5T Odisha - The Sakala

ପର୍ଯ୍ୟଟନର ବିକାଶରେ ‘୫-ଟି’ ଛାପ: ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବଲାଙ୍ଗିରର ସମସ୍ତ ପର୍ଯ୍ୟଟନ କ୍ଷେତ୍ର
ବଲାଙ୍ଗିର(ଶିଶିରକାନ୍ତ ଶତପଥୀ, ଅଭିଳାଷ ହୋତା): ‘୫-ଟି’ ଉପକ୍ରମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ନୂଆ ରୂପ ଦିଆଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ବଲାଙ୍ଗିର ଜିଲ୍ଲା। ଫଳରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ହୋଇଛି ରୂପାନ୍ତରୀକରଣ। ହରିଶଙ୍କରରୁ ଗାଈଖାଇ, କୁମୁଡ଼ା ପାହାଡ଼ରୁ ଭୀମଡୁଙ୍ଗୁରି, ପ୍ରାୟ ସମସ୍ତ ପର୍ଯ୍ୟଟନକ୍ଷେତ୍ର ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଜିଲ୍ଲାରେ ରୂପାନ୍ତରିତ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଆମର ଏ ସ୍ୱତନ୍ତ୍ର ଉପସ୍ଥାପନା।

ଗାଈଖାଇରେ ବଣଭୋଜି ଓ ବୋଟିଂ

ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ରହିଥିବା ଗାଈଖାଇ ଜଙ୍ଗଲ ଭିତରେ ବଣଭୋଜି ସହ ଜଳଭଣ୍ଡାରରେ ବୋଟିଂର ବ୍ୟବସ୍ଥା ରହିଛି। ଦିନେ ଏହି ସ୍ଥାନକୁ ଆସିବାକୁ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ଏହି ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିବା ପରେ ଏହା ଏବେ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହୋଇପାରିଛି। ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ରହିଛି ଗାଈଖାଇ ଜଳସେଚନ ପ୍ରକଳ୍ପ। ୨୬ ନମ୍ବର ଜାତୀୟ ରାଜପଥ ସାଲେଭଟା ଓ ଲୋଇସିଂହା ମଝିରେ ଥିବା ଏହି ପ୍ରକଳ୍ପ ବଣ ପାହାଡ଼ ଭିତରେ ରହିଥିବାରୁ ବନ୍ୟପ୍ରାଣୀ ରହିବା ସହିତ ବଣଭୋଜି କରିବା ପାଇଁ ମଧ୍ୟ ଭିଡ଼ ଜମୁଛି। ଗତବର୍ଷ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ଜଳସେଚନ ପ୍ରକଳ୍ପ ଭିତରେ ବୋଟିଂ ବ୍ୟବସ୍ଥା କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଥମେ ଏହାକୁ ଇକୋ ଟୁରିଜିମରେ ସାମିଲ କରି ପ୍ରାୟ ୭୩ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହି ଅନୁଦାନରେ ବୋଟିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତିକରଣ, ରେଷ୍ଟ ହାଉସ ଉନ୍ନତିକରଣ କାମ, ଡିଜିଟାଲ ଟିକଟ୍‌‌ ଘର, ଶୌଚାଳୟ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଏହା ସହିତ ଏକ ଶିଶୁ ଉଦ୍ୟାନ ନିର୍ମାଣ କାମ ଚାଲିଥିବା ବେଳେ ରେଷ୍ଟୁରାଣ୍ଟ ମଧ୍ୟ କରାଯିବ। ବନ ବିଭାଗ ଦ୍ୱାରା ‘୫-ଟି’ ଉପକ୍ରମରେ ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ କରାଯାଇଥିବା ବେଳେ ଏବେ ଏହା ଏକ ବିକଶିତ ପର୍ଯ୍ୟଟନକ୍ଷେତ୍ର ଭାବେ ରୂପାନ୍ତରିତ ହୋଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଏଠାକୁ ଲୋକେ ଆସୁଛନ୍ତି। ଆଗକୁ ଏହି ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟ ସବୁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଡିଏଫ୍‌‌ଓ ନୀତୀଶ କୁମାରଙ୍କ ଉଦ୍ୟମରେ ଏହାର ନବୀକରଣ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହସିଲାଣି ହରିଶଙ୍କର

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର। ଗୋଟିଏ ସ୍ଥାନରେ ହରି ଓ ଶଙ୍କରଙ୍କ ମିଳିତ ମନ୍ଦିର ରହିଥିବାରୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପୀଠ ମଧ୍ୟ ହରିଶଙ୍କରକୁ କୁହାଯାଇଥାଏ। କୁଳୁକୁଳୁ ନାଦରେ ବହିଆସିଥିବା ଝରଣା, ଔଷଧୀୟ ବୃକ୍ଷରେ ଭର୍ତ୍ତି ଗନ୍ଧମାର୍ଦ୍ଦନ ପର୍ବତ ଶୋଭାବର୍ଦ୍ଧନ କରୁଛି। ତେବେ ଏହି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାର ଶହେ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ପ୍ରାୟ ୧୭ କୋଟି ଟଙ୍କାର କାମ ଏବେ ସମ୍ପୂର୍ଣ୍ଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଉଠା ଦୋକାନୀଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଷ୍ଟଲ୍‌‌ ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ୧୫ କୋଟି ଟଙ୍କାରେ ଚାଲିଥିବା ଅନ୍ୟାନ୍ୟ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟଙ୍କାରେ ମନ୍ଦିର ପାଚେରି, ଭୋଗମଣ୍ଡପ, ସୂଚନା କେନ୍ଦ୍ର ତଥା ମ୍ୟୁଜିୟମ, ଶୌଚାଳୟ, ସୁବିଧାକେନ୍ଦ୍ର, ପାର୍କିଂସ୍ଥଳ, ଗାଧୁଆ ଘର ସହ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ପର୍ଯ୍ୟାୟକ୍ରମେ ଆହୁରି ଅଧିକ ଟଙ୍କାରେ ଆଉ ସବୁ କାମ ମଧ୍ୟ ହାତକୁ ନିଆଯିବାର ଯୋଜନା ରହିଛି। କେବଳ ଏତିକି ନୁହେଁ, ହରିଶଙ୍କର ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏକ ହରିଣ ପାର୍କ ରହିଛି। ଯାହାର ଉନ୍ନତିକରଣ କାମ ମଧ୍ୟ ବନ ବିଭାଗ ଜରିଆରେ କରାଯାଇଛି। ହରିଣ ପାର୍କ ସମ୍ପ୍ରସାରଣ, ଶିଶୁ ଉଦ୍ୟାନ, ବଟାନିକାଲ ଗାର୍ଡେନ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ବନ ବିଭାଗର ଡାକବଙ୍ଗଳାର ମଧ୍ୟ ନବୀକରଣ କରାଯାଇଛି। ପର୍ଯ୍ୟଟକମାନେ ଚାହିଁଲେ ହରିଶଙ୍କରରେ ରାତ୍ରିଯାପନ କରିପାରିବେ।

ତିନି ପୁରୁଣା ମନ୍ଦିରରେ ‘୫-ଟି’ ସ୍ପର୍ଶ

ବଲାଙ୍ଗିର ସହରକୁ ମଧ୍ୟ ପର୍ଯ୍ୟଟନର ଏକ ହବ୍‌‌ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ‘୫-ଟି’ ରୂପାନ୍ତରୀକରଣରେ ମନ୍ଦିରଗୁଡ଼ିକର ଉନ୍ନତିକରଣ କରାଯାଉଥିବା ବେଳେ ସହରରେ ଥିବା ତିନି ପ୍ରମୁଖ ମନ୍ଦିରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି। ସହରରେ ଥିବା ପୁରାତନ ସମଲେଶ୍ୱରୀ ମନ୍ଦିର ପାଇଁ ୩ କୋଟି ୧୫ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସେହିପରି ପାଟଣେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଏହି ଟଙ୍କାର ଉଭୟ ମନ୍ଦିରର ସାମଗ୍ରିକ ବିକାଶ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାମ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଗୋପାଲଜୀ ମନ୍ଦିରକୁ ସର୍ବାଧିକ ୫ କୋଟି ୭୧ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କିଛି ମାସ ତଳେ ‘୫-ଟି’ ଅଧ୍ୟକ୍ଷ ବଲାଙ୍ଗିର ଗସ୍ତ ସମୟରେ ଏହି ତିନି ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନେ କରିଥିବା ଦାବି ଅନୁସାରେ ଏହି ଅନୁଦାନ ପ୍ରଦାନ କରାଯାଇଛି।

ଚମକୁଛି କୁମୁଡ଼ା

ଏକଦା ଲଣ୍ଡାପାହାଡ଼ ନାମରେ ପରିଚିତ ଟିଟିଲାଗଡ଼ର ପ୍ରସିଦ୍ଧ କୁମୁଡ଼ା ପାହାଡ଼ ଆଜି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ପାହାଡ଼ ଗୁମ୍ଫାରେ ଧବଳେଶ୍ୱର ପୂଜା ପାଉଥିବା ବେଳେ ପାର୍କ, ବୃକ୍ଷରୋପଣ ସହ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ‘୫-ଟି’ ସଚିବ (ବର୍ତ୍ତମାନର ‘୫-ଟି’ ଅଧ୍ୟକ୍ଷ) କାର୍ତ୍ତିକ ପାଣ୍ଡିଆନ ଟିଟିଲାଗଡ଼ ଗସ୍ତକରି କୁମୁଡ଼ା ପାହାଡ଼ରେ କ’ଣ ସବୁ ବିକାଶ କରାଯାଇ ପାରିବ, ତାହା ନିରୀକ୍ଷଣ କରିଥିଲେ। ଏହାର କିଛି ଦିନପରେ କୁମୁଡ଼ା ପାହାଡର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବଲାଙ୍ଗିର ଡିଏଫ୍‌‌ଓ ନୀତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ଉନ୍ନତିମୂଳକ କାମ ଚାଲିଛି। ମନ୍ଦିରର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ, କୁମୁଡ଼ା ପାହାଡ଼ର ପାଦଦେଶରେ ପାର୍କ ନିର୍ମାଣ, ପାର୍କିଂ ବ୍ୟବସ୍ଥା ଭଳି ସବୁ ଦିଗରେ କୁମୁଡ଼ା ପାହାଡ଼ର ବିକାଶକୁ ଧ୍ୟାନ ଦିଆଯାଇଛି। ଫଳରେ ଏବେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼଼ିଛି।

ଭୀମଡୁଙ୍ଗୁରୀ ମୁହାଁ ପର୍ଯ୍ୟଟକ

ବଲାଙ୍ଗିର ଜିଲ୍ଲାରେ ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା ସାଜିଛି ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀ। ରାଜ୍ୟ ସରକାରଙ୍କ ଉଦ୍ୟମରେ ବନ ବିଭାଗ ଦ୍ୱାରା ଏହି ପର୍ଯ୍ୟଟନସ୍ଥଳର ନବକଳେବର କରାଯାଇଛି। ଏଠାରେ ଶିଶୁ ଉଦ୍ୟାନ, ଭୀମଡୁଙ୍ଗୁରୀର ଉନ୍ନତିକରଣ, ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ନୌ-ବିହାର ବ୍ୟବସ୍ଥା କରାଯାଇଛି। ସବୁଜ ବନାନୀ ଭିତରେ ଥିବା ଏହି ପାହାଡ଼ରେ ରହିଛି ବହୁ ସଂଖ୍ୟାରେ ଗୁମ୍ଫା। ଏହାର ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି। ୨୦୧୫ରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଏହି ସ୍ଥାନ ଆଜିର ଦିନରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଭାବେ ପରିଚୟ ପାଇଛି। ଏହାକୁ ଇକୋ ଟୁରିଜିମ୍‌‌ରେ ସାମିଲ କରି ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହାତକୁ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପାହାଡ଼ ଉପରକୁ ପାହାଚ, ପାହାଚରେ ରେଲିଂ, ପାହାଡ଼ର ବିପରୀତ ପାର୍ଶ୍ବରେ ପାହାଚ ନିର୍ମାଣ ସମେତ ପିଇବା ପାଣିର ବ୍ୟବସ୍ଥା, ଆଲୋକୀକରଣ କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଲକ୍ଷ ଟଙ୍କାର ପାଣ୍ଠି ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯାଇଥିଲା। ଏହି ଟଙ୍କାରେ ଓଟିଡିସି ପକ୍ଷରୁ ନିର୍ମାଣ ହୋଇଥିବା ବଙ୍ଗଳାର ଉନ୍ନତିକରଣ କାମ, ଭୀମଡୁଙ୍ଗୁରୀକୁ ଲାଗିରହିଥିବା ଜଳାଶୟରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ଏହି ବୋଟିଂରୁ ପ୍ରତି ଆର୍ଥିକ ବର୍ଷ ୫ ଲକ୍ଷରୁ ଅଧିକ ରାଜସ୍ୱ ଆୟ ହେଉଛି। ଉନ୍ନତିକରଣ ସହ ଏକ ସୁଦୃଶ୍ୟ ଶିଶୁ ଉଦ୍ୟାନ ନିର୍ମାଣ ହୋଇଛି। ପାର୍କ ପରିଚାଳନା ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ଏସ୍‌‌ଏଚ୍‌‌ଜି ସଂଘକୁ ଦିଆଯାଇଛି। ପାର୍କକୁ ଲାଗି ଖୋଲା ଯାଇଥିବା ମିଶନ ଶକ୍ତି କାଫେର ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ସଂଘକୁ ଦିଆଯାଇଛି। ଏହି ସଂଘରେ ୨୬ ଜଣ ସଦସ୍ୟ ରହିଥିବା ବେଳେ ଏହା ତାଙ୍କ ପାଇଁ ଆୟର ଏକ ସୁଯୋଗ ସୃଷ୍ଟିକରିଛି। ପର୍ଯ୍ୟଟନ ବିକାଶ ସହ ମହିଳାଙ୍କୁ ସଶକ୍ତୀକରଣ କରିବା ଦିଗରେ ଭୀମଡୁଙ୍ଗୁରୀ ସହାୟକ ହୋଇଛି। ଏହାର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ ୬ କୋଟି ୬୬ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହି ଟଙ୍କାରୁ ୨ କୋଟି ୧୮ ଲକ୍ଷ ଟଙ୍କାରେ ଜଳାଶୟର ଉନ୍ନତିକରଣରେ ଖର୍ଚ୍ଚ କରାଯିବା ସହିତ ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ବଣଭୋଜି ପିଣ୍ଡି, ଡଷ୍ଟବିନ୍‌‌, ପାର୍କର ଉନ୍ନତିକରଣ, ଓଟିଡିସି ବଙ୍ଗଳାର ଉନ୍ନତିକରଣ ଭଳି ପାଖାପାଖି ୧୯ଟି ଛୋଟବଡ଼ କାମ କରାଯିବ।

‘ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଅଫିସରଙ୍କୁ ଦଣ୍ଡ ଉପରେ ଗୁରୁତ୍ଵ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି । ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍‌ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍‌ ସମୟ ଲାଗୁଛି । ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା ।

ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆରଏସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ୍ ବନ୍ଦ କରାଯାଇଛି । ସେହିପରି ୬୭ ଜଣ ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆରଏସ୍‌ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି । ସରକାରୀ ହସ୍‌ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍‌ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି ।

ପେନ୍‌ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍‌ ସମୟରେ ପେନ୍‌ସନ୍‌ ପାଉନାହାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍‌ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

5T ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ଯାହା ଓଡ଼ିଶା ରୂପାନ୍ତରଣର ପ୍ରମୁଖ ମାଧ୍ୟମ ସାଜିଛି : ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ବିରୋଧୀଦଳ ନେତାଙ୍କ ପାଇଁ ‘୫-ଟି’ ଏବେ ବି ଅବୋଧ୍ୟ। ସେ ସତରେ ଏ ସମ୍ପର୍କରେ ଜାଣନ୍ତି ନାହିଁ ନା ସବୁ ଜାଣିଶୁଣି ଅବୁଝା ଥିବା ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଗତକାଲି ବିଧାନସଭାରେ ୫ଟିକୁ ନେଇ ଯେଉଁଭଳି ଭାବେ ଆକ୍ଷେପ କଲେ ତାଙ୍କର ଏପରି ଆଚରଣକୁ କଟାକ୍ଷ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିରୋଧୀଦଳ ନେତାଙ୍କ ତଥାକଥିତ ଅଜ୍ଞତାକୁ କଟାକ୍ଷ କରିବା ସହ ‘୫-ଟି’କୁ ସୁଶାସନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି।

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେବଳ ସ୍ୱପ୍ନ ଦେଖିନାହାନ୍ତି; ରାଜ୍ୟକୁ ଦେଶର ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅବିରତ ଉଦ୍ୟମ କରୁଛନ୍ତି। ‘୫-ଟି’ ହେଉଛି ଏହାର ଅଂଶବିଶେଷ। ଟିମ୍‌‌ ୱାର୍କ, ଟେକ୍‌‌ନୋଲୋଜି, ଟାଇମ୍‌‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ‘୫-ଟି’ କୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସମ୍ଭବ ହୋଇ ପାରିଛି, ପରିଣତିସ୍ୱରୂପ ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି। ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିତିକରଣ କରାଯାଉଛି। ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି।

ପ୍ରଶାସନ ପରିଚାଳନା ଓ ସେବା ପ୍ରଦାନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫-ଟି। ତେଣୁ ଏହାର କାର୍ଯ୍ୟଦକ୍ଷତା ସଂକ୍ରାନ୍ତରେ ହାସ୍ୟାସ୍ପଦ ପ୍ରଶ୍ନକୁ କଟାକ୍ଷ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି। ସେ କହିଛନ୍ତି ଯେ ରାଜ୍ୟରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାହାର ବାସ୍ତବ ରୂପ ହେଉଛି ୫-ଟି। ଏବେ ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ମହାମନ୍ତ୍ରରେ ପରିଣତ ହୋଇଛି। ଗାଁରେ ରହୁଥିବା ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଲେ, କିଛି ସମସ୍ୟା ଭୋଗିଲେ ସିଧାସଳଖ ୫-ଟିଙ୍କୁ ଯୋଗାଯୋଗ କରି ଅଭିଯୋଗ ଜଣାଉଛନ୍ତି ଆଉ ତାହାର ତୁରନ୍ତ ସମାଧାନ ହେଉଛି। ସବୁ ସରକାରୀ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିଛି। ପ୍ରଶାସନିକ ବ୍ୟବସ୍ଥାକୁ ଚଳଚଞ୍ଚଳ କରିଛି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ୫-ଟିଙ୍କୁ ସମ୍ବୋଧିତ କରୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଏହା କେତେ ଜରୁରୀ ଏଥିରୁ ବୁଝା ପଡୁଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ପ୍ରଶାସନ ଓ ଲୋକସେବା କ୍ଷେତ୍ରରେ ‘୫-ଟି’ର ଭୂମିକା ବିତର୍କରୁ ଊର୍ଦ୍ଧ୍ବରେ ଏ କଥା ପ୍ରତ୍ୟେକ ଅନୁଭବ କରି ସାରିଛନ୍ତି। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡ଼ିୟମ ନିର୍ମାଣ, ଧାର୍ଯ୍ୟ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଅର୍ଥନୈତିକ କରିଡ଼ର ନିର୍ମାଣ ସମ୍ପୂର୍ଣ୍ଣ ‘୫-ଟି’ ଉପକ୍ରମର ଶ୍ରେଷ୍ଠ ଉଦାହରଣ। ଅନୁରୂପ ଭାବରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣକରଣ, ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ଆଦି ‘୫-ଟି’ ଉପକ୍ରମ ଦ୍ୱାରା ସମ୍ଭବ ହୋଇ ପାରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯାଇ ପ୍ରଶାସନରେ ସ୍ୱଚ୍ଛତା ଅଣାଯିବା କ୍ଷେତ୍ରରେ ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ସାରା ଦେଶ ପ୍ରଶଂସା କରିଛି।

ମାତ୍ର ୩୦ ମାସ ମଧ୍ୟରେ ୧୮୦ରୁ ଊର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ଦେଶ ପାଇଁ ଉଦାହରଣୀୟ ହୋଇ ପାରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ ବିକ୍ରମଦେବ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ଗୋଶାଳା, ଉପକୂଳ ଓଡ଼ିଶାରେ ବିଭିନ୍ନ ଧାର୍ମିକ ପୀଠର ବିକାଶ ଠାରୁ ଆରମ୍ଭ କରି ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଇ, ବରଗଡ଼ ଓ ବଲାଙ୍ଗୀରର ନୃସିଂହନାଥ, ସୁନ୍ଦରଗଡ଼ ଜିଲ୍ଲାର ଘୋଘର ଓ ବାଣେଶ୍ୱର ମନ୍ଦିରର ରୂପାନ୍ତରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ‘୫-ଟି’ ଉପକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ମତାମତ ଏଥିରେ ସଂଗ୍ରହ ହୋଇଛି। ସାମଗ୍ରିକ ଦୃଷ୍ଟିରୁ ସମସ୍ତ ବିଭାଗର ୯୪.୯ ପ୍ରତିଶତ ଫିଡ୍‌‌ବ୍ୟାକ୍‌‌ ଉଲ୍ଲେଖନୀୟ ରହିଛି।

ଜନକୈନ୍ଦ୍ରିକ ପ୍ରଶାସନର ଉଦ୍ଦେଶ୍ୟ ସାଧନ କରୁଛି ‘୫-ଟି’ : ୨୦୨୩ରୁ ଅନ୍‌‌ଲାଇନ୍‌‌ରେ ସବୁ ସେବା
ଭୁବନେଶ୍ୱର: ରାଜ୍ୟବାସୀଙ୍କ ଦୁଆରେ ଠିକ୍‌‌ ସମୟରେ ଏବଂ ବିନା ସମସ୍ୟାରେ ସବୁ ପ୍ରକାର ସରକାରୀ ସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌ କାର୍ଯ୍ୟକାରୀ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦ୍ଦେଶକୁ ବାସ୍ତବ ରୂପ ଦେଉଛି ‘୫-ଟି’ ଉପକ୍ରମ। ଲୋକାଭିମୁଖୀ ପ୍ରଶାସନର ଉଦ୍ଦେଶ୍ୟ ସାଧନ ଦିଗରେ ଏହା ନୂଆ ଦିଗନ୍ତ ଉନ୍ମୋଚନ କରୁଛି। ଏବେ ସୁଦ୍ଧା ୩୧ଟି ସରକାରୀ ବିଭାଗର ୪୦୦ରୁ ଅଧିକ ସେବା ଅନ୍‌‌ଲାଇନ୍‌‌ରେ ସାମିଲ ହୋଇ ସାରିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ସବୁ ବିଭାଗର ସମସ୍ତ ସେବା ଅନଲାଇନ୍‌‌ରେ ଉପଲବ୍ଧ କରାଯିବ।

ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌‌ ସେଣ୍ଟର (ଓକାକ୍‌‌) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପ୍ରତି ଅଫଲାଇନ୍‌‌ରେ ମିଳୁଥିବା ସରକାରୀ ସେବା ଅନ୍‌‌ଲାଇନ୍‌‌ ପରିଧି ମଧ୍ୟକୁ ଆସିବ। ତେବେ ଏହା ପୂର୍ବରୁ ଅନ୍‌‌ଲାଇନରେ ସାମିଲ ହେବାକୁ ଥିବା ସେବା ଗୁଡିକ ସମ୍ପର୍କରେ ଓକାକ୍‌‌ ନିକଟରେ ତାଲିକା ଦାଖଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ କହିଛି। ଅପରପକ୍ଷେ ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମ ଅଧୀନରେ ଅନ୍‌‌ଲାଇନ୍‌‌ ସେବାର ଅଗ୍ରଗତି ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସବୁ ବିଭାଗରୁ ରିପୋର୍ଟ ମଗାଯାଇଛି। ୫-ଟି ଉପକ୍ରମର ଏହି ବିଭାଗ ହେଉଛି ନୋଡ଼ାଲ ବିଭାଗ।

୨୦୧୩ ଜାନୁଆରୀ ମାସରୁ ରାଜ୍ୟ ସରକାର ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌-୨୦୧୨ (ଓଆରଟିପିଏସ୍‌‌ଏ) କାର୍ଯ୍ୟକାରୀ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜନତାଙ୍କୁ ସରକାରୀ ସେବା ପ୍ରଦାନ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। ଏହି ଆଇନ୍‌‌ ଅଧୀନରେ ଏବେ ସୁଦ୍ଧା ୩୧ଟି ବିଭାଗର ସମୁଦାୟ ୪୧୬ ପ୍ରକାର ସେବା ଅନ୍‌‌ଲାଇନ୍‌‌ରେ ଉପଲବ୍ଧ ହୋଇ ସାରିଛି। ଅର୍ଥାତ୍‌‌ ଏସବୁ କାମ ପାଇଁ ଲୋକଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟଳୟ ଧାଇଁବାକୁ ପଡୁ ନାହିଁ। ଏହା କର୍ମଚାରୀଙ୍କ ଉପରେ ଚାପ ହ୍ରାସ କରୁଛି, ସମୟ ଏବଂ ଅର୍ଥର ଅପଚୟକୁ ରୋକିବାରେ ସଫଳ ହେଉଛି। ତେଣୁ ଯଥାଶୀଘ୍ର ଅବଶିଷ୍ଟ ସେବାକୁ ଅନ୍‌‌ଲାଇନ୍‌‌ରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦ ସମସ୍ତ ଖର୍ଚ୍ଚ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ବହନ କରିବ।

ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଦୂରତା ଦୂର କରିବା ସହିତ ଗୁଣାତ୍ମକ ସରକାରୀ ସେବା ପ୍ରଦାନ ଲକ୍ଷ୍ୟରେ ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ସମଗ୍ର ଦେଶରେ ଏପରି କାର୍ଯ୍ୟକ୍ରମ ଥିଲା ପ୍ରଥମ। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ମାଲିକ ଏବଂ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ ଲୋକଙ୍କୁ ଗୁଣାତ୍ମକ ଏବଂ ସମୟୋଚିତ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ମୋ ସରକାର ବ୍ୟବସ୍ଥା ଏଥିରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଆଉ ୫-ଟି ମଡେଲ୍‌‌ ଆଧାରିତ ସରକାରୀ କାର୍ଯ୍ୟାଳୟ ଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପରଠାରୁ ସରକାରୀ ସେବା ପ୍ରଦାନ ବ୍ୟବସ୍ଥାରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ। ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ସୁଯୋଗ, ଆଇନ୍‌‌ ଶୃଙ୍ଖଳା, ରାଜସ୍ୱ, ପରିବହନ, ସମବାୟ, କୃଷି, ଶିଳ୍ପ, ପାନୀୟ ଜଳ, ପୌର ପ୍ରଶାସନ ଭଳି ବିଭାଗର ଅନେକ ପ୍ରକାର ସେବା କେବଳ ଗୋଟିଏ କ୍ଲିକ୍‌‌ରେ ମିଳୁଛି।

ସରକାରୀ ନିଯୁକ୍ତିର ଦ୍ରୁତଗତି : ବର୍ଷକରେ ପୂରଣ ହୋଇଛି ୨୦ ହଜାର ପଦବୀ, ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ‘୫-ଟି’
ଭୁବନେଶ୍ୱର : ଗୋଟିଏ ପଟେ କୃଷି ଓ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସରକାରୀ ନିଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ମାତ୍ର ବର୍ଷକ ମଧ୍ୟରେ ଖାଲିଥିବା ପ୍ରାୟ ୨୦ ହଜାର ବିଭିନ୍ନ ପଦବୀ ପୂରଣ କରାଯାଇଛି। ଆସନ୍ତା ୧୪ ତାରିଖରେ ସମବାୟ ବିଭାଗରେ ୪୫୦ ଜଣ ବ୍ୟାଙ୍କିଙ୍ଗ୍‌‌ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ସେମାନଙ୍କୁ ସେଣ୍ଟ୍ରାଲ କୋଅପରେଟିଭ୍‌‌ ବ୍ୟାଙ୍କରେ ନିୟୋଜିତ କରାଯିବ। କୌଣସି ପ୍ରତିକୂଳ ପରିସ୍ଥିତି ବେକାରୀ ସମସ୍ୟା ଦୂର କରିବାର ପ୍ରତିବଦ୍ଧତାକୁ ପ୍ରଭାବିତ କରିପାରିନାହିଁ; ବରଂ ସରକାରୀ ନିଯୁକ୍ତି ଗାଡ଼ି ଦ୍ରୁତ ଗତିରେ ଚାଲିଛି।

ଗତ କାଲି ସ୍ୱାସ୍ଥ୍ୟ ବିଭାଗରେ ୧୪୩ ଜଣ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଗଷ୍ଟ ୧୯ ତାରିଖ ଦିନ ରାଜ୍ୟ ସରକାର ୫୫୦ ଜଣ ଲ୍ୟାବ୍‌‌ ଟେକ୍ନିସିଆନ୍‌‌ଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପ୍ରଦାନ କରିଥିଲେ। ଅଗଷ୍ଟ ୩୦ ତାରିଖରେ ୨୭୪ ଜଣ ଅଧ୍ୟାପକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଉକ୍ତ ଦିନ ୩୫ ଜଣ ସହକାରୀ ପରିବେଶ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସେହିପରି ସେପ୍ଟେମ୍ବର ୮ ତାରିଖରେ ୧୪୭ ଜଣ କମନ୍‌‌ କ୍ୟାଡର୍‌‌ ଅଡିଟର୍‌‌ ଅର୍ଥ ବିଭାଗରେ ନିଯୁକ୍ତି ପାଇଥିବା ବେଳେ ୯ ତାରିଖରେ ୧୮୪ ଜଣ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ କୃଷି ବିଭାଗରେ ନିଯୁକ୍ତି ଦିଆଯାଇ ଥିଲା। ଅଗଷ୍ଟ ୨୫ ତାରିଖ ଦିନ ୩୩୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ଜୁନିଅର ଲାଇବ୍ରେରିଆନ୍‌‌ ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧୭ ତାରିଖ ଦିନ ୩୦ ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ୍‌‌ ଇଞ୍ଜିନିୟର ଶକ୍ତି ବିଭାଗରେ କର୍ମନିଯୁକ୍ତି ପାଇଥିଲେ। ୨୦୨୧ ଜୁଲାଇ ୧ ତାରିଖ ଦିନ ୫୬ ଜଣ ଇକୋନୋମିକ୍‌‌ ଇନଭେଷ୍ଟିଗେଟର ଯୋଜନା ଓ ସଂଯୋଜନ ବିଭାଗରେ ନିଯୁକ୍ତି ପାଇଥିଲେ। ଜୁନ୍‌‌ ୨୬ ତାରିଖ ଦିନ ୩୯ ଜଣ କ୍ରୀଡ଼ାବିତ୍‌‌ଙ୍କୁ ରାଜ୍ୟ ସରକାର ପୁଲିସ ବିଭାଗରେ ଚାକିରି ପାଇଥିଲେ। ଗତବର୍ଷ ଡିେସେମ୍ବର ମାସରେ ୬ହଜାର ୩୧ ଏବଂ ଚଳିତ ବର୍ଷ ଅଗଷ୍ଟ ମାସରେ ୬ହଜାର ୯ଶହ ଶିକ୍ଷକ ନିଯୁକ୍ତି ପାଇଥିଲେ। ଆଦର୍ଶ ବିଦ୍ୟାଳୟରେ ୧୭୪୯ ଶିକ୍ଷକ ନିଯୁକ୍ତି ପାଇଥିଲେ। ଏଥି ସହ ଦୁଇଟି ପର୍ଯ୍ୟାୟରେ ୧୨୭୨ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରଠାରୁ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେବେ ଏଥିରେ ସମସ୍ୟା ରହିଥିଲା ମାନବସମ୍ବଳର ଅଭାବ। ତେଣୁ ରାଜ୍ୟବାସୀଙ୍କ ନିକଟରେ ସରକାରୀ ସେବା ଓ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ ଚୟନ ଆୟୋଗ, ଓଡ଼ିଶା ସେବା ଚୟନ ବୋର୍ଡର ଦାୟିତ୍ୱ ମଧ୍ୟ ବହୁତ ବଢ଼଼ି ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ପଦବୀ ପୂରଣ ନୁହେଁ, ପୂରା ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ପାରଦର୍ଶୀ ହେବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।

ନିଯୁକ୍ତି ପାଉଥିବା ପ୍ରାର୍ଥୀମାନେ ନିଯୁକ୍ତି ସମାରୋହରେ ଏହାକୁ ସ୍ୱିକାର କରିବା ସହିତ ‘୫-ଟି’ ଉପକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ସରକାରୀ ବିଭାଗରେ ଦକ୍ଷତା ବଳରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇ ପାରୁଛି। ‘୫-ଟି’ ଉପକ୍ରମର ଅନୁପାଳନ ସ୍ୱରୂପ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସରକାରୀ ବିଭାଗରେ ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସବୁ ବିଭାଗ ନିୟମିତ ଭାବେ ନିଜର ଖ।।ଲି ପଦବୀ ସମ୍ପର୍କରେ ସରକାରଙ୍କୁ ଅବଗତ କରୁଛନ୍ତି ଏବଂ ସମୀକ୍ଷା ପରେ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାର ବହୁ ସଂଖ୍ୟକ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଫଳରେ ସରକାରୀ ବିଭାଗ ଉପରେ ଦାୟିତ୍ୱ ବହୁ ଗୁଣରେ ବଢ଼଼ିଛି। ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ହେଉଛି କର୍ମଚାରୀଙ୍କର। ଦକ୍ଷ ମାନବସମ୍ବଳର ଅଭାବ ବହୁ ଗୁଣରେ ଦୂର ହୋଇଥିବାରୁ ସରକାରୀ କାର୍ଯ୍ୟକ୍ରମର ସୁଫଳ ପହଞ୍ଚିବା ତ୍ୱରାନ୍ୱିତ ହୋଇପାରିଛି।

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ: ବିଦା ହେଲେ ଆଉ ୬ ଅଧିକାରୀ
ଭୁବନେଶ୍ୱର: ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସମେତ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ରହିଛନ୍ତି । ଏମାନଙ୍କ ମଧ୍ୟରୁ ସରୋଜ କୁମାର ଦାସଙ୍କ କାର୍ୟ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ୟ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ୟ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ଜନସ୍ୱାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଦୟାନିଧି ସାମଲଙ୍କ କାର୍ଯ୍ଯ କଳାପ ମଧ୍ୟ ସନ୍ତୋଷଜନକ ନୁହେଁ । ତାଙ୍କର କାର୍ଯ୍ଯ କଳାପ ଜଣେ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କ କାର୍ୟ୍ୟର ପରିପନ୍ଥୀ ଓ ଜନସ୍ୱାର୍ଥ ବିରୋଧୀ । ଏହା ସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏକଜିକ୍ୟୁଟିଭ୍ ଇଞ୍ଜିନିୟର କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ । ତାଙ୍କର କାର୍ୟ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୋଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ଜିଲ୍ଲା ପୋଲିସ ଇନ୍‌ସପେକ୍ଟର ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନୂଆପଡ଼ା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍‌କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ। ସେ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଅଭିଯୋଗ ରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।

ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ: କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ
ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି। ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ (ଭେରି ନାଇସ୍) ହୋଇଛି । କ୍ଲାସରୁମରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ।

ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମତାମତ ମଧ୍ୟ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ଯାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।

୧୩ ଜିଲ୍ଲାରେ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟକୁ ଦେଶର ନୂଆ ମ୍ୟାନୁଫାକଚରିଂ ହବ୍ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର। ଏବେ ଓଡ଼ିଶା ନିଯୁକ୍ତି ଓ ନିବେଶକଙ୍କ ପାଇଁ ଏକ ଉତମ ବିକଳ୍ପ ସାଜିଛି । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୩ ଟି ଜିଲ୍ଲାରେ ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରାୟ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ନିବେଶ ସହ ୨ହଜାର ୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।

Hon'ble CM Sri Naveen Patnaik will inaugurate and lay foundation stone for 17 new industrial projects across 13 districts today. These projects are worth investment of Rs 999.9 crore with potential employment for 2387 people. #InvestInOdisha #MakeInOdisha #5Ts #Odisha pic.twitter.com/RIt0ErsFo2

— I & PR Department, Odisha (@IPR_Odisha) November 30, 2021

ରାଜ୍ୟ ସରକାରଙ୍କ ଫାଇଭି ଟି ଯୋଜନାର ସଫଳ ରୂପାୟନରେ ଯୋଡ଼ି ହୋଯାଇଛି ଆଉ ଏକ ଫର୍ଦ୍ଦ । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରାଯାଉଛି । ‘ମେକ୍ ଇନ୍ ଓଡିଶା’ ଅନ୍ତର୍ଗତ ଏହି ସବୁ ପ୍ରକଳ୍ପ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ୨ ହଜାର ୩ ଶହରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ ଶିଳ୍ପ ପ୍ରକଳ୍ପ ପାଇଁ ୯୯୯ .୯୯ କୋଟି ଟଙ୍କା ବିନିଯୋଗ କରାଯାଇଛି । ବରଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ସ୍ଥାନରେ କିଛିି ପ୍ରକଳ୍ପ ଉଦଘାଟନ ହେବା କାର୍ଯ୍ୟକ୍ରମ ରହିଛି । ଏହା ସହ ଗଜପତି, କଟକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଂଜ ଓ ଯାଜପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ୟ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।

ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ତା । 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳିବାରେ ଲାଗିଛି ହାଇସ୍କୁଲର ଚେହେରା, ପରିବର୍ତ୍ତିତ ହୋଇଚାଲିଛି କ୍ୟାମ୍ପସର ନକ୍ସା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ା । ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍‍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍‍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ଆଜି ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଆଜି ବୌଦ୍ଧ ଜିଲ୍ଲାର ୧୦ ହାଇସ୍କୁଲ୍, ସୋନପୁରର ୧୧ ହାଇସ୍କୁଲ୍, ଭଦ୍ରକର ୧୭ ହାଇସ୍କୁଲ୍, କେନ୍ଦୁଝର ଜିଲ୍ଲାର ୧୦୦ ହାଇସ୍କୁଲ ହେବ ରୂପାନ୍ତରଣ । ପ୍ରତି ପିଲାଙ୍କ ଭିତରେ ରହିଛି ବିପୁଳ ସମ୍ଭାବନା । ସେ ପ୍ରତିଭା ଓ ସମ୍ଭାବନା ପୂର୍ଣ୍ଣପ୍ରାଣରେ ବିକଶିତ ହେଉ ଏହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।