Nandighosha TV - The Sakala
ଭୁବନେଶ୍ବର: ଖାଦ୍ୟ, ବସ୍ତ୍ର ପରେ ମଣିଷର ଅନ୍ୟତମ ମୌଳିକ ଆବଶ୍ୟକତାଟି ହେଉଛି ଘର । ଏ ସ୍ବପ୍ନ ଯେବେ ପୂରଣ ହୁଏ ଲାଗେ ଜୀବନ ସାର୍ଥକ ହୋଇଛି । ଆଜିର ଜନବହୁଳ ସହରୀ ସଭ୍ୟତା ଭିତରେ ପାଖରେ ପଇସା ଥିଲେ ମଧ୍ୟ ଅନେକ ସମୟରେ ନିଜର ଘରଟିଏ କରିବା ସମ୍ଭବ ହୋଇପାରେନି । ଏଥିପାଇଁ ବିଭିନ୍ନ କାରଣ ରହିଛି । ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ସମସ୍ୟା ଓ ସମାଧାନକୁ ନେଇ ଆଜି ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ। ଆଜି ସନ୍ଧ୍ୟା ୫ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । କାର୍ଯ୍ୟକ୍ରମରେ ବହୁ ଉଦ୍ୟୋଗୀ ଯୋଗଦେଇ ଆଲୋଚନା କରିବେ । ଦୁଇଟି ଆଲୋଚନା ଚକ୍ରରେ ସମସ୍ୟା ଓ ସମାଧାନ ନେଇ ବିସ୍ତୃତ ଆଲୋଚନା କରିଯିବ । ଏହି ଅବସରରେ ବିଭିନ୍ନ ବର୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ।
ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ‘ଗୁରୁବ୍ରହ୍ମା ସମ୍ମାନ’। ଆଜି ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ସମ୍ମାନୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ହେବ ।
ଆମ ଜୀବନରେ ଗୁରୁଙ୍କର ଭୂମିକା ସର୍ବାଗ୍ରେ ରହିଥାଏ। ସେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି। କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରି ଗଢ଼ିତୋଳିଥାଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ୧୯୮୮ ମସିହା ସେପଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସର ମାନ୍ୟତା ମିଳିଛି।
‘ସକାଳ’-‘ନନ୍ଦିଘୋଷ’ ଟିଭିର ବୁଥ୍‌ ବାହୁଡ଼ା ସର୍ଭେ : ବିଜେଡି ହାତରେ ସବୁ ଜିଲ୍ଲା ପରିଷଦ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବି ରାଜ୍ୟରେ ‘ନବୀନ’ ଲହର। ଏହି ଲହର ବିଫଳ କରିଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି। ସମସ୍ତ ୩୦ଟି ଜିଲ୍ଲାରେ ବିଜେଡି ଏକତରଫା ବିଜୟ ହାସଲ ସହ ଜିଲ୍ଲା ପରିଷଦ ଗଠନ ଲାଗି ସମ୍ଭାବନା ସୃଷ୍ଟି କରିଛି। ପୂର୍ବର ସମସ୍ତ ନିର୍ବାଚନର ଭୋଟହାରଠାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କେବଳ ଅଧିକ ନୁହେଁ; ୨୦୧୭ ନୁହେଁ, ୨୦୧୨ ନିର୍ବାଚନ ଫଳଠାରୁ ବି ଯଥେଷ୍ଟ ଅଧିକ ଆସନ ପାଇବ ବୋଲି ଆକଳନ କରାଯାଇଛି।
ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ବିଶ୍ୱାସ ଓ ଆସ୍ଥା ବିଜୁ ଜନତା ଦଳକୁ ବିପୁଳ ସଫଳତା ଦେଇଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇପାରି ନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେପି ପ୍ରଦର୍ଶନ ଅତ୍ୟନ୍ତ ନକରାତ୍ମକ ରହିଛି ଏବଂ କଂଗ୍ରେସ ପ୍ରଦର୍ଶନ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ‘ସକାଳ’ ଓ ‘ନନ୍ଦିଘୋଷ’ ପକ୍ଷରୁ କରାଯାଇଥିବା ‘ବୁଥ୍‍ ବାହୁଡ଼ା ସର୍ଭେ’ରୁ ମିଳିଛି ଏପରି ଚମକେଇଦେବା ପରି ତଥ୍ୟ। ରାଜ୍ୟର ୩୦ ଜିଲ୍ଲାର ୮୫୨ ଜିଲ୍ଲା ପରିଷଦ ଜୋନ୍‍ରେ ଅନୁଷ୍ଠିତ ସର୍ଭେ ଫଳାଫଳ ଅନୁସାରେ ନିର୍ବାଚନ ଅନୁଷ୍ଠିତ ୮୫୨ ଆସନ ମଧ୍ୟରୁ ବିଜେଡି ସପକ୍ଷରେ ୬୫୩ ଓ ବିଜେପି ସପକ୍ଷରେ ୭୨ଟି ଆସନ ଯିବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ବାମଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ୪୧ଟି ଆସନରେ ବିଜୟଲାଭ କରିପାରନ୍ତି।
ତେବେ ୩୦ଟି ଜିଲ୍ଲାର ୮୬ଟି ଜିଲ୍ଲା ପରିଷଦ ଜୋନ୍‍ରେ ବିଜେଡ଼ି କେଉଁଠି ବିଜେପି ସହ, କେଉଁଠି କଂଗ୍ରେସ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛି। ଏହି ଆସନଗୁଡ଼ିକରେ କିଏ ବିଜୟୀ ହେବ ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବ। ତଥାପି ଏହି ୮୬ ଆସନରୁ ବିଜେଡି ଖାତାକୁ ୪୦ରୁ ୫୦ଟି ପର୍ଯ୍ୟନ୍ତ ଆସନ ଆସିପାରେ। ଏହି ଆକଳନ ଅନୁସାରେ ବିଜେଡି ଚଳିତ ନିର୍ବାଚନରେ ୭୦୦ ଆସନ ଅତିକ୍ରମ କରିପାରେ ବୋଲି କୁହାଯାଉଛି। ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଧର୍ା, ନୟାଗଡ଼଼, କଟକ ଆଦି ଜିଲ୍ଲାଗୁଡ଼ିକରେ ବିଜେଡି ସମ୍ପୂର୍ଣ୍ଣ ଏକତରଫା ବିଜୟ ଲାଭ କରିବ। ସବୁଠାରୁ କୌତୂହଳର ବିଷୟ ହେଉଛି ବିଜେପି ସାଂସଦ ଓ ବିଧାୟକ ଥିବା ନିର୍ବାଚନ କ୍ଷେତ୍ରଗୁଡ଼ିକରେ ମଧ୍ୟ ଦଳ ବେଶ୍‍ ସଫଳତା ପାଇବାର ସମ୍ଭାବନା ସୃଷ୍ଟି କରିଛି।
୨୦୧୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ୬୫୧ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୧୨୮ଟି ଓ ବିଜେପିକୁ ମାତ୍ର ୩୦ଟି ଆସନ ମିଳିଥିଲା। ମାତ୍ର ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ମିଳିଥିଲା ଆକସ୍ମିକ ସଫଳତା। ବିଜେଡି ହାତରୁ ୮ଟି ଜିଲ୍ଲା ପରିଷଦ ବିଜେପି ଛଡ଼େଇ ନେଇଥିଲା। ମାଲକାନଗିରି, ବରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ଦେବଗଡ଼଼ ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଏକତରଫା ବିଜୟୀ ହେବା ସହ ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା। ରାଜ୍ୟର ସରକାରୀ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବାରେ ବିଜେଡିର ତୃଣମୂଳସ୍ତରର କର୍ମୀ ବିଫଳ ହେବା ଏବଂ କଂଗ୍ରେସ ଭୋଟର ବିଭକ୍ତିକରଣ ବିଜେପିକୁ ଫାଇଦା ଦେଇଥିଲା। ମାତ୍ର ଚଳିତ ନିର୍ବାଚନରେ ୧୦ ଜିଲ୍ଲାରେ ବିଜେପି ଖାତା ଖୋଲିପାରିବା ସ୍ଥିତିରେ ନାହିଁ।
ଅବଶିଷ୍ଟ ୨୦ ଜିଲ୍ଲାରେ ଦଳର ଆସନ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିପାରିବ ନାହିଁ ବୋଲି ସର୍ଭେରୁ ସୂଚନା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଆସନ ସଂଖ୍ୟା ଚଳିତ ନିର୍ବାଚନରେ ସର୍ବନିମ୍ନସ୍ତରରେ ପହଞ୍ଚିବା ଆକଳନ କରାଯାଇଛି। ଦଳ ଅର୍ଦ୍ଧାଧିକ ଜିଲ୍ଲାରେ ଖାତା ଖୋଲି ପାରିବ ନାହିଁ ଓ ଗତ ୨୦୧୭ ଫଳାଫଳଠାରୁ ମଧ୍ୟ ଆହୁରି ଖରାପ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ମାତ୍ର ୨୦୧୭ ପଞ୍ଚାୟତ ପରାଜୟରୁ ବିଜେଡି ଯେଉଁ ଶିକ୍ଷା ଗ୍ରହଣ କରିଥିଲା ତାହା ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲା। ବିଫଳତାରେ ବିମର୍ଷ ନ ହୋଇ, ପରାଜୟର ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାର ସୁଫଳ ଏବେ ଦଳ ପାଇଛି।
ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି। ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।