Telugu Desam Party - The Sakala

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କହିଲେ, କ୍ଷମତାକୁ ନ ଫେରିବା ଯାଏଁ ବିଧାନସଭାକୁ ଆଉ ଆସିବେନି
ହାଇଦ୍ରାବାଦ: ସହି ପାରିଲେନି ବିରୋଧୀ ସଦସ୍ୟଙ୍କ କଟାକ୍ଷ । ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ଆଉ କହିଲେ, “ମୁଁ ମୁଖ୍ୟମନ୍ତ୍ରୀ ନହେବା ଯାଏ ବିଧାନସଭା ଆଉ ଯିବିନି।” ସେ ଅଭିଯୋଗ କରିଛନ୍ତି ଯେ ଶାସକ ୱାଇଏସ୍‌ଆର କଂଗ୍ରେସର ସଦସ୍ୟମାନେ ତାଙ୍କୁ ସଦନରେ ଅପମାନିତ କରିଛନ୍ତି। ଏହା ପରେ ସେ ସଭାରେ ସାମିଲ ହେବେ ନାହିଁ। ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ବିଧାନସଭା ଆସିବେ ନାହିଁ ବୋଲି ନାଇଡୁ କହିଛନ୍ତି। ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣ ଓ ଅପମାନ ଆଉ ସହିପାରିବିନି ବୋଲି କହି ଚନ୍ଦ୍ରବାବୁ ନାଇଡୁ ହଠାତ୍ କାନ୍ଦିବାରେ ଲାଗିଥିଲେ। ଚନ୍ଦ୍ରବାବୁ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ‘କୌରବ ସଭା’ ସହିତ ତୁଳନା କରିବା ସହ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ଦଳର ମନ୍ତ୍ରୀ ତଥା ବିଧାୟକଙ୍କ ଦ୍ବାରା ତାଙ୍କର ‘ଚରିତ୍ର ସଂହାର’ କୁ ବିରୋଧ କରି ୨୦୨୪ ପର୍ଯ୍ୟନ୍ତ ଆଉ ବିଧାନସଭା ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି।

ଚନ୍ଦ୍ରବାବୁ ନାଇଡୁ ସଂକଳ୍ପ କରି କହିଛନ୍ତି ଯେ ସେ କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ଆଉ ବିଧାନସଭା ଯିବେ ନାହିଁ। ବାଚସ୍ପତି ତାମିନେନି ସୀତାରାମ ତାଙ୍କ ମାଇକ୍ କଣ୍ଟାକ୍ଟ କାଟିବା ପରେ ମଧ୍ୟ ନାଇଡୁ ଗୃହରେ କହିବା ଜାରି ରଖିଥିଲେ। ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ତେଲୁଗୁ ଦେଶମ ପାର୍ଟିକୁ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା |

ବିରୋଧୀ ଦଳର ନେତା ଚନ୍ଦ୍ରବାବୁ ଗୃହରେ କହିଛନ୍ତି ଯେ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଲଗାତାର ତାଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ଆଘାତ ଦେଇଛି। ନାଇଡୁ କହିଛନ୍ତି, “ଗତ ଅଢେଇ ବର୍ଷ ଧରି ମୁଁ ଅପମାନିତ ହେଉଥିଲି କିନ୍ତୁ ଚୁପ୍ ରହୁଥିଲି। ଆଜି ସେମାନେ ମୋ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୁଁ ସର୍ବଦା ସମ୍ମାନର ସହ ବଞ୍ଚିଛି। ମୁଁ ଏହାକୁ ଆଉ ସହି ପାରିବି ନାହିଁ।”

ଅନ୍ୟପଟେ ଶାସକ ଦଳର ସଦସ୍ୟମାନେ ନାଇଡୁଙ୍କ ମନ୍ତବ୍ୟକୁ ଏକ ନାଟକ ବୋଲି କହିଛନ୍ତି। କୃଷି କ୍ଷେତ୍ର ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ନିରାଶ ହୋଇଥିଲେ। ପରେ ସେ ତାଙ୍କ କ୍ୟାବିନରେ ତାଙ୍କ ଦଳର ବିଧାୟକଙ୍କ ସହ ହଠାତ୍ ସାକ୍ଷାତ କରିଥିଲେ, ଯେଉଁଠାରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ | ଚକିତ ଟିଡିପି ବିଧାୟକମାନେ ନାଇଡୁଙ୍କୁ ସାନ୍ତ୍ୱନା ଦେଇଥିଲେ । ଯାହା ପରେ ସେମାନେ ସମସ୍ତେ ଘରକୁ ଫେରିଥିଲେ। ଏହା ପରେ ନାଇଡୁ ତାଙ୍କ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ସେ କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ସେ ବିଧାନସଭାକୁ ଯିବେ ନାହିଁ।