Suresh Kumar Routray - The Sakala

ଏଏସ୍‌‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ବର୍ଷିଲେ ବରିଷ୍ଠ ରାଜନେତା ସୁର ରାଉତରାୟ
ଭୁବନେଶ୍ବର: ଏଏସ୍‌‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ବର୍ଷିଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସେ କହିଛନ୍ତି। ରାଜ୍ୟପାଳ ନିଜେ ନିଜ ପଦ ମର୍ଯ୍ୟାଦା ରଖନ୍ତୁ। କାରଣ ସଭିଙ୍କ ପାଇଁ ଆଇନ ସମାନ। ତେଣୁ ସେ ଆଉ ଏତେ ତଳକୁ ନ ଯାଅନ୍ତୁ। ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଏମିତି କହି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ବରିଷ୍ଠ ରାଜେନେତା ସୁରେଶ କୁମାର ରାଉତରାୟ। କହିଲେ ମୋହନ ସରକାରଙ୍କ ଏ କି ନୀତି । ଯିଏ ମାଡ଼ ଖାଇବ ସେ ନ୍ୟାୟ ପାଇବା ବଦଳରେ ବଦଳି ହେବ। ଏ କ’ଣ ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ।

କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ
ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରିବେନି। ସେ କହିଛନ୍ତି, ମୋ ସାନପୁଅ ଯେହେତୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବିନି। ତେବେ ପୂରା ଓଡ଼ିଶାରେ ପ୍ରଚାର କରିବି । କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ଦେଇଛି । ମୁଁ ମଲା ଯାଏ କଂଗ୍ରେସରେ ରହିବି । ଦୁଇ ଦିନ ଭିତରେ କଂଗ୍ରେସ ବାକି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିବ । ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ମୁଁ ପିସିସି ସଭାପତିଙ୍କୁ ପ୍ରସ୍ତାବ ଦେଇଛି ବୋଲି ସୁରେଶ ରାଉତରାୟ କହିଛନ୍ତି।

ବିଧାନସଭାକୁ ଶେଷ ମୁଣ୍ଡିଆ ମାରି ବିଦାୟ ନେଲେ ବରିଷ୍ଠ ବିଧାୟକ ସୁର ରାଉତରାୟ
ଭୁବନେଶ୍ୱର: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ବିଧାନସଭା ଗୃହରୁ ସୁର ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ । ଖାଲି ଭାବବିହ୍ୱଳ ହୋଇନଥିଲେ କହିଥିଲେ ଏହା ମୋର ଶେଷ ବିଧାନସଭା । ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍ ଅଧିବେଶନର ଶେଷ ଦିନରେ ସେ ଭାବବିହ୍ୱଳ ହୋଇ ବିଧାନସଭାକୁ ମୁଣ୍ଡିଆ ମାରିଛନ୍ତି।

ଗୃହରୁ ବାହାରିବା ବେଳେ ସେ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି । ପ୍ରଥମ ଥର ୧୯୭୭ ମସିହାରେ ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି। ତାଙ୍କ ବଦଳରେ ତାଙ୍କର ଦୁଇ ପୁଅ ମନ୍ମଥ ଓ ସିଦ୍ଧାର୍ଥ ଉଭୟ ରାଜନୀତିକୁ ଆସିବେ।

ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ ଘଟଣା: ବିଧାୟକ ସୁରେଶ ରାଉତରାୟ କହିଲେ ଉଭୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିବି
ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, ମୁଁ ବି ଭୁଲ କରେ। ତେବେ ସେମାନଙ୍କୁ ଦଳକୁ ଫେରାଇ ଆଣିବା କଥା। ୨୦୨୪ ନିର୍ବାଚନରେ ଏହାର କିଛିଟା ଫରକ ତ ପଡିବ। ହେଲେ କଂଗ୍ରେସ କାହା ପାଇଁ ଅପେକ୍ଷା କରିନି, ଏହା ୧୪୦ ବର୍ଷର ଦଳ। ସେମାନେ ଫେରି ଆସିଲେ ଭଲ ହୁଅନ୍ତା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଖବର ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତକାଲି ଏଆଇସିସି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରିଥିଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଗତକାଲି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଥିଲା।

ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ
ଭୁବନେଶ୍ୱର: ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ସିଦ୍ଧାର୍ଥ ରାଉତରାୟ । ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଆଜି ଭୋର ୪ଟା ୧୫ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ନେଇ ବାପା ତଥା ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ଭାରତୀୟ ଶୀର୍ଷରେ ପହଞ୍ଚିଥିବା ବେଳେ, ସଫଳତାର ପୃଷ୍ଠାରେ ଓଡ଼ିଆ ପୁଅ ସିଦ୍ଧାର୍ଥ ତାଙ୍କ ନାଁ ଯୋଡ଼ିଛନ୍ତି । ଏହି ଲକ୍ଷ୍ୟ ପୂରଣ ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସଫଳତା କାମନା କରିଥିଲେ ।

କାରଣ ଦର୍ଶାଅ ନୋଟିସ୍ ପ୍ରାୟୋଜିତ! ସୁରଙ୍କ ବିରୋଧରେ ଚାଲିଛି ଶୀତଳ ଷଡଯନ୍ତ୍ର
ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଖୁବ୍‌ଶୀଘ୍ର ନବକଳେବର ହେବାକୁ ଯାଉଛି। ପିସିସି ସହ ବିଧାୟକ ଦଳ ନେତାର ରୂପରେଖ ମଧ୍ୟ ବଦଳିବାକୁ ଯାଉଛି। କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। ଉଭୟ ନେତା ଇସ୍ତଫା ଖବରକୁ ଖଣ୍ଡନ କରିନାହାନ୍ତି । ଇତି ମଧ୍ୟରେ ଆଉ ଏକ ଦଳୀୟ ସୂଚନା କଂଗ୍ରେସ ଅଭ୍ୟନ୍ତର ରାଜନୀତିକୁ ସରଗରମ କରିଛି ।

ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜନୈକ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ଗରେ କହିଛନ୍ତି। କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା। ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ବାରା ନୋଟିସ୍ କରାଯିବା ପରମ୍ପରା ନୁହେଁ । ଏହା ପରଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ମେମ୍ବର। ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନାହିଁ । ସେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ। ରାତିଅଧିଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡଯନ୍ତ୍ର । ଏଆଇସିସି ଯଦି ଶ୍ରୀ ରାଉତରାୟଙ୍କ ନାଁ ବିଚାର କରିବ, ତେବେ ଏହି କାରଣ ଦର୍ଶାଅ ନୋଟିସ୍‌ର ଦ୍ବାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ସେ କହିଛନ୍ତି ।

ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା
ଭୁବନେଶ୍ୱର:  ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା । ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି । କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର ।