Shree Jagannatha Temple - The Sakala
ଆଜି ନନ୍ଦ ଉତ୍ସବ: ପୁରୀ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି
ପୁରୀ: ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ଶ୍ରକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ମଙ୍ଗଳବାର ଅର୍ଥାତ ଆଜି ବଡ଼ଦେଉଳରେ ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି ।
ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲେ। ସନ୍ଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଶୁଦ୍ଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରିଥିଲେ। ପୂଜାପଣ୍ଡା ପଞ୍ଚବର୍ଣ୍ଣି ମୁରୁଜରେ ସର୍ବତୋ ଭଦ୍ରମଣ୍ଡଳ ଲେଖିଥିଲେ। ପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ କରିବା ପରେ ବରୁଣ ପୂଜା ହୋଇଥିଲା। ଚିତ୍ରକର ଦେଇଥିବା ଶ୍ରୀକୃଷ୍ଣ ଜନ୍ମପଟି ଏବଂ ବଣିଆଙ୍କଠାରୁ ଆସିଥିବା ୯ ପାଖୁଡ଼ା ବିଶିଷ୍ଟ ରୂପା ପଦ୍ମକୁ ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ। ପଦ୍ମ ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଏବଂ କୃଷ୍ଣ ଲେଖା ରହିଥିଲା। ଏହାପରେ ଏକ ସୁନା କୃଷ୍ଣ ମୂର୍ତ୍ତି ମଣ୍ଡଳ ଉପରେ ରଖାଯାଇ ୯ଟି ପନ୍ତିଭୋଗ ବଢ଼ାଯାଇଥିଲା। ଦକ୍ଷିଣୀ ଘରୁ ମଦନମୋହନଙ୍କୁ ବବସ୍ତ୍ର କରି ଆଣି ସିଂହାସନ ଉପରେ ବିଜେ କରାଇଥିଲେ। ସେଠାରେ ମୁଦିରସ୍ତ ମହାପ୍ରଭୁଙ୍କ ଧଣ୍ଡିପ୍ରସାଦ ଆଜ୍ଞାମାଳ ମଦନମୋହନଙ୍କୁ ଲାଗି କରାଇଥିଲେ। ମହାଜନ ସେବକମାନେ ମଦନମୋହନଙ୍କୁ ଆଣି ଜନ୍ମ ଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ଏହାପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପାଦନ କରିଥିଲେ। ପରେ ପରେ ମୁଦିରସ୍ତ ପ୍ରସାଦ ଲାଗି କରାଇଥିଲେ।
ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ ଗଣ୍ଡୁଷ ମସଲା ପୂଜାପଣ୍ଡା ସମର୍ପଣ କରି ମଣୋହି କରିଥିଲେ। ଦେବକୀ, ବସୁଦେବଙ୍କ ସହିତ ମହାଜନ ସେବକ ଭଣ୍ଡାରଘରୁ ଆସିଥିବା ରୂପା ଥାଳିରେ କୃଷ୍ଣ (ମଦନମୋହନ)ଙ୍କୁ ବିଜେ କରାଇଥିଲେ। ଏହାପରେ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ଆଗ ଯମୁନା ନଈ କୂଳକୁ ବିଜେ କରାଇଥିଲେ। ଏହି ସମୟରେ ଠାକୁରଙ୍କ ଶିର ଉପରେ ସପ୍ତଫେଣୀ ବାସୁକୀ ରହିଥିଲେ। ଉଗ୍ରସେନ ଶ୍ରକୃଷ୍ଣଙ୍କୁ ଦଣ୍ଡାପ୍ରଣାମ କରି ଗୋପପୁରକୁ ଯିବା ଲାଗି ବାସୁଦେବଙ୍କୁ ବାଟ ଛାଡ଼ିଥିଲେ। ଠାକୁର ଘଣ୍ଟ, ଛତା, କାହାଳୀ ସହିତ ଯାଇ ନାଭିକଟା ମଣ୍ଡପରେ ଥିବା ଖଟଶେଜ ଉପରେ ବିଜେ କରିଥିଲେ। ମହାଜନ ସେବକ ଦକ୍ଷିଣୀ ଘରୁ ରାମକୃଷ୍ଣଙ୍କୁ ଆଣି ଖଟଶେଜରେ ବିଜେ କରାଇଥିଲେ। ସେହିଠାରେ ଜନ୍ମ ନୀତି, ନାଭିକଟାଠାରୁ ଉପନୟନ ସଂସ୍କାର ପର୍ଯ୍ୟନ୍ତ କର୍ମମାନ ଅନୁଷ୍ଠିତ ହୋଇଥିଲା। ପରେ ମହାଜନ ସେବକ ତିନିଠାକୁରଙ୍କୁ ଜଗମୋହନରେ ବନ୍ଧା ଯାଇଥିବା ଦୋଳିରେ ବିଜେ କରାଇଥିଲେ। ରାମକୃଷ୍ଣ ଭିତର ସିଂହାସନ ଏବଂ ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ବଡ଼ସିଂହାର ଭୋଗ ବଢ଼ି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା।
ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି  ଫୋଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି।
ଶ୍ରୀମନ୍ଦିରରେ ବିଶ୍ୱବ୍ରହ୍ମାଣ୍ଡର ପରିକଳ୍ପନା
ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି, ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନକାଳରୁ ଚଳିଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ତା’ର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ପୌରାଣିକ ଯୁଗରେ ମଧ୍ୟ ବଡ଼ଦେଉଳର ମହାପ୍ରସାଦ ମାହାତ୍ମ୍ୟ ଥିଲା। ଭାଗବତ ପୁରାଣ, ବିଷ୍ଣୁ ଧର୍ମ ପୁରାଣ, ବରାହ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ରୁଦ୍ରଯାମଳ, ବାୟୁ ପୁରାଣ ପ୍ରଭୃତିରେ ମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣିତ ଅଛି।
ଜଗନ୍ନାଥ ଦେଉଳ ଗୋଟିଏ ପ୍ରକାଣ୍ଡ ବ୍ରହ୍ମାଣ୍ଡ। ଦେଉଳର ନାମ ବଡ଼ ଦେଉଳ। ଦେଉଳର ଚତୁଃପାର୍ଶ୍ବରେ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ଅଛି। ଏହାକୁ ବାହାର ବେଢ଼଼ା କୁହାଯାଏ। ମେଘନାଦ ପ୍ରାଚୀର ଅନ୍ୟ ଏକ ନାମ। ପ୍ରାଚୀର ଚାରିଦିଗରେ ଚାରିଦ୍ୱାର। ୧- ପୂର୍ବଦ୍ୱାର ବା ସିଂହଦ୍ୱାର, ୨- ପଶ୍ଚିମଦ୍ୱାର, ୩- ଉତ୍ତରଦ୍ୱାର ଓ ୪- ଦକ୍ଷିଣଦ୍ୱାର। ସିଂହଦ୍ୱାର ନିକଟରେ ପ୍ରକାଣ୍ଡ ଅରୁଣ ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି। ଏହି ସ୍ତମ୍ଭ କୋଣାର୍କରୁ ଆସିଥିବାର କଥିତ ହୁଏ। ପଥରରେ ନିର୍ମିତ। ସିଂହଦ୍ୱାର ଦୁଇପାର୍ଶ୍ବରେ ଦୁଇଟି ପ୍ରକାଣ୍ଡ ସିଂହମୂର୍ତ୍ତି। ସିଂହଦ୍ୱାର ଡେଇଁ ଭିତରେ ପ୍ରବେଶ କଲେ ପତିତପାବନ ମୂର୍ତ୍ତି ଦେଖାଯା’ନ୍ତି। ରାଜା ରାମଚନ୍ଦ୍ର ଦେବ ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ଗୁମୁଟ ପାର ହୋଇଗଲେ ବାଇଶି ପାବଚ୍ଛ। ବାଇଶି ପାବଚ୍ଛର ବାମ ପାର୍ଶ୍ବରେ କାଶୀ ବିଶ୍ୱନାଥ, ବ୍ରହ୍ମା, ରାମ ଲକ୍ଷ୍ମଣ ପ୍ରଭୃତି ମୂର୍ତ୍ତି। ବାହାର ବେଢ଼଼ା ମଧ୍ୟରେ ରୋଷଘର, ସରଘର, ଚୈତନ୍ୟମୂର୍ତ୍ତି, ପୁଷ୍ପୋଦ୍ୟାନ, ନିର୍ମାଲ୍ୟଖଳା, ତୁଳସୀ ବଗିଚା, ବୀର ହନୁମାନ ମୂର୍ତ୍ତି, କୋଇଲି ବୈକୁଣ୍ଠ, ଈଶାନେଶ୍ୱର, ଶୀତଳା, ସୁନା କୂଅ, ଆନନ୍ଦ ବଜାର, ସ୍ନାନ ବେଦୀ। ବାହାର ବେଢ଼଼ା ଗୁମୁଟ ପାର ହୋଇ ଗଲେ ଭିତର ବେଢ଼଼ାରେ ପ୍ରବେଶ ହେବ। ଯେଉଁମାନେ ବେଢ଼଼ା ପରିକ୍ରମା କରନ୍ତି, ସେମାନେ ବାହାର ବେଢ଼଼ା ଗୁମୁଟ ପାର ହୋଇ ବାମ ଦିଗରେ ଯାଆନ୍ତି। ସତ୍ୟନାରାୟଣ, ବାଳମୁକୁନ୍ଦ, କଳ୍ପବଟ, ବଟଗଣେଶ, ବାଟମଙ୍ଗଳା, ଯମେଶ୍ୱର, ମାର୍କଣ୍ଡେଶ୍ୱର, ମୁକ୍ତିମଣ୍ଡପ, ନୃସିଂହ, ରୋହିଣୀକୁଣ୍ଡ, କାକଚତୁର୍ଭୁଜ, ବିମଳା, କାଞ୍ଚି ଗଣେଶ, ଶ୍ରୀକୃଷ୍ଣ, ଭଣ୍ଡଗଣେଶ, ଭୁବନେଶ୍ୱରୀ, ସରସ୍ୱତୀ, ଷଷ୍ଠୀଦେବୀ, ମଙ୍ଗଳା, କାଳୀ, ଲକ୍ଷ୍ମୀ, ପଦ୍ମପାଦ, ସୂର୍ଯ୍ୟନାରାୟଣ, ପାଦପଦ୍ମ ପ୍ରଭୃତି ଅନେକ ମୂର୍ତ୍ତି ଦେଖାଯା’ନ୍ତି। ଭିତର ବେଢ଼଼ା ମଧ୍ୟରେ ମୁଖଶାଳା, ଜଗମୋହନ ଓ ବଡ଼ଦେଉଳ। ଦେଉଳ ମୂଳଠାରୁ ଦଧିନଉତି ପର୍ଯ୍ୟନ୍ତ ଅନେକ ମୂର୍ତ୍ତି ଖୋଦିତ ଅଛି। ଉପରେ ଅନେକ ଦେବଦେବୀ ମୂର୍ତ୍ତି ମଧ୍ୟରେ ସଂସାରର ଚିତ୍ର, ପଶୁପକ୍ଷୀ ଇତ୍ୟାଦି। ଦେଉଳ ଭିତର ଜଗମୋହନ କାନ୍ଥରେ ଅନେକ ଖୋଦିତ ଓ ଚିତ୍ର ମୂର୍ତ୍ତି ଅଛି। ରତ୍ନସିଂହାସନରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚକ୍ର ବିରାଜମାନ।
ଜଗନ୍ନାଥ ଦେଉଳ ଦେଖିଲେ ମନେହୁଏ ଏ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡର କ୍ଷୁଦ୍ର ପ୍ରତିକୃତି। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରର ଚିତ୍ର ଏଠାରେ ଦେଖାଯାଏ। ଅନେକ ଲୋକ ହିନ୍ଦୁମାନଙ୍କ ଦେଉଳ, ମୂର୍ତ୍ତି ପ୍ରଭୃତି ଦେଖି ସେମାନଙ୍କୁ ପୌତ୍ତଳିକ ବୋଲି କହିଥା’ନ୍ତି। ହିନ୍ଦୁ ଗ୍ରାମମାନ ଦିଅଁଦେଉଳରେ ପୂର୍ଣ୍ଣ। ପ୍ରତି ଗ୍ରାମ, ପ୍ରତି ସହରରେ ଦେବମନ୍ଦିର ଅଛି। ପୌତ୍ତଳିକ ବୋଲି ଯେଉଁମାନେ କହନ୍ତି, ସେମାନେ ସମ୍ଭବତଃ ହିନ୍ଦୁ ଧର୍ମର ସାର ବୁଝିନାହାନ୍ତି। ହିନ୍ଦୁମାନେ ପ୍ରକୃତରେ ନିର୍ଜୀବ କାଠ ପଥରକୁ ପୂଜା କରନ୍ତି ନାହିଁ। ସେମାନେ ଯେଉଁ ମୂର୍ତ୍ତି ପୂଜା କରନ୍ତି, ତହିଁରେ ସେହି ସର୍ବଶକ୍ତିମାନ, ସର୍ବବ୍ୟାପକ ପରମାତ୍ମାଙ୍କ ଆବାହନ କରି ପୂଜା କରନ୍ତି। ମୂର୍ତ୍ତି ନିମିତ୍ତ ମାତ୍ର। ଭଗବାନ କାଷ୍ଠ ପାଷାଣ ତରୁ ତୃଣ ସର୍ବତ୍ର ବ୍ୟାପୀ ରହିଅଛନ୍ତି। ମୂର୍ତ୍ତିରେ ତାଙ୍କ ସତ୍ତା ଉପଲବ୍‌‌ଧି କରିପାରିବାର ଅସମ୍ଭବ ହେବ କାହିଁକି ?
ଗୀତାରେ ମଧ୍ୟ ଅଛି- ନିରାକାର ଉପାସନା ଅପେକ୍ଷା ସାକାର ଉପାସନା ସହଜ। ସାକାର ଦ୍ୱାରା ନିରାକାର ଉପଲବ୍‌‌ଧି କରାଯାଇପାରେ। ମନୁଷ୍ୟ ସାକାର, ସସୀମ। ସେ ଏକାବେଳକେ ଅସୀମ ନିରାକାର। ବସ୍ତୁର ଧାରଣା କରିପାରିବା କଠିଣ। ଯିଏ କରିପାରିଲା କରୁ, ସେଥିରେ ଆପତ୍ତି ନାହିଁ; ମାତ୍ର ତହିଁପାଇଁ ଅନ୍ୟାନ୍ୟ ସାଧାରଣ ଧ୍ୟାନ ଧାରଣା ଶକ୍ତି ଆବଶ୍ୟକ। ପ୍ରଭୁଙ୍କ କୃପାରୁ ଯାହାର ସେ ଶକ୍ତି ଅଛି, ସେ କରୁ; ମାତ୍ର ଲୋକସାଧାରଣ ଲାଗି ସାକାର ଉପାସନା ସହଜ, ସୂକ୍ଷ୍ମ ଉପାୟ। ତେଣୁ ହିନ୍ଦୁ ଜଗତରେ ସାକାର ପୂଜାର ବହୁଳତା। ପ୍ରହଲ୍ଲାଦ ସ୍ତମ୍ଭରେ ଈଶ୍ୱର ଦେଖିପାରିଲେ। ସାକାର ପୂଜା ହେଉ ବା ନିରାକାର ପୂଜା ହେଉ, ମନଟାକୁ ଭଗବାନଙ୍କଠାରେ ଅର୍ପଣ କରିପାରିଲେ ହେଲା। ମନ ଦୃଢ଼ ହେଲେ ଗଡ଼ିଆ ଗଙ୍ଗା। ଯାହା ମନ ମୁନ ଭଗବାନଙ୍କଠାରେ ଥିବ, ସେ ତ ସର୍ବତ୍ର ଭଗବାନଙ୍କ ମୂର୍ତ୍ତି ଦର୍ଶନ କରିବ।
ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି, ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନକାଳରୁ ଚଳିଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ତା’ର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ପୌରାଣିକ ଯୁଗରେ ମଧ୍ୟ ବଡ଼ଦେଉଳର ମହାପ୍ରସାଦ ମାହାତ୍ମ୍ୟ ଥିଲା। ଭାଗବତ ପୁରାଣ, ବିଷ୍ଣୁ ଧର୍ମ ପୁରାଣ, ବରାହ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ରୁଦ୍ରଯାମଳ, ବାୟୁ ପୁରାଣ ପ୍ରଭୃତିରେ ମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣିତ ଅଛି।
ଓଁକାର ଯନ୍ତ୍ରାନୁରୂପ ମୂର୍ତ୍ତିତ୍ରୟ ଗଠିତ ହୋଇଛନ୍ତି। ଉତ୍ତର ମୀମାଂସା ଓ ପୂର୍ବ ମୀମାଂସାର ମତ ଏଠାରେ ସାମଞ୍ଜସ୍ୟ କରାଯାଇଅଛି। ଓଁକାର ବିରାଟ ମୂର୍ତ୍ତିର ପରିଚାୟକ। ସୁତରାଂ କରଚରଣ ବିହୀନ। ଓଁକାର ତ୍ରିଗୁଣାତ୍ମକ ବୋଲି ତ୍ରିମୂର୍ତ୍ତିର ସୃଷ୍ଟି। ସତ୍ତ୍ୱ, ରଜ, ତମ ଅବା ପରମାତ୍ମା ଆତ୍ମା ମାୟାର ପରିଚାୟକ। ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ କର୍ମକାଣ୍ଡ ଓ ଜ୍ଞାନ କାଣ୍ଡାତ୍ମକ ନବଭକ୍ତିରେ ଏହି ମୂର୍ତ୍ତି ସ୍ଥାପନ କରାଇଥିଲେ। ଏହି ହେତୁ ଆଗମ ଯୁଗର ବ୍ୟକ୍ତି, ପୌରାଣିକ ଯୁଗର ଲୋକ ଏବଂ ଶଙ୍କର ପ୍ରଭୃତି ପର ଯୁଗର ଭକ୍ତମାନେ ସମଭାବରେ ଆଦର କରନ୍ତି। ସକଳ ସମ୍ପ୍ରଦାୟର ଭକ୍ତମାନେ ଏହି ମୂର୍ତ୍ତିମାନଙ୍କୁ ଦେଖି ଆପଣା ଆପଣା ଇଷ୍ଟଦେବତାଙ୍କୁ ଅନୁଭବ କରିପାରନ୍ତି। ଦାରୁବ୍ରହ୍ମ ମୂର୍ତ୍ତି ସମ୍ବନ୍ଧେ ଅନେକ ପ୍ରାଚୀନ ପ୍ରମାଣ ଅଛି। ତୈତ୍ତରୀୟ ଶ୍ରୁତି, ବୃହତ୍‌‌ ବିଷ୍ଣୁ ପୁରାଣ, ଶ୍ରୀ ଭାଗବତ, ବ୍ରହ୍ମବୈବର୍ତ୍ତ, ସ୍କନ୍ଦ ପୁରାଣ, ଗରୁଡ଼ ପୁରାଣ, ନରସିଂହ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ଯାମଳ, ବ୍ରହ୍ମ ଯାମଳ, ଉତ୍କଳ ପ୍ରଭୃତି ପ୍ରାଚୀନ ପୁରାଣମାନେ, ଦାରୁ ବ୍ରହ୍ମ ମୂର୍ତ୍ତି ଜଗନ୍ନାଥ, ପୁରୁଷୋତ୍ତମ କ୍ଷେତ୍ର ପ୍ରଭୃତି କଥା ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି। ଓଁକାର ମୂର୍ତ୍ତି ସମ୍ବନ୍ଧେ ଉତ୍କଳଖଣ୍ଡରେ ଲେଖା ଅଛି। ମହାଭାରତଠାରୁ ଆରମ୍ଭ କରି ସର୍ବଶେଷ ପୁରାଣ ଭାଗବତ ପର୍ଯ୍ୟନ୍ତ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ କୀର୍ତ୍ତିତ ହୋଇଆସିଛି। ପୁରାଣ, ତନ୍ତ୍ର, ପ୍ରାଦେଶିକ ସ୍ମୃତି ଶାସ୍ତ୍ରମାନଙ୍କରେ ପୁରୁଷୋତ୍ତମ ମାହାତ୍ମ୍ୟ କୀର୍ତ୍ତିତ। ସମଗ୍ର ହିନ୍ଦୁଜାତିର ପବିତ୍ର ଶ୍ରେଷ୍ଠତମ ଧର୍ମକ୍ଷେତ୍ର ଏହି ପୁରୁଷୋତ୍ତମ।
ଦେବପ୍ରସାଦ ମିଶ୍ର
କଟକ, ମୋ: ୯୪୩୭୦୨୩୩୯୦
ଶ୍ରୀଜଗନ୍ନାଥ ସଂସ୍କୃତିରେ କ୍ରୀଡ଼ାନୈପୁଣ୍ୟ
ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ, ଚନ୍ଦନ କାଠିରେ କୋଠି, ସୀତା ସଂଗେ ଖେଳିଲେ ହସ୍ତେ କଉଡ଼ି ମୁଠି/ ସାତମୁଠା ଜୁଆ ଖେଳିଣ, ରାମ ହୋଇଲେ ଧନ୍ଦା, ଦରହାସେ ସୀତା ବୋଇଲେ ପ୍ରଭୁ ରହିଲ ବନ୍ଧା…।
କାର୍ତ୍ତିକ ମାସରେ ରାଇଦାମୋଦର ବ୍ରତ ପାଳୁଥିବା ହବିଷ୍ୟାଳୀମାନେ ବୃନ୍ଦାବତୀ ମୂଳେ ପୂଜା କଲାବେଳେ ବୋଲୁଥିବା ଉପରୋକ୍ତ ପଂକ୍ତିଟି କେବଳ ଆନନ୍ଦାଶ୍ରିତ କଳ୍ପନାବିଳାସ ନୁହେଁ। ଏହି ସରଳ ସାବଲୀଳ ପଦକେତୋଟିରେ ସନ୍ନିବେଶିତ ହୋଇଛି ଅବତାରୀ ଶ୍ରୀଜଗନ୍ନାଥଙ୍କ କ୍ରୀଡ଼ାକୌତୁକ ଲୀଳାର ଗଭୀର ତତ୍ତ୍ୱ। ଆମ ସାଧାରଣ ମସ୍ତିଷ୍କରେ ପ୍ରଶ୍ନଟିଏ ଉଠିପାରେ କ’ଣ ପ୍ରଭୁ ମଧ୍ୟ ଖେଳନ୍ତି? ନା ଏହା ଖାଲି କବିର କଳ୍ପନା? ଏହାର ଅତି ସରଳ ଉତ୍ତରଟି ହେଲା ମଣିଷ ଜୀବନରେ ଯାହାସବୁ ସତ୍ୟ, ସେ ସବୁ ପ୍ରତିଫଳିତ ହୋଇଛି ଜଗନ୍ନାଥ ସଂସ୍କୃତିରେ। ମଣିଷର ଦିନଚର୍ଯ୍ୟାରେ ଯାହାସବୁ ଘଟେ, ଜଗନ୍ନାଥଙ୍କ ନିକଟରେ ସେ ସବୁ ସଂଘଟିତ ହୋଇଥାଏ। ଖାଇବା, ଶୋଇବା, ହସିବା, ଖେଳିବା ପ୍ରଭୃତି ସମସ୍ତ ମାନବୀୟ କାର୍ଯ୍ୟ ଜଗନ୍ନାଥ ମଧ୍ୟ କରିଥା’ନ୍ତି। ଏପରିକି ନବକଳେବରରେ ଜଗତକୁ ବାର୍ତ୍ତା ଦିଅନ୍ତି- ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ’। ମଣିଷ ଯଦି ବ୍ୟସ୍ତବହୁଳ ଜୀବନକୁ ଟିକେ ଚାପମୁକ୍ତ କରିବା ପାଇଁ ଖେଳକୁଦ କରିପାରେ ତେବେ ଲୋକମାନଙ୍କର ଦେବତା ବା ତାହା ନ କରିବେ କାହିଁକି? ବିଶ୍ୱ ନିୟନ୍ତା ପାଳନ କର୍ତ୍ତା ପ୍ରଭୁ ବେଳେ ବେଳେ ବିନୋଦିଆ ଲୀଳା କରନ୍ତି। ସୃଷ୍ଟି ପାଳନ କରିବାର ଚାପରୁ ସାମୟିକ ବିନୋଦନ ପାଇଁ ପ୍ରଭୁ ମଧ୍ୟ ମନୋରଞ୍ଜନ କରନ୍ତି। ନୃତ୍ୟ ସଙ୍ଗୀତ ଜଗନ୍ନାଥଙ୍କର ଯେତିକି ପ୍ରିୟ, କ୍ରୀଡ଼ା ମଧ୍ୟ ସେତିକି ପ୍ରିୟ। ତା’ ମଧ୍ୟରେ ସବୁଠାରୁ ପ୍ରିୟ ହେଉଛି ପଶା ଖେଳ ବା ଦ୍ୟୁତକ୍ରୀଡ଼ା।
ତେଣୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ପରଦିନ ଶ୍ରୀଜଗନ୍ନାଥ ମାତା ଲକ୍ଷ୍ମୀଠାକୁରାଣୀଙ୍କ ସହିତ ପଶା ଖେଳନ୍ତି। ଲକ୍ଷ୍ମୀ ଠାକୁରାଣୀ ପଶା ଖେଳରେ ଅତ୍ୟନ୍ତ କୁଶଳିନୀ। ଶ୍ରୀଜଗନ୍ନାଥ ପଶା ଖେଳରେ ଲକ୍ଷ୍ମୀଙ୍କଠାରୁ ହାରିଯାଇ ସାତଦିନ ପର୍ଯ୍ୟନ୍ତ ବନ୍ଧା ପଡ଼ନ୍ତି ଲକ୍ଷ୍ମୀଙ୍କ ମନ୍ଦିରରେ। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ‘ମାଧବ’ ଲକ୍ଷ୍ମୀଙ୍କ ମନ୍ଦିରରେ ୭ଦିନ ବନ୍ଧା ରହନ୍ତି। ମାଧବଙ୍କୁ ‘ବାଳ ପୁରୁଷୋତ୍ତମ’ ବୋଲି ମଧ୍ୟ କୁହାଯାଏ। ସେଠାରେ ସମସ୍ତ ନୀତିକାନ୍ତି ଚାଲେ। ୭ଦିନ ପରେ ମାଧବ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ପ୍ରତିବର୍ଷ ଶ୍ରୀମନ୍ଦିରରେ ଏହି ଦ୍ୟୁତକ୍ରୀଡ଼ା ଉତ୍ସବଟି ବେଶ୍‌‌ ଉତ୍ସାହର ସହିତ ପାଳିତ ହୁଏ। ତ୍ରେତୟା ଯୁଗରେ ଯେ ସୀତା, ଦ୍ୱାପର ଯୁଗରେ ସେ ରୁକ୍ମିଣୀ ଓ କଳିଯୁଗରେ ସେ ଲକ୍ଷ୍ମୀ। ତ୍ରେତୟାଯୁଗରେ ରାମାବତାରରେ ସୀତାମାତାଙ୍କ ସହିତ ପଶାଖେଳରେ ପ୍ରଭୁ ହାରି ଯାଇଥିଲେ, ଯାହା ଉପରବର୍ଣ୍ଣିତ ହବିଷ୍ୟାଳୀମାନଙ୍କର ନିତ୍ୟ ପୂଜାର ଅଙ୍ଗ ହୋଇସାରିଛି। ସୀତାଙ୍କ ସହିତ ଦ୍ୟୁତ୍ରକୀଡ଼ାରେ ପୂର୍ବରୁ ଛଅ ଥର ହାରି ପ୍ରଭୁ ପାଦୁକାଠାରୁ ମୁକୁଟ ପର୍ଯ୍ୟନ୍ତ ବନ୍ଧା ଦେଇ ସାରିଥିଲେ। ସପ୍ତମ ମୁଠା ବା ପାଳିରେ ନିଜେ ବନ୍ଧା ରହିଲେ। ସେହିପରି ଅଯୋଧ୍ୟାର ସୁଦ୍ଧାନ୍ତ ପ୍ରାଙ୍ଗଣରେ କନ୍ଦୁକ କ୍ରୀଡ଼ାରେ ପ୍ରଭୁ ଶ୍ରୀରାମ ଭରତଙ୍କଠାରୁ ବାରମ୍ବାର ହାରି ଯିବାର କଥା ରାମାୟଣରେ ବର୍ଣ୍ଣନା କରାଯାଇଛି।
ଦ୍ୱାପର ଯୁଗରେ ଯଦୁପତି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସହିତ ପଶାଖେଳି ହାରିଯିବା ଅବସ୍ଥାରେ ଥିବା ବେଳେ ଘୋରଜଳରେ ଗଜରାଜ କୁମ୍ଭୀର କବଳରେ ପଡ଼ି ବିକଳରେ ଡାକଦେଲା। ପ୍ରଭୁ ଅଭୟ ବରଦ ହସ୍ତକୁ ଟେକି ଦେଇ ‘ରକ୍ଷାକଲି ରକ୍ଷାକଲି’ ବୋଲି କହିଦେଲେ। ଭାଗବତରେ ଅଛି- ‘ଖେଳର ତାନ ମାନ ବେଳେ ଗଜ ଡାକିଲା ଘୋର ଜଳେ, ଦାନ ପଡ଼ିଛି ପଞ୍ଚୁଆତି, ତା’କୁ ରଖିଲ ଯଦୁପତି।’ ବିସ୍ମିତ ହୋଇ ରୁକ୍ମିଣୀ କହିଲେ- ‘ମାୟାଧର, ହାରଯିବେ ବୋଲି ଏକି ମାୟା?’ ପ୍ରଭୁ ଶ୍ରୀକୃଷ୍ଣ ଘଟଣାଟି ରୁକ୍ମିଣୀଙ୍କୁ ବୁଝାଇ ଦେଲେ ଏବଂ ଗରୁଡ଼ ପୃଷ୍ଠରେ ବସି ସେ ସ୍ଥାନକୁ ଯାଇ କଥାର ସତ୍ୟାସତ୍ୟ ପ୍ରତ୍ୟକ୍ଷ କରାଇଲେ। ପୁନଶ୍ଚ ଗୋପରେ ଥିବାବେଳେ ଗୋପାଳ ବାଳକଙ୍କ ସହିତ ଲଉଡ଼ି ଖେଳ, ବାଡ଼ିଖେଳ ପ୍ରଭୃତିର ବର୍ଣ୍ଣନା ବୈଷ୍ଣବ କବିମାନେ ଅତି ମଞ୍ଜୁଳ ଭାବେ ନିମ୍ନପ୍ରକାରେ ବର୍ଣ୍ଣନା କରିଛନ୍ତି –
ପୋଏ ସଜାଡ଼ି କାଛଟା ଭିଡ଼ି ଧାଡ଼ିକି ଧାଡ଼ି ଆଗେ ଦଉଡ଼ି ଯୋଡ଼ିକି ଯୋଡ଼ି ବୁଲାନ୍ତି ବାଡ଼ି ତନୁକୁ ଆଡ଼ି ଯେ / କେହୁ ଘଉଡ଼ି ନିଅଇ ତଡ଼ି କେହୁ ବାହୁଡ଼ି ମାରଇ ଓଡ଼ି, ବାହାକୁ ମୋଡ଼ି ଛାଡ଼ଇ ରଡ଼ି ଶିରକୁ ଝାଡ଼ି ଯେ। କେ ମାଲ ବିନ୍ଧାଣରେ ଯାଉଛି ଗଡ଼ି ଯେ / କେ କାହାରେ ପୁଣି ବସଇ ମାଡ଼ି ଯେ/ କେ ମୋଡ଼ାମୋଡ଼ି କେ ଭିଡ଼ାଭିଡ଼ି କେ ଜଡ଼ାଜଡ଼ି କେ ଛଡ଼ାଛଡ଼ି କେ ପଡ଼ାପଡ଼ି କୋଡ଼ାକୋଡ଼ି କେ ହୁଡ଼ାହୁଡ଼ି ଯେ। (ବିଦଗ୍ଧ ଚିନ୍ତାମଣି)
ସେହିପରି ଗୋପୀଙ୍କ ସହିତ ‘ବୋହୂବୋହୂକା’ ଖେଳର ବର୍ଣ୍ଣନା କରିବାକୁ ଯାଇ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି –
‘କୁମାରକୁମାରୀ ମେଳେ ଖେଳିବା ବିଧିରେ ବର ମୁହିଁ କନ୍ୟା ସେହି ହୋଇଛି ବିଧିରେ / ଦୂତି ଗୋ କହିବୁ ସହୀ କି ସେଦିନର ସନମାନ ମନରେ ନାହିଁ କି…।
କ୍ରୀଡ଼ାପ୍ରିୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱବିଖ୍ୟାତ ଘୋଷଯାତ୍ରାରେ ରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ସମୟରେ ଅନେକ ପ୍ରବୀଣ କ୍ରୀଡ଼ାବିତ୍‌‌ ଚକ୍ରବନାଟି, ଅଗ୍ନିବନାଟି, ଶୂନ୍ୟବନାଟି ପ୍ରଭୃତି ସ୍ୱ ସ୍ୱ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥା’ନ୍ତି। ରଥ ଉପରେ ଘୋଷ ଘଣ୍ଟୁଆମାନଙ୍କର ଘଣ୍ଟବାଦନ ଶୈଳୀ ମଧ୍ୟ ଏକ କ୍ରୀଡ଼ା। ଏ ଘଣ୍ଟ ଘୋଷ ସମସ୍ତଙ୍କ ଦ୍ୱାରା ହେବ ନାହିଁ। ଏମାନେ ଭୂବୃତ୍ତି ପାଇ କଟକର ଭଟ୍ଟି ମୁଣ୍ଡାରେ ରହିଛନ୍ତି।
ଗ୍ରୀଷ୍ମ ଋତୁରେ ଜଳକ୍ରୀଡ଼ା ଅତ୍ୟନ୍ତ ପ୍ରୀତିପ୍ରଦ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ଓ ନୌକାବିହାର କରନ୍ତି। ଏକ ସୁସଜ୍ଜିତ ବିମାନରେ ଶ୍ରୀମନ୍ଦିରରୁ ବାହାରି ଚନ୍ଦନ ପୁଷ୍କରିଣୀ ବା ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାତ୍ରା କରନ୍ତି। ସେଠାରେ ରସରାଜ ଜଗନ୍ନାଥ ଚନ୍ଦନ କୁଣ୍ଡରେ କିଛି ସମୟ କ୍ରୀଡ଼ା କରନ୍ତି। ରସିକ ଶେଖର ଜଗନ୍ନାଥ ତା’ପରେ ସୁସଜ୍ଜିତ ନୌକାରେ ବସି ପୁଷ୍କରିଣୀରେ ନୌକାବିହାର କରନ୍ତି। ଶ୍ରୀମନ୍ଦିରରେ ଅନେକ ମଣ୍ଡପ ରହିଛି। ତନ୍ମଧ୍ୟରୁ ଗୋଟିଏ ‘ଜଳକ୍ରୀଡ଼ା ମଣ୍ଡପ’। ଏହା ନୃସିଂହ ମନ୍ଦିର ପଛ ପାଖରେ ପଶ୍ଚିମ ଦିଗରେ ରହିଛି। ଏହି ମଣ୍ଡପରେ ଶ୍ରୀଜଗନ୍ନାଥ ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡ଼ା କରନ୍ତି। ଦ୍ୱାପର ଯୁଗରେ କୃଷ୍ଣାବତାରରେ ପ୍ରଭୁ ଜଳକ୍ରୀଡ଼ା ତଥା ନାବକେଳି କରିଥିବାର ଶାସ୍ତ୍ରୀୟ ପ୍ରମାଣ ରହିଛି। ରାଧାରାଣୀ କହିଛନ୍ତି- ‘ମୋ ସ୍ନାନଜଳ ପାଟରେ, ଭାସିଲି ବୋଲି ପ୍ଳବନ୍ତି ହଟରେ ଗୋ, ଛଡ଼ା କୁସୁମ ଲଭିଲଟରେ, ସଜନୀ ଗୋ’…। ସେହି ରସରାଜ ଜଗନ୍ନାଥ ଦାରୁବ୍ରହ୍ମ ଭାବରେ ନୀଳାଚଳରେ ଲୀଳା ବିସ୍ତାର କରିଛନ୍ତି। ଏହି ସନ୍ତରଣ ବା ନୌକା ବିହାରକୁ ଜଳକ୍ରୀଡ଼ା କୁହାଯାଏ। ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌‌ରେ ସନ୍ତରଣ, ନୌକାଚାଳନାର ଏହା ଆଧାର ବୋଲି କେତେକ ଗବେଷକ ମତ ଦିଅନ୍ତି।
ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ୟ ଏକ ପ୍ରମୁଖ ଉତ୍ସବ ହେଉଛି ଝୁଲଣଯାତ୍ରା, ଯେଉଁଥିରୁ ଆମ ରଜ ଦୋଳି ଖେଳ ବା ସର୍କସର ଦୋଳି କ୍ରୀଡ଼ା ଅନୁପ୍ରାଣିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀରୁ ଏହି ଝୁଲଣ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମାରେ ଉଦ୍‌‌ଯାପିତ ହୁଏ। ଏହି ପାଞ୍ଚଦିନ ଜଗନ୍ନାଥ ମହାପ୍ରଭୁ ଦୋଳିରେ ବସି ଝୁଲଣ ମଣ୍ଡପରେ ଝୁଲନ୍ତି। ସେହି ସମୟରେ ‘ଗୋଟିପୁଅ’ ନୃତ୍ୟ ପରିବେଷଣ କରାଯାଏ। ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ଗୋଟିପୁଅ ନୃତ୍ୟ ପରମ୍ପରା ଆରମ୍ଭ ହୋଇଥିଲା। ପୁରୀର ଜାଗା ଆଖଡ଼ା ବା ବ୍ୟାୟାମ ଶାଳାଗୁଡ଼ିକ ଗୋଟିପୁଅ ନର୍ତ୍ତକୀମାନଙ୍କୁ ତାଲିମ ଶିବିର ବା ଶିଶୁ ପ୍ରଶିକ୍ଷଣ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା। ଗୋଟିପୁଅ ନୃତ୍ୟରେ କଠିନ ଅଙ୍ଗଭଙ୍ଗୀ କରି ନୃତ୍ୟ କରିବାକୁ ପଡ଼ିଥାଏ। ଗୋଟିପୁଅମାନେ ସେମାନଙ୍କ ଶରୀରକୁ ବିଭିନ୍ନ କୋଣରେ ବଙ୍କା ରଖି ଦୀର୍ଘ ସମୟ ଧରି ରହିପାରନ୍ତି। ସମୟ ସମୟରେ ଗୋଟିପୁଅମାନେ ଗୋଟିଏ କଂସା ପାତ୍ର ବା ଥାଳି ଉପରେ କଷ୍ଟକର ନୃତ୍ୟ ପରିବେଷଣ କରନ୍ତି। ଜଣକ ଉପରେ ଜଣେ ଠିଆ ହୋଇ ମଧ୍ୟ ନୃତ୍ୟ କରନ୍ତି। ଅଲିମ୍ପିକ୍‌‌ସ୍‌‌ର ‘ଜିମ୍ନାଷ୍ଟିକ୍‌‌’ କିମ୍ବା କୌଣସି ସର୍କସର ‘ହ୍ୟୁମାନ୍‌‌ ପିରାମିଡ୍‌‌’ ବା ‘ଷ୍ଟଣ୍ଟ‘(ଦୁଃସାହସିକ କ୍ରୀଡ଼ା)ର ଏହି ଗୋଟିପୁଅ ନୃତ୍ୟ ସହିତ ସାମଞ୍ଜସ୍ୟ ରହିଛି।
ଯବନମାନଙ୍କ ଆକ୍ରମଣରୁ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ସୁରକ୍ଷା ପାଇଁ ଗଜପତି ରାମଚନ୍ଦ୍ର ଦେବ ଜାଗା ଆଖଡ଼ାର ପରିକଳ୍ପନା କରିଥିଲେ। ଏଠାରେ କୁସ୍ତି ଯୁଦ୍ଧ, ମୁଦଗର ଚାଳନା, ବିଭିନ୍ନ ଶାରୀରିକ ବ୍ୟାୟାମ(ଅଧୁନା ଜିମ୍‌‌ନାସିୟମ ପରି) ଆଦି ତାଲିମ୍‌‌ ଓ ଅଭ୍ୟାସ କରାଯାଉଥିଲା। ଆଧୁନିକ କ୍ରୀଡ଼ାରେ ଏହା ରେସ୍‌‌ଲିଂ ବା କୁସ୍ତି କ୍ରୀଡ଼ା, ୱେଟ୍‌‌ ଲିଫ୍‌‌ଟିଂ ଆଦି ନାମରେ ପରିଚିତ ହୋଇଛି। ଏଠାରେ ପ୍ରଦର୍ଶିତ ଆଉ ଏକ କଠିନ କ୍ରୀଡ଼ା ହେଉଛି ‘ମାଲଖମ୍ବ’। ଏହି ଖମ୍ବ ଉପରେ ଚଢ଼ି କ୍ରୀଡ଼ାବିତ୍‌‌ମାନେ ଏହି କଷ୍ଟକର କ୍ରୀଡ଼ାକୁ ପ୍ରଦର୍ଶନ କରନ୍ତି। ଏହାକୁ ଦେଖିଲେ ଆଧୁନିକ ‘ଜିମ୍‌‌ନାଷ୍ଟିକ୍‌‌’ ଓ ‘ବାଉଁଶରାଣୀ’ ଖେଳ ଭଳି ମନେ ହେବ। ଏ ଦିଗରେ ଅଧିକ ଗବେଷଣା ହେବା ଆବଶ୍ୟକ। ସେହିପରି ବିଭିନ୍ନ ସାହିଯାତରେ ଯେଉଁ ନାଗା ମେଢ଼ ବାହାରନ୍ତି, ସେଥିରେ ସଦସ୍ୟମାନେ ଜଣେ ଜଣେ ବିଶେଷ କ୍ରୀଡ଼ାବିତ୍‌‌। ଏହି ମେଢ଼ରେ ସମର କଳା ସହିତ କ୍ରୀଡ଼ା ମଧ୍ୟ ପ୍ରଦର୍ଶିତ ହୁଏ।
ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି। ଏହି ସଂସ୍କୃତିରେ ସାହିତ୍ୟ, ସଙ୍ଗୀତ, ନୃତ୍ୟକଳା, କ୍ରୀଡ଼ା ନୈପୁଣ୍ୟ ସବୁ ପ୍ରଚ୍ଛନ୍ନ ଭାବରେ ରହିଛି। ତେଣୁ ଏ ସଂସ୍କୃତି ବିଶ୍ୱବିଖ୍ୟାତ। ତେଣୁ ବିଶ୍ୱ ଦରବାରରେ ଉତ୍କଳ ତଥା ଏହାର ସଂସ୍କୃତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
‘ଜୟ ଜଗନ୍ନାଥ’।
ଡ. ଅଭିମନ୍ୟୁ ବରାଳ
ପୁରୀ, ମୋ: ୯୯୩୭୮୩୫୨୩୦
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ: ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନକୁ ଗୁରୁତ୍ବ, ସମ୍ପୂର୍ଣ୍ଣ ବନ୍ଦ ହେବ ପାନ ଓ ଗୁଟୁଖା
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବ୍‌କମିଟି ବୈଠକ ଶେଷ ହୋଇଛି ।‌ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡ଼ାନ୍ତ ହୋଇଛି । ରାତ୍ର ୨ଟାରେ ଫିଟିବ ଦ୍ବାର । ୧୬ ତାରିଖ ରାତି ଓ ୩୧ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ରାତ୍ର ପହୁଡ଼ ହେବ ନାହିଁ । ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ହେବ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ କଡାକଡି ଲାଗୁ କରାଯିବ।
ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରର ରାମ୍ପ୍ ବ୍ୟବସ୍ଥା କରାଯିବ । ୧୭ ତାରିଖ ଯାତ୍ରୀ ପରିକ୍ରମା ଲୋକାର୍ପଣ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷର ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରଭାବିତ ୧୮ଟି ମଠ ଓ ୨ଟି ମନ୍ଦିରର କରାଯିବ ବିକାଶ
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଏବଂ ଶ୍ରଦ୍ଧାଳୁଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଆସନ୍ତା ଅକ୍ଟୋବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ ହେବ। ମଙ୍ଗଳବାର ଅନୁଷ୍ଠିତ ଅବଢ଼଼ା ଯୋଜନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଅବଢ଼଼ା ଯୋଜନାରେ ଅନେକଗୁଡ଼ିଏ ମେଗା ପ୍ରକଳ୍ପ କାମ କରାଯାଉଛି। ଇତିମଧ୍ୟରେ ଏକାଧିକ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବହୁ ପ୍ରକଳ୍ପ କାମ ଜାରିରହିଛି। ଅବଢ଼଼ା ଯୋଜନାରେ ବର୍ତ୍ତମାନ ଚାଲିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ ରହିଛି ଏବଂ ଏହାର ଅଗ୍ରଗତି ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କ ସୁବିଧା ପାଇଁ ତିଆରି ଚାଲିଛି ପରିକ୍ରମା ପ୍ରକଳ୍ପ। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌‌ ମାଧ୍ୟମରେ ଓବିସିସି ଏହି କାମ କରୁଛି। ଏଥିରେ ଭିତର ପରିକ୍ରମା ପଥ, ସବୁଜ ବଳୟ, ବାହାର ପରିକ୍ରମା ପଥ, ସାଧାରଣ ସୁବିଧାକୁ ନେଇ ବିଭିନ୍ନ ଜୋନ୍‌‌ କରାଯାଉଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଭକ୍ତଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ। ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ, ବୃକ୍ଷ ଆଦି ସ୍ଥାନିତ ହେବ। ତେବେ ଅକ୍ଟୋବର ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ୱରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଗୋପାଳତୀର୍ଥ ମଠ, ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିର ଏବଂ ଚାରିଆଶ୍ରମର ପୁନରୁଦ୍ଧାର କରାଯିବ। ଅନ୍ୟପକ୍ଷରେ ଦୀର୍ଘଦିନ ହେଲା ଭୁଶୁଡ଼ି ପଡ଼ିଥିବା ଆଲାମଚଣ୍ଡୀ ମନ୍ଦିର ସମ୍ମୁଖ ପଥର ପୁଷ୍କରିଣୀର ପଶ୍ଚିମ ପାର୍ଶ୍ବ ପାଚେରିର ପୁନରୁଦ୍ଧାର ଏବଂ ମରାମତି କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲଗାଇବା ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ଏତଦ୍‌‌ବ୍ୟତୀତ ପରିକ୍ରମା ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ। ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ କେନ୍ଦ୍ରରୁ ଏକ ଅଡିଟ୍‌‌ ଟିମ୍‌‌ ଆସି ଅନୁଧ୍ୟାନ କରି ଯାଇଛନ୍ତି। ଅକ୍ଟୋବର ସୁଦ୍ଧା ର‍୍ୟାମ୍ପ କାମ ଆରମ୍ଭ ହୋଇ ୨/୩ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପିଙ୍କ ପାଇଁ ବ୍ୟାରାକ୍‌‌ ନିର୍ମାଣ, ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବା ନେଇ ତର୍ଜମା ହୋଇଛି। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ନିମନ୍ତେ ପଥରରେ ର‍୍ୟାମ୍ପ ନିର୍ମାଣ କରାଯିବ। ସେମାନେ ଯେପରି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିବେ ତା’ ଉପରେ ଆଲୋଚନା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଉନ୍ନୟନ ପ୍ରଶାସକ (ଓଏସ୍‌‌ଡି) ଅଜୟ କୁମାର ଜେନା, ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ଟଳିପଡ଼ି ଚାଲିଗଲା ଭକ୍ତଙ୍କ ଜୀବନ
ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀ ମନ୍ଦିରରେ ମା’ ଲଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହୋଇପଡ଼ିଥିଲେ ଭକ୍ତ। ଗୁରୁତର ଅବସ୍ଥାରେ ଭକ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଶାକାପାଟନମରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ୫୦ବର୍ଷୀୟ ପାକି.ଦିବାକର ଓ ତାଙ୍କ ପରିବାର। ନିଜ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲ॥ ପରେ ମାଆ ଲଷ୍ମୀଙ୍କ ଦର୍ଶନ ନିମନ୍ତେ ମାଆ ଲଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ। କିନ୍ତୁ ଲଷ୍ମୀ ମନ୍ଦିର ନିକଟରେ ହଠାତ ଗଳିପଡିଥିଲେ ଦିବାକର। ଦିବାକର ପଡିଯିବାର ପରିବାର ଲୋକ ଦେଖି ପୁଲିସ ର ସହାୟତା ନେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ କର୍ମଚାରୀ ମାନେ ଦିବାକରକୁ ଶ୍ରୀ ମନ୍ଦିର ବାହାରକୁ ଆଣି ଆମ୍ବୁଲାନ୍ସ ସଦର ମୁଖ୍ୟ ଚିକିର୍ସାଲୟକୁ ନେଇଥିଲେ। ସେଠାରେ ଦିବାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକ ଏ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତ।
ପରିକ୍ରମା ପ୍ରକଳ୍ପ ମାମଲା: ସମସ୍ତ ପିଟିସନକୁ ଖାରଜ କଲେ ହାଇକୋର୍ଟ
ପୁରୀ: କଳ୍ପନାଜଳ୍ପାନରେ ଲାଗିଲା ପୂର୍ଣ୍ଣଛେଦ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ପୁଣି ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ମୂଳ ମାମଲା ସହ ସମସ୍ତ ପିଟିସନଗୁଡ଼ିକୁ ଖାରଜ କରିଛନ୍ତି ହାଇକୋର୍ଟ।  ଦାୟର ଏକାଧିକ ମାମଲାର ଶୁଣାଣି କରି ରଦ୍ଦ କଲେ ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ ।
ସୂଚନା ଅନୁଯାୟୀ, ପୁରୀ ପରିକ୍ରମା ପ୍ରକଳ୍ପ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଥିଲେ ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ଯ୍ଯ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଥିଲେ। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଥିଲେ।
କଟକ: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି ।
କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହା ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସ୍ୱାର୍ଥକୁ ଉପେକ୍ଷା । ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଏସଆଇକୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ କହିଛନ୍ତି । କିଛି ମୁଷ୍ଟିମେୟ ଗୋଷ୍ଠୀ ମିଥ୍ୟା ଓ କୁପ୍ରଚାର କରି ପରିକ୍ରମା ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । ଏଥିରେ କିଛି ରାଜନୈତିକ ବ୍ୟକ୍ତି ସହଯୋଗ କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ । ତେଣୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେବାୟତ ପ୍ରାର୍ଥନା କରିଛନ୍ତି ।
ଶ୍ରୀମନ୍ଦିରର ସେବାୟତ ରଘୁନାଥ ଗୋଚ୍ଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ବଟକୃଷ୍ଣ ମୁଦ୍ରା ପ୍ରମୁଖ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ସେବାୟତମାନେ ବିକାଶ ପାଇଁ ଭିଟାମାଟି ଛାଡ଼ିଛନ୍ତି । ପ୍ରକଳ୍ପ ବାଧାପ୍ରାପ୍ତ ହେଲେ ସେମାନଙ୍କ ତ୍ୟାଗ ମୂଲ୍ୟହୀନ ହୋଇଯିବ ବୋଲି ରିଟ୍ ପିଟିସନରେ ଉଲ୍ଲେଖ ରହିଛି ।
ଶ୍ରୀମନ୍ଦିରରେ ଆଜି ଖସାପଡ଼ା ଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଏହି ନୀତି କରାଯିବ। ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ଅର୍ଥାତ୍‍ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖସାପଡ଼ା ଲାଗି ହେଉଛି ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି। ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ। ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି।
ଆଜିଠୁ ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ, ସକାଳ ୬ରୁ ରାତି ୯ ଯାଏଁ ଶ୍ରୀମନ୍ଦିର ଖୋଲା
ପୁରୀ: ଦୀର୍ଘ ୨୩ ଦିନର ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଦ୍ୱାର। କରୋନା ଟାଣିଥିବା ଲକ୍ଷ୍ମଣରେଖା ଡେଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। କୋଭିଡ଼ କଟକଣା ପାଳନ ପୂର୍ବକ ଶୃଙ୍ଖଳିତ ଭାବେ ଭକ୍ତମାନେ କିପରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟାରିକେଡ ଏବଂ କିଓସ୍କୋକୁ ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଓର (ଏସ୍‍ଓପି) ଜାରି କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି।
ନୂଆ ମାର୍ଗଦର୍ଶିକା ଅନୁଯାୟୀ, ମନ୍ଦିର ଖୋଲାଥିବା ଦିନମାନଙ୍କରେ ଶ୍ରଦ୍ଧାଳୁମାନେ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରତି ଶନିବାର ଓ ରବିବାର ଦର୍ଶନ ବନ୍ଦ ରହି ମନ୍ଦିରକୁ ବିଶୋଧନ କରାଯିବ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟରେ କରିଥିବା ଆର୍‍ଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ୍‍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏତଦ୍‍ବ୍ୟତୀତ ସମସ୍ତେ ସାଥୀରେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) ଆଣିଥିବେ। ନେଗେଟିଭ ରିପୋର୍ଟ ଏବଂ ଡବଲ ଡୋଜ୍‍ କଟକଣା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ଦେଖି ଏହି କଟକଣାର ସମୀକ୍ଷା କରାଯାଇ ଯଦି ଆବଶ୍ୟକ ପଡେ ତେବେ ସଂଶୋଧିତ ନିର୍ଦ୍ଦେଶନାମା ଜାରୀ କରାଯିବ। ସେହିପରି ସମସ୍ତ ଦର୍ଶନାର୍ଥୀ ମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯିଏ ଏହାକୁ ଅବମାନନା କରିବେ ତାଙ୍କୁ ଜରିମାନା କରାଯିବ, ନଚେତ୍‍ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମନ୍ଦିର ପ୍ରବେଶ ପୂର୍ବରୁ ଭଲ ଭାବେ ହାତ ସାନିଟାଇଜ୍‍ କରିବେ। କୋଭିଡ଼ ଗାଇଇଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶାରୀରିକ ଦୂରତା ରକ୍ଷା କରିବେ ବୋଲି ଏସ୍‍ଓପିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ଆଜିଠୁ ଶ୍ରୀମନ୍ଦିର ଖୋଲୁଥିବାରୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୋମବାର ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବ୍ୟାରିକେଡ୍‍, କିଓସ୍କୋର ଆଦି ବୁଲି ଦେଖିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, କୋଭିଡ଼ ସ୍ଥିତିକୁ ଦେଖି ଛତିଶା ନିଯୋଗରେ ଫେବୃୟାରୀ ୧ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସମସ୍ତଙ୍କୁ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ସୂଚନାଥାଉ କି, ରାଜ୍ୟ ତଥା ପୁରୀରେ କୋଭିଡ଼ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂକ୍ରାନ୍ତରେ ଗତ ୭ ତାରିଖରେ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ଗତ ୯ ତାରିଖଠାରୁ ୩୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମାର୍ଗଦର୍ଶିକା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇ ଫେବୃୟାରୀ ୧ରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ନିଆଯାଇଥିଲା ନିଷ୍ପତ୍ତି।
ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର
ପୁରୀ: ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର। ଯଦିଓ ଏ ନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏଥିରେ ମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ। ତେବେ ବୈଠକରେ ଫେବୃଆରୀ ଆରମ୍ଭରୁ କୋଭିଡ଼ କଟକଣା ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ଖୁବ୍‌ଶୀଘ୍ର ବୈଠକ ବସି କୋଭିଡ଼ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
କୋଭିଡ଼ ସଂକ୍ରମଣକୁ ନଜରରେ ରଖ୍ ଗତ ୯ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କିନ୍ତୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସେବାପୂଜା ଚାଲିଛି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଆସି ପତିତପାବନଙ୍କୁ ଦର୍ଶନ କରି ନିରାଶରେ ଫେରୁଛନ୍ତି। କୋଭିଡ଼ର ତୃତୀୟ ଲହର ଏତେଟା ସାଂଘାତିକ ହେଉ ନ ଥିବା କହି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ବୋଲି ବିଭିନ୍ନ ସଙ୍ଗଠନ ଦାବି କରୁଛନ୍ତି। ବେଳାଭୂମି, ହୋଟେଲ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ସ୍ବାଭାବିକ ଥିବାବେଳେ ମନ୍ଦିର କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବ। ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବକ କଲ୍ୟାଣ ସବ୍ କମିଟି ବୈଠକରେ ସେବକମାନେ ବୁଷ୍ଟର ଡୋଜ କଥା ଉଠାଇଥିଲେ। ତେବେ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରିଯାଇଛି ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ସେବାୟତଙ୍କ ପାଇଁ ସ୍ବତନ୍ତ୍ର କରାଯାଇ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଜଣାପଡ଼ିଛି।