remove baldness - The Sakala

ଚନ୍ଦାପଣ ଦୂର କରିବ ହେଲ୍‌ମେଟ୍‌, ୩ ଘଣ୍ଟା ପିନ୍ଧିଲେ ଚୁଟିର ମୂଳ ହେବ ମଜଭୁତ୍‌
ପାଟନା: ଚନ୍ଦାପଣକୁ ନେଇ ଚିନ୍ତିତ ଥିବା ଲୋକମାନଙ୍କ ନିମନ୍ତେ ଖୁସି ଖବର ଆସିଛି। ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଉଥିବା ହେଲ୍‌ମେଟ୍‌ ଏବେ ଚନ୍ଦାପଣ ଦୂର କରିବ। ପାଟନା ଏମ୍ସ ଏହି ସ୍ବତନ୍ତ୍ର ହେଲ୍‌ମେଟ୍‌କୁ ପ୍ରସ୍ତୁତ କରୁଛି। ଏହା ଚୁଟି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିଦେବ। ଏହା ଚନ୍ଦାପଣ ସମସ୍ୟାର ରାମବାଣ ସାବ୍ୟସ୍ତ ହେବ ବୋଲି ନ୍ୟୁରୋ ଫିଜିଓଲୋଜି ବିଭାଗର ଡାକ୍ତର ଦାବି କରିଛନ୍ତି। ମେଡିକାଲର ଉପାଧ୍ୟକ୍ଷ ତଥା ନ୍ୟୁରୋ ଫିଜିଓଲୋଜିର ଅତିରିକ୍ତ ପ୍ରଫେସର ଡ. ଯୋଗେଶ କୁମାର କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ଚର୍ମର ସେହି ସ୍ତର ଉପରେ ଅଧ୍ୟୟନ କରାଯାଇଛି ଯେଉଁଠି ଚୁଟି ଉଠିବା ପରେ ଅଧିକ ସମୟ ପର୍ଯ୍ୟନ୍ତ ରହି ଦୁର୍ବଳ ହୋଇଯାଇଥାଏ। ଏହି ସ୍ବତନ୍ତ୍ର ହେଲମେଟ୍‌ରେ ୩୨ ଲେଜର ଏଲଇଡି ବ୍ୟବହାର କରାଯାଇଛି। ଏହାକୁ ପିନ୍ଧିବା ପରେ ଅଲଗା ଅଲଗା ପ୍ରକାରର ୩୨ ଲେଜର ଲାଇଟ୍‌ ଆସିଥାଏ ଏବଂ ପ୍ରତ୍ୟେକ ଲାଇଟ ଅଲଗା ଅଲଗା କାମ କରିଥାଏ। ହେଲ୍‌ମେଟ୍‌ ଚିକିତ୍ସା ଆରମ୍ଭ ହେବାର ୩ରୁ ୪ ମାସ ମଧ୍ୟରେ ଚନ୍ଦାପଣ ଦୂର ହୋଇଯିବ। ଏହି ହେଲମେଟ୍‌କୁ ପ୍ରତିଦିନ ପିନ୍ଧିଲେ ୩ରୁ୪ ମାସରେ ଚୁଟି ଉଠିବ। ଏହାକୁ ଦିନକୁ ୩ ଘଣ୍ଟା ପିନ୍ଧିଲେ ଚୁଟିର ମୂଳ ମଜଭୁତ ହେବ।

ଡ. ଯୋଗେଶ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଦେଶରେ ଚନ୍ଦାପଣ ଦୂର କରିବାର କୌଣସି ସ୍ଥାୟୀ ସମାଧାନ ନାହିଁ। ଏହା ଉପରେ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଦେଶରେ ହୋଇଥିବା ସମସ୍ତ ଗବେଷଣାକୁ ଅଧ୍ୟୟନ କରାଯାଇଛି। ଏହି ଆଧାରରେ ସ୍ବତନ୍ତ୍ର ହେଲମେଟ୍‌ ପ୍ରସ୍ତୁତ କରାଯାଉଛି। ହେଲମେଟ୍‌ର ମେଡଲ ପ୍ରସ୍ତୁତ ପାଇଁ ଇଞ୍ଜିନିୟରଙ୍କ ସହାୟତା ଆବଶ୍ୟକ ହୋଇଥାଏ। ତେଣୁ ଆଇଆଇଟି ପାଟନାର ସହଯୋଗ ନିଆଯାଉଛି। ଏହା ଚନ୍ଦାପଣ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରେ। ମଡେଲ ଏବଂ ଥେରାପୀ ପଦ୍ଧତିର ପେଟେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହାକୁ ସାର୍ବଜନୀନ କରାଯିବ। ଏବେ ଲୋକ ସମୟ ପୂର୍ବରୁ ଚନ୍ଦା ହୋଇଯାଉଛନ୍ତି। ଔଷଧ ମଧ୍ୟ ଏଥିପାଇଁ କାମ କରିନଥାଏ। ଏଥିଯୋଗୁଁ ପୁଣି ଚୁଟି ଉଠେନାହିଁ। ଚୁଟି ଉଠିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହେନାହିଁ। ଚୁଟି ଉଠିବାର ୩ଟି ପର୍ଯ୍ୟାୟ ରହିଛି। ଏହା ଉପରେ କାମ କଲେ ସମସ୍ୟାର ସମାଧାନ ହୋଇଯିବ।