Bollywood actress Shilpa Shetty - The Sakala
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ ଜାରି ହେବ ନୋଟିସ୍। ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି ସଂପୃକ୍ତ ସେବାୟତ। ଟ୍ରଷ୍ଟବୋର୍ଡ ବୈଠକରେ ଏ ନେଇ ଆଲୋଚନା ହେବ ।  ଏଣିକି ସିଂହଦ୍ବାର ନିକଟରେ ହେବ କଡା ଚେକିଂ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ କଡା ଚେକିଂ ହେବ। ସେବାୟତମାନେ ମଧ୍ୟ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ।  ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ  ମହାନ୍ତି।
ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ରହିଥିଲେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲ‌ରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେମାନଙ୍କ କହିବା କଥା, ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କ‌ରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ୍‌ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ବାରଣ ତ ଦୂରର କଥା, ମନ୍ଦିର ଭିତରକୁ ମୋବାଇଲ୍‌ ବା କ୍ୟାମେରା ଯିବା ବେଳେ ତାହା କାହିଁକି ଯାଞ୍ଚ କରାଗଲା ନାହିଁ। ଖାଲି ସେତିକି ନୁହେଁ, ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ନଜର ଆସୁଛନ୍ତି। ସେ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକଥର ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ ହେବାର ନଜିର ରହିଛି।
ପୁଣି ଅଡୁଆରେ ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା, ଉଭୟଙ୍କ ବିରୋଧରେ ରୁଜୁ ହେଲା ଠକେଇ ମାମଲା
ମୁମ୍ବଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଗତ କିଛି ଦିନ ତଳେ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ। ବର୍ତ୍ତମାନ ମଧ୍ୟ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିନଥିବା ବେଳେ ପୁଣି ଏକ ମାମଲା ଏହି ଦମ୍ପତିଙ୍କ ବିରୋଧରେ ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିତିନ ବାରାଇ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି। ବରାଇ ଅଭିଯୋଗରେ କହିଛନ୍ତି ଯେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ କମ୍ପାନୀର ଫ୍ରାଞ୍ଚାଇଜ୍ ନେଇ ପୁଣେର କୋରେଗାଓଁ ଅଞ୍ଚଳରେ ଏକ ସ୍ପା ଏବଂ ଜିମ୍ ଖୋଲିଲେ ତାଙ୍କୁ ବହୁତ ଲାଭ ମିଳିବ ବୋଲି ନିତିନ ବାରାଇଙ୍କୁ କହିଥିଲେ। ଏହାପରେ ଶିଳ୍ପା ଏବଂ ରାଜଙ୍କ ପରାମର୍ଶ ଅନୁଯାୟୀ ବାରାଇ ୧ କୋଟି ୫୯ ଲକ୍ଷ ୨୭ ହଜାର ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ଏହା ପରେ ଶିଳ୍ପା ଏବଂ ରାଜ ଟଙ୍କାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା।
ବାରାଇଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଆଇପିସିର ଧାରା ୪୦୬, ୪୦୯,୪୨୦,୫୦୬,୩୪ ଏବଂ ୧୨୦(ବି) ଅନୁଯାୟୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ପରେ ବର୍ତ୍ତମାନ ମୁମ୍ବାଇ ପୁଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ । ଏଥି ସହିତ ଏହି ମାମଲାରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପକ୍ଷ ଜାଣିବା ପାଇଁ ପୁଲିସ ଶୀଘ୍ର ସେମାନଙ୍କ ସହ ଯୋଗାଯୋଗ କରିବ ବୋଲି କହିଛି।
ସୂଚନାଯୋଗ୍ୟ ଅଶ୍ଳୀଳ ଭିଡିଓ ସୁଟି କରି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ମାମଲାରେ  ଜୁଲାଇ ୧୯ରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ସୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ଗତ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ପର୍ନୋଗ୍ରାଫି(ଅଶ୍ଲୀଳ ଚଳଚ୍ଚିତ୍ର) ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିଭିନ୍ନ ଆପ୍‌ ମାଧ୍ୟମରେ ପ୍ରସାରଣ କରିବା ଭଳି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରି ରାଜ୍‌ଙ୍କୁ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ବର ୨୦ରେ ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଥିଲା।  ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ ମଧ୍ୟ କହିଥିଲେ।