congress odisha - The Sakala
ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ; ଏଥର ଜଙ୍ଗଲ, ଜମି ଓ ପାଣି ବିକ୍ରି ହେବ: କଂଗ୍ରେସ
ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରି ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର ।
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ବିଜେପିର ଏସବୁ ଗୁଣ ଯୋଗୁଁ ସେମାନେ ଓଡ଼ିଶାରେ କ୍ଷମତାରୁ ବାହାରେ ଥିଲେ। କଂଗ୍ରେସ ସଙ୍ଗଠନରେ ଯେଉଁମାନେ ବିଦ୍ରୋହୀ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖରୁ କଂଗ୍ରେସର ହାତ ସେ ହାତ ଜୋଡ ଯାତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ୨ ମାସ ଧରି ଏହି କାର୍ଯ୍ଯକ୍ରମ ଚାଲିବ। ଘରକୁ ଘର ଯିବେ କଂଗ୍ରେସ କର୍ମୀ । କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯକ୍ରମ ନେଇ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ଯକ୍ରମ ଚାଲିବ। ଏହି କାର୍ଯ୍ଯକ୍ରମରେ ସାମିଲ ହେବେ ଦଳର ସବୁ ନେତା। ୨୦୨୪  ନିର୍ବାଚନକୁ ଆଖିରେ ରଖି ଏଇଆଇସିସି ନିର୍ଦ୍ଦେଶରେ ଚାଲିବ ଏହି କାର୍ଯ୍ଯକ୍ରମ। ପଦ୍ମପୂର ଓ ଧାମନଗରରେ ଦଳ କାହିଁକି ଖରାପ ପ୍ରଦର୍ଶନ କଲା ସେ ନେଇ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦେବା ପରେ ସମୀକ୍ଷା କରାଯିବ। ଉଭୟ ଉପନିର୍ବାଚନରେ କଂଗ୍ରେସ କର୍ମୀମାନେ ଭଲ କାମ କରିଛନ୍ତି । ଆସନ୍ତା ଦିନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସବୁ ରାଜ୍ୟ ଗସ୍ତ କରିବେ। ପ୍ରିୟଙ୍କା ଓଡ଼ିଶା ଆସିବା ନେଇ ମଧ୍ୟ କାର୍ଯକ୍ରମ ରହିଛି। ଆଜିର ବୈଠକର ଏହି ନିଷ୍ପତି ହୋଇଛି। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଚେଲା କୁମାର ସୂଚନା ଦେଇଛନ୍ତ।
ବଢୁଛି ନେତାଙ୍କ ବ୍ଲଡ୍‌ପ୍ରେସର : ପଞ୍ଚାୟତ ନିର୍ବାଚନ ପାଇଁ ମାଳମାଳ ଆଶାୟୀ
ଭୁବନେଶ୍ୱର : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହେବାପରେ  ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ। ପ୍ରାୟତ ଶାନ୍ତ ରହୁଥିବା ଗାଁ ଗଣ୍ଡାରେ ଏବେ ରାଜନୈତିକ ପାଣିପାଗ ବେଶ୍‌ ଗରମ ଅନୁଭୁତ ହେଉଛି। ଚଳିତ ବର୍ଷ ନିର୍ବାଚନ ପାଇଁ ସମସ୍ତ ଦଳର ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଟଲିଛନ୍ତି ମାଳମାଳ ଆଶାୟୀ। ସମସ୍ତ ଦଳରୁ ପ୍ରାୟ ଏକାଧିକ ଆଶାୟୀ ଟିକେଟ ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି। ଆଶାୟୀ ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଅବଶ୍ୟ କେବଳ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପଦବି ପାଇଁ ଦଳୀୟ ଚିହ୍ନ ମିଳିବ ନାହିଁ। ମାତ୍ର ଚିହ୍ନ ନମିଳିଲେ ବି ଦଳର ସମର୍ଥନ ପାଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲବି ରାଜନୀତି। ନିଜ ନିଜର ସମର୍ଥକ ମାନଙ୍କୁ ନେଇ ବୈଠକ ସହ ଟିକେଟ ପାଇଁ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଯାହା ସେହି ଅଞ୍ଚଳର ଶୀର୍ଷସ୍ତରୀୟ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ନିଜ ଅଞ୍ଚଳର ବିଧାୟକ, ପ୍ରଭାବଶାଳୀ ନେତାଙ୍କ ସମର୍ଥନ ହାତେଇବାକୁ ଇଛୁକ ପ୍ରାର୍ଥୀମାନେ ଲବି ରାଜନୀତିକୁ ଜୋରଦାର କରିଛନ୍ତି। ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସରୁ ଟିକଟ ପାଇବାକୁ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ନିଜ ସମର୍ଥକଙ୍କୁ ଧରି ଆଶାୟୀମାନେ ମେଳି ବାନ୍ଧିଲେଣି। ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଚକ୍କର କାଟିଲେଣି।ଆଶାୟୀଙ୍କ ସଂଖ୍ୟା ଯେତିକି ବଢ଼ି ବଢ଼ି ଚାଲିଛି। ସ୍ଥାନୀୟ ନେତାମାନେ ଏବେ ସେତିକି ଟେନ୍ସନରେ। ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ଛିଡ଼ା ହୋଇ ବାଜି ମାରିନେଲେ କ’ଣ ହେବ ରଣକୌଶଳ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି।
ପ୍ରାର୍ଥୀ ଚୟନ ପାଇଁ ଢେର ସମୟ ଥିଲା ବେଳେ ଏବେଠାରୁ କିନ୍ତୁ ଛକି-ଶୂନ ଖେଳ ଆରମ୍ଭ ହୋଇଛି। ଆଶାୟୀଙ୍କ ମଧ୍ୟରୁ କିଏ ସେ ଅଙ୍କ ଛିଣ୍ଡୁନି। ଜଣେ ସୁପାରିଶ କଲା ବେଳକୁ ଆଉ ଜଣେ ବିରୋଧ କରୁଛି। କିଏ ଲବି ଜୋରଦାର କଲାଣି ତ, ଆଉ କିଏ ଲୋକବଳ ଦେଖାଇଲାଣି। ଏପରିକି ଟିକଟ ନପାଇଲେ ଆଉ କିଏ ଦଳତ୍ୟାଗ କରିବାକୁ ନାଲିଆଖି ମଧ୍ୟ ଦେଖାଉଛନ୍ତି। ଲାଗି ରହିଛି ଛକାପଞ୍ଝା।ଆଶାୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତାମାନେ ଘନ ଘନ ବୈଠକ କରୁଛନ୍ତି। ପାର୍ଥୀଙ୍କ ବିଜୟର ସମ୍ଭାବନାକୁ ଆକଳନ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ୍ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ତିନି ଦଳ ଫୋକସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଶାୟୀମାନେ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କଳି କେମିତି ତୁଟାଇବେ ତାହା ଏବେ ନେତାଙ୍କ ପାଇଁ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି।
ଅନ୍ୟପଟେ  ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତଥର ଅପେକ୍ଷା ଅଧିକ ଆସନ ଦଖଲ ପାଇଁ ବିଜୁ ଜନତା ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ଭଳି ଦୁଇଟି ଜାତୀୟ ରାଜନୈତିକ ଦଳ ଓଡ଼ିଶାରେ ସେମାନଙ୍କ ଅଭିଯାନ ବଳବତ୍ତର ରଖିଛନ୍ତି । ନିର୍ବାଚନ ଘୋଷଣା ହୋଇନଥିଲେ ମଧ୍ୟ ଗାଁ ଗହଳରୁ ଭୁବନେଶ୍ୱର ପର୍ୟ୍ୟନ୍ତ ଏବେ ରାଜନୈତିକ ବାତାବରଣ ବେଶ୍‍ ସରଗରମ ରହିଛି । ବର୍ଷାଧିକ କାଳ ଧରି ବିଜେଡି ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ଆଖିଆଗରେ ରଖି ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚଳାଇଛି । ବିଶେଷକରି ତିନୋଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବିଜୟ ଦଳୀୟ କର୍ମୀମାନଙ୍କୁ ବେଶ୍‍ ଉତ୍ସାହିତ କରିଛି । ଏବେ ନିର୍ବାଚନ ଦୃଷ୍ଟିରୁ ୱାର୍ଡସ୍ତରରେ ବିଜେଡିର ଅଭିଯାନ ବଳବତ୍ତର ରହିଥିବା ବେଳେ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣାକୁ ଆଧାରକରି ସମଗ୍ର ରାଜ୍ୟରେ ସରକାରୀ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଗତ ନିର୍ବାଚନରେ ବିଜେପି ୯ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ବିଜେଡି ଖାତାରେ ୨୦ଟି ଥିଲା । ଏଥର ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ ଲାଗି ପ୍ରସ୍ତୁତି ପର୍ବ ଚଳାଇଥିବା ବେଳେ କଂଗ୍ରେସ ଓ ବିଜେପି ଗତଥର ଅପେକ୍ଷା ଏଥର ସେମାନଙ୍କ ସଂଖ୍ୟା ବଢ଼ାଇବାକୁ ମଧ୍ୟ ଲାଗିପଡିଛନ୍ତି ।
ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ  ଆସନ୍ତା ଫେବ୍ରୁଆରୀ ୧୨ରୁ ଅନୁଷ୍ଠିତ ହୋଇପାରେ  ପଞ୍ଚାୟତ ଭୋଟ। ଏ ଭୋଟରେ ବିଧିବଦ୍ଧ ଭାବେ ରାଜନୀତିର ଏ ପ୍ରଥମ ପାହାଚ ଚଢ଼ିବାକୁ ଆଶାୟୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ମାତ୍ର ଏ ରାଜନୈତିକ କ୍ୟାରିୟର ଗଢ଼ିବାକୁ ସଂରକ୍ଷଣ ତାଲିକା ବେଶ ଗୁରୁତପୂର୍ଣ୍ଣ। ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବହୁ ଆଶାୟୀ ଉତ୍ସାହିତ ଥିଲା ବେଳେ ଅନେକ ନିରାଶ ଏବଂ ଅସନ୍ତୋଷ ଜୋର୍ ଧରିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପରେ ଦଳୀୟ ସମର୍ଥନ ପାଇଁ ଏବେ ଆଶାୟୀମାନେ ନିଜ ଅଞ୍ଚଳର ଦଳୀୟ ନେତାଙ୍କ ଘରେ ଡେରା ପକାଇଛନ୍ତି। ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ହେବ। ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏ ସବୁ ପଦବିରେ ଲଢ଼ିବାକୁ ସଂରକ୍ଷଣ ତାଲିକା ଜାରି ହେବା ପରେ ନିର୍ବାଚନ କମିଶନର ଭୋଟର ତାଲିକା ଚୂଡ଼ାନ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଡିସେମ୍ବର ୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ଧରିଛି।