Chhadakhai - The Sakala

ଗୁରୁବାର ମାଡ଼ଖାଇବ; ଶୁକ୍ରବାର ହେବ ଛାଡ଼ ଭିଡ଼: ଆସୁଛନ୍ତି ୫ ହଜାର ଛେଳି, ୫ ଲକ୍ଷ କୁକୁଡ଼ା...
ଭୁବନେଶ୍ୱର: କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଇ ନ ଥାନ୍ତି। ମାସ ସାରା ଆମିଷ ନଖାଇ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ ପାଳନ କରିଥାନ୍ତି। ଏହି ଦିନରେ ଘରେ ଘରେ ଆମିଷ ସମେତ ଭୋଜିର ମଧ୍ୟ ଆୟୋଜନ ହୋଇଥାଏ। ତେବେ ଚଳିତବର୍ଷ ଗୁରୁବାର ଛାଡ଼ଖାଇ ପଡ଼ୁଥିବାରୁ ଶୁକ୍ରବାର ସହରର ପ୍ରତ୍ୟେକ ଆମିଷ ବଜାରରେ ଭିଡ଼ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏଥିପାଇଁ ମାଛ, ମାଛ, ଚିକେନ୍‌‌, ମଟନ୍‌‌ ଆଦି ବରାଦ ଦେଇଛନ୍ତି। ଚଳିତ ବର୍ଷ ଛାଡ଼ଖାଇ ପାଇଁ ପ୍ରାୟ ୫ହଜାର ଛେଳି, ଲକ୍ଷାଧିକ କୁକୁଡା ଆମଦାନୀ ପାଇଁ ବରାଦ ହୋଇଥିବା ଜଣାପଡ଼ିଛି।

ଧର୍ମର ମାସରେ ଅନେକ ଲୋକେ ଆମିଷ ବର୍ଜନ କରି ନିରାମିଷ ଖାଦ୍ୟ ଖାଇଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ପରଦିନ ଆମିଷ ଖାଇଥାନ୍ତି। ଚଳିତ ବର୍ଷ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ପଡ଼ିଥିବା ବେଳେ ପରଦିନ ଆମିଷ ଉପରେ ଚାହିଦା ରହିଥାଏ। ତେବେ ଶନିବାର ଅନେକ ଲୋକେ ଆମିଷ ଖାଇ ଛାଡ଼ଖାଇ ପାଳନ କରିଥାନ୍ତି ସମସ୍ତେ। ତେବେ ଏଥର ଗୁରୁବାର ଛାଡ଼ଖାଇ ପଡ଼ୁଥିବାରୁ ଅନେକଙ୍କ ଘରେ ଆମିଷ ରୋଷେଇ ତ ଦୂରର କଥା ମହିଳାମାନେ ଆମିଷ ଛୁଇଁ ନ ଥାନ୍ତି। ତେଣୁ ଏଥର ଛାଡ଼ଖାଇ ଶୁକ୍ରବାର ପାଳନ କରିବେ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏଥିପାଇଁ ୧୦ଦିନ ଆଗରୁ ମାଛ, କୁକୁଡ଼ା, ଛେଳି୍‌‌ ପାଇଁ ବ୍ୟବସାୟୀମାନେ ବରାଦ ଦେଇଥିବା ଜଣାପଡ଼ିଛି। ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟ କରି ରାଜ୍ୟ ତଥା ରାଜ୍ୟ ବାହାରୁ ଛେଳି ଆମଦାନୀ ସହ ପୂର୍ବଭଳି ଆନ୍ଧ୍ରରୁ ମାଛ ବରାଦ ହୋଇଛି। ମାସ ସାରା ଆମିଷ ଛାଡ଼ି ଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବା ଉପରେ ଅନେକ ବିଶ୍ୱାସ କରନ୍ତି। ତେଣୁ ଛାଡ଼ଖାଇରେ ମାଛ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ଆନ୍ଧ୍ରରୁ ରୋହି ମାଛ ସମେତ ବିଭିନ୍ନ ପ୍ରକାର ମାଛ ଆମଦାନୀ କରାଯିବା ସହ ଚିଲିକା, ବାଲେଶ୍ୱର, ଧାମରା, ପାରାଦୀପ ଆଦି ସ୍ଥାନରୁ କଙ୍କଡ଼ା, ଚିଙ୍ଗୁଡ଼ି ଆମଦାନୀ ପାଇଁ ବରାଦ ହୋଇଛି। ପୂର୍ବପେକ୍ଷା ୫ଗୁଣ ଅଧିକ ମାଛ ଆମଦାନୀ କରାଯାଇଥିବା ଜୟ ଯବାନ ମତ୍ସ୍ୟ ସଂଘର ସାଧାରଣ ସମ୍ପାଦକ ଏସ୍‌‌କେ ତସ୍‌‌ବୀର କହିଛନ୍ତି।

ସେହିପରି ପିପିଲି, ଖୋର୍ଦ୍ଧା, କଟକ ଆଦି ସ୍ଥାନରୁ ୫ଲକ୍ଷ କୁକୁଡ଼ା ଅଣାଯିବାର ଯୋଜନା ରହିଛି ବୋଲି ୟୁନିଟ୍‌‌-୪ ଚିକେନ୍‌‌ ଆସୋସିଏସନ୍‌‌ ପକ୍ଷରୁ କୁହାଯାଇଥିବା ବେଳେ ରାଜଧାନୀକୁ ୫ ହଜାରରୁ ଅଧିକ ଛେଳି ଆମଦାନୀ କରାଯିବାର ଯୋଜନା ରହିଥିବା ଖାସି ମାଂସ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ତେବେ ଛାଡ଼ଖାଇ ଦିନ ଆମିଷ ଦରରେ କୌଣସି ପରିବର୍ତ୍ତନ ହେବନି କିମ୍ବା ଦର ବୃଦ୍ଧି କରାଯିବ ନାହିଁ ବୋଲି ଆସୋସିଏସନ୍‌‌ ପକ୍ଷରୁ କୁହାଯାଇଛି।

ଆଜି ଅସଲ ଛାଡଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ପ୍ରବଳ ଭିଡ
ଭୁବନେଶ୍ବର: ଶେଷ ହୋଇଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ଛାଡ଼ଖାଇ । ଗତକାଲି ଛାଡ଼ଖାଇ ପଡ଼ିଥିଲେ ବି ସଂକ୍ରାନ୍ତି କାରଣରୁ ଫିକା ପଡ଼ିଥିଲା । ତେବେ ଆଜି ଅସଲ ଛାଡଖାଇ ପାଳୁଛନ୍ତି ଲୋକେ । ଛାଡଖାଇ ପାଇଁ ଆଜି ସକାଳୁ ସକାଳୁ ଆମିଷ ମାର୍କେଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଏକମାସ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଜମାଇଛନ୍ତି । ସେପଟେ ଗ୍ରାହକଙ୍କ ଚାହିଦା ଅନୁଯାୟୀ, ପର୍ଯ୍ୟାପ୍ତ ପରିମାଣର ଛେଳି, କୁକୁଡା, ମାଛ, କଙ୍କଡ଼ା ଇତ୍ୟାଦି ମହଜୁଦ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି ।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ସେପଟେ ଛାଡ଼ଖାଇକୁ ନେଇ ବିଭିନ୍ନ ଆମିଷର ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି ।

ସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ; ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ
ଭୁବନେଶ୍ୱର: ସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ସାମାନ୍ୟ ଫିକା ପଡିଛି ବଜାର । ଆସନ୍ତାକାଲି ବୁଧବାର ପଡୁଥିବାରୁ ଘରେ ଘରେ ମାଛ ମାଂସର ଆସର ଜମିବ । ତେଣୁ କାଲି ଆମିଷ ବଜାରରେ ଆଜି ଅପେକ୍ଷା ଅଧିକ ଭିଡ଼ ହେବା ଆଶା କରାଯାଉଛି । ଏଥିପାଇଁ ବେପାରୀମାନେ ପ୍ରସ୍ତୁତ । ଚିଲିକା ଚିଙ୍ଗୁଡ଼ି ଓ ଦେଶା ମାଛ ବିକ୍ରି ବଢିବା ଆଶା । କୋଲକାତା ଏବଂ ଉତ୍ତରପ୍ରଦେଶରୁ ଆସିଛି ଖାସି ।

ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ ଟଙ୍କା ରହିଛି । ସେହିପରି ବ୍ରହ୍ମପୁରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ସମୁଦ୍ର ମାଛ ୨ଶହରୁ ୬ଶହ ଟଙ୍କା, କଙ୍କଡ଼ା ୫ଶହରୁ ୮ଶହ, ଚିଙ୍ଗୁଡ଼ି ୨ଶହ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି ।

ଆମିଷ ବଜାରର ସୂଚନା ମୁତାବକ, ବୁଧବାରକୁ ନଜରରେ ରଖି କୋଲକାତା, ଜଗତସିଂହପୁର, କେନ୍ଦୁଝର, କନ୍ଧମାଳ ଓ ଗଞ୍ଜାମ ଆଦି ଅଞ୍ଚଳରୁ ପାଖାପାଖି ୧କୋଟି ଟଙ୍କାର କୁକୁଡ଼ା, ଆନ୍ଧ୍ରପ୍ରଦେଶ ଓ ସ୍ଥାନୀୟ ବଜାରରୁ ଏକାଧିକ ସ୍ଥାନରୁ ପ୍ରାୟ ଦେଢ଼ କୋଟି ଟଙ୍କାର ମାଛ, ମାଂସ ଓ ଚିଙ୍ଗୁଡ଼ି ମଗା ହୋଇଛି। ସେହିଭଳି ୫୦କ୍ୱିଣ୍ଟାଲ୍‌‌ କୁକୁଡ଼ା ମାଂସ ବିକ୍ରି ପାଇଁ ପ୍ରସ୍ତୁତ ଅଛନ୍ତି ବେପାରୀ। ହେଲେ ଏ ସବୁ ଆଜି ବଦଳରେ ବୁଧବାର ବିକ୍ରି ହେବ ବୋଲି ଆଶାବାଦୀ ଅଛନ୍ତି।

ଅଲ୍‌‌ ଓଡ଼ିଶା ନନ୍‌‌ଭେଜ୍‌‌ ଟ୍ରେଡ୍‌‌ସ ଫେଡେରେସନ୍‌‌ର ରାଜ୍ୟ ସଭାପତି ଶେଖ୍‌‌ ମୁନ୍‌‌ତାକିମ୍‌‌ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମ ବେପାରୀମାନଙ୍କର ବଡ଼ପର୍ବ। ଗତବର୍ଷ ଛାଡ଼ଖାଇ ବୁଧବାର ପଡ଼ିଥିଲା। ଭଲ ବେପାର ହୋଇଥିଲା। ହେଲେ ଚଳିତଥର ମଙ୍ଗଳବାର ପଡ଼ୁଥିବାରୁ ବେପାର କମିବ। ହେଲେ ବୁଧବାର ଏହି ବେପାର ଭରପୂର ମାତ୍ରାରେ ଭରଣା ହୋଇଯିବ। ଏବେ ରାଜଧାନୀର ୪ ନମ୍ୱର ହାଟ ମଧ୍ୟରେ ୨୦ଟି ମଟନ୍‌‌ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍‌‌, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହଂସପାଳ, ଓସ୍କାର ସିଟି ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଆମିଷ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛେଳି ଅଣାଯାଇଛି।

ଆଜି ଜମିବ ଅସଲ ଛାଡଖାଇ ବେପାର, ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ
ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, ବିଡିଏ ମାଛ ମାର୍କେଟ ଆଦିରେ ଲୋକ ନ ଥିଲେ। ମାସସାରା ଆମିଷ ଛାଡ଼ିଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବେ। ରବିବାର ବ୍ୟବସାୟକୁ ନେଇ ଆଶା ରଖିଛନ୍ତି ମାଛ ବ୍ୟବସାୟୀ, ଚିକେନ୍‍ ଓ ଖାସୀ ମାଂସ ବ୍ୟବସାୟୀ। ଶନିବାର ଯୋଗୁଁ ୨୦ ପ୍ରତିଶତ ବି ବ୍ୟବସାୟ ହୋଇ ନ ଥିବା ମାଛ ବ୍ୟବସାୟୀ ସେକ୍‍ ଅହମ୍ମଦ ଖାନ୍‍ କହିଛନ୍ତି। ରବିବାର ପାଇଁ ଭୁବନେଶ୍ୱରକୁ ଆନ୍ଧ୍ରରୁ ରୋହି ମାଛ, ପାରାଦୀପରୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମଦାନୀ ହୋଇଛି। ସେହିପରି ପିପିଲିରୁ ଚିକେନ୍‍ ଆସିଥିବାବେଳେ କୋଲକାତା, ନୟାଗଡ଼଼, ମୟୂରଭଞ୍ଜ, ବଲାଙ୍ଗୀର, କାକଟପୁରରୁ ଛେଳି ଆସିଛି।

ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।