Odia Daily Sakala - The Sakala
ସକାଳ-ନନ୍ଦିଘୋଷ କାର୍ଯ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଦୈନିକ ସକାଳ- ନନ୍ଦିଘୋଷ ଟିଭି କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦିଘୋଷ ଟିଭିର ସିଓଓ ଜବରସିଂ ପାନୱାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀରେ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ସକାଳର ସିଇଓ ସୁବ୍ରତ ଦାସ, ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଓ ସକାଳର ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁଙ୍କ ସମେତ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅନେକ କର୍ମଚାରୀ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରକାଶକ ଅମିତ ମଲ୍ଲିକ ଆମ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ। ସେମାନଙ୍କ ନୀତି ଓ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।
ଲଦାଖ ବ୍ରଣ
ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଲଦାଖ ନିବାସୀ ସ୍ୱନାମଧନ୍ୟ ବୈଜ୍ଞାନିକ, ଉଦ୍‌‌ଭାବକ ତଥା ପରିବେଶ ବିଜ୍ଞାନୀ ରମଣ ମାଗେସେସେ ସମ୍ମାନ ବିଜେତା ସୋନମ ୱାଙ୍ଗଚୁକଙ୍କ ସମେତ ଶହେସତୁରୀ ଜଣ ପଦଯାତ୍ରୀଙ୍କୁ ଦିଲ୍ଲୀର ଉତ୍ତର ସୀମାନ୍ତରେ ପୁଲିସ ଅଟକାଇ ସେଠାରେ ୧୬୩ ଧାରା ଜାରି କରିବା ପରେ ପଦଯାତ୍ରୀମାନେ ଅନଶନ ଆରମ୍ଭ କରିଛନ୍ତି। ଗତ ସାତମାସ ଭିତରେ ସୋନମ୍‌‌ଙ୍କ ଏହା ଦ୍ୱିତୀୟ ଅନଶନ। ଗାନ୍ଧୀ ଜୟନ୍ତୀର ମହୋତ୍ସବ ପାଳନ ଓ ମଧ୍ୟପ୍ରାଚ୍ୟ ଯୁଦ୍ଧର କୋଳାହଳ ମଧ୍ୟରେ ଏହି ଖବରଟି ଲୁଚି ଯାଇଥିଲେ ହେଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଆଲୋଚନାସାପେକ୍ଷ। ଏବେ ସାମାନ୍ୟ ଜଣାପଡ଼ୁଥିଲେ ମଧ୍ୟ ଏହାର ସୁଦୂରବିସ୍ତାରୀ ପ୍ରଭାବ ଭାରତର ଅଖଣ୍ଡତା ଓ ସାର୍ବଭୌମ ପ୍ରତି କାଶ୍ମୀର ଅନୁରୂପ ଅସ୍ଥିରତା ଓ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ। ଅପରପକ୍ଷରେ ଭୋଟ ରାଜନୀତି କିପରି ଜଟିଳ ସମସ୍ୟା ସୃଷ୍ଟି କରେ ତାହା ୧୯୫୦ ଦଶକରେ କାଶ୍ମୀର ପରେ ଏବେ ୨୦୧୯ରେ ଲଦାଖ ଉଦାହରଣରୁ ସ୍ପଷ୍ଟ ହେଉଛି।
ହିମାଳୟ ପାର୍ବତ୍ୟ ପାଦଦେଶର ପରିବେଶକୁ ବିକାଶ ଆଳରେ ବିନାଶରୁ ସୁରକ୍ଷା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଆଧାରରେ ଅନୁସୂଚିତ ଅଞ୍ଚଳ ମାନ୍ୟତା ପାଇଁ ୨୦୧୯ରୁ ୱାଙ୍ଗଚୁକ ଉଦ୍ୟମ କରି ଆସୁଛନ୍ତି। ସମ୍ବିଧାନର ୨୪୪ ଧାରା ଅନ୍ତର୍ଗତ ଷଷ୍ଠ ଅନୁଚ୍ଛେଦରେ ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ଥଳବିଶେଷରେ ସ୍ୱୟଂଶାସନ କ୍ଷମତା ବା ସ୍ୱୟଂଶାସିତ ଜିଲ୍ଲା ପରିଷଦ ଗଠନ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ୩୦ ସଦସ୍ୟ ବିଶିଷ୍ଟ ଏହି ପରିଷଦର କାର୍ଯ୍ୟକାଳ ୫ ବର୍ଷ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜମି, ଜଙ୍ଗଲ, ଜଳ, କୃଷି, ଗ୍ରାମ୍ୟ ଓ ସହର ଉନ୍ନୟନ, ସ୍ୱାସ୍ଥ୍ୟ, ପରିମଳ ଆଦି ପାଇଁ ନୀତି ନିର୍ଦ୍ଧାରଣ, ଆଇନ ପ୍ରଣୟନ ଓ କଟକଣା ଜାରି କରିବାର ସ୍ୱୟଂଶାସିତ ଓ ପ୍ରଭୂତ କ୍ଷମତା ପରିଷଦ ହାତରେ ରହିବ। ବର୍ତ୍ତମାନ ଆସାମ, ମେଘାଳୟ, ମିଜୋରାମ୍‌‌ରେ ତିନିଟି ଲେଖାଏଁ ଏବଂ ତ୍ରିପୁରାରେ ଗୋଟିଏ ସ୍ୱୟଂଶାସନ ବିକାଶ ପରିଷଦ ରହିଛି। ଏହିଭଳି କ୍ଷମତା ୱାଙ୍ଗଚୁକ୍‌‌ ଲଦାଖ୍‌‌ ପାଇଁ ଦାବି କରୁଆସୁଛନ୍ତି।
ଦାବି ସମ୍ପର୍କରେ ୱାଙ୍ଗଚୁକ୍‌‌ ପତ୍ର ଲେଖି ଜଣାଇବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ସମ୍ବେଦନଶୂନ୍ୟତା ଯୋଗୁଁଁ ଗତ ମାର୍ଚ୍ଚ ମାସରେ ସେ ୨୧ଦିନିଆ ଅନଶନ ଆରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ସହିତ ଆପୋସ ଆଲୋଚନା ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ ହେଁ ଲଦାଖବାସୀଙ୍କ ସାମ୍ବିଧାନିକ ଓ ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ସେ ସେତେବେଳେ ସ୍ପଷ୍ଟ କରିଥିଲେ। ଇତିମଧ୍ୟରେ ଲୋକସଭା ନିର୍ବାଚନ ଶେଷ ହୋଇ ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ସରିଛି। କିନ୍ତୁ ଲଦାଖବାସୀଙ୍କ ଦାବି ପୂରଣ ତ ଦୂରେ ଥାଉ କେନ୍ଦ୍ର ସରକାର ଏଥିପାଇଁ ଆଲୋଚନା କରିବାକୁ ମଧ୍ୟ ଆନ୍ତରିକତା ପ୍ରକାଶ କରୁ ନଥିବାରୁ ୱାଙ୍ଗଚୁକ୍‌‌ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି।
ବିଡ଼ମ୍ବନା ହେଉଛି ଲଦାଖ୍‌‌କୁ ଅନୁସୂଚିତ ଅଞ୍ଚଳ ମାନ୍ୟତା ଦେବାକୁ ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ହିଁ ଏବେ ୱାଙ୍ଗଚୁକ୍‌‌ଙ୍କ ସ୍ୱରରେ ପ୍ରତିଧ୍ୱନିତ ହେଉଛି, ଅଥଚ କେନ୍ଦ୍ର ସରକାର ଚିରାଚରିତ ଢଙ୍ଗରେ ସେହି ପ୍ରତିଶ୍ରୁତି ପାଳନରୁ ଓହରି ଆସିଛନ୍ତି। ଲଦାଖ୍‌‌ବାସୀଙ୍କ ଏହି ଦାବି ଏବେ ‘ଗଣଦାବି’ରେ ପରିଣତ ହୋଇଛି। ସେଥିରେ ଲଦାଖ୍‌‌ ପାଇଁ ସ୍ୱତନ୍ତ୍ର ଲୋକସେବା ଆୟୋଗ, ଲେହ ଓ କାର୍ଗିଲ୍‌‌ ପାଇଁ ପୃଥକ ସଂସଦୀୟ ମଣ୍ଡଳୀ ଗଠନ, ଲାଇନ ଅଫ୍‌‌ କଣ୍ଟ୍ରୋଲ୍‌‌ରେ ଚୀନ୍‌‌ର କାର୍ଯ୍ୟକଳାପ ଓ ପଶୁମାନଙ୍କର ଅନୁପ୍ରବେଶ ସମସ୍ୟା ନିରାକରଣ ଆଦି ଦାବି ମଧ୍ୟ ସାମିଲ୍‌‌ ହୋଇଛି। ଲଦାଖର ମହିଳାମାନେ ଆଗେଇ ଆସିବା ପରେ ‘ଗଣଦାବି’ର ଗୁରୁତ୍ୱ ଆହୁରି ବଢ଼଼ିଯାଇଛି। ଏଥିପୂର୍ବରୁ ୨୦୧୯ରେ ‘ଲେହ ଆପେକ୍ସ ବଡି’ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଟି ଚେୱାଙ୍ଗଙ୍କ ସମର୍ଥନରେ ସେଠାରେ ଯେଉଁ ଛାତ୍ର ଆନ୍ଦୋଳନ ତେଜିଥିଲା, ତାହାକୁ କାରଗିଲ୍‌‌ର କେତେକ ନାଗରିକ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଥିଲେ। ଏହା ପରବର୍ତ୍ତୀ ସମୟରେ ‘କାର୍ଗିଲ୍‌‌ ଡେମୋକ୍ରେଟିକ୍‌‌ ଆଲାଏନ୍ସ’ ଗଠନର ମୂଳଦୁଆ ପକାଇଥିଲା। ତେଣୁ ୱାଙ୍ଗଚୁକ୍‌‌ଙ୍କ ଦାବି ସାଧାରଣ ଜଣାପଡ଼ୁଥିଲେ ମଧ୍ୟ ଏହା କ୍ରମଶଃ ଗମ୍ଭୀର ରୂପ ନେଉଛି।
ଭୂରାଜନୈତିକ ସ୍ଥିତି ଦୃଷ୍ଟିରୁ ଲଦାଖ ଭାରତର ଉତ୍ତର-ସୀମାନ୍ତର ଚୀନ୍‌‌ ସଂଲଗ୍ନ ଏକ ସମ୍ବେଦନଶୀଳ ଅଞ୍ଚଳ। ବିଶ୍ୱର ଏହି ଅନ୍ୟତମ ସର୍ବୋଚ୍ଚସ୍ଥାନକୁ ଏକ ‘ଶୀତଳ ମରୁଭୂମି’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅପରପକ୍ଷରେ ଏହି ଅଞ୍ଚଳର ତୁଷାର ସ୍ରୋତ ଭାରତ, ପାକିସ୍ତାନ, ଚୀନ୍‌‌, ନେପାଳ ସମେତ ବିଭିନ୍ନ ଦେଶକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଆସୁଛି। ସେଥିପାଇଁ ଏହାକୁ ଏସିଆର ‘ୱାଟର ଟାୱାର’ ବା ‘ଜଳ ମୀନାର’ ବୋଲି ମଧ୍ୟ କୁହାଯାଏ। ଏହା କେନ୍ଦ୍ର-ଏସିଆର ପ୍ରବେଶ ପଥ ଏବଂ ପାକିସ୍ତାନ, ଚୀନ ଓ ମଧ୍ୟ-ଏସୀୟ ରାଷ୍ଟ୍ରମାନଙ୍କର ମିଳନ ସ୍ଥଳ। ଏହା ମଧ୍ୟ ଏସିଆର ପ୍ରମୁଖ ପ୍ରାଚୀନ ବାଣିଜ୍ୟ ପଥର ଅନ୍ୟତମ କେନ୍ଦ୍ର। ୧୯୪୭ ମସିହା ପରଠାରୁ ଲଦାଖ ଜାମ୍ମୁ-କାଶ୍ମୀର ରାଜ୍ୟର ଏକ ଅଂଶ ଥିବା ବେଳେ ୨୦୧୯ ଅଗଷ୍ଟ ୫ ତାରିଖରେ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଗମନାଗମନ ଦୃଷ୍ଟିରୁ ଅତି ଦୁର୍ଗମ ଏହି ଅଞ୍ଚଳର ମୋଟ ଜନସଂଖ୍ୟା ପ୍ରାୟ ୩ଲକ୍ଷ। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ସିହା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ୪୦ ପ୍ରତିଶତ ତୀବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀ। ୧୨ ପ୍ରତିଶତ ହିନ୍ଦୁ ଏବଂ ବାକି ୨% ଅନ୍ୟାନ୍ୟ ଧର୍ମାବଲମ୍ବୀ। ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ବାଡି଼, ବଗିଚା, ଔଷଧୀୟ ବୃକ୍ଷରାଜି ଓ ପଶୁପାଳନ।
ଏବେ ସେଠାରେ କେତେକ ଅତି ଦୁର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ ଖଣିଜ ସମ୍ପଦର ସନ୍ଧାନ ମିଳିଛି, ଯାହା ଭାରତର ବହୁ ଆକାଂକ୍ଷିତ ସେମିକଣ୍ଟକ୍ଟର ଶିଳ୍ପାୟନ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପରିବେଶ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଲୋକେ ସେଠାରେ ଖଣିଜ ଖନନକୁ ବିରୋଧ କରୁଛନ୍ତି। ବିଶେଷକରି ଖଣିଜ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମରୁ ପରିବେଶକୁ ସୁରକ୍ଷା ଦେବା ପାଇଁ ଲଦାଖକୁ ସ୍ୱୟଂଶାସିତ ବା ଅନୁସୂଚିତ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ୱାଙ୍ଗଚୁକ୍‌‌ ଦାବି କରି ଆସୁଛନ୍ତି। କିନ୍ତୁ ମାତ୍ର ତିନିଲକ୍ଷ ଲୋକଙ୍କୁ ନେଇ ଏକ ସ୍ୱୟଂଶାସିତ ରାଜ୍ୟ ଗଠନ ଦାବି ପୂରଣ ହେଲେ ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଲଦାଖବାସୀ ଯେଉଁ ସବୁ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି ସେଥିରୁ ବଞ୍ଚିତ ହେବା ସୁନିଶ୍ଚିତ। ଏଥିସହିତ ଲଦାଖରେ ଭାରତୀୟ ଶାସନ ଓ ପ୍ରଶାସନିକ କ୍ଷମତାର ଅନୁପସ୍ଥିତି ସୀମାନ୍ତରେ ଚୀନ୍‌‌ର ବିସ୍ତାରବାଦୀ ଆଭିମୁଖ୍ୟ ପାଇଁ ଆହୁରି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ।
ଭାରତର ସଂଘୀୟ ବ୍ୟବସ୍ଥାରେ କୌଣସି ଅଞ୍ଚଳ ରାଜନୈତିକ ଓ ସାମ୍ବିଧାନିକ ଅଧିକାର ପାଇଁ ଦାବି କରିବା ଅନୈତିକ କିମ୍ବା ଅଯୌକ୍ତିକ ନୁହେଁ। କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଏବେ ହରଡ଼ ଘଣାରେ ପଡ଼ିଛନ୍ତି। ଭୋଟ ରାଜନୀତି ଦୃଷ୍ଟିରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ତା’ ପାଇଁ ବୁମେରାଂ ହୋଇଛି। ଯଦି ସରକାର ପ୍ରତିଶ୍ରୁତି ରକ୍ଷା କରି ଲଦାଖ୍‌‌ବାସୀଙ୍କ ଦାବି ପୂରଣ କରନ୍ତି ତେବେ ତାହା ଆଉ ଏକ ୩୭୦ ଧାରା ଅନୁରୂପ ବ୍ୟବସ୍ଥାକୁ ଜନ୍ମ ଦେବାର ଆଶଙ୍କା ଅଧିକ। ଯଦି ନିର୍ବାଚନ ପ୍ରତିଶ୍ରୁତିରୁ ବିଜେପି ଓହରି ଯାଇ ୱାଙ୍ଗଚୁକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରେ କିମ୍ବା କାଳକ୍ଷେପଣ ନୀତି ଅବଲମ୍ବନ କରେ ତେବେ ମଧ୍ୟ ଲଦାଖବାସୀଙ୍କ ଅସନ୍ତୋଷର ଫାଇଦା ବିଦେଶୀ ବିଚ୍ଛିନ୍ନତାବାଦୀ ନେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।
ଏବେ କେନ୍ଦ୍ର ସରକାରଙ୍କ ପାଇଁ ଲଦାଖ ଏଭଳି ଏକ ବ୍ରଣ ଭାବେ ଉଭା ହୋଇଛି, ଯାହାର ଯନ୍ତ୍ରଣା ଦେଖି ହେଉ ନାହିଁ କି ଦେଖାଇ ହେଉନାହିଁ। ୩୭୦ ଧାରା ଉଚ୍ଛେଦ ପରେ କାଶ୍ମୀର ଓ ଲଦାଖ ଉପତ୍ୟକାରେ ଶାନ୍ତି ଫେରିଛି ଏବଂ ସମଗ୍ର ଅଞ୍ଚଳବାସୀ ବିକାଶର ସୁଫଳ ଅନୁଭବ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଦୃପ୍ତ ଘୋଷଣାକୁ ୱାଙ୍ଗଚୁକ୍‌‌ଙ୍କ ଅନଶନ ଫିକା କରିଚାଲିଛି। ପ୍ରାଥମିକ ସ୍ତରରେ ଥିବା ‘ଲଦାଖ-ବ୍ରଣ’ର ଯଥାଶୀଘ୍ର ଉପଚାର ନ କଲେ ଏହା ସଂକ୍ରମିତ ହୋଇ କର୍କଟ ସମ ଭୟାବହ କ୍ଷତ ସୃଷ୍ଟି କରିବ।
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ: ସମୀକ୍ଷା ଓ ସଂକେତ
ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ। ଜନତାଙ୍କର ମତପ୍ରକାଶ ଓ ସରକାର ନିର୍ବାଚିତ କରିବାର ଏହା ଏକମାତ୍ର ମାଧ୍ୟମ ହୋଇଥିବାରୁ ପ୍ରତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନ, ରାଜନୈତିକ ଦଳ, ଗଣମାଧ୍ୟମ, ନୀତି ନିର୍ଦ୍ଧାରଣ ସଂସ୍ଥା, ଅର୍ଥନୀତିଜ୍ଞ, ସାମାଜିକ ବିଜ୍ଞାନୀ, ବିଭିନ୍ନ ସାମାଜିକ ଗୋଷ୍ଠୀ, ବ୍ୟବସାୟିକ ସଂସ୍ଥା ପ୍ରଭୃତିଙ୍କ ପାଇଁ ଅନେକ ମହତ୍ତ୍ୱ ରଖେ। ଗତ ନଭେମ୍ବର ମାସରେ ଦକ୍ଷିଣ ଭାରତର ତେଲଙ୍ଗାନା, ମଧ୍ୟ ଓ ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଏବଂ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ତେଲଙ୍ଗାନାରେ କଂଗ୍ରେସ, ତିନୋଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଭାରତୀୟ ଜନତାପାର୍ଟି ଓ ମିଜୋରାମରେ ଆଞ୍ଚଳିକ ଦଳ ‘ଜୋରାମ ପିପୁଲସ୍‌‌ ମୁଭ୍‌‌ମେଣ୍ଟ’ କୁ ସରକାର ଗଠନ କରିବା ପାଇଁ ଜନାଦେଶ ମିଳିଲା। ଏହି ପାଞ୍ଚଟି ରାଜ୍ୟର ନିର୍ବାଚନରୁ ମିଳିଥିବା କେତେକ ଶିକ୍ଷା ଉପରେ ଆଲୋଚନା ହେବା ଆବଶ୍ୟକ।
ପ୍ରଥମ ବିଷୟଟି ହେଲା ‘ଆଣ୍ଟି -ଇନ୍‌‌କୁବେନ୍ସି’ ବା ‘ସରକାର ବିରୋଧୀ ଜନାଦେଶ’। ପ୍ରତ୍ୟେକ ନିର୍ବାଚନରେ ବିରୋଧୀ ଦଳମାନେ କ୍ଷମତାସୀନ ଦଳ ବା ସରକାର ବିରୋଧୀ ବାତାବରଣ ସୃଷ୍ଟି କରେ ଓ ସରକାର ଗଢ଼ିଥିବା ରାଜନୈତିକ ଦଳ ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରୁଥିôବା ପ୍ରଚାର କରିବା ସହିତ ଶାସନ କାଳରେ ହୋଇଥିବା ତ୍ରୁଟି ବିଚ୍ୟୁତି ସଂଶୋଧନ, ନିଜର ଭଲ କାମକୁ ପ୍ରଚାର କରିବା ଏବଂ ସଠିକ୍‌‌ ଢଙ୍ଗରେ ନିର୍ବାଚନ ପରିଚାଳନା କରି ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ଚେଷ୍ଟା କରେ। ସରକାରୀ ଦଳ ଆଉ ଥରେ ନିର୍ବାଚନ ଜିତିଗଲେ ଏହାକୁ ‘ପ୍ରୋ- ଇନ୍‌‌କ୍ୟୁବେନ୍ସି’ ବା ‘ସରକାରୀ ସପକ୍ଷରେ ଜନମତ’ ବୋଲି ଗ୍ରହଣ କରାଯାଏ। ସରକାର ଗଠନ ଏକ ଜଟିଳ ବ୍ୟବସ୍ଥା ହୋଇଥିବାରୁ ଶତକଡ଼ା ଶହେରୁ ଶହେ ଭାଗ ଉତ୍ତମ ପ୍ରଶାସନ ପ୍ରଦାନ କରିବା ସମ୍ଭବ ନୁହେଁ। ତେବେ କେତେ ଥରର ଶାସନ ପରେ ଶାସକଦଳ ପାଇଁ ସରକାର-ବିରୋଧୀ ଜନାଦେଶ ଆସିଥାଏ, ତାହାର ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। ଗୁଜୁରାଟରେ ୧୯୯୮ରୁ ଭାରତୀୟ ଜନତା ପାର୍ଟିକୁ ଏବଂ ଓଡ଼ିଶାରେ ୨୦୦୦ ମସିହାରୁ ବିଜୁ ଜନତା ଦଳକୁ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ସରକାର ସପକ୍ଷବାଦୀ ଜନାଦେଶ ମିଳୁଥିବା ଦେଖାଯାଉଥିବା ବେଳେ ରାଜସ୍ଥାନ ଓ ମିଜୋରାମ୍‌‌ର ଲୋକେ ପ୍ରତି ପାଞ୍ଚବର୍ଷରେ ଶାସକ ଦଳକୁ ବଦଳାଇବା ଦେଖାଯାଉଛି।
ଏହି ବିଧାନସଭା ନିର୍ବାଚନରେ ରାଜସ୍ଥାନ ଓ ମିଜୋରାମର ଲୋକ ପାଞ୍ଚ ବର୍ଷ ପରେ ସରକାର ବଦଳାଇଛନ୍ତି। ତେବେ ମିଜୋରାମରେ ପ୍ରତି ପାଞ୍ଚବର୍ଷରେ କଂଗ୍ରେସ ଓ ମିଜୋନ୍ୟାସନାଲ ଫ୍ରଣ୍ଟ ମଧ୍ୟରେ ଯେପରି ପୂର୍ବରୁ ସରକାର ବଦଳୁଥିଲା ଏବେ ତାହା ନହୋଇ ମିଜୋନ୍ୟାସନାଲ୍‌‌ ଫ୍ରଣ୍ଟକୁ ବଦଳାଇ ଲୋକେ ଅନ୍ୟ ଏକ ଆଞ୍ଚଳିକ ଦଳ ‘ଜୋରାମ ପିପୁଲସ୍‌‌ ମୁଭମେଣ୍ଟ‘ କୁ ଶାସନ ଭାର ଅର୍ପଣ କରିଛନ୍ତି। ରାଜସ୍ଥାନରେ କଂଗ୍ରେସକୁ ଛାଡ଼ି ଲୋକେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟ ଶାସନ ଭାର ପ୍ରଦାନ କରିଛନ୍ତି। ତେଲଙ୍ଗାନାରେ ୨୦୧୪ ମସିହାରୁ ତଥା ନୂଆ ରାଜ୍ୟ ଗଠନ ବେଳରୁ ଶାସନରେ ଥିବା ତେଲଙ୍ଗନା ରାଷ୍ଟ୍ରୀୟ ସମିତି (ଟି.ଆର୍‌‌.ଏସ୍‌‌) କୁ ଲୋକେ ଗାଦିଚ୍ୟୁତ କରି କଂଗ୍ରେସ ସରକାରକୁ କ୍ଷମତାକୁ ଆଣିଛନ୍ତି। ଛତିଶଗଡ଼ରେ ପାଞ୍ଚବର୍ଷର କଂଗ୍ରେସ ସରକାର, ଭାରତୀୟ ଜନତା ପାର୍ଟି ନିକଟରେ ପରାଜୟ ସ୍ୱୀକାର କରିଛି। ଏସବୁ ଆଣ୍ଟି-ଇନ୍‌‌କୁବେନ୍ସି ଜନାଦେଶର ଉଦାହରଣ। ତେବେ ମଧ୍ୟପ୍ରଦେଶରେ ‘ପ୍ରୋ-ଇନକୁବେନ୍ସି’ ଜନାଦେଶ ଦେଖିବାକୁ ମିଳିଛି। ସେଠାରେ ୨୦୦୫ରୁ କ୍ଷମତାରେ ଥିବା (ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ସ୍ୱଳ୍ପ କାଳର କଂଗ୍ରେସ ସରକାର ବ୍ୟତୀତ) ଭାରତୀୟ ଜନତା ପାର୍ଟିକୁ ଲୋକେ ପୁଣିଥରେ କ୍ଷମତାକୁ ଆଣିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକେ ଏଥରକ ସମସ୍ତ ନିର୍ବାଚନରେ ସ୍ପଷ୍ଟ ଓ ନିର୍ଣ୍ଣୟକ ଜନାଦେଶ ଦେଇଥିବା ଯୋଗୁଁ କେଉଁଠାରେ ଝୁଲା ବିଧାନସଭା ସ୍ଥିତି ଉତ୍ପନ୍ନ ହୋଇନାହିଁ।
ଦ୍ୱିତୀୟ ଚିନ୍ତାଜନକ ବିଷୟଟି ହେଲା ନିର୍ବାଚନୀ ସଂସ୍କାର ସମ୍ବନ୍ଧୀୟ। ନିର୍ବାଚନ କମିଶନ୍‌‌ଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସତ୍ତ୍ବେ ନିର୍ବାଚନରେ ବେଆଇନ୍‌‌ ଟଙ୍କା ଓ ଜିନିଷ ପତ୍ର ବଣ୍ଟନ ବନ୍ଦ ହୋଇପାରୁନାହିଁ। ଏପରିକି ମାଦକ ଦ୍ରବ୍ୟ ବଣ୍ଟନ ମଧ୍ୟ ଦେଖିବାକୁ ମିଳିଛି। ନିର୍ବାଚନ କମିଶନ୍‌‌ଙ୍କ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଗତ ପାଞ୍ଚଟି ରାଜ୍ୟର ନିର୍ବାଚନ ବେଳେ ୧୭୬୦ କୋଟି ଟଙ୍କାର ନଗଦ ଓ ସାମଗ୍ରୀ ଜବତ ହୋଇଛି, ଯାହା ଏକ ସର୍ବକାଳୀନ ରେକର୍ଡ। ଏଥିମଧ୍ୟରେ ରହିଛି ୩୭୨.୯ କୋଟି ଟଙ୍କାର ନଗଦ, ୨୧୪.୮ କୋଟି ଟଙ୍କାର ମଦ, ୨୪୫.୩ କୋଟି ଟଙ୍କାର ଡ୍ରଗ୍ସ, ୩୭୧.୦୨ କୋଟି ଟଙ୍କାର ସୁନା ଓ ରୁପା ଏବଂ ୫୫୬.୦୨ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ। ତେଲଙ୍ଗନାରୁ ସର୍ବାଧିକ ୬୫୯.୧ କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ବେଳେ ରାଜସ୍ଥାନରେ ୬୫୦.୭ କୋଟି, ମଧ୍ୟପ୍ରଦେଶରେ ୩୨୭.୦୭ କୋଟି, ଛତିଶଗଡ଼ରେ ୭୬.୯୬ କୋଟି ଓ ମିଜୋରାମରେ ୪୯.୬ କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ମିଜୋରାମରୁ କୌଣସି ଟଙ୍କା ଓ ମାଗଣା ଜିନିଷ ଜବତ ହୋଇନଥିବା ବେଳେ ୪.୬୭ କୋଟି ଟଙ୍କାର ମଦ ଓ ୨୯.୮୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ସବୁଠାରୁ କମ୍‌‌ ମଦ ଓ ଡ୍ରଗ୍ସ ଜବତ ହୋଇଛି ଛତିଶଗଡ଼ରୁ। ନିର୍ବାଚନ କମିଶନଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ହୋଇଥିବା ବେଳେ ଆଗକୁ କିପରି ନିର୍ବାଚନଗୁଡ଼ିକୁ ଅଧିକ ସ୍ୱଚ୍ଛ କରାଯାଇପାରିବ ସେ ଦିଗରେ ଅଧିକ ନିର୍ବାଚନୀ ସଂସ୍କାରର ଆବଶ୍ୟକତା ରହିଛି।
ତୃତୀୟ ଶିକ୍ଷଣୀୟ ବିଷୟଟି ହେଲା ଏହିସବୁ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଗଣମାଧ୍ୟମର ବ୍ୟାପକ ବ୍ୟବହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଗକୁ ‘ଡିପ୍‌‌ଫେକ୍‌‌’ ଭିଡିଓର ନିର୍ବାଚନୀ ବ୍ୟବହାର ଉପରେ ଜନତାକୁ ସତର୍କ କରାଇଦେଇଛନ୍ତି। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ନିର୍ବାଚନ ବେଳେ ବିଭିନ୍ନ କଟକଣା ଜାରି କରାଯାଇ ପାରୁଥିବା ବେଳେ ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମ ପାଇଁ ସେହିପରି କଟକଣା ନଥିବା ପରିଲକ୍ଷିତ ହେଉଛି। ମିଛ ପ୍ରଚାର ଓ ‘ଏକଜିଟ୍‌‌- ପୋଲ୍‌‌’ ବା ‘ବୁଥ ବାହୁଡ଼ା ମତ’କୁ ମଧ୍ୟ ସେମାନେ ସର୍ଭେ କରି ଗୋଟିଏ ନିର୍ବାଚନ ପରେ ପ୍ରଚାର କରୁଥିଲେ। ତେବେ ନିର୍ବାଚନ କମିଶନ୍‌‌ଙ୍କ ଦୃଷ୍ଟିକୁ ଯାହା ଆସୁଥିଲା ତାହା ଉପରେ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର-ବିରତି କଟକଣାକୁ ଉଲ୍ଲଙ୍ଘନ କଲେ। ରାଜସ୍ଥାନ ନିର୍ବାଚନ ପୂର୍ବରୁ ତାଙ୍କର ଏକ୍ସ(ଟ୍ୱିଟର) ପୃଷ୍ଠାରୁ ଏକ ଭୋଟ ଭିକ୍ଷା ପୋଷ୍ଟ ଉପସ୍ଥାପିତ ହୋଇଥିଲା। ଏହା ଉପରେ ନିର୍ବାଚନ କମିଶନ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନୋଟିସ୍‌‌ ପଠାଇବା ସହିତ ତାଗିଦ୍‌‌ କରିଥିଲେ। ଆସନ୍ତା ଲୋକସଭା ନିର୍ବାଚନ ବେଳକୁ ସାମାଜିକ ଓ ଡିଜିଟାଲ ଗଣମାଧ୍ୟମ ଉପରେ ନିର୍ବାଚନୀ କଟକଣା ଲାଗିବା ଆବଶ୍ୟକ।
ଚତୁର୍ଥ ଚର୍ଚ୍ଚିତ ବିଷୟଟି ହେଲା ‘ଏକଜିଟ୍‌‌ ପୋଲ୍‌‌’ ବା ‘ବୁଥ୍‌‌ ବାହୁଡ଼ା’ ସର୍ଭେର ବିଫଳତା। ନିର୍ବାଚନ ବେଳେ ଜନମତ ସର୍ଭେ ସଂସ୍ଥାମାନେ ଭୋଟଦାନ କେନ୍ଦ୍ର (ବୁଥ୍‌‌) ବାହାରେ ଠିଆହୋଇ ଭୋଟ ଦେଇ ଫେରୁଥିବା ମତଦାତାମାନଙ୍କୁ ସେମାନେ ମତଦାନ କରିଥିବା ଦଳ ଉପରେ ପଚାରି ତଥ୍ୟ ସଂଗ୍ରହ କରିଥାଆନ୍ତି। ସେହି ତଥ୍ୟଗୁଡ଼ିକୁ ଏକାଠି କରି ସେମାନେ କେଉଁଦଳ କେତେ ପ୍ରତିଶତ ଭୋଟ ଓ କେତେ ଆସନ ପାଇବ ତାହା ଭୋଟ୍‌‌ ଗଣତି ପୂର୍ବରୁ ପ୍ରକାଶ କରିଥାଆନ୍ତି। ତେବେ ସମସ୍ତ ରାଜ୍ୟର ମତଦାନ ନ ସରିବା ପର୍ଯ୍ୟନ୍ତ ସେମାନେ କୌଣସି ରାଜ୍ୟର ସର୍ଭେ ଫଳାଫଳ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ୍‌‌ଙ୍କ କଟକଣା ରହିଛି। ଏଥରକ ସର୍ଭେ ସଂସ୍ଥାମାନେ ନିର୍ବାଚନ ଫଳାଫଳର ଠିକ୍‌‌ ପୂର୍ବାନୁମାନ କରିପାରିଲେ ନାହିଁ। ଏହାର ପ୍ରଭାବରେ ସେମାନଙ୍କର ‘ଓପିନିଅନ୍‌‌- ପୋଲ୍‌‌’ ବା ‘ଜନମତ ସର୍ଭେ’ର ଆଗକୁ ବିଶ୍ୱାସନୀୟତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ବଡ଼ସଂସ୍ଥା ଦ୍ୱୟ ଆକସିସ୍‌‌ ଓ ସି- ଭୋଟର୍‌‌ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମ କ୍ଷେତ୍ରରେ ପରସ୍ପର ବିପରୀତ ନିର୍ବାଚନୀ ଫଳାଫଳର ପୂର୍ବାନୁମାନ କରିଥିଲେ। ଛତିଶଗଡ଼ରେ ୧୦ଟି ରୁ ୯ଟି ପ୍ରମୁଖ ସର୍ଭେ ସଂସ୍ଥା କଂଗ୍ରେସ ଜିତିବା କଥା ପୂର୍ବାନୁମାନ କରିଥିବା ବେଳେ ମଧ୍ୟପ୍ରଦେଶରେ ୫ଟି ସଂସ୍ଥା କଂଗ୍ରେସ ଓ ୫ଟି ସଂସ୍ଥା ଭାରତୀୟ ଜନତା ପାର୍ଟି ଜିତିବ ବୋଲି କହିଥିଲେ। ଏହାବ୍ୟତୀତ ପ୍ରମୁଖ ସଂସ୍ଥାମାନେ ଅଧିକ ରେଞ୍ଜର ପୂର୍ବାନୁମାନ କରୁଥିଲେ। ଆକସିସ୍‌‌ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିକୁ ୮୦-୧୦୦ ଆସନ (୨୦ ବ୍ୟବଧାନ) ଓ ସି-ଭୋଟର କଂଗ୍ରେସକୁ ମଧ୍ୟପ୍ରଦେଶରେ ୧୧୩-୧୩୭ (୨୪ ବ୍ୟବଧାନ) ଆସନ ଆକଳନ କରିଥିଲେ। ସାଧାରଣତଃ ବୁଥ-ବାହୁଡ଼ା ମତ ସର୍ଭେରେ ୧-୩% ତ୍ରୁଟି ଥାଏ, ଯାହା ଏଥରକ ଅଧିକ ହୋଇଥିଲା। ଅନୁମାନ ଭୁଲ୍‌‌ ହେବାର କାରଣଗୁଡ଼ିକ ହେଲା ଲୋକେ ଖୋଲା ମତାମତ ନଦେବା, ଭୁଲ୍‌‌ ପଦ୍ଧତି, ଜାତି ଓ ଅର୍ଥନୈତିକ ତଥ୍ୟର ଅଭାବରୁ ନମୁନା ସଂଗ୍ରହରେ ତ୍ରୁଟି, ମହିଳାଙ୍କଠାରୁ ମତ ସଂଗ୍ରହ, ନିରପେକ୍ଷତାର ଅଭାବ ଇତ୍ୟାଦି। ଆଗକୁ ତ୍ରୁଟିର ସଂଶୋଧନ ହେବାର ଆବଶ୍ୟକତା ରହିଛି।
ଏଥର ନିର୍ବାଚନରେ ଅନ୍ୟ ଏକ ଚିନ୍ତାଜନକ ବିଷୟ ଦେଖିବାକୁ ମିଳିଲା, ଯାହା ଥିଲା ସମସ୍ତ ରାଜନୈତିକ ଦଳଙ୍କର ‘ଫ୍ରିବିଜ୍‌‌’ ବା ମାଗଣା- ସରକାରୀ ଯୋଜନା ଦେବାର ପ୍ରତିଶ୍ରୁତି। ଦେଶରେ ଗରିବୀ ହଟାଇବାକୁ ହେଲେ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ, ନିଯୁକ୍ତିଭିତ୍ତିକ ଆର୍ଥିିକ ଅଭିବୃଦ୍ଧି, ଶିଳ୍ପାୟନର ବିକେନ୍ଦ୍ରୀକରଣ, ଶିକ୍ଷା ଓ ଦକ୍ଷତା ବୃଦ୍ଧି ଇତ୍ୟାଦି ଦୀର୍ଘମିଆଦୀ ସରକାରୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ସ୍ୱଳ୍ପମିଆଦୀ ଜନମଙ୍ଗଳ କାର୍ଯ୍ୟକ୍ରମରେ ରିହାତି ଦରରେ ବା ମାଗଣାରେ କେତେକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବା ସେବା ଗରୀବ ଲୋକଙ୍କୁ ପ୍ରଦାନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ଏହା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ବଜେଟ୍‌‌ରେ ଆୟକୁ ଦେଖି ବ୍ୟୟବରାଦ ହେବା ଆବଶ୍ୟକ। ଏଫ୍‌‌.ଆର.ବି.ଏମ୍‌‌. ଆଇନ୍‌‌ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିତ୍ତୀୟ ଶୃଙ୍ଖଳା ଭିତରେ ରହି ଋଣ କରିବା ଆବଶ୍ୟକ। ଦେଖାଯାଉଛି ଯେ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ସରକାରମାନେ ମଧ୍ୟ ‘ଅଫ୍‌‌-ବଜେଟ୍‌‌’ ବା ବଜେଟ ବାହାରେ ବିଭିନ୍ନ ସଂସ୍ଥା ଦ୍ୱାରା ଋଣ କରୁଛନ୍ତି, ଯାହାକୁ ଅର୍ଥ କମିଶନ ବାରଣ କରୁଛନ୍ତି। କିନ୍ତୁ ଗତ ନିର୍ବାଚନରେ ବିଭିନ୍ନ ମାଗଣା ଯୋଜନାର ପ୍ରତିଶ୍ରୁତି ଦେବା ବେଳେ ଦଳମାନେ ରାଜ୍ୟର ଆର୍ଥିକସ୍ଥିତିକୁ ଧ୍ୟାନ ଦେବା ଦେଖାଯାଉ ନ ଥିଲା। ଫଳରେ ଏହାର ଭରଣା ପାଇଁ ଲୋକଙ୍କ ଉପରେ ଅଧିକ ଟିକସ ଓ ଋଣ ଭାର ପଡ଼ିବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କର ସୂତ୍ର ଅନୁଯାୟୀ ୨୮ ରାଜ୍ୟର ଋଣଭାର ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୪୩% ବୃଦ୍ଧି ପାଇଛି। ୨୦୨୨-୨୩ରେ ତାମିଲନାଡ଼ୁର ଋଣ ଭାର ସର୍ବାଧିକ ୭, ୫୩, ୮୬୦ କୋଟି ଟଙ୍କା ଥିବା ବେଳେ ରାଜସ୍ଥାନର ଋଣଭାର ୫, ୩୭, ୦୫୩ କୋଟି ଟଙ୍କା ଓ ତେଲଙ୍ଗାନାର ଋଣଭାର ୩, ୬୬, ୩୦୬ କୋଟି ଟଙ୍କା ଥିଲା। କେବଳ ଓଡ଼ିଶାର ବିତ୍ତୀୟ ଶୃଙ୍ଖଳା ବହୁତ ଭଲ ଅଛି। ତେଣୁ ଆଗକୁ ‘ଫ୍ରିବିଜ୍‌‌’ ଉପରେ ମାର୍ଗଦର୍ଶିକା ଜାରି କରାଯିବା ଆବଶ୍ୟକ।
ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ୫୦%ରୁ ସର୍ବାଧିକ ଆରକ୍ଷଣ ସୀମା ନିର୍ଦ୍ଧାରିତ ହୋଇଥିଲେ ବି କଂଗ୍ରେସ ଏଥରକ ନିର୍ବାଚନରେ ପଛୁଆବର୍ଗ କାର୍ଡ ଖେଳି ପ୍ରତ୍ୟାଖ୍ୟାତ ହେଲା। ଏହାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଦେଶରେ ଚାରୋଟି ଜାତି ଅଛି, ଯାହା ହେଲା- ଗରିବ, ଯୁବବର୍ଗ, କୃଷକ ଓ ମହିଳା। ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ୨୦୨୪ ନିର୍ବାଚନ ବଜେଟ୍‌‌ରେ ଏହି ଚାରି ବର୍ଗକୁ ନେଇ ଜନମଙ୍ଗଳ କାର୍ଯ୍ୟକ୍ରମକୁ ସ୍ଥାନ ଦେବାର ସମ୍ଭାବନା ଅଛି। ଭାରତୀୟ ଜନତା ପାର୍ଟି ବିରୋଧ ‘ଇଣ୍ଡିଆ’ ମେଣ୍ଟ ମଧ୍ୟ ନିର୍ବାଚନରେ ବିଫଳ ହେବା ଦେଖାଗଲା। ଏହିପରି ଅନେକ ବିଷୟ ଗତ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲା।
ତେବେ ପ୍ରତ୍ୟେକ ରାଜ୍ୟର ରାଜନୈତିକ ସ୍ଥିତି ସ୍ୱତନ୍ତ୍ର ହୋଇଥିବାରୁ ଏହି ବିଧାନସଭା ନିର୍ବାଚନଗୁଡ଼ିକର ପ୍ରଭାବ ଯେ ଅନ୍ୟ ରାଜ୍ୟରେ ପଡ଼ିବ ତାହା ଭାବିବା ଠିକ୍‌‌ ନୁହେଁ। ସେହିପରି ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନର ପ୍ରସଙ୍ଗଗୁଡ଼ିକ ଅଲଗା ଅଲଗା ହୋଇଥିବାରୁ ଏହି ବିଧାନସଭା ନିର୍ବାଚନଗୁଡ଼ିକର ଟ୍ରେଣ୍ଡ ଯେ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହେବ ତାହା ଏବେଠାରୁ ଆକଳନ କରିହେବ ନାହିଁ।
ଲଳିତ ମୋହନ ମିଶ୍ର
ଭୁବନେଶ୍ୱର, ମୋ: ୭୦୦୮୨୩୩୭୨୯
ଜାତୀୟ ଧାନ ଗବେଷଣା କେନ୍ଦ୍ରର ଅଭିନବ ଉଦ୍ୟମ; ଓଡ଼ିଶାରେ ବାସନା ଧାନର ଜୈବିକ ଚାଷ ପ୍ରକଳ୍ପ
ଓଡ଼ିଶା ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହୋଇପାରିଛି। ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାର ସେ ସ୍ଥିତି ବହୁଦିନରୁ ଆଉ ନାହିଁ। ଚାଷୀମାନଙ୍କର ନିରଳସ ଉଦ୍ୟମ ତଥା ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗୁଁ ଆଜି ଏହି ସଫଳତା ଆମକୁ ମିଳିଛି। ଧାନ ଓଡ଼ିଶାର ପ୍ରଧାନ ଚାଷ। ତେଣୁ ଭାତ ଲୋକଙ୍କର ମୁଖ୍ୟ ଖାଦ୍ୟ। ଏବେ ଉଭୟ ଖରିଫ ଓ ରବି ଋତୁରେ ରାଜ୍ୟରେ ଏତେ ପ୍ରଚୁର ଧାନ ଅମଳ ହେଉଛି ଯେ ସେ ସବୁକୁ ଚାଷୀ ସରକାରୀ ଧାର୍ଯ୍ୟ ମୂଲ୍ୟରେ ମଧ୍ୟ ବିକିବା ସମ୍ଭବ ହେଉନାହିଁ। ଭାରତୀୟ ଖାଦ୍ୟ ନିଗମର ଧାର୍ଯ୍ୟ କୋଟା ଅନୁସାରେ ଚାଷୀଙ୍କଠାରୁ ଧାନ କିଣା ଯାଉଥିବାରୁ ବେଳେବେଳେ ଉତ୍ପାଦିତ ବଳକା ଧାନକୁ କିଣିବାକୁ ରାଜ୍ୟ ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ପାଇଁ। ତେଣୁ ଆବଶ୍ୟକତା ଅନୁସାରେ ଧାନ ଚାଷ କରି ଅନ୍ୟାନ୍ୟ ଅର୍ଥକରୀ ଫସଲ ଉତ୍ପାଦନରେ ମନୋନିବେଶ କରିବାକୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏବେ କଟକସ୍ଥିତ ଜାତୀୟ ଧାନ ଗବେଷଣାକେନ୍ଦ୍ର (ଏନ୍‌‌ଆର୍‌‌ଆର୍‌‌ଆଇ) ପକ୍ଷରୁ ଓଡ଼ିଶାରେ ସୁବାସିତ ଧାନ ଚାଷକୁ ଉତ୍ସାହିତ କରିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ସ୍ୱାଗତଯୋଗ୍ୟ।
ଆମ ଧାନଚାଷୀମାନେ ବାସନା ଧାନ ଅତି ଚାଷ ବହୁତ କମ୍‌‌ କରିଥା’ନ୍ତି। ବାସନା ଚାଉଳର ବଜାର ଚାହିଦା କିନ୍ତୁ ଅତି ଅଧିକ। ବ୍ୟବସାୟୀ ଓ ରପ୍ତାନିକାରୀମାନେ ଏହାକୁ ଆଗ ସଂଗ୍ରହ କରିନିଅନ୍ତି ଏବଂ ଏ ଧାନ ଓ ଚାଉଳ ବଜାର ମୂଲ୍ୟ ମଧ୍ୟ ଅଧିକ। ବିଡ଼ମ୍ବନା ହେଉଛି ଆମ ଚାଷୀ ଏହା ଉପରେ ଅଧିକ ଗୁରୁତ୍ୱ ଦେଇନଥା’ନ୍ତି। କୃଷି ବିଭାଗର ପ୍ରୋତ୍ସାହନ ସତ୍ତ୍ବେ ଏହି କିସମର ଧାନ ଚାଷ ରାଜ୍ୟରେ ସେତେ ଉତ୍ସାହଜନକ ନୁହେଁ। ଧାନ ଉତ୍ପାଦନରେ ଓଡ଼ିଶା ଭାରତରେ ଅଷ୍ଟମ ସ୍ଥାନରେ ରହିଛି। କିନ୍ତୁ ବାସନା ଧାନ ଚାଷ କ୍ଷେତ୍ରରେ ଏହାର ସ୍ଥାନ ବହୁ ତଳେ। ବାସନା ଧାନ ସୁକୁମାରିଆ ଓ କମ୍‌‌ ଅମଳକ୍ଷମ ତଥା ଅଧିକ ଯତ୍ନ ଖୋଜୁଥିବାରୁ ଆମ ଓଡ଼ିଆ ଚାଷୀ ବୋଧହୁଏ ଏହାର ବ୍ୟାବସାୟିକ ଚାଷ ପ୍ରତି ବିଶେଷ ଆଗ୍ରହୀ ନୁହନ୍ତି।
ଭାରତରେ ବାସୁମତୀ (ବାସ୍‌‌ମତୀ) ଓ ଅଣବାସ୍‌‌ମତୀ ସୁଗନ୍ଧିତ ଧାନ ଚାଷ ଉତ୍ତର ପ୍ରଦେଶ, ବିହାରର ହିମାଳୟ ସଂଲଗ୍ନ ଅଞ୍ଚଳ ଓ ଉତ୍ତରାଖଣ୍ଡରେ ଅଧିକ ହୁଏ। ଏହାଛଡ଼ା ପଶ୍ଚିମବଙ୍ଗ, ପଞ୍ଜବ ଓ ହରିଆଣାରେ ଏହି ଧାନଚାଷ ଆଜିକାଲି ହେଉଛି। ସେଠାକାର ଚାଷୀ ଏହି ରପ୍ତାନିଯୋଗ୍ୟ ଓ ସୁବାସିତ ଧାନ ଅମଳ କରି ବିଶେଷ ଲାଭବାନ ହେଉଛନ୍ତି। କଳାଜିରା, କଳାଲୁଣ, ସୋନା ମସୁରୀ, ତେଜମତି, କଳାମୂଚ, ଚିନିଗୁଡ଼ା, ଗୋବିନ୍ଦଭୋଗ ଓ ତୁଳସୀମାଳା ଆଦି ଅଣବାସୁମତୀ ଅଥଚ ବାସନାଯୁକ୍ତ ଧାନ ଆମ ରାଜ୍ୟ ପାଇଁ ନୂଆ ନୁହେଁ। ବିଭିନ୍ନ ଅଞ୍ଚଳରେ ଏହା କିନ୍ତୁ ସୀମିତ ଭାବେ ଚାଷ ହୋଇଥାଏ। କିଛି ଚାଷୀ ମଧ୍ୟ ବାସୁମତୀ ଓ ଜସ୍ମିନ ଧାନ ଚାଷ କରନ୍ତି। ଏକର ପିଛା ଉତ୍ପାଦନ ଦୃଷ୍ଟିରୁ ଏସବୁ ବାସନାଧାନ ଅଣବାସନାଧାନ ଭଳି ଅଧିକ ଅମଲକ୍ଷମ ନୁହେଁ। କିନ୍ତୁ ମୂଲ୍ୟ ଓ ଚାହିଦା ଦୃଷ୍ଟିରୁ ଏହା ସବା ଆଗରେ। ସରୁ ସଫା ଚାଉଳ, ବାସନାଯୁକ୍ତ ଓ ମିଠା ସ୍ୱାଦର ଏହି ଚାଉଳ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଓଡ଼ିଆଙ୍କ ପଖାଳ ଆବଶ୍ୟକତା ମେଣ୍ଟାଇବାକୁ ଏହା ଉପଯୁକ୍ତ ନୁହେଁ।
ତେବେ ସେ ଯା’ହେଉ କଟକର ଜାତୀୟ ଧାନ ଗବେଷଣାଗାର (ଏନ୍‌‌ଆର୍‌‌ଆର୍‌‌ଆଇ) ସୁବାସିତ ଧାନ ଚାଷ ପାଇଁ ରାଜ୍ୟର ଚାଷୀଙ୍କୁ ଉତ୍ସାହିତ କରିବାକୁ ଯେଉଁ ପ୍ରକଳ୍ପ ଆରମ୍ଭ କରିଛି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ। ଏହି କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଯେ ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଏହି ଧାନର ପରୀକ୍ଷାମୂଳକ ଚାଷ କରାଯିବ। ଏନ୍‌‌ଆର୍‌‌ଆର୍‌‌ଆଇ ଏଥିପାଇଁ ଉପଯୁକ୍ତ ବିହନ କୃଷକ-ଉତ୍ପାଦକ ସଂଗଠନ (ଏଫପିଓ) ମାଧ୍ୟମରେ ଚାଷୀଙ୍କୁ ଯୋଗାଇବା ସହିତ ଏହାର ଚାଷ ପାଇଁ ନିୟମିତ ପରାମର୍ଶ ଯୋଗାଇବ। ଆହୁରି ମଧ୍ୟ ଉତ୍ପାଦିତ ଧାନ ଓ ଚାଉଳ ସଂଗ୍ରହ କରି ତାହାର ବିକ୍ରିବଟା ଏବଂ ରପ୍ତାନିକାମ ଦେଖିବାକୁ ଏକ ରପ୍ତାନକାରୀ ସଂସ୍ଥା ସହ ଏହି କେନ୍ଦ୍ର ତ୍ରିପାକ୍ଷିକ ଚୁକ୍ତି କରିଛି। ଚାଷର ବୈଷୟିକ ସହାୟତା, ଉନ୍ନତ ଫସଲ କିସମ ନିର୍ବାଚନ, ଚାଷ ପଦ୍ଧତି, ଉତ୍ପାଦନ, କ୍ରୟ, ପ୍ୟାକେଜିଂ ଓ ବିପଣନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ଏନ୍‌‌ଆରଆରଆଇ ଏସବୁ ଦାୟିତ୍ୱ ନିଜେ ବହନ କରିଛି।
ଅଣବାସୁମତୀ ବାସନା ଧାନ ଚାଷକୁ ନେଇ ଏନ୍‌‌ଆରଆରଆଇର ଏହି ପରୀକ୍ଷାମୂଳକ ପ୍ରକଳ୍ପ ଯଦି ସଫଳ ହୁଏ ତେବେ ଓଡ଼ିଶାର କୃଷକମାନଙ୍କ ପାଇଁ ଭବିଷ୍ୟତରେ ବହୁତ ଲଭଦାୟକ ହୋଇପାରିବ। ଓଡ଼ିଶାର ନିଜସ୍ୱ କେତେକ ଧାନ ପ୍ରଜାତିକୁ ନେଇ ଏହି ନୂତନ ପଦ୍ଧତିରେ ଚାଷ କରାଗଲେ ଏବଂ ସେଥିରୁ ଉତ୍ପାଦିତ ଚାଉଳକୁ ବିଶେଷ ପ୍ରକ୍ରିୟାକରଣ ମାଧ୍ୟମରେ ଦେଶ ବିଦେଶରେ ବିକ୍ରି ପାଇଁ ବହୁଳ ସୁଯୋଗ ମିଳିବ। ଆମ ରାଜ୍ୟରେ ମିଶନ୍‌‌ ଶକ୍ତି ଅଭିଯାନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ପ୍ରତି ଅନେକ ଖାଦ୍ୟ ପ୍ରକ୍ରିୟାକରଣ କାମ ହାତକୁ ନେଉଛନ୍ତି। ତେଣୁ ରାଜ୍ୟରେ ଉତ୍ପାଦିତ ଏହି ବିରଳ ଚାଉଳ କିସମ, ବିଶେଷକରି ଜୈବିକ ଚାଷ ପ୍ରକ୍ରିୟା ଦ୍ୱାରା କରାଯାଉଥିବାରୁ, ଉପଯୁକ୍ତ ପ୍ରମାଣପତ୍ର ସହ ଏଥିରୁ ପ୍ରକ୍ରିୟାକୃତ ବିଭିନ୍ନ ଉତ୍ପାଦ ବଜାରକୁ ଛଡ଼ାଯାଇପାରିବ। ଭାରତ ଯଦି ଭିଏତ୍‌‌ନାମ ଓ ଅନ୍ୟ ଦକ୍ଷିଣ-ପୂର୍ବ ଏସିଆ ଦେଶମାନଙ୍କରୁ ପ୍ରକ୍ରିୟାକୃତ ଧାନ, ଚାଉଳ ଭିତ୍ତିକ ଉତ୍ପାଦ ଆମଦାନୀ କରିପାରୁଛି ତେବେ ଆମ ରାଜ୍ୟରୁ ପ୍ରସ୍ତୁତ ଜୈବିକ ଚାଷ ଭିତ୍ତିରେ ଉତ୍ପାଦିତ ବିରଳ ଚାଉଳ ପ୍ରଜାତିର ମଧ୍ୟ ପ୍ରକ୍ରିୟାକରଣ ଉତ୍ପାଦନର ବେଶ୍‌‌ ଚାହିଦା ରହିବ। ଏନ୍‌‌ଆରଆରଆଇ ଏ ଦିଗରେ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ ବଜାର ବ୍ୟବସ୍ଥା ପ୍ରସ୍ତୁତ କଲେ ଉଭୟ ଚାଷୀ ଓ ମିଶନ୍‌‌ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ପୃକ୍ତ ଜିଲ୍ଲାମାନଙ୍କରେ ବହୁ ଲାଭବାନ୍‌‌ ହେବେ। ଆମ ଆଶା କରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ସହଯୋଗର ହାତ ମିଳାଇବେ।
ଏହା ଏକ ପରୀକ୍ଷାମୂଳକ ପ୍ରକଳ୍ପ। ଗୋଟିଏ ଗୋଟିଏ ଛୋଟ ଛୋଟ ପରୀକ୍ଷା ନିରୀକ୍ଷା ବେଳେବେଳେ ଐତିହାସିକ ସଫଳତା ଆଣି ସମଗ୍ର ଧାରା ବଦଳାଇବାରେ ସହାୟକ ହୋଇଥାଏ। ଏହି ପରୀକ୍ଷା ଜୈବିକ ଚାଷ ପ୍ରଣାଳୀରେ କରାଯାଉଥିବାରୁ ଏହାର ଗୁରୁତ୍ୱ ଅଧିକ। ଏହି ପରୀକ୍ଷା ଯଦି ସଫଳ ହୁଏ, ଏହା ଓଡ଼ିଶା ଚାଷୀଙ୍କ ଭାଗ୍ୟ ବଦଳାଇ ଦେବ। ଏଭଳି ପ୍ରୟାସକୁ ସବୁମନ୍ତେ ଉତ୍ସାହିତ କରିବା ସମସ୍ତଙ୍କର ଦାୟିତ୍ୱ।
ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୩ୟ ସ୍ୱନକ୍ଷତ୍ର ଅବସରରେ ଏକ ମିନି ମାରାଥନ ପ୍ରତିଯୋଗିତା ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ଶୁକ୍ରବାର)ରେ ଏକାସଙ୍ଗେ ରାଜ୍ୟର ୯ ଗୋଟି ସହରରେ ଅନୁଷ୍ଠିତ ହେବ।ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।
ଏହି ମାରାଥନର ଗତ ଦୁଇଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍‌‌ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ନନ୍ଦିଘୋଷ ଟିଭିରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।
ଆଜି ‘ମାଟ୍ରିକ୍‌‌ ଉତ୍କର୍ଷ ସମ୍ମାନ-୨୦୨୩’: ସକାଳ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ କରାଯିବ ସମ୍ବର୍ଦ୍ଧିତ
ଭୁବନେଶ୍ୱର: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌‌ ଉତ୍କର୍ଷ ସମ୍ମାନ-୨୦୨୩’। ରାଜ୍ୟ ମାଧ୍ୟମିକ ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖି ମାଟ୍ରିକ୍‌‌ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ମେଧାବୀଙ୍କୁ ସମ୍ମାନିତ କରିବାଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାବେଳେ ଭୁବନେଶ୍ୱରର ଜୟଦେବ ଭବନରେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବେ। ବାଲେଶ୍ୱରର ଷ୍ଟେସନ କ୍ଲବ୍‌‌ ପଞ୍ଚଜନ୍ୟ ହୋଟେଲରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ସମ୍ବଲପୁର ଏମସ୍‌‌ କଲେଜ ପରଧିଆପାଲୀରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ସାମିଲ୍‌‌ ହେବେ। ବ୍ରହ୍ମପୁରର ସରକାରୀ ଆଇଟିଆଇ ଅଡିଟୋରିୟମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ମେଧାବୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଅନୁରୂପ ଭାବେ ଜୟପୁରର ବିଦ୍ୱାନ କନିଷ୍ଠ ମହାବିଦ୍ୟାଳୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରିର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।
ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୦ ଜିଲ୍ଲାର ଛାତ୍ରଛାତ୍ରୀ ଓ ଶିକ୍ଷକ ସାମିଲ୍‌‌ ହେବେ। ପୂର୍ବାହ୍ନ ୧୦ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହିତ ସମ୍ପୃକ୍ତ ଜିଲ୍ଲାର ଆଦର୍ଶ ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଅଶୋକ ପଣ୍ଡା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେବେ।
ଆସନ୍ନ ବିକଳଧ୍ୱନି ‘ହା ଜଳ’!
ଜଳରୁ ଜୀବନ ସୃଷ୍ଟି। ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଙ୍କ ଶରୀରର ୬୦ ରୁ ୮୦ ଶତାଂଶ ଏହି ଯାଦୁକାରୀ ତରଳ ପଦାର୍ଥରେ ଗଢ଼ା। ତହିଁରେ ଏହାର ପରିମାଣ ସାମାନ୍ୟ କମ୍ ବେଶୀ ହେଲେ ଜୀବନ ପ୍ରକ୍ରିୟାରେ ଘୋର ବିଭ୍ରାଟ ସୃଷ୍ଟି ହୁଏ। ସେଥିପାଇଁ ଜଳକୁ ‘ଜୀବନ’ ବୋଲି ମଧ୍ୟ କୁହାଯାଏ।
ପୃଥିବୀ ପୃଷ୍ଠର ଶତକଡ଼ା ପ୍ରାୟ ୭୧ ଭାଗ ଜଳ। ତେବେ ତାହାର ପ୍ରାୟ ୯ ଶତାଂଶ ଲବଣାକ୍ତ, ଯାହାକି ସମୁଦ୍ର, ମହାସମୁଦ୍ର ଆଦିରେ ଥାଏ। ଅତଏବ ମାତ୍ର ୩ ଶତାଂଶ ଜଳ ମଧୁର। ଏହାର ୬୯ ଶତାଂଶ ହିମବାହ ଏବଂ ୩୦ ଶତାଂଶ ଭୂତଳ ଜଳ ରୂପେ ବିଦ୍ୟମାନ। ଅବଶିଷ୍ଟ ୧ ଶତାଂଶରୁ କମ୍ ନଦୀ, ହ୍ରଦ ଆଦି ଜଳାଶୟରେ ଥାଏ, ଯାହାର ମାତ୍ର ଶତକଡ଼ା ୩ ଭାଗ ଆମର ପାନୀୟ ରୂପେ ଉପଲବ୍ଧ। ତେବେ, କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ପରିବେଶ ପ୍ରଦୂଷଣ ଭଳି କାରଣମାନଙ୍କରୁ ଏହାର ମୁଣ୍ଡପିଛା ଲଭ୍ୟତା ଦ୍ରୂତ ଗତିରେ ହ୍ରାସ ପାଇବାରେ ଲାଗିଛି।
ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ‘ଦି’ ୱାର୍ଲଡ୍ ୱାଟର ଡେଭଲପ୍ମେଣ୍ଟ ରିପୋର୍ଟ-୨୦୨୩’ ଅନୁସାରେ ଆଗାମୀ ଗ୍ରୀଷ୍ମଋତୁକୁ ବିଶ୍ୱର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୪୦ କୋଟି ଉତ୍କଟ ଜଳାଭାବର ସମ୍ମୁଖୀନ ହେବେ। ଭାରତ ଏତଦ୍ୱାରା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। କାରଣ ବିଶ୍ୱ ଜନସଂଖ୍ୟାରେ ୧୮ ପ୍ରତିଶତ ବାସ କରୁଥିବା ଆମର ଦେଶରେ ମଧୁର ଜଳ ଉତ୍ସ ରହିଛି ମାତ୍ର ୪ ପ୍ରତିଶତ। ଏଣୁ ଏହାକୁ ଏକ ‘ଅତ୍ୟନ୍ତ ଜଳକ୍ଲିଷ୍ଟ ଦେଶ’ ବୋଲି ଅବିହିତ କରିଛି ବିଶ୍ୱ ବ୍ୟାଙ୍କ (ଫେବ୍ରୁଆରୀ, ୨୦୨୩)। ବର୍ତ୍ତମାନ ଏହାର ମୁଣ୍ଡପିଛା ଲଭ୍ୟତା ଆଗାମୀ ୧୦ ବର୍ଷ ମଧ୍ୟରେ ୧୨୦ ରୁ ୧୩୦ ଘନମିଟର ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଏ। ଏହାର ମୁଖ୍ୟ କାରଣଗୁଡ଼ିକର ସର୍ବାଗ୍ରେ ରହିଛି ଭୂତଳ ଜଳର ଅତ୍ୟଧିକ ନିଷ୍କାସନ, ହିମବାହଗୁଡ଼ିକର ସଂକୋଚନ, ନଦୀ, ହ୍ରଦ ଆଦି ଜଳାଶୟର ଦୁରୁପଯୋଗ ଏବଂ ଜଳ ପ୍ରଦୂଷଣ।
ଆମ ପାଇଁ ଉପଲବ୍ଧ ସର୍ବାଧିକ ମଧୁରଜଳର ଉତ୍ସ ହେଲା ଭୂତଳଜଳ। ଏହା କୃଷିର ଶତକଡ଼ା ୬୨ ଭାଗ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆବଶ୍ୟକତାର ଯଥାକ୍ରମେ ୮୫ ଭାଗ ଓ ୫୦ ଭାଗ ପୂରଣ କରେ। ଏ ଆକଳନ ଅନୁସାରେ ଆମ ଦେଶରେ ବାର୍ଷିକ ଭୂତଳକୁ ପ୍ରବେଶ କରିଥାଏ ୪୩୭.୬ ବିଲିୟନ ଘନମିଟର ଜଳ। ତହିଁରୁ ଅତିବେଶିରେ ୩୯୮.୧ ବିଲିୟନ ଘନମିଟର ନିଷ୍କାସନ ଯୋଗ୍ୟ। କିନ୍ତୁ ବର୍ଷକୁ ବର୍ଷ ତାହାର ନିଷ୍କାସନ ବୃଦ୍ଧିପାଇବାରେ ଲାଗିଛି। ଫଳରେ ବିଶେଷକରି ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏହା ବ୍ୟତୀତ ଅନେକ ସ୍ଥାନରେ ଏହା ମଧ୍ୟ ଆମର ବ୍ୟବହାର ଉପଯୋଗୀ ହେଉନାହିଁ। କାରଣ, କେଉଁଠି ତାହା ଲବଣାକ୍ତ ହେଲାବେଳେ, ଅନ୍ୟ କେଉଁଠି ଏଥିରେ ମିଶି ରହୁଛି ଅଧିକମାତ୍ରାରେ ଫ୍ଲୋରାଇଡ୍, ନାଇଟ୍ରେଟ୍, ଲୌହ, ଆର୍ସେନିକ୍, ୟୁରାନିୟମ ଏବଂ ବିବିଧ ବିଷାକ୍ତ ପଦାର୍ଥ। ଏହା ବ୍ୟତୀତ ନାନାଦି କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ ମଧ୍ୟ ଏଥିରେ ମିଶି ତାହାକୁ ଦୂଷିତ କରୁଛି। ଫଳରେ ଏହା ପାନୀୟ ଉପଯୋଗୀ ହେବା ତ ଦୂରର କଥା କ୍ଷେତରେ ସେଚନ ପାଇଁ ମଧ୍ୟ ଏହି ଜଳ ଉପଯୁକ୍ତ ହେଉନାହିଁ।
ବିଗତ ଡିସେମ୍ବର ୨୦୨୨ରେ ଆମ ଦେଶର ବିଭିନ୍ନ ୨୫,୬୯୧ଟି ସ୍ଥାନରେ ଭୂତଳ ଜଳର ମାନ ନିରୂପଣ କରାଯାଇଥିଲା। ତହିଁରୁ ଅର୍ଦ୍ଧାଧିକ, ଅର୍ଥାତ୍ ୧୩,୭୧୬ଟି ସ୍ଥାନରେ ତହିଁରେ ଗ୍ରହଣୀୟ ସ୍ତରଠାରୁ ଅଧିକ ମାତ୍ରାରେ ଲୌହଥିବାର ଜଣାପଡ଼ିଥିଲା। ସେହିପରି ୯,୯୩୮ ସ୍ଥାନର ଜଳ ଲବଣାକ୍ତ ହେଲାବେଳେ ୭୬୦ଟି ସ୍ଥାନରେ ଆର୍ସେନିକ୍, ୬୫୫ଟି ସ୍ଥାନରେ ଫ୍ଲୋରାଇଡ଼, ୫୧୫ଟି ସ୍ଥାନରେ ନାଇଟ୍ରେଟ୍ ଏବଂ ୧୦୭ଟି ସ୍ଥାନରେ ବିବିଧ ଭାରିଧାତୁ ଅଧିକ ମାତ୍ରାରେ ଥିଲା।
ଅନ୍ୟପକ୍ଷରେ ବର୍ତ୍ତମାନ ଆମ ରାଜ୍ୟର ଅଧିକାଂଶ ନଦୀ, ଝରଣା, ହ୍ରଦ ଆଦି ଜଳାଶୟର ଜଳ ପ୍ରଦୂଷିତ। କ୍ରମବୃଦ୍ଧିପ୍ରାପ୍ତ ସଘନ କୃଷି, ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଏବଂ ସହରୀକରଣ ଏ ସମସ୍ୟାକୁ ଅଧିକରୁ ଅଧିକ ଜଟିଳ କରିଚାଲିଛି। ଏଥିରୁ ନିର୍ଗତ ବର୍ଜ୍ୟଜଳର ୬୩ ଶତାଂଶ ବିନା ବିଶୋଧନରେ ଜଳାଶୟମାନଙ୍କ ମଧ୍ୟକୁ ଯାଉଛି (ଦୈନିକ ପ୍ରାୟା ୭୨,୩୬୮ ନିୟୁତ୍ ଲିଟର)। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୧ ମସିହାରେ ଦେଶର ୨୭୯ଟି ବଡ଼ ବଡ଼ ନଦୀ ଏବଂ ଆହୁରି ଅନେକ ସାନ ସାନ ନଦୀ ଓ ଝରଣା ପ୍ରଦୂଷିତ ହୋଇଥିବାର ଚିହ୍ନଟ କରିଥିଲେ। ଗଙ୍ଗା, ଯମୁନା ଠାରୁ ଆରମ୍ଭ କରି ଆମ ରାଜ୍ୟର ମହାନଦୀ, ବ୍ରାହ୍ମଣୀ ଆଦି ଏହାର ଅନ୍ତର୍ଗତ। ସେଗୁଡ଼ିକୁ ବିଶୋଧନ କରିବା ଲାଗି ବିବିଧ ଯୋଜନାମାନ କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇପାରିନାହିଁ। ଅନ୍ୟପକ୍ଷରେ, ନାନାଦି ବିକାଶମୂଳକ କାର୍ଯ୍ୟକ୍ରମ ଅନେକ ବୃହତ୍ ନଦୀଶଯ୍ୟାମାନ ଅଧିକାର କରିବା ସଂଗେ ସଂଗେ ନଦୀ ଓ ଝରଣା ଆଦିର ଜଳ ପ୍ରବାହକୁ ପ୍ରତିହତ କରୁଛି। ଉଦାହରଣ ସ୍ୱରୂପ ଆମ ଦେଶର ପ୍ରାୟ ୨୪.୨ ଲକ୍ଷ ଜଳାଶୟ ମଧ୍ୟରୁ ୩୮୪୯୬ଟି ଏଭଳି ପ୍ରଭାବିତ ହୋଇଛି। ପୁନଶ୍ଚ ତହିଁରୁ ୫୩୩୯୬ଟି ଅଳ୍ପବହୁତ ଲବଣାକ୍ତ କିମ୍ବା ଶୁଷ୍କ ହେବାକୁ ଲାଗିଲାଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାଗତିକ ଉଷ୍ମତା ବୃଦ୍ଧି ମଧ୍ୟ ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। କାରଣ ଗ୍ରୀଷ୍ମକାଳରେ ହିମବାହର ଚଳନ ତହିଁରୁ ବାହାରିଥିବା ନଦନଦୀଙ୍କୁ ଜଳପୁଷ୍ଟ କରେ। ପୁନଶ୍ଚ ଶୀତକାଳରେ ସେଗୁଡ଼ିକ ତୁଷାରପୁଷ୍ଟ ହୋଇ ପୂର୍ବାବସ୍ଥାକୁ ଫେରି ଆସନ୍ତି। ଏ ପ୍ରକ୍ରିୟା ପୌନ ପୌନିକ ଭାବେ ଚାଲେ। କିନ୍ତୁ ବର୍ତ୍ତମାନ ହିମବାହ ଅଂଚଳ କମ ହେବାରେ ଲାଗିଛି । ଫଳରେ ଏହା ହରାଉଥିବା ଜଳର ପୁର୍ନଭରଣ (ତୁଷାର ରୂପେ) ହୋଇ ନପାରିବାରୁ ତାହା ସଙ୍କୁଚିତ ହେବାରେ ଲାଗିଛି। ଏଣୁ ନଦନଦୀଗୁଡ଼ିକୁ ଗ୍ରୀଷ୍ମକାଳରେ ନିୟମିତ ଜଳପୁଷ୍ଟ କରିବା ସାମର୍ଥ୍ୟ ସେଗୁଡ଼ିକର ହ୍ରାସ ପାଇଚାଲିଛି। ଏପରିସ୍ଥଳେ ଆମ ଜୀବନ ଧାରଣର ଦୁଇଟି ଧାରା ଜଳସେଚନ ଏବଂ ଜଳପାନ ଲାଗି ଉପଯୁକ୍ତ ଜଳ ଯଥେଷ୍ଟ ପରିମାଣରେ ମିଳିବାର ସମ୍ଭାବନା ଦିନକୁ ଦିନ କମ୍ ହୋଇ ଚାଲିବ ବୋଲି ମନେକରାଯାଉଛି।
କେନ୍ଦ୍ର ଜଳ କମିଶନର ରିପୋର୍ଟ ଅନୁସାରେ (୨୦୨୧) ଆମ ଦେଶର ୮୯ ଶତାଂଶ ଭୂତଳ ଜଳ କୃଷି ପାଇଁ ଏବଂ ଅବଶିଷ୍ଟର ଏକ ସିଂହଭାଗ ଶିଳ୍ପ ଓ ଘରୋଇ ବ୍ୟବହାରରେ ଲାଗେ। ଏଣୁ ଜଳାଭାବ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଅଧିକ ଜଳ ଆବଶ୍ୟକ କରୁଥିବା ଧାନ, ଆଖୁ ଓ ଗହମ ଆଦି ଫସଲ ବଦଳରେ ତାହା କମ୍ ଆବଶ୍ୟକ କରୁଥିବା ମିଲେଟ୍ ଭଳି ଫସଲ ଚାଷ କରିବା ସହିତ ବୁନ୍ଦା-ଜଳସେଚନକୁ ଏବେ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଶିଳ୍ପକ୍ଷେତ୍ରରେ ଜଳର ବ୍ୟବହାର କମ୍ କଲାଭଳି ବିବିଧ ନୂତନ ଟେକ୍ନୋଲୋଜିର ବିକାଶ ପ୍ରତି ମଧ୍ୟ ଗୁରୁତ୍ୱ ଆରୋପ କରାଯାଉଛି। ପୁନଶ୍ଚ ଘରେ ଘରେ ପାନୀୟ ଜଳ ଯୋଗାଣଲାଗି ଜଳ ଜୀବନ ମିଶନ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଜଳସମ୍ପଦର ଅପବ୍ୟୟ ହ୍ରାସ କରିବା ସହିତ ଜଳବାହିତ ରୋଗରୁ ସୁରକ୍ଷା ପ୍ରଦାନ କରିବ ବୋଲି ମନେ କରାଯାଉଛି। ତେବେ ଏଗୁଡ଼ିକ ଏବେ ସୁଦ୍ଧା ଉଲ୍ଲେଖନୀୟ ଭାବେ ଫଳବତୀ ହୋଇପାରିନାହିଁ। ଏପରିସ୍ଥଳେ ଆଗାମୀ ଦିନମାନଙ୍କରେ ଆମ ଦେଶରେ ଜଳ ସଂକଟ ତୀବ୍ର ହୋଇ ଚାଲିବାର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି।
ଆଉ ଏକ ଆକଳନରୁ ଜଣାପଡ଼ିଛି ଯେ ସ୍ୱାଧୀନତା ପରଠାରୁ (୧୯୪୭) ବର୍ତ୍ତମାନ ମଧ୍ୟରେ ଆର୍ଥତ୍ ବିଗତ ୭୫ ବର୍ଷରେ ଆମ ଦେଶରେ ମଧୁରଜଳର ଉପଲବ୍ଧତା ୭୫ ଶତାଂଶ ହ୍ରାସ ପାଇଛି। ସେତେବେଳେ ତାହା ମୁଣ୍ଡପିଚ୍ଛା ୬୦୪୨ ଘନମିଟର ଥିଲାବେଳେ ୨୦୦୧ ମସିହା ବେଳକୁ ୧୮୧୬ ଘନମିଟର, ୨୦୧୧ ମସିହା ବେଳକୁ ୧୫୪୫ ଘନମିଟର ଏବଂ ୨୦୨୦ ମସିହା ବେଳକୁ ୧୪୮୬ ଘନମିଟରକୁ ଖସି ଆସିବାର ଦେଖାଯାଇଛି। ପୁନଶ୍ଚ ୨୦୩୧, ୨୦୪୧ ଏବଂ ୨୦୫୧ ମସିହା ବେଳକୁ ତାହା ୧୩୬୭, ୧୨୮୨ ଏବଂ ୧୧୪୦ ଘନମିଟରରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଆମ ଗ୍ରାମାଞ୍ଚଳର ପ୍ରତି ୪ଟି ପରିବାର ମଧ୍ୟରୁ ୩ଟି ଉପଯୁକ୍ତ ପାନୀୟଜଳରୁ ବଞ୍ଚିତ ବୋଲି ଜଣାପଡ଼ିଛି। ନ୍ୟାସନାଲ ଷ୍ଟାଟିଷ୍ଟିକାଲ୍ ଅଫିସ୍ ଦ୍ୱାରା ଆକଳନରୁ। ଏପରିସ୍ଥଳେ ଆଗକୁ ଅବସ୍ଥା ଯେ କିପରି ଜଟିଳ ହେବ, ତାହା ଅନୁମାନ କରିବା କଥା। ସମ୍ଭବତଃ ସ୍ୱାଧୀନତା ପରେ ପରେ, ଅର୍ଥାତ୍ କୃଷିକ୍ଷେତ୍ରରେ ସବୁଜ ବିପ୍ଲବ ଆସିବା ପୂର୍ବରୁ ଆମ ଦେଶରେ ଯେପରି ହାଃ ଅନ୍ନ ସ୍ୱର ଶୁଭୁଥିଲା, ସେହିପରି ଅଳ୍ପ କେଇଟା ବର୍ଷ ମଧ୍ୟରେ ଚାରିଆଡୁ ‘ହା ଜଳ’ ର ବିକଳ ଧ୍ୱନି ଶୁଭିବାର ସମ୍ଭାବନା ଅତି ଉଜ୍ଜ୍ୱଳ ମନେ ହୁଏ।
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୭୩୮୧୬୬୯୫୫୪
ଦକ୍ଷିଣ ଏସିଆରେ ଚୀନ୍‌‌ର ବିସ୍ତାରବାଦୀ ରଣନୀତି: ଭାରତର ଏକ ନମ୍ବର ଶତ୍ରୁ ଚୀନ୍‌‌କୁ ସାବଧାନ
ଭାରତର ଉତ୍ତର-ଉତ୍ତରପୂର୍ବ ସୀମାନ୍ତରେ ବିସ୍ତାରବାଦୀ ଚୀନ୍‌‌ର ଅସ୍ଥିରତାବାଦୀ ଉଦ୍ୟମ ଜାରି ରହିଛି। ଇତିମଧ୍ୟରେ ଚୀନ୍‌‌ ପକ୍ଷରୁ ଅରୁଣାଚଳ ପ୍ରଦେଶ ଉପରେ ତାହାର ଦାବିକୁ ବାରମ୍ବାର ଦୋହରାଯିବା ସହିତ ସେହି ସୀମାନ୍ତ ରାଜ୍ୟର ୧୬ଟି ସ୍ଥାନର ନାମକରଣ ବେଜିଂ ସରକାରଙ୍କ ପକ୍ଷରୁ ଏକତରଫା ଭାବେ କରାଯାଇଛି। ଅକ୍‌‌ଶାଇ ଚୀନ୍‌‌ ଇଲାକାରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଥିବା ଚୀନ୍‌‌ ଏବେ ଭୁର୍କାନର କିଛି ଅଞ୍ଚଳକୁ ଜବରଦଖଲ କରି ସେଠାରେ ଏକ ବଡ଼ ସାମରିକ ଶିବିର ନିର୍ମାଣ କରିଛି। ସେଠାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ଚୀନ୍‌‌ ଉଦ୍ୟମ ଜାରି ରଖିଥିବାବେଳେ ଦୁର୍ଦ୍ଦାନ୍ତ ବେଜିଂ ସରକାରଙ୍କ ଏଭଳି ଜବରଦସ୍ତ କାର୍ଯ୍ୟକଳାପ ବିରୋଧରେ ପ୍ରତିବାଦ କରିବାର ଶକ୍ତି ଭୁଟାନ ସରକାର ଜୁଟାଇ ପାରୁନାହିଁ। ତେଣେ ଭାରତକୁ ତାଚ୍ଛଲ୍ୟ କରି ଚୀନ୍‌‌ କହିଛି ଯେ ଭାରତ ମହାସାଗର ଭାରତର ନୁହେଁ। ଏଠାରେ ସେ ଶ୍ରୀଲଙ୍କା ଉପକୂଳରେ ଯେଉଁ ସାମରିକ ରାଡାର କେନ୍ଦ୍ର ସ୍ଥାପନ କରିବ, ତାହାକୁ ଭାରତ ବିରୋଧ କରିପାରିବ ନାହିଁ।
ଚୀନ୍‌‌ର ଏସବୁ ଉସୁକାନୀ ଓ ଜୋର ଜବରଦସ୍ତ କାର୍ଯ୍ୟ ପଛରେ ସେ ଦେଶର ଭୂ-ରାଜନୀତି ଓ ରଣନୀତି ସ୍ପଷ୍ଟ ଭାବେ ପରିଲକ୍ଷିତ। ଚୀନ୍‌‌ ତିବ୍ଦତକୁ ଦଖଲ କରିବା ପରେ ଲଦାଖ ଓ କାଶ୍ମୀରରୁ ଆରମ୍ଭ କରି ଭୁଟାନ, ସିକିମ୍‌‌ ଓ ଅରୁଣାଚଳ ପ୍ରଦେଶକୁ ନିଜର ଭୂଖଣ୍ଡରେ ସାମିଲ କରିବାର ଏକ ବଡ଼ଗୁପ୍ତ ଯୋଜନା ରଖିଛି। ସେଥିପାଇଁ ଅକଶାଇ ଚୀନ୍‌‌, ଡୋକଲାମ ଓ ଅରୁଣାଚଳ ସୀମାନ୍ତରେ ବାରମ୍ବାର ଅସ୍ଥିରତା ସୃଷ୍ଟି କରୁଛି। ତେଣେ କେନ୍ଦ୍ର ଏସିଆରେ ‘ବେଲ୍ଟ ଆଣ୍ଡ ରୋଡ୍‌‌’ ପ୍ରକଳ୍ପ ଚଳାଇଛି। ଶ୍ରୀଲଙ୍କା ଉପକୂଳରେ ସାମରିକ ରାଡାର ଘାଟି ସ୍ଥାପନ କରି ଭାରତ ମହାସାଗରରେ ତାହାର ସାମରିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବାକୁ ଚାହୁଁଛି। ‘ଆସିଆନ୍‌‌’ କ୍ଷେତ୍ରରେ ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏବେ ଚୀନ୍‌‌ର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ନିଜର ପ୍ରଚଣ୍ଡ ସାମରିକ ଶକ୍ତି ବଳରେ ସେ ଭାରତକୁ ବିଭିନ୍ନ ଉପାୟରେ ଅସୁବିଧାରେ ପକାଇ ଅସ୍ଥିର ଓ ଦୁର୍ବଳ କରିବାକୁ ଯୋଜନାବଦ୍ଧ ଭାବେ କାମ କରୁଛି।
ଭାରତ ଅବଶ୍ୟ ଚୀନ୍‌‌ ସୀମାନ୍ତରେ ତାହାର ସାମରିକ ଶକ୍ତିକୁ ବଢ଼଼ାଇଛି ଏବଂ ବେଜିଂର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି। ଏହାଛଡ଼ା ଚୀନ୍‌‌ର ମୁକାବିଲା କରିବାକୁ ଉଭୟ କୂଟନୀତିକ ଓ ରଣକୌଶଳାତ୍ମକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଆମେରିକା ସରକାର ଅରୁଣାଚଳ ପ୍ରଦେଶ ଉପରେ ଚୀନର ଅଧିକାର ଦାବିକୁ ବିରୋଧ କରି ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ବାଇଡେନ୍‌‌ ପ୍ରଶାସନ ମଧ୍ୟ ଭାରତ ମହାସାଗରରେ ଚୀନ୍‌‌ର ସାମରିକ କାର୍ଯ୍ୟକଳାପ ବୃଦ୍ଧିକୁ ବିରୋଧ କରିବା ସହିତ ଦକ୍ଷିଣ ଚୀନ୍‌‌ ସାଗର ଅଞ୍ଚଳରେ ସବୁ ଆଞ୍ଚଳିକଦେଶଙ୍କୁ ସମାନ ଅଧିକାର ଦେବାକୁ ଦାବି ଦୋହରାଇ ପାଲଟା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।
ଭାରତର ନିମନ୍ତ୍ରଣ କ୍ରମେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଂ ନିକଟରେ ନୂଆଦିଲ୍ଲୀ ଆସିଥିଲେ। ଡୋକଲାମ ବିବାଦର ସମାଧାନରେ ଭୁଟାନର ସହଯୋଗ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଭୁଟାନ ଏହା ପୂର୍ବରୁ ଚୀନ୍‌‌ର ଚାପରେ ପଡ଼ି ତାହାର ସମର୍ଥନରେ ଏକ ବିବୃତି ଦେଇଥିଲା। ଭୁଟାନର ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ ଯେ ଡୋକଲାମ ବିବାଦର ସମାଧାନରେ ଚୀନ୍‌‌ର ଭାରତ ଭଳି ସମାନ ଭୂମିକା ରହିଛି। ତିନିଟି ଦେଶର ଏହି ମିଳନସ୍ଥଳ ଡୋକଲାମ ନେଇ ୨୦୧୯ ପୂର୍ବରୁ ଭୁଟାନର ନୀତି ଚୀନ୍‌‌ ବିରୋଧରେ ଥିଲା ଏବଂ ଡୋକଲାମରେ ଚୀନ୍‌‌ର ସ୍ଥିତିକୁ ଭୁଟାନ ସ୍ୱୀକୃତି ଦେଉନଥିଲା। ଏପରିକି ଭାରତର ଛୋଟ ଛୋଟ ପଡୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ନେପାଳ ଆଦି ଯେଉଁମାନେ ଭାରତ ଦ୍ୱାରା ବିଭିନ୍ନ ଉପାୟରେ ଉପକୃତ ଓ ଅନୁଗୃହୀତ, ସେମାନେ ଏବେ ଚୀନ ବିରୋଧରେ ସ୍ୱର ଉଠାଇବାକୁ ସାହସ କରୁନାହାନ୍ତି। ପାକିସ୍ତାନ କଥା ନକହିବା ଭଲ; କାରଣ ଏହା ଚୀନ୍‌‌ର ଏକ ଖାସ୍‌‌ ମିତ୍ର ଏବଂ ଚୀନ୍‌‌ର କୂଟନୀତି ଦ୍ୱାରା ସମ୍ପୂର୍ଣ୍ଣ ଭାବେ କବଳିତ। ଆମ ପଡୋଶୀଙ୍କ ଏଭଳି ଆଚରଣରେ ଭାରତ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଭୂ-ରାଜନୀତିକ ରଣନୀତିରେ ରହିଛି ଏସବୁ ରାଷ୍ଟ୍ରଙ୍କୁ ଚୀନର ପ୍ରଚୁର ଋଣ ଓ ଆର୍ଥିକ ସହାୟତା ଯୋଗାଣ। ଏମାନଙ୍କୁ ଚୀନ୍‌‌ ଯେଉଁ ପରିମାଣରେ ଆର୍ଥିକ ସହାୟତା ଓ ଋଣ ଦେଇଛି, ଭାରତ ତାହା କଳ୍ପନା କରିପାରିବ ନାହିଁ। ସେଥିରୁ କେତେକ ଦେଶ ଏବେ ଚୀନ୍‌‌ ଋଣ ଯନ୍ତାରେ ପଡ଼ି ଛଟପଟ ମଧ୍ୟ ହେଉଛନ୍ତି। ଶ୍ରୀଲଙ୍କା ଓ ପାକିସ୍ତାନ ତାହାର ପ୍ରକୃଷ୍ଟ ଉଦାହରଣ। ନେପାଳ ଓ ବାଂଲାଦେଶ ମଧ୍ୟ ସେ ରାସ୍ତାରେ ଯାଉଛନ୍ତି।
ଏଭଳି ସମୟରେ ନିଜର ସ୍ଥିତି ରକ୍ଷା ପାଇଁ ଭାରତକୁ ଆମେରିକା ଓ ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ରଙ୍କ ନୈତିକ ଏବଂ ଅନ୍ୟାନ୍ୟ ସମର୍ଥନ ଜୁଟାଇବାକୁ ପଡ଼ିବ। ଏହାଛଡ଼ା ଜି-୨୦ ଓ ‘କ୍ୱାର୍ଡ’ ଭଳି ମଞ୍ଚକୁ ଭାରତ ଯେତେ ଅଧିକ ଏହି ପ୍ରସଙ୍ଗରେ ଉପଯୋଗ କରିବ, ସେତେ ଭଲ। ଆମକୁ ଚୀନ୍‌‌ ବିରୋଧରେ ଆମର ସାମରିକ ସାମର୍ଥ୍ୟ ଯଥେଷ୍ଟ ବଢ଼଼ାଇବାକୁ ପଡ଼ିବ, ଏହା ସହିତ ଉଭୟ ଉତ୍ତର-ପୂର୍ବାଞ୍ଚଳ ଓ ଆଣ୍ଡାମାନ ନିକୋବର ଅଞ୍ଚଳରେ ଆମର ସାମରିକ ଉପସ୍ଥିତି ଓ ଘାଟି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ହେବ।
ଏ ପରିସ୍ଥିତିରେ ଭାରତକୁ ମଧ୍ୟ ଦକ୍ଷିଣ ଏସିଆରେ ତାହାର ବଡ଼ଭାଇ ପଣିଆ ଜାହିର ନୀତିକୁ ପରିହାର କରି ନିଜସ୍ୱ ସାମରିକ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ବିକାଶ ପ୍ରକ୍ରିୟାରେ ଚୀନ୍‌‌ ସହିତ ପ୍ରତିଯୋଗିତା କରିବା ଓ ପଡୋଶୀଙ୍କୁ ଋଣ ଓ ଅର୍ଥ ସହାୟତା ଦେଇ ନିଜ ପକ୍ଷରେ ରଖିବା କାମ ଭାରତ ପାଇଁ ବୋଧହୁଏ ଉପଯୁକ୍ତ ହେବନାହିଁ। ତଥାପି ‘ପଡ଼ୋଶୀ ପ୍ରଥମ’ ନୀତିରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ଆମକୁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ ଭଳି ଦେଶଙ୍କ ସହିତ ମୈତ୍ରୀ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ତା’ନହେଲେ ଚୀନ୍‌‌ର ରଣନୀତି ଆଗରେ ଆମେ ପଛରେ ପଡ଼ିଯିବା। ଏଥିପାଇଁ ଭାରତକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଚୀନ୍‌‌ ଯେ ଭାରତର ଏକ ନମ୍ବର ଶତ୍ରୁ, ଏହାକୁ ମୂଳମନ୍ତ୍ର କରି ଭାରତ ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବିସ୍ତାର ପାଇଁ ଅନୁକୂଳ ପଦକ୍ଷେପ ନେବା ଉଚିତ।
ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସକାଳ’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଡିସେମ୍ବର-୧ ରେ ଅନୁଷ୍ଠିତ ହେବ। ଏହି ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଏକ ମିନି ମାରାଥନର ଆୟୋଜନ କରାଯାଇଛି । ଏହି ମାରାଥନ ରାଜ୍ୟର ୯ଟି ସ୍ଥାନରେ ଏକା ସମୟରେ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁରରେ ଏଥିପାଇଁ ପ୍ରସ୍ତୁତି ଜୋର ଧରିଛି ।
ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏ ମାରାଥନ ଦୌଡ଼ ଆୟୋଜନ କରାଯାଉଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ୧ ଡିସେମ୍ବର ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ ପଞ୍ଜିକରଣ କରିବାକୁ ୯୦୪୦୦୧୧୧୨୪, ୯୪୩୭୬୪୭୯୫୯, ୭୦୦୮୪୮୯୨୮୯, ୮୨୪୯୫୨୬୮୦୩ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।