National Press Day 2021 - The Sakala

ଆଜି ଜାତୀୟ ପ୍ରେସ୍ ଦିବସ
ସାମାଜକ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ବର ଉତ୍ଥାପନ ହେଉ କି ରାଜନେତାମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକମାନେ ଜନସ୍ବାର୍ଥ ପାଇଁ ଲଢେଇ କରୁଛନ୍ତି। ଏହାର ଜ୍ଵଳନ୍ତ ଉଦାହରଣ କୋଭିଡ୍-୧୯ ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ୍’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍ ନିକିଙ୍କ ଦ୍ବାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତିକରଣ ଲାଗି ସମ୍ବାଦପତ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ଓ ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ନିରପେକ୍ଷ ସୂଚନା ପହଞ୍ଚାଇବା। ତେବେ ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ବ ବହନ କରେ। ଆଜି ଜାତୀୟ ପ୍ରେସ୍ ଦିବସ ।

୧୯୬୬ ମସିହା ନଭେମ୍ବର ୧୬ରେ କେନ୍ଦ୍ର ସରକାର ‘ପ୍ରେସ୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧୬କୁ ‘ଜାତୀୟ ପ୍ରେସ୍ ଦିବସ’ ଭାବେ ପାଳନ କରାଯାଉଛି । ‘ପ୍ରେସ୍ କାଉନ୍‌ସିଲ୍‌ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍‌ସିଲ୍‌ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ୍ ବସାଇଥିଲେ ଓ ପ୍ରେସ୍ କାଉନ୍‌ସିଲ୍ କରିବା ପାଇଁ ସୁପାରିଶ୍ କରିଥିଲେ, ଯାହା ଗଠନ ହେବା ପାଇଁ ଏକ ଦଶନ୍ଧି ଲାଗିଥିଲା । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ | ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ। ନିରପକ୍ଷ  ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ବାଦିକଙ୍କ ପ୍ରତି ଏହି ବାର୍ତ୍ତା ଯାଇଥାଏ।