GST Slab - The Sakala

ଜିଏସ୍‌ଟି ପରିଷଦର ସଫେଇ : ଟିକସ ହାର ବୃଦ୍ଧି, ସ୍ଲାବ ପରିବର୍ତ୍ତନ ଯୋଜନା ନାହିଁ
ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ ଏହାର ରିପୋର୍ଟ ଦାଖଲ କରିବାର ଅଛି। ରିପୋର୍ଟ ଦାଖଲ କରାଯିବା ପରେ ହିଁ ଜିଏସଟି ପରିଷଦ ଟିକସ ହାର ଉପରେ କୌଣସି ନିଷ୍ପତ୍ତି ନେବ। ଟିକସ ହାର ବୃଦ୍ଧି ପାଇଁ ଜିଏସଟି ପରିଷଦ ରାଜ୍ୟଗୁଡ଼ିକର ମତାମତ ଲୋଡିନାହିଁ। ଏହାବ୍ୟତୀତ, ଅଧାରୁ ଅଧିକ ଦ୍ରବ୍ୟକୁ  ୨୮ ପ୍ରତିଶତ ସର୍ବୋଚ୍ଚ ଜିଏସ୍‌ଟି ସ୍ଲାବକୁ ସ୍ଥାନାନ୍ତର କରିବାକୁ କୌଣସି ପ୍ରସ୍ତାବ ନାହିଁ ।

ଗତବର୍ଷ ଜିଏସ୍‌ଟି ପରିଷଦ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇଙ୍କ ନେତୃତ୍ୱରେ ରାଜ୍ୟ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ କରିଥିଲା। ରାଜ୍ୟ ମନ୍ତ୍ରୀଙ୍କ ଏହି କମିଟି ଟିକସ ହାରକୁ ଯୁକ୍ତିଯୁକ୍ତ କରି ରାଜସ୍ୱ ବୃଦ୍ଧି କରିବାର ଉପାୟ ନେଇ ପରାମର୍ଶ ଦେବ। ଏହାପୂର୍ବରୁ କେନ୍ଦ୍ର ସରକାର ଗଣମାଧ୍ୟମର ଏକ ରିପୋର୍ଟକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଜିଏସ୍‌ଟି ପରିଷଦ ପାଞ୍ଚ ପ୍ରତିଶତ ଟିକସ ସ୍ଲାବରେ ଆସୁଥିବା ସାମଗ୍ରୀକୁ ଆଠ ପ୍ରତିଶତକୁ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ପ୍ରକାଶ ପାଇଥିଲା। ହେଉଛି। ଆସନ୍ତା ମାସର ମଧ୍ୟଭାଗରେ ଜିଏସ୍‌ଟି ପରିଷଦର ବୈଠକ ଅନୁଷ୍ଠିତ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବୈଠକରେ ପାଞ୍ଚ ପ୍ରତିଶତ ଟିକସ ସ୍ଲାବରେ ଆସୁଥିବା ଦ୍ରବ୍ରଗୁଡ଼ିକୁ ତିନି ଏବଂ ଆଠ ପ୍ରତିଶତ ସ୍ଲାବ୍‌ରେ ଆଣିବାକୁ ପରିଷଦ ପ୍ରସ୍ତାବ ଉପରେ ବିଚାର କରିପାରେ।

ରବିବାର ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରସ୍ତାବ ଅନୁଯାୟୀ ବହୁ ଉପଭୋକ୍ତା ସାମଗ୍ରୀକୁ ତିନି ପ୍ରତିଶତ ଟିକସ ସ୍ଲାବରେ ରଖାଯିବ ଏବଂ ଅବଶିଷ୍ଟ ସାମଗ୍ରୀଗୁଡିକୁ ଆଠ ପ୍ରତିଶତ ସ୍ଲାବରେ ରଖାଯିବ। ବର୍ତ୍ତମାନ ଜିଏସ୍ଟିରେ ଚାରୋଟି ଟ୍ୟାକ୍ସ ସ୍ଲାବ (୫,୮, ୧୨, ଏବଂ ୨୮ ପ୍ରତିଶତ) ରହିଛି। ଏହାବ୍ୟତୀତ ସୁନା ଓ ସୁନା ଅଳଙ୍କାର କ୍ଷେତ୍ରରେ  ତିନି ପ୍ରତିଶତ ଜିଏସ୍‌ଟି ହାର ଲାଗୁ କରାଯାଉଛି।  ଏଠାରେ ସୂଚନାଯୋଗ୍ୟ ଯେ, ଜିଏସ୍‌ଟି ପରିଷଦ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ।

ବଦଳିବ ଜିଏସ୍‌ଟି ସ୍ଲାବ୍‌ ; ବଢ଼ିବ ମହଙ୍ଗା ବୋଝ
ନୂଆଦିଲ୍ଲୀ : ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ବଜାରରେ ମହଙ୍ଗା ହେବାରେ ଲାଗିଛି ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ତେଲ ତାତିକୁ ବଳିଗଲାଣି ବଜାର ତାତି। ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ଖାଉଟି। ଏଭଳି ସ୍ଥଳେ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଉଚ୍ଚ ବଜାର ଦରରୁ ଆଶ୍ବସ୍ତି ମିଳିବା ସମ୍ଭାବନା କମ୍। କାରଣ ଆଗକୁ ଏହି ମହଙ୍ଗା ବୋଝ ଆହୁରି ବଢ଼ିବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କୁ ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ନିଶା ଘାରିଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର କିଛି ବି କରିବାକୁ ପ୍ରସ୍ତୁତ। ଏଥିପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ପରିସରଭୁକ୍ତ ନଥିବା ସାମଗ୍ରୀଗୁଡିକ ଟିକସ ସ୍ଲାବ୍‌ ପରିସରକୁ ଆଣିବା ପାଇଁ ଏବେ ଚାଲିଛି ଯୋଜନା।

ମେ’ ମାସରେ ବସିବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହାକୁ ଚୂଡାନ୍ତ ରୂପ ଦିଆଯିବ। ଏଥିଲାଗୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ଯୋଜନାନୁଯାୟୀ, ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ସରକାର ସମ୍ପୂର୍ଣ୍ଣ ରୂପେ ହଟାଇଦେବେ। ଏହା ବଦଳରେ ଖାଉଟିମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଦ୍ରବ୍ୟଗୁଡିକୁ ସରକାର ଟିକସ ପରିସରଭୁକ୍ତ କରିେବ। ଏଥିପାଇଁ ନୂଆକରି ୩ ପ୍ରତିଶତର ସର୍ବନିମ୍ନ ଟିକସ ସ୍ଲାବ୍‌ ଆରମ୍ଭ କରାଯିବ। ଏହି ସ୍ଲାବ୍‌ରେ ସେହି ବହୁଳ ଭାବେ ବ୍ୟବହାର କରାଯାଉଥିବା ଟିକସରହିତ ଦ୍ରବ୍ୟଗୁଡିକୁ ସାମିଲ କରାଯିବ। ଯାହାଫଳରେ ୩ ପ୍ରତିଶତ ଏବଂ ୮ ପ୍ରତିଶତ ସ୍ଲାବ୍‌ ଅଧୀନକୁ ବହୁ ସାମଗ୍ରୀ ଆସିଯିବ। ଆସନ୍ତା ମାସର ମଧ୍ୟ ଭାଗରେ ବସିବାକୁ ଯାଉଛି ଜିଏସ୍‌ଟି ପରିଷଦ ବୈଠକ।

ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମେତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଭାଗନେବେ। କେନ୍ଦ୍ର ସରକାରଙ୍କ କହିବାନୁଯାୟୀ, ଉପରୋକ୍ତ ପଦକ୍ଷେପ ଜରିଆରେ କେନ୍ଦ୍ର ସରକାର ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଯାହାଦ୍ବାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବାକୁ ପଡିବନାହିଁ। ପ୍ରଚଳିତ ଜିଏସ୍‌ଟି ବ୍ୟବସ୍ଥାରେ ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ସ୍ଲାବ୍ ରହିଛି। ତେବେ ସୁନା ଏବଂ ସୁନା ଅଳଙ୍କାର ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଉଛି। ତେବେ ଏବେ ବି କିଛି ଅଣବ୍ରାଣ୍ଡେଡ୍ ଏବଂ ପ୍ୟାକ୍ ହୋଇ ନ ଥିବା ଉତ୍ପାଦ ରହିଛି, ଯାହା କୌଣସି ଜିଏସ୍‌ଟି ସ୍ଲାବ୍‌ ଅଧିନରେ ନାହିଁ। ଏହାର ଅର୍ଥ ହେଉଛି ଏହି ସବୁ ସାମଗ୍ରୀ ଉପରେ କୌଣସି ଜିଏସ୍‌ଟି ଲାଗୁ କରାଯାଉନାହିଁ ।

ଏକ ସୂତ୍ରରୁ ପ୍ରକାଶ ଯେ ରାଜସ୍ୱ ବୃଦ୍ଧି ପାଇଁ କେନ୍ଦ୍ର ସରକାର ୩ ପ୍ରତିଶତ ସ୍ଲାବ୍‌ରେ କିଛି ଅଣ-ଖାଦ୍ୟ ସାମଗ୍ରୀକୁ ଆଣି ଏସବୁ ମୁକ୍ତ ଦ୍ରବ୍ୟ ତାଲିକାରୁ କାଟିବାକୁ ନିଷ୍ପତ୍ତି ନେବେ। ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ହଟାଇ ଏହାକୁ ୭, ୮ କିମ୍ବା ୯% ସ୍ଲାବ୍‌କୁ ବୃଦ୍ଧି କରିବା ଯୋଜନା ରହିଛି। ଆହୁରି ମଧ୍ୟ ଏକ ହିସାବ ଅନୁଯାୟୀ, ୫% ସ୍ଲାବରେ ସରକାରଙ୍କ ଦ୍ବାରା ପ୍ରତି ୧% ଟିକସ ହାର ବୃଦ୍ଧି (ଯେଉଁଥିରେ ମୁଖ୍ୟତଃ ଭାବେ ପ୍ୟାକେଜଡ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ) ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି କରାଇବ। ଜିଏସ୍‌ଟି ପରିଷଦ ଏହିପରି ଅନେକ ବିକଳ୍ପ ଉପରେ ଏବେ ବିଚାର କରୁଛି କିନ୍ତୁ ଅଧିକାଂଶ ଉତ୍ପାଦ ସାମଗ୍ରୀ ପାଇଁ ବୈଠକରେ ୮% ଜିଏସ୍‌ଟି ଉପରେ ସହମତି ହେବାର ଅଧିକ ସମ୍ଭାବନା ରହିଛି।

ସମ୍ପ୍ରତି ଏହିସବୁ ଉତ୍ପାଦଗୁଡିକ ଉପରେ ଜିଏସ୍‌ଟି ହାର ୫% ରହିଛି। ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଅଧ୍ୟକ୍ଷତାରେ ପରିଷଦ ରାଜ୍ୟ ମନ୍ତ୍ରୀଙ୍କ ଏକ କମିଟି ଗଠନ କରିଥିଲା। ଏହାର କାର୍ଯ୍ୟ ଥିଲା ଟିକସ ହାରକୁ ଯୁକ୍ତିଯୁକ୍ତ କରି ଟିକସ ସଂରଚନାରେ ଥିବା ଅସଙ୍ଗତିକୁ ହଟାଇ ରାଜସ୍ୱ ବୃଦ୍ଧି କରିବାର ଉପାୟ ଖୋଜିବା। ଆସନ୍ତା ମାସ ପ୍ରାରମ୍ଭରେ ମନ୍ତ୍ରୀ ଗୋଷ୍ଠୀ ଏହାର ସୁପାରିସ ରିପୋର୍ଟ ଦେବାର ସମ୍ଭାବନା ରହିଛି।

ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼ ପରିବର୍ତ୍ତନ; ହଟିବ ୫% ଟିକସ ସ୍ଲାବ୍‌
ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌ ୫ ପ୍ରତିଶତ ସ୍ଲାବ୍‌ ଆଉ ରହିବନାହିଁ। ଏହି ବର୍ଗର ଟିକସ ସ୍ଲାବ୍‌କୁ କେନ୍ଦ୍ର ସରକାର ହଟାଇଦେବାକୁ ଯୋଜନା କରୁଛନ୍ତି। ୫ ପ୍ରତିଶତରେ ରହିଥିବା ଟିକସ ସ୍ଲାବ୍‌ ହଟାଇ ସରକାର ତାହାକୁ ୮ ପ୍ରତିଶତରେ ରଖିପାରନ୍ତି। ସୂଚନାନୁଯାୟୀ, ଜିଏସ୍‌ଟି ପରିଷଦ ଏହାର ପରବର୍ତ୍ତୀ ବୈଠକରେ ସବୁଠୁ କମ୍‌ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିପାରେ।

ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କର ଏକ କମିଟି ଚଳିତ ମାସ ଶେଷ ସୁଦ୍ଧା ଉପରୋକ୍ତ ପ୍ରସ୍ତାବ ସମ୍ପର୍କରେ ରିପୋର୍ଟ ଜିଏସଟି ପରିଷଦକୁ ଦେଇପାରନ୍ତି। ଏଥିରେ ସବୁଠୁ କମ ସ୍ଲାବକୁ ବଢାଇବା ଏବଂ ସ୍ଲାବକୁ ତର୍କ ସଙ୍ଗତ କରିବା ସହିତ ରାଜସ୍ଵ କେମିତି ବଢିବ ସେହି ଦିଗରେ କେଉଁ କେଉଁ ପଦକ୍ଷେପ ନେବା ଦରକାର ତା ଉପରେ ରିପୋର୍ଟରେ ପ୍ରସ୍ତାବ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ଜିଏସଟିର ଚାରୋଟି ସ୍ଲାବ ରହିଛି। ସେଗୁଡିକ ହେଉଛି, ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ। ସମ୍ପ୍ରତି, ପ୍ୟାକେଜ୍ ହୋଇ ନ ଥିବା ଏବଂ ବ୍ରାଣ୍ଡେଡ୍ ଖାଦ୍ୟ ଏବଂ ଦୁଗ୍ଧ ଜିନିଷଗୁଡିକ ଜିଏସ୍‌ଟିରୁ ମୁକ୍ତ କରାଯାଇଛି।

ଏକ ସୂତ୍ରରୁ ପ୍ରକାଶ ଯେ, ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ଶେଷରେ କିମ୍ବା ଆସନ୍ତା ମାସ ଆରମ୍ଭରେ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରାଯିବ। ଏହା ଜରିଆରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ବାର୍ଷିକ ରାଜସ୍ଵ ପ୍ରାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରିସଂଖ୍ୟାନ ଅନୁଯାୟୀ,ଟିକସ ସ୍ଲାବ୍‌ରେ ଗୋଟିଏ ପ୍ରତିଶତ ବୃଦ୍ଧି ଘଟିଲେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କାର ରାଜସ୍ଵ ମିଳିଥାଏ। ଏଥିରେ ମୁଖ୍ୟତଃ ପ୍ୟାକେଜ୍ ଖାଦ୍ୟ ପଦାର୍ଥ ସାମିଲ୍। ଏହା ବ୍ୟତୀତ ଜିଏସ୍‌ଟି ପରିଷଦ ତିନି ସ୍ତରୀୟ ସ୍ଲାବ କରିବାକୁ ଚାହୁଁଛନ୍ତି। ଏମିତି ହେଲେ ଦେଶରେ ତିନୋଟି ୮ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ ରହିବ। ଯଦି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଏ ତେବେ ବସ୍ତୁ ଏବଂ ସେବା ଉପରେ ବର୍ତ୍ତମାନ ଲାଗୁଥିବା ୧୨ ପ୍ରତିଶତ ଟିକସ, ୧୮ ପ୍ରତିଶତ ଟିକସରେ ସାମିଲ୍ ହୋଇଯିବ। ଏହାବ୍ୟତୀତ ମନ୍ତ୍ରୀ ଗୋଷ୍ଠୀ ବିଭିନ୍ନ ଟିକସ ସ୍ଲାବ ଆଧାରରେ ଅନ୍ୟ ବସ୍ତୁକୁ ସାମିଲ୍ କରିପାରନ୍ତି। ଏହା ବ୍ୟତୀତ ମନ୍ତ୍ରୀ ପରିଷଦ ଜିଏସ୍‌ଟିରୁ ରିହାତି ମିଳୁଥିବା ଦ୍ରବ୍ୟଗୁଡିକ ସଂଖ୍ୟା କମ୍‌ କରିବାକୁ ମଧ୍ୟ ପ୍ରସ୍ତାବ ଦେଇପାରନ୍ତି। ଜୁଲାଇ ପହିଲା ୨୦୧୭ରେ ଜିଏସ୍‌ଟି ଲାଗୁ କରାଯିବା ସମୟରେ, କେନ୍ଦ୍ର ସରକାର ୨୦୨୨ ମସିହା ଜୁନ୍ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ୫ ବର୍ଷ କ୍ଷତିପୂରଣ ଦେବାକୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ରାଜି ହୋଇଥିଲା।

୫ ରୁ ୧୨% ବଢ଼ିବ ଜିଏସ୍‌ଟି; ଜାନୁଆରୀରୁ ମହଙ୍ଗା ହେବ ପୋଷାକ, ଜୋତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଫଳରେ ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଫାବ୍ରିକ୍ସ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବା ସହିତ ଯେକୌଣସି ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ମଧ୍ୟ ଟିକସ ହାର ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ଏହାପୂର୍ବରୁ କେବଳ ୧୦୦୦ ଟଙ୍କାରୁ ଊର୍ଦ୍ଧ୍ବ ପୋଷାକ ସାମଗ୍ରୀ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହେଉଥିଲା। ସେହିପରି ଫ୍ରାବ୍ରିକ୍ସ, ସିନ୍ଥେଟିକ୍‌ ୟାର୍ଣ୍ଣ,କମ୍ବଳ, ତମ୍ବୁ ଏବଂ ଅନ୍ୟାନ୍ୟ ଫାବ୍ରିକ୍ସ ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବ। ତେବେ ପୋଷାକ ସାମଗ୍ରୀ ଉପରେ ଟିକସ ବୃଦ୍ଧିକୁ ଭାରତୀୟ ପୋଷାକ ଉତ୍ପାଦନକାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। କରୋନା କାଳରେ ଏହି କ୍ଷେତ୍ରର ବ୍ୟବସାୟୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ମୁଣ୍ଡ ଟେକିବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହି ସମୟରେ ସରକାର ଟିକସ ବୃଦ୍ଧି କରି ପୁଣିଥରେ ସେମାନଙ୍କୁ ସମସ୍ୟା ଘେରକୁ ଟାଣୁଛନ୍ତି ବୋଲି ସଂଘ କହିଛି।