COVID19 Vaccination - The Sakala

୨୪ ଘଣ୍ଟା ମଧ୍ୟରେ ୧୦ ଡୋଜ୍ କରୋନା ଟିକା ନେଲେ ଜଣେ ବ୍ୟକ୍ତି
ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କୁହାଯାଉଛି। କାରଣ ସେ ଅନ୍ୟ ଲୋକଙ୍କ ତରଫରୁ ଟିକା ନେଇଥିଲେ । ଯେଉଁଥିପାଇଁ ସେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ଲଗାଇଥିଲେ | ଏଥିପାଇଁ ତାଙ୍କୁ ଉକ୍ତ ଲୋକଙ୍କ ଠାରୁ ଟଙ୍କା ମିଳିଥିଲା । ନ୍ୟୁଜିଲ୍ୟାଣ୍ଡରେ ଟିକା ଲଗାଇବାକୁ ପରିଚୟ ପ୍ରମାଣ ପତ୍ର ଦେଖାଇବାକୁ ପଡ଼େ ନାହିଁ ।

ଅଧିକାରୀମାନେ କହିଛନ୍ତି ଯେ ଟିକାକରଣର ଅତ୍ୟଧିକ ଡୋଜ୍ ମାମଲା ସମ୍ପର୍କରେ ସେମାନେ ସୂଚନା ପାଇଛନ୍ତି ଏବଂ ଏହାକୁ ଗୁରୁତର ସହ ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ କାର୍ଯ୍ୟକ୍ରମର ଗ୍ରୁପ୍ ମ୍ୟାନେଜର ଆଷ୍ଟ୍ରିଡ କର୍ନିଫ କହିଛନ୍ତି ଯେ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଏବଂ ଆମେ ଅନେକ ଏଜେନ୍ସି (ନ୍ୟୁଜିଲ୍ୟାଣ୍ଡ ଟିକାକରଣ କେନ୍ଦ୍ର) ସହିତ ଏନେଇ ଯାଞ୍ଚ୍ କରୁଛୁ। ଟିକାର ଏକାଧିକ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଯଦି କେହି ଜାଣନ୍ତି, ତେବେ ତାଙ୍କୁ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖା କରିବାକୁ ପରାମର୍ଶ ନେବାକୁ ଜନସାଧାରଣଙ୍କୁ ଆମେ ଅପିଲ କରିଛୁ ‌।

ମନ୍ତ୍ରଣାଳୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ଯେଉଁଠି ଏକାଧିକ ଟିକା ନେଇଛନ୍ତି, ତା’ର ତଥ୍ୟ ଉପଲବ୍ଧ ନାହିଁ। ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ ପ୍ରାଥମିକ ତଥ୍ୟ (ଭ୍ୟାକ୍ସିନ୍ ଓଭରଡୋଜର ସାଇଡ୍ ଇଫେକ୍ଟସ୍) ଆଧାରରେ ଏହି ଟିକା ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ | କିନ୍ତୁ ଏକାଧିକ ଟିକା ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ | ତେବେ ଏହା ଶରୀର ପାଇଁ କ’ଣ କ୍ଷତି ପହଞ୍ଚାଇପାରେ ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ। କିନ୍ତୁ ଏହା ପ୍ରକୃତରେ ନିରାପଦ ନୁହେଁ ଏବଂ ସେହି ବ୍ୟକ୍ତି (୧୦ ଡୋଜ୍ ନେଇଥିବା) ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିପାରେ ।

ଓଡ଼ିଶାରେ ୪କୋଟି ଟପିଲା କରୋନା ଟିକାକରଣ, ଟୁଇଟ କରି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଆଜି ସୁଦ୍ଧା ରାଜ୍ୟରେ ୪କୋଟି ଟପିଛି କରୋନା ଟିକାକକରଣ । ଏନେଇ ଟୁଇଟ କରି ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ଶହରୁ ୨୪ଶହକୁ ବୃଦ୍ଧି କରାଯାଇଛି ଏବଂ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ମଧ୍ୟ ଟିକା ଦିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Happy to share that Odisha has crossed a new milestone by completing 4 Crore #COVID19Vaccination.

All thanks to the combined efforts of the Health team and the people of #Odisha. #OdishaCares @CMO_Odisha @nhmodisha

— H & FW Dept Odisha (@HFWOdisha) November 12, 2021

ଯେଉଁ ଗାଁରେ ଶହେରୁ ଅଧିକ ଲୋକ ଟିକା ନେଇନାହାନ୍ତି ସେଠାରେ ଅଧିକ ଟିକା କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ବି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି। ଚଳିତ ମାସ ୨ତାରିଖରୁ ହର୍‌ ଘର କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ ୩୫ପ୍ରତିଶତରୁ ବଢି ୪୦ ପ୍ରତିଶତ ହୋଇଛି। ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୪୧ପ୍ରତିଶତ ଲୋକ ଉଭୟ ଡୋଜ ନେଇସାରିଥିବା କହିଛନ୍ତି ବିଜୟ ମହାପାତ୍ର।

Glad to share that #Odisha crossed yet another significant milestone in the fight against #COVID19 pandemic by administering 4 crore vaccine doses. Commend the hard work and commitment of our healthcare workers in ensuring a swift inoculation to save precious lives. #OdishaCares pic.twitter.com/2BK7HuT7nS

— Naveen Patnaik (@Naveen_Odisha) November 12, 2021

ଟିକାଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ଏହା ବଡ଼ ବିଜୟ ବୋଲି କହିଛନ୍ତି।