compared RSS with Taliban - The Sakala

ତାଲିବାନ ଅନ୍ୟ ଦେଶରେ ଯାହା କରୁଛି ତାହା ଆରଏସ୍‌ଏସ୍‌ ଭାରତରେ କରୁଛି : ହାନାନ ମୁଲ୍ଲା
ନୂଆଦିଲ୍ଲୀ : କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ ତାଙ୍କ ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିବା ପରେ ଏବେ ସିପିଆଇ (ଏମ୍)ସାଂସଦ ହାନାନ ମୁଲ୍ଲା ଆରଏସ୍‌ଏସ୍‌କୁ ତାଲିବାନ ସହ ତୁଳନା କରିଛନ୍ତି।  କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ସିପିଆଇ (ଏମ୍) ନେତା ତଥା ଅଲ ଇଣ୍ଡିଆ କିସାନ ସଭା ସାଧାରଣ ସମ୍ପାଦକ ହାନାନ ମୁଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)କୁ ଟାର୍ଗେଟ କରି କହିଛନ୍ତି ଯେ ଭାରତରେ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରିବାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟ କରୁଛି। ଦେଶରେ ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଜେପି ଏବଂ ଆରଏସ୍‌ଏସ୍‌ ଏକ ଧର୍ମନିରପେକ୍ଷ ବ୍ୟବସ୍ଥା ସୃଷ୍ଟି କରିବାରେ ସାହାଯ୍ୟ କରୁନାହାଁନ୍ତି। ତାଲିବାନ ଅନ୍ୟ ଦେଶରେ କଣ କରୁଛି, ଭାରତରେ ଆରଏସଏସ ମଧ୍ୟ ସମାନ କାମ କରୁଛି।

I don't want to comment on what Salman (Khurshid) said but Sangh is creating communal hatred, attacks continuously increasing. They're not helping secular system to sustain. What Taliban is doing in other States, Sangh people are doing the same here: CPI(M) leader Hannan Mollah pic.twitter.com/9pVA43EJRK

— ANI (@ANI) November 14, 2021

କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ’ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନାସନହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ଏବେ ବିବାଦ ତିବ୍ରହେବାରେ ଲାଗିଛି। ସଲମାନ ଏହି ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ ଏପରି ବିବାଦୀୟ ବୟାନ ଦେଇଛନ୍ତି ସିପିଆଇ (ଏମ୍) ନେତା ତଥା ଅଲ ଇଣ୍ଡିଆ କିସାନ ସଭା ସାଧାରଣ ସମ୍ପାଦକ ହାନାନ ମୁଲ୍ଲା। ଗଣମାଧ୍ୟମ ସହ କଥାବାର୍ତ୍ତା କରି ହାନାନ ମୁଲ୍ଲା କହିଛନ୍ତି, ‘ସଲମାନ (ଖୁର୍ସିଦ) ଯାହା କହିଛନ୍ତି ମୁଁ  ତାହା ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ କିନ୍ତୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରୁଛି, ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେମାନେ ଧର୍ମନିରପେକ୍ଷ କ୍ରମ ବଜାୟ ରଖିବାରେ ସାହାଯ୍ୟ କରୁନାହାଁନ୍ତି। ତାଲିବାନ ଅନ୍ୟ ଦେଶରେ ଯାହା କରୁଛି,  ଆରଏସ୍‌ଏସ୍‌ ମଧ୍ୟ ଏଠାରେ ସମାନ କାର୍ଯ୍ୟ କରୁଛି।

ସୂଚନାଯୋଗ୍ୟ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକରେ ବିବାଦୀୟ ମନ୍ତବ୍ୟ ପରେ ଦେଶର ଅନେକ ସ୍ଥାନରେ ସଲମାନ ଖୁର୍ସିଦ୍‌ଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ ହୋଇଥିବାବେଳେ ପୁସ୍ତକ ବିକ୍ରି ବନ୍ଦ କରିବାକୁ ମଧ୍ୟ ଦାବି ରହିଛି।