GOLD PRICE - The Sakala
ସରକାରୀ ଅନୁମତି ମିଳିବାରେ ବିଳମ୍ବ: ସୁନା ଓ ରୁପା ଆମଦାନୀ ଉପରେ ରୋକ୍ ଲଗାଇଲେ ଭାରତୀୟ ବ୍ୟାଙ୍କ
ନୂଆ ସରକାରୀ ଅନୁମତି ମିଳିବାରେ ବିଳମ୍ବ ହେତୁ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଦେଶୀ ଯୋଗାଣକାରୀଙ୍କଠାରୁ ସୁନା ଏବଂ ରୁପା ଆମଦାନୀକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (DGFT) ପକ୍ଷରୁ ନୂତନ ଆର୍ଥିକ ବର୍ଷ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି ନହେବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କଷ୍ଟମ୍ସ କ୍ଲିୟରାନ୍ସ ଅଭାବରୁ ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ଟନ୍ ଟନ୍ ମୂଲ୍ୟବାନ ଧାତୁ ଅଟକି ରହିଥିବା ସୂଚନା ମିଳିଛି।
ସୀମା ଶୁଳ୍କ ବିଭାଗରେ ଅଟକିଛି ଟନ୍ ଟନ୍ ସୁନା-ରୁପା
ପ୍ରତିବର୍ଷ ଏପ୍ରିଲ୍ ମାସ ଆରମ୍ଭରେ ସୁନା ଓ ରୁପା ଆମଦାନୀ ପାଇଁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥାଏ। ପୂର୍ବ ଆଦେଶର ବୈଧତା ଗତ ମାର୍ଚ୍ଚ ୩୧, ୨୦୨୬ ରେ ଶେଷ ହୋଇଯାଇଛି। ତେବେ ଚଳିତ ବର୍ଷ ନୂଆ ଅନୁମୋଦନ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ବ୍ୟାଙ୍କଗୁଡ଼ିକ ନୂଆ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି। ବଜାର ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଷ୍ଟମ୍ସ କ୍ଲିୟରାନ୍ସ ନହେବା କାରଣରୁ ବର୍ତ୍ତମାନ ପ୍ରାୟ ୫ ଟନ୍ ସୁନା ଏବଂ ୮ ଟନ୍ ରୁପା ଅଟକି ରହିଛି। ପୂର୍ବ ଅର୍ଡରଗୁଡ଼ିକ ରିଲିଜ୍ ନହେବା ପର୍ଯ୍ୟନ୍ତ ନୂଆ ଅର୍ଡର ଦେବାର କୌଣସି ଅର୍ଥ ନାହିଁ ବୋଲି ବୁଲିୟନ୍ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।
ଅକ୍ଷୟ ତୃତୀୟା ପୂର୍ବରୁ ଦର ବୃଦ୍ଧି ଆଶଙ୍କା
ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଗ୍ରାହକ ଏବଂ ରୁପାର ସବୁଠାରୁ ବଡ଼ କ୍ରେତା ଅଟେ। ଆମଦାନୀ ବନ୍ଦ ରହିବା କାରଣରୁ ସ୍ଥାନୀୟ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ଆଗକୁ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଆସୁଥିବାରୁ ସୁନା ବଜାରରେ ଚାହିଦା ବୃଦ୍ଧି ପାଇବା ସ୍ୱାଭାବିକ। ଏଭଳି ସମୟରେ ଯୋଗାଣ ବ୍ୟାହତ ହେଲେ ଖୁଚୁରା ବଜାରରେ ସୁନା ଏବଂ ରୁପା ଦରରେ ଅହେତୁକ ବୃଦ୍ଧି ଘଟିବା ସହ ପ୍ରିମିୟମ୍ ଚାର୍ଜ ମଧ୍ୟ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ସୁନା ଦର ରେକର୍ଡ ସ୍ତରରେ ବୃଦ୍ଧି; ୨୨ କ୍ୟାରେଟ୍‌ ସୁନା ୧୦ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା
ନୂଆଦିଲ୍ଲୀ: ସୁନା ଦରରେ ଲମ୍ବ ଡିଆଁ । ହୁ ହୁ ହୋଇ ବଢୁଛି ସୁନା ରେଟ୍ । ୧୦ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢ଼ି ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ଗ୍ରାମ ପିଛା ୧୦ ହଜାର ୮୦୦ ଟଙ୍କା ବଢ଼ି ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ହୋଇଛି ।
ରେକର୍ଡ ସ୍ତରରେ ବୃଦ୍ଧି ପାଇଛି ସୁନା ଦର । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ରୂପା କିଲୋଗ୍ରାମ ୨୦,୦୦୦ ଟଙ୍କା ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ₹୪ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।
Gold Rate Today: ହୁ ହୁ ହୋଇ ବଢୁଛି ସୁନା ଦର, ପ୍ରଥମ ଥର ପାଇଁ ୧୦ଗ୍ରାମକୁ ଦେଢ଼ଲକ୍ଷ ଟପିଲା ସୁନା ଦାମ୍
ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ । ହୁ ହୁ ହୋଇ ବଢୁଛି ସୁନା ଦର । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ୧୦ଗ୍ରାମ ସୁନାର ଦର ଦେଢ ଲକ୍ଷ ଟପିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୭ହଜାର ୨୬୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୧ ଲକ୍ଷ ୪୪ ହଜାର ୧୫୦ ଟଙ୍କା। ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି। ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଆମେରିକା ଏବଂ ୟୁରୋପ ମଧ୍ୟରେ ଗମ୍ଭୀର ହେବାରେ ଲାଗିଥିବା କୂଟନୈତିକ ଏବଂ ବାଣିଜ୍ୟ ଉତ୍ତେଜନା ବର୍ତ୍ତମାନ ବିଶ୍ୱ ଆର୍ଥିକ ବଜାରକୁ ସିଧାସଳଖ ପ୍ରଭାବିତ କରୁଛି। ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଆମେରିକାର ଆକ୍ରମଣାତ୍ମକ ରଣନୀତି ଏବଂ ୟୁରୋପୀୟ ଦେଶଗୁଡ଼ିକ ଉପରେ ସମ୍ଭାବ୍ୟ ଶୁଳ୍କ ଲାଗୁ ଧମକ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଏହି ଅନିଶ୍ଚିତ ପରିବେଶରେ ସୁରକ୍ଷିତ ନିବେଶ ଭାବରେ ବିବେଚିତ ସୁନା ଏବଂ ରୂପାର ଚାହିଦା ବୃଦ୍ଧି ପାଇଛି, ଯାହା ଉଭୟ ଧାତୁକୁ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚାଇଛି। ବଜାର ବିଶେଷଜ୍ଞଙ୍କ ମତରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟ ଯୁଦ୍ଧର ସମ୍ଭାବନା ଭବିଷ୍ୟତରେ ବଜାର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମ ପିଛା ଲକ୍ଷେ ୨୭ ଛୁଇଁଲା ୨୨ କ୍ୟାରେଟ୍
ଭୁବନେଶ୍ୱର: ସୁନା ଦରରେ ଲାଗିଛି ନିଆଁ । ଆଜି ରେକର୍ଡ ସ୍ତରରେ ସୁନା ଦର ଛୁଇଁଛି । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୨୪ ଶହ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୫ଶହ ୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ୨୨ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି ।
ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।
ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ବର୍ଷ ସୁନା ଏବଂ ରୁପା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରିଟର୍ଣ୍ଣ ଦୃଷ୍ଟିରୁ, ଗତ ୧୦ ବର୍ଷ ମଧ୍ୟରେ ୨୦୨୫ ଉଭୟ ସୁନା ଓ ରୁପା ପାଇଁ ସର୍ବୋତ୍ତମ ବର୍ଷ ପ୍ରମାଣିତ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ରୁପା ବିଶ୍ୱ ବଜାରରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଚଳିତବର୍ଷ ରୁପା ମୂଲ୍ୟରେ ମଧ୍ୟ ପ୍ରାୟ ୧୦୦% ବୃଦ୍ଧି ଦେଖାଯାଇଛି।  ବିଶେଷଜ୍ଞମାନେ କୁହନ୍ତି ଯେ ବର୍ତ୍ତମାନର ଉଚ୍ଚ ସ୍ତର ସତ୍ତ୍ୱେ, ନିବେଶକମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଦୀର୍ଘକାଳୀନ ନିବେଶକମାନଙ୍କ ପାଇଁ ଧୀରେ ଧୀରେ କିଣିବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ।
ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଆକଳନ: ୨୦୨୬ରେ ଦୁଇ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ: ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି। ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନାଁ ଧରୁନାହିଁ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମା ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି।  ବୃଦ୍ଧି ପାଇସାରିଛି। ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି। କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ। ସେହିପରି ବର୍ଷ ୨୦୨୬ରେ ମଧ୍ୟ ରୁପା ମୂଲ୍ୟ ଅଢ଼େଇ ଲକ୍ଷ ସ୍ତ ଛୁଇଁପାରେ।
୨୦୨୫ ଭଳି ୨୦୨୬ରେ ସୁନା ମୂଲ୍ୟରେ  ବୃଦ୍ଧି କ୍ଷେତ୍ରରେ ବର୍ତ୍ତମାନର ଧାରା ଜାରି ରହିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ। ଅନେକ ଲୋକ ଏ ନେଇ ଭବିଷ୍ୟବାଣୀ କରୁଛନ୍ତି, କିନ୍ତୁ ଏଥର ଭବିଷ୍ୟବାଣୀ ବହୁତ ଭୟଙ୍କର। ଯଦି ବିଶ୍ୱ ସ୍ୱର୍ଣ୍ଣ ପରିଷଦର ସିଇଓ ଡେଭିଡ୍ ଟେଟ୍‌ଙ୍କ ଆକଳନ ସତ  ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୬,୦୦୦ ଡଲାର ଅତିକ୍ରମ କରିଯିବ। ଭାରତୀୟ ଟଙ୍କାରେ, ସୁନାର ମୂଲ୍ୟ ୧,୯୦,୦୦୦ରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ସେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ମୂଲ୍ୟ ୨୦୨୬ରେ ମଧ୍ୟ ଉଚ୍ଚରେ ରହିବ।  ଟେଟ୍ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ପାଇଁ ଅନେକ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛିସୁନା ଏକ  ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିବା  ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରୟ  ଓ  ଇଟିଏଫ୍‌ରେ ନିବେଶ।  ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୩୪,୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୨୩,୩୦୦ ଟଙ୍କା ହୋଇଛି।
ଅପରପକ୍ଷେ ଗୁରୁବାର (ଗକ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ରୁପା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭୁବନେଶ୍ବରରେ ଆଜି ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୨,୦୦୦ ଟଙ୍କା ବୃଦ୍ଧି ପାଇ  ୨,୨୧,୦୦୦ ରେ ବନ୍ଦ ହୋଇଛି। ଗତକାଲି, ରୁପା ମୂଲ୍ୟ କିଲୋ ପିଛା ୨,୧୯,୦୦୦ ଟଙ୍କା ଥିଲା।  ଚଳିତବର୍ଷ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧,୧୫,୨୩୩ ଟଙ୍କା ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ବୃଦ୍ଧିର ୪ ପ୍ରମୁଖ କାରଣ। ଶିଳ୍ପ ଚାହିଦାରେ ବୃଦ୍ଧି । ଯଥା ସୌର, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ବ୍ୟାପକ ବ୍ୟବହାର ଯୋଗୁ, ରୂପା ଆଉ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ନାହିଁ।
ଟ୍ରମ୍ପଙ୍କ ସମ୍ଭାବ୍ୟ ଶୁଳ୍କ ନୀତିର ଭୟ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ଷ୍ଟକ୍ ସଂଗ୍ରହ କରୁଛନ୍ତି। ଏହା ବିଶ୍ୱ ଯୋଗାଣ ଉପରେ ଚାପ ପକାଇଛି। ୩ୟ ଟି ହେଉଛି, ଉତ୍ପାଦନ ବନ୍ଦ ହେବାର ଭୟ ଯୋଗୁଁ ନିର୍ମାତାମାନେ ଆଗୁଆ କ୍ରୟ କରୁଛନ୍ତି, ଯାହା ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି କରିବ। ଚତୁର୍ଥ କାରଣ ହେଉଛି,  ନିବେଶକମାନେ ରୁପା ଇଟିଏଫ୍‌  ମାଧ୍ୟମରେ ରୁପାରେ ସେମାନଙ୍କର ନିବେଶ ବୃଦ୍ଧି କରୁଛନ୍ତି, ଯାହା ଚାହିଦାକୁ ଆହୁରି ମଜବୁତ କରୁଛି।
କମୁଛି ସୁନା ଚମକ, ଆହୁରି ବଢ଼ିବ ରୁପା ଦର...
ଭୁବନେଶ୍ବର: କ୍ରମାଗତ ଭାବେ ଉପରକୁ ଉଠିଚାଲିଥ଄ବା ସୁନା ମୂଲ୍ୟରେ ହ୍ରାସ ଘଟିବାର କୌଣସି ସଙ୍କେତ ଦେଖାଯାଉନାହିଁ। କାରଣ ଧନତେରସ ପରଠାରୁ ଦେଶରେ ସୁନା ମୂଲ୍ୟରେ ନିରନ୍ତର ହ୍ରାସ ଘଟୁଛି। ତେବେ ସୁନା ମୂଲ୍ୟେୋର ଏହି ହ୍ରାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି, କାରଣ ସେବେଠାରୁ ବର୍ତ୍ତମାନ ଯାଏ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ପ୍ରାୟ ୧୦ ହଜାର ଟଙ୍କା ହ୍ରାସ ଘଟିଛଇ। ଏହି ହ୍ରାସ ଧାରା ମଙ୍ଗଳବାର ମଧ୍ୟ ଜାରି ରହିଛି, ଯାହା ଏହି ମୂଲ୍ୟବାନ ଧାତୁର ଚମକକୁ ଆହୁରି କମ୍‌ କରିଦେଇଛି। ଚଳିତମାସ ୧୭ରେ ଏମ୍‌ସିଏକ୍ସରେ ସୁନା ମୂଲ୍ୟ  ସର୍ବକାଳୀନ ସର୍ବୋଚ୍ଚ ୧,୩୨,୨୯୪ ଟଙ୍କା ସ୍ତରରେ ପହଞ୍ଚିଥିଲା, ଯେତେବେଳେ କି ଅକ୍ଟୋବର ୨୮ରେ ଏହା ୧,୨୦,୦୯୨ ଟଙ୍କା ସ୍ତରକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ମାତ୍ର ୧୧ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨,୨୦୨ ଟଙ୍କା ହ୍ରାସ ପାଇଛି।
ସୁନା ମୂଲ୍ୟରେ ଏହି ନିରନ୍ତର ହ୍ରାସର କାରଣ ଉପରେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ପଛରେ ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ କାରଣର ମିଶ୍ରଣ ରହିଛି। ଏହା ବର୍ତ୍ତମାନ ପରିଓ୍ତିତିରେ ସୁନା ମୂଲ୍ୟ ହ୍ରାସର ଗୋଟିଏ କାରଣ ନୁହେଁ, ବରଂ ଅନେକ ମୋର୍ଚ୍ଚାରେ ଏକକାଳୀନ ପରିସ୍ଥିତି ସୃଷ୍ଟି ହେବାର ଫଳାଫଳ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନାରେ ହ୍ରାସ। ବିଶ୍ୱର ଏହି ଦୁଇ ବୃହତ ଅର୍ଥନୀତି ମଧ୍ୟରେ ଉନ୍ନତ ବାଣିଜ୍ୟ ସମ୍ପର୍କ ପାଇଁ ଆଶା ବୃଦ୍ଧି ପାଇଛି। ସମ୍ପ୍ରତି, ଉଭୟ ଦେଶର ଶୀର୍ଷ ଅର୍ଥନୈତିକ ଅଧିକାରୀମାନେ ଏକ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିର ରୂପରେଖା ଉପରେ ସହମତ ହୋଇଛନ୍ତି। ଆଶା କରାଯାଉଛି ଯେ ଚଳିତ ସପ୍ତାହର ଶେଷ ଭାଗରେ ଦକ୍ଷିଣ କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହାକୁ ଚୂଡ଼ାନ୍ତ କରାଯାଇପାରିବ। ଯେତେବେଳେ ଦୁଇଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଉତ୍ତେଜନା କମ୍‌ ହୁଏ ,ସେତେବେଳେ ନିବେଶକମାନେ ସୁନାରୁ ଟଙ୍କାକୁ ନିବେଶ ସ୍ଥାନାନ୍ତର କରିଥାନ୍ତି। କାରଣ ଏହାକୁ ଏକ ନିରାପଦ ନିବେଶ ବୋଲି ବିବେଚନା କରାଯାଏ। ସୁନା ମୂଲ୍ୟରେ ହ୍ରାସର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭର ନିଷ୍ପତ୍ତିକୁ  ନିବେଶକମାନେ ଅପେକ୍ଷା କରିଛନ୍ତି। ଫେଡେରାଲ୍ ରିଜର୍ଭଙ୍କ ନୀତି ସିଧାସଳଖ ଡଲାରର ଶକ୍ତି ଏବଂ ବଣ୍ଡ ଇଲ୍ଡକୁ ପ୍ରଭାବିତ କରେ। ଯଦି ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରେ, ତେବେ ଡଲାର ମଜବୁତ ହୁଏ, ଯାହା ସୁଧ-ମୁକ୍ତ ସୁନାରେ ନିବେଶକୁ କମ୍ ଆକର୍ଷଣୀୟ କରିଥାଏ। ଅପରପକ୍ଷେ ସୁନା ମୂଲ୍ୟର ହ୍ରାସର ତୃତୀୟ କାରଣ ହେଉଛି ଡଲାରର ନିରନ୍ତର ଶକ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଡଲାରରେ କାରବାର ହୁଏ। ଯେତେବେଳେ ଡଲାର ମଜବୁତ ହୁଏ, ଅନ୍ୟ ମୁଦ୍ରା (ଯେପରିକି ଟଙ୍କା) ଧାରଣ କରୁଥିବା ଦେଶଗୁଡ଼ିକ ପାଇଁ ସୁନା କିଣିବା ମହଙ୍ଗା ହୋଇଯାଏ, ଯାହା ସ୍ୱାଭାବିକ ଭାବରେ ଏହାର ଚାହିଦା ହ୍ରାସ କରେ। ଏହି ବିଶ୍ୱ ସଙ୍କେତ ସହିତ ମିଶି ଘରୋଇ ଏବଂ ଅନ୍ତର୍ଜାତୀୟ ନିବେଶକମାନେ ବର୍ତ୍ତମାନ ସ୍ତରରେ ପ୍ରଫିଟ୍‌ ବୁକିଂକରୁଛନ୍ତି। ପୂର୍ବରୁ କମ ମୂଲ୍ୟରେ ସୁନା କିଣିଥିବା ନିବେଶକମାନେ ଏବେ ଲାଭ ପାଇବା ପାଇଁ ସେମାନଙ୍କର ସୁନା ବିକ୍ରି କରୁଛନ୍ତି। ଏହି ବହୁଳ ବିକ୍ରି ହଠାତ୍ ବଜାରରେ ସୁନାର ଯୋଗାଣ ବୃଦ୍ଧି କରି ମୂଲ୍ୟ ହ୍ରାସ କରୁଛି।
ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୦,୭୦୦ ଟଙ୍କା ଏବଂ ୧,୧୦,୭୫୦ ଟଙ୍କା ସ୍ତରକୁ ଖସିଆସିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୯,୦୦୦ ଟଙ୍କା ରହିଛି। ଅପରପକ୍ଷେ ସୋମବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୩,୧୫୦ ଟଙ୍କା ଏବଂ ୧,୧୩,୦୦୦ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୧,୦୦୦ ଟଙ୍କା ରହିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୪୫,୯୩୬ ଟଙ୍କା ଏବଂ ରୁପା କିଲୋ ପିଛା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି।
ଆହୁରି ବଢ଼ିବ ରୁପା ଦର
-ମୂଲ୍ୟ ରେକର୍ଡ ସ୍ତରରୁ ୧୮% ଖସିଲାଣି
-ଆସନ୍ତା ବର୍ଷ ୫୦% ରିଟର୍ଣ୍ଣ ଦେବ
ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ  ସୁନାକୁ ଟପିଯାଇଛି ରୁପା ଦର। ମାତ୍ର ବର୍ଷକ ମଧ୍ୟରେ ରୁପା ନିବେଶକଙ୍କୁ ୫୦% ରିଟର୍ଣ୍ଣ ଦେଇଛି। ବିଶେଷକରି ଦୀପାବଳି ପରଠାରୁ ରୁପାର ଚାହିଦା ଯଥେଷ୍ଟ ହ୍ରାସ ପାଇଛି।  ବର୍ତ୍ତମାନ ବଜାରରେ ରୁପା ମୂଲ୍ୟ ଏହାର ପୂର୍ବର ରେକର୍ଡ ସ୍ତରଠାରୁ ୧୮% ହ୍ରାସ ପାଇଛି। ଏହାର ଏକ ବଡ଼ କାରଣ ହେଉଛି, ବିଶ୍ୱ ବାଣିଜ୍ୟ ଉତ୍ତେଜନାରେ ହ୍ରାସ।  ଏହି ପରିସ୍ଥ଄ତି ରୁପା ଭଳି ଅନ୍ୟ ଏକ ସୁରକ୍ଷିତ ଆଶ୍ରୟସ୍ଥଳର ଚାହିଦାକୁ ଯଥେଷ୍ଟ ହ୍ରାସ କରିଛି। ଏହା ସତ୍ତ୍ୱେ, ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ରୁପା ଦର ଆଗକୁ  ଆହୁରି ବଢ଼ିବ। ଗତ ଦୁଇ ସପ୍ତାହ ମଧ୍ୟରେ ରୁପା ମୂଲ୍ୟରେ ୧୮% ହ୍ରାସ ପରେ, ଷ୍ଟକ୍ ବଜାର ବାହାରେ ଆୟ ଖୋଜୁଥିବା ନିବେଶକମାନେ ପୁଣି ରୂପା କିଣିବା ବିଷୟରେ ବିଚାର କରିପାରନ୍ତି। ସାମ୍ପ୍ରତିକ ଦୁର୍ବଳତା ସତ୍ତ୍ୱେ, ବିଶ୍ଳେଷକମାନେ କୁହନ୍ତି ଯେ ରୁପାରେ ଆଗାମୀ ବର୍ଷ  ୫୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପ୍ରଦାନ କରିବାର ସମ୍ଭାବନା ରହିଛି।
ମୋତିଲାଲ ଓସୱାଲ ଫାଇନାନ୍ସିଆଲର ଗବେଷଣା ବିଶ୍ଳେଷକ ମାନବ ମୋଦି କୁହନ୍ତି, ଆମେ ବିଶ୍ୱାସ କରୁଛୁ ଯେ ରୂପା ମୂଲ୍ୟ ଆଗାମୀ କିଛି ମାସ ମଧ୍ୟରେ ପ୍ରତି ଆଉନ୍ସ ୫୦-୫୫ ଡଲାର ମଧ୍ୟରେ ସ୍ଥିର ରହିବ। ସାମ୍ପ୍ରତିକ ଉଚ୍ଚ ଦରରେ କିଛି ପ୍ରଫିଟ୍‌ ବୁକିଂ ହେବାର ସମ୍ଭାବନା ରହିଛି। ୨୦୨୬ ଶେଷ ସୁଦ୍ଧା ଏହା ପ୍ରତି ଆଉନ୍ସ  ୭୫ ଡଲାର ରେ ପହଞ୍ଚିପାରେ। ଯଦି ଡଲାର ମୂଲ୍ୟ ପ୍ରାୟ ୯୦ ଟଙ୍କା ସ୍ତର ପାଖାପାଖÒ ରୁହେ, ତେବେ ଘରୋଇ ବଜାରରେ ମୂଲ୍ୟ କିଲୋଗ୍ରାମ ପିଛା ୨,୪୦,୦୦୦ ଟଙ୍କାରେ ପହଞ୍ଚିପାରେ। ଅନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ଅକ୍ଟୋବର ୧୬ରେ ପ୍ରତି ଆଉନ୍ସ ୫୪.୪୫ ଡଲାରର ସର୍ବୋଚ୍ଚ ସ୍ତରରେ ଥିବାବେଳେ ବର୍ତ୍ତମାନ ଏହା ୧୦.୯ ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ ଘରୋଇ ମୂଲ୍ୟ ଅକ୍ଟୋବର ୧୪ରେ ପ୍ରତି କିଲୋଗ୍ରାମ ୮୨,୫୦୦ ଟଙ୍କାରୁ ୧୮ ପ୍ରତିଶତ ହ୍ରାସ ପାଇ  ୧,୪୯,୫୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ମଧ୍ୟରେ ବିପଦ ବୃଦ୍ଧି ଏବଂ ନିରାପଦ ସ୍ଥାନ ଚାହିଦା ହ୍ରାସ ମୂଲ୍ୟବାନ ଧାତୁ ପ୍ରତି ନିବେଶକଙ୍କ ଆଗ୍ରହକୁ ହ୍ରାସ କରିଛି, ଯାହା ଫଳରେ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଏହି ହ୍ରାସ ଚଳିତ ମାସ ଆରମ୍ଭରେ ଏକ ତୀବ୍ର ବୃଦ୍ଧି ପରେ ହୋଇଛି, ଯାହା ବ୍ୟବସାୟୀମାନଙ୍କୁ ଲାଭ ବୁକ୍ କରିବାକୁ ପ୍ରେରଣା ଦେଇଛି। ଗତ ବର୍ଷ ମଧ୍ୟରେ, ରୂପା ଡଲାର ହିସାବରେ ୪୪% ଏବଂ ଟଙ୍କା ହିସାବରେ ୫୫.୭୨% ଫେରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗାଣ ଅଭାବ ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି, ରୂପା ମୂଲ୍ୟ ପ୍ରତି ଆଉନ୍ସ ୫୦ରୁ ୫୫ ଡଲାର ମଧ୍ୟରେ ସ୍ଥିର ରହିପାରେ।
ଦୀପାବଳି ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଦେଶରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି, ଯାହା ନିଫ୍ଟି ସୂଚକାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ସୂଚକାଙ୍କକୁ ପଛରେ ପକାଇଦେଇଛି। ଏହି ବୃଦ୍ଧି ଅନେକ କାରଣ ଦ୍ୱାରା ପରିଚାଳିତ ହୋଇଛି, ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତ୍ୟଧିକ କ୍ରୟ, ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ବାଣିଜ୍ୟ ଅନିଶ୍ଚିତତା, ଡଲାର ସୂଚକାଙ୍କ ଦୁର୍ବଳ ହେବା, ଆର୍ଥିକ ମାନ୍ଦାବସ୍ଥାର ଭୟ ଏବଂ ଇଟିଏଫ୍‌ରେ ଦୃଢ଼ ନିବେଶ ପ୍ରବାହ ଅନ୍ତର୍ଭୁକ୍ତ। ଆସନ୍ତା ଦିପାବଳୀ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ଦେଢ଼ ଲକ୍ଷ ଛୁଇଁବା ନେଇ ଆକଳନ କରାଯାଇଛି। ମାତ୍ର ସପ୍ତାହରେଦେଶରେ ସୁନା  ମୂଲ୍ୟ ୩୯୨୦ ଟଙ୍କା ବୃଦ୍ଧି ପାଇଛି।
ଭୁବନେଶ୍ୱର: ମଙ୍ଗଳବାର ପୁଣି ବଢିଛି ସୁନାର ମୂଲ୍ୟ। ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୧୩୦ ଟଙ୍କା ରହିଛି । ଗତକାଲି ଏହା ୯୭,୬୪୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୮୯,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୫୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୩,୬୦୦ ଟଙ୍କା ରହିଛି । ଗତକାଲି ଏହା ୭୩,୨୩୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ହୋଇଛି ।
ରେକର୍ଡ କଲା ସୁନା ମୂଲ୍ୟ: ଆଉନ୍ସ ପିଛା ମୂଲ୍ୟ ୩୦୦୦ ଡଲାର ପାର୍‌, ୭୫ ଦିନରେ ୧୪% ବଢ଼ିଲା ମୂଲ୍ୟ
ୱାଶିଂଟନ ଯୁଦ୍ଧ ଯୋଗୁଁ ବିଶ୍ବରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ସୁନା ଆଉନ୍ସ ପିଛା ମୂଲ୍ୟ ୩ ହଜାର ଡଲାର ପାର୍‌ କରିଯାଇଛି। ଏହା ଗତ ଶୁକ୍ରବାର ୩, ୦୦୪.୮୬ ଡଲାର ଥିଲା। ଚଳିତ ବର୍ଷ ସୁନା ଦାମ ରକେଟ୍‌ ଗତିରେ ବଢ଼ିବାରେ ଲାଗିଛି। ମାତ୍ର ୭୫ ଦିନରେ ସୁନା ମୂଲ୍ୟ ୧୪ ପ୍ରତିଶତ ବୃଦ୍ଧି ପାଇଛି। ଷ୍ଟାଣ୍ଡାର୍ଡ ଚାଟାର୍ଡର ବିଶ୍ଳେଷକ ସୁକି କପୁରଙ୍କ ଅନୁଯାୟୀ ଦେଶ ଦେଶ ମଧ୍ୟରେ ଅନିଶ୍ଚିତତା ଏବଂ ଶୁଳ୍କରେ ହେଉଥିବା ପରିବର୍ତ୍ତନ ମଧ୍ୟରେ ସୁନା ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଅନ୍ୟ ଜଣେ ବିଶେଷଜ୍ଞ ଭିକ୍ଟୋରିଆ ହସ୍ଲରଙ୍କ ସୂଚନା ଅନୁଯାୟୀ ଏହି ମୂଲ୍ୟ ବୃଦ୍ଧି ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଟ୍ରମ୍ପଙ୍କ ଶୁଳ୍କ ଧମକ ତଥା ଏ ସମ୍ବନ୍ଧରେ ସେ ସାମାଜିକ ଗଣମାଧ୍ୟମରେ ଦେଉଥିବା ଟିପ୍ପଣୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଏ ସବୁ ଯୋଗୁ ସୁନା ମୂଲ୍ୟ ରେକର୍ଡସ୍ତରରେ ପହଞ୍ଚି ଯାଇଛି। ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁନା କିଣାଯିବାର ପ୍ରଭାବ ମଧ୍ୟ ପଡୁଛି। ନିକଟ ଭବିଷ୍ୟତରେ ମୂଲ୍ୟ କମ୍‌ ହେବାର ଆଶଙ୍କା ମଧ୍ୟ ନାହିଁ। ଗତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜ ସ୍ବର୍ଣ୍ଣ ଭଣ୍ଡାରରେ ୧,୦୪୫ ଟନ୍‌ ସୁନା ସାମିଲ କରିଥିଲେ। କ୍ରମାଗତ ତୃତୀୟ ବର୍ଷ ପାଇଁ ହଜାରେ ଟନ୍‌ରୁ ଅଧିକ ସୁନା କିଣିଥିଲେ। ସୂଚନାଯୋଗ୍ୟ ଯେ ୨୦୧୮ ଶେଷବେଳକୁ ସୁନା ଆଉନ୍ସ ପିଛା ମୂଲ୍ୟ ୧୨୦୦ ଡଲାରରୁ ତଳକୁ ଖସି ଯାଇଥିଲା। ମାତ୍ର ଏହା ପରଠାରୁ ଦର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କରୋନା ମହାମାରୀ ପରେ ସୁନା ନିବେଶକଙ୍କୁ ଆକୃଷ୍ଟ କରୁଛି। ଏହାକୁ ସୁରକ୍ଷିତ ସମ୍ପତ୍ତି ଧରାଯାଉଛି। ସାଧାରଣତଃ ଆର୍ଥିକ ଅସ୍ଥିରତା ସମୟରେ ସୁନା ମୂଲ୍ୟ ବୃଦ୍ଧି ପାଇଥାଏ।
ଡିସେମ୍ବର ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର, ଗୋଟିଏ ଦଶନ୍ଧିରେ ମୂଲ୍ୟ ୨୫ ହଜାରରୁ ୮୪,୦୦୦ ଟପିଲାଣି
ନୂଆଦିଲ୍ଲୀ : ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏହା ୨୫,୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୪,୩୦୦ ଟଙ୍କା ହୋଇଛି। ୨୦୨୨ ଅଗଷ୍ଟରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ୨୫,୦୦୦ ଟଙ୍କା ସ୍ତରକୁ ପହଞ୍ଚିଥିଲା ​​ଏବଂ ୨୦୨୦ ଜୁଲାଇରେ ୫୦,୦୦୦ ଟଙ୍କା ପାର ହୋଇଥିଲା। ସୁନାକୁ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାରେ ପହଞ୍ଚିବାକୁ ୧୦୮ ମାସ ଲାଗିଥିଲା, କିନ୍ତୁ ୫୦,୦୦୦ ଟଙ୍କା ସ୍ତରରୁ ୭୫,୦୦୦ ଟଙ୍କାରେ ପହଞ୍ଚିବାକୁ ମାତ୍ର ୪୮ ମାସ ଲାଗିଥିଲା।
୨୦୨୪ ସେପ୍ଟେମ୍ବରରେ ସୁନା ମୂଲ୍ୟ ୭୫,୦୦୦ ଟଙ୍କାରେ ପହଞ୍ଚିଥିଲା। ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୮୪୩୦ ଟଙ୍କା। ସୁନା ପାଇଁ ପରବର୍ତ୍ତୀ ବଡ଼ ମାଇଲଖୁଣ୍ଟ ହେଉଛି ୧ ଲକ୍ଷ ଟଙ୍କା ସ୍ତର। ଏଠାରେ ପ୍ରଶ୍ନ ଉଠୁଛି ୨୦୨୫ର ବାକି ୩୦୦ରୁ ୩୩୦ ଦିନ ମଧ୍ୟରେ ସୁନା ୧ ଲକ୍ଷ ଟଙ୍କା ଛୁଇଁ ଯାଇପାରେ। ଯଦି ଚଳିତବର୍ଷ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିଯାଏ, ତେବେ ଏହାକୁ ବର୍ତ୍ତମାନର ସ୍ତରଠାରୁ ମାତ୍ର ୧୩.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ପଡିବ।
ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ଯେ ଚଳିତବର୍ଷ ସୁନା ମୂଲ୍ୟ ପ୍ରାୟ ୧.୫୦ ଲକ୍ଷ ଟଙ୍କାରେ ପହଞ୍ଚିିଯିବ। ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କ୍ଷମତା ଗ୍ରହଣ କରିବା ପରଠାରୁ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଟ୍ରମ୍ପଙ୍କ ଶୁଳ୍କ ସମ୍ପର୍କିତ ନୀତି ଯୋଗୁଁ ସାଧାରଣ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଏବେ ଯେତେବେଳେ ଆମେ ଏଥିରେ ବିଶ୍ୱସ୍ତରୀୟ ଅନିଶ୍ଚିତତାକୁ ଯୋଡିବା, ଏହା ସ୍ପଷ୍ଟ ହୋଇଯିବ ଯେ ସୁନା ମୂଲ୍ୟରେ ବୃଦ୍ଧି ଆଉ ଖୁବ୍‌ ଶୀଘ୍ର ଶେଷ ହେବ ନାହିଁ।
ଏକ ରିପୋର୍ଟରେ, କାମା ଜୁଏଲରୀର ଏମ୍‌ କଲିନ୍ ଶାହ କହିଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଧମକ ଅର୍ଥନୈତିକ ଅନିଶ୍ଚିତତାକୁ ଇନ୍ଧନ ଦେଇଛି। ଏଥିଯୋଗୁ ସୁନାର ଆକର୍ଷଣ ବଢ଼ୁଛି ଏବଂ ମୂଲ୍ୟ ମଧ୍ୟ ବୃଦ୍ଧି ହେଉଛି। ଭୂ-ରାଜନୈତିକ ଉତ୍ତେଜନା, ସମ୍ଭାବ୍ୟ ଆମେରିକାର ଶୁଳ୍କ ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ଚିନ୍ତା ସହିତ ନିବେଶକମାନେ ସୁରକ୍ଷିତ ନିବେଶ ମାଧ୍ୟମର ସନ୍ଧାନରେ ଥିବାରୁ ସୁନା ୨୦୨୫ରେ ନୂତନ ଉଚ୍ଚ ସ୍ତର ଛୁଇଁବାକୁ ଯାଉଛି।
ଅପରପକ୍ଷେ ଆମେରିକୀୟ ଡଲାରରେ ସୁନା ମଧ୍ୟ ୩୦୦୦ ଡଲାର ମାଇଲଖୁଣ୍ଟର ନିକଟତର ହେଉଛି। ବର୍ତ୍ତମାନ, ଗୋଟିଏ ଆଉନ୍ସ ସୁନା ପ୍ରାୟ ୨୮୫୮ଡଲାରରେ କାରବାର ହେଉଛି। ଏହା ପ୍ରତି ୧୦ ଗ୍ରାମ ପାଇଁ ପ୍ରାୟ ୧୦୨୭ ଡଲାର ପଡୁଛି। ଟ୍ରମ୍ପଙ୍କ ଶୁଳ୍କ ଲାଗୁ ସୁନା ମୂଲ୍ୟକୁ ପ୍ରଭାବିତ କରିବା ବ୍ୟତୀତ, ଆମେରିକୀୟ ଫେଡେରାଲ ରିଜର୍ଭର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ୧୦୦ ବିପିଏସ୍ ଅର୍ଥାତ୍ ୧% ହାର ହ୍ରାସ କରିବା ପରେ, ଆମେରିକା ଫେଡ୍ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ସୁଧହାରରେ ହ୍ରାସ ଖୁବ୍‌ ଶୀଘ୍ର ମଧ୍ୟ ହେବାକୁ ଯାଉନାହିଁ। ଯଦି ମୁଦ୍ରାସ୍ଫୀତି ବୃଦ୍ଧି ପାଏ, ତେବେ ଫେଡେରାଲ ରିଜର୍ଭ ସୁଧ୍ୟ ହାର ବୃଦ୍ଧି କରିପାରେ।
ଚମକୁଛି ସୁନା, ଚାନ୍ଦି ବଜାର: ବର୍ଷକରେ ସୁନା ୮ ହଜାର ମହଙ୍ଗା, ୭୩ ହଜାର ଛୁଇଁବ ସୁନା
ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଉଭୟ ଧାତୁର ମୂଲ୍ୟରେ ଦୈନିକ ପ୍ରତିଷ୍ଠା ହେଉଛି ନୂଆ ରେକର୍ଡ। ଯାହାଫଳରେ ଚଳିତ ବିବାହ ଋତୁରେ ସୁନା ଓ ରୁପା ମୂଲ୍ୟ ଆକାଶଛୁଆଁ ହୋଇଛି। ଆଜି ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୫,୪୫୦ ଟଙ୍କା ଛୁଇଁ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ସେହିପରି ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ଐତିହାସିକ ରେକର୍ଡ ସ୍ତର ୭୨,୭୭୦ ଟଙ୍କାରେ ପହଞ୍ଚିଛି। ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୫,୪୯୦ ଟଙ୍କା ଓ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୪୩୦ ଟଙ୍କା ରହିଛି। ତେବେ ଏଥିରୁ ବାଦ୍‌ ପଡିନି ରୁପା ଦର। ଘରୋଇ ବଜାରରେ ରୁପା ଦରରେ ଯେଉଁଭଳି ବୃଦ୍ଧି ଘଟୁଛି ତାହା ଏବେ ସୁନା ଦରକୁ ବଳିଗଲାଣି। ରୁପା ମୂଲ୍ୟ କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା ଛୁଇଁଛି, ଯାହାକି ଏହି ଧାତୁ ମୂଲ୍ୟକୁ ଆଉ ଏକ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚାଇଛି।
ବ୍ରୋକରେଜ୍‌ ସଂସ୍ଥା ମୋତିଲାଲ ଓସୱାଲ୍‌ କରିଥିବା ଆକଳନ ଅନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ରୂପା ବୃଦ୍ଧି ପାଇବ। ସଂସ୍ଥା ଏକ ରିପୋର୍ଟରେ କହିଛି ଯେ ଆମେ ରୁପାରେ ନିବେଶ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛୁ। ମଧ୍ୟମରୁ ଦୀର୍ଘ ମିଆଦୀରେ ଏହା ୯୨ ହଜାର ଟଙ୍କା ଏବଂ ତା’ପରେ ୧ ଲକ୍ଷ ଟଙ୍କା ଛୁଇଁପାରେ। ୨୦୨୩ ବର୍ଷ ଆରମ୍ଭରେ, ସୁନା ୧୦ ଗ୍ରାମ ପିଛା ୫୪,୮୬୭ ଟଙ୍କା ରହିଥିଲା, ଯାହା ଡିସେମ୍ବର ୩୧ ରେ ୧୦ ଗ୍ରାମ ପିଛା ୬୩,୨୪୬ ଟଙ୍କା ଛୁଇଁଥିଲା। ଅର୍ଥାତ୍ ୨୦୨୩ ମସିହାରେ ଏହାର ମୂଲ୍ୟ ୮୩୭୯ ଟଙ୍କା (୧୬%) ବୃଦ୍ଧି ପାଇଥିଲା। ଏଥିସହିତ ରୂପା ମୂଲ୍ୟ ମଧ୍ୟ ୬୮,୦୯୨ ଟଙ୍କାରୁ କିଲୋଗ୍ରାମରେ ୭୩,୩୯୫ ଟଙ୍କାକୁ ବୃଦ୍ଧି ପାଇଛି।
ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ; ୧୦ ଗ୍ରାମ ପିଛା ୫୬,୩୦୦ ଟଙ୍କା ଟପିଲା, ଚଳିତବର୍ଷ ଦର ଛୁଇଁପାରେ ୬୪ ହଜାର
ନୂଆଦିଲ୍ଲୀ: ବଢ଼ୁଛି ସୁନା ଚାହିଦା। ବିଶ୍ୱ ବଜାରରେ ସମ୍ପ୍ରତି ମାନ୍ଦାବସ୍ଥା ଲାଗି ରହିଥିଲେ ବି କମୁନି ସୁନାର ଚମକ। କରୋନା ମହାମାରୀ ସମୟରେ ବି ଦେଶରେ ସୁନାର ଚାହିଦା କୌଣସି ମତେ କମି ନ ଥିଲା। ବର୍ତ୍ତମାନ ଦର ଏତେ ବଢ଼ିଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟରେ ସର୍ବାକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୬,୩୩୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଘରୋଇ ବଜାରରେ ୨୦୨୦ ଅଗଷ୍ଟ ମାସରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ରହିଥିଲା। ତେବେ ଭୁବନେଶ୍ବର ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୭,୦୦୦ ଟଙ୍କା ଅତିକ୍ରମ କରିଛି।
ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ, ଆଜି ବୁଲିଅନ୍‌ ବଜାରରେ ସୁନା ମୂଲ୍ୟ(୨୪ କ୍ୟାରେଟ୍‌)ରେ ୭୪୯ ଟଙ୍କା ବୃଦ୍ଧି ଘଟି ୫୬,୩୩୬ ଟଙ୍କାରେ ପହଞ୍ଚି ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର ଆକଳନ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ,୦୦୦ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ନୂଆଦିଲ୍ଲୀରେ ଆଜି (୨୨ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୪ ଟଙ୍କାରେ ପହଞ୍ଚିଛି। ସେହିପରି ଭୁବନେଶ୍ବରରେ ସୋମବାର (୨୨କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ (୨୪ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୪୪୦ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ ପ୍ରତିଷ୍ଠା କରିଛି।
ଏହାବ୍ୟତୀତ ଘରୋଇ ବଜାରରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୁପା କିଲୋ ପିଛା ୧୧୮୬ ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ ପିଛା ୬୯,୦୭୪ ଟଙ୍କାରେ ପହଞ୍ଚିଛି। ଶେଷ ଥର ପାଇଁ ଚଳିତମାସ ଜାନୁଆରୀ ୬ ତାରିଖରେ ରୁପା କିଲୋ ୬୭,୮୮୮ ଟଙ୍କା ରହିଥିଲା। ଯଦି ସୁନା ଏବଂ ମୂଲ୍ୟ ବୃଦ୍ଧିକୁ ବିଚାରକୁ ନିଆଯାଏ ତେବେ ଜଣାପଡିବ ଯେ, କେବଳ ବର୍ଷ ୨୦୨୨ରେ ଏହି ଦୁଇ ଧାତୁ ମୂଲ୍ୟରେ ବୃହତ୍‌ ବୃଦ୍ଧି ଘଟିଛି। ଅର୍ଥାତ୍ ୨୦୨୨ରେ ସୁନା ମୂଲ୍ୟରେ ୬,୫୮୮ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା। ଗତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୮,୨୭୯ ଟଙ୍କାରୁ ୫୪,୮୬୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୦୨୨ରେ ରୂପା ମୂଲ୍ୟରେ ୬୦୫୭ ଟଙ୍କା ବୃଦ୍ଧି ହୋଇସାରିଛି। ସେହି ବର୍ଷ ଯାକରେ ରୁପା କିଲୋ ପିଛା ୬୨,୦୩୫ ଟଙ୍କାରୁ ୬,୮୦୯୨ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଚଳିତବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୦୦୦ ଟଙ୍କାରେ ପହଞ୍ଚିପାରେ।
ଏକ ହିସାବ ଅନୁଯାୟୀ, ଗତ ୭୫ ବର୍ଷ ମଧ୍ୟରେ ବଜାରରେ ସୁନା ଓ ରୂପା ଅଧିକ ମହଙ୍ଗା ହୋଇଛି। ୧୯୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ଟଙ୍କା ୬୨ ପଇସା ରହିଥିଲା, ଯାହା ବର୍ତ୍ତମାନ ୫୬,୦୦୦ ଟଙ୍କା ଅତିକ୍ରମ କରିଛି। ତେବେ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଏହି ୭୫ ବର୍ଷରେ ସୁନା ମୂଲ୍ୟ ୬୩୧ ଗୁଣ (୬୩୧%) ମହଙ୍ଗା ହୋଇଛି। ରୂପା ବିଷୟରେ କହିବାକୁ ଗଲେ, ସ୍ୱାଧୀନତା ପରଠାରୁ ଏହା ୬୪୪ ପ୍ରତିଶତ ମହଙ୍ଗା। ୧୯୪୭ ମସିହାରେ ରୂପା ମୂଲ୍ୟ କିଲୋ ପିଛା ପ୍ରାୟ ୧୦୭ ଟଙ୍କା ରହିଥିଲା ଏବଂ ବର୍ତ୍ତମାନ ଏହା ୬୯୦୭୪ ଟଙ୍କା ରହିଛି।