bjp odisha - The Sakala

ବିଜେପି ରାଜ୍ୟ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ, କଂଗ୍ରେସ ଏବେ ଭାଇ-ଭଉଣୀ ଦଳ: ନଡ୍ଡା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ସମସ୍ତ ନୀତି ଏବଂ କାର୍ଯ୍ୟକ୍ରମରେ ସମାଜର ସବୁବର୍ଗର ଲୋକଙ୍କ କଲ୍ୟାଣ ନିହିତ ରହିଛି । କେନ୍ଦ୍ରର ଜନକଲ୍ୟାଣକାରୀ ନୀତିରୁ ଓଡ଼ିଶାର ଜନସାଧାରଣମାନେ ଉପକୃତ ହୋଇପାରୁଛନ୍ତି । ପିଏମ ଆବାସ ଯୋଜନାରେ ଓଡ଼ିଶାରେ ୨୪ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଓଡ଼ିଶାର ୪୩ ଲକ୍ଷ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଯାଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୭୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ୪୦ ଲକ୍ଷ କୃଷକଙ୍କୁ ପ୍ରାୟ ୬୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଯେତେବେଳେ ଯାହା ଆବଶ୍ୟକ କରିଛି ମୋଦୀ ସରକାର ସବୁବେଳେ ସହାୟତା କରିବାକୁ ଆଗେଇ ଆସିଛନ୍ତି । ମାତ୍ର ଓଡ଼ିଶା ଓ ଦେଶର ଅନ୍ୟ ରାଜନୈତିକ ଦଳଗୁଡ଼ିକ ପରିବାରବାଦକୁ ପ୍ରୋତ୍ସାହିତ କରୁଛନ୍ତି । କଂଗ୍ରେସ ଏବେ ଭାଈ-ଭଇଣୀ ଦଳରେ ପରିଣତ ହୋଇଛି । ତେଣୁ ଓଡ଼ିଶାର ଲୋକେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ।

ରାଜ୍ୟ ବିଜେପି ପକ୍ଷରୁ ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶ୍ରୀ ନଡ୍ଡା ବିଜେପିକୁ ଦେଶର ଏକମାତ୍ର ବୈଚାରିକ ଦଳ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପରିବାରବାଦର ମୁଖ୍ୟ ପୃଷ୍ଠପୋଷକ ପାଲଟିଛି; ଦଳ ଏବେ ଭାଇ-ଭଉଣୀଙ୍କ ମଧ୍ୟରେ ସୀମିତ । ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟରେ ପରିବାରବାଦକୁ ବିଭିନ୍ନ ଦଳ ପ୍ରୋତ୍ସାହିତ କରୁଛନ୍ତି । ମାତ୍ର ବିଜେପି ସର୍ବଦା ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ନୀତିରେ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହି ଅବସରରେ ସେ ଧାରା ୩୭୦ର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, କରୋନା ମହାମାରୀ ମୁକାବିଲାରେ କେନ୍ଦ୍ର ସରକାରଙ୍କ ସଫଳତା, ୧୦୦ଟି ଦେଶକୁ କରୋନା ଟୀକା ପ୍ରଦାନ, ବିଶ୍ୱରେ ଭାରତକୁ ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥା କରିବା ଦିଗରେ ମୋଦୀ ସରକାରଙ୍କ ଉପଲବ୍ଧତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଜଳଜୀବନ ମିଶନ ଅଧିନରେ ଓଡ଼ିଶାକୁ ପ୍ରାୟ ୩୩୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ବ୍ରହ୍ମପୁରଠାରେ୧୫୨୮ କୋଟି ଟଙ୍କା ବିନିମୟରେ ଆଇଆଇଏସଇ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିଛନ୍ତି । ଏମ୍ସଠାରୁ ଆଇଆଇଏମ ଏବଂ ମେଡିକାଲ କଲେଜ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଓଡ଼ିଶାକୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯାଇଛି । ଓଡ଼ିଶାର ପ୍ରାୟ ୧୫ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓଡ଼ିଶାରୁ ହୋଇଛନ୍ତି । ଅନ୍ୟପକ୍ଷରେର ।ଜ୍ୟ ସରକାର ଆୟୁଷ୍ମାନ ଭାରତ ପରି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନାହାନ୍ତି । ଅତଏବ ଏହି ସରକାରକୁ ବଦଳେଇବାକୁ ରାଜ୍ୟବାସୀ ମନବଳାଇ ସାରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଉଦ୍‌ବୋଧନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ସମ୍ପର୍କରେ ଉଲ୍ଲେଖ କରିବା ସହ ଏହାଦ୍ୱାରା ଓଡ଼ିଶା କିପରି ଲାଭାନ୍ୱିତ ହେଉଛି ତାହାର ଅବତାରଣା କରିଛନ୍ତି । ଏହି ଅବସରରେ ସେ ରାଜ୍ୟବ୍ୟାପୀ ୩୬ ହଜାର ବୁଥ୍‌କୁ ସଶକ୍ତ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରୁ ସେ ଜନତା ମଇଦାନକୁ ଆସି ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ପ୍ରାୟ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ, ସହ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର, ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେପି ଘର କଳି : ପରସ୍ପର ବିରୋଧରେ ଷଡ଼ଯନ୍ତ୍ର ଓ ଗୋଛିକଟାରେ ବ୍ୟସ୍ତ ଦଳର ତୁଙ୍ଗ ନେତା
ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କ୍ଷମତାଦଖଲ ଲାଗି ଦିନ ରାତି ସ୍ୱପ୍ନ ଦେଖୁଛି ବିଜେପି। ଦଳର ନେତାମାନେ କ୍ଷମତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ମାର୍‍ପିଟ୍‍ କରିବାକୁ ପଛାଇବେ ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। କିଛି ବରିଷ୍ଠ ନେତା ଏକାଠି ବସିବା, ଏକାଠି ଭାବିବା ଓ ଏକାଠି କାମ କରିବାକୁ ଆହ୍ୱାନ ଦେଉଛନ୍ତି। ମାତ୍ର ଦଳରେ ଫାଟ ଦିନକୁ ଦିନ ଯୋଡ଼ି ହେବା ପରିବର୍ତ୍ତେ ମେଲିମେଲି ଯାଉଛି; ସଂଗଠନର ଚେର ଦିନକୁ ଦିନ ହୁଗୁଳିବାରେ ଲାଗିଛି। କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଦଳ ବହୁଧା ବିଭକ୍ତ ଓ ଦଳର ନେତାମାନେ ପରସ୍ପର ଷଡ଼ଯନ୍ତ୍ର, ଗୋଛିକଟାରେ ବ୍ୟସ୍ତ। ସାଂଗଠନିକ ଦୁର୍ବଳତା ଓ ଗୋଷ୍ଠୀ ବିବାଦ ବର୍ତ୍ତମାନ ବିଜେପି ନେତୃତ୍ୱଙ୍କ ପାଇଁ ଶିରପୀଡ଼ା ପାଲଟିଛି। ଏହି ସ୍ଥିତିରେ ଶୀର୍ଷ ନେତାମାନେ ଆତଯାତ ହେଉଥିବା, ରଣନୀତି ନିର୍ଦ୍ଧାରଣ କରୁଥିବା ରାଜଧାନୀ ବିଜେପି ଦୁଇ ଫାଳ ହେବା ରାଜ୍ୟ ନେତୃତ୍ୱଙ୍କୁ ବିଚଳିତ କରିଛି।

ଅତୀତରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜିଲ୍ଲା ବିଜେପି ଏକ ପ୍ରକାର ବିଭାଜିତ ହୋଇଥିବାବେଳେ ସମ୍ପ୍ରତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଜିଲ୍ଲା ସଭାପତି ବାବୁ ସିଂହଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଯୁବ ବିଜେପି ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଜିଲ୍ଲା ବିଜେପିରେ କନ୍ଦଳ ପ୍ରବଳ ରୂପ ଧାରଣ କରିଛି। ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ନିଷ୍ପତ୍ତିକୁ ସଠିକ୍‍ ଓ ତାଙ୍କ ଅଧିକାର ପରିସରଭୁକ୍ତ କହିଥିବାବେଳେ ଜିଲ୍ଲା ସାଧାରଣ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତିକୁ ଅଯଥାର୍ଥ ଓ ବ୍ୟକ୍ତିଗତ ବୋଲି କହିଛନ୍ତି।

ଶନିବାର ଭୁବନେଶ୍ୱର ଜିଲ୍ଲା ବିଜେପିର ଲେଟର ପ୍ୟାଡରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ତାଙ୍କ ପଦରୁ ଅବ୍ୟାହତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ ଏଥିରେ ଉଲ୍ଲେଖ କରିଥିଲେ। ମାତ୍ର ଏହି ବିଜ୍ଞପ୍ତିର କିଛି ସମୟ ମଧ୍ୟରେ ଜିଲ୍ଲା ବିଜେପିର ଅନ୍ୟତମ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ନିଜସ୍ୱ ଲେଟରପ୍ୟାଡ଼ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ବିଜେପି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ରଶ୍ଚିରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଉଲ୍ଲେଖ କରିଥିଲେ। ଦୁଇଟି ଯାକ ଖବର ପରସ୍ପର ବିରୋଧୀ ଥିବାରୁ ଏନେଇ ଉଭୟ ଜିଲ୍ଲା ସଭାପତି ବାବୁ ସିଂ ଏବଂ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ରଶ୍ମିରଞ୍ଜନଙ୍କ ଅବ୍ୟାହତିକୁ ନେଇ ଉଭୟ ନେତା ଯାହା କହିଛନ୍ତି ସେଥିରୁ ଜିଲ୍ଲା ବିଜେପିରେ ସବୁକିଛି ଠିକ୍‍ ନାହିଁ ବୋଲି ଜଳଜଳ ଦିଶୁଛି।

ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯିବା ତାଙ୍କର ନିଜସ୍ୱ ନିଷ୍ପତ୍ତି ଏବଂ ଏ ନେଇ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ମାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କୁ ବିଜେପି ଜିଲ୍ଲା ସଭାପତି ପରିବର୍ତ୍ତନ କରିପାରିବେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏପରି ନିଷ୍ପତ୍ତି ନେବା ଜିଲ୍ଲା ସଭାପତିଙ୍କ କ୍ଷମତା ବହିର୍ଭୁତ। ଦଳର ବାଇ-ଲ ଅନୁସାରେ ଏଥିପାଇଁ ସଭିଙ୍କର ମତାମତ ନେବାର ଆବଶ୍ୟକତା ରହିଛି। ଯଦି ଜିଲ୍ଲା ସଭାପତି ସମସ୍ତଙ୍କର ମତାମତ ନେଇ ଶ୍ରୀ ମୁଦୁଲିଙ୍କୁ ବାହାର କରିଛନ୍ତି ତାହେଲେ ଆସନ୍ତାକାଲି ସେ ଦଳର ୩ ଜଣ ସାଧାରଣ ସମ୍ପାଦକଙ୍କୁ ଏକାଠି କରି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରନ୍ତୁ ବୋଲି ଅଭିଷେକ ଆହ୍ୱାନ ଦେଇଛନ୍ତି। ରଶ୍ମିରଞ୍ଜନଙ୍କୁ ଦଳରୁ ବାହାର କରିବା ନେଇ ସଭାପତିଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ନୁହେଁ। ଦଳର ଜଣେ ସାଧାରଣ ସମ୍ପାଦକଙ୍କ ହସ୍ତାକ୍ଷରରେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ସମାନ ଅଧିକାରରେ ମୁଁ ଏହାକୁ ଅଗ୍ରାହ୍ୟ କରୁଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପିର ଦୁଇ ନେତୃତ୍ୱଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଦଳରେ ସୃଷ୍ଟି କରିଛି ଝଡ଼। ଯେଉଁଠି ସଭାପତି ଓ ସାଧାରଣ ସମ୍ପାଦକ ଗୋଟିଏ ପ୍ରସଙ୍ଗରେ ଗୋଟିଏ ଆଭିମୁଖ୍ୟ ପୋଷଣ କରିପାରୁ ନାହାନ୍ତି; ସେଠି ଦଳ ନିର୍ବାଚନରେ କେମିତି ପ୍ରତିପକ୍ଷକୁ ସମ୍ମୁଖୀନ ହେବ ତାକୁ ନେଇ ସ୍ୱାଭାବିକ ସନ୍ଦେହ ସୃଷ୍ଟି ହୋଇଛି।

୨୦୨୪ ଲାଗି ବିଜେପିର ପ୍ରସ୍ତୁତି : କାଗଜକଲମରେ ସଫଳତାର ଚିତ୍ର ଆଙ୍କୁଛି ରାଜ୍ୟ ନେତୃତ୍ୱ
ଭୁବନେଶ୍ୱର : ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସାଂଘାତିକ ବିପର୍ଯ୍ୟୟ ପରେ ରାଜ୍ୟ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ବିଜେପି ଶୀର୍ଷ ନେତୃତ୍ୱ। ଅଗଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ପଦାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ମନ୍ତ୍ର ଦେଇଥିବା ବେଳେ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଉତ୍ତରପ୍ରଦେଶ ଢ଼ାଞ୍ଚାରେ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ନଜରରେ ଓଡ଼ିଶା ପ୍ରଥମରୁ ରହିଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ବିଜେଡିର ରଣନୀତି ସମ୍ମୁଖରେ ବିଜେପିର ସମସ୍ତ ଚେଷ୍ଟା ବିଫଳ ହୋଇଛି। ରାଜ୍ୟ ବିଜେପିର ମିଶନ ୧୨୦ ଫମ୍ପା ବାହାସ୍ଫୋଟରେ ପରିଣତ ହୋଇଛି।

ଏପରିସ୍ଥଳେ ବିଜେପି ନେତୃତ୍ୱ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯେଉଁ ଫର୍ମୂଲା ନେଇ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଦଳ ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମାତ୍ର ସାଧାରଣ ନିର୍ବାଚନର ୩ ବର୍ଷ ପରେ ଦଳର ସ୍ଥିତି ପୂର୍ବ ପରି ନାହିଁ, ଅନେକ ସ୍ଥାନରେ ଦଳୀୟ ସଂଗଠନ ହୁଗୁଳି ଗଲାଣି। ଗୋଷ୍ଠୀକନ୍ଦଳ, ନିର୍ବାଚିତ ଲୋକପ୍ରତିନିଧିଙ୍କ ନିଷ୍କ୍ରିୟତା ସର୍ବୋପରି ଶାସକ ବିଜେଡିର ଲଗାତାର ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବିଜେପିର ଭୋଟବ୍ୟାଙ୍କଙ୍କୁ ଅନେକାଂଶରେ କ୍ଷତିଗ୍ରସ୍ତ କରି ସାରିଛି। ଏହା ସତ୍ତ୍ବେ ବାସ୍ତବତାକୁ ଭୂଲି ୨୦୧୯ ନିର୍ବାଚନର ସଫଳତା ଆଧାରରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ ସମ୍ମୁଖରେ ଆସନ୍ତା ନିର୍ବାଚନ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି ତାହା ଦଳ ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।

ଗତ ସାଧାରଣ ନିର୍ବାଚନରେ ବିଜେପି ମୟୂରଭଞ୍ଜରେ ୬ ବିଧାନସଭା ଆସନ ସହ ଲୋକସଭା ଆସନ ଜିଣିବାରେ ସମର୍ଥ ହୋଇଥିଲା। ମାତ୍ର ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ଦଳର ମେରୁଦଣ୍ଡରେ ପ୍ରଚଣ୍ଡ ଆଘାତ ଦେଇଛି। ଖାଲି ମୟୂରଭଞ୍ଜ ନୁହେଁ କଳାହାଣ୍ଡିଠାରୁ ଆରମ୍ଭ କରି ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ଯେଉଁଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ସେଠାରେ ଦଳର ସାଂଗଠନିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଦୋହଲି ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୩ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ଭୋଟ୍‍ ହାରକୁ ତଉଲିଲେ ଏହି ପାର୍ଥକ୍ୟ ସ୍ପଷ୍ଟ ହୋଇ ଯାଇଛି। ମାତ୍ର ବିଜେପି ବାସ୍ତବ ସ୍ଥିତି ପରଖିବା ପରିବର୍ତ୍ତେ ୨୦୧୯ରେ ସଫଳତା ଆଧାରରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ଦଳୀୟ ରଣନୀତି ଅନୁଯାୟୀ ୨୦୧୯ରେ ଦଳ ଯେଉଁ ଲୋକସଭା ଏବଂ ବିଧାନସଭା ଆସନରେ ଅଳ୍ପ ଭୋଟରେ ହାରିଥିଲା ସେଠାରେ ଦଳ ପକ୍ଷରୁ ସ୍ୱତନ୍ତ୍ର ଫୋକସ୍‍ ଦିଆଯିବ। ସେହିପରି ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନୁନ୍ୟ ୧୦୦ଟି ବୁଥ୍‍କୁ ମଜବୁତ୍‍ କରାଯିବ। ସେହିପରି ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍‍କୁ ଶକ୍ତିଶାଳୀ କରାଯିବ। ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ପରାଜୟ ଘଟିଥିଲା, ସେଠାରେ ବିଜେପିର ଲୋକସଭା ପ୍ରବାସ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଅଧୀନରେ କେନ୍ଦ୍ରମନ୍ତ୍ରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବେ।

ଏହିକ୍ରମରେ ବିଜେପିର ୭ ଜଣ କେନ୍ଦ୍ରମନ୍ତ୍ରୀ ଗତ ୨ ଦିନ ମଧ୍ୟରେ ଓଡ଼ିଶା ଆସି ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଓଡ଼ିଶାରେ ବିଜେପି ପ୍ରାୟ ୧୬ଟି ଲୋକସଭା ଆସନ ଜିଣିବାର କ୍ଷମତା ରଖିଥିବା ନେଇ ଦଳର ରାଜ୍ୟ ନେତୃତ୍ୱମାନେ ଶୀର୍ଷ ନେତୃତ୍ୱଙ୍କୁ କାଗଜ କଲମରେ ବୁଝାଇ ଦେଇଛନ୍ତି। ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ନେଇ ସମ୍ପୂର୍ଣ୍ଣ ଅଜ୍ଞ ଦଳୀୟ ଶୀର୍ଷ ନେତୃତ୍ୱ ସେହି ଆଧାରରେ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ଏପଟେ କିନ୍ତୁ ବିଜେପି ପାଦତଳୁ ମାଟି ଖସି ଖସି ଯାଉଛି। ଯେଉଁ ୨୨ ଜଣ ବିଧାୟକ ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସାଧାରଣ ଲୋକଙ୍କଠାରୁ ପ୍ରାୟତଃ ନିଜକୁ ଦୂରେଇ ରଖୁଛନ୍ତି। ବିଧାନସଭାରେ ଦଳର ପ୍ରଦର୍ଶନ ଆଦୌ ନାହିଁ କହିଲେ ଚଳେ।

ସେହିପରି ବିଭିନ୍ନ ସମୟରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବାକୁ ଚାହୁଁଥିବା ନେତାଏ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁରେ ତୁଣ୍ଡି ବାନ୍ଧୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେଲାଣି। ସେହିପରି ଦଳରେ ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଥିବା ବେଳେ ଦଳର ଅନେତ ତୃଣମୂଳସ୍ତରୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅନ୍ୟ ଦଳ ସମ୍ପର୍କରେ ରହିଛନ୍ତି। ଏପରିକି ବିଜେପି ଭୋଟବ୍ୟାଙ୍କର ଏକ ବଡ଼ ପ୍ରତିଶତ ଏବେ ଦଳଠାରୁ ମୁହଁ ଫେରାଇ ନେବା ସ୍ଥିତିରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ବଢୁଛି ନେତାଙ୍କ ବ୍ଲଡ୍‌ପ୍ରେସର : ପଞ୍ଚାୟତ ନିର୍ବାଚନ ପାଇଁ ମାଳମାଳ ଆଶାୟୀ
ଭୁବନେଶ୍ୱର : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହେବାପରେ  ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ। ପ୍ରାୟତ ଶାନ୍ତ ରହୁଥିବା ଗାଁ ଗଣ୍ଡାରେ ଏବେ ରାଜନୈତିକ ପାଣିପାଗ ବେଶ୍‌ ଗରମ ଅନୁଭୁତ ହେଉଛି। ଚଳିତ ବର୍ଷ ନିର୍ବାଚନ ପାଇଁ ସମସ୍ତ ଦଳର ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଟଲିଛନ୍ତି ମାଳମାଳ ଆଶାୟୀ। ସମସ୍ତ ଦଳରୁ ପ୍ରାୟ ଏକାଧିକ ଆଶାୟୀ ଟିକେଟ ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି। ଆଶାୟୀ ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଅବଶ୍ୟ କେବଳ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପଦବି ପାଇଁ ଦଳୀୟ ଚିହ୍ନ ମିଳିବ ନାହିଁ। ମାତ୍ର ଚିହ୍ନ ନମିଳିଲେ ବି ଦଳର ସମର୍ଥନ ପାଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲବି ରାଜନୀତି। ନିଜ ନିଜର ସମର୍ଥକ ମାନଙ୍କୁ ନେଇ ବୈଠକ ସହ ଟିକେଟ ପାଇଁ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଯାହା ସେହି ଅଞ୍ଚଳର ଶୀର୍ଷସ୍ତରୀୟ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ନିଜ ଅଞ୍ଚଳର ବିଧାୟକ, ପ୍ରଭାବଶାଳୀ ନେତାଙ୍କ ସମର୍ଥନ ହାତେଇବାକୁ ଇଛୁକ ପ୍ରାର୍ଥୀମାନେ ଲବି ରାଜନୀତିକୁ ଜୋରଦାର କରିଛନ୍ତି। ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସରୁ ଟିକଟ ପାଇବାକୁ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ନିଜ ସମର୍ଥକଙ୍କୁ ଧରି ଆଶାୟୀମାନେ ମେଳି ବାନ୍ଧିଲେଣି। ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଚକ୍କର କାଟିଲେଣି।ଆଶାୟୀଙ୍କ ସଂଖ୍ୟା ଯେତିକି ବଢ଼ି ବଢ଼ି ଚାଲିଛି। ସ୍ଥାନୀୟ ନେତାମାନେ ଏବେ ସେତିକି ଟେନ୍ସନରେ। ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ଛିଡ଼ା ହୋଇ ବାଜି ମାରିନେଲେ କ’ଣ ହେବ ରଣକୌଶଳ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ପ୍ରାର୍ଥୀ ଚୟନ ପାଇଁ ଢେର ସମୟ ଥିଲା ବେଳେ ଏବେଠାରୁ କିନ୍ତୁ ଛକି-ଶୂନ ଖେଳ ଆରମ୍ଭ ହୋଇଛି। ଆଶାୟୀଙ୍କ ମଧ୍ୟରୁ କିଏ ସେ ଅଙ୍କ ଛିଣ୍ଡୁନି। ଜଣେ ସୁପାରିଶ କଲା ବେଳକୁ ଆଉ ଜଣେ ବିରୋଧ କରୁଛି। କିଏ ଲବି ଜୋରଦାର କଲାଣି ତ, ଆଉ କିଏ ଲୋକବଳ ଦେଖାଇଲାଣି। ଏପରିକି ଟିକଟ ନପାଇଲେ ଆଉ କିଏ ଦଳତ୍ୟାଗ କରିବାକୁ ନାଲିଆଖି ମଧ୍ୟ ଦେଖାଉଛନ୍ତି। ଲାଗି ରହିଛି ଛକାପଞ୍ଝା।ଆଶାୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତାମାନେ ଘନ ଘନ ବୈଠକ କରୁଛନ୍ତି। ପାର୍ଥୀଙ୍କ ବିଜୟର ସମ୍ଭାବନାକୁ ଆକଳନ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ୍ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ତିନି ଦଳ ଫୋକସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଶାୟୀମାନେ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କଳି କେମିତି ତୁଟାଇବେ ତାହା ଏବେ ନେତାଙ୍କ ପାଇଁ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି।

ଅନ୍ୟପଟେ  ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତଥର ଅପେକ୍ଷା ଅଧିକ ଆସନ ଦଖଲ ପାଇଁ ବିଜୁ ଜନତା ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ଭଳି ଦୁଇଟି ଜାତୀୟ ରାଜନୈତିକ ଦଳ ଓଡ଼ିଶାରେ ସେମାନଙ୍କ ଅଭିଯାନ ବଳବତ୍ତର ରଖିଛନ୍ତି । ନିର୍ବାଚନ ଘୋଷଣା ହୋଇନଥିଲେ ମଧ୍ୟ ଗାଁ ଗହଳରୁ ଭୁବନେଶ୍ୱର ପର୍ୟ୍ୟନ୍ତ ଏବେ ରାଜନୈତିକ ବାତାବରଣ ବେଶ୍‍ ସରଗରମ ରହିଛି । ବର୍ଷାଧିକ କାଳ ଧରି ବିଜେଡି ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ଆଖିଆଗରେ ରଖି ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚଳାଇଛି । ବିଶେଷକରି ତିନୋଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବିଜୟ ଦଳୀୟ କର୍ମୀମାନଙ୍କୁ ବେଶ୍‍ ଉତ୍ସାହିତ କରିଛି । ଏବେ ନିର୍ବାଚନ ଦୃଷ୍ଟିରୁ ୱାର୍ଡସ୍ତରରେ ବିଜେଡିର ଅଭିଯାନ ବଳବତ୍ତର ରହିଥିବା ବେଳେ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣାକୁ ଆଧାରକରି ସମଗ୍ର ରାଜ୍ୟରେ ସରକାରୀ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଗତ ନିର୍ବାଚନରେ ବିଜେପି ୯ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ବିଜେଡି ଖାତାରେ ୨୦ଟି ଥିଲା । ଏଥର ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ ଲାଗି ପ୍ରସ୍ତୁତି ପର୍ବ ଚଳାଇଥିବା ବେଳେ କଂଗ୍ରେସ ଓ ବିଜେପି ଗତଥର ଅପେକ୍ଷା ଏଥର ସେମାନଙ୍କ ସଂଖ୍ୟା ବଢ଼ାଇବାକୁ ମଧ୍ୟ ଲାଗିପଡିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ  ଆସନ୍ତା ଫେବ୍ରୁଆରୀ ୧୨ରୁ ଅନୁଷ୍ଠିତ ହୋଇପାରେ  ପଞ୍ଚାୟତ ଭୋଟ। ଏ ଭୋଟରେ ବିଧିବଦ୍ଧ ଭାବେ ରାଜନୀତିର ଏ ପ୍ରଥମ ପାହାଚ ଚଢ଼ିବାକୁ ଆଶାୟୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ମାତ୍ର ଏ ରାଜନୈତିକ କ୍ୟାରିୟର ଗଢ଼ିବାକୁ ସଂରକ୍ଷଣ ତାଲିକା ବେଶ ଗୁରୁତପୂର୍ଣ୍ଣ। ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବହୁ ଆଶାୟୀ ଉତ୍ସାହିତ ଥିଲା ବେଳେ ଅନେକ ନିରାଶ ଏବଂ ଅସନ୍ତୋଷ ଜୋର୍ ଧରିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପରେ ଦଳୀୟ ସମର୍ଥନ ପାଇଁ ଏବେ ଆଶାୟୀମାନେ ନିଜ ଅଞ୍ଚଳର ଦଳୀୟ ନେତାଙ୍କ ଘରେ ଡେରା ପକାଇଛନ୍ତି। ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ହେବ। ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏ ସବୁ ପଦବିରେ ଲଢ଼ିବାକୁ ସଂରକ୍ଷଣ ତାଲିକା ଜାରି ହେବା ପରେ ନିର୍ବାଚନ କମିଶନର ଭୋଟର ତାଲିକା ଚୂଡ଼ାନ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଡିସେମ୍ବର ୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ଧରିଛି।