Petrol and Diesel Price - The Sakala
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଦର କ୍ରୁଡ୍‌ର ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ଯୁଦ୍ଧ ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିଯାଇପାରେ।
ସୂଚନାଥାଉ କି, ନିକଟରେ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୫ ଡଲାରକୁ ଖସିଆସିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ ଏବଂ ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେ ବି କମ୍ପାନୀ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଖାଉଟିଙ୍କୁ କୌଣସି ରିଆତି ଦେଇନାହାଁନ୍ତି। ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନୀ ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀଗୁଡିକ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।
ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ରିପୋର୍ଟ: ଘନଉଛି ଲୋହିତ ସାଗର ସଙ୍କଟ, ପେଟ୍ରୋଲ ମୂଲ୍ୟ ୧୩୫ ଓ ଡିଜେଲ ଛୁଇଁବ ୧୨୦ ଟଙ୍କା
ନୂଆଦିଲ୍ଲୀ:  ଲୋହିତ ସାଗରରେ ହୁତି ବିଦ୍ରୋହୀମାନଙ୍କ ଦ୍ବାରା ଜାରି ରହିଥିବା ଉପଦ୍ରବ ଜନିତ ସଙ୍କଟ ଘନେଇବାରେ ଲାଗିଛି। ଯଦି ଏହି ସଙ୍କଟ ଦୀର୍ଘ ଦିନ ଜାରି ରୁହେ ତେବେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। ଏଥିଯୋଗୁ ଅଶୋଧିତ ତୈଳ ମୂଲ୍ୟ ଦ୍ୱିଗୁଣିତ ହେବ।ଏପରିକି ବ୍ୟାରେଲ ପିଛା ୧୫୫ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଏହା ହୁଏ ତେବେ ଭାରତରେ ପେଟ୍ରୋଲ ମୂଲ୍ୟ ୧୩୫ ଟଙ୍କା ଛୁଇଁବ ବୋଲି ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।
ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଆଗକୁ ନିର୍ବାଚନ ଥିବାରୁ ଆଗାମୀ ଦିନରେ ଏହି ଧାରା ଜାରି ରହିପାରେ। ହେଲେ ଲୋହିତ ସାଗରରେ ଦେଖାଦେଇଥିବା ସଙ୍କଟ ଯୋଗୁ ନିବାଚନ ପରେ ଏଥିରେ କେତେକାଂଶରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ର ତୈଳ ଅନୁସନ୍ଧାନ ବିଭାଗର ମୁଖ୍ୟ ଡନ୍ ଷ୍ଟ୍ରୁଭେନ କହିଛନ୍ତି ଯେ, ଯଦି ଲୋହିତ ସାଗର ସଙ୍କଟ ଦୀର୍ଘ ସମୟ ଧରି ଚାଲିବ ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତ ଳର ମୂଲ୍ୟ ଦ୍ୱିଗୁଣ ହେବ।
ଏହାର ଅର୍ଥ ହେଉଛି ବର୍ତ୍ତମାନର ସ୍ତରରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୫୫ ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଅଶୋଧିତ ତୈଳର ମୂଲ୍ୟ ଏହି ସ୍ତରରେ ପହଞ୍ଚେ ତେବେ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଅତି କମ୍‌ରେ ୧୩୫ ଟଙ୍କା ହୋଇପାରେ। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୭ ଡଲାରରୁ ଅଧିକ ରହିଛି। ଲୋହିତ ସାଗର ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେରିକା, ବ୍ରିଟେନ ଏବଂ ଅନେକ ୟୁରୋପୀୟ ଦେଶ ଏବେ ହୁତିମାନଙ୍କୁ ଜବାବ୍‌ ଦେଉଛନ୍ତି। ଇରାନ୍‌ ହୁତି ଆତଙ୍କବାଦୀଙ୍କ ସମର୍ଥନରେ ଛିଡା ହୋଇଛି। ଏହି ପରିସ୍ଥିତି ଭାରତ ପାଇଁ ମଧ୍ୟ ଏହା ଏକ ବଡ ମୁଣ୍ଡବ୍ୟଥାର କାରଣ ହୋଇଛି। ତୈଳ ପରିବହନରେ ସମସ୍ୟା ଦେଖାଦେଲେ ଅଶୋଧିତ ତେଲର ମୂଲ୍ୟ ଦ୍ୱିଗୁଣିତ ହେବ। ଏପରି ହେଲେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ପଡିପାରେ। ଏଥି ଯୋଗୁ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଆନୁମାନିକ ୧୩୫ ଟଙ୍କା ଏବଂ ଡିଜେଲ ୧୨୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ !
ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରୁ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ  ପେଟ୍ରୋଲ ଏବଂ ଡିଜେଲ ଦର। ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି। କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେଣୁ ମୂଲ୍ୟ ହ୍ରାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଗତ ତ୍ରୈୟମାସିକରେ ଦେଶର ତିନୋଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ଏଥିସହିତ ଗତ ତିନୋଟି ଯାକ ତ୍ରୈମାସିକରେ ସମସ୍ତ ୩ ସରକାରୀ ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଲାଭ ନେଉଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଗତ ଏକ ବର୍ଷ ହେବ ବ୍ୟାରେଲ ପିଛା ୭୫ ଡଲାରରୁ କମ୍ ରହିଛି। ଏଭଳି ସ୍ଥଳେ ଦୀର୍ଘ ଦିନ ହେବ ସରକାରୀ ତେଲ କମ୍ପାନୀଗୁଡିକ ନିଦା ବିଷ୍ଣୁ ସାଜି ତୈଳ ଦର ହ୍ରାସ ଘଟାଉନାହାଁନ୍ତି।
ଏଠାରେ ସୂଚନାେଯାଗ୍ୟ ଯେ, ଦେଶରେ ୨୦୨୨ ମେ’ ୨୨ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଅବଧିରେ ଭାରତର ଅଶୋଧିତ ତୈଳ କ୍ରୟ ସର୍ବାଧିକ ବ୍ୟାରେଲ ପିଛା ୧୧୬ ଡଲାର (ଜୁନ ୨୦୨୨ର ହାରାହାରି ମୂଲ୍ୟ) ପର୍ଯ୍ୟନ୍ତ ଓ ସର୍ବନିମ୍ନ ୭୪.୯୩ (ଜୁନ ୨୦୨୩ର ହାରାହାରି ମୂଲ୍ୟ) ଡଲାରରେ କ୍ରୟ କରୁଥିଲା। ଏହା ସତ୍ତ୍ୱେ ଖୁଚୁରା ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।
ପେଟ୍ରୋଲ ଦରକୁ ନେଇ ପାକିସ୍ତାନବାସୀଙ୍କ ବଢ଼ିଲା ଦୁର୍ଦ୍ଦଶା
ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ ଲାଗିଛି। ଆର୍ଥିକ ସଙ୍କଟ ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ପାକିସ୍ତାନବାସୀଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାକିସ୍ତାନବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଟାଣି ନେଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୩୦ ଟଙ୍କାରୁ ଅଧିକ ସ୍ତରରେ ପହଞ୍ଚିଛି। ଶନିବାର ଏଠାକାର କାମଚଳା ସରକାର ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୧୭ ଟଙ୍କା ବୃଦ୍ଧି କରିବା ପରେ ଆଗକୁ ସାଧାରଣ ଲୋକ କିଭଳି ଜୀବନ ନିର୍ବାହ କରିବେ ତାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି।
ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ୦୨ ପଇସା ଏବଂ ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯିବା ପରେ ଲିଟର ପିଛା ପେଟ୍ରୋଲ ୩୩୧.୩୮( ପାକିସ୍ତାନୀ) ଟଙ୍କା ଓ ଡିଜେଲ ମୂଲ୍ୟ ୩୨୯.୧୮ଟଙ୍କା ଛୁଇଁଛି।ଏହାକୁ ନେଇ ପରିବହନ ମୂଲ୍ୟ ମଧ୍ୟ ବଢିବ ବୋଲି ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଘୋଷଣା କରିଛନ୍ତି। ପୂର୍ବାପେକ୍ଷା ଏବେ ସାଧାରଣ ପରିବହନ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଗୋଟିଏ ପକ୍ଷରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ ବେହାକୁ ବସିଥିଲା ବେଳେ ଆମଦାନୀ ଅଭାବରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଡ଼ିଛି। ଏବେ ପରିବହନ ମୂଲ୍ୟରେ ବୃଦ୍ଧି ଘଟିଲେ ସବୁ ଜିନିଷ ମୂଲ୍ୟ ଆହୁରି ଅଧିକ ହେବାର ଆଶଙ୍କା ବଢାଇଛି। ଏହି ସ୍ଥିତିରେ ଜଣେ ସାଧାରଣ ମଣିଷର ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିବ ବୋଲି ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। କେବଳ ସାଧାରଣ ଜିନିଷ ନୁହେଁ, ପେଟ୍ରୋଲ ଏବଂ ଡିଜେଲ ଠାରୁ ଆରମ୍ଭ କରି ଚଢା ଦରରେ ବିଦ୍ୟୁତ ବିଲ୍ ମଧ୍ୟ ଲୋକଙ୍କ ପାଇଁ କାଳ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ବେଶୀ ଦିନ ତିଷ୍ଠିବ ନାହିଁ ଏବଂ ଖୁବଶୀଘ୍ର ଏକ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।
ଅଶୋଧିତ ତୈଳ ମୂଲ୍ୟ ୯୪ ଡଲାରକୁ ବୃଦ୍ଧି
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବଢିବାରେ ଲାଗିଛି। ଲଗାତାର ତୃତୀୟ ସପ୍ତାହରେ ମୂଲ୍ୟବୃଦ୍ଧି ଯୋଗୁଁ ଶନିବାର ସୁଦ୍ଧା ବ୍ୟାରେଲ ପିଛା କ୍ରୁଡ୍ ଅଏଲ ମୂଲ୍ୟ ୯୪ ଡଲାରରେ ପହଞ୍ଚିଛି। ଗତ ଜୁନ୍ ମାସରେ ଅଶୋଧିତ ତୈଳ ମୂଲ୍ୟ ୭୦ ଡଲାର ମଧ୍ୟରେ ସୀମିତ ଥିଲା। କିନ୍ତୁ ଏହାମଧ୍ୟରେ ବ୍ୟାରେଲ ପିଛା ପ୍ରାୟ ୨୫ ଡଲାର ବୃଦ୍ଧି ଘଟିଛି। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବାରୁ ଚିନ୍ତା ବଢିଛି। ଚୀନ୍ରେ ଅଚାନକ ଭାବେ ତୈଳ ଚାହିଦା ବୃଦ୍ଧି ସାଙ୍ଗକୁ ରୁଷିଆ ଏବଂ ସାଉଦି ଆରବର ତୈଳ ଉତ୍ପାଦନ ହ୍ରାସ ମୂଲ୍ୟବୃଦ୍ଧିର କାରଣ ବୋଲି କୁହାଯାଉଛି।
ଖସୁନି ପେଟ୍ରୋଲ,ଡିଜେଲ ଦର: ମୁନାଫା କମାଇବାରେ ବ୍ୟସ୍ତ ସରକାରୀ ତେଲ କମ୍ପାନୀ, ଚିନ୍ତାରେ ସାଧାରଣ ଖାଉଟି
ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ଦେଶରେ ତେଲ ଦର ଲିଟର ପିଛା ଶହେ ଟଙ୍କା ଉପରେ ରହିଛି। ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ସାଧାରଣ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ତେଲ ଦର ବୃଦ୍ଧିକୁ ନେଇ ଖାଉଟି ମସସ୍ୟାରେ ପଡିଥିବାବେଳେ ସରକାରୀ ତେଲ କମ୍ପାନୀଗୁଡିକ ମାଲେମାଲ ହେବାରେ ଲାଗିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ଏହି ତେଲ ଖେଳ ଆଉ କାହାରିକୁ ଅଛପା ନାହିଁ। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ କ୍ଷତି ସହିଥିବା ସରକାରୀ ତୈଳ କମ୍ପାନୀଗୁଡିକ ଏବେ ମୁନାଫା କମାଇବାରେ ବ୍ୟସ୍ତ। ଏକ ରିପୋର୍ଟ ଅନୁଯାୟୀ, ସରକାରୀ ତୈଳ କମ୍ପାନୀଗୁଡିକର ଲାଭ ଏବେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ଏମିତିକି ତେଲ କମ୍ପରାନୀଗୁଡିକର ଲାଭ ପ୍ରତି ଲିଟର ପେଟ୍ରୋଲରେ ୧୦ ଟଙ୍କାରେ ପହଞ୍ଚିଛି।
ଦିନ ଥିଲା ଯେତେବେଳେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦୈନିକ ବଦଳୁଥିଲା। ସ୍ବୟଂକ୍ରିୟ ଦର ନିର୍ଦ୍ଧାରଣ ବ୍ୟବସ୍ଥାରେ ଦେଶରେ ଦୈନିକ ତେଲ ଦର ପରିବର୍ତ୍ତନ କରାଯାଉଥିଲା। କିନ୍ତୁ ଗତ ଏକ ବର୍ଷ ହେବ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ଏହି ଏକ ବର୍ଷ ମଧ୍ୟରେ ଘରୋଇ ବଜାରରେ ତେଲ ଦର ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ। ବର୍ତ୍ତମାନ ଏଠାରେ ପ୍ରଶ୍ନ ହେଉଛି ଯେ ଯେତେବେଳେ ଗ୍ରାହକଙ୍କ ପାଇଁ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏ ନାହିଁ ସେତେବେଳେ କମ୍ପାନୀଗୁଡିକ କିପରି ଲାଭବାନ ହୁଅନ୍ତି।
ଯେତେବେଳେ ତୈଳ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ହେଉଥିଲା, କମ୍ପାନୀଗୁଡିକ ଯୁକ୍ତି କରିଥିଲେ ଯେ ସେମାନଙ୍କର କ୍ଷତି ବଢ଼ୁଛି। ସେଥିପାଇଁ ସେମାନେ ତେଲ ଦରରେ ହ୍ରାସ ଘଟାଉନାହାନ୍ତି। ବର୍ତ୍ତମାନ ଏହି କମ୍ପାନୀଗୁଡିକର କ୍ଷତି ଭରଣା ହୋଇସାରିଛି ଏବଂ ସେମାନେ ଏହି କ୍ଷତିରୁ ଲାଭବାନ ହୋଇଛନ୍ତି। ରେଟିଂ ଏଜେନ୍ସି କ୍ରିସିଲ୍‌ର ରିପୋର୍ଟ ଅନୁଯାୟୀ ଦେଶର ବଡ ସରକାରୀ ତୈଳ କମ୍ପାନୀଗୁଡିକର ଲାଭ ଚଳିତ ଆର୍ଥିକବର୍ଷରେ 1 ଲକ୍ଷ କୋଟି ଅତିକ୍ରମ କରିଯିବ। ବାସ୍ତବରେ, ଏହି କମ୍ପାନୀଗୁଡିକ ସେମାନଙ୍କର କ୍ଷତି ପୂରଣ ପାଇଁ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟାଇ ନ ଥିଲେ। ଯଦି ଏହି ତୈଳ କମ୍ପାନୀଗୁଡିକ ଚାହିଁଥାନ୍ତେ ତେବେ ତୈଳ ମୂଲ୍ୟ ହ୍ରାସ ହୋଇଥାନ୍ତା।
୨୦୧୭ରୁ ୨୦୨୨ ବର୍ଷ ମଧ୍ୟରେ ଏହି ତୈଳ କମ୍ପାନୀଗୁଡିକର ହାରାହାରି ରୋଜଗାର ୬୦,୦୦୦ କୋଟି ଟଙ୍କା ରହିଥିଲା। ତେବେ ଗତ ବର୍ଷ ଏହି କମ୍ପାନୀଗୁଡିକର ଆୟ ମାତ୍ର ୩୩,୦୦୦ ଟଙ୍କାକୁ ହ୍ରାସ ପାଇଥିଲା। ଏହିଠାରୁ କମ୍ପାନୀଗୁଡିକର କ୍ଷତି ଭରଣା ପ୍ରକ୍ରିୟା ଆରମ୍ଭ ହେଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପରେ ମଧ୍ୟ ସରକାରୀ ତୈଳ କମ୍ପାନୀଗୁଡିକ ସେମାନଙ୍କର କ୍ଷତି ପୂରଣ କରିବାକୁ ଯାଇ ଘରୋଇ ବଜାରରେ ତେଲ ଦର କମ୍‌ କରିବାକୁ ଦେଇ ନ ଥିଲେ। ଏହାର ଫଳସ୍ବରୂପ ବର୍ତ୍ତମାନ ସରକାରୀ ତୈଳ କମ୍ପାନୀଗୁଡିକ ତେଲ ଲିଟର ପିଛା ୮ ରୁ ୧୦ ଟଙ୍କା ଲାଭ କରୁଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୩୬ ପଇସାରେ ସ୍ଥିର ରହିଛି।
୧୪% ଖସିଲାଣି ଅଶୋଧିତ ତୈଳ ମୂଲ୍ୟ; ଲିଟର ପିଛା ୧୫ ଟଙ୍କା ଯାଏ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର
ନୂଆଦିଲ୍ଲୀ: ବର୍ଷର ପ୍ରଥମାର୍ଦ୍ଧ ଶେଷ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ଘଟିଛି। ଯଦି ଆମେ ଅଶୋଧିତ ତୈଳର ଗତ ୫ଟି କାରବାର ଦିବସକୁ ଦେଖିବା ତେବେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ମୂଲ୍ୟରେ ୩.୫ ପ୍ରତିଶତ ହ୍ରାସ ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ବର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା ମାସରେ ସୁଧ ହାରରେ ବୃଦ୍ଧି ଘଟାଇବା ନେଇ ସୂଚନା ଦେଉଛନ୍ତି। ଏହାର ପ୍ରଭାବ ସ୍ବରୂପ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବର୍ଷର ଦ୍ୱିତୀୟାର୍ଦ୍ଧରେ ୬୫ରୁ ୭୦ ଡଲାର ମଧ୍ୟରେ କାବରାର କୁଥିବାର ଦେଖିବାକୁ ମିଳିପାରେ। ଯେଉଁଥିପାଇଁ ଏହି ସମୟ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ସମ୍ଭାବନା ରହିଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଜାରି ରହିଛି। ଗତ ଦୁଇ ଦିନ ଅର୍ଥାତ୍ ଗୁରୁବାର ଏବଂ ଶୁକ୍ରବାର ଅଶୋଧିତ ତୈଳ ମୂଲ୍ୟରେ ୩ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ସପ୍ତାହ ବିଷୟରେ କହିବାକୁ ଗଲେ ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇର ମୂଲ୍ୟରେ ୩.୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ତେବେ ଆକଳନ ଅନୁଯାୟୀ, ଚଳିତବର୍ଷ ଅର୍ଥାତ୍ ୨୦୨୩ ରେ ଉଭୟ ପ୍ରକାରର ଅଶୋଧିତ ତୈଳ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତର ମୂଲ୍ୟ ବ୍ୟାରେଲ ପିଛା ୭୩.୮୫ ଡଲାରକୁ ଓ ଡବ୍ଲ୍ୟୁଟିଆଇର ମୂଲ୍ୟ ବ୍ୟାରେଲ ପିଛା ୬୯.୧୬ ଡଲାରକୁ ଖସିଆସିଛି।
ଅଶୋଧିତ ତୈଳ ମୂଲ୍ୟରେ ହ୍ରାସର ପ୍ରକୃତ କାରଣ ସାରା ବିଶ୍ୱରେ ବ୍ୟାଙ୍କଗୁଡିକ ଦ୍ବାରା ସୁଧ ହାରରେ ବୃଦ୍ଧି ହେତୁ ଦେଖାଯାଉଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡ ସୁଧ ହାରକୁ ଆଶାଠାରୁ ଅଧା ପ୍ରତିଶତରୁ ଅଧିକ ବୃଦ୍ଧି କରିବା ପରେ ଗୁରୁବାର ଦିନ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରାୟ ୩ଡଲାର ହ୍ରାସ ପାଇଛି। ନରୱେ ଏବଂ ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସୁଧହାରରେ ବୃଦ୍ଧି କରିଛନ୍ତି। ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧହାରରେ ଗତ ଦୁଇଥର ବୃଦ୍ଧି କରି ନ ଥିବାବେଳେ ଆସନ୍ତା ମାସରେ ସୁଧ ହାର ବଢ଼ାଇବା ନେଇ ଆଶଙ୍କା ପ୍ରକାଶ କରିଛି। ଯେଉଁଥିପାଇଁ ଅଶୋଧିତ ତୈଳର ଚାହିଦା ହ୍ରାସ ପାଇଛି ଏବଂ ମୂଲ୍ୟ କମିବାରେ ଲାଗିଛି।
ଅନ୍ୟପକ୍ଷରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ମଧ୍ୟ ଭାରତରେ ଦେଖାଯାଉଛି। ଗତ ଦୁଇ ଦିନ ମଧ୍ୟରେ ଏମ୍‌ସିଏକ୍ସରେ ଅଶୋଧିତ ତୈଳ ମୂଲ୍ୟରେ ୨୭୮ ଟଙ୍କା ହ୍ରାସ ଘଟିଛି। ବୁଧବାର ବଜାର କାବରାର ଶେଷ ବେଳକୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୫୯୫୩ ଟଙ୍କା ରହିଥିଲା ଯାହା ଶୁକ୍ରବାର ଦିନ କାରବାର ଶେଷ ହେବା ପରେ ବ୍ୟାରେଲ ପିଛା ୫୬୭୫ ଟଙ୍କାକୁ ଖସିଆସିଛି। ଶୁକ୍ରବାର କାରବାରରେ ଏହା ବ୍ୟାରେଲ ପିଛା ୫୫୪୬ ଟଙ୍କା ସ୍ତରରେ ପହଞ୍ଚିଛି।
ଆଇଆଇଏଫ୍‌ଏଲ୍‌ର ଉପସଭାପତି କମୋଡିଟି ଆଣ୍ଡ ରିସର୍ଚ୍ଚ, ଅନୁଜ ଗୁପ୍ତାଙ୍କ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା କ୍ରମାଗତ ଭାବରେ ସୁଧହାର କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ ପୂର୍ବକ କରାଯାଉଛି। ଯେଉଁଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଚାହିଦା ନକାରାତ୍ମକ ଭାବେ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିପାରେ। ଯେଉଁ କାରଣରୁ ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ବର୍ଷର ଦ୍ୱିତୀୟାର୍ଦ୍ଧରେ ବ୍ୟାରେଲ ପିଛା ୬୫ ରୁ ୭୦ ଡଲାର ମଧ୍ୟରେ ରହିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଡାର ପ୍ରଭାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ଭାରତରେ ଦେଖିବାକୁ ମିଳେ। ଫଳରେ ବର୍ଷର ଦ୍ୱିତୀୟାର୍ଦ୍ଧରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରାଯାଇପାରେ।
ତୈଳ ଉତ୍ପାଦନ ହ୍ରାସ କରିବ ସାଉଦି ଆରବ; ଭାରତରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବିଶ୍ବର ବୃହତ୍‌ ତୈଳ ଉତ୍ପାଦନକାରୀ ସାଉଦି ଆରବ ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ଘଟାଇବା ନେଇ ଘୋଷଣା କରିବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ହ୍ରାସ ଧାରାରେ ବ୍ରେକ୍‌ ଲାଗିଛି। ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ଭାରତରେ ଇନ୍ଧନ ମୂଲ୍ୟର ସମୀକ୍ଷା ବିଳମ୍ବ ହେବ। କାରଣ ସାଉଦି ଆରବ କହିଛି ଯେ, ଏହା ରବିବାରଠାରୁ ଜୁଲାଇରୁ ପ୍ରତିଦିନ ୧୦ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ଅନ୍ୟପକ୍ଷରେ, ଓପେକ୍‌ ଏବଂ ଅନ୍ୟ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ୨୦୨୪ ପର୍ଯ୍ୟନ୍ତ ତୈଳ ଯୋଗାଣରେ ହ୍ରାସ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ସୋମବାର ବିଶ୍ବ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ଏକ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଏଥିଯୋଗୁ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୧.୫୧ ଡଲାର ବୃଦ୍ଧି ଘଟି ୭୮.୭୩ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଲ ମୂଲ୍ୟରେ ଏହି ବୃଦ୍ଧି ଭାରତ ପାଇଁ ଆମଦାନୀକୁ ଆହୁରି ମହଙ୍ଗା କରିବ। ଅର୍ଥାତ୍‌ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଆହୁରି ମହଙ୍ଗା ହେବ।
ଏହା ପୂର୍ବରୁ ଆମଦାନୀ ହୋଇଥିବା ତୈଳ ପାଇଁ ଭାରତ ବ୍ୟାରେଲ ପିଛା ହାରାହାରି ୭୧ ଡଲାର ଦେଉଥିଲା। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ହୋଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସେମାନଙ୍କର କ୍ଷତି ଭରଣା କରୁଛନ୍ତି। ଗତ ମାସରେ ଆନ୍ତର୍ଜାତୀୟ ବଜାରର ତୈଳ ମୂଲ୍ୟ ଏବଂ ଖୁଚୁରା ବିକ୍ରୟ ମୂଲ୍ୟ ସମାନ ହୋଇଯାଇଥିଲା। ବର୍ତ୍ତମାନ ମୂଲ୍ୟ ବଢ଼ିବା ସହିତ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ପୁଣି ଆସିବ। ଭାରତ ଆମଦାନୀ ମାଧ୍ୟମରେ ୮୫% ତୈଳ ଆବଶ୍ୟକତା ପୂରଣ କରେ ଏବଂ ଇନ୍ଧନ ମୂଲ୍ୟ ଆନ୍ତର୍ଜାତୀୟ ଦର ଦ୍ୱାରା ପ୍ରଭାବିତ ହୋଇଥାଏ।
ହ୍ରାସ ପାଉଛି ଅଶୋଧିତ ତୈଳ ମୂଲ୍ୟ, ତଥାପି ୬ ମାସ ହେବ କମୁନି ପେଟ୍ରୋଲ, ଡିଜେଲ ଦର
ୱାଶିଂଟନ୍‌(ଏଜେନ୍ସି): ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଅଶୋଧିତ ତୈଳ ଦର। ରବିବାର ଅଶୋଧିତ ତୈଳ ମୂଲ୍ୟରେ ବୃହତ ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୨ ପ୍ରତିଶତ ହ୍ରାସ ପରେ ଏହା ବ୍ୟାରେଲ ପିଛା ୮୩.୬୩ ଡଲାର ଏବଂ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ମୂଲ୍ୟରେ ୨.୧୩ ପ୍ରତିଶତ ହ୍ରାସ ପରେ ଏହା ବ୍ୟାରେଲ ପିଛା ୭୬.୨୮ ଡଲାରକୁ ଖସିଆସିଛି। ଚାଇନାରେ ଚାହିଦାରେ ହ୍ରାସ ଏହାର ମୁଖ୍ୟ କାରଣ। ଯଦିବା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ ଘଟୁଛି ତଥାପି ଘରୋଇ ବଜାରରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଦରରେ କୌଣସି ପରିବର୍ତ୍ତନ ଘଟୁନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତ୍ତି ଖାଉଟିଙ୍କୁ ଅତିଷ୍ଟ କରିଛି। ଘରୋଇ ବଜାରରେ ବିଗତ ୬ ମାସ ହେବ ପେଟ୍ରୋଲ-ଡିଜେଲ ଦର ଗୋଟିଏ ସମାନ ସ୍ତରରେ ରହିଛି। କେବେ ନିର୍ବାଚନ ତ ଆଉ କେବେ ତୈଳ କମ୍ପାନୀଙ୍କ ଉପରେ ଆର୍ଥିକ ପ୍ରଭାବର ଆଳ ଦେଖାଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟାଉନାହାଁନ୍ତି ।
ନିକଟରେ ଓପେକ୍‌ ରାଷ୍ଟ୍ର ସମୂହ ନେଇଥିବା ନିଷ୍ପତ୍ତି ଯୋଗୁ ବିଶ୍ବ ବଜାରରେ ତେଲ ଦର ରେକର୍ଡ ସ୍ତରକୁ ଖସିଆସିବା ପରିବର୍ତ୍ତେ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ଚାଇନାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ସେଠାରେ ତୈଳ ଚାହିଦାରେ ବେଶ ହ୍ରାସ ଘଟିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଘରୋଇ ବଜାରରେ ବିଗତ ୬ ମାସ ହେବ ପେଟ୍ରୋଲ-ଡିଜେଲ ଦର ଗୋଟିଏ ସମାନ ସ୍ତରରେ ରହିଛି। କେବେ ନିର୍ବାଚନ ତ ଆଉ କେବେ ତୈଳ କମ୍ପାନୀଙ୍କ ଉପରେ ଆର୍ଥିକ ପ୍ରଭାବର ଆଳ ଦେଖାଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟାଉନାହାଁନ୍ତି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହେଉଥିବା ହ୍ରାସର ଲାଭ ଖାଉଟିଙ୍କ ମିଳୁନି। ବିଦେଶରେ ତେଲ ଦର କମୁଥିବବେଳେ ଦେଶରେ ଦର କମୁନାହିଁ। ଉଦାହରଣ ସ୍ବରୂପ ଆଜିକୁ ମିଶାଇ କ୍ରମାଗତ ଭାବେ ୧୮୮ ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରବିବାର ଅନୁରୂପ ଭାବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି। ଏହା ବ୍ୟତୀତ ଭୁବନେଶ୍ବରରେ ପେଟ୍ରୋଲ ୧୦୩.୩୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୮୬ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଘରୋଇ ଏଲ୍‌ପିଜି ସିଲିଣ୍ଡର (୧୪.୨ କେଜି) ଦର ୧୦୮୦ ଟଙ୍କା ରହିଛି।
୯ ମାସର ସର୍ବନିମ୍ନ ସ୍ତରକୁ ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ ଏବଂ ଡିଜେଲ ଦର
ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବକୁ ଘାରିବାରେ ଲାଗିଛି ମାନ୍ଦବସ୍ଥା ଭୟ। ଆମେରିକାଠାରୁ ଆରମ୍ଭ କରି ଚୀନ୍‌ ଏବଂ ବିଶେଷ କରି ୟୁରୋପୀୟ ଦେଶଗୁଡିକରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପଦଧ୍ବନୀ। ଏହାର ପ୍ରଭାବରେ ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ହ୍ରାସ ଘଟିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୯ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏଥିଯୋଗୁ ଘରୋଇ ବଜାରରେ ଏବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ଘଟିବା ଆଶ ବଢ଼ିଯାଇଛି। ଯଦି ବିଶ୍ବ ବଜାରର ତେଲ ଦରକୁ ବିଚାରକୁ ନିଆଯାଏ ତେବେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫ ଟଙ୍କା ଯାଏ ହ୍ରାସ ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବୁଧବାର ଆନ୍ତଃମହାଦେଶୀ ଏକ୍ସଚେଞ୍ଜରେ ଅକ୍ଟୋବର ମାସ ଡେଲିଭରୀ ନିମନ୍ତେ ଥିବା ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍୍‌ ପିଛା ୯ ମାସର ସର୍ବନିମ୍ତନ ମୂଲ୍ୟ ୯୧.୫୮ ଡଲାରରେ ପହଞ୍ଚିଛି। ସେହିପରି ଆମେରିକୀୟ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୮୬.୨୫ ଡଲାରକୁ ଖସିଆସିଛି। ମାନ୍ଦାବସ୍ଥା ବ୍ୟତୀତ ଇରାନ ଆଣବିକ ଚୁକ୍ତି ପାଇଁ ଆମେରିକା-ଇରାନ ଆଲୋଚନା ପୁଣିଥରେ ଆରମ୍ଭ କରାଯିବା ଆଶା ଉଜ୍ଜୀବୀତ ହେବା ଯୋଗୁ ଅଶୋଧିତ ତେଲ ଦର ଆହୁରି ହ୍ରାସ ପାଇଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିପାରେ।
ଆଇଆଇଏଫ୍‌ଏଲ୍‌ର ଉପସଭାପତି ଅନୁଜ ଗୁପ୍ତାଙ୍କ କହିବାନୁସାରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩ ରୁ ୫ ଟଙ୍କା ହ୍ରାସ ଘଟିପାରେ। ସେ କହିଛନ୍ତି ଯେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପୁନର୍ବାର ଆରମ୍ଭ ହେବାର ସଙ୍କେତ ମିଳୁଛି। ଏଥିରେ ଇରାନ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବାର ସମ୍ଭାବନା ରହିଛି। ଏହାହେଲେ ବଜାରକୁ ଅଧିକ ତେଲ ଯୋଗାଣ ହେବ ଏବଂ ଅଶୋଧିତ ତେଲ ଦର ହ୍ରାସ ପାଇବ। ଯାହାର ପ୍ରଭାବ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦେଖିବାକୁ ମିଳିବ।
କୋଟାକ୍ ସିକ୍ୟୁରିଟିଜ୍ ଅଫ୍ କମୋଡିଟିର ପ୍ରମୁଖ୍ୟ ଗବେଷକ ରବିନ୍ଦ୍ର ରାଓ କହିଛନ୍ତି ଯେ ଚାହିଦା ଚିନ୍ତା, ଚାଇନାରେ ମହାମାରୀ ବ୍ୟାପିବା ଏବଂ ଇରାନର ଆଣବିକ ଆଲୋଚନାରେ ଅଗ୍ରଗତି ମଧ୍ୟରେ ଅଶୋଧିତ ତୈଳ ଉପରେ ପ୍ରତିଫଳିତ ହୋଇଛି। ଆମେରିକା ଏବଂ ଚୀନ୍‌ର ଅଭିବୃଦ୍ଧିକୁ ନେଇ ଆକଳନ ଦୁର୍ବଳ ରହୁଥିବା ସମ୍ପର୍କିତ ତଥ୍ୟ ଏବେ ବିଶ୍ୱ ମାନ୍ଦାବସ୍ଥା ଚିନ୍ତା ବଢ଼ାଇଦେଇଛି। ଅଭିବୃଦ୍ଧିକୁ ନେଇ ଚାଇନାରୁ ଆସୁଥିବା ତଥ୍ୟ ଅପେକ୍ଷାକୃତ ଦୁର୍ବଳ ରହୁଥିବାରୁ ତାହା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିଛି। ବିଶ୍ଳେଷକଙ୍କ ଅନୁଯାୟୀ ଚାଇନାର ଖୁଚୁରା ବିକ୍ରି ଏବଂ ଶିଳ୍ପ ଅଭିବୃଦ୍ଧି ଯାହା ଦେଖାଯାଇଛି ତାହା ବଜାର ଆଶାଠାରୁ କମ୍ ରହିଛି।
‘ଇଣ୍ଡିଆନ ବାସ୍କେଟ କ୍ରୁଡ୍‌ ପ୍ରାଇସ’ ଦର ବୃଦ୍ଧି: ପୁଣି ବଢ଼ିପାରେ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଲୋକଙ୍କୁ ଅସହ୍ୟ କରିଥିଲା ବେଳେ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରି ଏଗୁଡିକର ମୂଲ୍ୟରେ କିଛିଟା ହ୍ରାସ କରିଥିଲେ। ପେଟ୍ରୋଲ ମୂଲ୍ୟରେ ପ୍ରାୟ ୮ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୭ ଟଙ୍କା ହ୍ରାସ ଘଟିଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ଏପରିକି କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ ବଜାରରେ ଗତ ମେ ମାସ ୨୨ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ହେଲେ ଏବେ ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର ଆଶଙ୍କା ଦେଖାଯାଇଛି।
ବର୍ତ୍ତମାନ ‘ଇଣ୍ଡିଆନ ବାସ୍କେଟ୍ କ୍ରୁଡ ଅଏଲ’ ବ୍ୟାରେଲ ମୂଲ୍ୟ ବୃଦ୍ଧି ପାଇଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ସୁଦ୍ଧା ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ବିଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିବା ସହିତ ବ୍ୟାରେଲ ପିଛା ମୂଲ୍ୟ ୧୨୧.୨୮ ଡଲାର ଛୁଇଁଛି। ଯାହାକି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର କାରଣ ହୋଇପାରେ ବୋଲି କୁହାଯାଉଛି। ଏପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ଏହା ମଧ୍ୟ ଚିନ୍ତାର ଅନ୍ୟତମ କାରଣ ହୋଇଛି। ‘ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ(ପିପିଏସି) ’ ଦ୍ୱାରା ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ଗତ ୭ ତାରିଖ ସୁଦ୍ଧା ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭.୭୨ ରହିଥିଲା ବେଳେ ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୧୧୮.୦୬ ଡଲାରକୁ ବୃଦ୍ଧି ପାଇଥିଲା। ଏହାସତ୍ତ୍ବେ ଗତ ମଙ୍ଗଳବାର ସୁଦ୍ଧା ଏହି ମୂଲ୍ୟ ହାରାହାରି ଭାବେ ୧୧୭.୦୧ ଡଲାର ରହିଥିଲା। କିନ୍ତୁ ଅଚାନକ ଭାବେ ଗତକାଲି ଏହି ମୂଲ୍ୟ ୧୨୧ ଡଲାର ପାର୍‌ କରିବା ଘଟଣା ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି ପ୍ରତି ଆଶଙ୍କା ଆଣିଛି। ପିପିଏସି ତଥ୍ୟ ଅନୁସାରେ ଇଣ୍ଡିଆନ ବାସ୍କେଟରେ ଅଶୋଧିତ ତୈଳର ଏହି ଦର ଫେବୃଆରୀ-ମାର୍ଚ୍ଚ ୨୦୧୨ ପରେ ଦ୍ୱିତୀୟ ସର୍ବାଧିକ ସ୍ତର। ଏଭଳି ସ୍ଥିତିରେ ବର୍ତ୍ତମାନ ଘରୋଇ ବଜାରରେ ଏହି ଦୁଇଟି ଇନ୍ଧନ ମୂଲ୍ୟ ପହଞ୍ଚିବା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏହାଦ୍ୱାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏକ ପ୍ରକାର ନିଶ୍ଟିତ ହୋଇଯାଇଥିବା ବେଳେ ସରକାର ଚାହିଁଲେ ବି ଏଥର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରି ନ ପାରନ୍ତି ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବା ବେଳେ ଅଧିକ ମାତ୍ରାରେ ତୈଳ କ୍ରୟ ଲାଗି ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦନକାରୀ ରାଷ୍ଟ୍ର ଉତ୍ସର ସନ୍ଧାନ କରିଥାଏ। ଯାହାକୁ ନେଇ ଅଶୋଧିତ ତୈଳର ଅନ୍ତର୍ଜାତୀୟ ବଜାର ଇଣ୍ଡିଆନ ଅଏଲ ବାସ୍କେଟ ଲାଗି ପୃଥକ ହୋଇଥାଏ। ଏବେ କ୍ରୁଡ ବାସ୍କେଟରେ ତୈଳ ଦର ମହଙ୍ଗା ହେବା ଦେଶରେ ବଜାର ଦରକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଦେଶରେ ମୁଦ୍ରାସ୍ପୀତି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିକଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରି ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନିଅନ୍ତ୍ରିତ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଏକାଥରକେ ପେଟ୍ରୋଲ ମୂଲ୍ୟରେ ଅନ୍ୟୂନ ୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ହେଲେ ସାଂପ୍ରତିକ ସ୍ଥିତିରେ ଏହି ଦୁଇଟି ଇନ୍ଧନ ମୂଲ୍ୟ ପୁଣି ବଢିବା ସହିତ ମୁଦ୍ରାସ୍ଫୀତି ଏବଂ ଖାଉଟି ସ୍ତରରେ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ୨୦୨୨ ପ୍ରାରମ୍ଭରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ବିଶ୍ୱ ତୈଳ ବଜାର ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିଲା। ଫେବୃଆରୀ ୨୪ରେ ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା କରିବା ପରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ୧୧୧.୮୬ ଡଲାର ଛୁଇଁଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ସ୍ଥିତିରେ କିଛିଟା ସୁଧାର ଆସିବା ସହିତ ମାର୍ଚ୍ଚ ଶେଷ ଭାଗରୁ ଏପ୍ରିଲ ମଧ୍ୟରେ ଏହି ମୂଲ୍ୟ ୧୦୩.୪୪ ଡଲାରକୁ ହ୍ରାସ ହୋଇଥିଲା। ତେବେ ଗତ ଗୁରୁବାର ପୁଣି ଥରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ଗତ ୧୩ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧିର ପ୍ରଭାବ ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଅନୁଭୂତ ହୋଇ ନଥିଲେ ହେଁ ଆଗାମୀ ଦିନରେ ଏହା ବଜାରକୁ ପ୍ରଭାବିତ କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଇଣ୍ଡିଆନ ବାସ୍କେଟ କ୍ରୁଡ୍‌ କ’ଣ
ଭାରତ ନିଜର ତୈଳ ଆବଶ୍ୟକତାର ସର୍ବାଧିକ ଭାଗ ବିଦେଶରୁ ଆମଦାନୀ କରିଥାଏ। ଯାହାକି ଉପସାଗରୀୟ ରାଷ୍ଟ୍ର ଏବଂ ଆମେରିକୀୟ ବଜାରରୁ ସର୍ବାଧିକ ଆମଦାନୀ ହୋଇଥାଏ। ତେବେ ବିଭିନ୍ନ ଦିଗକୁ ନେଇ ସାଉଦି ଆରବ , ଓମାନ ଏବଂ ୟୁଏଇ ଭଳି ଉପସାଗରୀୟ ରାଷ୍ଟ୍ରଗୁଡିକର ତୈଳ ଦର ଏବଂ ଆମେରିକାର ‘ବ୍ରେଣ୍ଟ କ୍ରୁଡ’ ତୈଳ ମୂଲ୍ୟ ମଧ୍ୟରେ କିଛିଟା ଫରକ୍‌ ରହିଥାଏ। ଭାରତ ଆମଦାନୀ କରୁଥିବା ଏହି ଦୁଇଟି କିସମର ତୈଳର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ ଇଣ୍ଡିଆନ ବାସ୍କେଟ(ଆଇବି) ବୋଲି କୁହାଯାଇଥାଏ।
ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ, ଡିଜେଲ ବିକ୍ରିରେ ୧୦ ରୁ ୧୫% ହ୍ରାସ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି।
ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା ବେଳେ ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିଲା।
ମହଙ୍ଗା ଛାଟ; କିଛିଦିନର ବ୍ୟବଧାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ ।
ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ।