panchayat election 2022 - The Sakala

ଆସନ୍ତାକାଲିଠୁ ପଞ୍ଚାୟତସ୍ତରୀୟ ପରୋକ୍ଷ ପରୀକ୍ଷା: ନାଏବ ସରପଞ୍ଚ, ବ୍ଲକ ଓ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପାଇଁ ହେବ ନିର୍ବାଚନ
ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ କାଲିଠାରୁ ପରୋକ୍ଷ ନିର୍ବାଚନ । ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ, ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ଜିଲ୍ଲା ପରିଷଦ ସଭାପତି ପାଇଁ ୧୩ ତାରିଖରେ ନିର୍ବାଚନ । ଯେଉଁ ପଞ୍ଚାୟତରେ ସରପଞ୍ଚ ଓ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେଠାରେ ହେବ ନାଏବ ସରପଞ୍ଚ ନିର୍ବାଚନ।  ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ରହି ପାରିବେ ମହିଳା । ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଦାଖଲ କରିବେ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍‌ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ତେବେ ସବୁ ଦଳର ନଜର ରହିଛି ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ କାହା ଦଖଲକୁ ଯିବ ? କିଏ ହେବେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ତାକୁ ନେଇ ବିଧାୟକମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ୩୧୪ ବ୍ଲକରୁ ବିଜେଡି ସର୍ବାଧିକ ବ୍ଲକ ଦଖଲ କରିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ବିରୋଧୀ ବିଜେପି ଓ କଂଗ୍ରେସ କିଛି ଜାଗାରେ ବ୍ଲକ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ବିଜେଡି ଜିଲ୍ଲା ପରିଷଦରେ ପ୍ରାୟ ସବୁ ଜିଲ୍ଲାରେ କ୍ଲିନ ସୁଇପ୍ କରିଥିବାରୁ ବ୍ଲକ ଗଠନରେ ବିଜେଡିର ଦବଦବା ରହିବ ବୋଲି ଜଣାପଡ଼ୁଛି ।

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨: ପୋଛିନେଲା ବିଜେଡ଼ି, ୮୫୧ ଜିଲ୍ଲା ପରିଷଦ ଜୋନରୁ ୭୬୫ଟି ଜୋନରେ ବିଜୟୀ
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ବୃହତ ବିଜୟ ହୋଇଛି । ସବୁ ଜିଲ୍ଲା ପରିଷଦ ଜୋନରୁ ବିଜେଡିକୁ ବିପୁଳ ସମର୍ଥନ ମିଳିଛି। ମୁଖ୍ଯମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ଯ ତୃଣମୂଳ ସ୍ତରରେ ପହଞ୍ଚିଥିବାରୁ ପୁଣି ଲୋକେ ବିଜେଡିକୁ  ବିଜୟ କରାଇଛନ୍ତି। ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୫ଟି ଜୋନରେ ବିଜୟୀ ହୋଇଛି । ବିଜେପି ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରୀର୍ଥୀ ୭ଟି ଜୋନରେ ଜିତିଛନ୍ତି ।  ୨୨ ଧରି କ୍ଷମତାରେ ଥିବା ଗୋଟିଏ ରାଜନୈତିକ ଦଳ ସପକ୍ଷରେ ଏପରି ଜନସମର୍ଥନ କେବଳ ବିରୋଧୀଙ୍କୁ ନୁହେଁ; ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକିତ କରିଛି।

ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ରହିଛି। ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା। ସେହିପରି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

ଅନ୍ୟପଟେ, ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ପଞ୍ଚାୟତ ନିର୍ବାଚନ: ସରିଲା ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ, ୭୦ ପ୍ରତିଶତ ଭୋଟିଂ
ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ ହୋଇଥିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ହୋଇଛି ମତଦାନ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ଶେଷ ହେବା ସହ ଏବେ ଭୋଟ ଗଣତି ଉପରେ ସମସ୍ତଙ୍କର ନଜର ରହିବ । ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଯାଏଁ ହେବ ଗଣତି ।

କିଛି ସ୍ଥାନରେ ଆଇନଶୃଙ୍ଖଳା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେଣି ୬ ପୁରୁଷ ଓ ୫ ମହିଳା
ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହା ପରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ନିର୍ବାଚନ କର୍ମଚାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲାଗୁଛି ସେହି ଦଫା ଲାଗୁ ବୋଲି ଦାବି ମଧ୍ୟ କରାଯାଇଥିଲା। ସାମ୍ବାଦିକମାନଙ୍କର ଏହି ଦଳ ରାଜ୍ୟ ନିର୍ବାଚନ ଆୟୋଗକୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଦାବି କରିଥିଲେ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ତୁରନ୍ତ ଆକ୍ସନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ।ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ  କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଅଟକ ରଖିଥିଲା ବିଞ୍ଝାରପୁର ପୁଲିସ।

ପଞ୍ଚାୟତ ନିର୍ବାଚନ: ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଲାଣି । ମାତ୍ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ଆସନ୍ତା ୨୩ ତାରିଖରେ ପୁଣିଥରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ମତଦାନ ହୋଇପାରିନଥିଲା । ତେଣୁ ଏହି ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଭୋଟ୍ ପଡିବା ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ।

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଜଡ଼ାମୁଣ୍ଡା ଗାଁରେ ଭୋଟ ବର୍ଜନ: ଖାଲି ଭୋଟ ବାକ୍ସ ସହ ଫେରିଲେ ପୋଲିଙ୍ଗ ପାର୍ଟି
ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗାଇସିଲେଟ ବ୍ଲକରେ ସରି ଥିବା ବେଲେ ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଚଳି ଆସୁଥିବା ବେଳେ ଓଡିଶା ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ସାରିଛନ୍ତି । ଆଦିବାସୀ ବହୁଳ ଗ୍ରାମ ରେ ସମସ୍ତେ ଖଟିଖୁଆ ଦିନ ମଜୁରିଆ ଅଟନ୍ତି। ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଚାଲି ଆସିଥାନ୍ତି। ଏ ପରିକି ଏହା ହାତୀ ଚଲାପଥ ରାସ୍ତା ମଧ୍ୟ ଅଟେ। ଏପରି ପରିସ୍ଥିତିରେ ଲୋକେ ଦିନ ମଜୁରୀ କରିଯିବେ ନା ପିଲାଛୁଆଙ୍କୁ ପାଠ ପଢିଯିବାକୁ ଜଗିବେ। ଏଣୁ  ଗଣଶିକ୍ଷା ବିଭାଗ ତାଙ୍କ ପୂର୍ବ ନିଷ୍ପତିର ପରିବର୍ତନ କରି ପୂର୍ବବତ ସ୍କୁଲକୁ ଚାଲୁ ରଖିବା ପାଇଁ ଗ୍ରାମବାସୀ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଉପ ଜିଲ୍ଲାପାଳଓ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଗରିବ ଆଦିବାସୀ ଛାତ୍ରମାନେ ସମସ୍ତଙ୍କୁ ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ମାତ୍ର  ତାଙ୍କର ଦାବି ଗ୍ରହଣ କରାଯାଇ ନ ଥିବାରୁ ତହିଁର ପ୍ରତିବାଦରେ ଜଡ଼ାମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ ଘୋଷଣା କରିଥିଲେ। ଏପରି ଗ୍ରାମବାସୀ ନିୟମିତ ରୂପେ ଗାଁର ଉଭୟ ମୁଣ୍ଡରେ ଜଗି ରହି କୌଣସି ପ୍ରାର୍ଥୀଙ୍କୁ ନିପର୍ବାଚନ ପ୍ରଚାର ପାଇଁ ଗାଁକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତି ନେଇଥିବାରୁ ନିର୍ବାଚନ କରାଇବା ପାଇଁ ଗାଁକୁ ପୋଲିଙ୍ଗ ପାର୍ଟି ପହଞ୍ଚିବା ପରେ ସମସ୍ୟା ଦେଖା ଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ପୋଲିଙ୍ଗ ପାର୍ଟି ମତଦାନ ପାଇଁ ବୁଥ ଖୋଲିଥିଲେ ମଧ୍ୟ ଆଜି କେହି ଭୋଟ ଦେବାକୁ ବୁଥରେ ପ୍ରବେଶ କରି ନଥିଲେ ।

ସୂଚନା ଯୋଗ୍ୟ ଯେ ଜଡ଼ାମୁଣ୍ଡା ଗାଁର ୬ ନମ୍ବର ବୁଥରେ ୧୧୦ ଜଣ ପୁରୁଷ ଭୋଟର ୧୦୨ ଜଣ ମହିଲା ଭୋଟର ଅଛନ୍ତି । ତନ୍ମଧ୍ୟରୁ କେହି ଭୋଟ ଦେଇ ନଥିବାରୁ ପୋଲିଙ୍ଗ ପାର୍ଟି ଶୂନ୍ୟ ମତଦାନରେ ଖାଲି ବାକ୍ସ ଧରି ପ୍ରତ୍ୟାବର୍ତନ କରିଥିବା ଜଣାପଡ଼ିଛି । ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ।

ସରିଲା ଦ୍ବିତୀୟ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ୭୧ % ହୋଇଛି ମତଦାନ
ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ଶେଷ ହୋଇଛି।  ରାଜ୍ୟରେ ମୋଟ ୭୧ % ମତଦାନ ହୋଇଛି  । ଏହି ପର୍ଯ୍ଯାୟରେ ମୋଟ ୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ରହିଥିଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ମୋଟ ୬୮ଟି ବ୍ଳକର ୧୫୧୪ ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଅଛି ।

ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ଯ ସମ୍ପନ୍ନ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ଯରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏତଦ୍‌ବ୍ୟତୀତ ବାଲଟ ପେପରରେ ତୃଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ ।

ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟରମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ

ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ।

ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପାଇଁ ୨୩ ତାରିଖରେ ମତଦାନ ହେବ । ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ଓ ୨୫ ତାରିଖରେ ଉପସଭାପତି ପାଇଁ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ ସହ ୬ଟି ସରପଞ୍ଚ, ୩ ସମିତି ସଭ୍ୟ ଓ ୧୩ ୱାର୍ଡ ମେମ୍ବର ନିର୍ବାଚନ ରଦ୍ଦ ହୋଇଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ନୂଆପଡ଼ା, ଯାଜପୁର, କଟକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏ ସରପଞ୍ଚ ଓ ବରଗଡ଼ରେ ୨ଟି ସରପଞ୍ଚ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ ବାଲେଶ୍ୱର ଓ ନୂଆପଡ଼ାରେ ଗୋଟିଏ ଲେଖାଏ ଆସନରେ ସମିତି ସଭ୍ୟ ନିର୍ବାଚନ ବାତିଲ୍ ହୋଇଛି ।

ନିର୍ବାଚନ ପରେ ୧୫ ଟଙ୍କା ବଢ଼ିବ ତେଲ ଦର !
ନୂଆଦିଲ୍ଲୀ : ସାଢ଼େ ତିନି ମାସ ହେବ ବଢୁନି କି କମୁନି ତେଲ ଦର। ତେବେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିରେ ଲାଗିଛି ସାମୟିକ ବ୍ରେକ୍‌। ଯଦିବା ଏଥିଯୋଗୁ ଖାଉଟି ଆଶ୍ବସ୍ତ ତେବେ ଏହି ବ୍ରେକ୍ ଆଉ ବେଶୀ ଦିନ ନୁହେଁ। କାରଣ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କାରଣରୁ ନିତି ଦିନ ବଢ଼ିଚାଲୁଥିବା ତେଲ ଦରରେ ଏବେ ଆଉ କୌଣସି ପରିବର୍ତ୍ତନ ହେଉନାହିଁ। ବିଶେଷ କରି ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ଇତି ମଧ୍ୟରେ ରେକର୍ଡ ୯୫ ଡଲାର ଟପିଯାଇଛି। ପୂର୍ବରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦର ଅଳ୍ପ ବହୁତ ବଢ଼ିଲେ ବି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ନିଆଁ ଲାଗିଯାଉଥିଲା।

ଏବେ କିନ୍ତୁ ରାଜ୍ୟଗୁଡିକରେ ଚାଲିଥିବା ନିର୍ବାଚନ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଦର ଯେତେ ବଢ଼ିଲେ ବି ଘରୋଇ ବଜାରରେ କେନ୍ଦ୍ର ସରକାର ଦର ବଢ଼ାଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି। କାରଣ ଏହି ନିର୍ବାଚନୀ ଋତୁରେ ବଜାର ଦର ଜନିତ ମହଙ୍ଗା ମାଡ଼ରେ ତେଲ ଦର ବଢ଼ାଇ ସରକାର ଆଉ ଭୋଟରଙ୍କ ରୋଷ ଶିକାର ହେବାକୁ ଇଚ୍ଛା କରୁନାହାଁନ୍ତି। ରାଜ୍ୟ ନିର୍ବାଚନ ପାଇଁ ବର୍ତ୍ତମାନ ସମୟରେ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦରରେ ହେଉଥିବା ଦୈନିକ ସଂଶୋଧନ ବନ୍ଦ ହୋଇଯାଇଛି। ଏମିତିକି ଦୀପାବଳି ପରଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ବାଚନ ଶେଷ ହେବା ଖାଉଟିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ଆକାରର ଆଉ ଏକ ବଡ଼ ମହଙ୍ଗା ମାଡ଼ ହେବାକୁ ଯାଉଛି।

ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ନିର୍ବାଚନ ପରେ ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ଦର ପିଛା ୧୫ ଟଙ୍କା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ପଟେ ଅଶୋଧୃତ ତୈଳ ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟରେ ପେଟ୍ରୋଲ ଡିଜେଲ ଦର କିନ୍ତୁ ସ୍ଥିର ରହିଛି। ଷାଥେର ପାଇଁ ୨୦୦୮ରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୭୨୭ ଡଲାର ରହିଥିଲା । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ପିଛା ୪୫ ଟଙ୍କା ଉପରେ  ରହିଥିଲା। ବର୍ତ୍ତମାନ ଅଶୋଧ ତୈଳ ମୂଲ୍ୟ ବିଗତ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହାପୂର୍ବରୁ ୨୦୧୪ ରେ ଅଶୋଧ । ତୈଳ ଦର ୯୫ ଡଲାର ଅତିକ୍ରମ କରିଥିଲା। ୨୦୨୧ ଡିସେମ୍ବର ପହିଲାରେ ଅଶୋଧ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୯ ଡଲାର ରହିଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୯୫ ଡଲାରରେ ପହଞ୍ଚିଛି।

ଅର୍ଥାତ୍ ଏହି ଅଢ଼େଇ ମାସ ମଧ୍ୟରେ ଅଶୋଧୃତ ତୈଳ ଦର ୩୭% ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରର ସ୍ତର ଅତିକ୍ରମ କରିବ। ଯଦି ରୁଷ ଯୁକ୍ରେନ୍ ଉପରେ ଆକ୍ରମଣ କରେ, ତେବେ ଅଶୋଧୂତ ତୈଳ ବ୍ୟାରେଲ ପିଛା ୧୦୦ରୁ ୧୨୦ ଡଲାରରେ ପହଞ୍ଚିପାରେ। ବର୍ତ୍ତମାନ ବଜାରରେ ଯେତିକି ଚାହିଦା ରହିଛି ସେହି ଅନୁପାତରେ ଯୋଗାଣ ନାହିଁ, ଯେଉଁଥିପାଇଁ ତୈଳ ଦର ବଢ଼ୁଛି । ବିଶେଷଜ୍ଞଙ୍କ କହିବାନୁସାରେ ବିଗତ ବର୍ଷଗୁଡ଼ିକରେ ଏହା ଦେଖାଦେଇଛି ଯେ, ନିର୍ବାଚନ ସମୟରେ ସରକାର ଜନସାଧାରଣଙ୍କୁ ଖୁସି କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରନ୍ତି ନାହିଁ ।

ଗତ ବର୍ଷର ଧାରା କହୁଛି ଯେ ନିର୍ବାଚନ ଋତୁରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରୁ ଜନସାଧାରଣ ନିସ୍ତାର ପାଇଛନ୍ତି। ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍‌ର ଉପସଭାପତି ନୁଜ ଗୁପ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁପାରେ। ତୈଳ କମ୍ପାନୀଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ସେବେଠାରୁ ଅଶୋଧ ତୈଳ ବ୍ୟାରେଲ ପିଛା ୧୫ ଡଲାରରୁ ଅଧିକ ମହଙ୍ଗା ହୋଇଛି। କେବଳ ଏତିକି ନୁହେଁ, ଭବିଷ୍ୟତରେ ମଧ୍ୟ ଆହୁରି ବଢ଼ିପାରେ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ପଞ୍ଚାୟତ ନିର୍ବାଚନ ୨୦୨୨: ରାତିପାହିଲେ ପ୍ରଥମ ପର୍ଯ୍ଯାୟ ମତଦାନ, ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା
ଭୁବନେଶ୍ୱର: ଆସନ୍ତାକାଲି ହେବକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ଯାୟ ମତଦାନ। ବୁଧବାର ସକାଳ ୭ଟାର ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ଯାୟ ଭୋଟ। ଏ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳାର ସହିିତ ଭୋଟ୍‌ ଗ୍ରହଣ ପାଇଁ ୨୩୫ ପ୍ଲାଟୁନ ପୁଲିସ ମୁତୟନ କରିଛି।

ପ୍ରଥମ ପର୍ଯ୍ଯାୟରେ ମତଦନା ପାଇଁ ୧୮୩୪ ମୋବାଇଲ୍‌ ପେଟ୍ରୋଲିଂ ପାର୍ଟି ମୁତୟନ ହେବେ। ରାଜ୍ୟରେ ୩୩୫୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୧୯ ହଜାର୨୨ଟି ଅଣ ସମ୍ବେଦନଶୀଳ ବୁଥ ରହିଛି। ରାଜ୍ୟ ନିର୍ବାଚନ କମିସନଙ୍କ ଗାଇଡଲାଇନ୍‌ ଓ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ହେଉଛି।

ପ୍ରଥମ ପର୍ଯ୍ଯାୟରେ ମତଦାନ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍‌ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି। ର୍ନିବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଟିକା ଦିଆଯାଇଛି। ଏଥର ପଞ୍ଚାୟତ ର୍ନିବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେଯ ୯୧,୯୧୩ଟି ବୁଥ୍‌ ଭିତରୁ ୧୩, ୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ରହିଛି।

ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‌, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍‌ ଦେବେ। ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ଵାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ।  ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। ସେଗୁଡିକ ହେଲା-

୧-ଆଧାର କାର୍ଡ

୨- ପାସପୋର୍ଟ

୩- ଡ୍ରାଇଭିଂ ଲାଇସେନସ

୪-ସରକାରୀ ,ପିଏସୟୁ କର୍ମଚାରୀଙ୍କୁ ଜାରି କରାଯାଇଥିବା ଫଟୋ ସରକାରୀ ଆଇଡି କାର୍ଡ

୫-ପାସବୁକ୍ ( ପୋଷ୍ଟ ଅଫିସରୁ ଫଟୋ ସହ ଜାରି କରାଯାଇଥିବ)

୬-ପାନ୍ କାର୍ଡ

୭-ମନେରଗା ଜବ୍ କାର୍ଡ

୮-ଫଟୋ ସହ ଭତ୍ତା ପ୍ରମାଣପତ୍ର

୯-ଆରଜିଆଇଙ୍କ ଦ୍ୱାରା ଏନପିଆର ଅଧିନରେ ଜାରି କରାଯାଇଥିବା ସ୍ମାର୍ଟକାର୍ଡ

୧୦- ବିଧାୟକ ଓ ସାଂସଦଙ୍କୁ ଜାରି ହୋଇଥିବା ଆଇଡି କାର୍ଡ

୧୧-ଦିବ୍ୟାଙ୍ଗ ପ୍ରମାଣପତ୍ର

୧୨-ସ୍ୱାଧୀନତା ସଂଗ୍ରାମୀ ଆଇଡି କାର୍ଡ

୧୩- ଭୋଟରଙ୍କ ପରିଚୟ ଦର୍ଶାଉଥିବା ପ୍ରମାଣପତ୍ର ଯାହା ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ଅନୁମୋଦିତ

ହାଟ୍ରିକ ବିଜୟ ଲକ୍ଷ୍ଯରେ ପାତ୍ରପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଅଞ୍ଜନା ଦାସ
ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ୨୬ ନମ୍ବର ଜୋନ ପାତ୍ରପଡା ପଞ୍ଚାୟତର ସରପଞ୍ଚ ଆସନକୁ ବିଜେଡି ସମର୍ଥନରେ ଲଗାତର ଦୁଇଥର ଦଖଲ କରିଥିବା ଅଞ୍ଜନା ଦାସ ଏଥର ପୁଣି ପ୍ରାର୍ଥିନୀ ହେଇ ହାଟ୍ରିକ କରିବା ଲକ୍ଷରେ ରହିଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ଦାସ ଗତ ୨୦୧୨ ଓ ୨୦୧୭ରେ ବିଜେଡି ସମର୍ଥିତ ପ୍ରାର୍ଥିନୀ ହେଇ ବିଜୟୀ ହେଇଥିଲେ।ଏ ଥର ପୁଣି ସେ ହେଟ୍ରିକ କରିବା ଲକ୍ଷ୍ୟରେ ଏହି ପଞ୍ଚାୟତର ସରପଞ୍ଚ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ହେଇଛନ୍ତି। ତାଙ୍କର ସ୍ଥିତି ପଞ୍ଚାୟତରେ ଦୃଢଥିବା ଜଣା ଯାଇଛି। ମତଦାତା ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବା ପରିବର୍ତ୍ତେ ସେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ସେ କହିଛନ୍ତି।ରାଜ୍ୟ ସରକାର ପଞ୍ଚାୟତ ଗୁଡିକର ଉନ୍ନତ୍ତି ଏବଂ ଲୋକଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ ଅନେକ ଜନ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଗୁଡିକ ପଞ୍ଚାୟତ ସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ କରିବାର ଦାୟୀତ୍ୱ ସରପଞ୍ଚଙ୍କ ଉପରେ ରହିଛି। ଜଣେ ସରପଞ୍ଚ ଯଦି ଦକ୍ଷତାର ସହିତ ସରକାରୀ ଯୋଜନାରେ ହିତାଧିକାରୀ ମାନଙ୍କୁ ସାମିଲ କରିପାରେ, ତାହେଲେ ମତଦାତା ତାଙ୍କ ସହିତ ରହିଥାନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି।

ପାତ୍ରପଡା ପଞ୍ଚାୟତର ୧୧ଟି ୱାର୍ଡରେ ବିଗତ ୧୦ବର୍ଷ ମଧ୍ୟରେ ଅନେକ ଜନ ଉନ୍ନୟନ ମୂଳକ କାର୍ଯ୍ୟ ହେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ପୁରୁଣାବାଲେଶ୍ୱର, ପାତ୍ରପଡା, ଗବଗାଁ, ଚକତେନ୍ତୁଳିପୁରା,ତେନ୍ତୁଳିପୁରା ଓ ଚକ ସିମୁଳିଆ ପ୍ରଭୁତି ଗ୍ରାମ ଗୁଡିକୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। କେବଳ ଘିସୁଆଁ ଓ ତିଘିରିଆ ଗ୍ରାମ ଦୁଇଟିକୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇ ନ ଥିବା ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଦାସ କହିଛନ୍ତି। ସେହିଭଳି ପଞ୍ଚାୟତର ସମସ୍ତ ୱାର୍ଡରେ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ ହେଇଛି। ୪ଟି ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ହେଇଛି ।ଜାଗା ସୁବିଧା ହେଇପାରି ନଥିବା ଯୋଙ୍ଗୁ ଅନ୍ୟ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ସ୍ଥାୟୀ ପକ୍କାଘର ନିର୍ମାଣ ହେଇପାରି ନଥିବା ସେ କହିଛନ୍ତି।କେବଳ ୫ନମ୍ବର ୱାର୍ଡ ବ୍ୟତୀତ ଅନ୍ୟ ସବୁ ୱାର୍ଡରେ ଯୁବକ ସଂଘ ଘର ନିର୍ମାଣ କରାଯାଇଛି।ପ୍ରାୟ ୧୪ଶହ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି।ଗତ ଦଶବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଇଛି।ଯେଉଁଥିପାଇଁ ଏଥର ପଞ୍ଚାୟତ ନିର୍ବାଚନାରେ ମତଦାତାଙ୍କ ସହିତ ଯୋଡିବାକୁ ମୋତେ ସହଜ ହେଉଛି ବୋଲି ଶ୍ରୀମତୀ ଦାସ କହିଛନ୍ତି। ଚଳିତ ନିର୍ବାଚନରେ ଜିତିବାକୁ ନେଇ ସେ କୁହନ୍ତି ଅନ୍ୟ ପ୍ରାର୍ଥୀ ଦ୍ୱୟଙ୍କ ଠାରୁ ମୋ ସମର୍ଥନରେ ଅଧିକ ମତଦାତା ଅଛନ୍ତି।ଏଥର ବିଜୟୀ ହେଇ ହେଟ୍ରିକ କରିବା ଆଶା ରଖିଛି।ତେବେ ଜନତା ଜନାର୍ଦ୍ଦନ।ପଞ୍ଚାୟତର ମତଦାତା ଚାହିଁଲେ ମୋ ଆଶା ପୂରଣ ହେବବୋଲି ପୂର୍ବତନ ସରପଞ୍ଚ ତଥା ଏଥର ପାତ୍ରପଡା ପଞ୍ଚାୟତର ସରପଞ୍ଚ ଆସନରେ ଲଢ଼ୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅଞ୍ଜନା ଦାସ ଆମ ପ୍ରତିନିଧିଙ୍କୁ କହିଛନ୍ତି।

ସାବଧାନ ହୋଇଯାଆନ୍ତୁ ନକଲି ଭୋଟର୍; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚେତାବନୀ ଦେଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । ଅଭିଯୋଗ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୋଲିସରେ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।