Petrol price - The Sakala
ମହଙ୍ଗା ହେବ ତେଲ; ଲିଟର ପିଛା ପେଟ୍ରୋଲ ବଢ଼ିବ ୧୮ ଟଙ୍କା, ଡିଜେଲ ୩୫ ଟଙ୍କା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତକୁ ଖୁବ୍ ଶୀଘ୍ର ବଡ଼ ଝଟକା ଲାଗିବାକୁ ଯାଉଛି। କାରଣ ଘରୋଇ ବଜାରରେ ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକାଥରକେ ବଡ଼ ଧରଣର ବୃଦ୍ଧି ଖାଉଟିଙ୍କ ସ୍ଥିତି ଦୋହଲାଇ ଦେବାକୁ ଯାଉଛି। ଏଥିରେ ପେଟ୍ରୋଲ ଲିଟର ପିଛା ୧୮ ଟଙ୍କା ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହୋଇପାରେ । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏଭଳି ବୃଦ୍ଧି ଘଟାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର ।
ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଉପରେ ପଡିବାରେ ଲାଗିଛି।  ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ତୈଳ କମ୍ପାନୀଗୁଡ଼ିକ ପ୍ରତି ଲିଟର ପେଟ୍ରୋଲରେ ପ୍ରାୟ ୧୮ ଏବଂ ଡିଜେଲରେ ୩୫ ଟଙ୍କା କ୍ଷତି ସହୁଛନ୍ତି। ଗତ ମାସରେ ତିନି କମ୍ପାନୀ ତେଲ ବିକ୍ରିରେ ପ୍ରାୟ ୨୪୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। ସରକାରଙ୍କ ଦ୍ବାରା ଉତ୍ପାଦ ଶୁଳ୍କରେ  ୧୦ ଟଙ୍କା ଛାଡ଼ ପରେ ଏହି କ୍ଷତି ୧୬୦୦ କୋଟି ଟଙ୍କାକୁ ହ୍ରାସ ହୋଇଛି। ଅପରପକ୍ଷେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପ୍ରତି ୧୦ ଡଲାର ବୃଦ୍ଧି ଘଟିେଲ ପେଟ୍ରୋଲ ଲିଟରରେ ପ୍ରାୟ ୬ ଟଙ୍କାର ଅତିରିକ୍ତ ଚାପ ପଡ଼ୁଛି । ତୈଳ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥିକ କ୍ଷତି ଭରଣା କରିବା ପାଇଁ କେନ୍ଦ୍ର ସରକାର ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିପାରନ୍ତି । ମ୍ୟାକ୍ୱାରି ଗ୍ରୁପର ଏକ ରିପୋର୍ଟ ଅନୁଯାୟୀ, ଏପ୍ରିଲ ପରେ ପେଟ୍ରୋଲ ବୃଦ୍ଧି ସୁନିଶ୍ଚିତ । ଏହାକୁ କେହି ଅଟକାଇପାରିବେ ନାହିଁ ।
କମିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ୍‌ କମିଲା । ସାରା ଦେଶରେ ଲିଟର ପିଛା ୨ ଟଙ୍କା କମିଥିବା ନେଇ ସୂଚନା । ନୂଆ ଦର ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ । ଏ ନେଇ ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ୧୧% ହ୍ରାସ; ନଭେମ୍ବରରେ ପେଟ୍ରୋଲ ଦର ୭ ଟଙ୍କା କମିବ !
ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।
ଆର୍ଥିକ ଦୁର୍ଦ୍ଦିନରେ ପାକିସ୍ତାନ, ୩୦୦ ଟପିଲା ପେଟ୍ରୋଲର ମୂଲ୍ୟ
ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଦିନ କାଟୁଥିବା ପାକିସ୍ତାନ ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଳଗାିଛି। ଆର୍ଥିକ ସଙ୍କଟ ଠାରୁ ଆରମ୍ଭ କରି ରାଜନୈତିକ ସଙ୍କଟ ପାକିସ୍ତାନବାସୀଙ୍କ ପାଇଁ ଏକ ପ୍ରକାର ଅଭିଶାପରେ ପରିଣତ ହୋଇଛି। କାରଣ ସାଧାରଣ ଲୋକଙ୍କ ପାଇଁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହୋଇଛି। ଏହାଭିତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯେଉଁସ୍ତରରେ ପହଞ୍ଚିଛି ତାହା ଲୋକଙ୍କ ଜୀବନଧାରଣକୁ ଆହୁରି ଅସହ୍ୟ କରିଦେଇଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦୦ ଟଙ୍କା (ପାକିସ୍ତାନୀ) ଟପିଛି। ଯାହାକି ପାକିସ୍ତାନ ଇତିହାସରେ ପ୍ରଥମ। ଗତକାଲି ଅର୍ଥ ମନ୍ତ୍ରାଳୟ ପେଟ୍ରୋଲ ମୂଲ୍ୟରେ ୧୪ ଟଙ୍କା ୯୧ ପଇସା ଓ ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୮ ଟଙ୍କା ୪୪ ପଇସା ବୃଦ୍ଧି କରିବା ପରେ ଉଭୟ ଜାଳେଣି ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି। କିନ୍ତୁ ଏଭଳି ମୂଲ୍ୟ ବୃଦ୍ଧି ଦ୍ବାରା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆହୁରି ବୃଦ୍ଧି ଘଟିବାର ଆଶଙ୍କା ସୃଷ୍ଟି କରିଛି।
ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ମିଳିଲା ବଡ ଆଶ୍ବସ୍ତି। ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ନୂତନ ଦର ଲାଗୁ ହେବ।
7/12 We are reducing the Central excise duty on Petrol by ₹ 8 per litre and on Diesel by ₹ 6 per litre.
This will reduce the price of petrol by ₹ 9.5 per litre and of Diesel by ₹ 7 per litre.
It will have revenue implication of around ₹ 1 lakh crore/year for the government.
— Nirmala Sitharaman (@nsitharaman) May 21, 2022
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି କହିଛନ୍ତି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ। ପେଟ୍ରୋଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ହ୍ରାସ ପାଇବାକୁ ଯାଉଥିଲେ ମଧ୍ୟ ଏବେ ବି ବିଭିନ୍ନ ସହରରେ ଏହାର ୧୦୦ ଉପରେ ରହିବ। କାରଣ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଉପରେ ରହିଛି।
9/12 Also, this year, we will give a subsidy of ₹ 200 per gas cylinder (upto 12 cylinders) to over 9 crore beneficiaries of Pradhan Mantri Ujjwala Yojana. This will help our mothers and sisters. This will have a revenue implication of around ₹ 6100 crore a year. #Ujjwala
— Nirmala Sitharaman (@nsitharaman) May 21, 2022
ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଏହା ଦ୍ବାରା ସରକାର ପ୍ରାୟ ୧ ଲକ୍ଷ କୋଟିର ରାଜସ୍ବ ହରାଇବେ। ତେବେ ରାଜ୍ୟ ସରକାରମାନେ ବି ତେଲ ଉପରୁ ଶୁଳକ ହ୍ରାସ କରି ତାହାର ସୁଫଳ ଲୋକଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି ।ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ ।
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଯଦି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇବ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। ଏଥିଯୋଗୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ସାମ୍ପ୍ରତିକ ବିଶ୍ବ ସ୍ଥିତି ପରିପ୍ରେକ୍ଷୀରେ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ ହ୍ରାସ ନେଇ ଶକ୍ତି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କେନ୍ଦ୍ର ତୈଳ ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜରିଆରେ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡର ପାଇଁ ନୂତନ ଦର ପ୍ରତ୍ୟେକ ମାସର ପହିଲାରେ ଘୋଷଣା କରିଥାନ୍ତି। ଡିସେମ୍ବର ପହିଲାରେ ହେବାକୁ ଥିବା ସମୀକ୍ଷାରେ ଏଥର ସିଲିଣ୍ଡର ଦର ହ୍ରାସ ହେବାର ସମସ୍ତ ସମ୍ଭାବନା ରହିଛି। ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ।
ଆଇଆଇଏଫଏଲ୍‌ ସିକ୍ୟୁରିଟିଜ୍ ଉପାଧ୍ୟକ୍ଷ ଅନୁଜ୍ ଗୁପ୍ତା କହିଛନ୍ତି ଯେ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଅଧିକ ସଂକ୍ରମିତ ହେବାର ଖବର ହେତୁ ସମଗ୍ର ବିଶ୍ବ ସତର୍କତା ଅବଲମ୍ବନ କରୁଛି। ଏହି କାରଣରୁ ବିଶ୍ବରେ ବିଭିନ୍ନ ରାଷ୍ଟ୍ର ପୁଣି ଥରେ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଲକଡାଉନ୍ କରୁଛନ୍ତି। ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ଦିନକୁ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇ ଶୁକ୍ରବାର ବ୍ୟାରେଲ ପିଛା ୭୨ ଡଲାରରେ ପହଞ୍ଚିଛି। ଶକ୍ତି କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଛି। ତେବେ ଘରୋଇ ବଜାରରେ ଏଭଳି ହ୍ରାସ ଆଶା କରାଯାଏନାହିଁ । ଏହାସତ୍ତ୍ୱେ କମ୍ପାନୀଗୁଡିକ ଆସନ୍ତା ୧୫ ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ପାଞ୍ଚରୁ ସାତ ପ୍ରତିଶତ ହ୍ରାସ କରିପାରିବେ ।
ଯଦି ଅଶୋଧିତ ତୈଳ ଦର ଅଧିକ ତଳକୁ ଖସିଯାଏ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଖୁବ୍ ଶୀଘ୍ର ଶସ୍ତା ହେବ। ବିଶ୍ବ ବଜାରରେ ତୈଳ ମୂଲ୍ୟରେ ଅଧିକ ହ୍ରାସ ଘଟିଲେ ହିଁ ଭାରତରେ ଇନ୍ଧନ ମୂଲ୍ୟ ହ୍ରାସ ହୋଇପାରିବ। ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହାରାହାରି ୧୫ ଦିନ ସ୍ଥିର ରହିବ । ଭାରତରେ ଭାରତୀୟ ତୈଳ ନିଗମ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚ୍‌ପିସିଏଲ) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ପ୍ରତିଦିନ ସଂଶୋଧନ କରିଥାନ୍ତି, କିନ୍ତୁ ଏହି ମୂଲ୍ୟର ସଂଶୋଧନ ବିଶ୍ବ ତୈଳ ମୂଲ୍ୟର ୧୫ ଦିନିଆ ହାରାହାରି ମୂଲ୍ୟ ଉପରେ ଆଧାରିତ।
ମିଆଁମାରରୁ ମଣିପୁରକୁ ଆସୁଛି ୭୦ ଟଙ୍କାରେ ପେଟ୍ରୋଲ ଏବଂ ୩୫ ହଜାରରେ ସ୍କୁଟର
ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲର ଉଚ୍ଚ ଦରକୁ ନେଇ ବେଶ ହୋ ହଲ୍ଲା ହେଉଥିବାବେଳେ ପଡୋଶୀ ରାଷ୍ଟ୍ରରୁ ଭାରତକୁ ଶସ୍ତା ପେଟ୍ରୋଲ ଚାଲାଣ ଜୋରସୋର ବଢ଼ିଯାଇଛି। ଏମିତିକି ପଡୋଶୀ ଦେଶ ମିଆଁମାରରୁ ମଣିପୁରକୁ ଆସୁଛି ମାତ୍ର ୭୦ ଟଙ୍କାରେ ପେଟ୍ରୋଲ । ଆହୁରିମଧ୍ୟ ସେଠାରୁ ମଣିପୁରକୁ ମାତ୍ର ୩୫ ,୦୦୦ ଟଙ୍କାରେ ସ୍କୁଟର ଆସୁଛି। ମିଆଁମାର ପାଇଁ ପାସପୋର୍ଟର ଆବଶ୍ୟକତା ନ ଥିବାବେଳେ ଏଭଳି ଶସ୍ତା ଚାଲାଣ ଖାଉଟିଙ୍କୁ ବେଶ ସୁହାଉଛି।
ମିଆଁମାର ସହିତ ୩୯୮ କିଲୋମିଟର ସୀମା ବାଣ୍ଟୁଥିବା ମଣିପୁରର ମୋରେହ ସହର ମିଆଁମାରଠାରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ। ଏଠାରେ ମିଆଁମାରରେ ରହୁଥିବା ଲୋକଙ୍କୁ ଗୋଟିଏ ପଟେ ଏବଂ ଅନ୍ୟ ପଟେ ଭାରତୀୟ ଲୋକଙ୍କୁ ଦେଖିବାକୁ ମିଳେ । କୁକି, ମେଟିୟା, ବିହାରୀ, ତାମିଲ, ମାରୱାଡି ଏବଂ ନେପାଳୀ ମୋରେହରେ ରୁହନ୍ତି । ଏଠାରେ ଭାରତ-ମିଆଁମାର ଫ୍ରେଣ୍ଡସିପ୍ ଗେଟ୍ ନିର୍ମାଣ କରାଯାଇଛି, ଯାହା ମାଧ୍ୟମରେ ମିଆଁମାରର ଲୋକମାନେ କୌଣସି ପାସପୋର୍ଟ କିମ୍ବା ଭିସା ବିନା ଏହି ସହରକୁ ଆସିପାରିବେ ଏବଂ ଏଠାରୁ ଲୋକମାନେ ମିଆଁମାର ଯାଇପାରିବେ ।
ତେବେ କରୋନା କାରଣରୁ ଏହି ଫାଟକ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ରହିଛି। ଏହି ଫାଟକ ବ୍ୟତୀତ ସହରର ଏକ ନିଜସ୍ବ ସେତୁ ମଧ୍ୟ ରହିଛି, ଯେଉଁଠାକୁ ଉଭୟ ଦେଶର ଲୋକମାନେ ଆସନ୍ତି ଏବଂ ଯାଆନ୍ତି। ସେତୁ ଏବେ ବି ବନ୍ଦ ରହିଛି । ମୋରେହ ସହରର ଲୋକମାନେ ଶସ୍ତା ଜିନିଷ କିଣିବା ପାଇଁ ମିଆଁମାରକୁ ଯାଇଥାନ୍ତି। ମୋରେହ ଟାଉନର ଲୋକମାନେ ମିଆଁମାରକୁ ଶସ୍ତା ସାମଗ୍ରୀ କିଣିବାକୁ ଯାଆନ୍ତି, କାରଣ ୭୦,୦୦୦ ରୁ ୮୦,୦୦୦ ଟଙ୍କାରେ ଭାରତରେ ଆସୁଥିବା ସ୍କୁଟର ମିଆଁମାରରେ ୩୫,୦୦୦ ରୁ ୪୦,୦୦୦ ଟଙ୍କାରେ ଉପଲବ୍ଧ। ସେହିଭଳି ପେଟ୍ରୋଲ ଯାହା ଭାରତରେ ଲିଟର ପିଛା ୧୦୦ରୁ ୧୧୦ ଟଙ୍କା ପର୍ଯ୍ୟନ୍ତ, ମିଆଁମାରରେ ସମାନ ପେଟ୍ରୋଲ ଲିଟର ପିଛା ୭୦ରୁ ୮୦ଟଙ୍କାରେ ଉପଲବ୍ଧ। ସ୍କୁଟର ବ୍ୟତୀତ ସେଠାରେ ଫଳ ଏବଂ ପୋଷାକପତ୍ର ମଧ୍ୟ ଶସ୍ତା ମୂଲ୍ୟରେ ମିଳିଥାଏ ।
ଚେକ୍ ପୋଷ୍ଟରେ ପୋଷ୍ଟ ହୋଇଥିବା ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ, ମିଆଁମାରର ଲୋକମାନେ ମୋରେହକୁ ଆସିଥାନ୍ତି, କିନ୍ତୁ ସେଠାରୁ ଆସୁଥିବା ଗାଡିଗୁଡିକ କଡା ଯାଞ୍ଚ କରାଯାଇଥାଏ ଏବଂ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରାଯାଇଥାଏ। ଏଠାରେ ମଧ୍ୟ ଅପରାହ୍ନ ୪ଟା ପରେ ପ୍ରବେଶ ବନ୍ଦ ହୋଇଯାଏ ।
୭ ପ୍ରତିଶତ ଖସିଲାଣି ଅଶୋଧିତ ତେଲ ଦର; ହେଲେ ଦାମ କମାଉନାହାନ୍ତି ତେଲ କମ୍ପାନୀ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ହିସାବ ଅନୁଯାୟୀ ମାତ୍ର ସପ୍ତାହକ ମଧ୍ୟରେ ବଜାରେରେ ଅଶୋଧିତ ତୈଳ ଦର ଅନୁନ୍ୟ ୭ ପ୍ରତିଶତ ହ୍ରାସ ଘଟିଲାଣି। ହେଲେ ତୈଳ କମ୍ପାନୀମାନେ ଏ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ସଂଶୋଧନ କରୁନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ତୈଳ କମ୍ପାନୀମାନେ ଚଳିତମାସ ୧୮ରୁ ୨୦ ମଧ୍ୟରେ କେବଳ ଡିଜେଲ ମୂଲ୍ୟରେ ସାମାନ୍ୟ ସୁଧାର ଘୋଷଣା କରିଥିଲେ। ଫଳରେ ଡିଜେଲ ପ୍ରତି ଲିଟର ପିଛା ୬୦ ପଇସା ପର୍ଯ୍ୟନ୍ତ ହ୍ରାସ ଘଟିଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଢ଼େର ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ ଦର ଏବେ ୪ ମାସର ସର୍ବନିମ୍ନ ସ୍ତରରେ କାରବାର ହେଉଛି। କେବଳ ଚଳିତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଶୁକ୍ରବାର କାରବାର ବନ୍ଦ ହେବା ବେଳକୁ ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରେଲ ପିଛା ୧.୩୭ ଡଲାର  ହ୍ରାସ ଘଟି ବ୍ୟାରେଲ ପିଛା ୬୫.୧୮ ଡଲାରରେ ବିକ୍ରି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ତୈଳ କମ୍ପାନୀଙ୍କ ଭଲ ଖବର ହୋଇପାରେ କିନ୍ତୁ ଖାଉଟିଙ୍କ ପାଇଁ ନୁହେଁ। କାରଣ ଅଗଷ୍ଟ ୧୮ ଓ ୨୦ ତାରିଖରେ ହୋଇଥିବା ମୂଲ୍ୟ ସଂଶୋଧନରେ ତୈଳ କମ୍ପାନୀଗୁଡିକ କେବଳ ଡିଜେଲ ଦର ସଂଶୋଧନ କରିଥିଲେ। ଏଥିରେ ଲିଟର ପିଛା ପ୍ରାୟ ୬୦ ପଇସା ହ୍ରାସ କରିଛନ୍ତି। ହେଲେ କମ୍ପାନୀଗୁଡିକ ଏ ପର୍ଯ୍ୟନ୍ତ ପେଟ୍ରୋଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ନୂଆଦିଲ୍ଲୀରେ ଶନିବାର ଡିଜେଲ ପ୍ରତି ଲିଟର ୮୯ଟଙ୍କା ୨୭ ପଇସା ଦରରେ ବିକ୍ରି ହୋଇଥିବାବେଳେ ପୂର୍ବ ପରି ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୪ ପଇସା ମୂଲ୍ୟରେ ବିକ୍ରି ହେଉଛି। ନୂଆଦିଲ୍ଲୀ ଭଳି ଆଜି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୮୩ ପଇସା ଦରରେ ବିକ୍ରି ହେଉଥିବାବେଳେ ଡିଜେଲ ୯୬ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି। ସେହିପରି କଲକାତାରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୮ ପଇସା ମୂଲ୍ୟରେ ବିକ୍ରି ହେଉଥିବାବେଳେ ଡିଜେଲ ୯୨ଟଙ୍କା ୩୨ ପଇସା ଦରରେ ବିକ୍ରି ହେଉଛି।  ନିକଟରେ ତାମିଲନାଡୁ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ହ୍ରାସ କରିଥିଲେ। ଏଣୁ ଚେନ୍ନାଇରେ ପେଟ୍ରୋଲ ପ୍ରତି ଲିଟର ୯୯ଟଙ୍କା ୪୭ ପଇସା ଓ ଡିଜେଲ ୯୩ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି।
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର
ନୂଆଦିଲ୍ଲୀ : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୯ ପଇସା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୭ ଟଙ୍କା ୬୭ ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ଦର ରହିଛି ୧୦୦ ଟଙ୍କା ୬୨ ପଇସା । ଚେନ୍ନାଇ ଓ ମୁମ୍ବାଇରେ ପୂର୍ବରୁ ପେଟ୍ରୋଲ୍ ଦର ସେଞ୍ଚୁରୀ ମାରି ସାରିଛି । ମୁମ୍ବାଇରେ ମେ ୨୯କୁ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ପାର୍ କରିଥିବା ବେଳେ ଏବେ ଲିଟର ପିଛା ୧୦୬ ଟଙ୍କା ୫୯ ପଇସାରେ ବିକ୍ରି ହେଉଛି । ଦେଶର ସମସ୍ତ ବଡ଼ ସହରରେ ପେଟ୍ରୋଲ୍ ଦର ଶହେ ପାର୍ କରିଛି ।
ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍, ଦେଶରେ ମହାମାରୀ କରୋନା ସମୟରେ ଶତକ ପାର କଲା ଦର
ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୧୦୦.୧୯ ଟଙ୍କାରେ ପହଂଚିଛି । ସେହିଭଳି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଶନିବାର ତେଲ ଦର ବୃଦ୍ଧି ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୧୦୫.୧୫ ଟଙ୍କା ହୋଇଛି ।
ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ପେଟ୍ରୋଲ ମୂଲ୍ୟ ।
ମେ ମାସରେ ଆଜି ପର୍ଯ୍ୟନ୍ତ ୧୬ ଥର ତୈଳଦର ବୃଦ୍ଧି ପାଇଥିବା ବେଳେ ମାତ୍ର ଗୋଟିଏ ଥର ତୈଳଦାମ କମି ନାହିଁ । ଏପ୍ରିଲ ମାସରେ କିଛିଥର ତୈଳଦର କମି ପେଟ୍ରୋଲ ଉପରେ ୭୭ ପଇସା ହ୍ରାସ ପାଇଥିଲା ହେଲେ ମେ ମାସରେ କ୍ରମାଗତ ଭାବେ ପେଟ୍ରୋଲ ଦର ବୃଦ୍ଧି ପାଇ ୩.୫୯ ଟଙ୍କା ମହଙ୍ଗା ହେଲାଣି । ସେହିଭଳି ଡିଜେଲର ଦର ବୃଦ୍ଧି ପାଇ ମେ ମାସରେ ୪.୧୩ ଟଙ୍କା ମହଙ୍ଗା ହୋଇଛି । ଏହାସହ ଦେଶର ଅନେକ ସହରରେ ଏବେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।
ମୂଳ ଦର ୪ ଟଙ୍କା ବଢିଲେ ଖୁଚୁରା ବଢୁଛି ୨୦ ଟଙ୍କା
ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା ୨୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୨୦ରେ ତେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉଚ୍ଚ ଟିକସ ହାର । ଦୀର୍ଘ ଦିନ ଧରି ଘରୋଇ ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ଚଳିତମାସ ୪ଠାରୁ ପୁଣି ଥରେ ତେଲ ଦର ବଢ଼ିବା ଆରମ୍ଭ କରିଛି।
ମେ ପହିଲା ୨୦୨୦ରେ ପେଟ୍ରୋଲର ଖୁଚୁରା ମୂଲ୍ୟ ନୂଆଦିଲ୍ଲୀର ପମ୍ପଗୁଡିକରେ ୬୯ଟଙ୍କା ୫୯ ପଇସା ରହିଥିବାବେଳେ ସେ ସମୟରେ ଏହାର ମୂଳ ଦର ୨୭.୯୫ ଟଙ୍କା ରହିଥିଲା। ସେହିଭଳି ସେ ସମୟରେ ଦିଲ୍ଲୀରେ ଡିଜେଲର ଖୁଚୁରା ମୂଲ୍ୟ ୬୨ ଟଙ୍କା ୨୯ ପଇସା ରହିଥିବାବେଳେ ମୂଳ ଦର ୨୪ ଟଙ୍କା ୮୫ ପଇସା ରହିଥିଲା। ତେବେ ଚଳିତବର୍ଷ ମେ’ ମାସ ସୁଦ୍ଧା ବର୍ଷକ ମଧ୍ୟରେ ପେଟ୍ରୋଲର ମୂଳ ଦର ୩ ଟଙ୍କା ୫୩ ପଇସାରୁ ୩୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଉପରୋକ୍ତ ସମୟରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୨୦ ଟଙ୍କା ୮୧ ପଇସାରୁ ୯୦ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୪ ଟଙ୍କା ୧୭ ପଇସା ବୃଦ୍ଧି ଘଟି ଖୁଚୁରା ମୂଲ୍ୟ ୨୦ ଟଙ୍କା ୩୨ ପଇସା ହୋଇ ବର୍ଷକରେ ଲିଟର ପିଛା ୮୨ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ଟିକସ ବୃଦ୍ଧି ଏବଂ ରାଜ୍ୟଗୁଡିକ ଦ୍ବାରା ଭାଟ୍‌ରେ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛି।
ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲରେ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ କରୋନା ମହାମାରୀ ଯୋଗୁଁ ତୈଳ ମୂଲ୍ୟ ହ୍ରାସ ପାଇଥିଲା। ମାତ୍ର ଦୁଇଟି ବୃଦ୍ଧି ଜରିଆରେ ପେଟ୍ରୋଲରେ ଉତ୍ପାଦ ଶୁଳ୍କରେ ୬୫% ବୃଦ୍ଧି କରାଯାଇ ଲିଟର ପିଛା ୧୯ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଉପରେ ୭୯% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ଲିଟର ପିଛା ୧୫ଟଙ୍କା ୮୩ ପଇସାରୁ ୨୮ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ଯଥାକ୍ରମେ ୩୬% ଏବଂ ୩୪% ରହିଛି। ବୁଧବାର ବଜାରରେ ତେଲ ଦର ମହଙ୍ଗା ହୋଇ ପୁଣି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥÒଲା। ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ତେଲ ଦର ଦୈନିକ ରେକର୍ଡ ସ୍ତର ଛୁଉଁଛି। ଆଜି ମଧ୍ୟ ଦେଶର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ତାନରେ ପେଟ୍ରୋଲ ଦର ଦେଶରେ ଶୀର୍ଷରେ ରହିଛି। ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ନିକଟତ୍ତର ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି।
ପେଟ୍ରୋଲ ୭୫ ଟଙ୍କା, ଡିଜେଲ ୬୮କୁ ଖସିବ !
ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ତେଲ ଦର। ପ୍ରତ୍ୟେକ ଅଳ୍ପ ଦିନର ବ୍ୟବଧାନରେ ବ୍ରେକ୍‌ ଲାଗି ପୁଣି ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ। ଦର ବୃଦ୍ଧି ଯୋଗୁ ଖାଉଟି ଅତିଷ୍ଠ। ଦିନକୁ ଦିନ ଲଗାମ୍‌ହୀନ ହୋଇପଡିଥିବା ତେଲ ଦର ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଯାହାଫଳରେ ଦର ଏବେ ଶହେ ଛୁଇଁବାକୁ ବସିଛି। ତେବେ ଉଭୟ ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରାଯିବା ଜରୁରୀ। ଏହାହେଲେ ତେଲ ଦରରେ ବହୁ ମାତ୍ରାରେ ହ୍ରାସ ଘଟିବ। ଏ ସମ୍ପର୍କରେ ଏସ୍‌ବିଆଇର ଅର୍ଥନୀତିଜ୍ଞ ମତ ହେଉଛି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଗଲେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଏବଂ ଡିଜେଲ ୬୮ ଟଙ୍କାକୁ ହ୍ରାସ ଘଟିବ।
ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସମ୍ପ୍ରତି ବିଶ୍ବରେ ସର୍ବାଧିକ ରହିଛି। ଏହି ଦୁଇ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରାଗଲେ ଦର ଅନେକାଂଶରେ ହ୍ରାସ ଘଟିବ। ଏକ ହିସାବ ଅନୁଯାୟୀ,ଯଦି ଡିଜେଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କା ସ୍ତରକୁ ହ୍ରାସ କରାଯାଏ ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜସ୍ବ ବାବଦରେ ୧ ଲକ୍ଷ କୋଟି ହରାଇବେ ଯାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୦.୪% ହେବ। ଏଥିରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାର ଏବଂ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିୟମ ମୂଲ୍ୟ ୭୩ ଟଙ୍କା ଧରାଯାଇଛି। ସମ୍ପ୍ରତି ଦେଶର ଅନେକ ଭାଗରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଥିବାବେଳେ ତେଲ ଉପରେ ଲାଗୁ କରାଯାଇଥିବା ଅତ୍ୟଧିକ ଟିକସ ଯୋଗୁ ବଜାରରେ ତେଲ ଅଧିକ ମହଙ୍ଗା ହୋଇଛି।
କେନ୍ଦ୍ର ସରକାରେ ଯେେତବେଳେ ଜିଏସ୍‌ଟି ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରିଥିଲେ ସେତେବେଳେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ବାହାରେ ରଖିବା ଏକ ଅସମାପ୍ତ ଏଜେଣ୍ଡା ବୋଲି ଏସ୍‌ବିଆଇ ଅର୍ଥନୀତିଜ୍ଞ କହିଛନ୍ତି। ବିକ୍ରି ଟିକସ/ଜିଏସ୍‌ଟି ଉଭୟ କେନ୍ଦ୍ର ଏବଂ ରାଜ୍ୟ ପାଇଁ ଏକ ନିଜସ୍ବ ଟିକସ ଉତ୍ସ ହୋଇଥିବା ଦୃଷ୍ଟିରୁ କେହି ଏହି ଦୁଇ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଚାହୁଁନାହାନ୍ତି। ତେବେ ଏ କ୍ଷେତ୍ରରେ ଏକ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଥିବା ଜଣାଯାଇଛି। ପେଟ୍ରୋଲ ଉପଯୋଗିତାରେ ୧୫% ବଢ଼ିଥିବାବେଳେ ଡିଜେଲରେ ୧୦% ବଢ଼ିଛି।
ଅଶୋଧିତ ତୈଳ ମୂଲ୍ୟରେ ୧ ଡଲାର ବୃଦ୍ଧି ଘଟିବା ପେଟ୍ରୋଲ ମୂଲ୍ୟରେ ୫୦ ପଇସା ଏବଂ ଡିଜେଲରେ ପାଖପାଖି ୧ ଟଙ୍କା ୫୦ ପଇସା ବୃଦ୍ଧି କରିଥାଏ। ପେଟ୍ରୋଲ ଏବଂ ଡିଜେଲ ଜିଏସ୍‌ଟି ପରିସରଭୁକ୍ତ ହେବା ଦ୍ବାରା ସର୍ବାଧିକ ଟିକସ ଅଂଶ ପାଉଥିବା ରାଜ୍ୟ ଅଧିକ କ୍ଷତିଗ୍ରସ୍ଥ ହେବ ବୋଲି ଏସ୍‌ବିଆଇର ଅର୍ଥନୀତିଜ୍ଞ ମତ ଦେଇଛନ୍ତି।