platform tickets - The Sakala

ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବଢ଼ାଇଲା ରେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ କୋଭିଡ -୧୯ ମହାମାରୀ ମଧ୍ୟରେ ରେଳ ମନ୍ତ୍ରଣାଳୟ ପ୍ଲାଟଫର୍ମର ଟିକେଟ୍ ମୂଲ୍ୟ ବୃଦ୍ଧି କରିଛି।ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଛି । ଆଗରୁ ପ୍ଲାଟଫର୍ମ ଟିକେଟ ପାଇଁ ୧୦ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ୩୦ଟଙ୍କା ଦେବାକୁ ପଡ଼ିବ । କରୋନା ପାଇଁ ପ୍ରାୟ ବର୍ଷେ ହେବ ପ୍ଲାଟଫର୍ମ ଟିକେଟ ସେବା ବନ୍ଦ ରଖାଯାଇଥିଲା । ପ୍ଲାଟଫର୍ମରେ ଅଯଥା ଭିଡ଼ କମାଇବା ପାଇଁ ଏପରି କରାଯାଇଥିଲା । ହେଲେ ଗତକାଲି ମଧ୍ୟରାତ୍ରିରୁ ପୁଣି ଏହି ସେବା ଆରମ୍ଭ ହୋଇଛି ।

ଟିକେଟ ଦାମ ୩ ଗୁଣା ବଢ଼ାଇବା ସହ ଦିଲ୍ଲୀ ଷ୍ଟେସନ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଟଫର୍ମକୁ ଯିବାକୁ ବାହାର ଲୋକଙ୍କୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଥିବା ବେଳେ ମୁମ୍ବାଇରେ ୫ଗୁଣା ବଢ଼ିଛି ପ୍ଲାଟଫର୍ମ ଟିକେଟ୍‌ର ଦାମ । ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ମୁମ୍ବାଇ ମେଟ୍ରୋ ପଲିଟାନ ରିଜନ ଅଧୀନରେ ଥିବା କିଛି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଦର ବଢ଼ାଇ ଦିଆଯାଇଛି । ଛତ୍ରପତି ଶିବାଜୀ ଷ୍ଟେସନ ସମେତ, ଦାଦର ଓ ଲୋକମାନ୍ୟ ତିଲକରେ ପୂର୍ବରୁ ୧୦ଟଙ୍କାରେ ପ୍ଲାଟଫର୍ମ ଟିକେଟ ମିଳୁଥିବା ବେଳେ ଏବେ ଏହାକୁ ୫୦ଟଙ୍କା କରାଯାଇଛି ।

ପ୍ଲାଟଫର୍ମ ଟିକେଟ୍ ସହ ରେଳବାଇ ଲୋକାଲ୍ ଟ୍ରେନ୍ ଭଡା ମଧ୍ୟ ବୃଦ୍ଧି କରିଛି । ପ୍ଲାଟଫର୍ମ ଟିକେଟ୍ ୫ଗୁଣା ହେବା ସହ ଟ୍ରେନ୍ ଭଡାକୁ ମଧ୍ୟ ବୃଦ୍ଧି କରାଯାଇଛି । ଯଦି ଆପଣ ଦିଲ୍ଲୀରୁ ଗାଜିଆବାଦ୍ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ୧୦ଟଙ୍କା ଯାଗାରେ ୩୦ଟଙ୍କା ଦେବାକୁ ପଡିବ । ତେବେ ପେଟ୍ରୋଲ ଡିଜେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ଏବେ ଟ୍ରେନ୍ ଯାତ୍ରା ମହଙ୍ଗା ହେବା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକାଇବ ।