baleswar news - The Sakala

ମାତ୍ର ୯ ମାସରେ ନବମ ଶ୍ରେଣୀର ଛାତ୍ର ହେଲେ କୋଟିପତି
ବାଲେଶ୍ୱର: ମାତ୍ର ୯ମାସରେ ୯ମ ଶ୍ରେଣୀ ଛାତ୍ର ହୋଇଗଲେ କୋଟିପତି । କଥାଟି ଅବିଶ୍ବାସ ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାର କରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି ଏକ କୋଟ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ ଅନଲାଇନ୍ ଟ୍ରେଡିଂ କରି କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ସବୁ ଟଙ୍କା । କଠିନ ପରିଶ୍ରମ ଓ ନିଜର ବୁଦ୍ଧି ବଳରେ ଆଜି ସେ ଏତେ କମ ବୟସରେ ମଧ୍ୟ କୋଟିପତି ହୋଇପାରିଛନ୍ତି ।

ବାଲେଶ୍ୱର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ ପାଣିଗ୍ରାହୀ । କରୋନା ସମୟରେ ଘରେ ବସି ସମୟ କଟାଇବାକୁ ପିଲାମାନେ ଇଛୁକ ଥିବାବେଳେ, ଆୟୁଷ୍ମାନଙ୍କୁ ଘାରିଥିଲା କୋଟିପତି ହେବାର ନିଶା । ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସ କଂପାନି କ୍ରାଉଡ୍-୧ କମ୍ପାନୀରେ ଗତ ଡିସେମ୍ବର ମାସରେ ୯ ହଜାର ୫ଶହ ଟଙ୍କା ଦେଇ ପ୍ରଥମେ ସେ ମେମ୍ବର ହୋଇଥିଲେ ଏବଂ ତା ପରେ ଆରମ୍ଭ କରିଥିଲେ ଇ ଟ୍ରେଡିଂ। ପରେ ପରେ ତାଙ୍କ ମାଧ୍ୟମରେ ତଳକୁ ତଳ ଜଣେ ପରେ ଜଣେ କରି ମୋଟ ୪ ହଜାର ୫ଶହ ସହଯୋଗୀଙ୍କୁ ସେ ଯୋଡ଼ିଥିଲେ ଏହି ପ୍ଲାଟଫର୍ମରେ ।

ସେହିପରି କମ୍ପାନୀ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରମୋସନ କୋର୍ଡ଼କୁ ବ୍ୟବହାର କରି ସେ ପ୍ରମୋସନ କରିଚାଲିଛନ୍ତି । ସେହିପରି ତାଙ୍କ ଚେନ୍‌ରେ ଥିବା ଅନ୍ୟମାନେ ମଧ୍ୟ ଏହିପରି ପ୍ରମୋସନ୍‌ ଚଳାଇଛନ୍ତି । ଫଳରେ ତାଙ୍କ ତାଙ୍କ ଓ୍ବାଲେଟ୍‌ କୁ ଆସିଛି କୋଟିଏରୁ ଅଧିକ ଡ଼ିଜିଟାଲ ଟଙ୍କା । ଯାହାର କିଛି ଅଂଶ ଆୟୁସ୍ମାନ ଖର୍ଚ୍ଚ କରିପାରୁଥିବାବେଳେ, ଅନ୍ୟ କିଛି ପରିମାଣର ଟଙ୍କା କମ୍ପାନୀରେ ଯୋଗ ଦେଉଥିବା ସହଯୋଗୀଙ୍କ ପାଇଁ ବ୍ୟବହାର କରିଛନ୍ତି । ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୁଷ୍ମାନ ।

ନାବାଳିକାକୁ ନିବୁଜ କୋଠରିରେ ରଖି ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ
ସୋର: ପ୍ରେମରୁ ପ୍ରତାରଣା ପରେ ଭଲ ପାଇବାର ଅଭିନୟ କରି ଜଣେ ନାବାଳିକାକୁ ଘରୁ ଉଠାଇ ନେଇ ନିବୁଜ କୋଠରିରେ ୧୦ ଦିନ ଧରି ଗଣଦୁଷ୍କର୍ମ ହୋଇଥିବାର ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ୧୦ଦିନ ପରେ ଅଭିଯୁକ୍ତମାନେ ନାବାଳିକାକୁ ଘର ସମ୍ମୁଖରେ ଛାଡ଼ିବା ବେଳେ ଘଟଣା ପ୍ରଘଟ କଲେ ଅଶ୍ଳୀଳ ଭିଡିଓ ପ୍ରଘଟ କରିବାକୁ ଓ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ହୋଇଛି।

ପୁଲିସ ସୂଚନା ମୁତାବକ, ସୋର ଅଞ୍ଚଳର ସମ୍ପୃକ୍ତା ୧୬ ବର୍ଷର ନାବାଳିକା ସିମୁଳିଆ ପାଉଁଶିଆପଦା ଗ୍ରାମର ଜାକସନ ମାଝି(ମୁନା) ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ୧୬ ତାରିଖରେ ଜାକସନ ଓ ନାବାଳିକାର ସମ୍ପର୍କୀୟ ଭିଣୋଇ ବିଦ୍ୟାଧର ବେହେରା ପୀଡ଼ିତାକୁ ଡାକି ନେଇ ସୋର ଅଞ୍ଚଳରେ ଏକ ଭଡ଼ାଘରେ ରଖି ନିବୁଜ କୋଠରିରେ ଦଶଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଗତ ୨୬ ତାରିଖରେ ୬ରୁ ୭ ଯୁବକ ସେହି କୋଠରୀ ନିକଟରେ ପହଞ୍ଚିଥିଲେ। ୨୭ ତାରିଖ ରାତି ସାଢେ ୧୦ଟାରେ ବିଦ୍ୟାଧର, ଜାକସନ ଓ ଅନ୍ୟ ଯୁବକମାନେ ମିଳିତ ହୋଇ ନାବାଳିକାକୁ ତାଙ୍କର ଘର ସମ୍ମୁଖରେ ଛାଡି ଚାଲିଯାଇଥିଲେ। ଯୁବକମାନେ ଘର ସମ୍ମୁଖ ତାଟି ନିକଟରେ ଛାଡି ଚାଲିଯିବା ସମୟରେ ନାବାଳିକାକୁ ଧମକ ଦେଇ ଘଟଣା ପ୍ରଘଟ ନ କରିବାକୁ ଚେତାବନୀ ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଉଦାହରଣ ସାଜିଲେ ବାଲେଶ୍ଵରର ବଳରାମ: ସହାୟତା ପାଇଁ ମୋବାଇଲ, ବାଇକ୍ ବ୍ୟବହାର ବନ୍ଦ କଲେ
ବାଲେଶ୍ବର: କୋଭିଡ୍ ରୋଗୀଙ୍କ ପାଇଁ ନିଜର ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କୁ ଏକ ଅକ୍ସିଜେନ କନସେନଟ୍ରେଟର୍ ପ୍ରଦାନ କରିଛନ୍ତି। ଯେଉଁଥିପାଇଁ ସେ କିଛି ଦିନ ହେବ  ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି। ସେ ହେଉଛନ୍ତି ବାଲେଶ୍ଵର ସହର ଗୋପାଳଗାଁ ଅଞ୍ଚଳର ବଳରାମ ବେହେରା। ସେ ବାଲେଶ୍ଵର ମହିଳା କଲେଜରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଏଭଳି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ତେବେ ତୃତୀୟ ଲହର ବେଳେ ଏହି ଅକ୍ସିଜେନ କନସେନଟ୍ରେଟର୍ ମେସିନ୍ ସହାୟ ହେବ ବୋଲି ସିଡିଏମ ଦୁଲାଲସେନ ଜଗଦେବ କହିଛନ୍ତି।

ବଳରାମ ଚାକିରିରୁ ଅବସର ପରଠୁ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜ ଖର୍ଚ୍ଚରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇଛନ୍ତି। ସେଥିପାଇଁ ବଳରାମ ‘ଗଛ ମଣିଷ’ ଭାବେ ବେଶ ଜଣାଶୁଣା। ତେବେ କୋଭିଡ଼ରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଜାଣିବା ପରେ ବଳରାମ ଏକ ନିଷ୍ପତ୍ତି ନେଲେ। ନିଜର ଖର୍ଚ୍ଚ କାଟ୍ ପାଇଁ ମୋବାଇଲ, ଗାଡି ବ୍ୟବହାର ବନ୍ଦ କରିଲେ। ସେଥିରୁ ଯାହା ଟଙ୍କା ବଳିଲା ତାକୁ ସଞ୍ଚିବା ଆରମ୍ଭ କଲେ। ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଏକ କନସନଟ୍ରେଟର କିଣି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଇସେନ ଜଗଦେବଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ଏପରି ମହାନ କାମ ଅନ୍ୟମାନଙ୍କୁ ପ୍ରେରଣା ନିଶ୍ଚୟ ଦେବ।

ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ପୁଅକୁ କାବୁ କରି ହାତ ଗୋଡ଼ ବାନ୍ଧି ପୁଲିସରେ ଜିମା ଦେଲେ ଗ୍ରାମବାସୀ
ଔପଦା: ସାମାନ୍ୟ ଭତ୍ତା ଟଙ୍କା ପାଇଁ ପୁଅ ନେଇ ଗଲା ବାପାର ଜୀବନ । ଝୁରୁଛି ଅନ୍ଧୁଣି ପତ୍ନୀ । ଅଭିଯୁକ୍ତ ପୁଅକୁ ଗ୍ରାମବାସୀ ମାନେ କାବୁ କରି ହାତ ଗୋଡ଼ ବାନ୍ଧି ପୁଲିସରେ ଜିମା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗ୍ରାମରେ।

ସୂଚନା ଅନୁଯାୟୀ, ଏହି ଗ୍ରାମର ମୃତ ବାପା ଅନାମ ନାଇକି ଓରଫ ପେଟୁ(୬୫) ଓ ତାଙ୍କ ପତ୍ନୀ ରଙ୍ଗ ଲତା ସହିତ ପୁତ୍ର ଶ୍ରୀକାନ୍ତ ନାଇକି(୩୫) ଗୋଟିଏ ଇନ୍ଦିରା ଆବାସ ଘରେ ରହି ଶ୍ରମିକ କାର୍ଯ୍ୟ କରି ଜୀବନ ଅତିବାହିତ କରନ୍ତି । ମୃତ ଅନାମଙ୍କ ବଡ଼ ପୁଅ ଦୀର୍ଘ ଦିନ ହେବ ମୃତ୍ୟୁ ବରଣ କରିଥିବା ବେଳେ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରତ୍ୟେକ ସମୟରେ ମଦ୍ୟ ପାନ କରି ଘରେ ବିଶୃଙ୍ଖଳା ସୃଷ୍ଟି କରେ । ମହାମାରୀ କରୋନା ପାଇଁ ସରକାରଙ୍କ ତରଫରୁ ଗତ ୧୭ ତାରିଖରେ ପ୍ରତ୍ୟେକ ଭତ୍ତା ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ଅନାମ ଓ ତାଙ୍କ ଭିନ୍ନକ୍ଷମ ପତ୍ନୀ ୩ ମାସରେ ଦୁଇ ଜଣଙ୍କୁ ୩ ହଜାର ଟଙ୍କା ମିଳିଥିଲା । ଏହି ଟଙ୍କାରୁ ଅଧା ଦାବି କରି ଅଭିଯୁକ୍ତ ଶ୍ରୀକାନ୍ତ ବାପାଙ୍କ ସହ ଝଗଡା କରିଥିଲେ ।

ବାପା ଅନାମ ଟଙ୍କା ଦେବାକୁ  ରାଜି ନ ହେବାରୁ ଶ୍ରୀକାନ୍ତ ବାପା ଅନାମକୁ ଏକ କଟୁରୀରେ ବେକ, ମୁଣ୍ଡ ଓ ବିଭିନ୍ନ ସ୍ଥାନକୁ ଚୋଟ ମାରି ଠେଙ୍ଗାରେ ପିଟି ଗତକାଲି ରାତ୍ରିରେ ହତ୍ୟା କରିଥିବା ଘଟଣା ଔପଦା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଭୋର ଗ୍ରାମବାସୀ କାବୁ କରି ଗୋଡ଼ ହାତ ବାନ୍ଧି ପୁଲିସକୁ ଜିମା ଦେଇଥିବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଔପଦା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଶ୍ରୀକାନ୍ତକୁ ଥାନାରେ ଅଟକ ରଖାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚିଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଅଡ଼ି ବସିଛନ୍ତି ।

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ: ଟ୍ରକ୍ ସହ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ, ଚାଳକ ଓ ହେଲପର ଗିରଫ
ବାଲେଶ୍ଵର: ବାଲେଶ୍ଵର ସଦର ଅବକାରୀ ବିଭାଗ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ମିଳିତ ଭାବେ ଚଢ଼ାଉ କରଯାଇ ୧୬ ନମ୍ବର ଜାତୀୟ ରାଜପଥର ସେରଗଡ ଟୋଲଗେଟ ନିକଟରେ ଏକ ଟ୍ରକରୁ ଅଢେଇ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କରାଯାଇଛି। ଟ୍ରକର ଚାଳକ ଓ ହେଲପରକୁ ମଧ୍ୟ ଗିରଫ କରାଯାଇଛି।

(ଓଆର୧୫ଆର-୩୫୨୨) ନମ୍ବରର ଏକ ୧୦ ଚକିଆ ଟ୍ରକ କୋଲକାତା ଆଡ଼କୁ ଯାଉଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ଟିମ ସେରଗଡ ଟୋଲଗେଟ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଟ୍ରକଟି ଭଦ୍ରକ ଆଡୁ ପହଞ୍ଚିବା କ୍ଷଣି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକରୁ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଚଢ଼ାଉ ସମୟରେ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଟ୍ରକ ଚାଳକ ନରେନ୍ଦ୍ର ବେହେରା (୩୯) ଓ ହେଲପର କୁନା ବିଶ୍ବାଳ(୩୫)କୁ ଗିରଫ କରାଯାଇଛି। ସେମାନଙ୍କ ନାମରେ ୨୫/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି।

କରୋନା କଟକଣା ସମୟରେ ମାଛ ଓ ପନିପରିବା ଗାଡିରେ ବ୍ରାଉନସୁଗର ଚାଲାଣ
ବାଲେଶ୍ଵର: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ କିନ୍ତୁ ଚୋରା ବ୍ରାଉନସୁଗର ବେପାରୀଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି ବୋଲି କୁହାଯାଇଛି। ଜଳେଶ୍ୱର ବ୍ରାଉନସୁଗର ବେପାର ପାଇଁ ହବ ପାଲଟିଥିବା ବେଳେ ଏଠାକାର ବହୁ ଚୋରା ବେପାରୀ ଏବେ ସମଗ୍ର ରାଜ୍ୟରେ ବ୍ରାଉନସୁଗର ବେପାରର ଚେର ଲମ୍ବାଇ ସାରିଲେଣି।ଗତ ଦୁଇଦିନ ମଧ୍ୟରେ ଓଡିଶା ପୁଲିସ୍ ଦ୍ବାରା ଭୁବନେଶ୍ୱର ଓ ଜଳେଶ୍ଵରରୁ ୩/୩ ଜଣ ଚୋରା ବେପାରୀ ଗିରଫ ହେବା ଏହି ଆଶଙ୍କାକୁ ସତ ପ୍ରମାଣିତ କରୁଛି। ଫଳରେ କରୋନା କଟକଣା ଅର୍ଥାତ ଲକଡାଉନ, ସଟଡାଉନ ଭଳି ସମୟରେ ମଧ୍ୟ ବାଲେଶ୍ଵର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଯେ ବ୍ରାଉନସୁଗର କାରବାର ନିର୍ବିଘ୍ନରେ ଚାଲିଛି ତାହା ନିଶ୍ଚିତ ହୋଇଛି।

ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଭିତରକୁ ଏହି ବ୍ରାଉନସୁଗର ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗ ସୀମାକୁ ପୁଲିସ ଦ୍ବାରା ସିଲ କରାଯାଇଥିଲେ ବି କେଉଁ ରାସ୍ତାରେ ଜିଲ୍ଲା ଭିତରକୁ ବ୍ରାଉନସୁଗର ଆସୁଛି ତାହା ଏବେ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତକାଲି ଭୁବନେଶ୍ୱରର କୁଇକ ଆକ୍ସନ ଟିମ୍ ଓ ମଞ୍ଚେଶ୍ବର ଥାନା ପୁଲିସ ଭୁବନେଶ୍ୱରରୁ ଜଳେଶ୍ଵର ଅଞ୍ଚଳର ଦୁଇଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଧଳା ଜହ୍ନର ଜବତ କରିଥିଲେ।ଏହି ଦୁଇ ଗିରଫ ହେଉଛନ୍ତି ଜଣେ ଗଡିଚାଳକ ମଦନ କୁମାର ବେହେରା ଓ ଅନ୍ୟ ଜଣେ ବେପାରୀ ଶେଖ ମଙ୍ଗୁଲୁ ଓ ମଦନ ନିୟମିତ ଭାବେ ଜଳେଶ୍ଵରରୁ ମାଛ ନେଇ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି। ତେବେ ମାଛ ବିକ୍ରୀ ନାମରେ ସେମାନେ ବ୍ରାଉନସୁଗର ବେପାର ହିଁ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। କେବଳ ଏହି ଦୁଇଜଣ ନୁହେଁ ଆଜି ଜଳେଶ୍ଵର ପୁଲିସ ଦ୍ବାରା ମଧ୍ୟ ବ୍ରାଉନସୁଗର ସହ ଜଣେ ଚୋରା ବ୍ୟବସାୟୀ ଗିରଫ ହୋଇଛି।

କୁହାଯାଇଛି ଏହି ଚୋରା ବ୍ୟବସାୟୀ ଜଣକ ଜଳେଶ୍ଵର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁଙ୍କ ସହ ବ୍ରାଉନସୁଗର ବେପାର ପାଇଁ ହେଉଥିବା ଡିଲ ର ଅଡିଓ ଭାଇରାଲ କରିଥିଲେ। ମାତ୍ର ଦୁଇଟି ଯାକ ଘଟଣାରୁ ସ୍ପଷ୍ଟ ହୋଇଛି ଜିଲ୍ଲାରେ ବିଶେଷ କରି ଜଳେଶ୍ଵର ଅଞ୍ଚଳରେ କରୋନା କଟକଣା ସତ୍ୱେ ଏବେବି ବ୍ରାଉନସୁଗର ବେପାରୀ ସକ୍ରିୟ ଅଛନ୍ତି।କୁହାଯାଏ ବାଂଲାଦେଶରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଦେଇ  ଜଳେଶ୍ୱରରେ ପ୍ରଥମେ ବ୍ରାଉନସୁଗର ପହଞ୍ଚି ପରେ ବାଲେଶ୍ଵର ସମେତ ରାଜ୍ୟର ଅନ୍ୟ ସ୍ଥାନକୁ ଯାଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ସୀମା ସିଲ ଥିବା ବେଳେ ଓ ସମସ୍ତ ସୀମାକୁ ପୁଲିସ ଜଗିଥିବା ବେଳେ ଜଳେଶ୍ଵରରେ ବ୍ରାଉନସୁଗର କିପରି ପହଞ୍ଚୁଛି ତାହା ଏବେ ସାଧାରଣରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

କୁହାଯାଉଛି ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ଫାଟକ ଦେଇ ବିଭିନ୍ନ ମାଛ,ପନିପରିବା ତଥା ଅନ୍ୟ ମାଲ ଗାଡିରେ ବ୍ରାଉନସୁଗର ଜଳେଶ୍ଵର କୁ ଆସୁଛି। ଏସବୁ ଗାଡ଼ିକୁ ଯାଞ୍ଚ କରାଯାଉନଥିବା ବେଳେ ଯେପରି ଓଡ଼ିଶା ସୀମା ଭିତରକୁ ସ୍ବାଚ୍ଛନ୍ଦ୍ୟରେ ପ୍ରବେଶ କରି ପାରିବ ସେଥିପାଇ କେତେକ ଅସାଧୁ ପୁଲିସ କର୍ମଚାରୀ ଟଙ୍କା କାରବାର ବୁଡି ରହିଛନ୍ତି। ଜିଲ୍ଲାର ଜଣେ ନିଲମ୍ବିତ ଆଇଆଇସିଙ୍କୁ ସବୁଠାରୁ ସମ୍ବଦନଶୀଳ ଲକ୍ଷ୍ମଣନାଥ ଫାଟକ ଦାୟିତ୍ଵରେ ରଖାଯାଇଥିବା ବେଳେ ଏଠାରେ ଏବେ ଦିନରାତି ନିର୍ଦ୍ଦିଷ୍ଟ କେତେକ ଗାଡିରୁ ଅର୍ଥ ସଙ୍ଗ୍ରହ କରାଯାଉଥିବା ଦେଖିବାକୁ ମିଳୁଛି। କେବଳ ଲକ୍ଷ୍ମଣନାଥ ନୁହେଁ ଜଳେଶ୍ଵର ଥାନା ଅଧିନସ୍ଥ ସୋଲପଟ୍ଟା- ଆମ୍ବିଳିଅଠା,ମାଟିବିରୁଆ-ସୁଗୋ ରାସ୍ତା,ସୁନାକଣିଆ-ବୈରାଟଆଡି, ଲକ୍ଷ୍ମଣନାଥ ରାସ୍ତା, ରାଇବଣିଆ ଥାନା ଅଧିନସ୍ଥ ନୟାଗ୍ରାମ-ଚୁଡାମଣିପୁର,ସର୍ଦ୍ଦାରବନ୍ଧ ରାସ୍ତା, ତାଳସାରି ସାମୁଦ୍ରିକ ଥାନା ଅଧିନସ୍ଥ ଦୀଘା ଉଦୟପୁର ରାସ୍ତା ସମେତ ଅନ୍ୟ କେତେକ ରାସ୍ତା ଦେଇ ଏବେ ନିୟମିତ ଭାବେ ବିଭିନ୍ନ ଚୋରା ଗାଡି ସହ ପ୍ରବାସୀଙ୍କୁ ନେଇ ଆସୁଥିବା ଗାଡ଼ି ଆସୁଛି। ଏସବୁ ଗାଡିରେ ବ୍ରାଉନସୁଗର ପ୍ରଥମେ  ଜଳେଶ୍ଵର ଓ ସେଠାରୁ ବାଲେଶ୍ଵର ସମେତ ଅନ୍ୟ ସ୍ଥାନରେ ପହଞ୍ଚୁଛି। ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସ୍ତ୍ରୀ ଉପରେ ଅଭିମାନ କରି ଘରେ ନିଆଁ ଲଗେଇଲା ସ୍ୱାମୀ
ଜଳେଶ୍ବର: ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୋକାର ଘରର ଜିନିଷ ପତ୍ର ଓ ନିଜ ବାସ ଗୃହ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ସ୍ଥିତ ସାହୁ ଛକ ନିକଟରେ।

ସୂଚନା ଅନୁଯାୟୀ, ଗଣେଶଲାଲ ମାଇଁତି ନିଜ ସ୍ତ୍ରୀ ବନ୍ଦନା ଓ ପିଲା ଛୁଆକୁ ଧରି ଜଳେଶ୍ୱର ଷ୍ଟେସନ ବଜାର ସାହୁ ଛକ ରେଳ ଗେଟ ନିକଟରେ କିଛି ରେଲୱେ ଜାଗା ଉପରେ ଘର ଓ ଲେଡିସ ଟେଲର ଦୋକାନ କରି ପରିବାର ଚଳାଉ ଥିଲେ। ତେବେ ଆଜି ସକାଳ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ମତାନ୍ତର ଲାଗିବା ପରେ ସ୍ବାମୀ ଗଣେଶଲାଲ ନିଜ ସ୍ତ୍ରୀକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଅନ୍ୟତ୍ର ଖସିପଳାଇ ଥିଲେ। ତେବେ ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ନିଜେ ରହୁଥିବା ଘର ଓ ଟେଲର ଦୋକାନରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁରେ ଟେଲର ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସହ ବାସ ଗୃହ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।