Cancer - The Sakala

କର୍କଟ ରୋଗ ଆଶଙ୍କାକୁ ହ୍ରାସ କରେ ଆଖୁରସ
ଆଖୁରସରୁ ସୋଡିୟମ୍‌, କ୍ୟାଲସିୟମ୍‌, ଲୌହସାର ଆଦି ପୋଷକତତ୍ତ୍ବ ମିଳିଥାଏ। ଆଖୁରସ କର୍କଟ ରୋଗ ଆଶଙ୍କାକୁ ହ୍ରାସ କରିବା ସହ ଯକୃତ୍‌ ସମସ୍ୟା, ପାଚନସମ୍ବନ୍ଧୀୟ ସମସ୍ୟାକୁ କମ୍‌ କରି ଅସ୍ଥିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ତେଣୁ ପ୍ରତିଦିନ ଏକ ଗ୍ଲାସ ଆଖୁରସ ପିଇବା ଫଳପ୍ରଦ।

ଆଖୁରସରେ କ୍ୟାଲସିୟମ୍‌, ପୋଟାସିୟମ୍‌, ଆଇରନ, ମ୍ୟାଗ୍ନେସିୟମ୍‌ ମାତ୍ରା ଅଧିକ ରହିଥାଏ। ଏଥିରେ ମିଳୁଥିବା ସ୍ବତନ୍ତ୍ର ତତ୍ତ୍ବ କର୍କଟ ରୋଗ ଆଶଙ୍କାକୁ ହ୍ରାସ କରାଏ। ବିଭିନ୍ନ କର୍କଟ ରୋଗ ସମେତ ପ୍ରୋଷ୍ଟେଟ ଏବଂ ସ୍ତନ୍ୟ କର୍କଟ ସହ ଲଢ଼େଇ କରିବାରେ ଏହା ବେଶ୍‌ ସହାୟକ ହୁଏ। ଆଖୁରସରେ ପ୍ରାକୃତିକ ଶର୍କରା ମିଳୁଥିବାରୁ ଏହା ଶରୀରର ଗ୍ଲୁକୋଜ ମାତ୍ରାକୁ ବୃଦ୍ଧି କରାଏ। ଏହି ରସ ପିଇବା ଦ୍ବାରା ଶରୀର ମଜଭୁତ ରହିବା ସହ ଖରାଦିନେ ଅଜୀର୍ଣ୍ଣ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ।

ଆଖୁରସରୁ ମିଳୁଥିବା ପୋଟାସିୟମ୍‌ ପାଚନତନ୍ତ୍ର ପାଇଁ ଲାଭପ୍ରଦ। ପେଟଜନିତ ସମସ୍ୟାକୁ ଏହା ଦୂର କରେ। କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ରୁହେ ନାହିଁ । ଏଥିରେ ଥିବା ଫାଇବର ଓଜନ ନିୟନ୍ତ୍ରଣ କରେ । ଅଲ୍‌ଫା ହାଇଡ୍ରୋକ୍ସି ଏସିଡ (ଏଏଚ୍‌ଏଏସ୍‌) ପଦାର୍ଥ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ।

ଆଖୁ ରସ ଶରୀରର କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସରାଇଡ ସ୍ତରକୁ ହ୍ରାସ କରେ । ପ୍ରୋଟିନ୍‌ଯୁକ୍ତ ଆଖୁରସ ପିଇବା ଦ୍ବାରା ବୃକ୍‌କ ସଂକ୍ରମଣ, ପରିସ୍ରା ସଂକ୍ରମଣ, ଅମ୍ଳ, ପଥର ସମସ୍ୟାରୁ ମୁକ୍ତି ମିଳେ। ସେହିପରି ଆଖୁରସରେ ଆଣ୍ଟି ଅକ୍ସିଡାଣ୍ଟ ମାତ୍ରା ଅଧିକ ଥିବାରୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ରକ୍ତହୀନତା ଦୂର କରେ। ଦାନ୍ତଜନିତ ସମସ୍ୟା ଦୂର କରିବାରେ ମଧ୍ୟ ଆଖୁ ରସ ବେଶ୍‌ ଫଳପ୍ରଦ।

ଷ୍ଟେଜ ୱାନ୍ କ୍ୟାନସରରେ ପୀଡିତ ଥିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ
ଭୁବନେଶ୍ୱର: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତୀ ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । କ୍ୟାନସର ହୋଇଥିବା ଯୋଗୁଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତୀ ଚାନ୍ଦ କହିଛନ୍ତି । ଏଥିପାଇଁ ତାଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି ।

ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତୀ ଚାନ୍ଦ ଦୁଃଖିତ । ସେ କହିଛନ୍ତି, ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି । ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି । ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା ।

ଏଥିରେ ମୋର ପଜିଟିଭ ଆସିଥିଲା । ମୁଁ ଜାଣି ପାରି ନଥିଲି ଏହାର କାରଣ । ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି । ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା । ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ସେ ପେନ୍ କିଲର ଖାଉଥିଲେ । ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ ।

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତୀ କହିଛନ୍ତି । ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା । ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି । ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି ।

ଲ୍ୟାବ୍‌ ରିପୋର୍ଟରେ ବଡ଼ ଖୁଲାସା: ଡାବର ହନୀରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ
ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ଏବଂ ଶରୀରର ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ଦେଉଥିବା ମହୁ ସମ୍ପର୍କରେ ବଡ଼ ଖବର ଆସିଛି। ଶୁଦ୍ଧତା ପରୀକ୍ଷାେର ବିଫଳ ହୋଇଛି ‘ଡାବର ହନୀ’ ବ୍ରାଣ୍ଡ୍‌ର ମହୁ। ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଏକ ଲ୍ୟାବ୍‌ ରିପୋର୍ଟରେ ଏ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି।

ପରୀକ୍ଷାରେ ‘ଡାବର ହନୀ’ର ମହୁରେ ଏକ ନିର୍ଦ୍ଦିଷ୍ଟ ଯୌଗିକର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଦୁଇଗୁଣ ରହିଥିବା ଜଣାପଡିଛି। ଏହି ଯୌଗିକର ନାମ ହେଉଛି ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ଅର୍ଥାତ୍ ଏଚ୍‌ଏମ୍‌ଏଫ୍। ଡାବରର ମହୁରେ ଏଚ୍‌ଏମ୍‌ଏଫ୍‌ର ପରିମାଣ ୧୭୬.୫୭ ମିଲିଗ୍ରାମ୍‌ ରହିଥିବା ଜଣାପଡିଛି, ଯାହା ଏହାର ନିର୍ଦ୍ଧାରିତ ମାନକ ୮୦ ମିଲିଗ୍ରାମ୍‌ ଠାରୁ ଅଧିକ ହେବା ଠିକ୍‌ ନୁହେଁ। ଏଚ୍‌ଏମ୍‌ଏଫ୍‌ ହେଉଛି ମିଠା ଜିନିଷରେ ମିଳୁଥିବା ଏହା ଏକ ପ୍ରକାର ଯୌଗିକ। ସାଧାରଣତଃ ଶୁଦ୍ଧ ମହୁରେ ଏହାର ପରିମାଣ ୧୫ ମିଲିଗ୍ରାମ୍‌ ପର୍ଯ୍ୟନ୍ତ ହୋଇଥାଏ। ଏହା ବ୍ୟତୀତ ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ବ୍ରେଡ୍‌, ବେକେରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ମଧ୍ୟ ମିଳିଥାଏ।

ଆନ୍ତର୍ଜାତୀୟ ମାନକ ଅନୁଯାୟୀ, ପ୍ରତି କିଲୋଗ୍ରାମ ମହୁରେ ଏହାର ପରିମାଣ ୪୦ ମିଲିଗ୍ରାମ୍‌ରୁ ଅଧିକ ହେବା ଉଚିତ୍‌ ନୁହେଁ। ଆମେରିକାର ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ସୂଚନା ଅନୁଯାୟୀ, ମହୁ ପୁରୁଣା ହେଲେ ସେଥିରେ ଏଚ୍‌ଏମ୍‌ଏଫ୍‌ର ପରିମାଣ ବଢ଼ିଯାଇଥାଏ। ଏହାସହିତ, ପ୍ରକ୍ରିୟାକରଣ ସମୟରେ ଉତ୍ତାପ, ଆର୍ଦ୍ରତା, ଚିନି ସିରପ୍‌ର ଅପମିଶ୍ରଣ ଏବଂ ଷ୍ଟୋରେଜ୍ ପାଇଁ ଧାତୁ ପାତ୍ରର ବ୍ୟବହାର ମହୁରେ ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ପରିମାଣ ବଢ଼ାଇଥାଏ। ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଦିନକୁ ମାତ୍ର ୩୦ ରୁ ୧୫୦ ମିଲିଗ୍ରାମ୍‌ ଏଚ୍‌ଏମ୍‌ଏଫ୍‌ ହଜମ କରିପାରିବ। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା କର୍କଟ ରୋଗ ହୋଇପାରେ। ଏହା ସୁସ୍ଥ କୋଷଗୁଡ଼ିକୁ ଟ୍ୟୁମର କୋଷରେ ପରିଣତ କରେ। ଏହାସହିତ ଏହା ଯକୃତ, କିଡନୀ ଏବଂ ଅନ୍ତନଳୀକୁ କ୍ଷତି ପହଞ୍ଚାଇଥାଏ।

କର୍କଟ କବଳରେ ଓଡ଼ିଶା: ଚାରି ବର୍ଷରେ ୨ ଲକ୍ଷରୁ ଅଧିକ ରୋଗୀ; ପ୍ରାଣ ହରାଇଲେଣି ୧.୧୧ ଲକ୍ଷ
ଭୁବନେଶ୍ୱର: ରାଜ୍ୟରେ ବଢ଼଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ଦେଶର କର୍କଟ ରାଜଧାନୀ କୁହାଯାଉଥିବା ପଞ୍ଜାବକୁ ଓଡ଼ିଶା ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ୪୮,୪୯୧ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯ରେ ରୋଗୀ ସଂଖ୍ୟା ୪୯,୬୦୪କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ରେ ୫୦,୬୯୨ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ପ୍ରାଥମିକ ଆକଳନ ଅନୁସାରେ କର୍କଟ ରୋଗୀ ସଂଖ୍ୟା ୫୨ ହଜାରରୁ ଅଧିକ ରହିଛି ବୋଲି କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୫୦% ରୋଗୀ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ୨୦୧୮ରେ ୨୬,୮୧୦ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ୨୭,୪୨୭ ଏବଂ ୨୦୨୦ରେ ୨୮,୨୦୪ ଜଣ ପ୍ରାଣ ହରାଇଛନ୍ତି। ଗତବର୍ଷ ୨୯୫୦୦ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି। ୨୦୧୮-୨୦ ମଧ୍ୟରେ ସମଗ୍ର ଦେଶରେ ୪୦,୭୫,୮୨୬ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଆଉ ୨୨,୫୪,୮୮୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୮୨,୨୬୧ ଜଣ କର୍କଟ ରୋଗୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ପ୍ରତିବର୍ଷ ଲକ୍ଷାଧିକ ରୋଗୀ ଚିହ୍ନଟ ହେଉଛନ୍ତି ଆଉ ଏହାର ପ୍ରାୟ ୫୦ରୁ ୬୦ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି। ଅପରପକ୍ଷେ ୨୦୧୮ରେ ପଞ୍ଜାବରେ ୩୬,୮୮୮ ରୋଗୀ ଚିହ୍ନଟ ହୋଇଥିବାବେଳେ , ୨୦୧୯ ମସିହାରେ ୩୭,୭୪୪ ଏବଂ ୨୦୨୦ ମସିହାରେ ୩୮,୬୩୬ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ବର୍ଷ ମଧ୍ୟରେ ବର୍ଷକୁ ପ୍ରାୟ ୨୧ରୁ ୨୨ ହଜାର ରୋଗୀ ପ୍ରାଣ ହରାଇଛନ୍ତି।

କର୍କଟ ରୋଗୀଙ୍କ ଚିହ୍ନଟ ପାଇଁ ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୯ଟି ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି; କିନ୍ତୁ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୂପ ଗୋଟିଏ ବି କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇ ନାହିଁ। ଫଳରେ ରୋଗୀ ଚିହ୍ନଟ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ନିୟମ ଅନୁସାରେ ପ୍ରତି ୮୦ ହଜାରରୁ ୨ ଲକ୍ଷ ଜନସଂଖ୍ୟା ପାଇଁ ଗୋଟିଏ ଲେଖାଏଁ ରେଡିଓଥେରାପି ୟୁନିଟ ଆବଶ୍ୟକ। ମାତ୍ର ଓଡ଼ିଶାରେ ଏହାର ଅଭାବ ରହିଛି। କର୍କଟ ବିଶେଷଜ୍ଞ, କର୍କଟ ଡାକ୍ତରଖାନା, ରେଡିଓଥେରାପି ଉପକରଣ ଏବଂ ରେଡିଓଥେରାପିଷ୍ଟ, ସର୍ଜିକାଲ ଓଟି, ଆଇସିୟୁ, କେମୋଥେରାପି ଡେ’ କେୟାର ବ୍ୟବସ୍ଥାରେ ଆହୁରି ଉନ୍ନତି ଆସିବା ବାକି ଅଛି। ଅନେକ ରୋଗୀ ଅନ୍ୟ ରାଜ୍ୟରୁ ଚିକିତ୍ସା ପାଇଁ ଓଡ଼ିଶା ଆସୁଥିବା ବେଳେ ଏଠାରୁ ଅନେକ ରୋଗୀ ଚିକିତ୍ସା ପାଇଁ ମୁମ୍ବଇ, ଚେନ୍ନାଇ, ବିଶାଖାପାଟଣା ଯାଉଥିବା ଦେଖାଯାଇଛି। ବିଶେଷକରି ଠିକ୍‍ ସମୟରେ କର୍କଟ ଚିହ୍ନଟ କରିବା ବେଶ୍‍ କଷ୍ଟସାଧ୍ୟ ବ୍ୟାପାର ହୋଇଛି। ରୋଗ ଜଣାପଡ଼ିବା ବେଳକୁ ବହୁ ବିଳମ୍ବ ହୋଇଯାଉଛି। ଏ ନେଇ ଭିତ୍ତିଭୂମି ସହିତ ଜନ ସଚେତନତାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି। ରାଜ୍ୟରେ ସ୍ତନକର୍କଟ, ଖାଦ୍ୟନଳୀ, ଗର୍ଭାଶୟ, ରକ୍ତ ଓ ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ଢ଼େର ଅଧିକ ରହୁଥିବା ଜଣାପଡ଼ିଛି। ୨୦୧୭ରୁ ପ୍ରତି ଜିଲ୍ଲାରେ କେମୋଥେରାପି ୟୁନିଟ୍‍ କାର୍ଯ୍ୟକ୍ଷମ କରାଯାଇଛି; କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଏବଂ ମେଡିକାଲ କଲେଜ ମଧ୍ୟରେ ସମନ୍ୱୟ ଅଭାବରୁ କେମୋ ଥେରାପି ପାଇଁ ରୋଗୀ କଟକ ଦୌଡ଼ୁଛନ୍ତି। ଜିଲ୍ଳାସ୍ତରରେ କେମୋ ଦିଆଯିବା ସତ୍ତ୍ବେ ନିଦାନ ବ୍ୟବସ୍ଥା ନଥିବାରୁ ଯୋଜନାର ସୁଫଳ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। କଟକରେ ରୋଗୀ ଭିଡ଼ ହେତୁ ଘରୋଇ ଚିକିତ୍ସା ସଂସ୍ଥାନ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କର୍କଟ ରୋଗ ନିରୂପଣ ଏବଂ ଚିକିତ୍ସା ହେଉଛି ସମୟସାପେକ୍ଷ ଏବଂ ବ୍ୟୟବହୁଳ ପ୍ରକ୍ରିୟା। ପ୍ରତ୍ୟେକ ମେଡିକାଲ କଲେଜରେ ନିଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରୋଗ ଚିହ୍ନଟ ହେବା ପରେ ରୋଗୀଙ୍କୁ କେତେ ପରିମାଣର ଏବଂ କେବେ କେମୋ ଥେରାପି ଦିଆଯିବ ତାହା ମେଡିକାଲ କଲେଜ ଅବା ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ସ୍ଥିର କରାଯାଉଛି। ଏହା ପରେ ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ କେମୋ ଦିଆଯିବ ବୋଲି ସେ କହିଛନ୍ତି।

କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୁଧା
କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି ସାହାରା ପାଲଟିଛନ୍ତି । ଅବଶ୍ୟ ସୁଧା କ୍ୟାନସର ଯୋଗୁଁ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ନିଜ ଲୋକଙ୍କୁ ହରାଇବାର ଦୁଃଖ ହିଁ ତାଙ୍କୁ ଏ ଦିଗରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଦିଶା ଦେଖାଇଥିବା ସେ କହିଛନ୍ତି। ତେଣୁ ସେ କ୍ୟାନସର ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଓ ଔଷଧ ଆଦି ଯୋଗାଇଥାନ୍ତି । ସୁଧା ଏହି କାମ ଚାରି ବର୍ଷ ଧରି କରି ଆସୁଛନ୍ତି । ୨୦୧୭ରେ ନିଜସ୍ବ ଉଦ୍ୟମରେ ଏହାକୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅଧିକରୁ ଅଧିକ ଲୋକ ସାହାଯ୍ୟ ଓ ସହଯୋଗ ମାଗିବାରୁ ସେ ଅନ୍ୟମାନଙ୍କ ସହାୟତା ଲୋଡ଼ିଲେ। ତା’ପରେ ସାଙ୍ଗସାଥୀ ତଥା ସମ୍ପର୍କୀୟଙ୍କ ସାହାଯ୍ୟ କ୍ରମେ କ୍ୟାନସର ରୋଗୀଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ପ୍ରଦାନର ଧାରା ତାଙ୍କର ଏ ଯାଏଁ ଜାରି ରହିଛି ।