Australia Cricket - The Sakala

ବିଶ୍ୱକପକୁ ଏ କେମିତିକା ସମ୍ମାନ ! ଜିତିବା ପରେ ଟ୍ରଫି ଉପରେ ଗୋଡ଼ ଥୋଇ ଫଟୋ ଉଠାଇଲେ ମିଚେଲ ମାର୍ଶ
ଅହମ୍ମଦାବାଦ: ବିଶ୍ୱକପକୁ ଅଷ୍ଟ୍ରେଲିଆର ଅସମ୍ମାନ । ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ଟ୍ରଫି ଉପରେ ଦୁଇ ଗୋଡ ରଖିଥିବାର ଫଟୋ ଭାଇରାଲ ହେଉଛି । ଚଳିତ ବିଶ୍ୱକପ ଅଭିଯାନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଟିମ୍। କିନ୍ତୁ ସ୍ୱପ୍ନର ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ବିଶ୍ବକପ୍ ଟ୍ରଫି ଜିତିବା ଯଦିଓ କୌଣସି ଦଳ ପାଇଁ ଉତ୍ସବଠାରୁ କମ୍ ନୁହେଁ, କିନ୍ତୁ ଏହାକୁ ସମ୍ମାନ ନଦେବା ଖୁବ୍ ଲଜ୍ୟାଜନକ। ଅଷ୍ଟ୍ରେଲିଆ କ୍ରିକେଟର ବୃହତ୍ତ ଟ୍ରଫି ଜିତିପାରନ୍ତି ହେଲେ ସେମାନେ ଏହାକୁ ସମ୍ମାନ ଦେବା ଜାଣନ୍ତିନି ବୋଲି ଅନେକ ଲୋକ ବାର୍ତ୍ତା ଦେଇଛନ୍ତି ।

ସୂଚନାଯୋଗ୍ୟ, ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ ନେଇଯାଇଥିଲା ଅଷ୍ଟ୍ରେଲିଆ । ଏହି ୱାର୍ଲଡ କପ ମ୍ୟାଚ ପାଇଁ ଖୁବ ଏକ୍ସସାଇଟେଡ଼ ଥିଲେ ଭାରତୀୟ କିନ୍ତୁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗିଯାଇଛି ଏହି ମ୍ୟାଚରେ ।

ଆଇସିସି ଟି-୨୦ ବିଶ୍ୱକପ୍‌‌ରେ ନାହିଁ କୋଭିଡ୍‌‌-୧୯ କଟକଣା, ପଜିଟିଭ କ୍ରିକେଟର ବି ଖେଳିପାରିବେ ମ୍ୟାଚ୍‌‌
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌‌ରେ ଏଥର କୋଭିଡ୍‌‌-୧୯ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଅଷ୍ଟ୍ରେଲିଆ ସରକାର ଏ ସଂକ୍ରାନ୍ତରେ ଗୁରୁ୍‌‌ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଣେ କ୍ରିକେଟର କୋଭିଡ୍‌‌ ପଜିଟିଭ ହୋଇଥିଲେ ମଧ୍ୟ ମ୍ୟାଚ୍‌‌ ଖେଳିପାରିବେ ବୋଲି କୁହାଯାଇଛି। ତେଣୁ ବିଶ୍ୱକପ୍‌‌ରେ ଏ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ସେହିପରି କୋଭିଡ୍‌‌-୧୯ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇ ନାହିଁ।

ଏହି ମହାମାରୀ ତଥା ବିପର୍ଯ୍ୟୟ ପରେ ପ୍ରଥମଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ ବିନା କୋଭିଡ୍‌‌-୧୯ ଟେଷ୍ଟରେ ଆୟୋଜନ ହେବାକୁ ଯାଉଛି। ଅଶ୍ଚର୍ଯ୍ୟଜନକ ଭାବେ ଏହି ଦେଶ ଅଷ୍ଟ୍ରେଲିଆ ଗତବର୍ଷ ଟେନିସ ସୁପରଷ୍ଟାର ନୋଭାକ ଜୋକୋଭଚିଚ୍‌‌ଙ୍କୁ କୋଭିଡ୍‌‌ ଟେଷ୍ଟ କରି ନଥିବାର କାରଣରୁ ଅଷ୍ଟ୍ରେଲିଆନ ଓପନ୍‌‌ ଖେଳିବାର ସୁଯୋଗ ଦେଇ ନଥିଲା। ଯଦି କୌଣସି ଖେଳାଳି ପଜିଟିଭ ବୋଲି ଟେଷ୍ଟରୁ ଜଣାପଡନ୍ତି ଓ ସେ ସୁସ୍ଥ ଅନୁଭବ କରୁଥାନ୍ତି ତେବେ ସେ ମ୍ୟାଚ୍‌‌ ଖେଳିବାର କୌଣସି ସମସ୍ୟା ନାହିଁ ବୋଲି କୁହାଯାଇଛି। ମେଡିକାଲ ଟିମ୍‌‌ର ପରାମର୍ଶ ଅନୁସାରେ ଏ ଭଳି ସ୍ଥିତିରେ ଖେଳାଳିଙ୍କୁ ପ୍ରୋଟୋକଲ ଫଲୋ କରିବାକୁ ହେବ। ସଂକ୍ରମିତ ଖେଳାଳି ମାସ୍କ ପରିଧାନ କରିବା ସହ ସାଥି ଖେଳାଳିଙ୍କଠାରୁ ଦୂରତ୍ୱ ବଜାୟ ରଖିବେ। ନୂଆ ନିଷ୍ପତ୍ତି ଅନୁଯାୟୀ ସବୁ ଦଳ ଓ ଖେଳାଳିମାନେ ବିଶ୍ୱକପ୍‌‌ରେ ନିଶ୍ଚିତ ଭାବେ ସହଜ ଅନୁଭବ କରିବେ। ଏହା ଦ୍ୱାରା ପ୍ରତ୍ୟେକ ଦଳର ଟିମ୍‌‌ ମ୍ୟାନେଜମେଣ୍ଟ କେବଳ ଟୁର୍ଣ୍ଣାମେଣ୍ଟ ଉପରେ ଫୋକସ କରିବେ ଓ କୋଭିଡ୍‌‌ ନେଇ ଆଦୌ ବ୍ୟସ୍ତ ହେବେ ନାହିଁ। ଖେଳାଳିମାନେ ଏହା ଦ୍ୱାରା ଚିନ୍ତାମୁକ୍ତ ହେବେ। ୨୦୨୦ରୁ ବାୟୋ ବବଲରେ କ୍ରିକେଟ ଖେଳାଯାଇ ଆସୁଥିଲା। ଖେଳାଳିମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଉଥିଲା। ଚଳିତବର୍ଷ ବବଲକୁ ଉଠାଇଦିଆଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ମହିଳା ଅଲରାଉଣ୍ଡର ତାହିଲ ମ୍ୟାକଗ୍ରାଥ୍‌‌ ସଂକ୍ରମିତ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ।

ଟି-୨୦ ବିଶ୍ୱକପ୍‌‌ ପ୍ରଥମେ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଅଷ୍ଟ୍ରେଲିଆରେ ସଂକ୍ରମଣ ସବୁଠାରୁ କମ୍‌‌ ଥିଲେ ମଧ୍ୟ ସେତେବେଳେ ଏହି ମେଗା ଇଭେଣ୍ଟକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା।

କ୍ରିକେଟ ଜଗତ ସ୍ତବ୍ଧ; ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ
ମେଲବର୍ଣ୍ଣ: କ୍ରିକେଟ ଜଗତ ସ୍ତବ୍ଧ; କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ ଘଟିଛି। ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡସ୍‌ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଦୁଇ ଦୁଇ ଥର ଅଷ୍ଟ୍ରେଲିଆ ଟିମରେ ବିଶ୍ବକପ୍ ଖେଳିଥିଲେ ସାଇମଣ୍ଡସ୍‌ । ଏହା ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ ମସିହାରେ ବିଶ୍ବକପ୍ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ ସାଇମଣ୍ଡସ୍‌ । ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛି ଇଣ୍ଟରନାସନାଲ କ୍ରିକେଟ କାଉନସିଲ ବା ଆଇସିସି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ବଡ ଝଟକା; ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍
ସିଡନୀ: ଇଂଲଣ୍ଡ ସହ ସମ୍ମାନଜନକ ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ପେନ୍ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପେନ୍ କହିଛନ୍ତି କି, ମୁଁ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେନ୍ ୨୦୧୭ରେ ଜଣେ ମହିଳା ସହକର୍ମୀଙ୍କୁ ନିଜର ଅଶ୍ଳୀଳ ଫଟୋ ଏବଂ ମେସେଜ୍ ପଠାଇଥିଲେ, ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ଏହି କାରଣରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, “ଏହା ମୋ ପାଇଁ ଏକ କଷ୍ଟସାଧ୍ୟ ନିଷ୍ପତ୍ତି, କିନ୍ତୁ ମୋ ପାଇଁ, ମୋ ପରିବାର ଏବଂ କ୍ରିକେଟ୍ ପାଇଁ ସଠିକ୍ ନିଷ୍ପତ୍ତି।”

ତେବେ ଏହାପୂର୍ବରୁ ତାଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ମିଳିଥିଲେ ମଧ୍ୟ, ଏବେ ଏହି ମାମଲା ପୁଣିଥରେ ସାମ୍ନାକୁ ଆସିଥିବାରୁ ଟିମ୍ ପେନ୍ ଏପରି ନିଷ୍ପତ୍ତି ନେଇଛନ୍ତି । ଏବଂ ଠିକ୍ ଆସେସ୍ ସିରିଜ ପୂର୍ବରୁ ଟିମ୍ ପେନ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରଥମ ଦୁଇଟି ଆଶେସ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିକଟରେ ୧୫ ଜଣିଆ ଦଳ ଘୋଷଣା କରିଥିଲା, ଯେଉଁଥିରେ ପେନ୍ ଙ୍କ ନାମ ମଧ୍ୟ ସାମିଲ ଥିଲା | କିନ୍ତୁ ଏବେ ବିବାଦରେ ଛନ୍ଦି ହେବା ପରେ ପେନ୍ ଦଳରେ ନିଜ ସ୍ଥାନ ହରାଇବା ସମ୍ଭାବନା ରହିଛି । ପେନ୍ ଅଧିନାୟକତ୍ୱ ଛାଡିବା ପରେ ବର୍ତ୍ତମାନ ଉପଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟ ଅଧିନାୟକ କରାଯାଇପାରେ। ଦୁଇ ଦିନ ତଳେ କମିନ୍ସ କହିଥିଲେ ଯେ ଯଦି ଆବଶ୍ୟକତା ପଡେ ସେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ।