Chandrababu Naidu - The Sakala

ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?
ଓଡ଼ିଶା ପାଇଁ ଏକ ବଡ଼ ଝଟକା। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ବା ଇସ୍ପାତ କାରଖାନା ଏବେ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତରିତ ହୋଇଛି। ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ ଇଣ୍ଡିଆ (AM/NS India) ପକ୍ଷରୁ ଓଡ଼ିଶାରେ ଏହି ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ବିଭିନ୍ନ ପ୍ରଶାସନିକ ଏବଂ ବ୍ୟବସାୟିକ ଅସୁବିଧା କାରଣରୁ କମ୍ପାନୀ ନିଜ ନିଷ୍ପତ୍ତି ବଦଳାଇ ଏବେ ଆନ୍ଧ୍ରପ୍ରଦେଶରେ ଏହି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଗତ ୨୩ ମାର୍ଚ୍ଚ ୨୦୨୬ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଓଡ଼ିଶାରୁ କାହିଁକି ହଟିଲା ପ୍ରକଳ୍ପ?

ଏପ୍ରିଲ ୨୦୨୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଏହି ପ୍ରକଳ୍ପ ପାଇଁ ୧.୨୪ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା। ଏହି ୨.୪ କୋଟି ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ଓଡ଼ିଶାର ଶିଳ୍ପାୟନ ଆକାଂକ୍ଷାର ଏକ ପ୍ରମୁଖ ଆଧାର ଥିଲା। ତେବେ ଜମି ଅଧିଗ୍ରହଣରେ ଲଗାତାର ବିଳମ୍ବ ଏବଂ ପ୍ରଶାସନିକ ବାଧାବିଘ୍ନ କାରଣରୁ ଏହା ରାଜ୍ୟ ହାତରୁ ଖସିଯାଇଛି। ୨୦୨୪ ଶେଷ ଆଡ଼କୁ ବାଦାତୁବି ଗାଁରେ ୩୮୩ ଏକର ଜମି ପାଇଁ ନୋଟିସ୍ ଜାରି କରାଯାଇଥିଲେ ସୁଦ୍ଧା ଅଧିକାର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହାବ୍ୟତୀତ ଥଇଥାନ ଓ ପୁନର୍ବାସ (R&R) ପ୍ରକ୍ରିୟା ମଧ୍ୟ ଅସମ୍ପୂର୍ଣ୍ଣ ରହିଥିଲା।

ଆନ୍ଧ୍ରପ୍ରଦେଶର ତ୍ୱରିତ ପଦକ୍ଷେପ

ଓଡ଼ିଶା ସରକାରଙ୍କ ବିଳମ୍ବ ନୀତିର ଫାଇଦା ଉଠାଇ ଆନ୍ଧ୍ରପ୍ରଦେଶ ସରକାର ମାତ୍ର ୪ ମାସ ମଧ୍ୟରେ ରେକର୍ଡ ବେଗରେ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ କରିଥିଲେ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲ୍ଲାର ରାଜାୟାପେଟାଠାରେ ଏହି ପ୍ରକଳ୍ପ ପାଇଁ ୫,୪୦୦ ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି। ପ୍ରାୟ ୧.୩୬ ରୁ ୧.୪୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ବିକଶିତ ହେବ। ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସରକାର ଦାବି କରିଛନ୍ତି। ଡିସେମ୍ବର ୨୦୨୮ ସୁଦ୍ଧା ଏଠାରେ ଉତ୍ପାଦନ ଆରମ୍ଭ ହେବାର ଲକ୍ଷ୍ୟ ରଖାଯାଇଛି।

ଆରମ୍ଭ ହେଲା ରାଜନୈତିକ ବୟାନବାଜି

ଏହି ମେଗା ପ୍ରକଳ୍ପ ଓଡ଼ିଶା ହାତରୁ ଖସିଯିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (BJD) ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ବିଜେଡି ନେତା ତଥା ସାଂସଦ ସସ୍ମିତ ପାତ୍ର ଏବଂ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ବିଜେପି ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଓଡ଼ିଶା ଏକ ବଡ଼ ନିଯୁକ୍ତି ସୁଯୋଗ ହରାଇଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସେମାନେ କହିଛନ୍ତି ଯେ, ଏହା 'ଡବଲ୍ ଇଞ୍ଜିନ୍' ସରକାର ନୁହେଁ, ବରଂ ଓଡ଼ିଶାର ବିକାଶ ଉପରେ ଏହା ଏକ 'ଡବଲ୍ ବ୍ରେକ୍' ଲଗାଇଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ: କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବି କ୍ୱାଲିଟି ମଦ
ବିଶାଖାପାଟନମ୍: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଏହାରି ଭିତରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି ।

ଆନ୍ଧ୍ରପ୍ରଦେଶର କୁପମ ଆସନରୁ ଚନ୍ଦ୍ରବାବୁ ନାଇଡୁ ପ୍ରାର୍ଥୀ ହୋଇଛନ୍ତି । କୁପମରେ ସେ ଆଜି ଏକ ରାଲିକୁ ସମ୍ବୋଧନ କରିବା ସମୟରେ ସେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଭୋଟର୍‌ଙ୍କୁ କ୍ବାଲିଟି ମଦ ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ‘ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଙ୍କାରୁ ୨୦୦ ଟଙ୍କା କୁ ବୃଦ୍ଧି ପାଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ୍ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି । ତେଣୁ ଆମ ସରକାର ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବା ନିଶ୍ଚିତ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଣ୍ଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି, ଆନ୍ଧ୍ରରେ ମଦ କାରବାର ବେଳେ ଦୁର୍ନୀତି ହେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆନ୍ଧ୍ର ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ କହିଛନ୍ତି । ତେବେ ଚଳିତ ଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବ। ଚଳିତ ଥର ଟିଡିପି-ଏନ୍‌ଡିଏ-ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି ।

ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ
ନୂଆଦିଲ୍ଲୀ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ ।

ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କ ଗିରଫ କରାଯାଇ ସାରିଛି ।

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କହିଲେ, କ୍ଷମତାକୁ ନ ଫେରିବା ଯାଏଁ ବିଧାନସଭାକୁ ଆଉ ଆସିବେନି
ହାଇଦ୍ରାବାଦ: ସହି ପାରିଲେନି ବିରୋଧୀ ସଦସ୍ୟଙ୍କ କଟାକ୍ଷ । ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ଆଉ କହିଲେ, “ମୁଁ ମୁଖ୍ୟମନ୍ତ୍ରୀ ନହେବା ଯାଏ ବିଧାନସଭା ଆଉ ଯିବିନି।” ସେ ଅଭିଯୋଗ କରିଛନ୍ତି ଯେ ଶାସକ ୱାଇଏସ୍‌ଆର କଂଗ୍ରେସର ସଦସ୍ୟମାନେ ତାଙ୍କୁ ସଦନରେ ଅପମାନିତ କରିଛନ୍ତି। ଏହା ପରେ ସେ ସଭାରେ ସାମିଲ ହେବେ ନାହିଁ। ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ବିଧାନସଭା ଆସିବେ ନାହିଁ ବୋଲି ନାଇଡୁ କହିଛନ୍ତି। ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣ ଓ ଅପମାନ ଆଉ ସହିପାରିବିନି ବୋଲି କହି ଚନ୍ଦ୍ରବାବୁ ନାଇଡୁ ହଠାତ୍ କାନ୍ଦିବାରେ ଲାଗିଥିଲେ। ଚନ୍ଦ୍ରବାବୁ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ‘କୌରବ ସଭା’ ସହିତ ତୁଳନା କରିବା ସହ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ଦଳର ମନ୍ତ୍ରୀ ତଥା ବିଧାୟକଙ୍କ ଦ୍ବାରା ତାଙ୍କର ‘ଚରିତ୍ର ସଂହାର’ କୁ ବିରୋଧ କରି ୨୦୨୪ ପର୍ଯ୍ୟନ୍ତ ଆଉ ବିଧାନସଭା ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି।

ଚନ୍ଦ୍ରବାବୁ ନାଇଡୁ ସଂକଳ୍ପ କରି କହିଛନ୍ତି ଯେ ସେ କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ଆଉ ବିଧାନସଭା ଯିବେ ନାହିଁ। ବାଚସ୍ପତି ତାମିନେନି ସୀତାରାମ ତାଙ୍କ ମାଇକ୍ କଣ୍ଟାକ୍ଟ କାଟିବା ପରେ ମଧ୍ୟ ନାଇଡୁ ଗୃହରେ କହିବା ଜାରି ରଖିଥିଲେ। ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ତେଲୁଗୁ ଦେଶମ ପାର୍ଟିକୁ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା |

ବିରୋଧୀ ଦଳର ନେତା ଚନ୍ଦ୍ରବାବୁ ଗୃହରେ କହିଛନ୍ତି ଯେ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଲଗାତାର ତାଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ଆଘାତ ଦେଇଛି। ନାଇଡୁ କହିଛନ୍ତି, “ଗତ ଅଢେଇ ବର୍ଷ ଧରି ମୁଁ ଅପମାନିତ ହେଉଥିଲି କିନ୍ତୁ ଚୁପ୍ ରହୁଥିଲି। ଆଜି ସେମାନେ ମୋ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୁଁ ସର୍ବଦା ସମ୍ମାନର ସହ ବଞ୍ଚିଛି। ମୁଁ ଏହାକୁ ଆଉ ସହି ପାରିବି ନାହିଁ।”

ଅନ୍ୟପଟେ ଶାସକ ଦଳର ସଦସ୍ୟମାନେ ନାଇଡୁଙ୍କ ମନ୍ତବ୍ୟକୁ ଏକ ନାଟକ ବୋଲି କହିଛନ୍ତି। କୃଷି କ୍ଷେତ୍ର ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ନିରାଶ ହୋଇଥିଲେ। ପରେ ସେ ତାଙ୍କ କ୍ୟାବିନରେ ତାଙ୍କ ଦଳର ବିଧାୟକଙ୍କ ସହ ହଠାତ୍ ସାକ୍ଷାତ କରିଥିଲେ, ଯେଉଁଠାରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ | ଚକିତ ଟିଡିପି ବିଧାୟକମାନେ ନାଇଡୁଙ୍କୁ ସାନ୍ତ୍ୱନା ଦେଇଥିଲେ । ଯାହା ପରେ ସେମାନେ ସମସ୍ତେ ଘରକୁ ଫେରିଥିଲେ। ଏହା ପରେ ନାଇଡୁ ତାଙ୍କ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ସେ କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ସେ ବିଧାନସଭାକୁ ଯିବେ ନାହିଁ।