NSA AJIT Doval - The Sakala

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶର ପରେ ପୁଣି ମୋଟ ଆମଦାନୀ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି।

ଆଜି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହେଲେ ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ସେପଟେ ଭାରତ ଉପରେ ଟାରିଫ ବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ନିନ୍ଦା କରିଛନ୍ତି। ନୂଆଦିଲ୍ଲୀ ଏହାର ଆର୍ଥିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଗ୍ରହଣ କରିବ ବୋଲି କହିଛନ୍ତି ଜୈସୱାଲ। ସେପଟେ ସିଧାସଳଖ ଆମେରିକାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଯଦିଓ ଏହାର ମୂଲ୍ୟ ବହନ କରିବାକୁ ପଡିବ। ସେପଟେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଲେ ଅଜିତ ଡୋଭାଲ; ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା
ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଡୋଭାଲ ଲସ୍କର-ଇ-ତୋଏବା (ଏଲଇଟି), ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଦାଏସ ଭଳି ଆତଙ୍କବାଦୀ ସଂଗଠନର ମୁକାବିଲା ପାଇଁ ଗୁଇନ୍ଦା ଏବଂ ସୁରକ୍ଷା ସହଯୋଗ ଉପରେ ଜୋର୍‌ ଦେଇଥିଲେ। ରଣନୈତିକ ସହଯୋଗକୁ କାର୍ଯ୍ୟକାରୀ କରିବା ପାଇଁ କାମ କରାବାକୁ ଉଭୟେ ସହମତି ପ୍ରକାଶ କରିଛନ୍ତି।

ଡୋଭାଲ ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ସଚିବଙ୍କ ପଞ୍ଚମ ବୈଠକ ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି।ଏହା ପୂର୍ବରୁ ସେ ଭାରତୀୟ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀମଣ୍ଡଳ ସହ ଆମେରିକା ଯାଇଥିଲେ। ଏହି ଗସ୍ତରେ ଆଧୁନିକ ଜ୍ଞାନକୌଶଳ ପାଇଁ ମିଳିତ କାମ କରିବାକୁ ସହମତି ପ୍ରକାଶ କରିଥିଲେ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି, ୩ କମାଣ୍ଡୋଙ୍କୁ ହଟାଇଲେ ସରକାର
ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍‌ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋଙ୍କୁ ହଟାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍‌ଙ୍କର ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏବେ ଏହି ଘଟଣା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଡୋଭାଲଙ୍କର ସୁରକ୍ଷା ସହ ଜଡ଼ିତ ଥିବା ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ(ଡିଆଇଜି) ଓ ଭିଆଇପି ସିକ୍ୟୁରିଟି କମାଣ୍ଡାଣ୍ଟକୁ ବଦଳି କରିଦିଆାଯାଇଛି। ଫେବ୍ରୁଆରୀ ୨୦୨୨ ଅଜିତ ଡୋଭାଲଙ୍କ ଘରେ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଜଣେ ବ୍ୟକ୍ତି ଡୋଭାଲଙ୍କ ଘରକୁ ପ୍ରବେ କରିବାକୁ ଚେଷ୍ଟା କରିଥିଲା। ଏହାପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଓ ପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା ।

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ପୁଲିସ୍‌ କହିଥିଲେ ଯେ ତାଙ୍କ ଶରୀରରେ ଗୋଟିଏ ଚିପ୍‌ ରହିଛି ଓ ଏହା ଦ୍ୱାରା ବାହାରୁ କିଛି ଲୋକ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ହେଲେ ଏମଆରଆଇ ସ୍କାନ ପରେ ତାଙ୍କ ଶରୀରରୁ କୌଣସି ପ୍ରକାରର ଚିପ୍‌ ଠାବ ହୋଇ ନଥିଲା। ତେବେ ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଥିଲା । ବ୍ୟକ୍ତିଜଣଙ୍କ ଗୋଟିଏ ନାଲି ରଙ୍ଗର ଏସ୍‌ୟୁଭି ଧରି ଡୋଭାଲଙ୍କ ଗେଟ୍‌ରେ ପଶିବାକୁ ଚେଷ୍ଟା କରୁଥିଲେ। ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଡୋଭାଲଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ତାଙ୍କ ସୁରକ୍ଷାରେ ମୋଟ ୫୮ ଜଣ କମାଣ୍ଡୋ ସାମିଲ ରହିଥାନ୍ତି। ହେଲେ କେମିତି ଜଣେ ବ୍ୟକ୍ତି ତାଙ୍କ ପର୍ଯ୍ୟନ୍ତ ଚାଲିଗଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ- ଅଜିତ ଡୋଭାଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବ୍ଯପକ ବିରୋଦ୍ଧା ହେଉଛି। ହେଲେ ୩ ସେନା ପକ୍ଷରୁ ମଧ୍ଯ ସ୍ପଷ୍ଟ କରାଯାଇଛି ଯେ ଏହି ଯୋଜନା ପ୍ରତ୍ଯାହର ହେବ ନାହିଁ। ତେବେ ଏହି ଯୋଜନାକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ ହିତରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପରିବର୍ତ୍ତନକୁ ନୂଆ ଅଗ୍ନିପଥ ଯୋଜନା ଦିଗ ଦେଖାଇବ । ସମୟ କ୍ରମେ ସେନାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଏହା ସହ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ସେନାରେ ଚାକିରି ଆଶାୟୀ ସାମିଲ ନାହନ୍ତି । ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରି ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି । ଦେଶରେ ଆଇନ ଶୃଙ୍ଖଳା ନଷ୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ରରେ ବିକ୍ଷୋଭ କରିବାର ଅଧିକାର ରହିଛି ହେଲେ ପୋଡ଼ାଜଳା, ଭଙ୍ଗାରୁଜା କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ଅଜିତ ଡୋଭାଲ ।

ଅଜିତ ଡୋଭାଲଙ୍କ ଚେତାବନୀ : ବଦଳିଯାଇଛି ଯୁଦ୍ଧର କୌଶଳ
ହାଇଦରାବାଦ : ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବଡ଼ ଚେତାବନୀ ଦେଇଛନ୍ତି। ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ବୋଲି ସେ କହିଛନ୍ତି। ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍‌ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ପ୍ରଶିକ୍ଷାର୍ଥୀ ଆଇପିଏସ୍‌ ଅଫିସରଙ୍କ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇ ଅଜିତ ଡୋଭାଲ ଏହା କହିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଏବଂ ସାମରିକ ସ୍ବାର୍ଥ ହାସଲ ପାଇଁ ଏବେ ଯୁଦ୍ଧ ଅଧିକ ପ୍ରଭାବୀ ହୋଇ ରହିନାହିଁ। ବାସ୍ତବରେ ଯୁଦ୍ଧ ବହୁତ ମହଙ୍ଗା ହୋଇଥାଏ। ସବୁ ଦେଶ ଏହା କରିବାରେ ସକ୍ଷମ ହୁଅନ୍ତି ନାହିଁ।

ଯୁଦ୍ଧର ଫଳାଫଳରେ ମଧ୍ୟ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ। ତେଣୁ ସମାଜକୁ ଭାଗ ଭାଗ କରି, ଭ୍ରାନ୍ତ ଧାରଣା ସୃଷ୍ଟକରି ଏବଂ ମିଥ୍ୟା ପ୍ରଚାରପ୍ରସାର ଦ୍ବାରା ଦେଶର କ୍ଷତି କରାଯାଇପାରେ। ଲୋକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଯୁଦ୍ଧର ଚତୁର୍ଥ ପିଢି ଭାବେ ନୂଆ ମୋର୍ଚ୍ଚା ଖୋଲିଛି। ଏଥିରେ ସମାଜକୁ ଟାର୍ଗେଟ କରାଯାଉଛି। ପାକିସ୍ତାନ, ଚୀନ୍‌, ମିଆଁମାର ଏବଂ ବାଂଲାଦେଶକୁ ଲାଗି ଆମର ୧୫ ହଜାର କିମିର ସୀମା ରହିଛି। ଏହି ସୀମା ପରିଚାଳନାରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ଉଚିତ୍‌।

ଡୋଭାଲ ଆଇପିଏସ ଅଫିସରଙ୍କୁ କହିଛନ୍ତି ଯେ ଭାରତ ଭିତରର ୩୨ ଲକ୍ଷ ବର୍ଗକିମି ଅଞ୍ଚଳର ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ବ ପୁଲିସ ଫୋର୍ସର। କିନ୍ତୁ ଏବେ ଏହା ଆହୁରି ବୃଦ୍ଧି ପାଇବ। ୧୫ ହଜାର ବର୍ଗ କିମି ବିଶିଷ୍ଟ ସୀମାରେ ଅଲଗା ଅଲଗା ସମସ୍ୟା ରହିଛି। ଭବିଷ୍ୟତରେ ଦେଶର ସୀମା ପରିଚାଳନା ପାଇଁ ମଧ୍ୟ ଆପଣ ଦାୟୀ ରହିବେ। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) କ୍ଷମତା ପରିସର ବୃଦ୍ଧିକୁ ବିରୋଧର କରି ପଞ୍ଜାବ ବିଧାନସଭାରେ ସଙ୍କଳ୍ପ ପାରିତ ହେବାର କିଛି ଦିନ ପରେ ଡୋଭାଲଙ୍କ ଏହି ମନ୍ତବ୍ୟ ଆସିଛି।