IND Vs NZ - The Sakala

ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ୍‌: ଭାରତ ଟି-୨୦ ବିଶ୍ୱକପ ୨୦୨୬ ଚମ୍ପିଅନ୍ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟି-୨୦ ବିଶ୍ୱକପ ଟାଇଟଲ ହାତେଇଲା ଟିମ ଇଣ୍ଡିଆ । ସଞ୍ଜୁ ସାମସନ (୪୬ବଲ୍‌ରେ ୮୯ରନ୍‌), ଅଭିଷେକ ଶର୍ମା (୨୧ ବଲ୍‌ରେ ୫୨ରନ୍‌) ଓ ଇଶାନ କିଶାନ (୨୫ବଲ୍‌ରେ ୫୪ରନ୍‌)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ଅକ୍ଷର ପଟେଲଙ୍କ ଦମ୍‌ଦାରବୋଲିଂ ବଳରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ୯୬ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ କ୍ରମାଗତ ଦ୍ୱିତୀୟ ଓ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ତୃତୀୟଥର ଟାଇଟଲ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୫୫ ରନ୍‌ କରିଥିଲା। ଜବାବରେ ବୁମ୍‌ରା ସର୍ବାଧିକ ୪ଟି ଓ ଅକ୍ଷର ୩ଟି ଲେଖାଏଁ ୱିକେଟ ନେବା ଫଳରେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନ୍‌ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଓପନର ଟିମ୍‌ ସେଇଫର୍ଟ ୨୬ବଲ୍‌ରେ ୫୨ ଓ ଅଧିନାୟକ ମିଚେଲ ସାଣ୍ଟନର ୩୮ ବଲ୍‌ରେ ୪୩ ରନ୍‌ କରିଥିଲେ। ଫିନ୍‌ ଆଲେନ ୯, ରାଚିନ ରବୀନ୍ଦ୍ର ୧, ଗ୍ଲେନ ଫିଲିପ୍ସ ୫ ଓ ମାର୍କ ଚାପ୍‌ମ୍ୟାନ୍‌ ୩ ରନ୍‌ରେ ଆଉଟ ହେବା ଦଳଲାଗି ମହଙ୍ଗା ପଡ଼ିଥିଲା।

ଆଜିର ବିଜୟ ପରେ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ପରାଜୟର ଧାରା ଭାଙ୍ଗିବାରେ ସମର୍ଥ ହୋଇଛି ଭାରତ। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ହୋଇଥିଲା ଓ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ସେହିପରି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ରେ ଚାମ୍ପିଅନ ହୋଇଥିଲା। ଆଜି ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ଓ ସର୍ବାଧିକ ୩ଟି ଟାଇଟଲ ଜିତିବାରେ ଭାରତ ପ୍ରଥମ ଦଳ ଭାବେ ବିବେଚିତ ହୋଇଛି।

ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ଲାଗି ଭାରତକୁ ଆମନ୍ତ୍ରଣ କରିଥିଲେ। ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ୪ ଓଭରରେ ୫୦ ଓ ପାୱାରପ୍ଲେ’ରେ ୯୨ ରନ୍‌ ଉଠାଇଥିଲେ। ୮ମ ଓଭର ବୋଲିଂ କରିବାକୁ ଆସି ଅଭିଷେକଙ୍କୁ ରାଚିନ ରବୀନ୍ଦ୍ର କଟ୍‌ବିହାଇଣ୍ଡ ଆଉଟ କରାଇ ଏହି ଯୋଡିକୁ ଭାଙ୍ଗିଦେଇଥିଲେ। ତାଙ୍କ ଆଉଟ ପରେ ସାମସନ ଓ ଇଶାନ କିଶାନ ହାତଖୋଲା ସଟ୍‌ ଖେଳି ୧୦୪ ରନ୍‌ ଉଠାଇଥିଲେ। ୧୬ତମ ଓଭରର ପ୍ରଥମ ବଲ୍‌ରେ ସାମସନ୍‌ଙ୍କୁ ଆଉଟ କରି ଜେମ୍ସ ନୀଶାମ କେବଳ ଏହି ଯୋଡି ଭାଙ୍ଗି ନ ଥିଲେ, ୫ମ ବଲ୍‌ରେ ଇଶାନ ଓ ୬ଷ୍ଠ ବଲ୍‌ରେ ସୂର୍ଯ୍ୟକୁମାରଙ୍କୁ ଆଉଟ କରି ଭାରତୀୟ ରନ୍‌ ହାରରେ ବ୍ରେକ୍‌ ଲଗାଇଦେଇଥିଲେ। ଫାଇନାଲରେ ସାମସନ ସର୍ବାଧିକ ୮୯ ରନ୍‌ କରିଥିଲେ। ସେ ୪୬ବଲ୍‌ ଖେଳି ୫ ଚୌକା ଓ ୮ ଛକା ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ ଅର୍ଦ୍ଧତକ ହାସଲ କରିଥିଲେ। ପ୍ରଥମେ କର ଅବା ମର  ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସୁପର ଏଇଟସ ମ୍ୟାଚ୍‌ରେ ଅପରାଜିତ ୯୭, ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୮୯ ଓ ଏହି ମ୍ୟାଚ୍‌ରେ ମଧ୍ୟ ୮୯ ରନ୍‌ କରିଥିଲେ। ଇଶାନ ୨୫ବଲ୍‌ରେ ୪ ଚୌକା ଓ ୪ ଛକା ସହ ୫୪ରନ୍‌ର ଯୋଗଦାନ ଦେଇଥିଲେ। ଦଳର ପ୍ରଥମ ୩ଜଣ ଖେଳାଳି କ୍ଲିକ୍‌ କଲାପରେ ଭାରତ ୧୬ତମ ଓଭରରେ ୧, ୧୭ତମ ଓଭରରେ ୭ ଓ ୧୮ତମ ଓଭରରେ ୯  ଓ ୧୯ତମ ଓଭରରେ ୧୧ ରନ୍‌ସଂଗ୍ରହ କରିଥିଲା। ଏହି ୪ ଓଭରରେ ୩ ୱିକେଟ ହରାଇ ୨୮ ରନ୍‌ କରିବା ଫଳରେ ଦଳର ରନ୍‌ ହାର କମିଯାଇଥିଲା। ଶେଷ ଓଭରରେ ଶିବମ ଦୁବେ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୪ ରନ୍‌ ଉଠାଇବା ଫଳରେ ଭାରତର ସ୍କୋର ୨୫୦ ରନ୍‌ ଅତିକ୍ରମ କରିଥିଲା। ଏକଦା ଦଳ ୨୮୦ରୁ ୨୯୦ ରନ୍‌ କରିବ ବୋଲି ଆଶା କରାଯାଉଥିଲାବେଳେ ଏହି ୪ ଓଭର ସେଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସମସ୍ତ ବୋଲର ଭାରତର ପ୍ରଥମ ୩ଜଣ ବ୍ୟାଟରଙ୍କ ଆକ୍ରମଣର ଶିକାର ବନିଥିଲେ। ଦଳ ପକ୍ଷରୁ ଜେମ୍ସ ନୀଶାମ ଗୋଟିଏ ଓଭରରେ ୩ଟି ୱିକେଟ ନେଇଥିଲେ। ରାଚିନ ରବୀନ୍ଦ୍ର ଓ ମ୍ୟାଟ ହେନରୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ପାୱାର ପ୍ଲେ’ରେ ସର୍ବାଧିକ ସ୍କୋର
ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଭାରତ ପାୱାର ପ୍ଲେ ବା ପ୍ରଥମ ୬ ଓଭରରେ କୌଣସି ୱିକେଟ ନ ହରାଇ ୯୨ ରନ୍‌ କରିଥିଲା। ଏହା ଫଳରେ ଟି-୨୦ ବିଶ୍ୱକପ୍ର ପାୱାର ପ୍ଲେ’ରେ ଏହା ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ସହ ସମକକ୍ଷ ହୋଇଛି। ୨୦୨୪ ବିଶ୍ୱକପ୍‌ର ବ୍ରିଜ୍‌ଟାଉନ୍‌ରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ୧ ୱିକେଟ ହରାଇ ୯୨ ରନ୍‌ କରିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ନାମିବ୍ୟା ବିପକ୍ଷରେ ଭାରତ ୧ ୱିକେଟରେ ୮୬ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ନ୍ୟୁଜିଲାଣ୍ଡ କୌଣସି ୱିକେଟ ନ ହରାଇ ୮୪ ରନ୍‌ କରିଥିଲେ। ଏହି ଇନିଂସରେ ଭାରତ ୪ ଓଭରରେ ୫୦ ରନ୍‌ ପୂରଣ କରିଥିଲା। ଟି-୨୦ ବିଶ୍ୱକପ୍‌ ନକ୍‌ଆଉଟ ସେମିଫାଇନାଲ ଓ ଫାଇନାଲରେ ଏହା ଗୋଟିଏ ଦଳର ସର୍ବାଧିକ ସ୍କୋର। ପାୱାର ପ୍ଲେ’ରେ ନ୍ୟୁଜିଲାଣ୍ଡ ୮ଟି ୱାଇଡ୍‌ ବଲ୍‌ ପକାଇ ଯୁଗ୍ମ ସର୍ବାଧିକ ୱାଇଡ୍‌ ଦେବାର ରେକର୍ଡ କରିଛି।

ଗୋଟିଏ ସଂସ୍କରଣରେ ସର୍ବାଧିକ ରନ କଲେ ସଞ୍ଜୁ
ଭାରତୀୟ ବ୍ୟାଟର ଭାବେ ଟି-୨୦ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ସଂଗ୍ରହ କରିବାରେ ସଞ୍ଜୁ ସାମସନ ରେକର୍ଡ କରିଛନ୍ତି। ଶେଷ ହୋଇଥିବା ଏହି ସଂସ୍କରଣରେ ସଞ୍ଜୁ ଏହି ବିଶ୍ୱକପ୍‌ରେ ୫ଟି ମ୍ୟାଚରୁ ୮୦.୨୫ ହାରରେ ୩୨୧ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ଟି ଅର୍ଦ୍ଧଶତକୀୟ ପାଳି ସାମିଲ ରହିଛି। ଏହିକ୍ରମରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୪ ସଂସ୍କରଣରେ ବିରାଟ ୩୧୯ ରନ ସଂଗ୍ରହ କରି ତାଲିକାର ଶୀର୍ଷରେ ରହିଥିଲେ। ଇଶାନ କିଶାନ ମଧ୍ୟ ଏହି ବିଶ୍ୱକପରେ ୯ଟି ମ୍ୟାଚରୁ ୩୫.୨୨ ହାରରେ ୩୧୭ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଉଭୟ ସଞ୍ଜୁ ସାମ୍‌ସନ୍‌ ଅଭିଷେକ ଶର୍ମାଙ୍କ ଉପରେ ଟିମ୍‌ ମ୍ୟାନେଜମେଣ୍ଟ ଯେଉଁ ଭରସା ରଖିଥିଲା ତାହା ସେମାନେ ଭାରତକୁ ଚାମ୍ପିଅନ କରାଇ ଅତୁଟ ରଖିବାରେ ସମର୍ଥ ହୋଇଛନ୍ତି।

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌; ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଶେଷ ପ୍ରସ୍ତୁତି
ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଭାରତ ଓ ଶ୍ରୀଲଙ୍କାରେ ଫେବୃଆରୀ ୭ରୁ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଏହା ଶେଷ ପ୍ରସ୍ତୁତି। ଏହି ୫ଟି ମ୍ୟାଚ୍‌ରୁ ଉଭୟ ଦଳ ସେମାନଙ୍କ ଶ୍ରେଷ୍ଠ ଦଳ ଜାନୁଆରୀ ୩୦ ସୁଦ୍ଧା ଚୟନ କରିବେ। ଉଭୟ ଦଳ ଆହତ ସମସ୍ୟା, ଫର୍ମରେ ନ ଥିବା ଖେଳାଳିଙ୍କୁ ନେଇ ଚିନ୍ତିତ। ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତର ସମସ୍ୟା ଅଧିକ। ଏଭଳି ସମୟରେ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍‌ ଦଳର ସନ୍ତୁଳନକୁ ସଜାଡିନେବ ବୋଲି ଆଶା କରାଯାଉଛି। ଅଧାଡଜନେ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଦଳ ଘରୋଇ ମାଟିରେ ଅପରାଜେୟ ମନେହେଉଥିବା ଭାରତକୁ ୨-୧ ବ୍ୟବଧାନରେ ଦିନିକିଆ ସିରିଜ୍‌ ଜିତିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି। ୨୦୦୭ ଟି-୨୦ ବିଶ୍ୱକପ୍‌ରୁ ଉଭୟ ଦଳ ମଧ୍ୟରେ ମୁକାବିଲା ହୋଇଆସୁଛି। କିନ୍ତୁ ଭାରତରେ ଖେଳାଯାଇଥିବା ଦ୍ୱିପାକ୍ଷିକ ସିରିଜ୍‌ରେ ନ୍ୟୁଜିଲାଣ୍ଡ ଏଯାଏ ଜିତିନାହିଁ। ୨୦୨୪ରେ ଟେଷ୍ଟ, ୨୦୨୬ରେ ଦିନିକିଆ ସିରିଜ୍‌ ଜିତିଥିବା ନ୍ୟୁଜିଲାଣ୍ଡ ଏହି ସିରିଜ୍‌ ଯେ ନ ଜିତିବା ତାହାର ଭବିଷ୍ୟବାଣୀ କରିବା କଷ୍ଟକର।

ଘରୋଇ ଦଳର ସବୁଠାରୁ ବଡ଼ ସମସ୍ୟା ହେଲା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମରେ ନ ରହିବା। ୨୦୨୪ ନଭେମ୍ବର ପରଠାରୁ ସେ ଖେଳିଥିବା ୧୯ଟି ମ୍ୟାଚ୍‌ରେ ୮.୧୧ ହାର ଓ ୧୧୦ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି। ସମସ୍ତ ମ୍ୟାଚ୍‌ରେ ଆଉଟ ହୋଇଥିଲାବେଳେ ପେସ୍‌ ବୋଲରଙ୍କ ଦ୍ୱାରା ୧୮ଥର ଆଉଟ ହୋଇଛନ୍ତି। ଏହା ମଧ୍ୟରୁ ୧୬ଥର ସେ କ୍ୟାଚ୍‌ ଆଉଟ ହୋଇଛନ୍ତି। ସବୁଥିରେ ସେ ସହଜରେ ଆଉଟ ହୋଇଛନ୍ତି। ଏଣୁ ତାଙ୍କ ଉପରେ ଭରସା କରିବା କଷ୍ଟକର। ଅନ୍ୟ ଜଣେ ବ୍ୟାଟର ତିଲକ ବର୍ମା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଇଶାନ କିସାନ କିମ୍ବା ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିପାରେ। ଶେଷରେ ଶୁବମନ ଗିଲ୍‌ଙ୍କୁ ଟି-୨୦ ଦଳରୁ ବାଦ୍‌ ଦେବା ପରେ ଭଲ ଫର୍ମରେ ଥିବା ସଞ୍ଜୁ ସାମସନ ଏଥର ଭଲ ଖେଳିବେ ବୋଲି ଆଶା। ଯଶ୍‌ପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ସ୍ପେଶାଲିଷ୍ଟ ପେସ ବୋଲର ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ମଧ୍ୟ ପେସ୍‌ ବୋଲିଂ କରିବେ। ଦଳରେ ୪ଜଣ ସ୍ପିନର ରହିଛନ୍ତି। ଦୁଇ ବାମହାତୀ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନ ବୋଲିଂରେ ସିଦ୍ଦହସ୍ତ। ଦିନିକିଆ ସିରିଜ୍‌ରେ କୁଲଦୀପ ପ୍ରଭାବହୀନ ହୋଇଥିଲେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ମୁକାବିଲା କରିବା ନ୍ୟୁଜିଲାଣ୍ଡ ଲାଗି କଷ୍ଟକର ହୋଇପାରେ।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ରେ ଜବରଦସ୍ତ ଫର୍ମରେ ଥିବା ଡାରିଲ ମିଚେଲ ଟି-୨୦ ସିରିଜ୍‌ରେ ମଧ୍ୟ ସମାନ ପ୍ରଦର୍ଶନ କରିବେ ବୋଲି ଅଧିନାୟକ ମିଚେଲ ସାଣ୍ଟନର ପ୍ରକାଶ କରିଛନ୍ତି। ଦଳକୁ ସମସ୍ତ ପ୍ରଥମ ପସନ୍ଦର ଖେଳାଳି ପ୍ରତ୍ୟାବର୍ତ୍ତନ କରିଛି। ଭାରତ ସହ ଶେଷ ଦିନିକିଆରେ ମାଇକେଲ ବ୍ରେସ୍‌ୱେଲ ଆହତ ହୋଇଛନ୍ତି। ତାଙ୍କ ସ୍ଥାନରେ କ୍ରିଷ୍ଟିଆନ୍‌ କ୍ଲାର୍କଙ୍କୁ ଦଳରେ ସାମିଲ କରାଯାଇଛି। ମ୍ୟାଟ ହେନରୀ, କାଏଲ ଜାମିସନ, ଜାକାରୀ ଫୋକ୍ସ ଓ ଜ୍ୟାକବ ଡଫି ଫ୍ରଣ୍ଟଲାଇନ୍‌ ଫାଷ୍ଟ ବୋଲର ରହିଛନ୍ତି। ଅଧିନାୟକ ମିଚେଲ ସାଣ୍ଟନର ଓ ଇସ୍‌ ସୋଧି ଦଳର ସ୍ପିନ୍‌ ଦାୟିତ୍ୱ ସମ୍ଭାଳିବେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଶୁଭମନ ଅଧିନାୟକ, ଦଳକୁ ଫେରିଲେ ଶ୍ରେୟସ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଦଳ ଘୋଷଣା କରିଛି। ଜାନୁଆରୀ ମାସରେ ବଦୋଦରାର ବିସିଏ ଷ୍ଟାଡିୟମରେ ଏହି ସିରିଜ୍ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଯୁବ ତାରକା ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଥିବା ଶ୍ରେୟସ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଅକ୍ଟୋବରରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କର ଉପଲବ୍ଧତା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE) ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇ ନାହିଁ। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ତାଙ୍କ 'ୱାର୍କ ଲୋଡ୍' ପରିଚାଳନା ପାଇଁ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ହାର୍ଦ୍ଦିକ ବର୍ତ୍ତମାନ ଗୋଟିଏ ମ୍ୟାଚରେ ୧୦ ଓଭର ବୋଲିଂ କରିବାକୁ ଫିଟ୍ ହୋଇନଥିବା ଜଣାପଡିଛି।

ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଶ୍ରେୟସ ଆୟର (ଉପ-ଅଧିନାୟକ)*, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୟସ୍ୱାଲ।

ଚାମ୍ପିଅନ୍ସ ଟ୍ରଫି: ଗ୍ରୁପ୍‌ ନଂ-୧ ଲାଗି ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
ଦୁବାଇ: ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଉଭୟ ଦଳ ଗ୍ରୁପ୍‌-ଏ’ରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତି ପୁର୍ବରୁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏହି ମ୍ୟାଚ କିଛି ମାତ୍ରାରେ ଗୁରୁତ୍ୱ ବହନ କରୁଛି । ଏହି ମ୍ୟାଚ୍‌ର ଫଳାଫଳ ସେମିଫାଇନାଲ ଖେଳିବାରେ କୌଣସି ପ୍ରଭାବ ନ ପକାଇଲେ ମଧ୍ୟ ଏମାନେ କାହା ସହ ଖେଳିବେ ତାହା ଏହି ମ୍ୟାଚ୍‌ରେ ସ୍ଥିର ହେବ। ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌-ଏ’ରେ ଯେଉଁ ଦଳ ପ୍ରଥମ ହେବ ସେହି ଦଳ ଅଷ୍ଟ୍ରେଲିଆ ସହ ଓ ଦ୍ୱିତୀୟ ସ୍ଥାନିତ ଦଳ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାଲ ଖେଳିବ। ଏଣୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଏହି ଆଜିର ମ୍ୟାଚ୍‌କୁ ସେମିଫାଇନାଲ ପୂର୍ବର ରିହରସାଲ ମୁକାବିଲା ଭାବେ ଗ୍ରହଣ କରିଛନ୍ତି। ଭାରତୀୟ ଦଳରେ କିଛି ଆହତ ସମସ୍ୟା ରହିଛି। ଏଣୁ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା ଓ ବରିଷ୍ଠ ଫାଷ୍ଟ ବୋଲର ମହମ୍ମଦ୍‌ ସାମିଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବାକୁ ଚିନ୍ତା କରାଯାଉଛି। ମ୍ୟାଚ୍‌ ପୂର୍ବରୁ ଏ ସମ୍ପର୍କରେ କରାଯାଉଥିବା ଆକଳନ କେତେଦୂର ସତ୍ୟ ତାହା ଜଣାପଡ଼ିବ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଆଗୁଆ

ନ୍ୟୁଜିଲାଣ୍ଡ ଏକ ଛୋଟିଆ ଦେଶ ଓ ଏଠାରେ କମ୍‌ ଖେଳାଳି ସୃଷ୍ଟି ହେଉଥିଲେ ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଭଲ ଖେଳିଆସିଛି। ଏହି ଦଳ ସମସ୍ତ ମୁକାବିଲାରେ ଭାରତଠାରୁ ପଛରେ ରହିଛି। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୧୧୮ଟି ମୁକାବିଲାରୁ ଭାରତ ୬୦ ଓ ନ୍ୟୁଜିଲାଣ୍ଡ ୫୦ଟି ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟ କଥା ବିଚାରକୁ ନେଲେ ନ୍ୟୁଜିଲାଣ୍ଡ ୧୦ଟି ମ୍ୟାଚ୍‌ ଜିତିଥିଲାବେଳେ ଭାରତ କେବଳ ଦିନିକିଆ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଉଭୟଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିଲା। ଏହା ମଧ୍ୟରୁ ନିକଟରେ ଖେଳାଯାଇଥିବା ୨୦୨୧ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ ଓ ୨୦୦୦ ଆଇସିସି ନକ୍‌ଆଉଟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ଏହା ଫଳରେ ଆଇସିସି ନକ୍‌ଆଉଟ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ପ୍ରାଧାନ୍ୟ ରହିଛି। ଶେଷଥର ଲାଗି ଉଭୟଙ୍କ ମଧ୍ୟରେ ୨୦୨୩ ବିଶ୍ୱକପ୍‌ ସେମିଫାଇନାଲରେ ଭେଟଘାଟ ହୋଇଥିଲା। ଏଥିରେ ଭାରତ ସହଜରେ ୭୦ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ଖେଳିଥିବା ଭାରତର ସମସ୍ତ ଟପ୍‌ ଅର୍ଡର ବ୍ୟାଟର ଏଠାରେ ଖେଳିବେ। କିନ୍ତୁ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମୁକାବିଲାରେ ଭାରତ ବିଜୟୀ ହୋଇଛି। ଏହି ପ୍ରଦର୍ଶନ ମଧ୍ୟ ଦଳଠାରୁ ଆଶା କରାଯାଉଛି।

ଦମ୍‌ଦାର ବ୍ୟାଟିଂ

ଭାରତ ଭଳି ନ୍ୟୁଜିଲାଣ୍ଡ ଏହି ଦୁଇଟି ମ୍ୟାଚ୍‌ରେ ଭାରତ ଭଳି ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ପାକିସ୍ତାନରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। କେନ୍‌ ୱିଲିୟମସନ, ୱିଲ ୟଙ୍ଗ୍‌, ଡେଭନ କନୱେ, ଟମ୍‌ ଲାଥମ ଓ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିବା ରାଚିନ ରବୀନ୍ଦ୍ର ସ୍ପିନ୍‌କୁ ଭଲ ମୁକାବିଲା କରନ୍ତି। ଏମାନଙ୍କ ବ୍ୟାଟିଂ ଉପରେ ଦଳର ସଫଳତା ନିର୍ଭର କରୁଛି।

ଭାରତୀୟ ବୋଲରଙ୍କ ଆଗରେ ଭୁଷୁଡିଲା ନ୍ୟୁଜିଲାଣ୍ଡର ବ୍ୟାଟିଂଲାଇନ୍‌, ମାତ୍ର ୧୦୮ରେ ଅଲ୍‌ଆଉଟ
ରାୟପୁର : ଛତିଶଡ଼ଗର ରାୟପୁର ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ଆଜି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରୋହିତଙ୍କ ବୋଲିଂ ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ସଠିକ ସାବ୍ୟସ୍ତ କରି ଦମ୍‌ଦାର ପଦର୍ଶନ କରିବା ସହ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଖେଳିବାର ସୁଯୋଗ ଦେଇନଥିଲେ। ଭାରତର ସବୁ ବୋଲର ସଠିକ ଲାଇନ୍‌ଲେନ୍ଥ ସହ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୩୪.୪ ଓଭରରେ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ କରିଦେଇଛନ୍ତି। ଭାରତକୁ ଏହି ମ୍ୟାଚ ଜିତିବାକୁ ୧୦୯ ରନ୍‌ ଦରକାର।

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଖେଳାଯାଉଥିବା ପ୍ରଥମ ଅର୍ନ୍ତଜାତୀୟ ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପୂର୍ବ ମ୍ୟାଚ ଗୁଡିକରେ ଦମ୍‌ଦାର ପଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ । ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ଟ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ବୋଲିଂ କରିଥିବା ସବୁ ବୋଲର ଓ୍ବିକେଟ ପାଇବାରେ ସଫଳ ହୋଇଥିଲେ । ମହମ୍ମଦ ସମି ୩ଟି ଓ୍ବିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଦେଶର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌। ୫୦,୦୦୦ ପ୍ରାୟ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିଛି। ୨୦୦୮ରେ ନିର୍ମିତ ଏହି ଷ୍ଟାଡିୟମ୍‌ ଦେଶର ତୃତୀୟ ଏବଂ ବିଶ୍ବର ଚତୁର୍ଥ ବୃହତମ। ଛତିଶଗଡ଼ରୁ ୧୮୫୭ରେ ଦେଶ ସ୍ବାଧୀନତାର ନେତୃତ୍ବ ନେଇଥିବା ସୋନଖମର ଜମିଦାର ବୀର ନାରାୟଣ ସିଂହ ଭିଜ୍ଞୱାରଙ୍କ ନାମରେ ଏହା ନାମିତ ହୋଇଛି। ୨୦୧୩ ଓ ୨୦୧୫ ମସିହାରେ ଏଠାରେ ଦୁଇଟି ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଛି। ଏବେ ଅଚଳ ଅବସ୍ଥାରେ ଥିବା ସିଏଟି୨୦ର ୮ ମ୍ୟାଚ୍‌ ୨୦୧୪ରେ ଖେଳାଯାଇଥିଲା। ଚଳିତ ବର୍ଷ ମହିଳା ଆଇପିଏଲ୍‌ର କିଛି ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବାକୁ ଯାଉଛି।

ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ, ଗୋଟିଏ ଇନିଂସରେ ଅକ୍ତିଆର କଲେ ସମସ୍ତ ୧୦ଟି ଯାକ ୱିକେଟ୍
ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଇତିହାସ ରଚିଛନ୍ତି ସ୍ପିନର ଏଜାଜ ପଟେଲ। ଭାରତର ପ୍ରଥମ ଇନିଂସର ସମସ୍ତ ୧୦ଟି ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଜିମ୍ ଲେକର ଏବଂ ଭାରତର ଲିଜେଣ୍ଡ ସ୍ପିନର ଅନିଲ କୁମ୍ବଲେ ଏହି ରେକର୍ଡ ହାସଲ କରିଥିଲେ ।

ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି।

ଏଜାଜ ପଟେଲଙ୍କ ପାଇଁ ମୁମ୍ବାଇ ଟେଷ୍ଟ ଅତ୍ୟନ୍ତ ସ୍ମରଣୀୟ ରହିଛି। କାହିଁକି ନା ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ଆଉ ଏବେ ତାଙ୍କ ଜନ୍ମସ୍ଥାନରେ ଏମିତି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା କୌଣସି ନ୍ୟୁଜିଲାଣ୍ଡ ସ୍ପିନର କରିନଥିଲେ । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ ଏଜାଜ ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଯାଇଥିଲେ । ସେଠାକାର ନାଗରିକତ୍ୱ ପରେ ଏଜାଜ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ସେବେଠାରୁ ଏଜାଜ ମଧ୍ୟ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଏଜାଜ ପଟେଲ ୧୦ ଓ୍ୱିକେଟ ହାସଲ କରି ଯେତେବେଳେ ପ୍ୟାଭିଲିୟନ ଫେରିଥିଲେ ସେ ସମୟରେ ଭାରତୀୟ ଖେଳାଳି ମଧ୍ୟ ଏଜାଜଙ୍କୁ ଅଭିବାଦନ ଦେଇଥିଲେ ।

ଭାରତ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦; ଟସ୍ ଜିତି ବୋଲିଂ କରିବ ଟିମ୍ ଇଣ୍ଡିଆ, ଡେବ୍ୟୁ କଲେ ହର୍ଷଲ ପଟେଲ
ରାଞ୍ଚି: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ରାଞ୍ଚିରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍ । ଦ୍ବିତୀୟ ଟି-୨୦ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ଏବେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ରହିଛି । ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ନୂଆ କୋଚ୍ ରାହୁଲ ଦ୍ରାବିଡ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଜୟର ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଆଜିର ମ୍ୟାଚରେ ପରାଜୟ ଲାଭ କରେ ତେବେ ଏହି ସିରିଜରେ ମଧ୍ୟ ପରାଜୟ ବରଣ କରିବ ନ୍ୟୁଜିଲାଣ୍ଡ । ସେଥିପାଇଁ ଦ୍ବିତୀୟ ଟି-୨୦ ମ୍ୟାଚ ଜିତି ସିରିଜ୍‌ ବରାବର କରିବାକୁ ଚେଷ୍ଟା କରିବ କିଓ୍ବି ଟିମ ।

🎥 🎥 Congratulations to @HarshalPatel23 who is set to make his #TeamIndia debut. 👏 👏@Paytm #INDvNZ pic.twitter.com/n9IIPXFJQ7

— BCCI (@BCCI) November 19, 2021

ତେବେ ବଡ କଥା ହେଉଛି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନ​‌ରେ ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ ।

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର୍।

ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ୍, ଡାରିଏଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଟିମ୍ ସିଫର୍ଟ (ୱିକେଟ୍ କିପର), ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଟିମ୍ ସାଉଦୀ (କ୍ୟାପଟେନ୍), ଟଡ୍ ଆଷ୍ଟଲ୍, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ରାଞ୍ଚିରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ ଉପରେ ସଙ୍କଟର କଳା ବାଦଲ; ସ୍ଥଗିତ ରଖିବାକୁ ହାଇକୋର୍ଟରେ ପିଟିସନ୍
ରାଞ୍ଚି: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୯ ରେ ରାଞ୍ଚିରେ ଖେଳାଯିବ । ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘୂରି ବୁଲୁଛି। ବାସ୍ତବରେ ଶୁକ୍ରବାର ଦିନ ଏଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ କିମ୍ବା ଷ୍ଟାଡିୟମର ଅଧା କ୍ଷମତା ସହିତ ମ୍ୟାଚକୁ ଅନୁମତି ଦେବାକୁ ଦାବି କରି ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଶୁକ୍ରବାର ଦିନ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଜେଏସସିଏ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଦର୍ଶକଙ୍କ ପାଇଁ ୧୦୦ ପ୍ରତିଶତ ସିଟ୍ ଖୋଲିବା ବିରୋଧରେ ଝାଡଖଣ୍ଡ ହାଇକୋର୍ଟର ଓକିଲ ଧୀରଜ କୁମାର ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଓକିଲ ଧୀରଜ କୁମାର ତାଙ୍କ ଆବେଦନରେ କହିଛନ୍ତି ଯେ ଯେତେବେଳେ କରୋନା ସଂକ୍ରମଣ ହେତୁ ମନ୍ଦିର ଏବଂ ରାଜ୍ୟର ସମସ୍ତ କୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରୁଛନ୍ତି, ତେବେ କେଉଁ ନିୟମ ଅନୁଯାୟୀ ରାଜ୍ୟ ସରକାର ଶତପ୍ରତିଶତ ଦର୍ଶକଙ୍କୁ ନେଇ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଆୟୋଜନ କରିଛନ୍ତି ? ଏହି ଆବେଦନରେ ଆସନ୍ତାକାଲିର ମ୍ୟାଚ୍ ସ୍ଥଗିତ ରଖିବାକୁ କିମ୍ବା ଶତପ୍ରତିଶତ ଷ୍ଟାଡିୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ଓକିଲ ଜଣକ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ବାରା ଶୀଘ୍ର ଶୁଣାଣି ହୋଇପାରିବ ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଦେଶ ଉପରେ ରୋକ୍ ଲଗାଯାଇ ପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପାଇଁ ଷ୍ଟାଡିୟମର ୫୦% ସିଟ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ପରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିଲା ଏବଂ ଆୟୋଜକମାନଙ୍କୁ ଷ୍ଟାଡିୟମର ସମସ୍ତ ସିଟ୍ ବୁକ୍ କରିବାକୁ ଅନୁମତି ଦିଆଯାଇଥିଲା।