Farmer Law - The Sakala

ନିର୍ବାଚନ ପରାଜୟ ଭୟରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର: ଚିଦାମ୍ବରମ୍
ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦୀର୍ଘ ୧୯ ମାସ ଧରି ଚାଲି ଆସୁଥିବା ଆନ୍ଦୋଳନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି କେନ୍ଦ୍ର ସରକାର । ପ୍ରାୟ ଏକ ବର୍ଷ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଆସୁଥିବା କୃଷକମାନେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ବାସ୍ତବରେ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି କ୍ରମେ ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିଛନ୍ତି। କେନ୍ଦ୍ର ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ ଲଗାତର ଭାବରେ ବିରୋଧ କରୁଥିଲେ କୃଷକ ସଂଗଠନ ।

What cannot be achieved by democratic protests can be achieved by the fear of impending elections!

PM’s announcement on the withdrawal of the three farm laws is not inspired by a change of policy or a change of heart. It is impelled by fear of elections!

— P. Chidambaram (@PChidambaram_IN) November 19, 2021

ତେବେ ଆଜି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ଆରମ୍ଭ ହୋଇଯାଇଛି ବୟାନବାଜି । ଅନ୍ୟପକ୍ଷରେ କେନ୍ଦ୍ରର ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, “ଗଣତାନ୍ତ୍ରିକ ଉପାୟରେ ବିରୋଧ ଦ୍ୱାରା ଯାହା ହାସଲ କରାଯାଇପାରିବ ନାହିଁ, ତାହା ଆସନ୍ନ ନିର୍ବାଚନରେ ପରାଜୟ ଭୟ ଯୋଗୁଁ ହାସଲ ହୋଇପାରିବ !” କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ନୀତି ପରିବର୍ତ୍ତନ କିମ୍ବା ହୃଦୟ ପରିବର୍ତ୍ତନ ଦ୍ୱାରା ନୁହେଁ ବରଂ ନିର୍ବାଚନର ଭୟ ଦ୍ୱାରା ପ୍ରେରିତ ବୋଲି ଚିଦାମ୍ବରମ ଟ୍ବିଟ୍ କରି କହିଛନ୍ତି ।

ଏହା ବ୍ୟତୀତ ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ କେନ୍ଦ୍ରର ଏହି ନିଷ୍ପତ୍ତି କୃଷକ ତଥା କଂଗ୍ରେସ ଦଳ ପାଇଁ ଏକ ବଡ ବିଜୟ ଯାହା ଗତ ଏକ ବର୍ଷ ଧରି କୃଷି ଆଇନ ବିରୁଦ୍ଧରେ ଅଟଳ ଥିଲା।

ମୋଦି ସରକାର ଆଜି ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଉପରେ ଚାଷୀଙ୍କ ଅସନ୍ତୋଷ କମିନାହିଁ। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିସାନ୍ ମୋର୍ଚ୍ଚା କୃଷି ଆଇନ ବିରୋଧରେ ଲଢେ଼ଇରେ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛି। ଏହା ସହିତ ଏହି କୃଷକ ସଂଘ ସ୍ପଷ୍ଟ କରିଛି ଯେ ସେମାନଙ୍କର ସମସ୍ତ ଦାବି ଗ୍ରହଣ ନହେବା ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିବ।