Ranchi - The Sakala

ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର
ଝାଡ଼ଖଣ୍ଡ: ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଘଞ୍ଚ ସରଣ୍ଡା ଜଙ୍ଗଲରେ ଘଟିଛି ଏପରି ଅଘଟଣ । ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ସମୟରେ ଏକ ଲ୍ୟାଣ୍ଡମାଇନ୍ ବା ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ଘଟି ଜଣେ ସିଆରପିଏଫ୍ (CRPF) ଯବାନ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡ ପଶ୍ଚିମ ସିଂହଭୂମର ଘଞ୍ଚ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ପାଟ୍ରୋଲିଂ ଟିମ୍ ଯାଉଥିବା ରାସ୍ତାରେ ମାଓବାଦୀମାନେ ପୂର୍ବରୁ ଏକ ପ୍ରେସର ଆକ୍ଟିଭେଟେଡ୍ ଆଇଇଡି ଖଞ୍ଜିଥିଲେ। ଯବାନ ଜଣକ ଭୁଲବଶତଃ ତାହା ଉପରେ ପାଦ ଦେଇଦେବାରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବ୍ଲାଷ୍ଟ୍ ଫଳରେ ଅନୁଜ କୁମାର କୋବ୍ରା ବାଟାଲିୟନ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଅନୁଜଙ୍କ ଗୋଡ଼ ଛିଣ୍ଡି ଯାଇଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତୁରନ୍ତ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ଏବଂ ସେଠାରେ ଥିବା ଏକ ସ୍ୱତନ୍ତ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚଳିତ ବର୍ଷ ଜାନୁଆରୀ ମାସରେ ସୁରକ୍ଷା କର୍ମୀମାନେ ଏକ ବଡ଼ ଅପରେସନରେ ୧୭ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ, ଯାହା ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା ଥିଲା। ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଏହାର ପ୍ରତିଶୋଧ ନେବା ପାଇଁ ମାଓବାଦୀମାନେ ଜଙ୍ଗଲ ରାସ୍ତାରେ ବହୁ ସଂଖ୍ୟାରେ ଆଇଇଡି ବିଛାଇଛନ୍ତି।

ସୋମବାର ଘଟିଥିବା ଏହି ବିସ୍ଫୋରଣ ପରେ ଚାଇବାସା ଏବଂ ଆଖପାଖ ନକ୍ସଲ ପ୍ରଭାବିତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା କର୍ମୀମାନେ ଏରିଆ ଡୋମିନେସନ୍ ଏବଂ ଲୁକ୍କାୟିତ ବିସ୍ଫୋରକକୁ ଖୋଜି ନଷ୍ଟ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, କ୍ଷୟକ୍ଷତି କମାଇବା ସହ ମାଓବାଦୀଙ୍କ ସଂଗଠନକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଦିଗରେ ଏହି ଆଣ୍ଟି-ନକ୍ସଲ ଅପରେସନ୍ ନିରନ୍ତର ଜାରି ରହିବ।

ରାଞ୍ଚିରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଏନ୍‌କାଉଣ୍ଟର ପରେ ୪ ଅପରାଧୀ ଗିରଫ
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ୧ କୋଟି ଟଙ୍କାର ରଙ୍ଗଦାରି (ଚାନ୍ଦା) ମାଗିବା ଏବଂ ହତ୍ୟା କରିବା ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧନବାଦ ନିକଟରେ ହୋଇଥିବା ଏକ ଗୁଳିବିନିମୟ ପରେ ଏହି ଅପରାଧୀମାନଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି।

ପୋଲିସ ସହ ଏନ୍‌କାଉଣ୍ଟର

ରାଞ୍ଚି ସିଟି ଏସ୍‌ପି ପାରସ ରାନାଙ୍କ ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଧନବାଦର କେନ୍ଦୁଆଡିହ ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ଅପରାଧୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଜଣ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋବାଇଲ୍ ଫୋନ୍ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି। ଫୋନ୍ ଯାଞ୍ଚରୁ ଅବୈଧ କାରବାର ପାଇଁ ବ୍ୟବହୃତ ୬୦ଟି ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମିଳିଛି।

୧ କୋଟି ଟଙ୍କାର ରଙ୍ଗଦାରି ଦାବି

ଏହି ହତ୍ୟାକାଣ୍ଡ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରିନ୍ସ ଖାନ ଏବଂ ସୁଜିତ ସିହ୍ନାଙ୍କ ହାତ ଥିବା ପୋଲିସ ସ୍ପଷ୍ଟ କରିଛି। ବର୍ତ୍ତମାନ ପ୍ରିନ୍ସ ଖାନ ୟୁଏଇ (UAE) ରୁ ନିଜ ନେଟୱାର୍କ ଚଳାଉଥିବା ବେଳେ ସୁଜିତ ଜେଲ୍‌ରେ ରହିଛି। ଗତ ଡିସେମ୍ବର ମାସରେ ରେଷ୍ଟୁରାଣ୍ଟ ମାଲିକ ରାଜ କୁମାର ଗୋପଙ୍କୁ ଫୋନ୍ କରି ୧ କୋଟି ଟଙ୍କାର ଚାନ୍ଦା ମଗାଯାଇଥିଲା। ମାଲିକ ଜଣକ ଟଙ୍କା ଦେବାକୁ ମନା କରିବାରୁ ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା।

ମାର୍ଚ୍ଚ ୭ର ରକ୍ତାକ୍ତ ଘଟଣା

ଗତ ମାର୍ଚ୍ଚ ୭ ତାରିଖ ରାତିରେ ବିର୍ସା ମୁଣ୍ଡା ବିମାନବନ୍ଦର ରୋଡ୍‌ରେ ଥିବା ଏକ ରେଷ୍ଟୁରାଣ୍ଟ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ହେଲମେଟ୍ ପିନ୍ଧି ବାଇକ୍‌ରେ ଆସିଥିବା ଦୁଇ ଜଣ ଆକ୍ରମଣକାରୀ ଭିତରେ ପଶି ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ରେଷ୍ଟୁରାଣ୍ଟରେ କାମ କରୁଥିବା ୨୫ ବର୍ଷୀୟ କର୍ମଚାରୀ ମନୀଷ ଗୋପଙ୍କୁ ଗୁଳି ବାଜିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସିସିଟିଭି (CCTV) ଫୁଟେଜ୍ ଆଧାରରେ ତଦନ୍ତ କରି ପୋଲିସ ଶେଷରେ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି。

ଛେଳି ପାଇଁ ଟ୍ରେନ୍ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା
ରାଞ୍ଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ। ତେବେ ରାଞ୍ଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରିଟ୍ଟ.ରାଞ୍ଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ। ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ। ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ ପାଖରେ ଛିଡା ହୋଇଥିବା ଛେଳିକୁ ଦେଖାଇଥିଲେ । ଟିଟିଇ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ତା ପରେ ହସିଥିଲେ।

ତାଙ୍କ ହସ ଦେଖି ବୃଦ୍ଧାଜଣଙ୍କ ମଧ୍ୟ ହସିଥିଲେ। ଏହି ୨୨ ସେକେଣ୍ଡର ଭିଡିଓ କେହି ଜଣେ ଉଠାଇ ଦେଇଥିଲେ । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ସମସ୍ତେ ବୃଦ୍ଧାଜଣଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଦୁଃଖର କଥା ବୃଦ୍ଧା ଏବଂ ତାଙ୍କ ଛେଳିକୁ ବସିବା ପାଇଁ ସିଟ ମିଳି ନ ଥିଲା ।

ଚାରା ଦୁର୍ନୀତିର ଅନ୍ୟ ଏକ ମାମଲାରେ ଲାଲୁ ଯାଦବ ଦୋଷୀ
ରାଞ୍ଚି : ଚାରା ଘୋଟାଲା ମାମଲାରେ ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ଯାଦବ। ଚାରା ଘୋଟାଲାର ପଞ୍ଚମ କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ରାଞ୍ଚି ସ୍ଥିତ ସିବିଆଇର ସ୍ପେଶାଲ କୋର୍ଟ ଏହି ରାୟ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ତିନି ବର୍ଷରୁ କମ୍ ଦଣ୍ଡ ଦିଆଯାଏ ତେବେ ଲାଲୁ ଯାଦବଙ୍କୁ ଜାମିନ ମିଳିପାରିବ ।  କିନ୍ତୁ ଯଦି ତିନି ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ତରେ ଜେଲ ଯିବାକୁ ପଡ଼ିବ । ଏହା ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କୁ ଚାରା ଘୋଟାଲାରେ ଜଡିତ ଚାରୋଟି ମାମଲାରେ ୧୪ ବର୍ଷ ଦଣ୍ଡ ଦିଆଯାଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଜାମିନରେ ଆସି ବାହାରେ ଅଛନ୍ତି । ଲାଲୁଙ୍କ ସହ ଆଉ 75ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ ।

ଭାରତ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦; ଟସ୍ ଜିତି ବୋଲିଂ କରିବ ଟିମ୍ ଇଣ୍ଡିଆ, ଡେବ୍ୟୁ କଲେ ହର୍ଷଲ ପଟେଲ
ରାଞ୍ଚି: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ରାଞ୍ଚିରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍ । ଦ୍ବିତୀୟ ଟି-୨୦ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ଏବେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ରହିଛି । ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ନୂଆ କୋଚ୍ ରାହୁଲ ଦ୍ରାବିଡ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଜୟର ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଆଜିର ମ୍ୟାଚରେ ପରାଜୟ ଲାଭ କରେ ତେବେ ଏହି ସିରିଜରେ ମଧ୍ୟ ପରାଜୟ ବରଣ କରିବ ନ୍ୟୁଜିଲାଣ୍ଡ । ସେଥିପାଇଁ ଦ୍ବିତୀୟ ଟି-୨୦ ମ୍ୟାଚ ଜିତି ସିରିଜ୍‌ ବରାବର କରିବାକୁ ଚେଷ୍ଟା କରିବ କିଓ୍ବି ଟିମ ।

🎥 🎥 Congratulations to @HarshalPatel23 who is set to make his #TeamIndia debut. 👏 👏@Paytm #INDvNZ pic.twitter.com/n9IIPXFJQ7

— BCCI (@BCCI) November 19, 2021

ତେବେ ବଡ କଥା ହେଉଛି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନ​‌ରେ ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ ।

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର୍।

ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ୍, ଡାରିଏଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଟିମ୍ ସିଫର୍ଟ (ୱିକେଟ୍ କିପର), ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଟିମ୍ ସାଉଦୀ (କ୍ୟାପଟେନ୍), ଟଡ୍ ଆଷ୍ଟଲ୍, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ରାଞ୍ଚିରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ ଉପରେ ସଙ୍କଟର କଳା ବାଦଲ; ସ୍ଥଗିତ ରଖିବାକୁ ହାଇକୋର୍ଟରେ ପିଟିସନ୍
ରାଞ୍ଚି: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୯ ରେ ରାଞ୍ଚିରେ ଖେଳାଯିବ । ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘୂରି ବୁଲୁଛି। ବାସ୍ତବରେ ଶୁକ୍ରବାର ଦିନ ଏଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ କିମ୍ବା ଷ୍ଟାଡିୟମର ଅଧା କ୍ଷମତା ସହିତ ମ୍ୟାଚକୁ ଅନୁମତି ଦେବାକୁ ଦାବି କରି ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଶୁକ୍ରବାର ଦିନ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଜେଏସସିଏ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଦର୍ଶକଙ୍କ ପାଇଁ ୧୦୦ ପ୍ରତିଶତ ସିଟ୍ ଖୋଲିବା ବିରୋଧରେ ଝାଡଖଣ୍ଡ ହାଇକୋର୍ଟର ଓକିଲ ଧୀରଜ କୁମାର ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଓକିଲ ଧୀରଜ କୁମାର ତାଙ୍କ ଆବେଦନରେ କହିଛନ୍ତି ଯେ ଯେତେବେଳେ କରୋନା ସଂକ୍ରମଣ ହେତୁ ମନ୍ଦିର ଏବଂ ରାଜ୍ୟର ସମସ୍ତ କୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରୁଛନ୍ତି, ତେବେ କେଉଁ ନିୟମ ଅନୁଯାୟୀ ରାଜ୍ୟ ସରକାର ଶତପ୍ରତିଶତ ଦର୍ଶକଙ୍କୁ ନେଇ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଆୟୋଜନ କରିଛନ୍ତି ? ଏହି ଆବେଦନରେ ଆସନ୍ତାକାଲିର ମ୍ୟାଚ୍ ସ୍ଥଗିତ ରଖିବାକୁ କିମ୍ବା ଶତପ୍ରତିଶତ ଷ୍ଟାଡିୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ଓକିଲ ଜଣକ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ବାରା ଶୀଘ୍ର ଶୁଣାଣି ହୋଇପାରିବ ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଦେଶ ଉପରେ ରୋକ୍ ଲଗାଯାଇ ପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପାଇଁ ଷ୍ଟାଡିୟମର ୫୦% ସିଟ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ପରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିଲା ଏବଂ ଆୟୋଜକମାନଙ୍କୁ ଷ୍ଟାଡିୟମର ସମସ୍ତ ସିଟ୍ ବୁକ୍ କରିବାକୁ ଅନୁମତି ଦିଆଯାଇଥିଲା।