President Ram Nath Kovind - The Sakala
ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ କାଳୀନ ଅଭିଭାଷଣ । ଶେଷଥର ପାଇଁ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାମନାଥ କୋବିନ୍ଦ । ବିଦାୟୀ ଭାଷଣରେ କହିଛନ୍ତି, ଆଜି ମୋର କାର୍ଯ୍ଯକାଳ ସରୁଛି, ଦେଶବାସୀଙ୍କ ପାଖରେ କୃତଜ୍ଞ । ଏହି ଅବସରରେ ସେ କହିଛନ୍ତି ନିଷ୍ଠାବାନ ନାଗରିକ ବାସ୍ତବରେ ଦେଶ ନିର୍ମାଣ କରୁଛନ୍ତି। ଆମ ସୈନିକମାନଙ୍କ ଦେଶପ୍ରେମ ଅତୁଟ ରହିଛି । ସେମାନଙ୍କ ବଳିଦାନ ପାଇଁ ଦେଶବାସୀ ସୁରକ୍ଷିତ ଅଛନ୍ତି । ନିଜ ସମ୍ବୋଧନରେ ଶ୍ରୀ କୋବିନ୍ଦ କହିଛନ୍ତି, ଏତେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ସବୁ ଦେଶବାସୀଙ୍କୁ କୃତଜ୍ଞ।
ମୋ କାର୍ଯ୍ଯକାଳ ସମୟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଏବଂ ଆଜିଦି କି ଅମୃତ ମହୋତ୍ସବ ଅନ୍ୟତମ । ମୁଁ ଏହି ଦୁଇ ଐତିହାସିକ ଅବସର ସହ ସମ୍ବନ୍ଧିତ ଅତ୍ୟନ୍ତ ପ୍ରଭାବଶାଳୀ ଆୟୋଜନ ପାଇଁ ଦେଶର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଦେଉଛି । ଡାକ୍ତର ରାଜେନ୍ଦ୍ର ପ୍ରସାଦ, ରାଧାକୃଷ୍ଣନ ଏବଂ ଡା. ଅବଦୁଲ କାଲାମ ଭଲି ମହାନ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ହୋଇଥିବାରୁ ପଦରେ ରହିବା ସମୟରେ ସବୁବେଳେ ସଚେତନ ରହିଥିଲି । ବାବା ସାହେବ ସାମାଜିକ ଗଣତନ୍ତ୍ରର କଥା କହିଥିଲେ ।
ଭାରତର ଗଣତନ୍ତ୍ର ସବୁଠୁ ଅନନ୍ୟ । ମୁଁ ଏକ ସାଧାରଣ ପରିବାରରୁ ହୋଇଥିଲେ ମଧ୍ୟ ଦେଶର ରାଷ୍ଟ୍ରପତି ଭାବେ ଆଜି ସମ୍ବୋଧିତ କରୁଛି । ଭାରତୀୟ ଗଣତନ୍ତ୍ର ପ୍ରତ୍ୟେକ ବ୍ୟକ୍ତିକୁ ସୁଯୋଗ ଦେଇଥାଏ । ଏହିସମୟରେ ନିଜ ପୈତୃକ ଗାଁ କଥା ମଧ୍ୟ ମନେପକାଇଥିଲେ ଶ୍ରୀ କୋବିନ୍ଦ । କହିଥିଲେ, ରାଷ୍ଟ୍ରପତି କାର୍ୟ୍ୟକାଳ ସମୟରେ ନିଜ ପୈତୃକ ଗାଁକୁ ଗସ୍ତ କରିବା ଏବଂ ମୋର କାନପୁର ସ୍କୁଲରେ ବୟୋଜଷ୍ଠ ଶିକ୍ଷକଙ୍କ ଆଶୀର୍ବାଦ ନେବା ପାଇଁ ସେମାନଙ୍କ ପାଦ ଛୁଇଁବା ସବୁବେଳେ ମୋ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ରହିବ । ମୋ କାର୍ଯ୍ଯକାଳ ସମୟରେ ସମସ୍ତଙ୍କ ସହଯୋଗ ମିଳିଛି ।
ମୋ କାର୍ଯ୍ଯକାଳ ସମୟରେ ଅନେକ ପ୍ରତିଭାଙ୍କୁ ଭେଟିଛି । ମୋ ପିଲା ଜୀବନ ମାଟିଘରେ କଟିଛି । ମୁଁ ପିଲାଦିନୁ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲି । ଦେଶ ଗଣତନ୍ତ୍ରର ରାସ୍ତାରେ ଆଗକୁ ବଢ଼ୁଛି । ଭାରତର ଗଣତନ୍ତ୍ର ସମସ୍ତଙ୍କୁ ସୁଯୋଗ ଦେଇଛି । ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିବା ଦରକାର । ଗାଁ ସଂସ୍କୃତିକୁ କେହି ନଭୁଲିବା ଆବଶ୍ୟକ । ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀ ସୁଦ୍ଧା ତାଙ୍କର କାର୍ୟ୍ୟକାଳ ସମାପ୍ତ ହେବାକୁ ଯାଉଛି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ପୁରୀ:  ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦର୍ଶନ କରିଛନ୍ତି । ପ୍ରଥମେ ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯାଇଥିଲା। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିର ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ନୀଳଚକ୍ରରେ ରାଷ୍ଟ୍ରପତିଙ୍କ ଶୁଭ ମନାସୀ ପତିତପାବନ ବାନା ବନ୍ଧା ହୋଇଛି। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ ।
ସୂଚନା ଅନୁଯାୟୀ, ପୁରୀ ରାଜ ଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ। ଦିନ ୧୦ଟା ୩୫ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡୀୟ ମଠକୁ ଯାଇ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବେ। ଏହାପରେ ରବିବାର ଦିନ ୧୧ଟାରୁ ୧୨ଟା ପର୍ଯ୍ଯନ୍ତ ଶରଧାବାଲିରେ ହେବାକୁ ଥିବା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଉଦ୍‌ବୋଧନ ଦେବେ। ଦିନ ୧୨ଟା ୫ରେ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ବର ଅଭିମୁଖେ ଯିବା କାର୍ୟ୍ୟକ୍ରମ ରହିଛି। ଶ୍ରୀ କୋବିନ୍ଦଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରିବେ । ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହିବେ ।
ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର କାରକେଡରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ରାତ୍ରୀଯାପନ ପରେ ୨୦ ତାରିଖ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ସେଠାରୁ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡିୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।
ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇଲେ ପ୍ରମୋଦ ଭଗତ, ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଏହି ପୁରସ୍କାର ପାଇଛନ୍ତି। ଏହା ପୂର୍ବରୁ ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା।
President Ram Nath Kovind confers Major Dhyan Chand Khel Ratna Award 2021 on Pramod Bhagat (para-badminton), Mithali Raj (cricket), Sunil Chhetri (football), and Manpreet Singh (hockey) in New Delhi pic.twitter.com/VvabvEtep9
— ANI (@ANI) November 13, 2021
ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକାସଙ୍ଗେ ୧୨ ଜଣଙ୍କୁ ମିଳିଛି ଖେଳରତ୍ନ ପୁରସ୍କାର ।ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକାସଙ୍ଗେ ୧୨ ଜଣଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର ।ଖେଳରତ୍ନ ପାଇଥିବା ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ଓ ହକି ଖେଳାଳି ମନପ୍ରୀତ ସିଂ ।
Olympian Neeraj Chopra receives Major Dhyan Chand Khel Ratna Award from President Ram Nath Kovind at Rashtrapati Bhavan in New Delhi pic.twitter.com/eacGZNOB34
— ANI (@ANI) November 13, 2021
ସେହିପରି ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ପ୍ରମୋଦଙ୍କ ବ୍ୟତୀତ ଚଳିତ ବର୍ଷ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଏହାଛଡ଼ା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।
LIVE: President Kovind presents National Sports Awards 2021 at Rashtrapati Bhavan https://t.co/Tseh3ckW11
— President of India (@rashtrapatibhvn) November 13, 2021