Cyber Attack - The Sakala

ବିକ୍ରି ହେଉଛି ତଥ୍ୟ; ସାଇବର୍‌‌ ଠକଙ୍କୁ ସାବଧାନ
ଭୁବନେଶ୍ୱର: ସର୍ବସାଧାରଣରେ ଫୋନ୍‌‌ ନମ୍ବର ଦେଉଥିଲେ ହୋଇଯାଆନ୍ତୁ ସତର୍କ। ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଗୋଲ୍‌‌ ହୋଇଯିବ। ସାଇବର୍‌‌ ଠକ ଲୋକଙ୍କୁ ବିଭିନ୍ନ ଉପାୟରେ ଫୋନ୍‌‌ ନମ୍ବର ନେଇ ଠକେଇ କରୁଛନ୍ତି। ଏଭଳି ଘଟଣା ଓଡ଼ିଶାର ଅନ୍ୟ ଜିଲ୍ଲା ସହ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ଏ ନେଇ ପୁଲିସ ପକ୍ଷରୁ ସତର୍କ କରାଯାଇଛି।

ଜଣେ ବ୍ୟକ୍ତିଙ୍କ ଡାଟା ୨ଶହ ଟଙ୍କା

ଅନେକ ଲୋକେ ମଲ୍‌‌ ଯାଇ ସେଠାରୁ ପୋଷାକ ଏବଂ ଅନ୍ୟ ଘର କରଣା ସାମଗ୍ରୀ କିଣୁଛନ୍ତି। ହେଲେ ମଲରେ ଟଙ୍କା ପୈଠ କରିବା ସମୟରେ କାଉଣ୍ଟ ରରେ ବସିଥିବା କର୍ମଚାରୀ ଫୋନ୍‌‌ ନମ୍ବର ମାଗୁଛନ୍ତି। ସେଠାରେ ଫୋନ୍‌‌ ନମ୍ବର ଦେବା ପରେ ତାହା ମଲ୍‌‌ ମାଲିକଙ୍କ ନିକଟରେ ତଥ୍ୟ ରହିଯାଉଛି। ହାତ ଗଣତି ଲୋକେ ନୁହେଁ ମଲ୍‌‌କୁ ଆସୁଥିବା ଶତାଧିକ ଲୋକଙ୍କ ତଥ୍ୟ ତାଙ୍କ ନିକଟରେ ରହୁଛି। ପରେ ଏହି ତଥ୍ୟକୁ ସେମାନେ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ପ୍ରତି ଲୋକଙ୍କ ଡାଟା ୨ଶହ ଟଙ୍କାରେ ବିକ୍ରି କରାଯାଉଛି। ଫଳରେ ସାଇବର୍‌‌ ଠକ ଉକ୍ତ ନମ୍ବର ଆଧାରରେ ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଜାଣି ଫୋନ୍‌‌ରେ ବିଭିନ୍ନ ଲୋଭ ଦେଖାଉଛନ୍ତି।

ପେଟ୍ରୋଲ ପମ୍ପରେ ଅଫର୍‌ ଆଳରେ ନମ୍ବର ମାଗୁଛନ୍ତି

ଏବେ ପେଟ୍ରୋଲ ପମ୍ପରେ କିଛି ଯୁବକ, ଯୁବତୀ ଛିଡ଼ା ହୋଇ ଫୋନ୍‌‌ ନମ୍ବର ମାଗୁଛନ୍ତି। ସେମାନେ ପ୍ରଥମେ ଅଟକାଇ ପୁରସ୍କାର ବିଜେତା ଲୋଭ ଦେଖାଇ ଫୋନ୍‌‌ ନମ୍ବର ନିଅନ୍ତି। ନମ୍ବର ନେବା ପରେ ବିଜେତା ହେଲେ ଫୋନ୍‌‌ ଯିବ ବୋଲି କହିଥାନ୍ତି। ଅନେକ ଲୋକେ ଲୋଭରେ ପଡ଼ି ସବୁ ତଥ୍ୟ ଦେଇଥାନ୍ତି। ଏହି ତଥ୍ୟ ନେବା ପରେ ସମସ୍ତଙ୍କୁ ଫୋନ୍‌‌ କରି ବିଜେତା ହୋଇଥିବା କହିଥାନ୍ତି। ଅଫିସ୍‌‌କୁ ଯାଇ ପରିବାର ସହ ପୁରସ୍କାର ନେବାକୁ କହିଥାନ୍ତି। ଆପଣ ସେମାନଙ୍କ ଅଫିସ୍‌‌କୁ ଯିବା ପରେ ସେମାନେ ଲୋଭରେ ପକାଇ ଇନ୍ସ୍ୟୁରାନ୍ସ କରି ନେଇଥାନ୍ତି। କେବଳ ଏତିକି ନୁହେଁ ସେମାନଙ୍କ କାମ ଶେଷ ହେବା ପରେ ଏହାକୁ ସାଇବର ଠକଙ୍କୁ ବିକ୍ରି କରି ଦେଇଥାନ୍ତି।

ବ୍ୟାଙ୍କ୍‌‌ରୁ ହେଉଛି ତଥ୍ୟ ଚୋରି

ଏବେ ବ୍ୟାଙ୍କ୍‌‌ର କିଛି କର୍ମଚାରୀ ଟଙ୍କା ଲୋଭରେ ଉପଭୋକ୍ତାଙ୍କ ତଥ୍ୟକୁ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ସାଇବର ଠକଙ୍କୁ ୧୦୦ ଜଣ ବ୍ୟକ୍ତିଙ୍କ ଡାଟାକୁ ୫ହଜାର ଟଙ୍କାରେ ବିକ୍ରି ହେଉଛି। ଗତ ବର୍ଷ ରସୁଲଗଡ଼ରୁ ୪ଜଣ ସାଇବର ଠକଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ପଚରାଉଚରା କରାଯିବା ପରେ ସେମାନେ ବ୍ୟାଙ୍କ୍‌‌ରୁ ଡାଟା କିଣି ନେଇଥିବା ସ୍ୱୀକାର କରିଥିଲେ।

ଘରକୁ ଘର ବୁଲି ତଥ୍ୟ ମାଗୁଛନ୍ତି ଠକ

ଅନେକ ଘରୋଇ ସଂସ୍ଥା ସର୍ଭେ ଆଳରେ ଘରକୁ ଘରକୁ ଯାଇ ତଥ୍ୟ ମାଗୁଛନ୍ତି। ଲୋକେ ସରକାରୀ ସୁବିଧା ପାଇବା ଆଶାରେ ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି। ଏହି ତଥ୍ୟ ନେବା ପରେ ଘରୋଇ ସଂସ୍ଥା ସାଇବର ଠକଙ୍କୁ ତଥ୍ୟ ବିକ୍ରି କରୁଛନ୍ତି। ଏନେଇ ପୁଲିସ ଲୋକଙ୍କୁ ସଚେତନ କରିଛନ୍ତି ଯେ, କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ।

ମଲ୍‍, ପେଟ୍ରୋଲ ପମ୍ପରେ ଫୋନ୍‍ ନମ୍ବର ଦେଉଥିଲେ ହୁଅନ୍ତୁ ସତର୍କ; ଅନ୍‍ଲାଇନ୍‍ କାରବାର କରୁଥିବା ସଂସ୍ଥାରୁ ଡାଟା ହ୍ୟାକ୍‍ ସମ୍ଭାବନା
ଭୁବନେଶ୍ୱର: ସ୍ମାର୍ଟ ଯୁଗରେ ସମସ୍ତଙ୍କ ହାତରେ ଅତ୍ୟାଧୁନି ସ୍ମାର୍ଟ ଫୋନ୍‍ ରହୁଛି। ଲୋକେ ଘରେ ବସି ଆଙ୍ଗୁଠି ଟିପ୍‍ ରେ ସବୁ କିଛି ଅନ୍‍ଲାଇନ୍‍ ମାଧ୍ୟମରେ କରୁଛନ୍ତି। ଅନ୍‍ଲାଇନ୍‍ ଖାଇବା ଅର୍ଡର ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏଭଳି ଅର୍ଡର କରିବା ସମୟରେ ଗ୍ରାହକ ନିଜର ସମସ୍ତ ତଥ୍ୟ ଦେଉଛି। ତେଣୁ ଜଣେ ଗ୍ରାହକଙ୍କ ସମସ୍ତ ତଥ୍ୟ ଅନ୍‍ଲାଇନ୍‍ ସଂସ୍ଥା ପାଖରେ ରହୁଛି। ତୁମକୁ କଣ ପସନ୍ଦ ଲାଗୁଛି, କଣ କିଣିବାକୁ ଇଚ୍ଛା କରୁଛନ୍ତି, ଆଦି ଜଣଙ୍କ ବିଷୟରେ ସବୁ କିଛି ସେମାନଙ୍କ ଡିଜିଟାଲ ଇଣ୍ଟେଲଜେନ୍ସ ମାଧ୍ୟମରେ ରହୁଛି। ଯାହାଫଳରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଖୋଲିବା ମାତ୍ରେ ସେ ପସନ୍ଦ କରୁଥିବା ସାମଗ୍ରୀର ବିଜ୍ଞାପନ ବାରମ୍ଭାର ଆସେ। ଅନେକ ଜାଣି ନଥାନ୍ତି, ଏହି ଠାରୁ ହିଁ ସାଇବର ଠକେଇ ଆରମ୍ଭ ହୁଏ।

ଏବେ ଚାଇନା ଠକ ବିଭିନ୍ନ ସଂସ୍ଥାର ୱେବ୍‍ସାଇଟ୍‍ ହ୍ୟାକ୍‍ କରି ଲୋକଙ୍କ ଡାଟା ଚୋରି କରି ନେଉଛନ୍ତି। ଅନେକ ସମୟରେ ମଧ୍ୟ ଉକ୍ତ ସଂସ୍ଥାର କିଛି ବ୍ୟକ୍ତି ମଧ୍ୟ ଠକଙ୍କ ସହ ସମ୍ପୃକ୍ତ ରହି ଡାଟା ଲିକ୍‍ କରନ୍ତି। କେବଳ ଅନ୍‍ଲାଇନ୍‍ ସଂସ୍ଥା ନୁହେଁ ବରଂ ବ୍ୟାଙ୍କ୍‍ର କର୍ମଚାରୀ ମଧ୍ୟ ଚାଇନା ଠକଙ୍କ ଲିଙ୍କ୍‍ ରେ ଅଛନ୍ତି। ସେମାନେ ଜଣେ ବ୍ୟକ୍ତିଙ୍କ ଡାଟା ପିଛା ୧ହଜାରରୁ ୧୫ ଶହ ଟଙ୍କା ପାଇଥାନ୍ତି। ପୂର୍ବରୁ ରସୁଲଗଡ଼ରେ ରହୁଥିବା ସାଇବର ଠକଙ୍କୁ କ୍ରାଇମ୍‍ବ୍ରାଞ୍ଚ ଗିରଫ କରିଥିଲା। ସେମାନଙ୍କୁ ଲୋକଙ୍କ ଡାଟା କିଭଳି ମିଳୁଥିଲା ସେନେଇ ପଚରାଉଚରା ବେଳେ ରୋଚକ ତଥ୍ୟ ମିଳିଥିଲା।

ଲଟେରି ଉଠିବା ଆଳରେ ମାଗୁଛନ୍ତି ଫୋନ୍‍ ନମ୍ବର

ଏବେ ଲୋକଙ୍କ ଡାଟା ସଂଗ୍ରହ କରିବା ପାଇଁ ବିଭିନ୍ନ ସଂସ୍ଥା ଲାଗି ପଡ଼ିଛନ୍ତି। ବିଶେଷ କରି ବିଭିନ୍ନ ଘରୋଇ ସଂସ୍ଥା ଏହି କାରରେ ଲାଗିଛନ୍ତି। ଏବେ ସହରର ବିଭିନ୍ନ ପଟ୍ରୋଲ ପମ୍ପରେ ଏକାଧିକ ଲୋକେ ଖଣ୍ଡେ କାଗଜ ଧରି ଛିଡ଼ା ହେଉଛନ୍ତି। ଲୋକେ ପେଟ୍ରୋଲ ପକାଇ ଯିବା ସମୟରେ ସେମାନେ ଅଟକାଉଛନ୍ତି। ଏପରିକି ତାଙ୍କ ଲଟେରି କାଟିବାକୁ ଲୋଭ ଦେଖାଇ ଫୋନ୍‍ ନମ୍ବର ମାଗି ନେଉଛନ୍ତି। ପରେ ଉକ୍ତ ବ୍ୟକ୍ତିଙ୍କୁ ଫୋନ୍‍ କରି ବିଭିନ୍ନ ଲୋଭ ଦେଖାଇ ଟଙ୍କା ଲୁଟି ନେଉଛନ୍ତି। ସେହିପରି ମଲ୍‍, ରେଷ୍ଟୁରାଣ୍ଟ ଆଦି ଅନେକ ସଂସ୍ଥାରେ ଫୋନ୍‍ ନମ୍ବର ମାଗୁଛନ୍ତି। ଲୋକେ ତାହା ବୁଝି ନପାରି ସହଜରେ ଫୋନ୍‍ ନମ୍ବର ଦେଇ ଦେଉଛନ୍ତି। ଯାହାଫଳରେ ସେଠାରୁ ମଧ୍ୟ ଡାଟା ଚୋରି ହେଉଛି।

ସୋସିଆଲ ମିଡିଆରୁ ମିଳୁଛି ୫୦ ପ୍ରତିଶତ ଡାଟା

ଆଜିକାଲି ଲୋକେ ବହି ପଢ଼଼ିବା ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଯାହାଫଳରେ ପ୍ରତିଦିନର ଆକ୍ଟିଭିକ୍ଟ ସୋସିଆଲ ମିଡିଆରେ ଅପଡେଟ୍‍ କରୁଛନ୍ତି। କୁଆଡ଼େ ବୁଲିବାକୁ ଗଲେ, କୁହା ସହ ଗଲେ ସବୁ କିଛି ଫଟୋ ଅପଲୋଡ୍‍ କରି ଦେଉଛନ୍ତି। ଏବେ ସାଇବର ଠକ ସୋସିଆଲ ମିଡିଆକୁ ହ୍ୟାକ କରି ୫୦ପ୍ରତିଶତ ଲୋକଙ୍କ ଡାଟା ଚୋରି କରି ନେଉଥିବା ସାଇବର ବିଶେଷଜ୍ଞମାନେ କହିଛନ୍ତି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଥିବାରୁ ସାଇବର ଠକ ସହଜରେ ହ୍ୟାକ୍‍ କରି ଡାଟା ଚୋରି କରି ନେଉଛନ୍ତି। ଯାହାଫଳରେ ଏହି ଡାଟା ସାହାଯ୍ୟରେ ଲୋକଙ୍କୁ ଠକେଇ କରିବା ସହଜ ହେଉଛି।

ମୋବାଇଲ୍‍କୁ ଲିଙ୍କ୍‍ ଆସୁଥିଲେ ସାବଧାନ

ସାଇବର ଠକ ଏକାଧିକ ଲୋକଙ୍କ ଡାଟା ପାଇବା ପରେ ସେମାନଙ୍କ ମୋବାଇଲ୍‍ ହ୍ୱାଟ୍ସଆପ୍‍କୁ ବିଭିନ୍ନ ଲିଙ୍କ୍‍ ଏବଂ ଲୋଭନୀୟ ଅଫର ପଠାଉଛନ୍ତି। ଅନେକ ଲୋକେ ସାଇବର ଠକଙ୍କ ଚାଲ ଜାଣି ନପାରି ଏହି ଲିଙ୍କ୍‍ ଉପରେ କ୍ଲିକ୍‍ କରି ଦେଉଛନ୍ତି। ଯାହାଫଳରେ ସାଇବର ଠକ ସହଜରେ ମୋବାଇଲ୍‍ ହ୍ୟାକ୍‍ କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ସେହିପରି ଅନେକ ଲୋକ ଠକଙ୍କ ମେସେଜ୍‍ ଦେଖି ଲୋଭରେ ପଡ଼ିଯାଆନ୍ତି। ଫଳରେ ସାଇବର ଠକ ତାଙ୍କୁ ବିଭିନ୍ନ ଆଳ କରି ଟଙ୍କା ଠକି ନିଅନ୍ତି।

ରୁଷ୍‌-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ସମର୍ଥନକାରୀଙ୍କ ଉପରେ ସାଇବର ଆକ୍ରମଣ କରୁଛି ରୁଷ୍‌
କିଭ୍‌(ଏଜେନ୍ସି): ରୁଷ୍‌-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ୍‌ ୟୁକ୍ରେନ ଏବଂ ଏହାକୁ ସମର୍ଥନ ଦେଉଥିବା ଦେଶ ଉପରେ ସାଇବର ଆକ୍ରମଣକୁ ତୀବ୍ର କରିଛି। ସିଷ୍ଟମ ହ୍ୟାକ୍‌ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। ଆମେରିକା ଏବଂ ଏହାର ସରକାରୀ କମ୍ପ୍ୟୁଟର ନେଟୱର୍କକୁ ମଧ୍ୟ ନିଶାଣ କରାଯାଉଛି। ମାଇକ୍ରୋସଫ୍ଟ ପକ୍ଷରୁ ବୁଧବାର ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ହ୍ୟାକିଂ କରି ୪୨ ଦେଶର ଗୋପନୀୟ ତଥ୍ୟ ସଂଗ୍ରହ କରିଛି। ରୁଷ୍‌ର ହ୍ୟାକିଂ ପ୍ରୟାସ ୨୯ ପ୍ରତିଶତ ସଫଳ ରହିଛି। ଏହି ସମୟରେ ରୁଷ୍‌ ୭.୨୫ ପ୍ରତିଶତ ତଥ୍ୟ ଚୋରି କରିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ରୁଷ୍‌ ସେନା ଲୁହାନସ୍କ, ଡୋନେସ୍କ ସହିତ ଖାରକିଭ୍‌ରେ ବୋମା ମାଡ଼ ଜାରି ରଖିଛି। ଏହି ଆକ୍ରମଣରେ ଖାରକିଭ୍‌ରେ ୧୫ ଜଣ ପ୍ରାଣ ହରାଇଛନ୍ତି। ଶତ୍ରୁ ବିଭିନ୍ନ ଦିଗରୁ ଆଗକୁ ବଢୁଛି ବୋଲି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପ୍ରାୟ ୪ ମାସ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ମଧ୍ୟରେ ରିପୋରର୍ସ ୱିଦାଉଟ ବଡର୍ସ ପକ୍ଷରୁ ବଡ଼ ଦାବି କରାଯାଇଛି। ୟୁକ୍ରେନରେ ଫଟୋ ସାମ୍ବାଦିକ ମାକ୍ସ ଲେଭିନ ଏବଂ ତାଙ୍କ ବନ୍ଧୁ ଆଲେକ୍ସି ଚେର୍ଣ୍ଣିସୋଭଙ୍କ ହତ୍ୟା ପାଇଁ ରୁଷ୍‌ ଷଡ଼ଯନ୍ତ୍ର କରିଥିଲା। ମାର୍ଚ୍ଚ ୧୩ରେ କିଭ୍‌ ନିକଟସ୍ଥ ଏକ ଜଙ୍ଗଲରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ପ୍ରଥମେ ରୁଷ ସୈନିକ ମାକ୍ସ ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରିଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ। ଏହାର ତଦନ୍ତ ପାଇଁ ୨ ଜଣ ତଦନ୍ତକାରୀ ଅଧିକାରୀ ୟୁକ୍ରେନ ଯାଇଥିଲେ। ତାଙ୍କୁ ଘଟଣାସ୍ଥଳରେ ହତ୍ୟାର ପ୍ରମାଣ ମିଳିଥିଲା। ଘଟଣାସ୍ଥଳରୁ ମାକ୍ସ ଏବଂ ତାଙ୍କ ବନ୍ଧୁଙ୍କ ଆଇକାର୍ଡ ଏବଂ ଅନେକ ଗୁଳି ମିଳିଥିଲା।

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା ଲାପଟପରେ ଇନଷ୍ଟଲ କରନ୍ତୁ ନାହିଁ ଏହି ଆପ୍‌, ଲୋକଙ୍କୁ ସତର୍କ କଲା ପୁଲିସ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି।ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି ଯେ ଏନିଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି । ଏନେଇ କୌଣସି ମେସେଜ ଆସିଲେ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ କରୁନ୍ତି ନାହିଁ। କୌଣସି ବେନାମୀ ୱେବସାଇଟ ମଧ୍ୟ ଖୋଲନ୍ତୁ ନାହିଁ। ଯଦି କୌଣସି ଠକ ଆପଣଙ୍କୁ  ଏନିଡେସ୍କ ଆପ୍ଲିକେସନକୁ ଡାଉନଲୋଡ଼ କରିବାକୁ କହୁଛନ୍ତି ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହା ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଅନ୍ୟପଟେ ପୁଲିସ ପକ୍ଷରୁ ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୁଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୁଲିସ । ଏଥିରୁ ଜଣାପଡିଛି ଯେ   ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଛି। ଏଣୁ ଜନସାଧାରଣ ସତର୍କ ରୁହନ୍ତୁ। ଠକଙ୍କ କଲ୍‌ ଆସିଲେ କୌଣସି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ। ସର୍ବଦା ସତର୍କ ଏବଂ ସଚେତନ ରୁହନ୍ତ। ଯଦିବି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତେବେ ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ସମସ୍ତ ତଥ୍ୟ ଦିଅନ୍ତୁ। ଯାହା ଦ୍ବାରା ଠକେଇ ହୋଇଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି ଏବଂ ଠକ ମଧ୍ୟ ଗିରଫ ହୋଇପାରିବେ।

ଅଥୟ କଲେଣି ସାଇବର୍‌ ଠକ; ତଥ୍ୟ ଚୋରି କରି ନେଇଗଲେ ୧୦ ଲକ୍ଷ
ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ଦେଖିବାକୁ ମିଳିଛି। ଏହିଭଳି ଉପାୟରେ ଜଣେ ସରକାରୀ ବାବୁଙ୍କ ଆକାଉଣ୍ଟରୁ ସାଇବର୍ ଠକମାନେ ୧୦ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ସରକାରୀ ଅଫିସର ଅମୂଲ୍ୟ ତ୍ରିପାଠୀ କ୍ରାଇମ୍‌ବ୍ରାଞ୍ଚ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହାସହ ଗୁରୁବାର ତଦନ୍ତକାରୀ ଅଧିକାରୀ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌କୁ ଯାଇ ବ୍ୟାଙ୍କ୍‌ ମ୍ୟାନେଜର ସମେତ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି।

ମିଳିଥିବା ଅଭିଯୋଗ ଅନୁଯାୟୀ, ଅମୂଲ୍ୟଙ୍କର ଟ୍ରେଜେରୀ ଅଫିସ୍ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ସେଭିଙ୍ଗ୍ ଆକାଉଣ୍ଟ ରହିଛି। ହେଲେ ୨୦୧୯ ମାର୍ଚ୍ଚ ୧୫ ତାରିଖରେ ତାଙ୍କ ଆକାଉଣ୍ଟରୁ ୨ହଜାର ଟଙ୍କା କଟି ଯାଇଥିଲା। କେହି ତାଙ୍କର ଡେବିଟ୍ କାର୍ଡ଼ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଅମୂଲ୍ୟ ଜାଣିବା ପରେ ଏନେଇ ବ୍ୟାଙ୍କର ମ୍ୟାନେଜରକୁ ଜଣାଇଥିଲେ। ମ୍ୟାନେଜର ଏହା ଜାଣିବା ପରେ ୨୦୧୯ ଏପ୍ରିଲ ୨୬ ତାରିଖରେ ତାଙ୍କ ଏଟିଏମ୍ କାର୍ଡକୁ ବ୍ଲକ କରି ଦେଇଥିଲେ। କିନ୍ତୁ ବ୍ୟାଙ୍କ୍ କର୍ମଚାରୀଙ୍କ କଥାକୁ ପୁଣି ଆଉ ଏକ ଡେବିଟ୍ କାର୍ଡ ନେଇଥିଲେ ଅମୂଲ୍ୟ । ହେଲେ ୨୦୧୯ରୁ ଆଜି ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୩୧ଥର କାରବାର କରି ଠକ

ଡେବିଟ୍ କାର୍ଡ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଛନ୍ତି। ବଡ଼ କଥା ହେଲା ଆରବିଆଇ ୪୦ହଜାର ଟଙ୍କା ଉପରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିନ୍ତୁ ଅମୂଲ୍ୟଙ୍କ ଆକାଉଣ୍ଟରୁ ଗୋଟିଏ କାରବାରରେ ୯୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଠକ। ତାଙ୍କ ଆକାଉଣ୍ଟରୁ ୩୧ ଟି ଟ୍ରାଞ୍ଜାକ୍‌ସନ ହୋଇଥିଲେ ମଧ୍ୟ ତାଙ୍କ ପଞ୍ଜିକୃତ ମୋବାଇଲ୍‌କୁ ଗୋଟିଏ ବି ମେସେଜ୍ ଆସିନି । ତେଣୁ ଏଭଳି ଠକେଇ ପଛରେ ବ୍ୟାଙ୍କ୍ କର୍ମଚାରୀ ଏବଂ ସାଇବର ଠକଙ୍କ ହାତ ରହିଥିବା ଅମୂଲ୍ୟ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଜଣାଇଛନ୍ତି। ଅନ୍ୟପଟରେ ୪ ଦିନ ତଳେ ବାପୁଜୀ ନଗରରେ ଥିବା ଏକ ବ୍ୟାଙ୍କ୍‌ରୁ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିଲା। ଅନ୍ୟର ପ୍ଲାଟ୍‌କୁ ବନ୍ଧକ ରଖି ବ୍ୟାଙ୍କ୍ କର୍ମଚାରୀ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୋନ୍ କରାଇ ନେଇଥିଲେ।

ଟାୱାର୍ ବସାଇବା ଆଳରେ ୨୨ ଲକ୍ଷ ଗୋଲ୍

ମୋବାଇଲ୍‌ ଟାୱାର ବସାଇବା ଆଳରେ ରାଜ୍ୟରେ ସାଇବର୍‌ ଠକେଇ ବଢ଼ିବାରେ ଲାଗିଛି। ଏହିପରି ପୁଣି ଜଣେ ବ୍ୟକ୍ତି ୨୨ଲକ୍ଷ ଟଙ୍କାର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଗୋପାଳ ଚନ୍ଦ୍ର ପଣ୍ଡା ଏନେଇ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏହାସହ ଟଙ୍କା ଯାଇଥିବା ଆକାଉଣ୍ଟକୁ ବ୍ଲକ କରାଯାଇଛି । କିନ୍ତୁ ୨୨ଲକ୍ଷ ଟଙ୍କାକୁ ସାଇବର୍ ଠକ ଚତୁରତାର ସହ ଉଠାଇ ନେଇଛନ୍ତି ।

ଅଭିଯୋଗ ଅନୁସାରେ, ଗୋପାଳଙ୍କ ନିକଟକୁ ୨୦୧୯ ଅକ୍ଟୋବର ୬ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଠକ ଜଣଙ୍କ ନିଜକୁ ଏକ ଟେଲିକମ୍ ସଂସ୍ଥାରୁ ଫୋନ୍ କରିଥିବା କହିଥିଲେ। ତୁମ ଜାଗାରେ ମୋବାଇଲ୍‌ ଟାୱାର ବସାଇ ଲାଭବାନ ହେବାକୁ ସ୍ବପ୍ନ ଦେଖାଇଥିଲେ। ମାସକୁ ଭଡ଼ା ଆକାରରେ ୧୧ହଜାର ଟଙ୍କା ମିଳିବ ବୋଲି କହିଥିଲେ | ଠକର କଥାରେ ବିଶ୍ବାସ କରି ଗୋପଳଚନ୍ଦ୍ର ତାଙ୍କ ଜମିରେ ମୋବାଇଲ୍‌ ଟାୱାର ବସାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଠକ କହିବା ଅନୁସାରେ ନିଜର ପାନ କାର୍ଡ, ଆଧାର କାର୍ଡ ଏବଂ ଜମିର ପଟ୍ଟା ଦେଇଥିଲେ। କାଗଜପତ୍ର କାମ କରିବା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଠକ କଥାରେ ପ୍ରଥମେ ଗୋପାଳ ୨୦ ହଜାର ଟଙ୍କା ପଠାଇଥିଲେ । ପରେ ଠକ ପୁଣି ଜିଏସ୍‌ଟି ଚାର୍ଜ ଏବଂ ଓକିଲ ଚାର୍ଜ ପାଇଁ ମଧ୍ୟ ଟଙ୍କା ମାଗିଥିଲେ । ଏହିଭଳି ଠକ ପ୍ରାୟ ୨୨ଲକ୍ଷ ଟଙ୍କା ଠକି ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ପୁଣି ଆହୁରି ଟଙ୍କା ଦେବାକୁ ଠକ କହିଥିଲା | ଟଙ୍କା ଦେଲେ ଫିଲଡ ଅଫିସର ଜାଗାକୁ ଯାଇ ଯାଞ୍ଚ କରିବା ପରେ କାମ ଆରମ୍ଭ ହେବ ବୋଲି ଠକ କହିଥିଲେ। କିନ୍ତୁ ଗୋପାଳଚନ୍ଦ୍ର ଠକଙ୍କ ହାବଭାବରୁ ଠକେଇ ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ ୭୭ ଲକ୍ଷ
ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି।

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ ନେଇଯାଇଛନ୍ତି। ସାଇବର୍‍ ହେଲ୍ପଡେସ୍କକୁ ନଭେମ୍ବର ମାସରେ ୪୬୦ଟି ଅଭିଯୋଗ କଲ୍‍ ଆସିଛି। ସେଥରୁ ୨୪୬ଟି କେବଳ ଭୁବନେଶ୍ୱରରୁ ଆସିଥିବା ଜଣାପଡ଼ିଛି। ସେଥିରୁ ୟୁପିଆଇ ଠକେଇ ୯୭, କ୍ରେଡିଟ୍‍/ଡେବିଡ୍‍ କାର୍ଡ ୩୬ ଓ ୧୧୩ଟି ଅନ୍ୟାନ୍ୟ ଉପାୟରେ ଠକେଇ ସମ୍ପର୍କିତ କଲ୍‍ ଆସିଛି। ସେହିପରି ନଭେମ୍ବର ମାସ ସାଇବର୍‍ ହେଲ୍ପଡେସ୍କକୁ ବଡ଼ ସଫଳତା ମିଳିଛି। ଠକେଇ ଶିକାର ହେବାର ଘଣ୍ଟାଏ ଅର୍ଥାତ୍‍ ଗୋଲ୍ଡଡେନ୍‍ ଆୱାରରେ ଭିତରେ ଅଭିଯୋଗକାରୀ ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଥିଲେ। ତେବେ ସାଇବର୍‍ ଡେସ୍କ ୨୬ଲକ୍ଷ ୯୭ହଜାର ୨୪୮ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଇନ୍‍ଫୋସିଟିର ଜଣେ ମହିଳା ୭୫ହଜାର ଓ ୭୦ହଜାର, ନୂଆପଲ୍ଲୀର ୧ ଲକ୍ଷ ୪୦ହଜାର ଓ ୯୭ହଜାର ଏବଂ ଭରତପୁରର ୧ ଲକ୍ଷ ୧୮ହଜାର ଟଙ୍କା ଭଳି ବଡ଼ଧରଣ ଟଙ୍କା ଫେରସ୍ତ କରିଛି ସାଇବର ହେଲ୍ପଡେସ୍କ।

ସହରରୁ ୧୩ଟି ବଡ଼ଧରଣର ସାଇବର୍‍ ଠକେଇ ହୋଇଥିବାରୁ ଉକ୍ତ ଅଭିଯୋଗଗୁଡିକୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଥିସହିତ ଠକେଇ ଲାଗି ଫୋନ୍‍ କଲ୍‍ ଆସିବା ୫୯ଟି ନମ୍ବରକୁ ଗୃହ ମନ୍ତ୍ରାଳୟର ସାଇବର୍‍ ସେଫ୍‍ ପୋର୍ଟାଲ ଜରିଆରେ ବ୍ଲକ କରାଯାଇଛି। ଫଳରେ ଗୋଟିଏ ସିମ୍‍ ରେ ଥରେ ସାଇବର ଠକ ଠକିପାରିବ। ଉକ୍ତ ନମ୍ବରରେ ଆଉ କାହାଠାରୁ ଠକେଇ କରିପାରିବନି ଠକ। ଏଭଳି ଭାବେ ଗତ ୧୧ମାସରେ ରାଜଧାନୀରୁ କେବଳ ୧୦କୋଟି ଟଙ୍କା ଠକ ନେଇଯାଇଛି।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କୌଣସି ସଂସ୍ଥାର ହେଲ୍ପଲାଇନ୍‍ ନମ୍ବର ଜାଣିବା ଲାଗି ଗୁଗ୍‍ଲରେ ସର୍ଚ୍ଚ କରି ଜାରି ହୋଇଥିବା ହେଲ୍ପଲାଇନ୍‍ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସେହି ସଂସ୍ଥାର ୱେବ୍‍ସାଇଟ୍‍କୁ ଯାଇ ହେଲ୍ପଲାଇନ୍‍ ରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତିି।

ପିଏନ୍‌ବି ସର୍ଭରରେ ସାଇବର ଆକ୍ରମଣ; ୧୮ କୋଟି ଗ୍ରାହକଙ୍କ ଡାଟା ଲିକ୍‌
ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (ପିଏନବି) ସର୍ଭରରେ ହୋଇଛି ସାଇବର ଆକ୍ରମଣ। ଏଥିରେ ହ୍ୟାକରମାନେ ବ୍ୟାଙ୍କର ବୈଷୟିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପ୍ରାୟ ୧୮ କୋଟି ଗ୍ରାହକଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ହ୍ୟାକରମାନେ ଦୀର୍ଘ ୭ ମାସ ଧରି ଗ୍ରାହକଙ୍କ ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ସୂଚନା ନେଉଥିଲେ। ସାଇବର ଏକ୍ସ ୯ କହିଛି ଯେ, ସାଇବର ଆକ୍ରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୁରକ୍ଷା ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ନିୟନ୍ତ୍ରଣ ସହିତ ଏହାର ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟନ୍ତ ରହିଛି। ପିଏନ୍‌ବି ସର୍ଭରରେ ହୋଇଥିବା ସାଇବର ଆକ୍ରମଣ ଯୋଗୁ ଗ୍ରାହକଙ୍କ ଡାଟା ଲିକ୍‌ ହେବା କଥାକୁ ପିଏନ୍‌ବି ପକ୍ଷରୁ ଅଗ୍ରାହ୍ୟ କରାଯାଇଛି। ଏହି କାରଣରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ଭରକୁ ବନ୍ଦ କରିଦିଆଯାଇଥିବା ବ୍ୟାଙ୍କ କହିଛି।

ଏ ସମ୍ପର୍କରେ ସାଇବର ଏକ୍ସ ୯ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ପାଠକ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗତ ୭ ମାସ ମଧ୍ୟରେ ୧୮୦ ନିୟୁତ ଅଧିକ ଗ୍ରାହକଙ୍କ ପାଣ୍ଠିର ସୁରକ୍ଷା, ବ୍ୟକ୍ତିଗତ ତଥା ଆର୍ଥିକ ତଥ୍ୟର ସୁରକ୍ଷାକୁ ନେଇ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଯେତେବେଳେ ସାଇବର ଏକ୍ସ ୯ ଏହାକୁ ଚିହ୍ନଟ କଲା ସେତେବେଳେ ସିଇଆର୍‌ଟି-ଇନ୍‌ ଏବଂ ଏନ୍‌ସିଆଇଆଇପିସି ମାଧ୍ୟମରେ ବ୍ୟାଙ୍କକୁ ଜଣାଇଲା। ତେବେ କହିଛି ଯେ, ସର୍ଭରରେ କୌଣସି ସମ୍ବେଦନଶୀଳ କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ ଯେଉଁଥିରେ ଉଲ୍ଲଂଘନ ସାମ୍ନାକୁ ଆସିଛି।