Fish Market - The Sakala

କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର
କଟକ: କଟକ ପ୍ରେସଛକ ମାଛ ମାର୍କେଟ ରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଛି । ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇବା ପରେ ଉଭୟ ବକ୍ସି ବଜାର ଓ ଚାଉଳିଆଗଞ୍ଜରୁ ତିନୋଟି ଗାଡ଼ି ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ସାଢ଼େ ୭ ଘଣ୍ଟା ପରେ ବି ନିଆଁ ଆୟତ୍ତକୁ ଆସି ନଥିବା ଜଣାପଡିଛି ।

ଘଟଣାସ୍ଥଳନରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର । ସେ କହିଛନ୍ତି କି, ପାଖରେ ଥିବା ଜରାଜୀର୍ଣ୍ଣ ବିଲ୍ଡିଂ ପାଇଁ ସରକାର ସ୍ବତନ୍ତ୍ର ବ୍ୟବବରାଦ କଲେ ଏହାକୁ ଭଙ୍ଗାଯିବ । ପ୍ରଶାସନ କଠୋର ହେବା ସହ ସହରରେ ଥିବା ଏଭଳି ଜରାଜୀଣ୍ଣ୍ଣ ବିଲ୍ଡିଂକୁ ଚିହ୍ନଟ କରି ଭାଙ୍ଗିବା ଜରୁରୀ । ହଜାରେ ବର୍ଷର ସହର ଅର୍ଥାତ ନିଆଁ ଲାଗିବାର ସାଢ଼େ ୭ ଘଣ୍ଟା ପରେ ବି ଆୟତ୍ତକୁ ନଆସିବା ଦୁଃଖର ବିଷୟ । ସରକାର କଠୋର ହେଲେ ପ୍ରକିୟା ଆଗେଇବ ବୋଲି କହିଛନ୍ତି ମେୟର ।

ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ ; ଉପକୃତ ହେବେ ଅନେକ ମତ୍ସ୍ୟଜୀବୀ
ବାଲେଶ୍ୱର : ଖୁବଶୀଘ୍ର ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ଉପକୃତ ହେବେ ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ । ଫଳରେ ଦିଘା ବଜାରକୁ ନଯାଇ ଏହିଠାରେ ମାଛ ବିକ୍ରି କରାଯାଇପାରିବ । ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସି ମାଛ କିଣିବେ । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଯୁକ୍ତି ପାଇବା ସହିତ ଲାଭ ପାଇବେ । ଯେଉଁଠି ମତ୍ସ୍ୟଜୀବୀମାନେ ମାଛ ବିକ୍ରି କରିବା ପାଇଁ ବଜାରରେ ୧୩୨ଟି ପିଣ୍ଡିହେବ । ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଲାଭ ପାଇପାରିବେ ଓ ଆଗାମୀ ଦିନରେ ଏହା ଫିସରି ହବ୍ ଭାବେ ଉଭା ହେବ । ପ୍ରତିଦିନ ପ୍ରାୟ ହଜାରେ ଟନ ମାଛ ଏଠାରୁ ବିକ୍ରି କରାଯିବ । ଆଖପାଖ ଜିଲ୍ଲାର ମତ୍ସ୍ୟଜୀବୀ ବି ସୁବିଧା ପାଇପାରିବେ ।

ଆଜି ଜମିବ ଅସଲ ଛାଡଖାଇ ବେପାର, ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ
ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, ବିଡିଏ ମାଛ ମାର୍କେଟ ଆଦିରେ ଲୋକ ନ ଥିଲେ। ମାସସାରା ଆମିଷ ଛାଡ଼ିଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବେ। ରବିବାର ବ୍ୟବସାୟକୁ ନେଇ ଆଶା ରଖିଛନ୍ତି ମାଛ ବ୍ୟବସାୟୀ, ଚିକେନ୍‍ ଓ ଖାସୀ ମାଂସ ବ୍ୟବସାୟୀ। ଶନିବାର ଯୋଗୁଁ ୨୦ ପ୍ରତିଶତ ବି ବ୍ୟବସାୟ ହୋଇ ନ ଥିବା ମାଛ ବ୍ୟବସାୟୀ ସେକ୍‍ ଅହମ୍ମଦ ଖାନ୍‍ କହିଛନ୍ତି। ରବିବାର ପାଇଁ ଭୁବନେଶ୍ୱରକୁ ଆନ୍ଧ୍ରରୁ ରୋହି ମାଛ, ପାରାଦୀପରୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମଦାନୀ ହୋଇଛି। ସେହିପରି ପିପିଲିରୁ ଚିକେନ୍‍ ଆସିଥିବାବେଳେ କୋଲକାତା, ନୟାଗଡ଼଼, ମୟୂରଭଞ୍ଜ, ବଲାଙ୍ଗୀର, କାକଟପୁରରୁ ଛେଳି ଆସିଛି।

ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।