକା ରାସ୍ତା ପ୍ରତାପପୁର ନିକଟସ୍ଥ ରାସ୍ତା କଡରୁ ମିଳିଥିବା ଶିଶୁକନ୍ୟା, ଶିଶୁକନ୍ୟର ମା ବୋଲି ସନ୍ଦେହ ହେଉଥିବା ସନ୍ତୋଷିନୀ ଏବଂ ଗଜେନ୍ଦ୍ରଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ । ଏହା ପରେ ରାସ୍ତାରୁ ମିଳିଥିବା ଶିଶୁକନ୍ୟା ସେହି ପରିବାରର ନା ନୁହେ ସ୍ପଷ୍ଟ ହୋଇଯିିବ । ତିନି ଦିନ ମଧ୍ୟରେ ଡିଏନ୍‌ଏ ଟେଷ୍ଟ କରି ସତ୍ୟାସତ୍ୟ ବାହାର କରିବା ପାଇଁ ଉଦ୍ୟମ ହେଉଛି ବୋଲି ଆଇଆଇସି କହିଛନ୍ତି । ଝିଅ ହୋଇଥିବାରୁ ନିଜ ନାତୁଣୀକୁ ଆଈମା ଅନ୍ୟ ମହିଳାକୁ ଦେଇଦେଲା ଏବଂ ବାପା ସମ୍ମତି ପ୍ରକାଶ କଲା କି ବୋଲି ସହରରେ ଚର୍ଚ୍ଚା ହେଉଛି ।