Enforcement Directorate - The Sakala

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀ 'ରିଲାଏନ୍ସ ପାୱାର' ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ମୁମ୍ବାଇ ଏବଂ ହାଇଦ୍ରାବାଦରେ ଏହି ଚଢ଼ଉ ଜାରି ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ପ୍ରାୟ ୧୦ରୁ ୧୨ଟି ସ୍ଥାନରେ ଇଡିର ୧୫ଟି ଟିମ୍ ଏକକାଳୀନ ତଲାସି ଅଭିଯାନ ଚଳାଇଛନ୍ତି।

କାହିଁକି ହେଉଛି ଚଢ଼ଉ?

ସୂଚନା ଅନୁସାରେ, ଏହି ଚଢ଼ଉ ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହ ଜଡିତ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି ତଦନ୍ତ କରୁଛି। ରିଲାଏନ୍ସ ପାୱାର ଲିମିଟେଡ୍ ଦ୍ୱାରା ପାଣ୍ଠିର ଅନିୟମିତତା ଏବଂ ଋଣ ଅର୍ଥର ବିପଥଗାମୀ ବ୍ୟବହାର ନେଇ ଅଭିଯୋଗ ରହିଛି, ଯାହାକୁ ଭିତ୍ତି କରି ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଲା

ଏହି ମାମଲାରେ ଅନିଲ ଅମ୍ବାନୀଙ୍କୁ ପୂର୍ବରୁ ଇଡି ଦୁଇଥର ଜେରା କରିସାରିଛି। ନିକଟରେ ଫେବୃଆରୀ ମାସରେ ଇଡି ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ମଧ୍ୟ ଅସ୍ଥାୟୀ ଭାବେ ଜବତ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଡି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଥିବା ବ୍ୟାଙ୍କ ଋଣ ଠକେଇ ମାମଲାର ତଦନ୍ତ କରୁଛି।

କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କଟକ: କଳା ଟଙ୍କାରେ କୁବେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ଼ ଘଟଣା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଲା ବାବୁଙ୍କ କଳା ଚିଠା । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ରେଡ୍ ବେଳେ ନଗଦ ୪ କୋଟି ୨୭ ଲକ୍ଷ ଜବତ ପରେ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ୭ ଦିନିଆ ରିମାଣ୍ଡ ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ବାବୁଙ୍କ ଘରୁ ମିଳିଥିଲା ନଗଦ ୪ କୋଟି ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ।

ବିନା ଅନୁମତିରେ ଦେଶ ଛାଡ଼ିବେନି ଅନିଲ ଅମ୍ବାନୀ; ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ
ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ସୁପ୍ରିମକୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଯେ କୋର୍ଟଙ୍କ ଅନୁମତି ବିନା ସେ ଦେଶ ବାହାରକୁ ଯିବେ ନାହିଁ। କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଫେବୃଆରୀ ୨୬ରେ ହାଜର ହେବାକୁ ଇଡିର ନୋଟିସ

ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଇଡି ପକ୍ଷରୁ ପୁଣି ଥରେ ସମନ ଜାରି କରାଯାଇଛି। ପୂର୍ବରୁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇପାରି ନଥିଲେ, ଯାହା ପରେ ତଦନ୍ତକାରୀ ସଂସ୍ଥା ଆସନ୍ତା ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପ୍ରାୟ ୪୦,୦୦୦ କୋଟି ଟଙ୍କାର କଥିତ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

କୋର୍ଟରେ କଣ ହେଲା?

ମାମଲାର ଶୁଣାଣି ସମୟରେ ଆବେଦନକାରୀ ଆଶଙ୍କା ପ୍ରକାଶ କରିଥିଲେ ଯେ ଅନ୍ୟ ଆର୍ଥିକ ଅପରାଧୀଙ୍କ ଭଳି ଅନିଲ ଅମ୍ବାନୀ ମଧ୍ୟ ଦେଶ ଛାଡ଼ି ପଳାଇ ପାରନ୍ତି। ଏହାର ଜବାବରେ ଅମ୍ବାନୀଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ମହକିଲ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିବେ ନାହିଁ। ସୁପ୍ରିମକୋର୍ଟ ଏହି ପ୍ରତିଶ୍ରୁତିକୁ ରେକର୍ଡ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସିବିଆଇ (CBI) ଓ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଅନିଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ମଧ୍ୟ ଇଡି ସମନ କରିଥିଲା, କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହେବା ପାଇଁ ସମୟ ମାଗିଥିଲେ।

ଆଇ-ପ୍ୟାକ୍ (I-PAC) ଚଢ଼ାଉ ବେଳେ ବାଧା: ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଜଡ଼ିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ଉପରେ ଚଢ଼ାଉ ବେଳେ ରାଜ୍ୟ ସରକାର ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଏକ ଅର୍ଥ ହେରଫେର ମାମଲାର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି।

ଇଡି ନିଜ ଆବେଦନରେ ଦର୍ଶାଇଛି ଯେ, ଗୁରୁବାର ଦିନ କୋଲକାତାରେ ଥିବା ଆଇ-ପ୍ୟାକ୍ ମୁଖ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ କରାଯାଉଥିଲା। ଏହି ସମୟରେ ରାଜ୍ୟ ପ୍ରଶାସନ ପକ୍ଷରୁ ତଦନ୍ତକାରୀ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାରେ ବାଧା ଦିଆଯାଇଥିଲା। ଏଭଳି ପଦକ୍ଷେପ ଏଜେନ୍ସିର ସ୍ୱାଧୀନ କାର୍ଯ୍ୟଶୈଳୀ ଏବଂ ଆଇନଗତ ପ୍ରକ୍ରିୟାକୁ ପ୍ରଭାବିତ କରିଛି ବୋଲି ଇଡି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛି। ତେଣୁ ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଅନ୍ୟପକ୍ଷରେ, ଇଡି ସୁପ୍ରିମକୋର୍ଟ ଯିବା ପୂର୍ବରୁ ପଶ୍ଚିମବଙ୍ଗ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ କ୍ୟାଭିଏଟ୍ (Caveat) ଦାଖଲ କରିଛନ୍ତି। ଏଥିରେ ଅନୁରୋଧ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି କୋର୍ଟ ଯେପରି କୌଣସି ନିର୍ଦ୍ଦେଶ ଜାରି ନ କରନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଆଇ-ପ୍ୟାକ୍ ଏକ ବିବୃତ୍ତି ଜାରି କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, "ଗତକାଲି ଇଡି ଅଧିକାରୀମାନେ ଆମ କାର୍ଯ୍ୟାଳୟ ଏବଂ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କରିଥିଲେ, ଯାହା ଏକ ପେଶାଦାର ସଂସ୍ଥା ପାଇଁ ଦୁର୍ଭାଗ୍ୟଜନକ ଦିନ ଥିଲା।" ତଥାପି, ସଂସ୍ଥା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛି ଏବଂ ଆଇନକୁ ସମ୍ମାନ ଜଣାଇ ଭବିଷ୍ୟତରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି ସ୍ପଷ୍ଟ କରିଛି।

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଇଡି ଚଢଉ
ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡି ବିଭାଗ ତରଫରୁ ଏକାସାଙ୍ଗରେ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଓ ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଚଢଉ । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢଉ ଜାରି ରହିଛି । ଏହି ଚଢଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଚଢଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି ।

ଖବର ମୁତାବକ, ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢଉ କରିଛି । ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି ।

ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି । ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି । ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି ଇଡି । କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ବିହାର: ଲାଲୁ ଯାଦବଙ୍କ ପରିବାର ଓ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଯାଦବ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ପାଟନା ଏବଂ ଗାଜିୟାବାଦରେ ଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ଇଡି କାର୍ଯ୍ୟାଳୟରୁ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଭୁଲ ମାର୍ଗରେ ଚାକିରି ଦେଇ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି ଏକାଠି କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନକୁ ଲାଲୁ ପରିବାର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଲାଲୁଙ୍କ ବିରୋଧରେ ଇଡିର ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ ।

ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଦୁଇ ଥର ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଥିବା ସମ୍ପତ୍ତିକୁ ଜବତ କରାଯାଇଥିଲା ।

ଇଡିର ଖୁଲାସା: ଟିକସରୁ ବର୍ତ୍ତିବାକୁ ୬୨,୪୭୬ କୋଟି ଚୀନ୍‌ ପଠାଇଛି ଭିଭୋ
ନୂଆଦିଲ୍ଲୀ(ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି। ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଟିକସ ପଇଠରୁ ବର୍ତ୍ତିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଇଦେଇଥିବା ଇଡି କହିଛି। ଭିଭୋ ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ସ୍ଥାନାନ୍ତର କରିଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ କହିଛି ଯେ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା ସହିତ ସମ୍ବନ୍ଧିତ ୨୩ କମ୍ପାନୀ ବିରୋଧରେ ବୁଧବାର ହୋଇଥିବା ମିଳିତ ତଭଲାସୀ ଅଭିଯାନ ପରେ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ହୋଇ ଥିବା ୪୬୫ କୋଟି ଟଙ୍କା ଜବତ ହୋଇଛି। ଏହାଛଡ଼ା ୭୩ ଲକ୍ଷ ନଗଦ ଟଙ୍କା ଓ ୨ କେଜି ସୁନା ମଧ୍ୟ ଜବତ କରାଯାଇଛି।

ଭିଭୋର ପୂର୍ବତନ ନିର୍ଦ୍ଦେଶକ ବିନ୍‌ ଲାଓ ଭାରତରେ କିଛି କମ୍ପାନୀ କରିବା ପରେ ୨୦୧୮ରେ ଦେଶ ଛାଡ଼ିଥିଲେ। ଏବେ ସେହି କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଏଜେନ୍ସି ନଜର ରଖିଛି। ଭିଭୋ ଇଣ୍ଡିଆର କର୍ମଚାରୀ ତଲାସିବେଳେ ସହଯୋଗ କରି ନ ଥିବା ଇଡି କହିଛି। କର୍ମଚାରୀମାନେ ଚଢ଼ଉ ସମୟରେ ଡିଜିଟାଲ୍‌ ଉପକରଣଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏଜେନ୍ସିର ତଲାସି ଟିମ୍‌ ଏହି ଡିଜିଟାଲ୍‌ ତଥ୍ୟ ହାସଲ କରିବାରେ ସଫଳ ହୋଇଥିବା ଇଡି କହିଛି।

ଟାଟା ନିଯୁକ୍ତି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି ଇଡି
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଛନ୍ତି। ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଛନ୍ତି। ବର୍ତ୍ତମାନ ଇଡି ବେଆଇନ ଅର୍ଥ କାରବାର ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି।

ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା । ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରୁଛି ବୋଲି କୁହାଯାଉଛି। ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି। ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଜମି, ଘର, ସୁନା ଆଦି ଦାମୀ ଜିନିଷ କିଣାକିଣି କରିବାର କାଗଜପତ୍ର ସହ ବ୍ୟାଙ୍କ ପାସ୍ ବୁକ, କ୍ରେଡିଟ ଓ ଡେବିଟ୍ କାର୍ଡ, ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା । ତେବେ ମୋଟ ୮ କୋଟି ଟଙ୍କା ବେଆଇନ ଭାବେ କାରବାର ହୋଇଥିବା ଇଡି ହାତରେ ପ୍ରମାଣ ଲାଗିଥିଲା । ସେଥିରୁ କିଛି ଅର୍ଥ ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସେ କେତେ ନେଇଛନ୍ତି ତାହା ଜଣାପଡ଼ିନଥିଲା । ପୂର୍ବରୁ ଉକ୍ତ ପ୍ରମାଣକୁ ଆଧାର କରି ପ୍ରଥମେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରାଯାଇଥିଲା । ତେବେ ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯିବ ।

ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲା, ଆଜି ଆକାଶ ପାଠକଙ୍କୁ ଜେରା କରିବ ଇଡି
ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମ୍ନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ ପରଠୁ ଆକାଶ ଝାରପଡ଼ା ଜେଲରେ ଅଛନ୍ତି । ଆଜି ଜେଲକୁ ଯାଇ ଇଡି ଟିମ୍ ତାଙ୍କୁ ଚାକିରି ଠକେଇ ମାମଲାରେ ପଚରାଉଚରା କରିବ ।

ଆକାଶ ପାଠକଙ୍କୁ ଜେଲରେ ଜେରା ନେଇ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇଥିଲେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ । ତାଙ୍କ ସହ ପୁଅ ଆକାଶ ପାଠକ ବି ଗିରଫ ହୋଇଥିଲା । ଏହାପରେ ଟାଟାରେ ଚାକିରି ଦେବା ନାଁରେ ଆକାଶ ପାଠକ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ଏବେ ବେଲରେ ଅଛନ୍ତି । ଆକାଶ ପାଠକ କିନ୍ତୁ ଏଯାଏ ଜାମିନରେ ମୁକୁଳି ପାରି ନାହାନ୍ତି । ପୂର୍ବରୁ ଜାମିନରେ ବାହାରିଥିଲେ ଅଭୟକାଣ୍ଡ ପାଠକ ।