BSKY Card - The Sakala
ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଝିଅର ମୃତ୍ୟୁ ହେଲେ ଦାୟୀ ରହିବେ ସରକାର: ପରିବାର
ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ପ୍ରତିଦିନ ବଢ଼ିବାରେ ଲାଗିଛି ଅଭିଯୋଗ। ପୂର୍ବରୁ ବିଏସ୍‌କେୱାଇରେ ବିନା ଦ୍ୱିଧାରେ ଚିକିତ୍ସା ପାଉଥିବା ଗରିବ ରୋଗୀମାନଙ୍କ ପାଇଁ ବିଜେପି ସରକାରଙ୍କ ‘ଆୟୁଷ୍ମାନ’ ଅଭିଶାପ ପାଲଟିଛି। ଚିକିତ୍ସା ସୁବିଧାସୁଯୋଗରୁ ବଞ୍ଚିତ ରୋଗୀମାନେ ଏବେ ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏସ୍‌କେୱାଇକୁ ଝୁରୁଛନ୍ତି। କୋରାପୁଟ, ରାୟଗଡ଼ାର ରୋଗୀମାନେ ବିଶାଖାପାଟଣାରେ ଚିକିତ୍ସା ନ ପାଇ ହନ୍ତସନ୍ତ ହୋଇଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ବିଏସ୍‌କେୱାଇରେ ବିନା ମୂଲ୍ୟରେ ହୃଦରୋଗର ଚିକିତ୍ସା କରିଥିବା ଗରିବ ଝିଅଟି ଏବେ ଅନ୍ୟଏକ ବ୍ୟାଧିରେ ମୃତ୍ୟୁସହ ସଂଘର୍ଷ କରୁଥିଲେ ହେଁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁଯୋଗ ପାଇପାରୁ ନାହିଁ। ଯାହାକୁ ନେଇ ପରିବାର ଲୋକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଆୟୁଷ୍ମାନ କାର୍ଡ ସେମାନଙ୍କ ଚିକିତ୍ସାରେ ଲାଗି ପାରୁ ନ ଥିବା ଅଭିଯୋଗ କରି ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପରିବାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
ସାଲିଆ ସାହିର ଝିଅ ରାଧିକା (ଛଦ୍ମନାମ)ର ପରିବାର ଅତ୍ୟନ୍ତ ଗରିବ। ପୂର୍ବରୁ ବିଏସ୍‌କେୱାଇରେ ନିଜର ହୃଦ୍‌ରୋଗର ଚିକିତ୍ସା କରି ସୁସ୍ଥ ହୋଇଥିଲେ। ମାତ୍ର ଏବେ ସେ ଆଉଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ପୂର୍ବରୁ ବିଏସ୍‌କେୱାଇରେ ସେ ଘରୋଇ ହସ୍ପିଟାଲ୍‌ରେ ଯେଉଁ ଚିକିତ୍ସା ସେବା ପାଇଥିଲେ, ଏବେ ଆୟୁଷ୍ମାନ୍‌ର ତାହା ପାଉନାହାନ୍ତି। ତେଣୁ ଝିଅଟି ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛି। ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ୍‌ ଚିନ୍ତିତ। ଆୟୁଷ୍ମାନ କାର୍ଡ ତାଙ୍କ ପାଇ ଅଭିଶାପ ପାଲଟିଛି ବୋଲି ଉଲ୍ଲେଖ କରି ସରକାରଙ୍କୁ ନିନ୍ଦା କରିଛନ୍ତି । ଚିକିତ୍ସା ନ ପାଇ ତାଙ୍କ ଝିଅ ଯଦି ମୃତ୍ୟୁବରଣ କରେ ତେବେ ସରକାର ଦାୟୀ ରହିବେ ବୋଲି ରାଧିକାର ବାପା କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହେଉଛି। ଏତେ କମ୍‌ ଅର୍ଥ ବରାଦରେ ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡ଼ିକ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍‌ ଲାଗୁ କରାଯାଇଛି। ବିଏସ୍‌କେୱାଇ ପ୍ୟାକେଜ୍‌ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍‌ ବହୁତ କମ୍‌ ରହିଛି। ବିଏସ୍‌କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍‌କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍‌ ଗୁଡିକରେ ଅନ୍ୟୂନ ୨୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ; କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍‌ ଦିଆଯାଇ ଥିବା ବେଳେ ପ୍ୟାକେଜ୍‌ ୫୦ ପ୍ରତିଶତକୁ ଖସି ଆସିଛି।
କିଛି ରୋଗର ପ୍ୟାକେଜ୍‌ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି ସ୍କାନ, ଏମ୍‌ଆରଆଇ, ପିଏଫ୍‌ଟି, ଏନ୍‌ସିଭି, ଇଏମ୍‌ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍‌ ମେକର୍‌ ଦାମ୍‌ ଦେଢ଼ ଲକ୍ଷ ଟଙ୍କା। ମାତ୍ର ଆୟୁଷ୍ମାନରେ ମାତ୍ର ୭୫ ହଜାର ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା, ମସ୍ତିଷ୍କ ରୋଗ, କିଡ୍‌ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ରହିଛି।  ଗୋଟିଏପଟେ ଆୟୁଷ୍ମାନ ପ୍ୟାକେଜ୍‌ ବୃଦ୍ଧି କରାଯାଇ ପାରୁନି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ଚାହୁନାହାନ୍ତି। ଏଥିରେ କେବଳ ସାଧାରଣ ଗରିବ ରୋଗୀ ଦହଗଞ୍ଜ ହେଉଛି। ଗତ କିଛି ବର୍ଷ ହେଲା ରାଜ୍ୟବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ବେଶ ଉପକୃତ ହେଉଥିବାବେଳେ ଏବେ ଚିକିତ୍ସା ପାଇଁ ସେମାନଙ୍କୁ ଜମି ଘର ବିକିବାକୁ ପଡ଼ୁଛି।
ପ୍ରତ୍ୟେକ ଓଡିଆଙ୍କୁ ମିଳୁ ଆୟୁଷ୍ମାନ ଭାରତ ଯୋଜନା: ବିଜେଡି
ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ସାଢେ ୪ କୋଟି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ପାଇଁ ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର।
ଡ଼ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ମାସ ଧରି ଚେଷ୍ଟା କରି ମଧ୍ୟ ବିଏସ୍‌କେୱାଇ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ରାଜ୍ୟ ବିଜେପି ସରକାର। ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଥିଲା ବୋଲି ଆଜି ପୁଣି ଥରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। କେବଳ କାର୍ଡ ର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛନ୍ତି କିନ୍ତୁ ବିଏସ୍‌କେୱାଇ ଯୋଜନାରେ କିଛି ବି ଯୋଡି ପାରିନାହାନ୍ତି। ବିଏସ୍‌କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକ୍ରୁତ ହୋଇଥିଲା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ। କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଆୟୁଷ୍ମାନ ଭାରତ ଯୋଜନା ବାବଦରେ ବିଜେପି ଡିଣ୍ଡିମ ପିଟୁଥିଲା ବେଳେ ସିଏଜି ତାଙ୍କ ରିପୋର୍ଟରେ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଥିବା ଉଲ୍ଲେଖ କରିଛନ୍ତି।
୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ‘ନାଁ’ରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍‌ରେ ଓଡିଶାରେ ଲାଗୁ କରିଥିଲେ। କେବଳ ନାଁ ପରିବର୍ତ୍ତନ କରି ଆଜି ରାଜ୍ୟରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା, ବିଏସ୍‌କେୱାଇର ଅବିକଳ ନକଲ। ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଲାଗି ଲୋକଙ୍କ ପକେଟରୁ ଖର୍ଚ୍ଚ କମାଇବାରେ ବିଏସ୍‌କେୱାଇ ଯୋଜନା ପ୍ରଣୟନ କରି ଓଡିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। ଉତ୍ତରପ୍ରଦେଶ ୧୩ ପ୍ରତିଶତ, ମହାରାଷ୍ଟ୍ର ୨୦ ପ୍ରତିଶତ ଖର୍ଚ୍ଚ କମାଇପାରିଥିଲା ବେଳେ ଓଡିଶା ୩୭ ପ୍ରତିଶତ ଖର୍ଚ୍ଚ କମାଇବାରେ ସକ୍ଷମ ହୋଇଥିଲା।
ସମସ୍ତଙ୍କୁ ବିଏସ୍‌କେୱାଇରେ ସାମିଲ କରିବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଜନା କରିଥିଲେ। ରାଜ୍ୟର ବିଜେପି ସରକାର ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ଓଡିଆଙ୍କୁ ଏହି ଯୋଜନାରେ ସାମିଲ କରିବା ସହ ପୁରୁଷଙ୍କୁ ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଲେ ଡବଲ ଇଂଜିନ ସରକାର ପ୍ରକୃତରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଜଣାପଡିବ ବୋଲି ଡ଼ ସାମନ୍ତସିଂହାର କହିଛନ୍ତି।
ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା; ଠିକ୍‌ ତାହା ହିଁ ଘଟିଲା । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଏସ୍‌କେୱାଇ ବନ୍ଦ କରିବାକୁ ଘୋଷଣା କଲା। ଏହା ବଦଳରେ ଅନ୍ୟ ଏକ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରାଯିବ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନକୁ ଓଡ଼ିଶାରେ ମଧ୍ୟ ପ୍ରଚଳନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଲେ। ଆୟୁଷ୍ମାନ ପ୍ରଚଳନ ଓ ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ବିଏସ୍‌କେୱାଇରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଲେ । ମାତ୍ର ରାଜ୍ୟରେ ନୂଆ ଯୋଜନା ଆରମ୍ଭ ହେବା ଓ ଆୟୁଷ୍ମାନ ପ୍ରଚଳନ ହେବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ପଙ୍ଗୁ କରି ଦିଆଯିବାକୁ ରୀତିମତ ଷଡ଼ଯନ୍ତ୍ର ହୋଇଛି । ନୂଆ ସରକାର ବିଏସ୍‌କେୱାଇର ଚିକିତ୍ସା ବାବଦ ବକେୟା ରାଶି ପ୍ରଦାନ କରୁ ନ ଥିବାରୁ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ଏବେ ନୂଆ ନୂଆ ବାହାନା କାଢ଼ୁଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ କାଗଜ ଆଣିବାକୁ ବାହାନା କରୁଛନ୍ତି ।
ଜଣେ ବିଏସ୍‌କେୱାଇ ହିତାଧିକାରୀ ହେଉଛନ୍ତି ସିଦେ୍ଧଶ୍ୱର (ଛଦ୍ମନାମ) । ତାଙ୍କର ଏକମାତ୍ର ଝିଅ ଗୁରୁତର ସ୍ନାୟୁ ରୋଗରେ ପୀଡ଼ିତ। ସାନ ଝିଅଟିର ଅପରେସନ୍‌ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ; କିନ୍ତୁ କୌଣସି ଘରୋଇ ଡାକ୍ତରଖାନା ତାଙ୍କ ଝିଅର ଚିକିତ୍ସା କରୁନାହାନ୍ତି। ବିଏସ୍‌କେୱାଇରେ ମାଗଣା ଚିକିତ୍ସା ସୁବିଧା ଥିବା ସତ୍ତେ୍ୱ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ବିଭିନ୍ନ ବାହାନା କରି ସିଦେ୍ଧଶ୍ୱରଙ୍କୁ ଫେରାଇ ଦେଇଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ ସାର୍ଟିଫିକେଟ୍‌ ନ ଆଣିଲେ ଅପରେସନ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ସରକାରୀ ଡାକ୍ତରଙ୍କ ରିପୋର୍ଟ ବିନା ଘରୋଇ ଡାକ୍ତରଖାନାରେ ବିଏସକୱୋଇ ଚିକିତ୍ସା ସମ୍ଭବ ନୁହେଁ ବୋଲି ନିରାଶ ବାଣୀ ଶୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ସିଦେ୍ଧଶ୍ୱର । ଏଠାରେ କେବଳ ସିଦେ୍ଧଶ୍ୱର ଏକା ନୁହନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଏପରି ଅନେକ ଘଟଣା ଘଟୁଛି । ଛଅ ମାସ ପୂର୍ବରୁ ଯେଉଁ କାଡର଼୍ରେ ହିତାଧିକାରୀ ବିନା ମୂଲ୍ୟରେ ଓ ବିନା ସମସ୍ୟାରେ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଉଥିଲେ, ନୂଆ ସରକାର ଆସିବା ପରେ ସେହି କାଡର଼୍ରେ ଆଜି ସେମାନଙ୍କୁ ଚିକିତ୍ସାସୁବିଧା ମିଳିପାରୁ ନାହିଁ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌ ନୀତି ଆଧାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚଳନ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମାସିକ ଘରୋଇ ଡ଼ାକ୍ତରଖାନାଗୁଡ଼ିକୁ ଚିକିତ୍ସା ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ସରକାର ପଇଠ କରୁଥିଲେ। କିନ୍ତୁ ବିଜେଡି ସରକାର ଯିବା ପରେ ଆରମ୍ଭ ହୋଇଛି ବ୍ୟତିକ୍ରମ ଓ ବିଶୃଙ୍ଖଳା ସୀମା ଟପିଛି। ରୋଗ ଯାହା ବି ହୋଇଥାଉ ନା କାହିଁକି ସରକାରୀ ଡାକ୍ତରଖାନାରୁ ରେଫରାଲ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଉଛି। ବ୍ୟବସ୍ଥା ଅନୁସାରେ ବିଏସକୱୋଇ ହିତାଧିକାରୀ ଘରୋଇ ଡାକ୍ତରଖାନା ଯିବା ପୂର୍ବରୁ ସରକାରୀ ଡାକ୍ତରଖାନାରୁ ରେଫର ହେବା ବାଧ୍ୟତାମୂଳକ ଥିଲା; କିନ୍ତୁ ଗୁରତର ରୋଗୀଙ୍କ କ୍ଷେତ୍ରରେ ନିୟମ କୋହଳ କରାଯାଇଥିଲା। ମାତ୍ର ଗତ କିଛି ମାସ ହେଲା ରୋଗୀଙ୍କ ସମସ୍ୟା ବଢ଼ି ଯାଇଛି। ବିନା ରେଫରାଲରେ ଘରୋଇ ଡ଼ାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ମିଳୁନାହିଁ । ଫଳରେ ରୋଗୀଙ୍କୁ ଧରି ତାଙ୍କର ସମ୍ପର୍କୀୟ ଗୋଟିଏ ଡାକ୍ତରଖାନାରୁ ଆଉ ଏକ ଡାକ୍ତରଖାନାକୁ ଦୌଡୁଛନ୍ତି। ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ବି ରେଫର କରିବାକୁ ଜରୁରୀ ବୋଲି ଭାବୁ ନାହାନ୍ତି। କଟକ, ଭୁବନେଶ୍ୱରେ ଅଧିକ ସଂଖ୍ୟକ କର୍ପୋରେଟ୍‌ ହସ୍ପିଟାଲ ଥିବାରୁ ଗାଁ ଗହଳିରୁ ବିଏସକେୱାଇ ହିତାଧିକାରୀ ଏଠାକୁ ଧାଇଁ ଆସୁଛନ୍ତି। କିନ୍ତୁ ରେଫରାଲ କଣ୍ଟା ସେମାନଙ୍କ ପାଇଁ ଚିକିତ୍ସାରେ ଗୁରୁତର ବାଧା ସୃଷ୍ଟି କରୁଛି।
ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରେଫରାଲ ବ୍ୟବସ୍ଥା ନ ଥିଲେ ସମସ୍ତେ ଘରୋଇ ଡାକ୍ତରଖାନାକୁ ଚାଲିଯିବେ। ତେଣୁ ରେଫରାଲ ବ୍ୟବସ୍ଥା କରାଯାଇଛି। ଜଟିଳ ରୋଗର ଉପଯୁକ୍ତ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭଲ ସୁବିଧା ଥିବାରୁ ଏହିପରି ରୋଗୀଙ୍କ ପାଇଁ ନିୟମ କୋହଳ କରାଯିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ବର୍ଷ ଭିତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରି ସ୍ଥିତିରେ ନବୀନ ସରକାରଙ୍କ ପ୍ରଚଳିତ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା(ବିଏସ୍‌‌କେୱାଇ) କର୍କଟ ରୋଗୀଙ୍କ ପାଇଁ ବରଦାନ ପାଲଟିଛି। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ କର୍କଟ ରୋଗଜନିତ ମୃତ୍ୟୁ ଉପରେ ଅଙ୍କୁଶ ଲଗାଯିବା ସମ୍ଭବ ହୋଇ ପାରିଛି। ‘ପାର୍ଟନର୍‌‌ସିପ ଟୁ ଫାଇଟ୍‌‌ କ୍ରୋନିକ୍‌‌ ଡିଜିଜ୍‌‌’ (ପିଏଫ୍‌‌ସିଡି) ପକ୍ଷରୁ ଓଡ଼ିଶାରେ ବୃଦ୍ଧି ପାଉଥିବା କ୍ୟାନ୍‌‌ସର ରୋଗର ମୁକାବିଲା ସଂକ୍ରାନ୍ତ ଏକ ବୈଠକରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁରୂପ ମତ ପ୍ରକାଶ କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ କ୍ୟାନ୍‌‌ସର ମାମଲା ସଂକ୍ରାନ୍ତରେ ଏକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ୨୨.୫ ପ୍ରତିଶତ ଓ ମୃତ୍ୟୁହାର୨୨.୬ ପ୍ରତିଶତ ବୃଦ୍ଧି ପାଇଛି। ସମଗ୍ର ଦେଶରେ ଦୃତଗତିରେ କର୍କଟ ବୃଦ୍ଧି ପାଉଥିବା ୧୨ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଏ ସଂକ୍ରାନ୍ତରେ ଡାକ୍ତର ସଞ୍ଜୀବ କୁମାର ମିଶ୍ର କହିଛନ୍ତି ଯେ ଓଡ଼ିଶା କ୍ୟାନ୍‌‌ସର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି। ଜାତୀୟସ୍ତରର ତଥ୍ୟ ଏକ ଚିନ୍ତାଜନକ ବୃଦ୍ଧିକୁ ଦର୍ଶାଉଥିବା ବେଳେ ଓଡ଼ିଶା ବିଶେଷ କରି ସ୍ତନ ଓ ଗର୍ଭାଶୟ କର୍କଟ କ୍ଷେତ୍ରରେ ଅଧିକ ବୋଝର ସମ୍ମୁଖୀନ ହେଉଛି। ରୋଗୀଙ୍କ ଚିକିତ୍ସା ଫଳାଫଳକୁ ଉନ୍ନତ କରିବା ପାଇଁ ଶୀଘ୍ର ଚିହ୍ନଟ ଓ ଆଡ୍‌‌ଭାନ୍ସଡ ଥେରାପିଗୁଡିକ ପାଇଁ ସରକାରୀସ୍ତରରେ ବିକେନ୍ଦ୍ରୀକରଣର ଆବଶ୍ୟକତା ରହିଛି।ଏଥିସହ ତୃଣମୂଳସ୍ତରରେ ରୋଗ, ରୋଗୀର ଲକ୍ଷଣ ଓ ଅତ୍ୟାଧୁନିକ ଚିକିତ୍ସାଗୁଡିକର ଲାଭ ସମ୍ପର୍କରେ ସଚେତନତା ବୃଦ୍ଧି କରିବାର ବିଶେଷ ଆବଶ୍ୟକତା ରହିଛି। ସେହିଭଳି ଜିଲ୍ଲା ହସ୍ପିଟାଲ ଓ ଆଖପାଖ ଅଞ୍ଚଳଗୁଡ଼ିକରେ ସୁବ୍ୟବସ୍ଥିତ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଚିକିତ୍ସା ବ୍ୟବସ୍ଥା ସ୍ଥାପନ କରିବା ମଧ୍ୟ ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଡାକ୍ତର ଚିରା ଖାଡ଼ଙ୍ଗା ଅନ୍‌‌କୋଲୋଜି କ୍ଷେତ୍ରରେ ନିଜର ବିସ୍ତୃତ ଅଭିଜ୍ଞତା ସହିତ ବଢ଼ୁଥିବା କର୍କଟ ମାମଲାକୁ ହ୍ରାସ କରିବା ପାଇଁ ବୈଷୟିକ ଅଗ୍ରଗତି ଏବଂ ଏକ ମଜଭୁତ କର୍କଟ ଚିକିତ୍ସା ଭିତ୍ତିଭୂମି ନିର୍ମାଣ କରିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। କର୍କଟ ବିରୋଧରେ ବାସ୍ତବରେ ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଆମେ ଏକ ମଜଭୁତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଆବଶ୍ୟକ କରୁଛୁ। ଆଡ୍‌‌ଭାନ୍ସଡ ରେଡିଓଥେରାପି ପାଇଁ ବ୍ୟାପକ ପହଞ୍ଚ ସହିତ ସୁସଜ୍ଜିତ କର୍କଟ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରି ଆମେ ବହୁମାତ୍ରାରେ କର୍କଟ ମାମଲାକୁ ହ୍ରାସ କରିପାରିବା ଏବଂ ରୋଗୀଙ୍କ ସୁସ୍ଥତାକୁ ଉନ୍ନତ କରିପାରିବା ବୋଲି ସେ କହିଛନ୍ତି।
ସେହିପରି ଡାକ୍ତର ସଞ୍ଜୟ କୁମାର ମିଶ୍ର ସରକାରଙ୍କ ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରିଛନ୍ତି। କର୍କଟ ଚିକିତ୍ସା ଭିତିଭୂମି ଓ ଉଚ୍ଚମାନର ସ୍ୱାସ୍ଥ୍ୟସେବାକୁ ଉନ୍ନତ ରାଜ୍ୟ ସରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ତେବେ ସରକାରଙ୍କ ପଦକ୍ଷେପ ଓ କର୍କଟ ଚିକିତ୍ସା କ୍ଷେତ୍ରରେ ବୈଷୟିକ ଅଗ୍ରଗତି ସତ୍ତ୍ବେ ଏହି ରୋଗର ବଢ଼ୁଥିବା ବୋଝକୁ ହ୍ରାସ କରିବା ପାଇଁ ମିଳିତ ପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ, ଓଡ଼ିଶାରେ ଚାଲୁ ରହିଛି BSKY
ଭୁବନେଶ୍ବର: BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲଗୁଡ଼ିକୁ କହିଛନ୍ତି।
ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଚାଲୁ ରଖାଯାଉ: ଇଣ୍ଡିଆ ଗଠବନ୍ଧନ
ଭୁବନେଶ୍ୱର: ରାଜ୍ୟର ରୋଗୀ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାକୁ ଜାରି ରଖା ଯାଉ। ଏହି କାର୍ଡ ବନ୍ଦ ନେଇ କୌଣସି ଅପ ପ୍ରଚାର କରା ନ ଯାଉ । ଏହି କାର୍ଡ ହଠାତ୍ ବନ୍ଦ ଘୋଷଣା ଦ୍ଵାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ ହେବା ସହ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି ।
ଏନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶ୍ରୀ ଜେନାଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମାଜବାଦୀ ପାର୍ଟି ଓଡିଶା ମୁଖ୍ୟ ରବି ବେହେରା, ଫରୱାର୍ଡ ବ୍ଲକ୍ ନେତା ଜ୍ୟୋତି ମହାପାତ୍ର, ଏନସିପି ଶରତ ପାୱାର ନେତା ବିକ୍ରମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅପରପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସିପିଆଇ, ସିପିଏମ, ଆରଜେଡି, ସିପିଆଇ ଏମଏଲ୍ ଓ ଆମ ଆଦମୀ ପାର୍ଟି ନିଜ ସମର୍ଥନ ଜାରି କରିଛି ।
ଏହି ବୈଠକରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଘରୋଇ ଚିକିତ୍ସାଳୟ BSKY ଗ୍ରହଣ ନକରିବା ଦ୍ୱାରା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏପରି ନ କରା ଯାଉ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।
ସେହିପରି ଶ୍ରୀ କାନୁନଗୋ କହିଥିଲେ ଯେ, ରୋଗୀମାନଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହୋଇ ସ୍ୱର ଉତ୍ତୋଳନ କରିବୁ। ସେହିପରି ରବି ବେହେରା କହିଥିଲେ ଯେ, BSKY CARD ଗ୍ରହଣ ନ ହେଉଥିବାରୁ ରାଜ୍ୟରେ ଏକ ଆତଙ୍କ ସୃଷ୍ଟି ହେଉଛି। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଏନସିପି ମୁଖ୍ୟ ବିକ୍ରମ ସ୍ୱାଇଁ କହିଥିଲେ ଯେ, ଆମେ କ୍ୟାପିଟାଲ ହସ୍ପିଟାଲ ଯାଇ ଦେଖିଲୁ। ରୋଗୀମାନେ BSKY ସେବାରୁ ବଞ୍ଚିତ ହେଉଛନ୍ତି ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଫରୱାର୍ଡ ବ୍ଲକ୍ ନେତା ଜ୍ୟୋତି ମହାପାତ୍ର bsky କାର୍ଡ ନେଇ ହୋଇଥିବା ଏକାଧିକ ଘଟଣାର ଅବତାରଣl କରିଥିଲେ । ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାଁରେ ହୋଇଥିବା ଯୋଜନାକୁ ବନ୍ଦ କରିବାକୁ ଦିଆ ଯିବ ନାହିଁ ବୋଲି ଇଣ୍ଡିଆ ମେଣ୍ଟର ସବୁ ଦଳ ଏକ ସ୍ଵରରେ କହିଥିଲେ ।
ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, ବିଏସ୍‌‌କେୱାଇକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର / ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଉଲ୍ଲେଖ ନ କରି ତାଙ୍କର ‘ଗରିବ ବିରୋଧୀ’ ଚେହେରା ଉପରୁ ମୁଖା ଖୋଲିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି।
ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଏସ୍‌‌କେୱାଇ ଠାରୁ ଆରମ୍ଭ କରି ଛାତ୍ର ବୃତ୍ତି, ସବୁ ଯୋଜନା ରାଜ୍ୟବାସୀଙ୍କ ଦୁଃଖ ଦୂର କରିଛି। ଏଥିରୁ ବିଏସ୍‌‌କେୱାଇ ହେଉଛି ରାଜ୍ୟର ୧ ନମ୍ୱର ଯୋଜନା; କିନ୍ତୁ ଲୋକଙ୍କ ସୁଖ କେନ୍ଦ୍ରମନ୍ତ୍ରୀଙ୍କ ଦେଖିପାରୁ ନାହାନ୍ତି। ଲୋକଙ୍କ ସମସ୍ୟା ଦୂର ହେବାକୁ ସେ ଗ୍ରହଣ କରିପାରୁ ନାହାନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି। ସେଥିପାଇଁ କ୍ଷମତାକୁ ଆସିଲେ ସେ ସର୍ବ ପ୍ରଥମେ ବିଏସ୍‌‌କେୱାଇ ଯୋଜନାକୁ ବନ୍ଦ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଶ୍ରମିକ, ଚାଷୀ ଓ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି। ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ବିଏସ୍‌‌କେୱାଇଁ ସ୍ମାର୍ଟ କାର୍ଡ ମାଧ୍ୟମରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାସିକ ହାରାହାରି ଦେଢ଼ ଲକ୍ଷ ଲୋକ ଏହାଦ୍ୱାର ଉପକୃତ ହେଉଛନ୍ତି।ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି। ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି; କିନ୍ତୁ ଲୋକଙ୍କ ଖୁସୀ ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ। ସେ କ୍ଷମତାକୁ ଆସିଲାମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ବୋଲି ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି।
ସେ ପୁଣି କହିଛନ୍ତି ଯେ ଗରିବ, ଶ୍ରମିକ, ଚାଷୀ ପରିବାରର କଲେଜ ପିଲାଙ୍କୁ ବୃତ୍ତି ଦେବାରେ ଓଡ଼ିଶା ଏକମାତ୍ର ରାଜ୍ୟ। ସମ୍ପ୍ରତି ୯୮ ପ୍ରତିଶତ କଲେଜ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନୂଆ-ଓ ସ୍କଲାରସିପ ପ୍ରଦାନ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକ ପରିବାରର ପିଲାମାନେ ଉପକୃତ ହେଉଛନ୍ତି। ମାତ୍ର କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର କେତେ ପିଲାଙ୍କୁ ବୃତ୍ତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାଣ୍ଡିଆନ। ନବୀନ ସରକାର ହେଉଛି ଲୋକଙ୍କର, ସବୁବେଳେ ଲୋକଙ୍କ ପାଇଁ ହିଁ ଚିନ୍ତା କରିବ। ମୁଖ୍ୟମନ୍ତ୍ରୀ ଶ୍ରମିକ ଭାଇ ଭଉଣୀମାନଙ୍କୁ ବିକାଶର ସାରଥି ଭାବେ ଗ୍ରହଣ କରି ସେମାନଙ୍କର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି। ସେଥିପାଇଁ ନିକଟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୦ଟଙ୍କା ବୃଦ୍ଧି କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ। ବିଜୁ ବାବୁ ଏକଦା ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ଦୁଇଗୁଣା କରି ରେକର୍ଡ କରିଥିଲେ। ବିକାଶର ସାରଥୀ ଶ୍ରମିକମାନେ ଖୁସିରେ ରହିଲେ ବିକାଶ ଆହୁରି ସହଜ ହେବ ବୋଲି ପାଣ୍ଡିଆନ କହିଛନ୍ତି।
ଏହି ଅବସରରେ ସେ ଏକକାଳୀନ ୧୦୦ ଟଙ୍କା ମଜୁରୀ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଅବତାରଣା କରିଛନ୍ତି। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହୋଇ ନଥିଲେ। ନିଜେ ହସ୍ତକ୍ଷେପ କରି ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମିକମାନଙ୍କ ସହଯୋଗ ଓ ସମ୍ପୃକ୍ତି ରହିଲେ ଯାଇ ଏହି ପୁଞ୍ଜି ବିନିଯୋଗର ସୁଫଳ ରାଜ୍ୟକୁ ମିଳିବ। ସେଥିପାଇଁ ନୂଆ ଓଡ଼ିଶା ଗଠନ କ୍ଷେତ୍ରରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିଛନ୍ତି।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ମିଛ କହି ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ କଟୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ୱାସ କରନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟନାୟକ ସବୁବେଳେ କାମରେ ବିଶ୍ୱାସ କରନ୍ତି। ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଏଥିପାଇଁ ଯଦି ପାଣ୍ଠିର ଅଭାବ ରହିଥିବ, ତାହେଲେ ରାଜ୍ୟ ବଜେଟରୁ ପାଣ୍ଠି ଯୋଗାଇଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍‌‌ ମଞ୍ଚରେ ଘୋଷଣା କରିଛନ୍ତି।
କ୍ଯାସଲେସ ଚିକିତ୍ସା ସୁବିଧା ପାଇବେ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଅଧୀନରେ ପ୍ଯାନେଲଭୁକ୍ତ ହୋଇଥିବା ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗର ଚିଠି। ସାଧାରଣ ନିର୍ବାଚନ ୨୦୨୪ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ କ୍ଯାସଲେସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବାପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ରାଜ୍ଯର କୋଟିକୋଟି ଲୋକ ବିଏସକେୱାଇ ଜରିଆରେ ଉପକୃତ ହେଉଥିବାବେଳେ ରାଜ୍ଯ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଏହାକୁ ଉପଲବ୍ଧ କରାଇଛନ୍ତି।
BSKY ନବୀନ କାର୍ଡ ପାଇଁ ୪ ଦିନରେ ୭୧ ହଜାର ଆବେଦନ : ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନକାରୀ
ଭୁବନେଶ୍ୱର : ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍‌କେୱାଇ ନବୀନ କାର୍ଡର ଅଧିକାଂଶ କରାଯାଉଛି। ସେହିପରି ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।
ବିଏସ୍‌କେୱାଇରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଆର୍ଥିକ ବୋଝରୁ ସୁରକ୍ଷା ଦେବା ଲକ୍ଷ୍ୟରେ ନୂଆ ବର୍ଷ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସ୍‌କେୱାଇ ନବୀନ କାର୍ଡ ଘୋଷଣା କରିଥିଲେ। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍‌ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍‌ ଦେଇ) ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି। ଏହା ଦ୍ୱାରା ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ (୯୦%) ବିଏସ୍‌କେୱାଇରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍‌କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍‌କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍‌ନୀ ରୋଗୀ, ଲିଭର୍‌ ରୋଗୀ, ବ୍ରେନ୍‌ ଷ୍ଟ୍ରୋକ୍‌, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍‌ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍‌କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।
ଯେଉଁମାନେ ବିଏସ୍‌କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ସେମାନେ ପାଉଥିବା ଚିକିତ୍ସା ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଅବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ କରି ସାମିଲ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍‌କେୱାଇରେ ସ୍ୱତଃ ଅନ୍ତର୍ଭୁକ୍ତ ହେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପଇସା ଅଭାବରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି । ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ  ଭବିଷ୍ୟତର  ଭିତ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ବାକାଂକ୍ଷୀ ଲକ୍ଷ୍ୟ । ମୋର ସ୍ବପ୍ନ ହେଉଛି ଓଡିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା। ମୁଁ ଏମିତି ଏକ ଓଡିଶା ଚାହେଁ, ଯେଉଁଠାରେ ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହା ସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍‌ଧ ହେଉଥିବ। ପଇସା ପାଇଁ ମୋ  ରାଜ୍ୟର  କେହି  କେବେ ଉତ୍ତମ ଚିକିତ୍ସା ସୁବିଧାରୁ  ବଞ୍ଚିତ ନ ହେଉ। ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ । ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି।
BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।
ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।
ଏବେ ଆମେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ। ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ  ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ  ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।
ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ।
ମୋର ବିଶ୍ବାସ, BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।  ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ  ପାଣ୍ଠିରୁ ବହନ କରିବେ।
ସଫଳତାର ଅଧ୍ୟାୟରେ BSKYର ଆଉ ଏକ ଫର୍ଦ୍ଦ, ଚାଲିବାକୁ ସକ୍ଷମ ହେଲେ ଶଯ୍ୟାଶାୟୀ କୁମାରୀ
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିର କୁମାରୀ ହାତୀ(୪୦)। ପରିବାର କହିଲେ, ମା’ ଓ ତାଙ୍କର ୨ ଭଉଣୀ। ପିଲାଟି ବେଳୁ ବାପାଙ୍କ ମୁହଁ ଦେଖିନାହାନ୍ତି। ପର ଘରେ କାମ କଲେ ଚୁଲି ଜଳେ। ବଡ଼ ଭଉଣୀଙ୍କ ବାହାଘର ପରେ ପରିବାରର ସବୁ ବୋଝ ସାନ ଭଉଣୀ ସୁବାସିନୀ ଓ ତାଙ୍କ ଉପରେ ରହିଥିଲା। ପାରିବାରିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଭଉଣୀ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥି‌ଲେ। ଦୁର୍ଦ୍ଦିନରେ ଯାହିତାହି ଦିନ ଗଡ଼ୁଥିଲା। କିନ୍ତୁ ଦୁଇବର୍ଷ ତଳେ ଗୋଟିଏ ଦୁର୍ଘଟଣା ତାଙ୍କ ପରିବାର ଉପରେ କଳାବାଦଲ ଢାଙ୍କିଦେଲା। କୁମାରୀ କୌଣସି କାମରେ ଯାଉଥିବା ବେଳେ ଗାଡିରୁ ପଡ଼ିଯିବାରୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ‌ରେ ସେ ଔଷଧ ଖାଇଥିଲେ ହେଁ ଯନ୍ତ୍ରଣା କମିବା ବଦଳରେ ଦିନକୁ ଦିନ ବଢ଼ି ଚାଲିଲା ଏବଂ ହଠାତ୍‌ କୁମାରୀଙ୍କ ଦୁଇ ଗୋଡ଼ ଅଚଳ ହୋଇଗଲା। ସେବେଠାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଏଭଳି ଅସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟକାର୍ଡ ଏହି ପରିବାରକୁ ସାହା ହୋଇଛି। ସ୍ମାର୍ଟକାର୍ଡ ଜରିଆରେ ବିନା ମୂଲ୍ୟରେ ତାଙ୍କ ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ଏ ବାବଦକୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ରାଜ୍ୟ ସରକାର ବହନ କରିଛନ୍ତି।
ସୂଚନାନୁଯାୟୀ, ବିଭିନ୍ନ ଜାଗାରେ ଡାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ କୁମାରୀଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ବିଗିଡ଼ି ଚାଲିଥିଲା। ପରୀକ୍ଷାନିରୀକ୍ଷା ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ତାଙ୍କ ପରିବାର ସାହସ ଜୁଟାଇ ପାରୁନଥିଲା। ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡରେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ଓ ଚିକିତ୍ସା ସମ୍ଭବ ବୋଲି ଡାକ୍ତର କହିବା ପରେ ତାଙ୍କ ପରିବାରକୁ ଆଶାର କିରଣ ଦେଖାଦେଇଥିଲା। ଗତ ୨୫ ତାରିଖରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ‌ରେ କୁମାରୀଙ୍କର ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ କୁମାରୀ ସୁସ୍ଥ ଅନୁଭବ କରିବା ସହ ଧୀରେଧୀରେ ଚାଲିବା ଆରମ୍ଭ କରିଛନ୍ତି। ଏଥିପାଇଁ କୁମାରୀଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର, ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।
BSKY ସହ ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ
ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।
ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଅନୁବନ୍ଧିତ ହସ୍ପିଟାଲମାନଙ୍କର ନିୟମିତ ସମୀକ୍ଷା ପାଇଁ ନୋଡ଼ାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଓଡ଼ିଶା ବାହାର ରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ଯେପରି କାର୍ଡଧାରୀମାନଙ୍କର ଚିକିତ୍ସା ସହଜଲବ୍ଧ ଓ ସୁଗମ ହେବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମୋ ସରକାର ଏବଂ ଅନ୍ୟାନ୍ୟ ସୁତ୍ରରୁ ମିଳୁଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର ସମାୟନୁବନ୍ଧିତ ସମାଧାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।
ସମୀକ୍ଷାରୁ ଏହା ଜଣାପଡ଼ିଛି ଯେ, ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୮୧୬ଟି ସୁପରସ୍ପେସିଆଲିଟି ଘରୋଇ ହସ୍ପିଟାଲ ବି.ଏସ୍.କେ.ୱାଇ ଅନୁବନ୍ଧିତ ହୋଇଛନ୍ତି। ଗତ ବର୍ଷ ଉକ୍ତ ସମୟ ତୁଳନାରେ ଏହା ୪୩.୪୦ ପ୍ରତିଶତ ଅଧିକ । ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଦିନ ରାତି ପ୍ରଚେଷ୍ଟା ଜାରି ରଖିଛନ୍ତି। ୮୧୬ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ ଟି ରାଜ୍ୟରେ ଅବସ୍ଥିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫୬ ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଅନୁବନ୍ଧିତ ହସ୍ପିଟାଲମାନେ ରୋଗୀମାନଙ୍କର ଚିକିତ୍ସା ବାବଦରେ ୧୨.୧୧ ଲକ୍ଷରୁ ଉର୍ଦ୍ଧ ଦାବି ଉପସ୍ଥାପନା କରିଛନ୍ତି । ବି.ଏସ୍.କେ.ୱାଇର ଦୃତବର୍ଦ୍ଧିଷ୍ଣୁ ଲୋକପ୍ରିୟତା ପରିପ୍ରେକ୍ଷୀରେ ଚଳିତ ବର୍ଷ ଶେଷ ସୁଦ୍ଧା ଚିକିତ୍ସା ବାବଦରେ ଦାବି ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଗତ ବର୍ଷର ଏହି ସମୟ ତୁଳନାରେ ଏହା ୧୦୨ ପ୍ରତିଶତ ଅଧିକ।
ଏହି ଯୋଜନା ଅଧୀନରେ ପଞ୍ଜୀକୃତ ୯୬.୫ ଲକ୍ଷ ପରିବାର ମଧ୍ୟରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୫୦୭.୦୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୨୯୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଖର୍ଚ୍ଚ ତୁଳନାରେ ଏହା ୧୦୭ ପ୍ରତିଶତ ଅଧିକ । ତଥ୍ୟ ଅନୁସାରେ ୨୦୨୨ ମସିହାରେ ରୋଗୀମାନଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲମାନଙ୍କ ଠାରୁ ମିଳିଥିବା ପ୍ରାୟ ୧୪୦୯.୪୦ କୋଟି ଟଙ୍କାର ବିଲ ରାଜ୍ୟ ସରକାର ପୈଠ କରିଥିଲେ । ସୋସାଇଟିର ନୋଡାଲ ଡାକ୍ତରମାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।