Narcotics control Bureau - The Sakala

ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ରୋଚକ ମୋଡ଼ : ଲାଞ୍ଚ ଅଭିଯୋଗରେ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ
ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର ଡିଲ ହୋଇଥÒଲା। ହେଲେ ପରବର୍ତ୍ତୀ ସମୟରେ ଏହା ୧୮ କୋଟି ଟଙ୍କାରେ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ହେଲେ ଏବେ ଗୋସାୱି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି। ଏପରି ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହେବା ସହ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ବହୁ ନେତା ବାହାରିଛନ୍ତି।

ଏପରି ଅଭିଯୋଗ ଆସିବା ‘ଏନ୍‌ବିସି’ ସୀମରଙ୍କ ବିପକ୍ଷରେ ଭିଜିଲାନ୍ସ ତଦନ୍ତ କରିବାକୁ ଆଦେଶ ଦେଇଛି। ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ। ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି ।

ସେପଟେ ଏସବୁ ଅଭିଯୋଗକୁ ନାର୍କୋଟିକ୍ସ କଣ୍ଟ୍ରୋଲ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ମାମଲାରେ କୌଣସି ବି ହେରଫେର ହୋଇନଥିବା ସେ କହିଛନ୍ତି। ସମୟ ଆସିଲେ ସେ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ଏହି ଦାବିକୁ ଭିତ୍ତିହୀନ ବୋଲି ଏଜେନ୍ସି କହିଛି। ଏନ୍‌ସିବିର ଛବି ଖରାପ କରିବାକୁ ଏଭଳି ମିଥ୍ୟା ଦାବି କରାଯାଉଛି। ସମୀର ୱାଙ୍ଖଡେ ତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍‌ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ଏଥିରେ ସେ “ମୋତେ ଗିରଫ କରନି’ ବୋଲି ଉଲ୍ଲେଖ କରିଛନ୍ତି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କ: ୩୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଏନସିବି
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍‌ ଦାଖଲ ହୋଇଛି ।  ଏନସିବିର ମୁଖ୍ୟ ସମୀର ଓ୍ୱାନଖେଡେ ଚାର୍ଜସିଟ୍ ଦାଖଲ ପାଇଁ ନିଜେ ଆଜି ଅଦାଲତରେ ପହଞ୍ଚିଥିଲେ ।

ଚାର୍ଜଶିଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ୩୩ଜଣଙ୍କ ନାଁ ରହିଛି। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଏବଂ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛ। ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।

ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା।  ଏନସିବି ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ ଏନସିବି ଗିରଫ କରିଥିଲା ।