SriMandir Parikrama Project - The Sakala
ଚିତ୍ରକଳ୍ପରେ ଶ୍ରୀଜଗନ୍ନାଥ
ନୀଳାଚଳମୌଳିଙ୍କ ପ୍ରତିମାର ତୁଳନା, ଉପମା ଅବା କୌଣସି ଆଧାର କେଉଁଠି, କାହାସହ କରାଯାଇ ପାରିବ ନାହିଁ। ସେ ଅସମୋର୍ଦ୍ଧ ପୁରୁଷ, ତାଙ୍କ ସହ କେହି ସମାନ ନୁହନ୍ତି। ତାଙ୍କଠୁ ଆଉ ବଡ଼ କିଏ ନାହିଁ। ସୃଷ୍ଟି ସ୍ଥିତି ତଥା ପ୍ରଳୟର ଅପ୍ରତିମ କର୍ତ୍ତାଙ୍କୁ ପୁଣି କେଉଁ ପ୍ରତିମା ଏବଂ ତାଙ୍କ କୀର୍ତ୍ତିରାଜିର ଅବା କେଉଁ ପରିଣାମକୁ କିଏ କଳିପାରିଛି। ସେ ଅଦ୍ୱିତୀୟ, ସେ ବ୍ରହ୍ମଙ୍କ ପ୍ରତୀକାତ୍ମକ ପରମ ଅପରୂପ ବିଗ୍ରହ। ତେଣୁ ବେଦବର୍ଣ୍ଣନା ଅନୁଯାୟୀ ‘ନ ତସ୍ୟ ପ୍ରତିମା ନାସ୍ତି ଯସ୍ୟ ନାମ ମହଦୀଶଃ’। ସେ ରୂପବିବର୍ଜିତ। ତାଙ୍କୁ ବାଣୀ ଅବା ଶବ୍ଦ ବର୍ଣ୍ଣି ପାରିବ ନାହିଁ- ‘ଯତୋ ବାଚେ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ’।
ତେଣୁ ଆପଣ ଅବାଂମାନସ, ଆପଣ ଅଚିନ୍ତନୀୟ, ଅପରିକଳ୍ପନୀୟ, ଅବର୍ଣ୍ଣନୀୟ, ଅରୂପ, ଆକାରରହିତ, ଆଦି ଅନ୍ତହୀନ ସ୍ୱରୂପ। ଜୀବ ତଥାପି ଆପଣଙ୍କୁ ମାତା, ପିତା, ବନ୍ଧୁ, ସଖା ସହୋଦର, ଧନ, ମାନ, ଯଶ, ନିଃଶ୍ୱାସ, ପ୍ରଶ୍ୱାସ, ବିଦ୍ୟା, ଜ୍ଞାନ ସବୁକିଛି ସମର୍ପି ଦେଇଥାଏ।
‘ଆପଣ ତ ଆକାର ରହିତ, ନିର୍ବିକଳ୍ପ ନିରାକାର ଏବଂ ସବୁର କର୍ତ୍ତା ହିଁ ଆପଣ! ଅକର୍ତ୍ତା ମଧ୍ୟ ଆପଣ! ଏହି ପରିପ୍ରେକ୍ଷୀରେ ବିଚାର କରିବାକୁ ହୁଏ ଯେ ଆପଣ ସମସ୍ତ ଜୀବମାନଙ୍କର ଉଦ୍‌‌ଗମ ସ୍ଥଳ, ମାଧ୍ୟମ, ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି। ତେଣୁ ଆପଣ ଏକ ହୋଇ ମଧ୍ୟ ଅନେକ ଭଳି ପ୍ରତୀତ ହୋଇଥା’ନ୍ତି – ଯାଦୃଶି ଭାବନା ଯସ୍ୟ ସିଦ୍ଧଃ ଭବତି ତାଦୃଶି, ଏକ ଦେବ ବିଦ୍ରଃ ବହୁଧା ଭବନ୍ତି’।
ଏହା ଏକ ଅକଳ୍ପନୀୟ ଚିତ୍ର ଦୃଶ୍ୟ, ଯାହାର ଚିତ୍ରକଳ୍ପ ତିଆରି କରିବା ଦୁଷ୍କର। ଯେଉ ଁଦୃଶ୍ୟ ଅଦୃଶ୍ୟ, ତା’ର ଚିତ୍ରକଳ୍ପକୁ ଆକଳନ କରିବା ମଧ୍ୟ ଅସମ୍ଭବ। ଅଦୃଶ୍ୟର ରୂପକଳ୍ପ ପାଇଁ ଧ୍ୟାନ ଧାରଣା, ଭୋଗ ତଥା ବାଚନିକ, ଆତ୍ମିକ, ଦୈହିକ, ମାନସିକ ସ୍ତରରେ ସ୍ୱଚ୍ଛତାର ଆବଶ୍ୟକତା ଅଧିକ।
ନୀଳକନ୍ଦର ନିବାସୀ ଶ୍ରୀପୁରୁଷୋତ୍ତମ କୁଣ୍ଡଳାକାର ହୋଇ ଉନ୍ମୁକ୍ତ ଥିବା ଅଥବା ଗୁରୁତ୍ୱ ବୃଦ୍ଧି କରୁଥିବା ଶଙ୍ଖନାଭି ମଣ୍ଡଳରେ ପଞ୍ଚତତ୍ତ୍ୱ ସନ୍ନିକଷ୍ଟ ମହାପଦ୍ମ ସଦୃଶ ପ୍ରତୀକାତ୍ମକ ରତ୍ନବେଦୀରେ ଆସୀନ ପୂର୍ବକ ଲୋକବତ୍‌‌ ଲୀଳା କୈବଲ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ସତ୍‌‌ଚିତ୍‌‌ ଆନନ୍ଦ ପ୍ରଦାନ କରୁଛନ୍ତି। ଏହି ବିରାଟ ସୃଷ୍ଟି କିଭଳି ସଂଗଠିତ ହେଲା? କିଏ ତାହାର କର୍ତ୍ତା? ନୀଳାଚଳର କ୍ଷେତ୍ରାଧିପତି କ’ଣ ସେହି ମହାଜାଗତିକ ଶକ୍ତିର ସ୍ଥୂଳ ପ୍ରତୀକାତ୍ମକ ରୂପ? ଏକ ଭାବକଳ୍ପନାର ଆଧାର ଆମ ଈଶ୍ୱରୀୟ ଚୈତ୍ୟବୃତ୍ତି ସମ୍ପୂର୍ଣ୍ଣ ଏକ ବିଚାରଧାରା, ଯାହା ଅତୀବ ରହସ୍ୟମୟ ଓ ଅକଳ୍ପନୀୟ।
କଳ୍ପନା ଏକ ଦିବ୍ୟଚେତନା, ଯାହାର ଆଧାର ପାରିପାର୍ଶ୍ବିକ ବ୍ୟବସ୍ଥା, ବାସ୍ତବତା ଏବଂ ସାମ୍ପ୍ରତିକ ଚେତନାବୋଧକୁ ଇଙ୍ଗିତ କରିଥାଏ। ବାସ୍ତବତାର ସମ୍ଭାବ୍ୟ ପରିଣତିକୁ ଉପସ୍ଥାପନା କରିବା କ୍ଷେତ୍ରରେ କଳ୍ପନା ଏକ କଳାତ୍ମକ ଭିତ୍ତିଭୂମି। ସେହିପରି ସମ୍ଭାବ୍ୟ ବାସ୍ତବତାକୁ କଳ୍ପନାର ପୃଷ୍ଠଭୂମିରେ ଉପସ୍ଥାପନା ଏବଂ କାଳାତୀତ ଆଗାମୀ ଭବିଷ୍ୟତକୁ ଦେଇଥାଏ ଏକ ଅନନ୍ୟ ସାମ୍ପ୍ରତିକ ଚିତ୍ରରୂପ। ଅଙ୍ଗେନିଭା ଅନୁଭବ ଯେତେବେଳେ ଭାବବସ୍ତୁରେ ପରିବର୍ତ୍ତିତ ହୁଏ, ସେତେବେଳେ ତାହା ଭାବର ନିକଟବର୍ତ୍ତୀ ମନେହୋଇ ଅବାସ୍ତବତା ତଥା କଳ୍ପନା ପ୍ରବଣତାକୁ ନେଇ ସୃଷ୍ଟ ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟାଇଥାଏ। କଳ୍ପନା ସେତେବେଳେ ହୋଇଉଠେ ବାସ୍ତବତାର ସମ୍ଭାବ୍ୟ ଚିତ୍ରରୂପ।
ଏହି ପ୍ରକାର ଉପଲବ୍ଧକୁ ଆମକୁ ନେଲାବେଳେ ସୌନ୍ଦର୍ଯ୍ୟବୋଧର କଥା ମନକୁ ଆସିଥାଏ, ଯାହା ବୋଧହୁଏ ସର୍ଜନର ଉତ୍‌‌ପ୍ରେରିକା ଶକ୍ତି ଏବଂ ଶିଳ୍ପୀର ପ୍ରାଣରେ ସୃଷ୍ଟି କରିଥାଏ ଏକ ଅନାହତ ଉଦ୍‌‌ବେଳନ। ସେଥିପାଇଁ ସ୍ରଷ୍ଟାର ହୃଦୟ ସେଇଠୁ ଉତ୍ସରିତ ସୌନ୍ଦର୍ଯ୍ୟ ଭୂମିର ସନ୍ଧାନରେ ମଗ୍ନ, ମୋହିତ ଓ ଆଚ୍ଛନ୍ନ ହୋଇ ଅବଲୀଳାକ୍ରମେ ସୃଜନର ଦିବ୍ୟଚେତନା ସ୍ତରରେ ନିବିଡ଼ ସମ୍ବେଦନାରେ ଆବେଗସିକ୍ତ ହୁଏ। ହୃଦୟର ଭାବକକ୍ଷ ମଧ୍ୟ ସେତେବେଳେ କ୍ରିୟାଶୀଳ ମନେ ହୋଇଥାଏ। ସୂକ୍ଷ୍ମ ଚେତନାର ସଂଗୁପ୍ତ ମୂଲକଟି ସେଇଠୁଁ ସମ୍ମୋହନର ଗଭୀର ବିହ୍ୱଳତାରେ ଆବିଷ୍ଟ ହୁଏ ଓ ଅନୁଭବର ଅବରୁଦ୍ଧ କକ୍ଷଗୁଡ଼ିକ ଉନ୍ମୁକ୍ତ ହୁଅନ୍ତି। କଳ୍ପଲୋକରେ ବିଚରଣ କରେ ଜୀବସତ୍ତା। ଜାଗତିକ ସୀମା ସରହଦ ଅତିକ୍ରମ କରି ସର୍ଜନ ଦୃଷ୍ଟି ଅତି ଜାଗତିକ ଏକ ଦିବ୍ୟଚେତନାରେ ପ୍ରସାରିତ ହୁଏ, ବହୁମୁଖୀ ହୁଏ ତା’ର ରୂପାନ୍ତରଣ। ତେବେ ଯାଇ ସମ୍ଭବ ହୁଏ ଚିତ୍ରକଳ୍ପର ଚିତ୍ରରୂପ (ଦୃଶ୍ୟରୂପ)। ଯାହା ସତତଃ ଅନନ୍ୟ ଅପ୍ରତିମ ପରମାନନ୍ଦ ପ୍ରଦାନକାରୀ ହୁଏ। ଆତ୍ମାକୁ ଛୁଏଁ। ସାର୍ବଜନୀନ ସ୍ୱୀକୃତି ପାଏ।
ଅଗଣିତ ସାଧୁସନ୍ଥ, ପଣ୍ଡିତ, ବିଷୟ ଗବେଷକ, ଜ୍ଞାନୀ, ତତ୍ତ୍ୱଦର୍ଶୀ, ମହାତ୍ମା, ମୁନିଋଷି ଦିବ୍ୟ ନୀଳାଚଳ ଧାମରେ ପଦର୍ପଣ କଲାମାତ୍ରେ ଆପଣାର ଜ୍ଞାନ, ପାଣ୍ଡିତ୍ୟ, ବୁଝା ଅବୁଝା ଗୁଢ଼ତତ୍ତ୍ୱ ସମସ୍ତଙ୍କୁ ପାସୋରି ବସନ୍ତି। ତତ୍ତ୍ୱାତୀତ ପରଂବ୍ରହ୍ମଙ୍କ ତତ୍ତ୍ୱ ନିର୍ଣ୍ଣୟରେ ନିଜ ନିଜର ଅସାମର୍ଥ୍ୟତା ଅନୁଭବ କରି ତାଙ୍କୁ ସର୍ବ ବେଦାନ୍ତ ସାର, ସର୍ବ ତତ୍ତ୍ୱାନୁତତ୍ତ୍ୱ ତଥା ଭବଜଳଧିର ତରଣୀ ରୂପେ ବାରମ୍ବାର ପ୍ରତୀତ ଜଣାଇଥା’ନ୍ତି। ସେ ସର୍ବେନ୍ଦ୍ରୀୟ ବିବର୍ଜିତ ତଥା ସର୍ବେନ୍ଦ୍ରୀୟ ଧର୍ମର ସ୍ଥୂଳ ପ୍ରତିନିଧି। ଦୁରାଧିଗମ୍ୟ ଭାବକୁ ସ୍ଥୂଳ ଭାବରେ ପ୍ରଦର୍ଶନ କରିବାକୁ ତାଙ୍କର ଏହି ରହସ୍ୟମୟ ସ୍ୱରୂପ। ବର୍ଣ୍ଣ ଧର୍ମ ଆଶ୍ରମ ସବୁ ତାଙ୍କଠାରେ ଅବଲୁପ୍ତ।
ଏହିପରି ଏକ ଗୂଢ଼ ରହସ୍ୟ ବର୍ଣ୍ଣନାର ଚିତ୍ରକଳ୍ପକୁ କିଏ କିପରି କେଉଁ ଶିଳ୍ପଶାସ୍ତ୍ର, ଚିତ୍ରକୋଷ ବା ଅତିନ୍ଦ୍ରିୟ ଚେତନାସ୍ତରକୁ ଯାଇ ଏହାର ଠିକ୍‌‌ ଚିତ୍ରରୂପ ସର୍ବସାଧାରଣରେ ପ୍ରଦର୍ଶିତ କରିପାରିବ? ଅପୂର୍ଣ୍ଣ, ଖଣ୍ଡିତ ଅବୟବ ଏବଂ ନିର୍ଦ୍ଦିଷ୍ଟ ଆକାର ଆକୃତିରହିତ ତାଙ୍କ ଚିତ୍ର ପ୍ରତିମା। ତେଣୁ ଏକ ରହସ୍ୟପୂର୍ଣ୍ଣ ପ୍ରତୀକ ବ୍ୟତୀତ ଆଉ କିଛି ନୁହେଁ। ତଥାପି ଶ୍ୟାମଘନ ସମ ଶ୍ୟାମ ସଖା, ସୌନ୍ଦର୍ଯ୍ୟବୋଧର ସର୍ବୋକୃଷ୍ଟ ସୃଷ୍ଟି, ତାଙ୍କ କଳାଶ୍ରୀମୁଖ ସମସ୍ତଙ୍କର ପ୍ରିୟ। ତାଙ୍କ ବଙ୍କାଧରରେ ଅତିଜାଗତିକ ସ୍ମିତହାସ୍ୟ ଶୃଙ୍ଗାର। ତଥାପି ତାଙ୍କର ସମସ୍ତ ଚିତ୍ର ଏକ ଭ୍ରାନ୍ତି। ଅତୀବ ରହସ୍ୟମୟ।
ମହାପ୍ରଭୁଙ୍କ ଆଧାରରେ ଅନେକ ଚିତ୍ର କରିସାରିଲା ପରେ ମଧ୍ୟ ମୋର ବ୍ୟକ୍ତିଗତ ଭାବରେ ଏହିମତ ଯେ ତାଙ୍କ ଚିତ୍ରର ସେ ନିଜେ ହିଁ ନିରୀକ୍ଷକ ଏବଂ ସମୀକ୍ଷକ। କତିପୟ କିଛି ବିଭୋର ଶିଳ୍ପୀ ବନ୍ଧୁମାନଙ୍କୁ ନେଇ ମହାପ୍ରଭୁଙ୍କର ପାତାଳି ଲୀଳା କ୍ଷେତ୍ରମାନଙ୍କୁ ଯାଇ ସେଇ ପରିବେଶରେ, ପ୍ରଥମରୁ ବିଷୟ ବିଶେଷଜ୍ଞମାନଙ୍କ ସହ ବିଭିନ୍ନ ପରିପ୍ରେକ୍ଷୀରେ ଆଲୋଚନା କରି ଚିତ୍ରକଳ୍ପ ସମ୍ପର୍କିତ ଏକ ନମୁନା ଚିତ୍ରକୁ ପୁଞ୍ଜିକରି ତାଙ୍କ ଲୀଳାର ଚିତ୍ର କରି ସେଠାରେ ପ୍ରଥମେ ଦେବାର୍ପିତ ଓ ପରେ ଲୋକାର୍ପିତ କରାଇ ଅପୂର୍ବ ସହଯୋଗ ପାଇଛୁ। ସେଇ ପରିବେଶରେ ଯେ ଯାହାର ଊର୍ଦ୍ଧ୍ବ ଉଡ଼ାଣ, ଶୂନ୍ୟଭ୍ରମଣରେ ଥାଆନ୍ତି। ଚିତ୍ର ଆପେ ଆପେ ସେମାନଙ୍କ ଦ୍ୱାରା ହୋଇଯାଏ। ପାଞ୍ଚବର୍ଷ ହେଲା ପାଞ୍ଚ ଯାଗାରେ ପାଞ୍ଚ ପ୍ରକାର ରୂପକଳ୍ପର ଚିତ୍ରରୂପ କରିସାରିଲୁଣି, ସେ ଚିତ୍ର ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇସାରିଛି। ଚିତ୍ରର କ୍ୟାନଭାସ୍‌‌, ଲିମ୍ବକାଠ ଗଣ୍ଡିର ପାଞ୍ଚଇଞ୍ଚ ମୋଟେଇ ଏବଂ ଦେଢ଼ଫୁଟରୁ ଦୁଇଫୁଟ ପର୍ଯ୍ୟନ୍ତ ବ୍ୟାସର ଗୋଲାକାର କାଠଖଣ୍ଡ। ମହାପ୍ରଭୁଙ୍କ ଦାରବ ତନୁର ଚିତ୍ର ଲିମ୍ବକାଠରେ ହିଁ ଚିତ୍ରାୟିତ କରାଯାଏ। ଆଗକୁ ମଧ୍ୟ ହେବ। ଦିନକୁ ଦିନ ଦାରୁବ୍ରହ୍ମଙ୍କ କୃପାରୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇର ଓଡ଼ିଆ ଶିଳ୍ପୀମାନେ ଆକର୍ଷିତ ହୋଇ ସାମିଲ ହୋଇଛନ୍ତି। ବାହୁଡ଼ାବ୍ରହ୍ମ, ବ୍ରହ୍ମଦାରୁ ସ୍ମରାମୀ, ନୀଳବ୍ରହ୍ମ, ଗୁପ୍ତବ୍ରହ୍ମ, ପାତାଳିବ୍ରହ୍ମ ଶୀର୍ଷକରେ ଏହି କଳାଶିବିରଗୁଡ଼ିକ ଭୁବନେଶ୍ୱର, ପୁରୀ, ନୀଳମାଧବ କ୍ଷେତ୍ର, କଣ୍ଟିଲୋ, କାଙ୍କରଶିଶରୀ, ଟାପୁ ଚିଲିକା, ନଈରୀ ଏବଂ ସୋନପୁର କୋଟ ସମଲାଇ ସ୍ଥିତ ତ୍ରିକୁଟ ପାହାଡ଼ ଗୁମ୍ଫା ଯେଉଁଠି ମହାନଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣାଯାଇ ଗୋପନରେ ଶତାଧିକ ବର୍ଷ କାଳ ମାଟିରେ ପୋତାଯାଇ ରଖାଯାଇଥିଲା ଓଡ଼ିଶାର ମୋଗଲ ଗୋଳ ସମୟରେ।
ଆଜି ପର୍ଯ୍ୟନ୍ତ ଚିତ୍ରରେ ମୁଁ ତାଙ୍କୁ ଯେପରି ଦେଖିପାରେ ଶବ୍ଦରେ ସେପରି ବର୍ଣ୍ଣନା କରି ପାରେନି। ରଙ୍ଗ ମିଳେନି ତାଙ୍କୁ ବର୍ଣ୍ଣିବାକୁ। ଶବ୍ଦ ଅଣ୍ଟେନି ତାଙ୍କ ଲୀଳା ବଖାଣିବାକୁ। ତାଙ୍କ ପାଇଁ ମୋର ସବୁଚିତ୍ରର ସେ ଚିତ୍ର ନିର୍ଦ୍ଦେଶକ। ଅନେକ ବାର ନିରୀହ ସ୍ୱୀକାର ମୁଁ କରିଛି ଯେ ତାଙ୍କ ଚିତ୍ର କରି ସାରି ସେ ଚିତ୍ରର ଯେ କୌଣସି ସମୀକ୍ଷା ମୋ ଦ୍ୱାରା ଅବା ଆଉ କାହା ଦ୍ୱାରା କରାଯାଇନି। କାରଣ ତାଙ୍କ ଚିତ୍ରର ସମୀକ୍ଷକ ସେ ନିଜେ। ତାଙ୍କ ଚିତ୍ର କେବେ ସରେନି, ଲାଗେ ଯେମିତି ଆଉ କ’ଣ ଟିକେ ହେଇପାରିଥା’ନ୍ତା! ଲେଖକୀୟ ଅଭିବ୍ୟକ୍ତି ମଧ୍ୟ ଠିକ୍‌‌ ସେହିପରି। ଆଉ କ’ଣ ଟିକେ ଲେଖିଥିଲେ ଭଲ ଲାଗିଥା’ନ୍ତା! ଅନେକବେଳେ ମୁଁ ସେଥିପାଇଁ ଭାବେ ସେଇ ଆଉକିଛି କଥାଟି ହିଁ ଭାବ। ଭାବରେ ଆଖି ମୁଦି ହୋଇଗଲେ ଜଗନ୍ନିବାସ ଶ୍ୟାମସଖା ଯେଉଁଠି ଥିଲେ ବି ଅତୁଲ୍ୟ ଦିଶନ୍ତି, ଜଳଜଳ ହୋଇ ବାରି ହେଇଯାଏ ଶବ୍ଦବ୍ରହ୍ମ। ଶୂନ୍ୟଶବ୍ଦ ମଧ୍ୟ ଅନର୍ଗଳ ପଢ଼଼ି ହେଇଯାଏ।
ଜୟ ଜଗଦ୍ଦୀଶ୍ୱର।
ଆପଣ ସର୍ବେଶ୍ୱର, ସର୍ବରୂପ ଓ ସ୍ମୃତିଯୋଗ୍ୟ, ଆପଣଙ୍କୁ ସହସ୍ରବାର ପ୍ରଣାମ, ପୁନର୍ବାର ପ୍ରଣାମ, ବାରମ୍ବାର ପ୍ରଣାମ।
ବଳଦେବ ମହାରଥା
ଭୁବନେଶ୍ୱର, ମୋ: ୯୪୩୯୭୭୬୯୧୦
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ
ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବ ତ୍ରିଦିନାତ୍ମକ ଯଜ୍ଞ। ଆସନ୍ତା ୧୫, ୧୬ ଓ ୧୭ ତାରିଖ ଯଜ୍ଞ ମନ୍ତ୍ର ଧ୍ୱନିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ। ଏହି ଯଜ୍ଞକର୍ମାଦିର ପ୍ରାରମ୍ଭିକ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶ୍ରୀନଅରରେ ଯଜ୍ଞର କର୍ତ୍ତା ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିବା ସହ ଗୁଆ ଟେକିଛନ୍ତି। ଏଥିସହ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବ ଯଜ୍ଞ। ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଯଜ୍ଞସ୍ଥଳ ନିରୂପଣ କରାଯାଇଛି। ବିଦ୍ୱାନ, ପଣ୍ଡିତ, ଗବେଷକ, ଦେଉଳ ପୁରୋହିତଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସ୍ଥାନ ଚିହ୍ନଟରେ ସାମିଲ ଥିଲେ । ତେବେ କାହିଁକି ଐଶାନ୍ୟ କୋଣରେ ହେଉଛି ଏହି ଯଜ୍ଞ ? ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଐଶାନ୍ୟ କୋଣ ହେଉଛି ଦେବତାଙ୍କ କୋଣ । ପ୍ରତ୍ୟେକ ଘରର ଐଶାନ୍ୟ କୋଣରେ ହିଁ ଈଶାଣ (ଗୃହ ଦେବତା)ରହିଥାନ୍ତି । ଶ୍ରୀମନ୍ଦିରର ସେହି କୋଣରେ ଐଶାନେଶ୍ୱର ମହାଦେବ ବିରାଜମାନ କରୁଛନ୍ତି। ଦେବତାଙ୍କ କାର୍ଯ୍ୟ ଐଶାନ୍ୟ କୋଣରେ ବିଧେୟ ଓ ଶାସ୍ତ୍ର ସମ୍ମତ। ତେଣୁ ସେହି ଐଶାନ୍ୟ କୋଣରେ ପ୍ରତିଷ୍ଠା ଏବଂ ଯଜ୍ଞାଦି କର୍ମ ଅନୁଷ୍ଠିତ ହେଉଛି। ଇନ୍ଦ୍ରାଦି ଦେବତାଙ୍କୁ ପ୍ରୀତ କରିବା ପାଇଁ ଯଜ୍ଞ କରାଯାଇଥାଏ।
ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ନିମନ୍ତେ ଆଚାର୍ଯ୍ୟ ବରଣ ସରିଛି। ୧୫ ତାରିଖରୁ ‘ହୟୋଶ୍ରୀର୍ଷୋକ୍ତ’ ମନ୍ତ୍ରରେ ଗୁଞ୍ଜରିତ ହେବ ବଡ଼ଦେଉଳ ଅଞ୍ଚଳ। ପ୍ରତିଦିନ ୧୦୦୦ ଲେଖାଏଁ ତିନିଦିନରେ ୩୦୦୦ ଆହୁତି ଦିଆଯିବ। ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କ ନାମରେ ମଧ୍ୟରେ ଆହୁତି ପ୍ରଦାନ କରାଯିବ। ନୃସିଂହ ମନ୍ତ୍ର, ଚତୁର୍ଦ୍ଧାବିଗ୍ରହ ମନ୍ତ୍ର ଓ ବାସୁପୂଜା ମନ୍ତ୍ରରେ ପୂଜାର୍ଚ୍ଚନା ହେବ।
୫୦ କିଲୋ ଘିଅ, ୫ କ୍ବିଣ୍ଟାଲ କାଠ
ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ହେବାକୁ ଥିବା ଯଜ୍ଞରେ ୫ କ୍ୱିଣ୍ଟାଲ କାଠ ବ୍ୟବହାର ହେବ। ସେହିପରି ୫୦ ସେର (କିଲୋ) ଶୁଦ୍ଧ ଘିଅରେ ଆହୁତି ପ୍ରଦାନ କରାଯିବ। ଏହି ଯଜ୍ଞନିମନ୍ତେ ବାହାରୁ କାଠ କିଣାଯିବ ନାହିଁ, ରଥଭଙ୍ଗାରୁ ବାହାରିଥିବା କାଠରେ ହୋମଯଜ୍ଞ ହେବ। ତିନିଦିନ ଧରି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହେବାକୁ ଥିବା ଯଜ୍ଞରେ କମ୍ପିବ ଶ୍ରୀମନ୍ଦିର ସଂଲଗ୍ନ ଅଞ୍ଚଳ । ଶ୍ରଦ୍ଧାଳୁମାନେ ପାଇବେ ଏକ ନିଆରା ଆଧ୍ୟାତ୍ମିକ ଅନୁଭୂତି।
ବାସ୍ତୁଶାସ୍ତ୍ର ଆଧାରିତ ଯଜ୍ଞମଣ୍ଡପ
ଶ୍ରୀମନ୍ଦିର ଐଶାନ୍ୟ କୋଣ ଅର୍ଥାତ୍‌ ଲଙ୍ଗୁଳି ମଠ ନିକଟରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଜ୍ଞମଣ୍ଡପ ନିର୍ମାଣ କରାଯାଇଛି। ମଣ୍ଡପର ଲମ୍ବ ୨୪ ଫୁଟ ୩ ଇଞ୍ଚ ଏବଂ ପ୍ରସ୍ଥ ୨୪ ଫୁଟ ୩ ଇଞ୍ଚ ରହିଛି । ବର୍ଗାକାର ଏହି ଯଜ୍ଞମଣ୍ଡପ କଞ୍ଚାଇଟା, ବାଲି, ମାଟି ଏବଂ ଗୋବରରେ ନିର୍ମାଣ ହୋଇଛି। ପ୍ରଥମେ ବାଲି ପକାଯାଇ ତା’ ଉପରେ ଇଟା ଯୋଡେଇ କରାଯାଇଛି। ଏହାପରେ ମାଟି ଓ ଗୋବର ପ୍ରଲେପ ଦିଆଯାଇଛି। ଏହା ଉପରେ ଯଜ୍ଞ କୁଣ୍ଡ ନିର୍ମାଣ ହୋଇଛି। ଯଜ୍ଞମଣ୍ଡପ ପୃଷ୍ଠ ଭାଗରୁ ପ୍ରଥମ ଚାଳିର ଉଚ୍ଚତା ୧୨ ଫୁଟ ରହିଥିବା ବେଳେ ଦ୍ୱିତୀୟ ଚାଳିର ଉଚ୍ଚତା ୨୪ ଫୁଟ ରହିଛି। ପ୍ରଥମ ଚାଳିଠାରୁ ଦ୍ୱିତୀୟ ଚାଳିର ଆକାର କ୍ରମଶଃ ଛୋଟ କରାଯାଇଛି। ଏହା ଅଗ୍ରଭାଗରେ ଓଲଟ ଶୁଆ ସହିତ କଳସ ପେଣ୍ଡି ଲଗାଯାଇଛି, ଯାହାଫଳରେ ଯଜ୍ଞମଣ୍ଡପର ଉପରି ଭାଗ ଆହୁରି ଆକର୍ଷଣୀୟ ଲାଗୁଛି। ମଣ୍ଡପ ଉପରି ଭାଗ ବାଉଁଶ ଏବଂ ଛଣରେ ତିଆରି ହୋଇଛି। ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଚାରି ଦ୍ୱାର ରହିଛି।
ଅଙ୍କୁରାରୋପଣ ଗୃହ
ଯଜ୍ଞମଣ୍ଡପ ପାଖାପାଖି ଅଙ୍କୁରାରୋପଣ ଗୃହ ତିଆରି କରାଯାଇଛି। ଏହା ମଧ୍ୟ ସେହିଭଳି ବାଉଁଶ, ନଡ଼ାରେ ନିର୍ମାଣ ହୋଇଛି। ଏହା ମଧ୍ୟ ଦେଖିବା ପାଇଁ ଠିକ୍‌ ବର୍ଗାକାର ଭଳି। ଏହାର ଲମ୍ବ ୧୦ ଫୁଟ ଏବଂ ଚଉଡ଼ା ମଧ୍ୟ ୧୦ ଫୁଟ ରହିଛି। ଏହି ଘରକୁ ବାଉଁଶ ତାଟିରେ ଆବଦ୍ଧ କରାଯାଇଥିବା ବେଳେ ଏହି ଘର ମଧ୍ୟରେ ଅଙ୍କୁରାରୋପଣ କାର୍ଯ୍ୟ ସମ୍ପନ୍ନ ହେବ। ଯଜ୍ଞମଣ୍ଡପ ଏବଂ ଅଙ୍କୁରୋରୋପଣ ଗୃହ ନିର୍ମାଣରେ ମୁଖ୍ୟତଃ ଇଟା, ବାଲି, ମାଟି, ଗୋବର, ବାଉଁଶ, କାଠ, ଛଣ ବ୍ୟବହାର କରାଯାଇଛି। ବାଲିକୁ ପୋତେଇ ପାଇଁ ବ୍ୟବହାର କରାଯାଇଥିବା ବେଳେ ମାଟି, ଗୋବରର ଲେପ ଦିଆଯାଇଛି । ଉପରି ଭାଗରେ ବାଉଁଶ, କାଠ ଲାଗିଥିବା ବେଳେ ଛଣରେ ଛପର କରାଯାଇଛି।
ଚିତା ଓ ପୁଷ୍ପସଜ୍ଜିତ ମଣ୍ଡପ
ଓଡ଼ିଆ ଘରର ପାରମ୍ପରିକ ଝୋଟି ଚିତାରେ ବେଶ୍‌ ଝଲସୁଛି ଯଜ୍ଞ ମଣ୍ଡପ। ଗେରୁଆ ରଙ୍ଗ ଉପରେ ଧଳା ରଙ୍ଗର ଝୋଟିଚିତା ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ଏଥିରେ କଳସ, ହଂସ ସହିତ ଡାଳି, ଫୁଲର ଚିତ୍ର କରାଯାଇଛି। ଯଜ୍ଞମଣ୍ଡପ ଚତୁଃପାର୍ଶ୍ବରେ ଝୋଟିଚିତା ଅଙ୍କା ଯାଇଥିବା ବେଳେ ଅଙ୍କୁରାରୋପଣ ଗୃହ ଚାରିପାଖେ ମଧ୍ୟ ସମାନ ଭାବେ ଝୋଟିଚିତା ଝଲସୁଛି। ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହ, ଯାହାକି ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ କିଛି ସମୟ ଅଟକି ଏହି ଯଜ୍ଞମଣ୍ଡପ ଏବଂ ଅଙ୍କୁରାରୋପଣ ଗୃହକୁ ଦେଖିବା ସହ ଫୁଲର ସାଜସଜ୍ଜାକୁ ମଧ୍ୟ ଦେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଫୁଲ ସାଜସଜ୍ଜା କରାଯାଇଛି। ଗେଣ୍ଡୁ, ଗୋଲାପ ସାଙ୍ଗକୁ ଅନ୍ୟାନ୍ୟ ଫୁଲରେ ମାଳ କରାଯାଇ ଏହାକୁ ବିଭିନ୍ନ ଢଙ୍ଗରେ ସଜାଯାଇଛି।
୪୮ ଶ୍ରୋତ୍ରୀୟ ବ୍ରାହ୍ମଣ କରିବେ ଯଜ୍ଞ
ତିନିଦିନ ଧରି ହେବାକୁ ଥିବା ଯଜ୍ଞରେ ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ। ଏହି ବ୍ରାହ୍ମଣମାନଙ୍କୁ ଶୁକ୍ରବାର ଶ୍ରୀନଅରରେ ବରଣ କରିଛନ୍ତି ଗଜପତି ମହାରାଜା । କିଏ କେଉଁ ଦାୟିତ୍ୱ ତୁଲାଇବେ ତାହାର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। ନିଜ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବ୍ରାହ୍ମଣମାନଙ୍କୁ ବରଣ ସମୟରେ ପରାମର୍ଶ ଦିଆଯାଇଛି।
ବେଦପାଠ କରିବେ ୬୦ ବେଦପାଠୀ
ଯଜ୍ଞମଣ୍ଡପ ଭଳି ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି । ପୂର୍ବ ଦ୍ୱାରରେ ଋକ୍‌ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାରାୟଣ ପାଇଁ ମଣ୍ଡପ ତିଆରି ହୋଇଛି। ପୂର୍ବଦ୍ୱାରରେ ୧୨ ଫୁଟ ଲମ୍ବ ଓ ୧୨ ଫୁଟ ଚଉଡ଼ାର ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଦକ୍ଷିଣ ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର, ପଶ୍ଚିମ ଦ୍ୱାରରେ ୧୨ ଫୁଟ ଲମ୍ବ ଏବଂ ୧୨ ଫୁଟ ଓସାର ଏବଂ ଉତ୍ତର ଦ୍ୱାରରେ ୧୫ ଫୁଟ ଲମ୍ବ ୧୪ ଫୁଟ ଓସାର ମଣ୍ଡପ ତିଆରି କରାଯାଇଛି।ଏହି ମଣ୍ଡପରେ ବସି ବେଦପାଠ କରିବେ ୬୦ ବେଦ ପାଠୀ।
ବର୍ଗାକାର ଯଜ୍ଞପିଣ୍ଡି ଓ ଯଜ୍ଞକୁଣ୍ଡ
ଯଜ୍ଞକୁଣ୍ଡର ପିଣ୍ଡିର ଲମ୍ବ ୮ ଫୁଟ ୧ ଇଞ୍ଚ ଏବଂ ଚଉଡ଼ା ମଧ୍ୟ ୮ ଫୁଟ ୧ ଇଞ୍ଚ ରହିଛି । ଯେଉଁଥିରେ ହୋମ କରାଯିବ ସେହି କୁଣ୍ଡର ଲମ୍ବ ଏବଂ ଓସାର ୧୮ ଇଞ୍ଚ ଲେଖାଏ ରହିଛି। ଏହାର ଗଭୀର ୩ ଫୁଟ ୯ ଇଞ୍ଚ ରହିଛି । ସେହିପରି ଯଜ୍ଞ ମଣ୍ଡପର ୪ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଛୋଟ ଯଜ୍ଞକୁଣ୍ଡ ରହିଛି। ଏହାର ଲମ୍ବ ଏବଂ ଚଉଡ଼ା ୧୫ ଇଞ୍ଚ ଲେଖାଏଁ ରହିଥିବା ବେଳେ ଗଭୀର ୨ ଫୁଟ ୩ ଇଞ୍ଚ ଲେଖାଏ ରହିଛି। ସେହିପରି ପ୍ରତି କୋଣରେ ଗୋଟିଏ ଲେଖାଏ ୪ଟି ସମତଳ ପିଣ୍ଡି ରହିଛି। ଏ ସବୁର ଲମ୍ବ ୨୫ ଇଞ୍ଚ ଏବଂ ପ୍ରସ୍ଥ ୨୫ ଇଞ୍ଚ ରହିଛି। ଯଜ୍ଞମଣ୍ଡପରେ ସମୁଦାୟ ୫ଟି ଯଜ୍ଞକୁଣ୍ଡ ରହିଛି। ଏହିସବୁ କୁଣ୍ଡ ତିନିଥାକିଆ ବିଶିଷ୍ଟ। ମଝିରେ ଗୋଟିଏ ବଡ଼ ଯଜ୍ଞକୁଣ୍ଡ ରହିଥିବା ବେଳେ ଯଜ୍ଞମଣ୍ଡପର ଚାରିପାଶ୍ୱର୍ରେ ଗୋଟିଏ ଲେଖାଏ ଛୋଟ ଯଜ୍ଞକୁଣ୍ଡ ରହିଛି। ତଳ ଥାକକୁ କଳାରଙ୍ଗ, ମଝି ଗେରୁ ଏବଂ ଉପର ଧଳାରଙ୍ଗ ଦିଆଯାଇଛି।
ପୁଲିସ୍‌-ଆମ୍ବୁଲାନ୍ସ ୨୪ ଘଣ୍ଟା ସଜାଗ
ଆଜି ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଆଗାମୀ ଦିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଥିବାରୁ ପୁରୀ ର କୋଣ ଅନୁକୋଣ ରେ ପୁଲିସ ତନ୍ନ ତନ୍ନ କରି ଜଗି ରହିଛି। ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ ଯେମିତି ସମାପନ ହୋଇ ପାରିବ ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଭକ୍ତ ଓ ଭଗବାନଙ୍କ ଏ ମହା ମିଳନରେ ଟିକେ ବି ଅସୁବିଧା ନ ହେବା ପାଇଁ ନିଜେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଓଡ଼ିଶା ପୁଲିସ, ଆଇଆରବି ଭଳି ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଟିକିନିଖି ଯାଞ୍ଚ କରୁଛନ୍ତି ସେମାନେ। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ମଧ୍ୟ ବରିଷ୍ଠ ଲୋକଙ୍କୁ ସହାୟତା ଯୋଗାଉଛି। ପୁଲିସ ଛାଉଣି ମଧ୍ୟେ ସ୍ଥାନେ ସ୍ଥାନେ ଗଢ଼ି ଉଠିଛି ପୁଲିସ ର ସେବା ରେ । ଭକ୍ତର କିଛି ଅସୁବିଧା ହେଲେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ। ଶୌଚ,ଗାଡ଼ି ପାର୍କିଂ, ଜୋତା ରଖିବା ସ୍ଥାନ ଓ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ତାହା ସହ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ପାଇଁ ଏସି ଟନେଲର ବ୍ୟବସ୍ଥା ରହିଛି।
ଗଣମାଧ୍ୟମ ପାଇଁ ମିଡିଆ ଗ୍ୟାଲେରୀ
ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଟିକି ନିକି ଖବର ଭକ୍ତ ଦେଖିବ। ଦେଶ,ବିଦେଶ ଓ ରାଜ୍ୟର ସରକାରୀ ବେସରକରୀ ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି ଦୃଶ୍ୟକୁ ସେମାନେ କ୍ୟାମେରାରେ କଏଦ୍ କରି ବିଶ୍ଵରେ ଜଗନାଥଙ୍କ ଗୁଣଗାନ କରୁଛନ୍ତି।ସେମାନଙ୍କ ପ୍ରସାରଣ ରେ ଯେମିତି ଅସୁବିଧା ହେବନି ସେଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମିଡିଆ ଗ୍ୟାଲେରୀ ଖୋଲା ହୋଇଛି। ସେଠି ସେମାନେ ରହି ଏହି କାମକୁ ସୁରୁଖୁରୁରେ ତୁଲାଇ ପାରିବେ। ଫଳରେ ସବୁ ପରିକ୍ରମା ପ୍ରକଳ୍ପର ସବୁ କାମ ଖବରକାଗଜ, ଟେଲିଭିଜ ଓ ଅନ୍ୟ ଗଣମାଧ୍ୟମ ସହାୟତାରେ ଭକ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରିବ । ତାହା ଦ୍ଵାରା ଲୋକେ ପୁରୀ ନ ଆସି ବି ଉପକୃତ ହେବେ।
ଯଜ୍ଞର ଶାସ୍ତ୍ରୀୟତା
ବେଦରେ ଯଜ୍ଞ ସମ୍ବନ୍ଧରେ କୁହାଯାଇଛି ଯେ – ଯଜ୍ଞ ହିଁ ସମସ୍ତ ଭୂବନର କେନ୍ଦ୍ର ଅଟେ ( ଅୟଂଯଜ୍ଞା ଭୁବନସ୍ୟ ନାଭିଃ ଶୁକ୍ଳ- ଯଜୁର୍ବେଦ – ୨୩/୧୧ ଏବଂ ଯଜ୍ଞୋ ବିଶ୍ବସ୍ୟ ଭୁବନସ୍ୟ ନାଭିଃ – ଅଥର୍ବବେଦ-୯ା୧୦ା୧୪)। ଯଜ୍ଞ ହିଁ ପୃଥିବୀକୁ ଧାରଣ କରିଛି (ଯଜ୍ଞାଃ ପୃଥିବୀଂ ଧାରୟନ୍ତି)। ଯଜ୍ଞ ସାକ୍ଷାତ ଭବବାନଙ୍କ ସ୍ବରୂପ। କାଳିକା ପୁରାଣେ ଅନୁସାରେ (୩୧/୪୦) – ସର୍ବଂ ଯଜ୍ଞମୟଂ ଜଗତ୍‌। ଅର୍ଥାତ୍ ଏହି ସମ୍ପୂର୍ଣ୍ଣ ଜଗତ୍‌ ଯଜ୍ଞମୟ, ସମସ୍ତ କର୍ମ ଯଜ୍ଞମୟ ଏବଂ ଭବନ, ସ୍ବାଧ୍ୟାୟ, ଅଧ୍ୟୟନ, ସନ୍ଧ୍ୟା ତର୍ପଣ ଆଦି ସଂସ୍କାର ଯଜ୍ଞରୂପ ଅଟନ୍ତିି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଜ୍ଞର ବ୍ୟାପ୍ତି ରହିଛ। ଶ୍ରୀମଦ୍‌ ଭଗତବତ୍‌ଗୀତା( ୪/୨୮)ରେ ଭଗବାନ ଦ୍ରବ୍ୟ ଯଜ୍ଞ, ତପୋଯଜ୍ଞ, ଯୋଗଯଜ୍ଞ ତଥା ସ୍ବାଧ୍ୟାୟ ଯଜ୍ଞାଦିର ଉଲ୍ଲେଖ କରି ସେ ସବୁକୁ ଯଜ୍ଞର ରୂପ ଦେଇଛନ୍ତି(ଦ୍ରବ୍ୟଯଜ୍ଞାସ୍ତପୋଜଜ୍ଞା ଯୋଗଯଜ୍ଞାସ୍ତଥାରେ, ସ୍ବାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ) ଛାନ୍ଦୋଗ୍ୟୋପନିଷଦ୍‌ (୫ା୭) ରେ ଉଲ୍ଲେଖ ଅଛି- ହେ ଗୌତମ। ପୁରୁଷ ହିଁ ଅଗ୍ନି, ତା’ର ବାଣୀ ସମିଧ, ପ୍ରାଣ ଧୂମ, ଜିହ୍ବା ଜ୍ବାଳା, ଚକ୍ଷୁ ଅଙ୍ଗାର, କାନ ସ୍ଫୁଲିଙ୍ଗ, ସେହି ଅଗ୍ନରେ ଦେବଗଣ ଅନ୍ନର ହୋମ କରନ୍ତି । ସେହି ଆହୁତିରୁ ରେତ ରୂପକ ଶକ୍ତିପୁଞ୍ଜ ଉତ୍ପନ୍ନ ହୁଏ। ମୁଣ୍ଡୋନିପନିଷ(୧ା୨ା୭)ରେ ଯଜ୍ଞକୁ ସଂସାର ସାଗରକୁ ପାର (ମୁକ୍ତ) ହେବା ପାଇଁ ପ୍ଲବ ଅର୍ଥାତ୍‌ ନୌକା କୁହାଯାଇଛି(ପ୍ଲବ ହ୍ୟେତେ ଅଦୃତା ଯଜ୍ଞରୂପାଃ)
ଏହିପରି ଯେତେବଳେ ସାଂସାରିକ ସମସ୍ତ କାର୍ଯ୍ୟ ଯଜ୍ଞ ଅଟନ୍ତି, ତେଣୁ ଯଜ୍ଞଗୁଡ଼ିରେ ଅନୁଷ୍ଠାନ ସବିଧି ଓ ସନିୟମ କରିବା ଉଚିତ୍‌, ଯଦ୍ବାରା ଯଜ୍ଞ ମାନବମାତ୍ର ନିମିତ୍ତ କଲ୍ୟାଣକାରୀ ହେବ । ଜଗନିୟନ୍ତା ଜଗନ୍ନାଥ ମଧ୍ୟ ଯଜ୍ଞସ୍ବରୂପରେ ହିଁ ପୂର୍ଣ୍ଣ ପ୍ରକାଶମାନ ହୋଇ ଯଜ୍ଞପରାୟଣ ପୁରୁଷଙ୍କ ଦ୍ବାରା ପୂଜିତ ହୋଇ ‘ଯଜ୍ଞପୁରୁଷ’ ଭାବେ ଅଭିହିତ ହୁଅନ୍ତି – ଯଜ୍ଞୋ ବୈ ପୁରୁଷଃ ଯଜ୍ଞୋ ବୈ ବିଷ୍ଣୁ।(ଶତପଥ ବ୍ରାହ୍ମଣ)। ଯେଉଁ କର୍ମ ବିଶେଷରେ ଦେବତା, ହୃବନୀୟ ଦ୍ରବ୍ୟ, ବେଦମନ୍ତ୍ର, ଋତିଜ ଏବଂ ଦକ୍ଷିଣା – ଏହି ପାଞ୍ଚୋଟିର ସଂଯୋଗ ଥାଏ ତାହାକୁ ଯଜ୍ଞ କହନ୍ତି। ପୂର୍ବ ମୀମାଂସରେ ଯଜ୍ଞାଦିକୁ ଧର୍ମ ଶ୍ରେଣୀଭୁକ୍ତ କରାଯାଇଛି – ଯାଗାଦି ରେବ ଧର୍ମଃ।
ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ସହସ୍ର ଅଶ୍ବମେଧ ଯାଗ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବିର୍ଭାବ ପରେ ଦେବତାମାନେ ସ୍ତୁତି କରି କହିଛନ୍ତି
ତ୍ବମେବ ଯଜ୍ଞୋ ଯଜ୍ଞାଂଶସ୍ତ୍ବଂ ଯଜ୍ଞେଶଃ ପରାତ୍ପରଃ, ଶଦ୍ଦବ୍ରହ୍ମଂପରଂ ତ୍ବଂ ହି ଶଦ୍ଦବ୍ରହ୍ମାସି ବିଶ୍ବରାଟ୍‌ (ପୁରୁଷୋତ୍ତମ ମାହାତ୍ମ୍ୟ – (୨୪/୧୫)
ଅର୍ଥାତ ଆପଣ ଯଜ୍ଞ, ଯଜ୍ଞର ଅଙ୍ଗ ତଥା ପରାପିର ଯଜ୍ଞେଶ୍ବର ଅଟନ୍ତି। ଆପଣ ଶବ୍ଦବ୍ରହ୍ମ (ବେଦରାଶିରେ) ଗୋଚର ତଥା ସ୍ବୟଂ ଶଦ୍ଦବ୍ରହ୍ମ ଓ ବିଶ୍ବସମ୍ରାଟ ଅଟନ୍ତି ।
ଋଗ୍‌ବେଦୀୟ ପୁରୁଷସୂକ୍ତରେ କୁହାଯାଇଛି-
ଯଜ୍ଞେନ ଯଜ୍ଞମୟଜନ୍ତ ଦେବାସ୍ତାନି ଧର୍ମାଣି ପ୍ରଥମାନ୍ୟାସ୍‌ନ, ତେହିନାକଂ ମହିମାନଃ ସଚନ୍ତ ଯତ୍ର ପୂର୍ବେସାଧ୍ୟାଃ ସନ୍ତି ଦେବାଃ
ଅର୍ଥାତ ଦେବତାମାନେ ଯଜ୍ଞ ଦ୍ବାରା ଯଜ୍ଞସ୍ବରୁପ ପରମପୁରୁଷଙ୍କ ଯଜନ (ଆରାଧନା) କଲେି ଏହି ଯଜ୍ଞରୁ ସର୍ବପ୍ରଥମେ ଧର୍ମ ଉତ୍ପନ୍ନ ହେଲେ , ଧର୍ମାଚରଣ ଦ୍ବାରା ମହାନ ମହିମାଯୁକ୍ତ ହୋଇ ଦେବତାମାନେ ସ୍ବର୍ଗଲୋକ ଗମନ କଲେ ଯେଉଁଠାରେ ପ୍ରାଚୀନ ସାଧ୍ୟ ଦେବତା ନିବାସ କରନ୍ତି।
ଯଜ୍ଞକର୍ତ୍ତାଙ୍କ ଚରମଲକ୍ଷ୍ୟ ହେଲା-ଯଜ୍ଞ ପୁରୁଷଙ୍କ ପରମଧାମର ପ୍ରାପ୍ତି(ଯଦ୍‌ ଗତ୍ବା ନ ନିବର୍ତ୍ତନ୍ତେ ତଦ୍‌ଧାମ ପରମଂ ମମ)। ସେଠାରେ ପହଞ୍ଚିବା ପରେ ଆଉ ଫେରିବାକୁ ହୁଏ ନାହିଁ, ପରମପୁରୁଷଙ୍କ ସହ ଏକାତ୍ମୟ ସ୍ଥାପିତ ହୋଇଯାଏ।
ଯଜ୍ଞରୂପ ଜଗନ୍ନାଥ
ଶ୍ରୀମନ୍ଦିର ଗରୁଡ଼ସ୍ତମ୍ଭ ଉପରେ ଚିତ୍ରିତ ଯଜ୍ଞ ଜଗନ୍ନାଥ। ଏହି ମୂର୍ତ୍ତିକୁ ଯଜ୍ଞ ନୃସିଂହ ମୂର୍ତ୍ତି ମଧ୍ୟ କୁହାଯାଏ । କାରଣ ଦେବର୍ଷି ନାରଦଙ୍କ ନିର୍ଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଯଜ୍ଞ କରିଥିଲେ ସେହି ଯଜ୍ଞାନଳ ଶିଖା ମଧ୍ୟରେ ନୃସିଂହ ରୂପୀ ଜଗନ୍ନାଥଙ୍କ ସହିତ ଶେଷଦେବ ଅନନ୍ତ ଏବଂ ସୁଭଦ୍ରାରୂପୀ ଲକ୍ଷ୍ମୀଙ୍କୁ ଗୋଟିଏ ଚକ୍ରର ନିମି ମଧ୍ୟରେ ଦର୍ଶନ କରିଥିଲେ । ସହସ୍ରଫଣାଯୁକ୍ତ ଶେଷଦେବ ବଳଭଦ୍ରଙ୍କ କୋଳରେ ନୃସିଂହ ରୂପୀ ଜଗନ୍ନାଥ ଏବଂ ତାଙ୍କ କୋଳରେ ସୁଭଦ୍ରାରୂପିଣୀ ଲକ୍ଷ୍ମୀ ବିରାଜିତା । ଏଠରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ବିଶିଷ୍ଟ ଏବଂ ଶଙ୍ଖଚକ୍ରଗଦାପଦ୍ମ ଧାରଣ କରିଛନ୍ତି । ପୁନଃ ସତ୍ୟଯୁଗର ପ୍ରଥମ ଜ୍ୟେଷ୍ଠମାସର ଅମାବାସ୍ୟା ତିଥରେ ସ୍ବୟଂଭୁବ ମନୁ ଏକ ଯଜ୍ଞ କରିଥିଲେ । ସେହି ଯଜ୍ଞବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହୋଇଥିଲେ। ସୁତରାଂ ଜ୍ୟେଷ୍ଠମାସର ପୂର୍ଣ୍ଣିମା ହେଉଛି ମହାପ୍ରଭୁଙ୍କ ଜନ୍ମବାସର । (ସ୍ନାନପୂର୍ଣ୍ଣିମା)
ମହାପ୍ରଭୁ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ –
କୃତସ୍ୟ ପ୍ରଥମେ ଜ୍ୟେଷ୍ଠ ଦର୍ଶେତି କ୍ରତୁସଂସ୍ଥିତି, ଜ୍ୟୋଷ୍ଟ୍ୟାମହଂ ଚାବତୀର୍ଣ୍ଣସ୍ତତ୍‌ ପୁଣ୍ୟଜନ୍ମ ବାସରମ୍‌। (ସତ୍ୟଯୁଗରେ ପ୍ରଥମ ଜ୍ୟୋଷ୍ଠମାସର ଗ୍ରୀଷ୍ମଋତୁରେ ଜ୍ୟେଷ୍ଠ ପୂଣ୍ଣିମା ଦିନ ମୁଁ ଅବତୀର୍ଣ୍ଣ ହୋଇଅଛି । ଏଣୁ ଦିବସଟି ମୋର ପୂଣ୍ୟତିଥି। )
ଡ. ଶ୍ରୀନିବାସ ଆଚାର୍ଯ୍ୟ
୯୮୬୧୪୪୪୬୫୫
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପର୍ବ: ଆଜି ଅଙ୍କୁରପୂଜନ, ଯଜ୍ଞାଦି କର୍ମ କରିବେ ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପର୍ବ ଶ୍ରୀନଅରରେ ଆରମ୍ଭ ହୋଇଛି। ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିଛନ୍ତି। ଏହି ଅବସରରେ ଷୋଳଶାସନର ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ଗଜପତି ମହାରାଜା ପ୍ରଥମେ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ପ୍ରଧାନ ଆଚାର୍ଯ୍ୟ ଭାବେ ବରଣ କରିବା ସହ ଗୁଆ ନଡ଼ିଆ ଟେକିଥିଲେ। ଏହାପରେ ଷୋଳଶାସନର ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ଗୁଆ, ନଡ଼ିଆ ଟେକାଯାଇ ବରଣ କରାଯାଇଛି। ଏହି ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କର୍ମାଦି କରିବେ ଏବଂ ଶ୍ରୀମନ୍ଦିର ଚାରିଦ୍ୱାରାରେ ଆଉ ୬୦ ଜଣ ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ବେଦପାଠ କରିବେ।
ଆଚାର୍ଯ୍ୟ ବରଣ ଲାଗି ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀନଅର ପରିସର। ରାଜଗୁରୁ ସୁଧାଂଶୁ ରାଜଗୁରୁ ଏବଂ ଦେବୀପ୍ରସାଦ ରାଜଗୁରୁ ଗଜପତିଙ୍କ ମଙ୍ଗଳାର୍ପଣ ସହ ଆଚାର୍ଯ୍ୟବରଣର ଅନ୍ୟାନ୍ୟ ବିଧି ସମ୍ପନ୍ନ କରିଥିଲେ। ପରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ। ପ୍ରଥମେ ଗଜପତି ମହାରାଜା ଗୁଆ, ପଇତା, ନଡ଼ିଆ, ବସ୍ତ୍ର, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ ଦେଇ ପ୍ରଧାନ ଆଚାର୍ଯ୍ୟ ଭାବେ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ବରଣ କରିଥିଲେ। ଗଜପତି ମହିରାଜ ତାଙ୍କ ଶ୍ରୀହସ୍ତରେ ଭବ୍ୟ ଓ ଦିବ୍ୟ ଗୁଆ, ନଡ଼ିଆ ପଇତା ଆଦି ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। ଏହାପରେ ପରେ ପ୍ରଧାନ ଆଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ଉପ-ପ୍ରଚାରକ(ପୁସ୍ତାକାଚାର୍ଯ୍ୟ), ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ।
ଏହାପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ ଓ ଗଜପତିଙ୍କ ପ୍ରତିନିଧି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞମଣ୍ଡପ ନିକଟସ୍ଥ ଅଙ୍କୁରାରୋପଣ ଗୃହକୁ ଯାଇଥିଲେ । ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ଏହି ଅବସରରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ବ୍ରାହ୍ମଣ ଏବଂ ପଣ୍ଡିତମାନେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ପୂର୍ଣ୍ଣିମାରୁ ଦେବନିମନ୍ତ୍ରଣ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦିଆଯିବ ପ୍ରଥମ ନିମନ୍ତ୍ରଣପତ୍ର
ଭୁବନେଶ୍ୱର : ପବିତ୍ର ମାଘସପ୍ତମୀ ଅର୍ଥାତ୍‌ ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ପୁରୀଠାରେ ରବିବାର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖ (ମାର୍ଗଶିର ପୂର୍ଣ୍ଣିମା)ରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଚନ୍ଦ୍ର ଏହି ଦିନ ବୃଷ ରାଶିରୁ ମିଥୁନ ରାଶିକୁ ଗମନ କରୁଥିବାରୁ ଦେବନିମନ୍ତ୍ରଣ ନିମନ୍ତେ ଏହି ତାରିଖ ଶୁଭଙ୍କର ବୋଲି ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି।
ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୬ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧି ଓ ସେବାୟତମାନେ ଯାତ୍ରା ଆରମ୍ଭ କରିବେ। ୧୩ଟି ଟିମ୍‌ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ଯାତ୍ରା କରିବେ ଓ ରାଜ୍ୟ ବାହାରକୁ ୧୭ଟି ଟିମ୍‌ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ ପାଇଁ ଯାତ୍ରା କରିବ। ସବୁ ପ୍ରତିନିଧି ଦଳ ଓ ସେବାୟତ ଭୁବନେଶ୍ୱରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପତ୍ର ଏକାମ୍ର ପୀଠାଧୀଶ୍ବର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରି ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ।
ରାଜ୍ୟମଧ୍ୟରେ ବିଭିନ୍ନ ଜିଲ୍ଲାର ଧାର୍ମିକ ପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗଠିତ ୧୩ଟି ଟିମ୍‌କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମ ଟିମ୍‌ଟି ଚିଲିକା, ଖଲ୍ଳିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ । ୨ୟ ଟିମ୍‌ ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା, ୩ୟ ଟିମ୍‌ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ୫ମ ଦଳ ଢେ଼ଙ୍କାନାଳ, ଅନୁଗୋଳ, ଦେବଗଡ଼, ୬ଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ୭ମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ୮ମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ୯ମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ୧୦ମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍‌ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍‌ ଦାରୁକ୍ଷେତ୍ର ପୁରୀ,କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍‌ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢେ଼ଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ ।
ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍‌ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍‌ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍‌ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍‌, ଥିରୁବନନ୍ତପୁରମ୍‌ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍‌ ବିଭିନ୍ନ ଅଧିକାରୀ ଓ ସେବାୟତଙ୍କୁ ନେଇ ଗଠିତ ହୋଇଥିବା ସୂଚନା ମିଳିଛି ।
ଦିନକ ତଳେ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ପରିଚାଳନା କମିଟିର ସଦସ୍ୟ ଅଶୋକ ମହାପାତ୍ର, ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ଉଜ୍ଜୟିନୀରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ପ୍ରକଳ୍ପର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ହେବ ପ୍ରସାରଣ
ପୁରୀ: ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ, ପରେ ସନ୍ଧ୍ୟା ୬ଟା ରେ ଅଙ୍କୁର ରୋପଣ,୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ,୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ୟ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିବା ୧.୩୦ରୁ ୨ଟା୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀ ମାନେ ଏହି ଲୋକାର୍ପଣ ଉତ୍ସବର ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ। ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଓ ଶ୍ରୀମନ୍ଦିରର ପ୍ରତ୍ୟେକ ଦ୍ୱାରରେ ଗୋଟିଏ ଲେଖାଏଁ ବେଦ ଯଥା ରୁକ, ସାମ, ଯଜୁର୍ବେଦ ଓ ଅଥର୍ବ ବେଦ ପାଠ ଚାଲିବ।
ତେବେ ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ଏହାର ପ୍ରସାରଣ କରାଯିବା ସହ ପୁରପଲ୍ଲୀରେ ଏହାର ଯେଭଳି ବ୍ୟବସ୍ଥା ହୋଇପାରିବ ସେନେଇ ରାଜ୍ୟସରକାରଙ୍କୁ ଅନୁମୋଦନ ମଗାଯିବ। ତେବେ ପୁରୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଯେଭଳି ଶ୍ରୀକ୍ଷେତ୍ରର କଳା ସଂସ୍କୃତି ମଧ୍ୟରେ ଜାଣି ପାରିବେ ସେନେଇ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ସ୍ଥାନ ମଧ୍ୟ ନିର୍ମାଣ କରାଯିବ । ଅନ୍ୟପଟେ ପଞ୍ଚୁକକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯିବା ପାଇଁ ଆସନ୍ତାକାଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡିକୁ ଫିକା ଗେରୁଆ ଓ ଆଇଭରି ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ପ୍ରଶାସନ । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ପରିଚାଳନା କମିଟି ସେବାୟତ ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ଫୈସଲା ପରେ ନବୀନଙ୍କ ଟ୍ୱିଟ୍-‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ’
ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆସିଛି ମାନ୍ୟବର ସୁପ୍ରିମକୋର୍ଟଙ୍କ ବଡ ରାୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗତ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ । ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏହି ବିଜୟ ପରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍। ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ବୋଲି ଟ୍ଵିଟ୍ କଲେ ନବୀନ। ଟ୍ୱିଟରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ।’ ସରକାରଙ୍କ ବିଜୟ ପରେ ଶ୍ରୀଜଗନ୍ନାଥଙ୍କୁ ନବୀନ ପଟ୍ଟନାୟକ ଶ୍ରେୟ ଦେଇଛନ୍ତି ।
ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ 🙏 pic.twitter.com/HAtr6wPf2Y
— Naveen Patnaik (@Naveen_Odisha) June 3, 2022
ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । କୋର୍ଟରେ ଦୁଇଟି ପିଟିସନ ଖାରଜ ହୋଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି  ସେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ସମ୍ମାନନୀୟ ସୁପ୍ରିମକୋର୍ଟଙ୍କ ଜରିଆରେ ଶ୍ରୀଜଗନ୍ନାଥଙ୍କ ଇଚ୍ଛାର ପ୍ରକଟ ହୋଇଛି ବୋଲି ପିନାକୀ ମିଶ୍ର କହିଛନ୍ତି ।
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ମାନ୍ୟବର ସୁପ୍ରିମକୋର୍ଟ । ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ନାହିଁ ଖଣ୍ଡପୀଠ । ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମାମଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା । କୋର୍ଟଙ୍କ ସମୟ ଅଯଥା ନଷ୍ଟ କରିଥିବାରୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ପୁରୀ ସାଂସଦ ପିନାକୀ ମିଶ୍ର ଟ୍ୱିଟ୍ କରି କହିଛନ୍ତି କି, କୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପରିକ୍ରମା ପ୍ରକଳ୍ପ ଜରିଆରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ପୁରୀର ବିକାଶ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସବୁ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ପୁରୀର ବିକାଶକୁ ନେଇ ରାଜନୀତି କରାନଯାଉ ।
ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମର ଯଥାର୍ଥତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ପୁରୀ ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜନୀତିରୁ ଉପରେ । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ଏହି ପବିତ୍ର ଉଦ୍ୟମରେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ରାଜନୀତି ନ କରିବାକୁ ଅପିଲ କରିଛନ୍ତି ପିନାକୀ ମିଶ୍ର  ।
Jai Jagannath
The Lord has spoken through the voice of the Hon’ble Apex Court. Naveen babu stands vindicated in his earnest attempt to create world class infrastructure to make Puri a World Heritage Site.
— Pinaki Misra, Puri MP (@OfPinaki) June 3, 2022
ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶଇଛନ୍ତି କୋର୍ଟ । ଭକ୍ତଙ୍କ ପାଇଁ ହେଉଥିବା ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆବେଦନକାରୀ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଏପରି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ତେଣୁ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହେଲା ପ୍ରସ୍ତୁତି ପର୍ବ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏଥିପାଇଁ ଉତ୍ତରଦ୍ୱାର ପାର୍ଶ୍ଵ ମଠ ନିକଟରେ କରାଯାଇଛି ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଗୁଆ ଟେକି ବ୍ରାହ୍ମଣ ବରଣ କରିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଅଙ୍କୁରାରୋପଣ ଓ ସୋମବାରଠାରୁ ଆରମ୍ଭ ହେବ ଯଜ୍ଞ। ସେପଟେ ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯୋଗଦେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ମାର୍ଗର ଶିଳାନ୍ୟାସ କରିବେ। ତେବେ ସମୟ ଅବଧି ପୂର୍ବରୁ ଶେଷ କରିବାକୁ ସେବାୟତ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ୨୧ରେ ଅଙ୍କୁରାରୋପଣ, ୨୨ ଓ ୨୩ ତାରିଖରେ ହେବ ଯଜ୍ଞ। ୨୪ରେ ହେବ ପୂର୍ଣ୍ଣାହୁତି ସହ ଶିଳାନ୍ୟାସ। ୨୪ ତାରିଖ ପୂର୍ଣ୍ଣାହୁତି ଦିନ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।