Reserve Bank of India - The Sakala
ଷ୍ଟକ୍ ବ୍ରୋକରଙ୍କ ପାଇଁ ବ୍ୟାଙ୍କ ଋଣ ନିୟମ କଡ଼ାକଡ଼ି କଲା RBI; ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଗାଇଡଲାଇନ୍
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟକ୍ ବ୍ରୋକର ଏବଂ ଅନ୍ୟାନ୍ୟ କ୍ୟାପିଟାଲ ମାର୍କେଟ୍ ମଧ୍ୟସ୍ଥିଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ଉପରେ ନିୟମ କଡ଼ାକଡ଼ି କରିଛି। ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବିପଦ ହ୍ରାସ କରିବା ଲକ୍ଷ୍ୟରେ ଆରବିଆଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନୂତନ ନିୟମ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ।
ବାଧ୍ୟତାମୂଳକ ହେଲା ୧୦୦% କୋଲାଟେରାଲ୍
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ବ୍ୟାଙ୍କଗୁଡିକ ଷ୍ଟକ୍ ବ୍ରୋକରମାନଙ୍କୁ କେବଳ 'ସମ୍ପୂର୍ଣ୍ଣ ସୁରକ୍ଷିତ' (Fully Secured) ଭିତ୍ତିରେ ଋଣ ପ୍ରଦାନ କରିପାରିବେ। ଅର୍ଥାତ୍, ବ୍ରୋକରମାନଙ୍କୁ ଋଣ ନେବା ପାଇଁ ଋଣ ପରିମାଣର ସମାନ ମୂଲ୍ୟର ବନ୍ଧକ ବା କୋଲାଟେରାଲ୍ (Collateral) ଦେବାକୁ ପଡ଼ିବ। ଏହି କୋଲାଟେରାଲ୍ ନଗଦ ଟଙ୍କା, ସରକାରୀ ସିକ୍ୟୁରିଟି, କିମ୍ବା ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ଆକାରରେ ହୋଇପାରେ। ତେବେ, ଏକ ବର୍ଷ ପର୍ଯ୍ୟନ୍ତ ମିଆଦ ଥିବା କମର୍ସିଆଲ୍ ପେପର୍ ଏବଂ ନନ୍-କନଭର୍ଟିବଲ୍ ଡିବେଞ୍ଚରକୁ ବନ୍ଧକ ଭାବରେ ଗ୍ରହଣ କରାଯିବ ନାହିଁ।
ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ନୂଆ ସର୍ତ୍ତ
ବ୍ରୋକରମାନଙ୍କ ତରଫରୁ ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରିବା କ୍ଷେତ୍ରରେ ମଧ୍ୟ ଆରବିଆଇ ନିୟମ ପରିବର୍ତ୍ତନ କରିଛି। ଏଣିକି ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅତିକମରେ ୫୦% କୋଲାଟେରାଲ୍ ରହିବା ଆବଶ୍ୟକ, ଯେଉଁଥିରୁ ସର୍ବନିମ୍ନ ୨୫% ନଗଦ ଆକାରରେ ରହିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଏହି ନିୟମ ଏତେ କଡ଼ାକଡ଼ି ନଥିଲା।
ପ୍ରୋପ୍ରାଇଟୋରୀ ଟ୍ରେଡିଂ ଉପରେ କଟକଣା
ଏହା ବ୍ୟତୀତ, ଆରବିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କଗୁଡିକ ବ୍ରୋକରମାନଙ୍କୁ ସେମାନଙ୍କ ନିଜସ୍ୱ ଟ୍ରେଡିଂ (Proprietary Trading) ପାଇଁ ପାଣ୍ଠି ଯୋଗାଇ ପାରିବେ ନାହିଁ। କେବଳ ନିର୍ଦ୍ଦିଷ୍ଟ କ୍ଷେତ୍ର ଯଥା ମାର୍କେଟ୍ ମେକିଂ ଏବଂ ଡେବ୍ଟ ୱେରହାଉସିଂ ପାଇଁ କିଛିଟା ରିହାତି ମିଳିବ। ଯଦି କୋଲାଟେରାଲର ମୂଲ୍ୟ ହ୍ରାସ ପାଏ, ତେବେ ବ୍ୟାଙ୍କଗୁଡିକ ତୁରନ୍ତ ଅତିରିକ୍ତ ଅର୍ଥ ଦାବି (Margin Call) କରିବା ପାଇଁ ଚୁକ୍ତିରେ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗ୍ରାହକମାନଙ୍କଠାରୁ ଆଦାୟ କରାଯାଉଥିବା କିଛି ଫି’ ହ୍ରାସ କରିବାକୁ ଯାଉଛି। ଏ ନେଇ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏଥିରେ ଡେବିଟ୍ କାର୍ଡ ପାଇଁ ଶୁଳ୍କ, ବିଳମ୍ବ ପେମେଣ୍ଟ ଏବଂ ସର୍ବନିମ୍ନ ବାଲାନ୍ସ ଭଳି କେତେକ କ୍ଷେତ୍ରରେ ବ୍ୟାଙ୍କ ନେଉଥିବା ଫି’ ହ୍ରାସ କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ ବ୍ୟାଙ୍କଗୁଡ଼ିକର ରାଜସ୍ୱକୁ ମଧ୍ୟ ପ୍ରଭାବିତ କରିପାରେ। ବ୍ୟାଙ୍କଗୁଡ଼ିକ ଖୁଚୁରା ଋଣ ଉପରେ ଅଧିକ ଧ୍ୟାନ ଦେଉଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। କର୍ପୋରେଟ୍ ଋଣରେ କ୍ଷତି ସହିବା ପରେ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ବ୍ୟକ୍ତିଗତ ଋଣ, କାର୍ ଋଣ ଏବଂ କ୍ଷୁଦ୍ର ବ୍ୟବସାୟ ଋଣରୁ ଭଲ ଲାଭ ସୃଷ୍ଟି କରୁଛନ୍ତି।
ଗରିବ ଏବଂ ନିମ୍ନ ଆୟକାରୀ ଗ୍ରାହକମାନଙ୍କୁ ଏପରି ଫି’ ବିଶେଷ ଭାବରେ ଚିନ୍ତାରେ ପକାଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଅନୁଭବ କରୁଛି। ଏହା ଏବେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯଦିଓ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଶୁଳ୍କ ହ୍ରାସ କରିବାକୁ ପରାମର୍ଶ ଦେଇଛି, ତଥାପି ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୀମା ସ୍ଥିର କରିନାହିଁ। ବ୍ୟାଙ୍କ ବଜାରର ତଥ୍ୟ ଅନୁଯାୟୀ, ଖୁଚୁରା ଏବଂ କ୍ଷୁଦ୍ର ବ୍ୟବସାୟ ଋଣ ପାଇଁ ପ୍ରକ୍ରିୟାକରଣ ଫି’ ବର୍ତ୍ତମାନ ୦.୫% ରୁ ୨.୫% ପର୍ଯ୍ୟନ୍ତ ରହିଛି। କିଛି ବ୍ୟାଙ୍କ ଗୃହ ଋଣ ଫି ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରଖିଛନ୍ତି। ଚଳିତ ବର୍ଷ ବ୍ୟାଙ୍କଗୁଡ଼ିକର ଫି’ ବାବଦ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଛି। ଇଣ୍ଡିଆ ରେଟିଂସ୍ ଆଣ୍ଡ୍ ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ଜୁନ୍ ଶେଷ ତ୍ରୈମାସିକରେ ଫି’ରୁ ସଂଗୃହୀତ ରାଜସ୍ୱ ୧୨% ବୃଦ୍ଧି ପାଇ ୫୧୦.୬ ବିଲିୟନ ଡଲାର ହୋଇଛି। ଏହା ପୂର୍ବ ବର୍ଷ ତୁଳନାରେ ୬% ଅଧିକ।
ରିଜର୍ଭ ବ୍ୟାଙ୍କ ମତରେ ସମାନ ଉତ୍ପାଦ ପାଇଁ ବିଭିନ୍ନ ଗ୍ରାହକଙ୍କଠାରୁ ଭିନ୍ନ ଭିନ୍ନ ଶୁଳ୍କ ଆଦାୟ କରାଯାଉଛି। ଏହା ଅନ୍ୟାୟ। ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ମଧ୍ୟ ଆର୍‌ବିଆଇ ର ଯାଞ୍ଚ ଅଧୀନରେ ୧୦୦ରୁ ଅଧିକ ଖୁଚୁରା ଉତ୍ପାଦ ଉପରେ ବ୍ୟାଙ୍କ ସହିତ ଆଲୋଚନା କରୁଛି। ୨୦୨୪ ମାର୍ଚ୍ଚରେ ଆର୍‌ବିଆଇ ଗଭର୍ଣ୍ଣର ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି ଗୁଡିକୁ ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବାକୁ କହିଥିଲେ। ସେ ପରାମର୍ଶ ଦେଇଥିଲେ ଯେ ଏମ୍‌ଡି ଏବଂ ସିଇଓ ଭଳି ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ସପ୍ତାହରେ ଥରେ ଅଭିଯୋଗ ସମାଧାନ ପାଇଁ ସମୟ ଉତ୍ସର୍ଗ କରିବା ଉଚିତ।
ରିଜର୍ଭ ବ୍ୟାଙ୍କ ଉପଭୋକ୍ତା ଆତ୍ମବିଶ୍ବାସ ସର୍ଭେ: ଛୋଟ ସହର ଲୋକେ ଅଧିକ ଖର୍ଚ୍ଚି; ଭ୍ରମଣ, ମନୋରଞ୍ଜନରେ ଉଡାଉଛନ୍ତି ଅଧିକ ଅର୍ଥ
ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତୀୟ ବଜାରରେ ବେଶ ସୁଧାର ଆସିଛି। କାରଣ ଲୋକଙ୍କ ଖର୍ଚ୍ଚ ବର୍ତ୍ତମାନ ପ୍ରାକ୍‌ ମହାମାରୀ ସମୟ ତୁଳନାରେ ଢ଼େର ଅଧିକ ବଢ଼ିଯାଇଛି। ମେଟ୍ରୋ ସହର ତୁଳନାରେ ଦେଶର ଅଣ-ମେଟ୍ରୋ ବା ଛୋଟ ସହରର ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଭ୍ରମଣ ଏବଂ ମନୋରଞ୍ଜନ ଭଳି ଅନ୍ୟାବଶ୍ୟକ କ୍ଷେତ୍ରରେ ସେମାନେ ଅଧିକ ଅର୍ଥ ଉଡାଉଛନ୍ତି। କାରଣ ମେଟ୍ରୋ ସହରରେ ୨୨% ଏବଂ ଅଣ-ମେଟ୍ରୋରେ ୩୦% ଲୋକଙ୍କ ଆୟରେ ବୃଦ୍ଧି ଘଟିଛି। ଛୋଟ ସହର ଲୋକଙ୍କ ଅନାବଶ୍ୟକ ଖର୍ଚ୍ଚ ମେଟ୍ରୋ ସହରର ଲୋକଙ୍କ ତୁଳନାରେ ତୁଳନାରେ ବହୁ ଗୁଣ ଅଧିକ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କରାଯାଇଥିବା ଉପଭୋକ୍ତା ଆତ୍ମବିଶ୍ବାସ ସର୍ଭେରେ ଏହା କୁହାଯାଇଛି।
ଆମାଜନ ଇଣ୍ଡିଆର କହିବାନୁଯାୟୀ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଫେଷ୍ଟିଭ୍‌ ସେଲ୍‌ ଆରମ୍ଭର ଦୁଇ ଦିନ ମଧ୍ୟରେ ୮ ପ୍ରତିଶତରୁ ଅଧିକ ଗ୍ରାହକ ଅଣ-ମେଟ୍ରୋ ସହରରୁ ଲଗ୍ ଇନ୍ କରୁଛନ୍ତି। ସେହିପରି ଆର୍‌ବିଆଇ ସର୍ଭେର ୟୁନିଟ୍ ସ୍ତରୀୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଛୋଟ ସହରର ଲୋକମାନେ ବର୍ତ୍ତମାନ ଅଧିକ ଅର୍ଥ ରୋଜଗାର କରୁଛନ୍ତି। ତେଣୁ ସେମାନେ ଭ୍ରମଣ, ମନୋରଞ୍ଜନ ପରି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ସର୍ଭେରେ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରିଛି। ଏହି ସର୍ଭେ ମେଟ୍ରୋ (ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ଏବଂ କୋଲକାତା) ଏବଂ ଅଣ- ମେଟ୍ରୋ ସହରଗୁଡିକ (ଜୟପୁର, ନାଗପୁର, ଥିରୁବନନ୍ତପୁରମ୍ ଭଳି ସହରରେ କରାଯାଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ ଅଣ-ମେଟ୍ରୋ ସହରଗୁଡିକର ୭୯ ପ୍ରତିଶତ ଲୋକ ସେମାନଙ୍କ ମୋଟ ଖର୍ଚ୍ଚରେ ବୃଦ୍ଧି ହୋଇଥିବା ରିପୋର୍ଟ କରିଥିବାବେଳେ ମେଟ୍ରୋରେ ଏହି ସଂଖ୍ୟା ୭୧ ପ୍ରତିଶତ ରହିଛି।
ରିଜର୍ଭ ବ୍ୟାଙ୍କ ପ୍ରତି ଦୁଇ ମାସରେ ଗ୍ରାହକଙ୍କ ଖର୍ଚ୍ଚ ଉପରେ ଏକ ସର୍ଭେ କରିଥାଏ। ଚଳିତବର୍ଷ ଜୁଲାଇ ମାସର ତଥ୍ୟାନୁଯାୟୀ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଉଭୟ ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅବଶ୍ୟ, ଅଣ-ଅତ୍ୟାବଶ୍ୟକ ଖର୍ଚ୍ଚ କ୍ଷେତ୍ରରେ ଏହି ବ୍ୟବଧାନ ବହୁତ ଅଧିକ ରହିଛି। ଅଣ-ମେଟ୍ରୋ ବା ଛୋଟ ସହରଗୁଡିକର ୩୬.୪% ଲୋକଙ୍କ ତୁଳନାରେ ମେଟ୍ରୋ ସହରଗୁଡିକର ୨୦%ରୁ ଅଧିକ ଲୋକ ସେମାନଙ୍କର ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି। ଅପରପକ୍ଷେ ଅଣ ମେଟ୍ରୋ ସହରଗୁଡିକରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି କାରଣ ଅଣ-ମେଟ୍ରୋ ସହରଗୁଡିକରେ ଲୋକଙ୍କ ଆୟ ପୂର୍ବ ବର୍ଷ ତୁଳନାରେ ଅଧିକ ହେବାର ସମ୍ଭାବନା ଢ଼େର ଅଧିକ। ଅଣ-ମେଟ୍ରୋ ସହରଗୁଡିକରେ ଗ୍ଲୋବାଲ୍ ଦକ୍ଷତା କେନ୍ଦ୍ର (ଜିସିସି) ସ୍ଥାପନ କରୁଥିବା ଷ୍ଟାର୍ଟଅପ୍ ଏବଂ ବହୁରାଷ୍ଟ୍ରୀୟ ସଂପ୍ରଦାୟର ଏକ କାରଣ ହେଉଛି ଆୟରେ ଉନ୍ନତି। ଛୋଟ ସହରଗୁଡିକରୁ ସୃଷ୍ଟି ହେଉଥିବା ପ୍ରତିଭାକୁ ହାତେଇବା ଏବଂ ନିଜର ଖର୍ଚ୍ଚ ହ୍ରାସ କରିବା ପାଇଁ ଷ୍ଟାର୍ଟଅପ୍ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି) ଗୁଡିକ ଅଣ-ମେଟ୍ରୋ ସହରରେ ଅଫିସ୍ ଖୋଲୁଛନ୍ତି। ଏହାଫଳରେ ଛୋଟ ସହରରେ ନୂତନ ନିଯୁକ୍ତି ଏବଂ ସୁଯୋଗ ସୃଷ୍ଟି ବେହା ସହ ଆୟ ବୃଦ୍ଧି ପାଇବ।
ଖୁବଶୀଘ୍ର ଆର୍‌ବିଆଇ ଜାରି କରିବ ନୂଆ ପେମେଣ୍ଟ ଗାଇଡ୍‌ଲାଇନ୍‌
ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ଦେୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚାଲିଛି। ବ୍ୟାଙ୍କ କାରବାର ସହିତ ୟୁପିଆଇ ଦେୟକୁ ସୀମିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସହ ଆଲୋଚନା ଚାଲିଛି। ଘରୋଇ ଜିନିଷ କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ହୋଇଥାଏ। ଅଧିକାଂଶ ଲୋକେ ୟୁପିଆଇ ଦେୟ ଉପରେ ନିର୍ଭରଶୀଳ। ଦୈନନ୍ଦିନ ଜୀବନରେ ବଡ ଏବଂ ଛୋଟ ଅନେକ କାରବାର ପାଇଁ ୟୁପିଆଇ ଦେୟ ବ୍ୟବହୃତ ହୁଏ। ଏହା କାରବାରକୁ ସୁଗମ କରିଛି, କିନ୍ତୁ ୟୁପିଆଇ ଦେୟ ଶୀଘ୍ର ବନ୍ଦ ହେବାର ସମ୍ଭାବନା ରହିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦେଶର ଥାର୍ଡ ପାର୍ଟି ଆପ୍‌ ପ୍ରୋଭାଇଡର୍ସ ଏହାକୁ ୩୦% ପର୍ଯ୍ୟନ୍ତ ସୀମିତ କରିଦେଇଛି। ଏହାକୁ ନେଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆଲୋଚନା ଚାଲିଛି।
ଆରବିଆଇର ମଞ୍ଜୁରି ପରେ ଫୋନ ପେ, ଗୁଗୁଲ ପେ ଓ ପେଟିଏମ ଭଳି କମ୍ପାନି ଏହାର ସୀମାକୁ ଧାର୍ଯ୍ୟ କରିପାରିବେ। ଏ ପର୍ଯ୍ୟନ୍ତ ଏହାକୁ ନେଇ କେତେ ଲିମିଟ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଏବେ ଏନ୍‌ପିସିଆଇ ସମସ୍ତ ପ୍ରକାର ମୂଲ୍ୟାଙ୍କନ କରୁଛି। ଯାହାପରେ ଏହାର ଲିମିଟକୁ ଧାର୍ଯ୍ୟ କରାଯିବ। ରିପୋର୍ଟ ଅନୁସାରେ ଏହା ଆସନ୍ତା ୩୧ ଡିସେମ୍ବର ମଧ୍ୟରେ ଲାଗୁ କରାଯିବ। ବ୍ୟାଙ୍କ ତରଫରୁ ପ୍ରତ୍ୟେକ ଦିନ ୟୁପିଆଇ ଲେଣଦେଣକୁ ନେଇ ସୀମା ଧାର୍ଯ୍ୟ କରାଯାଇଛି। ଏବେ ଏସ୍‌ବିଆଇ ୟୁପିଆଇ କାରବାରର ଗୋଟିଏ ଦିନର ସୀମାକୁ ୧ ଲକ୍ଷ କରିଦେଇଛନ୍ତି। ସେହିପରି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଏହି ସୀମାକୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରିଛି।
ଘରୋଇ କ୍ରିପ୍ଟୋକୁ ରିଜର୍ଭ ବ୍ୟାଙ୍କ ବୋର୍ଡର ବିରୋଧ
ନୂଆଦିଲ୍ଲୀ: ଘରୋଇ କ୍ରିପ୍ଟୋ କରେନ୍ସିକୁ ଭାରତରେ କାରବାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଲକ୍ଷ୍ନୌ ଠାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ବୋର୍ଡ ବୈଠକରେ ଏ ସମ୍ପର୍କରେ ପରୋକ୍ଷରେ ସୂଚନା ଦିଆଯାଇଛି। ଏହି ବୈଠକରେ ଘରୋଇ କ୍ରିପ୍ଟୋକରେନ୍ସି ଓ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା(ସିବିଡିସି)ର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା।
ଭାରତରେ ଘରୋଇ କ୍ରିପ୍ଟୋକରେନ୍ସି ପ୍ରଚଳନ ପାଇଁ କେନ୍ଦ୍ର ସରକାର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ ଏବଂ ଏଥିପାଇଁ ଏହାକୁ ନିଷିଦ୍ଧ ଘୋଷଣା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଥିବା କୁହାଯାଇଛି। ତେବେ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। କ୍ରିପ୍ଟୋକୁ ନିଷିଦ୍ଧ କରିବା ସପକ୍ଷ‌ରେ ଶକ୍ତିକାନ୍ତ ବହୁ ଦିନରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏନେଇ ସେ ବାରମ୍ବାର ସରକାରଙ୍କ ସହ ଆଲୋଚନା କରିବା ବେଳେ କ୍ରିପ୍ଟୋକୁ ଅନୁମତି ଦେଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେ କହୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପ୍ରଚଳନକୁ ଶକ୍ତିକାନ୍ତ ଗୁରୁତ୍ବ ଦେଉଛନ୍ତି। ଏହିକ୍ରମରେ ସିବିଡିସି’ର ଦୁଇଟି ଭ୍ରାରିଆଣ୍ଟର ପ୍ରଚଳନ ଲାଗି ଉଦ୍ୟମ କରାଯାଉଥିବା କୁହାଯାଉଛି। ଗୋଟିଏ ପାଇକରୀ ଆକାଉଣ୍ଟ ଏବଂ ଅନ୍ୟଟି ରିଟେଲ ଆକାଉଣ୍ଟ ମାଧ୍ୟମରେ ଜାରି କରିବାକୁ ଯୋଜନା ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ଡିଜିଟାଲ ମୁଦ୍ରା ବ୍ୟବସ୍ଥା ସମାନ୍ୟ ଜଟିଳ ହେବ ବୋଲି କୁହାଯାଉଥିଲେ ହେଁ ଏହା ସୁରକ୍ଷିତ ବୋଲି ରିଜର୍ଭ ବ୍ୟାଙ୍କ ଉପ ଗଭର୍ଣ୍ଣର ଟି ରବିଶଙ୍କର କହିଛନ୍ତି। ବ୍ୟାଙ୍କ ନୋଟ୍‌ର ସଂଜ୍ଞାକୁ ବ୍ୟାପକ କରି ସେଥିରେ ଡିଜିଟାଲ୍ ମୁଦ୍ରାକୁ ସାମିଲ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ୧୦ୟ୯୩୪ରେ ସଂଶୋଧନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେ ବିଷୟରେ ସରକାର ସଂସଦକୁ ଅବଗତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି।
ଉଲ୍ଲେଖଯୋଗ୍ୟ ଯେ, କ୍ରିପ୍ଟୋକରେନ୍ସି ଲାଗି ଏକ ସ୍ବତନ୍ତ୍ର ଆଇନ ଆଣିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସମ୍ପର୍କିତ ବିଲ୍‌କୁ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହାକୁ ତାଲିକାଭୁକ୍ତ କରାଯାଇନାହିଁ। ତେଣୁ ଚଳିତ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇନପାରେ ବୋଲି କୁହାଯାଉଛି। ତେବେ ସିବିଡିସି ପାଇଁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି ଏବଂ ଏହାକୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇପାରେ ବୋଲି କୁହାଯାଇଛି।
ଖୁବ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିବାକୁ ଯାଉଛି ଡିଜିଟାଲ କରେନ୍ସି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ କମିଟି ଯୋଗଦେଇଥିଲେ । ତନ୍ମଧରୁ ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ରିଜର୍ଭ ବ୍ୟାଙ୍କର ଦେୟ ଓ ସମାଧାନ ବିଭାଗର ମହାପ୍ରବନ୍ଧକ ପି. ବାସୁଦେବନ ବିଜନେସ ଷ୍ଟାର୍ଣ୍ଡାର୍ଡ ଲେଖିଛନ୍ତି କି, ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶରେ ଡ଼ିଜିଟାଲ କରେନ୍ସି ଲାଗୁହୋଇଯିବ । ଏହାକୁ ନେଇ ସେ ବିଶେଷ ଭାବେ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଗାମୀ ବର୍ଷ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଲଞ୍ଚ କରିପାରେ । ଏନେଇ RBI ଗର୍ଭନର ଶଶିକାନ୍ତ ଦାସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।