ATM Card - The Sakala
ଦରକାର ହେବନି ଏଟିଏମ୍‌ କାର୍ଡ; ଗୋଟିଏ ସ୍କାନ୍‌ରେ ଉଠିବ ଟଙ୍କା, କ୍ୟୁଆର୍‌ କୋଡ୍‌ରେ ହେବ ସ୍କାନ୍‌
ଭୁବନେଶ୍ୱର: ଦେଶରେ ଲୋକେ ସ୍ମାର୍ଟଫୋନ ଜରିଆରେ ଯେପରି ନଗଦ ଟଙ୍କା ଉଠାଇପାରିବେ ତାହାକୁ ଅଧିକ ସହଜ କରିବା ପାଇଁ ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (ଏନ୍‌ପିସିଆଇ) ବଡ଼ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅନୁଯାୟୀ, ଇଣ୍ଟରଅପରେବଲ୍ କାର୍ଡଲେସ୍ କ୍ୟାସ୍ ଉଠାଣ (ଆଇସିସିଡବ୍ଲ୍ୟୁ) ସିଷ୍ଟମ୍ ମାଧ୍ୟମରେ, ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ। ଏଥିରେ ଆପଣଙ୍କୁ କୌଣସି କାର୍ଡର ଆବଶ୍ୟକତା ପଡିବ ନାହିଁ, କେବଳ ଫୋନ୍‌ରୁ ୟୁପିଆଇ କ୍ୟୁଆର୍‌ କୋଡ୍ ସ୍କାନ କରିଲେ ସବୁ କିଛି ସମାଧାନ ହୋଇଯିବ।
ବର୍ତ୍ତମାନ, ୟୁପିଆଇ-ଆଧାରିତ ନଗଦ ଉଠାଣର ସୁବିଧା କେବଳ କିଛି ନିର୍ଦ୍ଦିଷ୍ଟ ଏଟିଏମ୍‌ କିମ୍ବା ଦୋକାନରେ ଉପଲବ୍ଧ। ଏହାର ମଧ୍ୟ ଏକ ସୀମା ରହିଛି। ସହରାଞ୍ଚଳରେ ପ୍ରତି କାରବାର ପିଛା ସୀମା ୧୦୦୦ ଟଙ୍କା ଏବଂ ଗାଁରେ ୨୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରସ୍ତାବିତ ଯୋଜନା ଅନୁଯାୟୀ, ବିସି ଆଉଟଲେଟଗୁଡ଼ିକରେ ପ୍ରତ୍ୟେକ କାରବାରରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ କରାଯାଇପାରିବ। ବର୍ତ୍ତମାନ ଯଦି ଏହି ୟୁପିଆଇ-ଭିତ୍ତିକ କ୍ୟୁଆର୍‌ କୋଡ୍ କାର୍ଯ୍ୟକାରୀ ହୁଏ, ତେବେ ଗ୍ରାହକମାନେ ସେମାନଙ୍କ ଫୋନରେ ଯେ କୌଣସି ୟୁପିଆଇ ଆପ୍ ବ୍ୟବହାର କରି କୋଡ୍ ସ୍କାନ କରି ଟଙ୍କା ଉଠାଇପାରିବେ। ଏହି ସୁବିଧା କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଏବଂ ଏଟିଏମ୍‌ ମେସିନରେ ଉପଲବ୍ଧ ଏବଂ ଏହାର ପ୍ରକ୍ରିୟା ବହୁତ ସହଜ।
ମହଙ୍ଗା ହେଲା ଏଟିଏମ୍‌ ସେବା, ବାଲାନ୍ସ ଚେକ୍‌ ପାଇଁ ଦେବାକୁ ପଡ଼ିବ ଚାର୍ଜ
ନୂଆଦିଲ୍ଲୀ: ଦେଶରେ ମହଙ୍ଗା ହୋଇଛି ଏଟିଏମ୍‌ ସେବା। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବ୍ୟାଙ୍କଗୁଡିକ ସେମାନଙ୍କର ଏଟିଏମ୍‌ କାରବାର ଚାର୍ଜ ବୃଦ୍ଧି କରିଛନ୍ତି। ଏହାଛଡା ବ୍ୟାଙ୍କ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛନ୍ତି। ବ୍ୟାଙ୍କର ଏହି ନୂତନ ନିୟମ ମେ’ ପହିଲାଠାରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗାଇଡଲାଇନ ଅନୁସାରେ ବ୍ୟାଙ୍କମାନେ ଏଟିଏମ୍‌ ଚାର୍ଜର ସଂଶୋଧିତ ଫି’ ଲାଗୁ କରିଛନ୍ତି। ବ୍ୟାଙ୍କଗୁଡିକର ଏହି ପଦକ୍ଷେପ ପରେ ମାଗଣା କାରବାର ସୀମା ପରେ ଏଟିଏମରୁ ନଗଦ ଉଠାଣ ମହଙ୍ଗା ହୋଇଯାଇଛି।
ନୂଆ ନିୟମାନୁଯାୟୀ, ଟଙ୍କା ଉଠାଣ ହେଉ ଅବା ବାଲାନ୍ସ ଚେକ୍‌ ସବୁ ସେବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଚାର୍ଜ। ମାଗଣା ସୀମା ପରେ ପ୍ରତ୍ୟେକ ଏଟିଏମ୍ କାରବାର ପାଇଁ କାରବାର ପିଛା ସର୍ବାଧିକ ୨୩ ଟଙ୍କା ଚାର୍ଜ ବା ଶୁଳ୍କ ଲାଗିବ। ଏହା ଉପରେ ପୃଥକ ଭାବରେ ଟିକସ ଆଦାୟ କରାଯିବ। ଏ ପର୍ଯ୍ୟନ୍ତ ଏହି ଶୁଳ୍କ ୨୧ ଟଙ୍କା ଥିଲା।
ନୂଆ ନିୟମରେ ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାନ୍ତି, ତେବେ ଆପଣଙ୍କଠାରୁ ବାଲାନ୍ସ ଯାଞ୍ଚ କରିବା, ମିନି ଷ୍ଟେଟମେଣ୍ଟ ବାହାର କରିବା ଏବଂ ପିନ୍‌ ପରିବର୍ତ୍ତନ କରିବା ଭଳି ସେବା ପାଇଁ ମଧ୍ୟ ଶୁଳ୍କ ଆଦାୟ କରାଯିବ। ଆହୁରିମଧ୍ୟ ଆରବିଆଇ ମଧ୍ୟ ଇଣ୍ଟରଚେଞ୍ଜ ଫି’ରେ ୨ ଟଙ୍କା ବୃଦ୍ଧି କରିଛି। ଏହାବ୍ୟତୀତ, ଦିଲ୍ଲୀ ଓ ମୁମ୍ବାଇ ଭଳି ମେଟ୍ରୋ ସହରରେ ଗ୍ରାହକମାନେ ମାସକୁ ତିନିଥର ମାଗଣା ଏଟିଏମ୍‌ ଉଠାଣ ସୁବିଧା ବ୍ୟବହାର କରିପାରିବେ। ସେହିପରି ଅଣ-ମେଟ୍ରୋ ସହରଗୁଡ଼ିକରେ ଏହି ସୀମା ପାଞ୍ଚ ଗୁଣ। ସେହି ସହରଗୁଡିକରେ ଗ୍ରାହକ ମାସକୁ ମାସକୁ ୫ଥର ମାଗଣା ଏଟିଏମ୍‌ ଉଠାଣ ସୁବିଧା ପାଇପାରିବେ। ଭାରତୀୟ ଷ୍ଟେଟବ୍ୟାଙ୍କ, ଏଚ୍‌ଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କ ନିମନ୍ତେ ମେ’ ପହିଲାଠାରୁ ଏହି ନିୟମ ଲାଗୁ କରିଛନ୍ତି।
ଆହୁରିମଧ୍ୟ ଏହି ନୂତନ ନିୟମାନୁଯାୟୀ, ଯେଉଁ ଆକାଉଣ୍ଟଧାରୀ ବ୍ୟାଙ୍କ ଖାତାରେ ହାରାହାରି ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ବଜାୟ ରଖିବେ ସେମାନେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ ଉଭୟରୁ ଅସୀମିତ ମାଗଣା କାରବାରର ସୁବିଧା ପାଇବେ। ଫଳରେ ସମସ୍ତ ମେଟ୍ରୋ କିମ୍ବା ଅଣ-ମେଟ୍ରୋ ଗ୍ରାହକମାନେ ଏବେ ପ୍ରତି ମାସରେ ଏସ୍‌ବିଆଇ ଏଟିଏମ୍‌ରୁ ୫ଟି ମାଗଣା ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୧୦ଟି ମାଗଣା କାରବାର କରିପାରିବେ। ଯେଉଁ ଗ୍ରାହକମାନେ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ମଧ୍ୟରେ ହାରାହାରି ମାସିକ ବାଲାନ୍ସ ବଜାୟ ରଖିବେ, ସେମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୫ଟି ମାଗଣା କାରବାର ସୁବିଧା ପାଇବେ।
SBI ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କୁ ଏଟିଏମ୍ କାର୍ଡ ନେବା କଷ୍ଟକର ହୁଏ କିମ୍ବା ଘରେ ଆପଣ ଆପଣଙ୍କ ଏଟିଏମ୍ କାର୍ଡ ଭୁଲିଯାଇଛନ୍ତି ଏବଂ ଆପଣଙ୍କୁ ଟଙ୍କା ଉଠାଇବା ପାଇଁ ଆବଶ୍ୟକ ପଡେ, ତେବେ ଏଥର ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବର୍ତ୍ତମାନ ଆପଣ ଡେବିଟ୍ କାର୍ଡ ବିନା ଏଟିଏମରୁ ଟଙ୍କା ଉଠାଇ ପାରିବେ । ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏଟିଏମ୍ / ଡେବିଟ୍ କାର୍ଡ ବିନା YONO କ୍ୟାଶ୍ ମାଧ୍ୟମରେ ଟଙ୍କା ଉଠାଇବାକୁ ଅନୁମତି ଦେଇଛି । ଏହାର ସାହାଯ୍ୟରେ, ଆପଣ ଯେ କୌଣସି ସ୍ଥାନରେ ଏଟିଏମରୁ, POS ଟର୍ମିନାଲ୍ ଏବଂ ଗ୍ରାହକ ସେବା ପଏଣ୍ଟ (CSP) ରୁ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ । SBI ର YONO App ଆପ୍ ଜରିଆରେ ଆପଣ ଦେଶର ଯେ କୌଣସି ସ୍ଥାନରେ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ । ତେବେ ଏହା କିପରି କରିବେ ଆସନ୍ତୁ ଜାଣିବା…
ବିନା ATM କାର୍ଡରେ ଟଙ୍କା ଉଠାଇବାକୁ ହେଲେ ପ୍ରଥମେ ଆପଣଙ୍କ ଫୋନରେ SBIର ୟୋନୋ ଆପ୍(YONO App) ଡାଉନଲୋଡ କରି ଲଗ୍ ଇନ୍ କରନ୍ତୁ ।
ଏହାପରେ ହୋମ ପେଜରେ YONO Cash ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ YONO Cash ରେ ATM ବିଭାଗରେ କ୍ଲିକ୍ କରନ୍ତୁ
ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ ।
ଏହାପରେ ୬ ଅଙ୍କ ବିଶିଷ୍ଟ ଏକ ପିନ୍ କୋଡ୍ ବନାନ୍ତୁ ।
ଏହାପରେ ଏକ YONO ନଗଦ କାରବାର ନମ୍ବର ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପହଞ୍ଚିବ ଏବଂ ଏହା କେବଳ ୬ ଘଣ୍ଟା ପାଇଁ ବୈଧ ରହିବ ।
ବର୍ତ୍ତମାନ ଆପଣ ATM ରେ ଥିବା YONO କ୍ୟାଶ୍ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।
ଏହା ପରେ, ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯାଇଥିବା YONO କ୍ୟାଶ୍ କାରବାର ନମ୍ବର ଏବଂ ଆପଣଙ୍କ ଦ୍ୱାରା ଉତ୍ପାଦିତ ୬ ଅଙ୍କ ବିଶିଷ୍ଟ PIN ପ୍ରବେଶ କରନ୍ତୁ
ଏହି ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ଏଟିଏମ୍ ମେସିନରୁ ,ପିଓଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟରୁ ନଗଦ ଟଙ୍କା ସଂଗ୍ରହ କରିପାରିବେ ।
ଏହି ସୁବିଧା ମାଧ୍ୟମରେ, ଆପଣ ଯେକୌଣସି ସ୍ଥାନରେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।