Digital Curency - The Sakala

ଡିଜିଟାଲ ମୁଦ୍ରା ପାଇଁ ଆର୍‌ବିଆଇର ବଡ଼ ଯୋଜନା: କମିବ ଆମେରିକୀୟ ଡଲାର୍‌ର ଦବ୍‌ଦବା
ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ଏକ ବଡ଼ ଅନ୍ତର୍ଜାତୀୟ ପଦକ୍ଷେପ ପାଇଁ ଭାରତ ସମ୍ପ୍ରତି ପ୍ରସ୍ତୁତି ଚଳାଇଛି। ଏ କ୍ଷେତ୍ରରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ)ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଆର୍‌ବିଆଇ ବ୍ରିକ୍ସ ଦେଶଗୁଡ଼ିକୁ ପରାମର୍ଶ ଦେଇଛି ଯେ ସେମାନେ ପରସ୍ପର ମଧ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ବାବଦ  ପେମେଣ୍ଟକୁ ସହଜ କରିବା ପାଇଁ ସେମାନଙ୍କର ସରକାରୀ ଡିଜିଟାଲ୍ ମୁଦ୍ରା (ସିବିଡିସି)କୁ ଲିଙ୍କ୍ କରନ୍ତୁ, ଯାହାଦ୍ୱାରା ସୀମାପାର ବାଣିଜ୍ୟ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପେମେଣ୍ଟ ସହଜ ହୋଇପାରିବ।  ଏହି ପଦକ୍ଷେପର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା। ଆର୍‌ବିଆଇ ସରକାରଙ୍କୁ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଡିଜିଟାଲ୍ ମୁଦ୍ରାକୁ ଲିଙ୍କ୍ କରିବାର ପ୍ରସ୍ତାବ ୨୦୨୬ ବ୍ରିକ୍ସ ସମ୍ମିଳନୀର ଏଜେଣ୍ଡାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଯଦି ଏହା ହୁଏ ତେବେ ଆମେରିକା ନାରାଜ ହେବ। କାରଣ ସାରା ଦୁନିଆରେ ଆଉ ଆମେରିକୀୟ ଡଲାରର ଦବ୍ଦବା ରହିବ ନାହିଁ।

ପ୍ରଥମ ଥର ପାଇଁ ବ୍ରିକସ ସଦସ୍ୟଙ୍କୁ ଡିଜିଟାଲ ମୁଦ୍ରା ସହ ଯୋଡିହେବା ପାଇଁ ଏଭଳି ଏକ ପ୍ରସ୍ତାବ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ, ବ୍ରିକ୍ସ ସଂଗଠନରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଅନ୍ତର୍ଭୁକ୍ତ। ତଥାପି, ଏହି ପଦକ୍ଷେପ ଆମେରିକାକୁ କ୍ରୋଧିତ କରିପାରେ। କାରଣ ଆମେରିକୀୟ ଡଲାରକୁ ବାଇପାସ୍ କରିବା ପାଇଁ ଯେ କୌଣସି ପଦକ୍ଷେପ ବିରୁଦ୍ଧରେ ଟ୍ରମ୍ପ୍ ପ୍ରଶାସନ ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ବ୍ରିକ୍ସ ମେଣ୍ଟକୁ ଆମେରିକୀୟ ବିରୋଧୀ ବୋଲି କହି ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଆମେରିକା ପୂର୍ବରୁ ବ୍ଲକ୍ ର କାର୍ଯ୍ୟକଳାପ ସମ୍ପର୍କରେ ସତର୍କ ଏବଂ କଠୋର ମନୋଭାବ ବଜାୟ ରଖିଛି। ଏହା ଉପରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା କହିଛି ଯେ ସେମାନଙ୍କ ପାଖରେ ଏହି ବିଷୟରେ କୌଣସି ସୂଚନା ନାହିଁ। ତେବେ ଦକ୍ଷିଣ ଆଫ୍ରିକା ଏବଂ ରୁଷର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକଏହା ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଆର୍‌ବିଆଇର ପ୍ରସ୍ତାବ ରିଓ ଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ୨୦୨୫ ଘୋଷଣା ଉପରେ ଆଧାରିତ, ଯେଉଁଥିରେ ସୀମାପାର କାରବାରକୁ ସହଜ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକର ପେମେଣ୍ଟ ସିଷ୍ଟମ ମଧ୍ୟରେ ଆନ୍ତଃକାର୍ଯ୍ୟକ୍ଷମତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସୀମାପାର କାରବାରକୁ ତ୍ୱରାନ୍ୱିତ କରିବା ଏବଂ ଏହାର ମୁଦ୍ରାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆର୍‌ବିଆଇ ଭାରତର ଡିଜିଟାଲ୍ ଟଙ୍କାକୁ ଅନ୍ୟ ଦେଶର ସିବିଡିସି ସହିତ ସଂଯୋଗ କରିବାକୁ ସାର୍ବଜନୀନ ଭାବରେ ଆଗ୍ରହ ପ୍ରକାଶ କରିଛି। ତଥାପି, ଏହା କହିଛି ଯେ ଟଙ୍କାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରୟାସ ଡି-ଡଲାରାଇଜେସନ୍ କୁ ପ୍ରୋତ୍ସାହିତ କରିବା ପାଇଁ ନୁହେଁ। ଯଦିଓ ବ୍ରିକ୍ସ  ସଦସ୍ୟମାନଙ୍କ ମଧ୍ୟରୁ କେହି ସେମାନଙ୍କର ଡିଜିଟାଲ୍ ମୁଦ୍ରାକୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିନାହାଁନ୍ତି, ସମସ୍ତ ୫ଟି ମୁଖ୍ୟ ସଦସ୍ୟ ଏ ନେଇ ପାଇଲଟ୍ ପ୍ରକଳ୍ପ ଚଳାଉଛନ୍ତି। ଭାରତର ଡିଜିଟାଲ୍ ମୁଦ୍ରା (ଯାହାକୁ ଇ-ରୁପି କୁହାଯାଏ) ୨୦୨୨ ଡିସେମ୍ବରରେ ଶୁଭାରମ୍ଭ ହେବା ପରଠାରୁ ମୋଟ ୭ ନିୟୁତ ଖୁଚୁରା ବ୍ୟବହାରକାରୀଙ୍କୁ ଏହା ଆକର୍ଷିତ କରିଛି, ଯେତେବେଳେ କି ଚୀନ୍ ଡିଜିଟାଲ୍ ୟୁଆନର ନ୍ତର୍ଜାତୀୟ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଛି।

ଆରବିଆଇର ବଡ଼ ଘୋଷଣା: ଡିସେମ୍ବର ପହିଲାରେ ଲଞ୍ଚ ହେବ ଡିଜିଟାଲ ଟଙ୍କା
ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି  ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ଡେସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। ଏହି ଡିଜିଟାଲ୍ ମୁଦ୍ରାକୁ ଏକ ଡିଜିଟାଲ ଟୋକନ ରୂପରେ ଲଞ୍ଚ କରାଯିବି। ଆରବିଆଇ ଏହା ମଧ୍ୟ ସୂଚନା ଦେଇଛି ଯେ,  ବର୍ତ୍ତମାନର କାଗଜ ମୁଦ୍ରା ଏବଂ ଖୁଚୁରା ମୁଦ୍ରାର ମୂଲ୍ୟର ସହ ଏହି ଡିଜିଟାଲ ମୂଦ୍ରାର ମୂଲ୍ୟ ସମାନ ରହିବ।

ରିଜର୍ଭ ବ୍ୟାଙ୍କ ଡିସେମ୍ବର -୧ ରେ ଖୁଚୁରା ଡିଜିଟାଲ ଟଙ୍କାର ପ୍ରଥମ ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ, ଆରବିଆଇ ଅକ୍ଟୋବର- ୩୧ରେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଥିଲା ଯେ,  ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଏକ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ।  ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ କରୁଥିବା ଗ୍ରାହକ ଏବଂ ବ୍ଯବସାୟୀଙ୍କ କ୍ଲୋଜର ୟଜର ଗ୍ରୁପ  (CUG) ପାଇଁ ଇ-ଡିଜିଟାଲ୍ ଟଙ୍କା ଉପଲବ୍ଧ ହେବ। ଇ-ଡିଜିଟାଲ୍ ଟଙ୍କା ଟୋକନ୍ ଆକାରରେ ଆଇନଗତ ଟେଣ୍ଡର ହେବ। ସମାନ ନାମରେ ଏହା ଜାରି କରାଯିବ।

ଏହା ସହାୟକ କମ୍ପାନୀ ଅର୍ଥାତ୍ ବ୍ୟାଙ୍କ ମାଧ୍ୟମରେ ବଣ୍ଟନ କରାଯିବ।  ଉପଭୋକ୍ତାମାନେ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆପ୍ ମାଧ୍ୟମରେ ଏହାକୁ କିଣି ପାରିବେ ଏବଂ ଏହାକୁ ମୋବାଇଲ୍ ଫୋନରେ ସୁରକ୍ଷିତ ରଖିବି ପାରିବେ। ଏଥିରେ ବ୍ୟକ୍ତିଙ୍କଠାରୁ -ବ୍ୟକ୍ତି ଏବଂ ବ୍ୟକ୍ତି – ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ। ବ୍ୟବସାୟୀ ଦୋକାନରେ ପ୍ରଦର୍ଶିତ QR କୋଡ୍ ବ୍ୟବହାର କରି ବ୍ୟବସାୟୀଙ୍କୁ ଅର୍ଥ ପ୍ରଦାନ କରାଯାଇପାରିବ।

ପାଇଲଟ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଚାରୋଟି ବ୍ୟାଙ୍କକୁ ସାମିଲ କରାଯାଇଛି।  ଏଥି ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଲଟ୍ ପ୍ରୋଜେକ୍ଟରେ ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଭଳି ସହରଗୁଡିକ ଖୁଚୁରା ଇ-ରୁପିର ପ୍ରଥମ ପର୍ଯ୍ୟାୟର ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅହମ୍ମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ସହର ଅନ୍ତର୍ଭୁକ୍ତ ହେବେ। ପ୍ରକଳ୍ପ ଅଗ୍ରଗତି କଲାବେଳେ ଅଧିକ ବ୍ୟାଙ୍କ ଏବଂ ସହର ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କର ଖୁଚୁରା ଡିଜିଟାଲ ଟଙ୍କା ଉପରେ ଗ୍ରାହକମାନେ କୌଣସି ସୁଧ ପାଇବେ ନାହିଁ।

ଆସନ୍ତାବର୍ଷ ଆସିବ ଭାରତର ଡିଜିଟାଲ୍‌ ମୁଦ୍ରା, ରହିବ ସରକାରୀ ଗ୍ୟାରେଣ୍ଟି
ନୂଆଦିଲ୍ଲୀ: ଭାରତର ନିଜସ୍ବ ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ୨୦୨୩ରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ କମ୍ପାନୀ ସଞ୍ଚାଳିତ ଇଲେକ୍ଟ୍ରୋନିକ୍‌ ୱାଲେଟ୍‌ ଭଳି ଏହା ହେବ। କିନ୍ତୁ ଏହା ସହିତ ସରକାରୀ ଗ୍ୟାରେଣ୍ଟି ଯୋଡ଼ି ହେବ। ଏ ନେଇ ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଆର୍ଥିକବର୍ଷ ୨୦୨୨-୨୩ର ବଜେଟ୍‌ ଉପସ୍ଥାପନ କରିବା ସମୟରେ କହିଥିଲେ ଯେ, ଖୁବ୍‌ଶୀଘ୍ର କେନ୍ଦ୍ରୀୟ ବ୍ୟାଙ୍କର ସମର୍ଥନରେ ଡିଜିଟାଲ୍‌ ମୁଦ୍ରା ଦେଶରେ ପ୍ରଚଳନ କରାଯିବ। ନିଜ ନାମ ଗୋପନୀୟତା ରଖି ଏକ ସୂତ୍ର ପକ୍ଷରୁ ଜଣାପଡ଼ିଛି ଯେ, ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ଡିଜିଟାଲ୍‌ ମୁଦ୍ରାରେ ଭାରତୀୟ ଟଙ୍କା ଭଳି ବିଶିଷ୍ଟ ଅଙ୍କ ରହିବ।ଏହା ଫ୍ଲାଟ୍‌ ମୁଦ୍ରାଠାରୁ ଅଲଗା ଭଳି ହେବ ନାହିଁ ବରଂ ଏକା ଭଳି ଦୃଶ୍ୟମାନ ହେବ।ଏକ ପ୍ରକାର କହିବାକୁ ଗଲେ ଏହା ସରକାରୀ ଗ୍ୟାରେଣ୍ଟି ବହନ କରୁଥିବା ୱାଲେଟ୍‌ ହେବ।ଡିଜିଟାଲ୍‌ ମୁଦ୍ରା ରୁପେ ଜାରି ୟୁନିଟ୍‌ଗୁଡିକୁ ବର୍ତ୍ତମାନର ମୁଦ୍ରା ସହିତ ସାମିଲ୍‌ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷ ଶେଷ ସୁଦ୍ଧା ଏହି ଡିଜିଟାଲ୍‌ ମୁଦ୍ରାର ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ବିକଶିତ ଡିଜିଟାଲ୍‌ ଟଙ୍କା ବ୍ଲାକ୍‌ଚେନ୍‌ର ସମସ୍ତ ପ୍ରକାରର ନେଣଦେଣର ହିସାବ ଦେବାରେ ସକ୍ଷମ ହେବ।

ଖୁବ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିବାକୁ ଯାଉଛି ଡିଜିଟାଲ କରେନ୍ସି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ କମିଟି ଯୋଗଦେଇଥିଲେ । ତନ୍ମଧରୁ ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ଦେୟ ଓ ସମାଧାନ ବିଭାଗର ମହାପ୍ରବନ୍ଧକ ପି. ବାସୁଦେବନ ବିଜନେସ ଷ୍ଟାର୍ଣ୍ଡାର୍ଡ ଲେଖିଛନ୍ତି କି, ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶରେ ଡ଼ିଜିଟାଲ କରେନ୍ସି ଲାଗୁହୋଇଯିବ । ଏହାକୁ ନେଇ ସେ ବିଶେଷ ଭାବେ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଗାମୀ ବର୍ଷ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଲଞ୍ଚ କରିପାରେ । ଏନେଇ RBI ଗର୍ଭନର ଶଶିକାନ୍ତ ଦାସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।