odisha panchayat election 2022 - The Sakala
ପଞ୍ଚାୟତ ନିର୍ବାଚନ: ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକ ଅନ୍ତର୍ଗତ ୧୬୩ ଜିଲ୍ଲା ପରିଷଦ ଜୋନ୍‍, ୧୨୫୪ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୭,୦୮୯ଟି ବୁଥ୍‍ରେ ଭୋଟ ଗ୍ରହଣ ହେଉଛି। ୧୬୩ଟି ଜୋନ୍‍ରେ ୬୬୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ପର୍ଯ୍ୟାୟରେ ୨୫୬୩ଟି ସମ୍ବେଦନଶୀଳ ବୁଥ୍‍ ରହିଛି। ପୂର୍ବ ପର୍ଯ୍ୟାୟ ଗୁଡ଼ିକରେ ହିଂସାକୁ ଦୃଷ୍ଟିରେ ରଖି ୪ର୍ଥ ପର୍ଯ୍ୟାୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୩ଟି ଜିଲ୍ଲାରେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ୪ର୍ଥ ପର୍ଯ୍ୟାୟରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ନିର୍ବାଚନ ଶେଷ ହେବାକୁ ଯାଉଛି।
ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‍ ମୁଖ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସାରା ରାଜ୍ୟରେ ୨୫୭ ପ୍ଲାଟୁନ୍‍ ଫୋର୍ସ, ୧୪୭୩ ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟର ମୋଟ ୯୧,୦୯୩ ବୁଥ୍‍ ମଧ୍ୟରୁ ୩ ପର୍ଯ୍ୟାୟରେ ୬୧୩୦୦ ବୁଥ୍‍ରେ ନିର୍ବାଚନ ସରିଯାଇଛି। ୫ଟି ପୁଲିସ୍‍ ଜିଲ୍ଲାରେ ମତଦାନ ପୂର୍ଣ୍ଣରୂପେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ଦେଓଗଡ଼଼, ବୌଦ୍ଧ, ବ୍ରହ୍ମପୁର ଏବଂ ଖୋର୍ଦ୍ଧା। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କାରଣରୁ ଯାଜପୁରର ୪୩ ଜଣ, ଢେଙ୍କାନାଳର ୯, ଜଗତସିଂହପୁରର ୬ ଏବଂ ପୁରୀ ଜିଲ୍ଲାର ୨୪ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଅବିଭକ୍ତ ପୁରୀ ଜିଲ୍ଲାର ସମସ୍ତ ବୁଥ୍‍ରେ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି। ସୋମବାର ରାତି ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାରେ ପୋଲିଂ ପାର୍ଟି ପହଞ୍ଚିବେ ବୋଲି ନିର୍ବାଚନ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶ ତଥା ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଛି। ଦିନକୁ ୫୦୦ରୁ କମ୍‍ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯାଇ ସାରିଛି। ସାରା ରାଜ୍ୟରେ ତ୍ରି-ସ୍ତରୀୟ ନିର୍ବାଚନ ଜାରି ରହିଛି। ନିର୍ବାଚନ ଆଚରଣ ବିଧି ସହ କରୋନା କଟକଣା ମଧ୍ୟ ଦୃଢ ଭାବେ ଅନୁପାଳନ କରାଯାଇଆସୁଥିଲା। ସାମ୍ପ୍ରତିକ ସ୍ଥିତିକୁ ଦେଖି ରାଜ୍ୟ ନିର୍ବାଚନ କମିସନ କଟକଣା କୋହଳ କରିଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ କମିସନଙ୍କ ପକ୍ଷରୁ ଚିଠି କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଗଣତିର ୪୮ ଘଣ୍ଟା ମଧ୍ୟରେ ଗଣତି କେନ୍ଦ୍ରକୁ ଯିବାକୁ ଥିବା ବ୍ୟକ୍ତିବିଶେଷ ୨ଟି ଡୋଜ୍‍ ଟିକା ନେଇଥିଲେ ବି ଆରଟିପିସିଆର ଏବଂ ଆରଏଟି ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଥିଲା। କଟକଣା କୋହଳ ହେବା ପରେ ଗଣତି କେନ୍ଦ୍ରକୁ ଯାଉଥିବା ଲୋକଙ୍କର ଥର୍ମାଲ ସ୍କାନିଂ କରାଯିବ। ୨ଟି ଡୋଜ୍‍ ନେଇଥିବା ଲୋକ ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ। କରୋନା ସଂକ୍ରମିତ ସମ୍ପର୍କିତ କୌଣସି ଲକ୍ଷଣ ଥିଲେ ସେହି ବ୍ୟକ୍ତିବିଶେଷଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।
ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ: ଦିନ ୧ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ
ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧ ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ ଶେଷ ହୋଇଛି । କେବଳ ଯାଜପୁର ଜିଲ୍ଲାର କେତେକ ବୁଥରେ ଉତ୍ତେଜନା ଦେଖାଦେଇଛି । ଅନ୍ୟ ସବୁଠି ଶୃଙ୍ଖଳାର ସହିତ ଭୋଟିଂ ହୋଇଛି । ଯେଉଁଠି ଉତ୍ତେଜନା ଦେଖାଦେଇଛି ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଆଜି ତୃତୀୟ ପର୍ୟ୍ୟାୟରେ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡିଛି ଭୋଟ୍ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇ ଗୋଟାଏରେ ଶେଷ ହୋଇଛି । ମହିଳାଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ତେବେ ପୂର୍ବ ଦୁଇଟି ପର୍ଯ୍ଯାୟ ଅପେକ୍ଷା ତୃତୀୟ ପର୍ଯ୍ଯା ୟରେ ବିସେଷ ହିଂସା ଦେଖିବାକୁ ମିଳିନାହିଁ । ତେବେ ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ଯାଳୟ ପକ୍ଷରୁ ପ୍ରକାଶ ପାଇଥିଲା ।
ସୂଚନା ଯୋଗ୍ୟ ଯେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮, ୯, ୧୦ ଓ ୧୧ନଂ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏହାକୁ ନେଇ ୪ଟି ବୁଥରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।
ପଞ୍ଚାୟତ ନିର୍ବାଚନ: ପୁଣି ଉତ୍ତେଜନା, କୋରେଇ ବ୍ଲକର ୪ଟି ବୁଥରେ ବନ୍ଦ ରହିଲା ମତଦାନ
ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛ । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। କୋରେଇ ବ୍ଲକରେ ୪ଟି ବୁଥରେ ବନ୍ଦ ରହିଛି ମତଦାନ ।
ମତଦାନ କେନ୍ଦ୍ର ଆଗରେ କୋରେଇ ବିଡିଓଙ୍କୁ ଠେଲାପେଲା କରିଛନ୍ତି ଦୁର୍ବୃତ୍ତ । ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରିଥିଲେ । ଗଣ୍ଡଗୋଳ ପରେ ୮,୯, ୧୦ ଓ ୧୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ଉତ୍ୟକ୍ତ ଲୋକଙ୍କୁ ଭୋଟଗ୍ରହଣ କେନ୍ଦ୍ରରୁ ବାହାର କରି ଦେଇଛି ପୁଲିସ । ଏଥିସହ ମତଦାନ କେନ୍ଦ୍ରର ମେନ୍ ଗେଟକୁ ବନ୍ଦ କରି ଦିଆଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।
ରାଜ୍ୟରେ ନିର୍ବାଚନ ପୂର୍ବରୁ ୨୩ ପ୍ରାର୍ଥୀଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ୨୩ ଜଣଙ୍କ ମୃତ୍ୟୁ  ଘଟିଛି । ଏନେଇ ବୁଧବାର ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ନାମାଙ୍କନ ଦାଖଲରୁ ମତଦାନ ପର୍ଯ୍ଯନ୍ତ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ୨୩ଟି ପଦବୀ ପାଇଁ ମତଦାନ ସ୍ଥଗିତ ରଖାଯାଇଛି । ସର୍ବାଧିକ ୧୩ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି ଏବଂ କେନ୍ଦୁଝର ଜିଲ୍ଲାର ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ ମତଦାନକୁ ବନ୍ଦ କରାଯାଇଛି । କିନ୍ତୁ ଅନ୍ୟ ପଦ ପାଇଁ ଭୋଟିଂ ଜାରି ରହିଛି । ବିଳମ୍ବିତ ରାତିରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଓ ବୋମାମାଡ଼, ୪୦ରୁ ଉର୍ଦ୍ଧ୍ବ ଆହତ
ପରିକୁଦ: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା  ଗ୍ରାମପଞ୍ଚାୟତର ଅଲଣ୍ଡା  ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଏବଂ ବୋମାମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଏହି ମତଦାନ କେନ୍ଦ୍ରକୁ ତିଛିନି ଗାଁର ଲୋକମାନେ ଭୋଟ ଦେବା ପାଇଁ ଯାଇଥିଲେ। ଦୁଇ ଗାଁ ମଧ୍ୟରେ ପୂର୍ବରୁ ରାଜନୈତିକ ଶତ୍ରୁତା ରହି ଆସୁଥିଲା । ଆଜି ମତଦାନ ବେଳେ ସେହି ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ହୋଇଥିଲା । ଏକାଧିକ ବୋମାମାଡ,  ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଉଭୟପକ୍ଷରୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଗାଡି ମୋଟର, ଦୋକାନ-ଘର ଭଙ୍ଗାରୁଜା ହେବାସହ ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଗଣ୍ଡଗୋଳ ପରେ ଗାଁରେ ଏବେ ପୁଲିସ ପଏଁତରା ମାରୁଛନ୍ତି। ପରିସ୍ଥିତି ଶାନ୍ତ ଅଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ବଡଜେନା କହିଛନ୍ତି । ଘଟଣା ପରେ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ହୁଲ୍ଲାସ କୁମାର ସେଠୀ ଉପସ୍ଥିତ ଅଛନ୍ତି ଏବଂ ଭୋଟବାକ୍ସ ଲୁଟପାଟ ହୋଇଥିବା କହିଛନ୍ତି ଉଭୟ ଗାଁର ଲୋକେ। ବିପକ୍ଷବାଦୀଙ୍କ ବିରୁଦ୍ଧରେ ଦୋଷ ଲଦାଲଦି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ରହିଛି। ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁ, ତହସିଲଦାର ଉଲାସ କୁମାର ସେଠୀ, ଆବଶକୀୟ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଏହି ଆକ୍ରମଣରେ ଉଭୟ ପକ୍ଷରୁ ଆହତ ହୋଇ ପ୍ରଥମେ କୃଷ୍ଣପ୍ରସାଦ ଡ଼ାକ୍ତର ଖାନାରେ ଭିକିତ୍ସିତ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସେହିପରି କୃଷ୍ଣପ୍ରସାଦର ୧୦ ନମ୍ବର ବୁଥରେ ଉତେଜନା ହୋଇଥିଲା। ଫଳରେ କିଛି ସମୟ ମତଦାନ ବନ୍ଦ ଥିଲା । ସେହିପରି କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କାର ଏକ ବୁଥରେ ମଧ୍ୟ ବିଶୃଙ୍ଖଳା ହୋଇ ପରବର୍ତ୍ତି ମୁହୂର୍ତ୍ତରେ ମତଦାନ ହୋଇଥିଲା । ଅନ୍ୟ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ହୋଇଥିବା ଖବର ମିଳିନାହିଁ ।
ସୂଚନା ଅନୁଯାୟୀ, ଆଜି ପ୍ରଥମ ପର୍ଯ୍ଯାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି।
ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିଆରା ପ୍ରୟାସ: ମତଦାନ ପୂର୍ବରୁ ବାହାର ନେତା ଓ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ଗ୍ରାମବାସୀ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଡେରାବିଷ ବ୍ଲକ ଅଧିନ ଗୋଲାରହାଟ ଗାଁର ବାସିନ୍ଦାମାନେ ଅବାଧ ଆଉ ନିରପେକ୍ଷ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି। ପ୍ରକୃତ ପ୍ରାର୍ଥୀ କିଭଳି ବିଜୟ ଲାଭ କରିବେ । ଆଉ ଟଙ୍କା ମଦ ମାଂସ ଲୋଭରେ ଲୋକେ ଯେମେତି ନ ପଡିବେ ସେନେଇ ଗ୍ରାମବାସୀଙ୍କ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି। ପଞ୍ଚାୟତ ମତଦାନ ପୂର୍ବରୁ ବାହାର ନେତା କିମ୍ବା ଲୋକଙ୍କ ପ୍ରବେଶ ଉପରେ ଗ୍ରାମବାସୀ ପ୍ରତିବନ୍ଧକ ଲଗାଇଛନ୍ତି। ଏମିତିକି ସବୁ ଦଳର ନେତାଙ୍କ ପ୍ରବେଶକୁ ରାତି ଅନିଦ୍ରା ହୋଇ ବନ୍ଦ କରିଛନ୍ତି। ନିର୍ବାଚନ ଆୟୋଗ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଗ୍ରାମର ଯୁବକମାନେ ରାତିସାରା ବାଡି ଧରି ଗାଁକୁ ଜଗି ରହିଥିଲେ। ବାସିନ୍ଦା ତଥା ଅନ୍ୟ ଦଳର ନେତାମାନେ ଗାଁକୁ ଆସିବେ ନାହିଁ କିମ୍ବା ବାସିନ୍ଦାଙ୍କୁ କାହାକୁ ଭୋଟ୍ ଦେବାକୁ କୌଣସି ପ୍ରଲୋଭନ କିମ୍ବା ଧମକ ଯେଭଳି ନ ଦିଅନ୍ତି। ସେ ନେଇ ଏହିଭଳି ପ୍ରୟାସ କରାଯାଇଥିବା ଜାଣିବାକୁ ମିଳିଛି। ନିଜ ଗ୍ରାମକୁ ଗ୍ରାମବାସୀ ଜଗି ରହିଥିବା ଖବର ସ୍ଥାନୀୟ ପୁଲିସ ପାଇବା ପରେ ସେମାନଙ୍କ ଉଦ୍ୟମ ପାଇଁ ସେମାନଙ୍କୁ ପ୍ରଶଂସା କରିଛି।
ବଡ଼ସାହି ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ଦମ୍ପତି: ପଞ୍ଚାୟତ ଭିନ୍ନ, ହେଲେ ଚିହ୍ନ ଗୋଟିଏ
ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବୈଦ୍ୟୁତିକ/ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଆଗ୍ରହ ପାଲଟିଛି। ଏହିଭଳି ଏକ ରୋଚକ ଖବର ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଦେଖିବାକୁ ମିଳିଛି। ୩୦ଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶା ରଖି ଏକ ଦମ୍ପତ୍ତି ପୃଥକ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନରେ ଲଢୁଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ କେଟିଲ୍‍ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ସେମାନେ ହେଲେ ବଡ଼ସାହି ବ୍ଲକର ପୂର୍ବତନ ଅଧ୍ୟକ୍ଷ (୨୦୧୨-୧୭) ଚୈତନ୍ୟ ସୋରେନ ଓ ତାଙ୍କ ପତ୍ନୀ ତଥା କେନ୍ଦୁଡିହା ପଞ୍ଚାୟତର ପୂର୍ବତନ ସରପଞ୍ଚ (୨୦୧୭-୨୨) ଜ୍ୟୋତ୍ସାମୟୀ ମୁର୍ମୁ ଠାକୁର। ଉଭୟେ ବିଜୁ ଜନତା ଦଳରୁ ତଥା ସମର୍ଥନରେ ପୂର୍ବରୁ ଅଧ୍ୟକ୍ଷ ଓ ସରପଞ୍ଚ ହୋଇଥିଲେ।
ଚଳିତ ଥର ବଡ଼ସାହି ବ୍ଲକ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଫଳରେ ପୁରୁଷ ଓ ମହିଳା ଉଭୟେ ପ୍ରାର୍ଥୀ ହୋଇପାରିବେ। ତେବେ ଏଥିପାଇଁ ସମିତିସଭ୍ୟ ଭାବେ ବିଜୟୀ ହେବାକୁ ପଡ଼ିବ। ୨୦୧୨-୧୭ମସିହାରେ ଚୈତନ୍ୟ ପ୍ରଥମେ ରାଜନୀତିରେ ପାଦ ଦେଇ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବିଜେଡି ଦଳ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ୨୦୧୭ ମସିହାରେ ନିଜର ପତ୍ନୀଙ୍କୁ ସେହି କେନ୍ଦୁଡିହା ପଞ୍ଚାୟତରୁ ସରପଞ୍ଚ ଭାବେ ମଧ୍ୟ ନିର୍ବାଚନ ଜିତାଇ ଥିଲେ। ତେବେ ଚଳିତ ଥର ଉଭୟେ ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ପୃଥକ ପଞ୍ଚାୟତରୁ ଅର୍ଥାତ ଚୈତନ୍ୟ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ଓ ଜ୍ୟୋତ୍ସ୍ନାମୟୀ ବଡ଼ସାହି ପଞ୍ଚାୟତରୁ ନିର୍ବାଚନ ଲଢୁଛନ୍ତି। ଉଭୟଙ୍କୁ କେଟିଲି ଚିହ୍ନ ମଧ୍ୟ ମିଳିଛିା ବଡ଼ସାହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ତୁଙ୍ଗ ନେତୃବୃନ୍ଦ ଉପାଧ୍ୟକ୍ଷ ପଦବୀ ଆଶା ରଖି ସମିତିସଭ୍ୟ ନିର୍ବାଚନ ଲଢୁଛନ୍ତି। ଏଣୁ ଶେଷ ମୂହୁର୍ତ୍ତରେ ଦଳ ସେମାନଙ୍କୁ ସୁଯୋଗ ଦେବାକୁ ଯାଇ ଯଦି ଅଧ୍ୟକ୍ଷ ପଦରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ ତେବେ ଜ୍ୟୋତ୍ସ୍ନାମୟୀ ଦାବିଦାର ଭାବେ ଉଭା ହେବେ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତ୍ସାମୟୀଙ୍କ ବିରୋଧରେ ଥିବା ଏକମାତ୍ର ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ମଧ୍ୟ ବିଜୟୀ ହେଲେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଜ୍ୟୋତ୍ସାମୟୀ ବଡ଼ସାହି ସମେତ ତାଳପଦା ସମିତିସଭ୍ୟା ଭାବେ ମଧ୍ୟ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ସେଠାରୁ ୨୦୧୭-୨୨ର ବ୍ଲକ ଅଧ୍ୟକ୍ଷା ତଥା ଛେଳିଆ-କ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟା ଲକ୍ଷ୍ମୀ ସିଂ ସମିତିସଭ୍ୟା ଭାବେ ନିର୍ବାଚନ ଲଢୁଛନ୍ତି। ସେ ବର୍ତ୍ତମାନ ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ଥିବାରୁ ସେ ମଧ୍ୟ ଅଧ୍ୟକ୍ଷା ଦୌଡ଼ରେ ରହିଛନ୍ତି। ଏଣୁ ଶେଷ ମୁହୂର୍ତ୍ତରେ ଜ୍ୟୋତ୍ସ୍ନାମୟୀ ସେଠାରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ବଡ଼ସାହିରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବଡ଼ସାହି ବ୍ଲକରେ ଦମ୍ପତ୍ତିଙ୍କ ପ୍ରତିଦ୍ୱନ୍ଦିତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି।
ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମୁରିବାହାଲର ୩ ସରପଞ୍ଚ ଓ ୧୨୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ
ମୁରିବାହାଲ: ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ଦଭ୍ୟ ଏବଂ ୱାର୍ଡ ମେମ୍ବର ନିମନ୍ତେ ସମୁଦାୟ ୭୨୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୫୩, ସମିତି ସଭ୍ୟ ୩୫ ଓ ସରପଞ୍ଚ ୨୬ ସର୍ବମୋଟ ୧୧୪ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ୬୧୧ ଜଣଙ୍କ ପ୍ରାର୍ଥୀ ପତ୍ର କାୟମ ରହିଛି। ଏଥି ସହିତ ମୁରିବାହାଲ ୨୨ ଟି ପଞ୍ଚାୟତରେ ୩ଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିଟାବନ୍ଦ ପଞ୍ଚାୟତରେ ରାମଦେଇ ମାଝୀ ଓ ସସ୍ମିତା ଘିଭେଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ କଲ୍ୟାଣୀ ଘିଭେଲା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଗଁରେଇ ପଞ୍ଚାୟତରେ କିଶୋରୀ ତାଣ୍ଡି ଓ ଲିପି ତାଣ୍ଡି ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ ସବିତା ବିଭାର ନିର୍ଦ୍ୱନନ୍ଦରେ ନିର୍ବାଚିତ ହୋଇଛନ୍ତି। ଇଚ୍ଛାପଡା ପଞ୍ଚାୟତରେ ରିତା ପଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ ସୁବର୍ଣ୍ଣି ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ୪୨୮ ୱାର୍ଡ ମେମ୍ବର ପ୍ରାର୍ଥୀ ଅଧ୍ୟରୁ ୧୨୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୨ଟି ପଞ୍ଚାୟତ ୨୫୧ ଟି ବୁଥରେ ୯୫୦୨୫ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚି଼ହ୍ନ ମିଲିଲାପରେ ଏବେ ପ୍ରାର୍ଥୀଙ୍କ ମଧ୍ୟରେ ଜମୁଛି ପ୍ରଚାର।
ପଞ୍ଚାୟତ ନିର୍ବାଚନ : ବିଜେପି ନେତୃତ୍ୱରେ ଉତ୍ସାହ ନାହିଁ, କଂଗ୍ରେସର ସ୍ଥିତି ଦୟନୀୟ
ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ସାହିତ ହୋଇଥିଲା; ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବରୋଧୀ ଦଳ ମାନ୍ୟତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ବିଜେପୁର ଉପନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ସମସ୍ତ ଉପନିର୍ବାଚନରେ ତୃତୀୟ ସ୍ଥାନରୁ ଦଳ ଆଉ ଉପରକୁ ଉଠିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଚଳିତ ପଞ୍ଚାୟତ ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ରାଜନୈତିକ ଦୃଷ୍ଟିରୁ ଅନେକ ମହତ୍ୱ ବହନ କରୁଛି। ସେମାନଙ୍କ ଗ୍ରହଣୀୟତା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ କରିବା ଉଭୟଙ୍କ ପାଇଁ କାଠିକର ପାଠ ହୋଇଛି। ଅତ୍ୟନ୍ତ ନିରପେକ୍ଷ ଭାବରେ ଦେଖିଲେ ରାଜ୍ୟରେ ବିଜେପିର ଉତ୍‍ଥାନ ପଛରେ ରାଜ୍ୟ ନେତୃତ୍ୱର କୌଣସି ଭୂମିକା ନାହିଁ। ୨୦୧୪ ସାଧାରଣ ନିର୍ବାଚନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକର୍ଷଣ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଦଳ କିଛି ପରିମାଣରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ମାତ୍ର ୨୦୧୯ ନିର୍ବାଚନ ପରେ କ୍ରମବର୍ଦ୍ଧିଷ୍ଣୁ ଦରବୃଦ୍ଧି, ପେଟ୍ରୋଲ-ଡିଜେଲ ମୂଲ୍ୟ ଆକାଶ ଛୁଆଁ ହେବାପରେ ଅନେକ ଦଳଠାରୁ ଦୂରେଇ ଯାଉଥିବା ଦେଖାଯାଉଛି।
ଏହାବ୍ୟତୀତ ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଦଳରେ ବହୁଷ୍କୋଣୀୟ ବିଭାଜନ ରେଖା ଟାଣିଛି, ଯାହାର ପ୍ରଭାବ କର୍ମୀ ଓ ଭୋଟରଙ୍କ ଉପରେ ପଡ଼ିଛି। ସାଧାରଣ ଲୋକଙ୍କଠାରୁ ଦଳ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ଏକ କୋର୍‍ କମିଟି ଗଠନ କରିଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହ ୭ ସାଂସଦ ଏବଂ ୨୨ ବିଧାୟକ ରହିଛନ୍ତି। ହେଲେ ସେମାନେ ଏକଜୁଟ୍‍ ହୋଇ ବିଜେଡିକୁ ମୁକାବିଲା କରିବା ସ୍ଥିତିରେ ପହଞ୍ଚି ନାହାନ୍ତି। ଦଳରେ ଯେତେ ନେତା ସେତେ ଗୋଷ୍ଠୀ ସୃଷ୍ଟି ହୋଇଛି। ଏପରିକି ଟିକଟ ବଣ୍ଟନରେ ମଧ୍ୟ ଅସହମତି ସୃଷ୍ଟି ହୋଇଛି। କଟକ ସହ ଅନ୍ୟାନ୍ୟ ଜିଲ୍ଲାରେ ଜିଲ୍ଲା ପରିଷଦ ଟିକଟ ବଣ୍ଟନ ନେଇ ବିବାଦ ଦେଖା ଦେଇଛି। ପୁରୀ ଜିଲ୍ଲାରେ ସତ୍ୟବାଦୀରେ ପ୍ରାର୍ଥିତ୍ୱ ନେଇ ରମା ବଳିୟାର ସିଂ-ଓମ୍‍ ପ୍ରକାଶ ମିଶ୍ର, ନିମାପଡ଼ାରେ ପ୍ରଭାତୀ ପରିଡ଼ା-ଦିଲ୍ଲୀପ ନାୟକ, ସାଲେପୁରରେ ପ୍ରକାଶ ବେହେରା-ଭାଜପା ମୂଳ ସଂଗଠନ, କେନ୍ଦ୍ରାପଡ଼ାରେ ବୈଜୟନ୍ତ-ବିଜୟ-ଭୁବନମୋହନ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୟରାମ ପାଙ୍ଗୀ – ଶିବ ଉଲ୍ଲାକା, ଝାରସୁଗୁଡ଼ା ଜିଲ୍ଲାରେ ଟଙ୍କଧର ତ୍ରିପାଠୀ-ରାଧାରାଣୀ ପଣ୍ଡାଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ରହିଛି।
ଯେଉଁ ଗୋଷ୍ଠୀର ସମର୍ଥକ ପ୍ରାର୍ଥୀ ହୋଇ ପାରିନାହାନ୍ତି, ସେମାନେ ଅନ୍ୟ ଗୋଷ୍ଠୀର ଚେର କାଟିବା ସୁଯୋଗକୁ ଅପେକ୍ଷା କରିଛନ୍ତି। ଗଣମାଧ୍ୟମରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସୁନ୍ଦରଗଡ଼଼ ସାଂସଦ ଜୁଏଲ୍‍ ଓରାମ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ଏମ୍‍ପି ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କେ ଭି ସିଂଦେଓ ପ୍ରମୁଖ ଏକାଠି ହୋଇ ପାରିନାହାନ୍ତି। ଦଳର ପଞ୍ଚାୟତ ନିର୍ବାଚନ ବ୍ୟାପାରରେ ଜଡିତ ଥିବା ଜଣେ ପଶ୍ଚିମ ଓଡ଼ିଶା ବିଜେପି ନେତାଙ୍କ କହିବାନୁଯାୟୀ, ୨୦୧୭ର ୨୯୩ ଜିଲ୍ଲା ପରିଷଦ ଆସନ ସଂଖ୍ୟା ଏଥର ହ୍ରାସ ପାଇ ଯଦି ୧୬୦ରେ ପହଞ୍ଚେ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଅପରପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଆହୁରି ଦୟନୀୟ। ଅନେକ ସ୍ଥାନରେ ଦଳୀୟ ଟିକଟ ନେବାକୁ କୌଣସି କର୍ମୀ ଉତ୍ସାହ ପ୍ରକାଶ କରୁନାହାନ୍ତି। ୨୦୧୭ରେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିଥିଲେ। ସେ ସମୟରେ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟିକଟ ବଣ୍ଟନରେ ଶ୍ରୀ ହରିଚନ୍ଦନଙ୍କୁ ଅଠାକାଠିରେ ପକାଇଥିଲେ। ଚଳିତ ଥର ସତ୍ୟବାଦୀରେ କଂଗ୍ରେସ ପ୍ରାର୍ଥୀ ନ ଦିଆଯିବା ନେଇ ମଧ୍ୟ ବିବାଦ ଉଠିଛି। ଏ ସମ୍ପର୍କରେ ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ପୁରୀ ଜିଲ୍ଲାର ପୁରୀ ସଦର, ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଗତଥର ବିଧାୟକ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜରିଆରେ ଟିକେଟ୍‍ ବଣ୍ଟନ କରାଯାଇନାହିଁ। ପିସିସି ସିଧାସଳଖ ନିଜସ୍ୱ ଏଜେନ୍ସିଂରେ ଟିକେଟ୍‍ ପ୍ରଦାନ କରିଛି। କିନ୍ତୁ ସତ୍ୟବାଦୀ କ୍ଷେତ୍ରରେ ପିସିସି ନିରବ ରହିଛି।
ଅପରପକ୍ଷରେ ଅନ୍ୟ ଗୋଟିଏ ଗୋଷ୍ଠୀ ପ୍ରସାଦ ହରିଚନ୍ଦନଙ୍କ ରାଜନୈତିକ ନୀରବତାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିଛନ୍ତି। ଏପରିକି ଶ୍ରୀ ହରିଚନ୍ଦନ ଦଳ ଛାଡି ଦେବା କଥା ପ୍ରଚାର କରିବାକୁ ପଛାଇ ନାହାନ୍ତି। ହେଲେ ପ୍ରସାଦଙ୍କ ନିକଟତମ ନେତାଙ୍କ କହିବାନୁଯାୟୀ, ଏଆଇସିସି ୩ଟି ନାମ ଉପରେ ପରବର୍ତ୍ତୀ ପିସିସି ଅଧ୍ୟକ୍ଷ ନେଇ ବିଚାର କରୁଛି। ଏହି ତାଲିକାରେ ପ୍ରସାଦ ହରିଚନ୍ଦନଙ୍କ ସମେତ ଭକ୍ତ ଚରଣ ଦାସ ଏବଂ ଶରତ ପଟ୍ଟନାୟକଙ୍କ ନାଁ ରହିଛି। ତେଣୁ ନକରାତ୍ମକ ପ୍ରଚାର କରି ତାଙ୍କୁ ଦଳଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ଘଟଣା ଯାହା ବି ହେଉ, ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କ୍ଷମତାରୁ ଦୂରରେ ରହିବା ପରେ ସୁଦ୍ଧା କଂଗ୍ରେସ ନେତୃତ୍ୱ ଦଳ ଅପେକ୍ଷା ବ୍ୟକ୍ତିଗତ ବିବାଦକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ତେଣୁ ଦୁଇ ଅସଂଗଠିତ ବିରୋଧୀଙ୍କ ସ୍ଥିତି ଶାସକ ବିଜେଡି ପାଇଁ କେବଳ ସୁବିଧାଜନକ ସ୍ଥିତି ଆଣିନାହିଁ; ରେକର୍ଡ଼ ଆସନରେ ବିଜୟ ଆଶା ମଧ୍ୟ ସୃଷ୍ଟି କରିଛି।
ସରପଞ୍ଚ ପଦ ପାଇଁ ହାଇଭୋଲଟେଜ୍‌ ଲଢେଇ : ୬,୭୯୩ ସରପଞ୍ଚ ଆସନ ପାଇଁ ମୁହାଁମୁହିଁ ହେବେ ୩୨,୮୬୦ ପ୍ରାର୍ଥୀ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇଛି । ତେବେ ଏଥର ପଞ୍ଚାୟତ ନିର୍ବାଚନ ମୈଦାନରେ ରହିଛନ୍ତି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ୩୨,୮୬୦ ପ୍ରାର୍ଥୀ ରହିଛନ୍ତି। ଆଉ ଚଳିତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ହେବ ଘମାଘୋଟ ଲଢେଇ। କାରଣ ଏଥର ସମସ୍ତେ ଚାହୁଁଛନ୍ତି ସରପଞ୍ଚ ପଦ। ସରପଞ୍ଚ ପଦ ପାଇଁ ଲଢେଇ ମଧ୍ୟ କେଉଁଠି ଶାସକ-ବିରୋଧୀ ମୁହାଁମୁହିଁ ତ ଆଉ କେଉଁଠି ଗୋଟିଏ ଦଳର ସନ୍ତୁଷ୍ଟ-ଅସନ୍ତୁଷ୍ଟ ଗୋଷ୍ଠୀ ଭିତରେ ଜୋରଦାର ଟକ୍ଟର ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗୋଟିଏ ଦଳ ସମର୍ଥନରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଆଜି ଯାଞ୍ଚ ଶେଷ ହୋଇଛି। ଆସନ୍ତା ୨୫ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କିନ୍ତୁ ଗାଁରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର।
ଗାଁ ଗହଳିର ପରିବେଶରେ ଏବେ ଖାଲି ରାଜନୈତିକ ବାସ୍ନା ବାସୁଛି। କିଏ ଆସି ପକ୍କା ଘର ପ୍ରତିଶ୍ରୁତି ଦେଲାଣି ତ ଆଉ କିଏ ଭତ୍ତା କରିଦେବାର ପ୍ରତିଶ୍ରୁତି ଦେଉଛି। ଆଉ କେଉଁଠି ଗାଁ ଯୁବଗୋଷ୍ଠୀଙ୍କୁ କ୍ଳବ ଘର କରିଦେବାକୁ କହି କିଏ ପ୍ରଚାର କରିବାକୁ ଡାକିଲାଣି। ଏପରି ଅବସ୍ଥାରେ ମାଳମାଳ ସରପଞ୍ଚ ପ୍ରାର୍ଥୀ ଏବେ ଏମିତି ନିବେଦନ ସହ ଘୂରି ବୁଲୁଛନ୍ତି ଗାଁ ଗାଁରେ। କିଏ କହୁଛି ମୁଁ ସରପଞ୍ଚ ପାଇଁ ଲଢ଼ୁଛି ଯେପରି ଭୁଲି ନଯାଅ, ତ ଆଉ କିଏ କହୁଛି ମାଉସୀ ମୋ’ ସ୍ତ୍ରୀ ସରପଞ୍ଚ ପାଇଁ ଛିଡ଼ା ହୋଇଛି, ଜିତେଇ ଆଣିବୁ ତୋର କଥା ମୁଁ ବୁଝିବି। ଗାଁ ଗହଳୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ବି ବିନା ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ବେଶି ସରଗରମ । ସରପଞ୍ଚ ଚୌକି ପାଇଁ ସବୁ ଦଳ ଓ ଆଶାୟୀଙ୍କ ଭିତରେ ବ୍ୟାକୁଳତା ପ୍ରବଳ। ଦ୍ଵିମୁଖୀ, ତ୍ରିମୁଖୀ ନୁହେଁ ଅଧିକାଂଶ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀଙ୍କ ଭିତରେ ଚାଲିଛି ଲଢ଼େଇ ସରପଞ୍ଚ ଆସନ ପାଇଁ। ଜିଲ୍ଲା ପରିଷଦ, ସମିତିସଭ୍ୟ ପାଇଁ ଗାଁ ଗହଳି ରାଜନୀତି ସେତେ ଚଳଚଞ୍ଚଳ ନୁହେଁ । ସଭିଙ୍କ ଭିତରେ ଗୋଟିଏ ପ୍ରଶ୍ନ-ଏଥର ସରପଞ୍ଚ କିଏ ହେବ ? ସରପଞ୍ଚ ପାଇଁ କିଏ ବଡ଼ ଦାବିଦାର ? କେଉଁ ସରପଞ୍ଚ ପ୍ରାର୍ଥୀ କେତେ ମାଲ୍‌ଦାର ? କେଉଁ ଗୋଷ୍ଠୀ ମାରିବ ବାଜି ?
ନିର୍ବାଚନ ପାଇଁ ଆହୁରି କିଛି ଦିନ ବାକି ଥିବା ବେଳେ ପ୍ରଚାରରେ ଗାଁରେ ଧୂଳି ଉଡିଲାଣି। ପ୍ରତିଦିନ ବିଭିନ୍ନ ଗାଁକୁ ଛୁଟୁଛି ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ସୁଅ। ବିଭିନ୍ନ ପ୍ରତିଶ୍ରୁତି ସହ ବିଭିନ୍ନ ସାହିକୁ ଏବେଠୁ ଭୋଜିଭାତ ପାଇଁ ଟଙ୍କା ମଧ୍ୟ ବାଣ୍ଟିବାରେ ଲାଗିଛନ୍ତି ପ୍ରାର୍ଥୀ। କାହାରି ମନ ଉଣା କରିବାକୁ ଦେଉନାହାନ୍ତି ପ୍ରାର୍ଥୀ ଯିଏ ଯେଉଁପରି ଭାବେ ସନ୍ତୁଷ୍ଟ ହେବ ତାହା କରୁଛନ୍ତି । ଏପରିକି ଚଳିତ ଥର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀମାନେ ଟଙ୍କା ଉଡାଇବା ଆରମ୍ଭ କରିଦେଲେଣି। କେତେକ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବଜେଟ ରଖିଥିବା ଆଲୋଚନା ମଧ୍ୟ ହେଉଛି। ଆଉ କେଉଁଠି ଭୋଟରଙ୍କୁ ଆକୃଷ୍ଠ କରିବାକୁ କିଛି ଦିନ ତଳୁ ଗାଁ ରାସ୍ତାରେ ନିଜ ପଇସାରେ ଆଲୁଅ ଲଗାଇ ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ।
ଅନ୍ୟପଟେ ଚଳିତ ନିର୍ବାଚନ ସମୟରେ ମାଳମାଳ ସରପଞ୍ଚ ଆଶାୟୀଙ୍କ ମଧ୍ୟରୁ କାହାକୁ ସମର୍ଥନ କରିବେ ସେ ନେଇ ଚିନ୍ତାରେ ଥିବା ସ୍ଥାନୀୟ ବିଧାୟକ କିମ୍ବା ଦଳର ଟାଣୁଆ  ମାନେ ଏବେ ମଧ୍ୟ ଚିନ୍ତାରେ ଅଛନ୍ତି। କେଉଁଠି ଜଣଙ୍କୁ ସମର୍ଥନ ଦେବାବେଳେ ଅନ୍ୟ ଗୋଷ୍ଠୀ ମୁଁ ଫୁଲେଇଛି ତ ଆଉ କେଉଁଠି ସେହି ଗୋଟିଏ ଦଳର ସମର୍ଥନ ଥିବା କହି ଏକାଧିକ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଏପରି ଅବସ୍ଥାରେ କିପରି ପଞ୍ଚାୟତ ମାନଙ୍କରେ ନିଜର ଅସ୍ଥିତ୍ବ ରଖିବେ ସେନେଇ ନେତାମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ଦେଖି କେତେକ ଟାଣୁଆ ନେତା ମଧ୍ୟ କିଛି ନିଷ୍ପତ୍ତି ନେଇ ନପାରି ରୋକ୍‌ ଠୋକ୍‌ ଶୁଣାଇ ଦେଇଛନ୍ତି। ମୁଁ କାହାକୁ ସମର୍ଥନ କରୁନି ଯିଏ ଜିତକି ଆସିବ ସିଏ ମୋର।
ସରପଞ୍ଚ ପଦବୀ ହାତେଇବାକୁ ଅନେକ ଆସନରେ ଶାସକ-ବିରୋଧୀ ବି ହାତ ମିଳାଇଥିବା ଖବର ଆସିଛି। ପଞ୍ଚାୟତରେ ଲଗାତାର ଜିତି ଆସୁଥିବା ଶାସକ ଦଳକୁ ମାତ୍ ଦେବା ପାଇଁ କେତେକ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନେ ମିଳିତ ଭାବେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ଅନେକ ସ୍ଥାନରେ ସରପଞ୍ଚ ଆସନ ଆଗରେ ଟଙ୍କା, ଦଳ, ଆଦର୍ଶ କିଛି ମାନେ ରଖୁନି । ଗ୍ରାମାଞ୍ଚଳରେ ବିଜେଡି ସଂଗଠନ ମଜବୁତ ଥିବାବେଳେ ଜିତିବା ଆଶାରେ ଦଳର ଏକାଧିକ କର୍ମୀ ସରପଞ୍ଚ ହେବାକୁ ମନ ବଳାଇ ମଇଦାନକୁ ଆସିଛନ୍ତି।
ଆଉ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ସରପଞ୍ଚ ହେବପାଇଁ ଏତେ ଆଗ୍ରହ କାହିଁକି। ଜିଲ୍ଲା ପରିଷଦ ପରି ପଦ ପାଇଁ ଯେଉଁଠି ପ୍ରାର୍ଥୀ ମିଳୁନାହାନ୍ତି ସେଠି ସରପଞ୍ଚ ପଦ ପାଇଁ ଗୋଟିଏ ପଞ୍ଚାୟତରୁ ୮ କି ୧୦ ପ୍ରାର୍ଥୀ କଣ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ରାଜନୈତକି ବିଷାରଦ ମାନଙ୍କ ମତରେ ସରପଞ୍ଚ ହେବାକୁ ଅଧିକ ବ୍ୟାକୁଳତା ପଛରେ ରହିଛି ପଞ୍ଚାୟତରେ ଅଖଣ୍ଡ କ୍ଷମତା। ଅର୍ଥ କମିଶନ ଯେବେଠାରୁ ପଞ୍ଚାୟତକୁ ସିଧାସଳଖ ଅର୍ଥ ଦେଲେଣି, ସେବେଠାରୁ ପଞ୍ଚାୟତ ଓ ସରପଞ୍ଚଙ୍କ କ୍ଷମତା ଢେର ବଢ଼ିଛି। ଜଣେ ସରପଞ୍ଚଙ୍କ କହିବାନୁଯାୟୀ ଜନସଂଖ୍ୟା ହିସାବରେ ପ୍ରତି ପଞ୍ଚାୟତକୁ ଅର୍ଥ ବରାଦ କରାଯାଉଛି। ଅତି କମ୍‌ରେ ବର୍ଷକୁ ଗୋଟିଏ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଆବଶ୍ୟକ ଅନୁଯାୟୀ ପଞ୍ଚାୟତ ଏ ଅର୍ଥକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରୁଛି। ଏଥିରେ ସରପଞ୍ଚଙ୍କ ଭୂମିକା ପ୍ରମୁଖ । ଖାଲି ସେତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ, ହାଟ, ପୋଖରୀ ଆଦି ଆୟ ଉତ୍ସ ଥିବାବେଳେ ଏବେ ସେଥିରେ କଲ୍ୟାଣ ମଣ୍ଡପ ବି ଯୋଡ଼ି ହେଲାଣି । ବଡ଼ କଥା ହେଲା, ପୂର୍ବାପେକ୍ଷା ସରପଞ୍ଚଙ୍କ କ୍ଷମତା ବଢ଼ିଛି। ସରକାର ଏବେ ଗାଁ ଗୁଡିକର ଉନ୍ନତି ପାଇଁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆଉ ଯେଉଁଥିରେ ସରପଞ୍ଚମାନେ ହିଁ ମୁଖ୍ୟ।
ଅନ୍ୟପଟେ ଗତବର୍ଷ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ସେମାନେ ପଞ୍ଚାୟତରେ ଲକ୍‌ଡାଉନ, ସଟଡାଉନ ଲାଗୁ କରିବା ସହ କେଉଁଠି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ହେବ। କେଉଁଠୁ ବିଭିନ୍ନ ଉପକରଣ କିଣା ହେବ ତାହା ମଧ୍ୟ ସରପଞ୍ଚ ମାନେ ବୁଝୁଥିଲେ। ଯାହାକୁ ଦେଖି ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ଜି-ଜାନ ଲଗାଇ ଦେଇଛନ୍ତି ପ୍ରାର୍ଥୀ।
ସେପଟେ କୋଭିଡ ମହାମାରୀ ସମୟରେ ବହୁତ ସମୟ ଗାଁରେ ବିତାଇବା ପରେ ଯୁବଗୋଷ୍ଠୀମାନେ ମଧ୍ୟ ସରପଞ୍ଚଙ୍କ କ୍ଷମତା ଦେଖି ଏଥର ସରପଞ୍ଚ ହେବାକୁ ଆଶାବଳାଇଛନ୍ତି। ସରପଞ୍ଚଙ୍କ କ୍ଷମତା ବଢ଼ିଥିବାରୁ ଅନେକ ଶିକ୍ଷିତ ଓ ଯୁବଗୋଷ୍ଠୀ ମଧ୍ୟ ନିଜ ପଞ୍ଚାୟତର ଉନ୍ନତି ଓ ପରିବର୍ତ୍ତନ ପାଇଁ ସରପଞ୍ଚ ହେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଇଂଜିନିୟର, ଏମ୍‌ବିଏମ ଛାତ୍ର, ସାମ୍ବାଦିକ, କର୍ପୋରେଟ ଚାକିରି ଛାଡ଼ି ଅନେକ ଯୁବବର୍ଗ ସରପଞ୍ଚ ପଦବୀ ପାଇଁ ଆଗେଇ ଆସିଛନ୍ତି। କେବଳ ସେତିକି ନୁହେଁ, ସରପଞ୍ଚଙ୍କ କାମ କରିବାର ଅଧିକ ସୁଯୋଗ ଥିବାରୁ ଅନେକ ଏହାକୁ ରାଜନୀତି କ୍ୟାରିୟର ପାଇଁ ପ୍ରଥମ ପାହାଚ ବୋଲି ମନେ କରୁଛନ୍ତି।
ପଞ୍ଚାୟତ ନିର୍ବାଚନ: ଶୀତୁଆ ପାଗରେ ଗରମ ରାଜନୈତିକ ପରିବେଶ, କାଲିଠୁ ଆରମ୍ଭ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲିଠୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ। ଜାନୁଆରୀ ୧୭ ସୋମବାରରୁ ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ନାମାଙ୍କନ ସମୟରେ ଶୋଭାଯାତ୍ରା ହେବ ନାହିଁ । କେବଳ ଗୋଟିଏ ଗାଡିରେ ଯାଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ୨୧ରେ ନାମାଙ୍କନ ଦାଖଲ ସରିବା ପରେ ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏଥି ସହିତ ନାମାଙ୍କନପତ୍ର ଦାଖଲ ଦିନ ଜାନୁଆରୀ ୧୭ ରୁ ୨୫ ଜାନୁଆରୀ ସୁଦ୍ଧା ଯେଉଁ ପ୍ରାର୍ଥୀ ଚାହିଁବେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ  ସେହି ୨୫ ଜାନୁଆରୀରେ  ଚୁଡାନ୍ତ ତାଲିକା ପ୍ରକାଶ ପାଇବ।
ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ପାଇଁ ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି । ହେଲେ ଏଯାଏଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ପ୍ରବଳ କସରତ। ପଞ୍ଚାୟତ ସ୍ତରରେ ଚଳିତ ଥର ମାଳମାଳ ପ୍ରାର୍ଥୀକୁ ଦେଖି ଉଭୟ ଶାସକ ଓ ବିରୋଧୀ ନେତାଙ୍କ ଅକଲ ଗୁଡୁମ କରିଦେଇଛି। କାହାର ଟିକେଟ କାଟିବେ କାହାର ରଖିବେ ତାହା ଚିନ୍ତା କରିପାରୁନାହାନ୍ତି ନେତା। କାରଣ ପଞ୍ଚାୟତ ସ୍ତରରେ ନେତାଙ୍କ ବହୁ ଘନିଷ୍ଠ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଶାବାନ୍ଧି ବସିଛନ୍ତି। ଏହାରି ମଧ୍ୟରେ ପ୍ରାର୍ଥୀଚୟନକୁ ନେଇ ନେତାମାନେ ଚିନ୍ତାରେ ଅଛନ୍ତି।
ପ୍ରାର୍ଥୀ ଚୟନ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି। ବିଜେଡିର ସମର୍ଥନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏହାରି ମଧ୍ୟରେ ପଞ୍ଚାୟତ ସ୍ତରରେ ଟିକେଟ ପାଇଁ ଥିବା ମାଳମାଳ ଆଶାୟୀଙ୍କ ମଧ୍ୟରୁ ସମସ୍ତଙ୍କୁ ବୁଝା ସୁଝା କରି ଦଳକୁ ଟିକେଟ ବାଣ୍ଟିବାକୁ ହେବ। ଅଧିକାଂଶ ଟିକେଟ ଫାଇନାଲ ହୋଇ ସାରିଥିବାବେଳେ ବାକି କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଶୀଘ୍ର ଟିକେଟ ଫାଇନାଲ ହୋଇଯିବ ବୋଲି ବିଜେଡି କହିଛି।  ଅନ୍ୟପଟେ ବିରୋଧୀ ବିଜେପି କହିଛି ସଂରକ୍ଷଣ ତାଲିକା ବଦଳିବାରୁ ପ୍ରାର୍ଥୀ ତାଲିକା ବଦଳାଇବାକୁ ପଡିଲା । ତେବେ ୭୦ ପ୍ରତିଶତ ପ୍ରାର୍ଥୀ ଚୁଡାନ୍ତ ହୋଇ ସାରିଛନ୍ତି , ବାକି ସିଟ ଲାଗି ପଞ୍ଚାୟତ କମିଟିଠୁ ଆରମ୍ଭ କରି ରାଜ୍ୟକମିଟି ଯାଏ ସବୁ ସ୍ତରରେ ଏନେଇ ପ୍ରକ୍ରିୟା ଚାଲିଛି । ସେହିପରି ରାଜ୍ୟର ଆଉ ଏକ ପ୍ରମୁଖ ଦଳ କଂଗ୍ରେସ କହିଛି ପ୍ରାୟ ୮୦ ପ୍ରତିଶତ ଆସନରେ ପ୍ରାର୍ଥୀ ଚୟନ ଶେଷ ହୋଇଛି କାଲି ସୁଦ୍ଧା ସବୁ ଟିକେଟ ବଣ୍ଟା ସରିବ।
ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ। ଆସନ୍ତାକାଲିଠୁ ପାଞ୍ଚ ଦିନ ଧରି ଚାଲିବାକୁ ଥିବା ନାମାଙ୍କନ ଦାଖଲ ପକ୍ରିୟାରେ ୱାର୍ଡ ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀ, ନିଜ ପଞ୍ଚାୟତ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ପଞ୍ଚାୟତରେ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆ ସରିଛି । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଲାଗି ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି ।
ସେହପିରି ଚଳିତ ଥର  ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି । ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ।
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥି ସହିତ ଆଜିଠାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେତେ ତାରିଖରେ କଣ ହେବ ……
ଜାନୁଆରୀ ୧୧ : ନିର୍ବାଚନ ନେଇ ହେଲା ତାରିଖ ଘୋଷଣା
ଜାନୁଆରୀ ୧୩ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
ଜାନୁଆରୀ ୧୭ ରୁ ୨୧ : ମନୋନୟନ ପତ୍ର ଦାଖଲ(ପ୍ରାର୍ଥୀ ପତ୍ର ଦାଖଲ)
ଜାନୁଆରୀ ୨୨ : ମନୋନୟନ ପତ୍ର ଯାଞ୍ଚ
ଜାନୁଆରୀ ୨୫ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ
ଜାନୁଆରୀ ୨୫ : ପ୍ରାର୍ଥୀମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ
୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ
ଫେବୃଆରୀ ୧୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୧୮ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୦ : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୨ : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୪ : ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ
୩ଟି ପର୍ଯ୍ୟାୟରେ ହେବ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୭ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୮ : ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ
(ପରୋକ୍ଷ ନିର୍ବାଚନ)
ମାର୍ଚ୍ଚ ୧୧ : ନାଏବ ସରପଞ୍ଚ ନିର୍ବାଚନ
ମାର୍ଚ୍ଚ ୧୨ : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ ୧୩ : ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
ମାର୍ଚ୍ଚ ୨୩ : ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ ୨୫ : ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ